Skandha 5
Adhyaya 11
Couplet 1
ହେ ନୃପ ଶୁଣ ସାବଧାନେତୁ ଯେ କହିଲୁ ଅନୁମାନେ
Couplet 2
ମୂର୍ଖ-ପଣ୍ତିତ ଦୁଇମତଏ କଥା ଅଟଇ ଉଚିତ
Couplet 3
ତଥାପି ପଣ୍ତିତ ତୁ ନୋହୁପଣ୍ତିତପ୍ରାୟେ କଥା କହୁ
Couplet 4
କେ କାହା ସ୍ୱାମୀ କେବା ଭତ୍ୟଏମନ୍ତ ଜାଣ ନରନାଥ
Couplet 5
ଅଜ୍ଞାନବଶୁ ଦେଖୁ ଭିନ୍ନତତ୍ତ୍ୱବିଚାରେ ସର୍ବସମ
Couplet 6
ଅପରେ ଶୁଣ ହେ ରାଜନଗୃହ କର୍ମରେ ଯେଉଁଜନ
Couplet 7
ସୁକର୍ମବିଦ୍ୟାକୁ ଆଚରେତତ୍ତ୍ୱଜ୍ଞାନକୁ ମନେ ଧରେ
Couplet 8
ପଣ୍ତିତ ବୋଲିବା ତାହାରେସେ ଶୁଦ୍ଧ ଏ ଘୋର-ସଂସାରେ
Couplet 9
ସେ ସାଧୁ ବୋଲାଇ ସଂସାରେପ୍ରାଣୀଙ୍କି ଯେବା ଦୟାକରେ
Couplet 10
ଦଣ୍ତିବା ଶକ୍ତି ଯାର ଥାଇସେ ଯେବେ କ୍ଷମା ଆଚରଇ
Couplet 11
ସାଧୁଙ୍କ ଶ୍ରେଷ୍ଠ ସେହୁ ନରସୁଖଦୁଃଖରୁ ସେ ବାହାର
Couplet 12
ଅପରେ ଶୁଣ ନୃପବରଯାବତ ପ୍ରାଣୀମାନଙ୍କର
Couplet 13
ସତ୍ତ୍ୱ ରଜ ତମ ଗୁଣରେମନ ରହଇ ଦୃଢତରେ
Couplet 14
ଯେ ଗୁଣ ଯାହାର ହୁଅଇସେ ଗୁଣେ ପ୍ରାଣୀ ପ୍ରକାଶଇ
Couplet 15
କୁଶଳ ମନ୍ଦଭାବେ ଦୁଇମଧ୍ୟମ ଭାବକୁ ବହଇ
Couplet 16
ଧରଇ ଗୁଣ ଅନୁସାରେରୂପ ଗୁଣ ନାମ ବେଭାରେ
Couplet 17
ଯେ ଦୁଃଖସୁଖ ଆଦି କରିଲଭଇ କର୍ମକୁ ଆବୋରି
Couplet 18
ଦେଖ ଏ ଅନିତ୍ୟ-ଶରୀରମାୟା-ଚରିତ ଆତ୍ମାସାର
Couplet 19
ତାହାର ଗୁଣ ଅନୁସାରେପ୍ରାଣୀ ଯେ କର୍ମମାନ କରେ
Couplet 20
କ୍ଷେତ୍ରଜ୍ଞାଭାବକୁ ସେ ବହିସକଳ-ସାକ୍ଷୀ ହୋଇ ରହି
Couplet 21
ତେଣୁ କହନ୍ତି ବେଦସାରଗୁଣନିର୍ଗୁଣ ଏ ବିଚାର
Couplet 22
ସଗୁଣେ ପ୍ରାଣୀମାନଙ୍କରନାନାବ୍ୟସନର ଆଚାର
Couplet 23
ନିର୍ଗୁଣଭାବକୁ ଯେ ଧରେସେ ପ୍ରାଣୀ ଭବସିନ୍ଧୁ ତରେ
Couplet 24
ଘୃତ-ପ୍ରଦୀପ ପ୍ରାୟେ ହୋଇସଗୁଣେ ସଂସାରେ ଭ୍ରମଇଁ
Couplet 25
ଦ୍ରବ୍ୟ ସ୍ୱଭାବ କାଳ କର୍ମଆଶ୍ରୟ ଅଙ୍ଗ ହେ ରାଜନ
Couplet 26
ମାୟାରବଳେ ଏ ସଂସାରେପ୍ରାଣୀମାନଙ୍କ ମନ ହରେ
Couplet 27
କ୍ଷେତ୍ରଜ୍ଞଭାବକୁ ଆଚରିଶରୀର ରହିଛି ଆବୋରି
Couplet 28
ପ୍ରତ୍ୟକ୍ଷଭାବେ କେବେ ଥାଇକେବେ ବା ପ୍ରାଣୀ ନ ଜାଣଇ
Couplet 29
ଶୁଦ୍ଧ-ଅଶୁଦ୍ଧ ଏ ଶରୀରେଦେଖଇ ଭୁଞ୍ଜଇ ବିକାରେ
Couplet 30
ଅପରେ ଶୁଣ ହେ ରାଜନକ୍ଷେତ୍ରଜ୍ଞ ପୁରୁଷ-ପୁରାଣ
Couplet 31
ପରମଆତ୍ମା ଜ୍ୟୋତିର୍ମୟଅନାବୃତ ସେ ସର୍ବଦେହ
Couplet 32
ସେ ନାରାୟଣ ଭଗବାନବାସୁଦେବ ଆଦିକାରଣ
Couplet 33
ଯାର ସ୍ମରଣେ ପାପମାନବିଶେଷେ ହୁଅନ୍ତି ଖଣ୍ତନ
Couplet 34
ସ୍ୱକୀୟ-ମାୟାରେ ଜଗତକ୍ରୀଡା କରି ଅବିରଚ
Couplet 35
ସ୍ଥାବରଜଙ୍ଗମାଦିଠାରେପବନ ଯେସନେ ସଞ୍ଚରେ
Couplet 36
ତେମନ୍ତ ହୋଇ ସର୍ବଠାରେକ୍ଷେତ୍ରଜ୍ଞରୂପେ ସେ ବିହରେ
Couplet 37
ଯାବତକାଳ ପ୍ରାଣୀମନମାୟାକୁ ନ କରେ ଖଣ୍ତନ
Couplet 38
ଷଡ଼ଅଇରି ନ ଜିଣଇବିମୁକ୍ତସଙ୍ଗ ସେ ନୁହଇ
Couplet 39
ପ୍ରଭୁଙ୍କୁ ଏ ରୂପେ ନ ଜାଣେତାବତ ଭ୍ରମେ ଅକାରଣେ
Couplet 40
ସଂସାର-ତାପେ ଗ୍ରସ୍ତମନସେ ଯେ ଅନାଦି ନାରାୟଣ
Couplet 41
ଯାବତ ତାଙ୍କୁ ନ ଚିହ୍ନଇଶୋକ-ମୋହରେ ଭ୍ରମୁଥାଇ
Couplet 42
ତୁ ଏବେ ଶୁଣ ନୃପବରସେ ଯେ ବ୍ରହ୍ମାଣ୍ତର ଠାକୁର
Couplet 43
ଅଖିଳପ୍ରାଣୀଙ୍କର ଗୁରୁଯାର ମହିମା ମହାମେରୁ
Couplet 44
ତାହାର ଚରଣାରବିନ୍ଦେମନ ନିବଶେି ଅପ୍ରମାଦେ
Couplet 45
ମାୟା-କପଟ ଏ ସଂସାରତୁ ଏହା ଶୀଘ୍ର ପରିହର
Couplet 46
ପଞ୍ଚମସ୍କନ୍ଧେ ବିପ୍ରବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 47
ସେ ପ୍ରଭୁ ପାଦକମଳରେମନ ମୋ ରହୁ ନିରନ୍ତରେ
Couplet 48
କହଇ ବିପ୍ର ଜଗନ୍ନାଥହରିଚରିତ ଭାଗବତ