Skandha 5
Adhyaya 10
Couplet 1
ଏଥୁ ଅନ୍ତରେ ଏକଦିନେଶୁଣ ରାଜନ ସାବଧାନେ
Couplet 2
ସିନ୍ଧୁପତି ଯେ ରହୂଗଣସେ ରାଜା ବିଷ୍ଣୁ ପରାୟଣ
Couplet 3
ତାହାର ଏକ ଶ୍ରେଷ୍ଠଭୃତ୍ୟେରାଜାର ଗମନ ନିମନ୍ତେ
Couplet 4
ବିମାନ ବହିବାର ପାଇଁଏକ ପୁରୁଷେ ସେ ଲୋଡଇ
Couplet 5
ଦଇବଯୋଗ ଦେଖ ତାରସେ ବିଷ୍ଣୁଅଂଶ ବିପ୍ରବର
Couplet 6
ସେଠାରେ ହେଲା ଉପସ୍ଥିତତାକୁ ଦେଖିଲା ନୃପଦୂତ
Couplet 7
ହରଷମନେ ବିଚାରଇଏହାର ତୁଲ୍ୟ କେହି ନାହିଁ
Couplet 8
ଅତିବଳିଷ୍ଠ ଏ ଶରୀରବିମାନ ବହିବ ନିକର
Couplet 9
ଏମନ୍ତେ ଶୀଘ୍ରେ ଘେନିଗଲାବିମାନ ବୁହାରେ ଖଞ୍ଜିଲା
Couplet 10
ତହିଁ ନିଯୁକ୍ତ ନର ସଙ୍ଗେବିମାନ ବହିଲା ସେ ରଙ୍ଗେ
Couplet 11
ସାକ୍ଷାତେ ବିଷ୍ଣୁଭକ୍ତ ସେହିପର ଅଧୀନ ପ୍ରାୟ ହୋଇ
Couplet 12
ସେ ଯେ ପରମ-ଭାଗବତଏ କର୍ମ ତାର ଅନୁଚିତ
Couplet 13
ପୂର୍ବେ ଯେ ପାପକର୍ମ କଲାଅସାଧୁ-ସଙ୍ଗକୁ ଭଜିଲା
Couplet 14
ସେହି ସକାଶୁ ଏହିଗତିଶୁଣ ତୁ ଏକମନେ ଚିନ୍ତି
Couplet 15
ବିମାନ ବହି ନ ଜାଣଇବିଷମସମେ ସେ ଚଳଇ
Couplet 16
କ୍ଷୁଦ୍ର-ଜୀବଙ୍କ ମୃତ୍ୟୁଭୟେପାଦ ନ କ୍ଷେପନ୍ତି ନିର୍ଭୟେ
Couplet 17
ତେଣୁ ବିମାନ ବକ୍ର ହୋଇରାଜା ଦେହରେ କଷ୍ଟ ପାଇ
Couplet 18
ବିମାନ ବୁହା ପୁରୁଷରେନୃପ କହଇ କୋପଭରେ
Couplet 19
ବିଷମସମ ଭାବ ହୋଇବିମାନ ବହ କାହିଁ ପାଇଁ
Couplet 20
ପ୍ରଭୁବଚନ କୋପଭରେଶୁଣି କମ୍ପନ୍ତି ସେ କିଙ୍କରେ
Couplet 21
ଅତ୍ୟନ୍ତ ଭୟଚିତ୍ତ ହୋଇଜଡ଼କୁ ଦେଲେ ସେ ଦେଖାଇ
Couplet 22
ଭୋନାଥ ଆମ୍ଭ ଦୋଷ ନାହିଁଏ ଯେ ପୁରୁଷ ନ ଚଳଇ
Couplet 23
ଏହାର ବକ୍ରଗତି ପାଇଁବିମାନ ବକ୍ରଭାବ ହୋଇ
Couplet 24
ଭୋନାଥ ଶୁଣ ସାବଧାନେପୁଣି ହିଁ ଚଳଇ ବିଷମେ
Couplet 25
ଏହାର ସଙ୍ଗତେ ରାଜନବହି ନ ପାରିବୁ ବିମାନ
Couplet 26
ଏହାର ସଂସର୍ଗ ଦୋଷରେଆମ୍ଭଙ୍କୁ ଦଣ୍ତିବ ବେଭାରେ
Couplet 27
ଏମନ୍ତେ ଭୃତ୍ୟବାକ୍ୟ ଶୁଣିସେ ଯେ ରାଜନ ଶିରୋମଣି
Couplet 28
ଏହାଙ୍କୁ ସଂସର୍ଗ ଦୋଷରେକିମ୍ପା ଦଣ୍ତିବା ଅବିଚାରେ
Couplet 29
ରାଜା ସ୍ୱଭାବେ ସାଧୁ ହୋଇରଜୋଗୁଣରୁ କ୍ରୋଧ ବହି
Couplet 30
ବିଷ୍ଣୁଭକତ ନୃପବରଭରତେ ବୋଲନ୍ତି ଉତ୍ତର
Couplet 31
ପୁଷ୍ଟ ପୃଥୁଳ ତୋ ଶରୀରକଠିନ ପୀନ ଗ୍ରୀବା ତୋର
Couplet 32
ସ୍ଥକିତେ ଚଳୁ କି କାରଣଏ ତୋର ଦେହ ନିଷ୍କାରଣ
Couplet 33
ଏ କ୍ଷୁଦ୍ରେ ତୋର ସଙ୍ଗତରେବିମାନ ବୁହନ୍ତି ତତ୍ପରେ
Couplet 34
ବ୍ୟର୍ଥ ତୋହର କଳେବରମିଥ୍ୟାରେ ବହୁ ତୁ ଶରୀର
Couplet 35
ଏମନ୍ତେ ଶୁଣ ପରୀକ୍ଷିତସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ
Couplet 36
ଏମନ୍ତ ବଚନେ ମଉନସ୍ୱଭାବେ ବହନ୍ତି ବିମାନ
Couplet 37
ପୁଣି ବିମାନ ବକ୍ର ହେଲାସେ ରାଜା ଅତି କୋପ କଲା
Couplet 38
ଆରେ ପାମର ମୂଢ଼ଚିତ୍ତଜୀବନ ଥାଉଁ ତୁହି ମୃତ
Couplet 39
ମୋହର ଅଙ୍ଗେ କଷ୍ଟ ଦେଉପ୍ରମତ୍ତଭାବକୁ ତୁ ବହୁ
Couplet 40
ଯମର ପ୍ରାୟ ମୁଁ ଅଟଇଦୁଷ୍ଟଙ୍କ ଦର୍ପ ବିନାଶଇ
Couplet 41
ତୋହର ମତ୍ତଭାବ ମୁହିଁଆଜହୁଁ ଦୂର କରିବଇଁ
Couplet 42
ଏମନ୍ତେ ଅତି ନିନ୍ଦାମାନଜଡକୁ କଲା ସେ ରାଜନ
Couplet 43
ରଜୋଗୁଣରୁ ତମ ତାରତମୋଗୁଣରୁ ଅହଙ୍କାର
Couplet 44
ସେ ଯେ ବ୍ରାହ୍ମଣର କୁମରସକଳଭୂତେ ଦୟାପର
Couplet 45
ଈଷତହାସ୍ୟ-ବଦନରେବଚନ କହନ୍ତି ରାଜାରେ
Couplet 46
ଭୋ ନୃପ ଶୁଣ ସାବଧାନେତୁମ୍ଭେ ଯା କହିଲ ବଚନେ
Couplet 47
ହେ ବୀର ଭାର ନାମ ଯେହିଭାର ବହଇ ଅବା କେହି
Couplet 48
ଗମନ କରି ନ ପାରଇଅତିହିଁ ସ୍ଥୂଳ ମୋର ଦେହୀ
Couplet 49
ଜୀବନ ମୃତ ଯେ ବୋଇଲସେ କଥା ସତ୍ୟଟି କହିଲ
Couplet 50
ଯେ ସ୍ଥୂଳ କୃଶ ଆଧି ବ୍ୟାଧିକ୍ଷୁଧା ପିପାସା ଭୟ ଆଦି
Couplet 51
ନିଦ୍ରା ବିହାର କ୍ରୋଧ ଯେତେମଦ ଅହଙ୍କାର ସହିତେ
Couplet 52
ଯା ଦେହେ ଅଭିମାନ ଥାଇତାହାର ତହିଁ ଏତେ ଥାଇ
Couplet 53
ମୋର ଦେହରେ ଏତେ ନାହିଁଏଣୁ ଜୀବନମୃତ ମୁହିଁ
Couplet 54
ବିଶେଷ କହିଲି ରାଜନବ୍ରହ୍ମବିଚାରେ ଏ ବଚନ
Couplet 55
କେ ଅବା କାହାରେ ବହଇଏମନ୍ତ ମୁହିଁ ନ ଦେଖଇ
Couplet 56
କେବା ଈଶ୍ୱର କେ କିଙ୍କରଏମନ୍ତ ନ ଦେଖି ଅପର
Couplet 57
ତୁମ୍ଭେ ଆମ୍ଭରେ ଏ ବଚନକେମନ୍ତେ କହିଲ ରାଜନ
Couplet 58
ଆମ୍ଭେ କି କରିବୁ ତୁମ୍ଭରେସ୍ୱଭାବେ ଏ ଜଡ଼-ଶରୀରେ
Couplet 59
ପ୍ରମତ୍ତ-ଜଡ଼ଭାବେ ମୁହିଁବିମାନ କେବେ ବହିନାହିଁ
Couplet 60
ଶୁଣ ପରୀକ୍ଷ ନୃପବରସେ ଯେ ବ୍ରାହ୍ମଣର କୁମର
Couplet 61
ସୁଶୀଳ ସାଧୁ ସମଚିତ୍ତବିଶେଷେ ଶ୍ରୀକୃଷ୍ଣଭକତ
Couplet 62
ରାଜାର ବାକ୍ୟ ଅନୁସାରେଏମନ୍ତ କହି ସେ ମଧୁରେ
Couplet 63
ପ୍ରାରବ୍ଧକର୍ମ କ୍ଷୟପାଇଁପୁଣି ବହନ୍ତି ତୁନିହୋଇ
Couplet 64
ଏମନ୍ତେ ଶୁଣ ନୃପବରବିଷୟକର୍ମ କରି ଦୂର
Couplet 65
ତତ୍ତ୍ୱଜିଜ୍ଞାସା ନିମନ୍ତରେରାଜା ଯେ ଥାଏ ସ୍ନେହଭରେ
Couplet 66
ବିପ୍ର ବଚନେ ତତ୍ତ୍ୱଜ୍ଞାନବିଷୟ ଭ୍ରମ ତା ଖଣ୍ତନ
Couplet 67
ଅମୃତପ୍ରାୟ ତାଙ୍କ ବାଣୀମନେ ଚିନ୍ତିଲା ନୃପମଣି
Couplet 68
ତକ୍ଷଣେ ଶୀଘ୍ରତର ହୋଇବିମାନୁ ପଡିଲା ଓହ୍ଲାଇ
Couplet 69
ବ୍ରାହ୍ମଣ ପାଦଯୁଗଳରେଶିର ସମର୍ପି ଭୟାତୁରେ
Couplet 70
ବୋଲଇ ବାକ୍ୟ ଗଦଗଦକ୍ଷମା କରିବା ଅପରାଧ
Couplet 71
କେ ତୁମ୍ଭେ କହ ସ୍ୱାମୀ ମୋରେକରୁଣାକର ଏ କିଙ୍କରେ
Couplet 72
ଗୁପତଭାବେ ଭ୍ରମୁଥାଅବ୍ରାହ୍ମଣଭାବ ତୁମ୍ଭ ଦେହ
Couplet 73
କି ଅବା ଅବଧୂତ-ବରକେମନ୍ତେ ମିଳିଲ ଏଠାର
Couplet 74
କାହିଁ ତୁମ୍ଭର ନିଜସ୍ଥାନକେମନ୍ତେ ବହିଲ ବିମାନ
Couplet 75
ଏ ଯେତେ ଅପରାଧ ମୋରକ୍ଷମା ତୁ କର ଦ୍ୱିଜବର
Couplet 76
ଇନ୍ଦ୍ରାଦି ଯେତେ ଦେବାସୁରପବନ ଅଗ୍ନିଦିବାକର
Couplet 77
ଏହାଙ୍କ କ୍ରୋଧକୁ ମୋହରଭୟ ଯେ ନାହିଁ ଦ୍ୱିଜବର
Couplet 78
ବ୍ରାହ୍ମଣଅପମାନେ ମୋରହୃଦ କମ୍ପଇ ଥରହର
Couplet 79
ଏଣୁ ଅପରାଧ ମୋହରକ୍ଷମାକରିବା ବିପ୍ରବର
Couplet 80
ଅଶେଷଜ୍ଞାନର କାରଣତୁ ନାଥ ବିଷ୍ଣୁପରାୟଣ
Couplet 81
ଅଜ୍ଞାନ-ପ୍ରାଣୀମାନଙ୍କରେଦେଖୁ ଏଜଡ଼ ଶରୀରେ
Couplet 82
ତୋହର ଯେତେ ବାକ୍ୟମାନଗ୍ରଥିତ ହୋଇଅଛି ଜ୍ଞାନ
Couplet 83
ସକଳବର୍ଣ୍ଣଗୁରୁ ତୁହିତୋତେ ମୁଁ ପ୍ରଶନ କରଇ
Couplet 84
ଜ୍ଞାନ-ସ୍ୱରୂପ ତୋ ଶରୀରଭୋନାଥ ମୋତେ କୃପାକର
Couplet 85
ଅଦ୍ଭୁତ-ଜଡ଼ରୂପ ହୋଇପ୍ରାଣୀଙ୍କ ହିତେ ଭ୍ରମୁ ତୁହି
Couplet 86
ଭୋନାଥ ବିପ୍ର-ଯୋଗେଶ୍ୱରମୁଁ ମୂଢ ପତିତ ପାମର
Couplet 87
କେମନ୍ତେ ତୋତେ ଚିହ୍ନିବଇଁସ୍ୱଭାବେ ଗୃହବନ୍ଧେ ଥାଇ
Couplet 88
ଏ ଯେ ମୋହର ଅନୁଚରଅତ୍ୟନ୍ତ ମୂଢ ଦୁରାଚାର
Couplet 89
ଅଜ୍ଞାନହେତୁ ଆଣି ଦେଲେବିଧାତାଘଟଣାର ବଳେ
Couplet 90
ଭାର ବହିଲେ ଶ୍ରମ ହୋଇତୁ କିମ୍ପା ବୋଲୁ ଶ୍ରମ ନାହିଁ
Couplet 91
ସକଳ ବସ୍ତୁ ଏ ଜଗତେମିଥ୍ୟାତୁ ବୋଲୁ ବା କେମନ୍ତେ
Couplet 92
ଘଟାଦି ଯେବେ ମିଥ୍ୟା ହୋଇକେମନ୍ତେ ଜଳ ଆଣି ତହିଁ
Couplet 93
ଆତ୍ମାର ସ୍ଥୂଳ କୁଶଭାବକେମନ୍ତେ ନୁହଁଇ ସମ୍ଭବ
Couplet 94
ଅଗ୍ନିର ତାପ ପାତ୍ରେ ଯାଇସେ ତାପେ ଜଳ ଉଷ୍ଣ ହୋଇ
Couplet 95
ତହୁଁ ତଣ୍ତୁଳ ତାପ ପାଇଅନ୍ନ ରୂପରେ ସିଦ୍ଧ ହୋଇ
Couplet 96
ଇନ୍ଦ୍ରିରୁ ପ୍ରାଣେ ପ୍ରାଣୁ ମନେଜୀବ ତା ଭୁଞ୍ଜଇ ତକ୍ଷଣେ
Couplet 97
ତେସନ ଦେହ ଗ୍ରୀଷ୍ମତାପେସେ ତାପ ଇନ୍ଦ୍ରିଗଣେ ବ୍ୟାପେ
Couplet 98
ଉପାଧି ଧର୍ମ ପୁରୁଷରକେମନ୍ତେ ବୋଲୁ ନୁହେ ତାର
Couplet 99
ତୁ ଯେ ବୋଇଲୁ ଏହା ସତ୍ୟକେ ଅବାପ୍ରଭୁ କେବା ଭୃତ୍ୟ
Couplet 100
ତଥାପି ରାଜାପ୍ରଜାଭାବଅବଶ୍ୟ ସଂସାରେ ରହିବ
Couplet 101
ବିଚାର କରି ଧର୍ମାଧର୍ମକରିବ ଦଣ୍ତ ଯେ ପାଳନ
Couplet 102
କୃଷ୍ଣ ଆଦେଶ ମଣି କଲେପାପ ନଲାଗେ ତାକୁ ଭଲେ
Couplet 103
ମୁଁ ତୋତେ କଲି ଅପମାନଏ ଦୋଷ ମୋହର ନଘେନ
Couplet 104
ତୋହର ମାନଅପମାନତୁଲ୍ୟ ବା ବୋଲିବୁ ଏସନ
Couplet 105
ତଥାପି ମହତ-ଲଂଘନଦୋଷେ ମୁଁ ନାଶ ଯିବି ଜାଣ
Couplet 106
ଏଣୁ ମାଗଇ କ୍ଷମାକରଯେଣୁ ତୁ କାତରବତ୍ସଳ
Couplet 107
ଶୁଣ ପରୀକ୍ଷ ସାବଧାନେସେ ବିପ୍ର ନୃପତି ବଚନେ
Couplet 108
ଜ୍ଞାନ ବୈରାଗ୍ୟ ଆଦି କରିସକଳ ଅଛି ତହିଁ ପୂରି
Couplet 109
ଗୋବିନ୍ଦ-ପାଦପଦ୍ମ-ତଳେମନ ତୁ ରୁହାଅ ନିଶ୍ଚଳେ
Couplet 110
ପଞ୍ଚମସ୍କନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 111
କୃଷ୍ଣଚରିତ ସୁଧାରସକହଇ ଜଗନ୍ନାଥଦାସ