Skip to content
paribhaasha

Skandha 5

Adhyaya 9

  1. Couplet 1

    ଶୁଣ ରାଜନ ପରୀକ୍ଷିତଏ ଅନନ୍ତରେ ସେ ଭରତ

  2. Couplet 2

    ସନ୍ଧ୍ୟାଦି ତପ ଶମଦମତିତିକ୍ଷା ଆଦି ଯେ ନିୟମ

  3. Couplet 3

    ଜ୍ଞାନୀଙ୍କ ମଧ୍ୟେ ଶ୍ରେଷ୍ଠବରଦ୍ୱିଜ ଆଙ୍ଗରସ-ପ୍ରବର

  4. Couplet 4

    ଏ ସବୁ ଗୁଣେ ଗୁଣୀ ସେହିପତ୍ନୀ ତାହାଙ୍କ ଥିଲା ଦୁଇ

  5. Couplet 5

    ଜ୍ୟେଷ୍ଠଭାର୍ଯ୍ୟାର ନବସୁତପିତାଙ୍କ ତୁଲ୍ୟେ ଗୁଣବନ୍ତ

  6. Couplet 6

    କନିଷ୍ଠାଭାର୍ଯ୍ୟା ଗର୍ଭଜାତଏକ ଦୁହିତା ଏକ ସୁତ

  7. Couplet 7

    ଏ ସୁତ ମହାଭାଗବତସେହି ସେ ରାଜର୍ଷି ଭରତ

  8. Couplet 8

    ମୃଗଦେହକୁ ତ୍ୟାଗ କରିତଦନ୍ତେ ବିପ୍ରରୂପ ଧରି

  9. Couplet 9

    ଦ୍ୱିଜଙ୍କ ପୁତ୍ରଭାବ ବହିଜନ୍ମ ଲଭିଲେ ତାଙ୍କ ତହିଁ

  10. Couplet 10

    ଅପରେ ତାର ସହୋଦରଉତ୍ତମ-ସାଧୁଶୀଳପର

  11. Couplet 11

    ସେ ସାଧୁସଙ୍ଗରୁ ରାଜନତାହାର ହେଲା ଶୁଦ୍ଧଜ୍ଞାନ

  12. Couplet 12

    ଯେଣୁ କର୍ମବନ୍ଧ ଖଣ୍ତନଶ୍ରୀକୃଷ୍ଣ ନାମ-କର୍ମ-ଗୁଣ

  13. Couplet 13

    ତାହା ଶୁଣଇ ଅବିରତେପଦାରବିନ୍ଦ ଧାୟି ଚିତ୍ତେ

  14. Couplet 14

    ପ୍ରଭୁଙ୍କ କୃପାରୁ ରାଜନପୂର୍ବଜନ୍ମର କଥାମାନ

  15. Couplet 15

    ସ୍ମରଣ ହୋଇଲା ତାହାରଅସାଧୁ ସଙ୍ଗକୁ ତା ଡର

  16. Couplet 16

    ଉନ୍ମତ୍ତ ଜଡ ଯେ ବଧିରପ୍ରାୟେ ସେ ବ୍ରାହ୍ମଣ-କୁମର

  17. Couplet 17

    ଅଶେଷ-ଜ୍ଞାନେ ଶ୍ରେଷ୍ଠ ହୋଇକପଟ ଲୋକରେ ଦେଖାଇ

  18. Couplet 18

    ତେବେହେଁ ପୁତ୍ରଠାରେ ତାରସଂସ୍କାର କଲାକ କୁମର

  19. Couplet 19

    ବେଦ-ଉଚିତ-କର୍ମ ଯେତେଦଶକର୍ମରେ ଯଥୋଚିତେ

  20. Couplet 20

    ଶୁଣ ପରୀକ୍ଷ ନୃପବରସେ ଯେଉଁ ବ୍ରାହ୍ମଣକୁମର

  21. Couplet 21

    ଶଉଚ ଆଚମନ ବିଧିବ୍ରାହ୍ମଣ-କର୍ମ ଯେ ପ୍ରସିଦ୍ଧି

  22. Couplet 22

    ଗୁରୁଙ୍କ ଉପଦେଶ ବିନେଜାଣିଲା ସେ ଯେ ଅନୁମାନେ

  23. Couplet 23

    ପୁତ୍ରର ଶୁଦ୍ଧମନ ଜାଣିସେ ଯେ ବ୍ରାହ୍ମଣ-ଶିରୋମଣି

  24. Couplet 24

    ଅତ୍ୟନ୍ତ ସ୍ନେହଭର ହୋଇମନ ଅର୍ପିଲା ତାର ତହିଁ

  25. Couplet 25

    ଓଁକାର ଆଦି ବେଦସାରବ୍ୟାହୃତି-ପ୍ରଣବ-ଅକ୍ଷର

  26. Couplet 26

    ସାବିତ୍ରୀ-ମୂଳମନ୍ତ୍ର-ସାରସାନନ୍ଦେ ଦେଲେ ବିପ୍ରବର

  27. Couplet 27

    ଯଜନଆଦି ଷଟକର୍ମଏ ଯେ ବ୍ରାହ୍ମଣ ନିଜଧର୍ମ

  28. Couplet 28

    ପୁରୁଷସୂକ୍ତଆଦି ଯେତେସର୍ବ କହିଲେ ଯଥୋଚିତେ

  29. Couplet 29

    ପ୍ରତୁସ୍ନେହରେ ବିପ୍ରବରଶିକ୍ଷା କରନ୍ତି ନିରନ୍ତର

  30. Couplet 30

    ସମ୍ପୂର୍ଣ୍ଣ ନୋହୁ ମନୋରଥଏମନ୍ତେ ଶୁଣ ନରନାଥ

  31. Couplet 31

    ଆୟୁଷଶେଷେ ସେ ବ୍ରାହ୍ମଣକାଳର ହୋଇଲା ଅଧୀନ

  32. Couplet 32

    ଦ୍ୱିଜଙ୍କ କନିଷ୍ଠ ରମଣୀଭହତପୁତ୍ର ସଙ୍ଗେ ଘେନି

  33. Couplet 33

    ଆପଣା ଜ୍ୟେଷ୍ଠ-ସପତ୍ନୀରେସମର୍ପି ଦେଲ ସ୍ନେହଭରେ

  34. Couplet 34

    ଆପଣେ ପତିର ସଙ୍ଗତେଚଳିଲା ହରଷିତ ଚିତ୍ତେ

  35. Couplet 35

    ଏମନ୍ତେ ପିତାର ଅନ୍ତରେସେ ଯେ ବ୍ରାହ୍ମଣର କୁମରେ

  36. Couplet 36

    ଜଡ ଯେ ବ୍ରାହ୍ମଣ କୁମରତାଠାରେ କଲେ ହତାଦର

  37. Couplet 37

    ତାହାର ପ୍ରଭାବ ନ ଜାଣିଜଡ଼ର ପ୍ରାୟେ ତାକୁ ମଣି

  38. Couplet 38

    ଜଡ଼ ବଧିର ଯେ ଉନ୍ମତ୍ତଏମନ୍ତ ରୂପ ସେ ଭରତ

  39. Couplet 39

    ଦ୍ୱିପଦନର ପଶୁମତେଏହାଙ୍କୁ ଦେଖନ୍ତି ଏମନ୍ତେ

  40. Couplet 40

    ସେ ପରାଧୀନ ପ୍ରାୟ ହୋଇଲୋକରେ କର୍ମକୁ କରଇ

  41. Couplet 41

    ଲୋକେ ଶ୍ରଦ୍ଧାରେ ଯାହା ଦେଇପରମତୋଷେ ତା ଭୁଞ୍ଜଇ

  42. Couplet 42

    ଇନ୍ଦ୍ରିୟପ୍ରୀତି ନିମିତ୍ତରେକେବେହେଁ ଆହାର ନ କରେ

  43. Couplet 43

    ନିବୃତ୍ତ ହୋଇ ସର୍ବଠାରେପରମ ଆନନ୍ଦେ ବିହରେ

  44. Couplet 44

    ଦୁଃଖସୁଖରେ ସମ ତାରହୃଦେ ନ କରେ ଅହଙ୍କାର

  45. Couplet 45

    ଗ୍ରୀଷ୍ମ ବରଷା ଶୀତ ବାତସକଳ ସହେ ସେ ଭରତ

  46. Couplet 46

    ଦିଶଇ ମହାମଣି ସମଶରୀର ଅତି-ସ୍ଥୂଳ-ପୀନ

  47. Couplet 47

    ଅତ୍ୟନ୍ତ ବ୍ରହ୍ମତେଜ ବହିଜଡ଼ର ପ୍ରାୟେ ସେ ଭ୍ରମଇ

  48. Couplet 48

    ଆହାରଆଦି ସର୍ବଠାରେସେ ଥାଇ ନିଗ୍ରହ-ବେଭାରେ

  49. Couplet 49

    ତଥାପି ଶୁଣ ହେ ରାଜନତାହାର ନିଜ ଭ୍ରାତାଗଣ

  50. Couplet 50

    କୃଷିରକ୍ଷଣ କାରଣରେନିଯୁକ୍ତ କରନ୍ତି ତାହାରେ

  51. Couplet 51

    ଭ୍ରାତୃବଚନ ଅନୁମତେକୃଷି ରଖଇ ଯଥୋଚିତେ

  52. Couplet 52

    ମୃଗ ବରାହଙ୍କୁ ନିବାରିଥାଇ ସେ ନିରତେ ଆବୋରି

  53. Couplet 53

    ଶୁଣ ହେ ଅଭିମୁନ୍ୟୁ ବଳାଏମନ୍ତେ କେତେଦିନ ଗଲା

  54. Couplet 54

    ଏମନ୍ତେ ସାବଧାନେ ଶୁଣବୃଷଳପତି ଯେ ରାଜନ

  55. Couplet 55

    ଅତ୍ୟନ୍ତ ପୁତ୍ରକାମୀ ହୋଇଦେବୀଙ୍କି ମହାପଶୁ ସହି

  56. Couplet 56

    ଶକ୍ତି-ଭକ୍ତିରେ ଦୃଢ଼ ସେହିଅନ୍ୟଦେବତା ନ ଜାଣଇ

  57. Couplet 57

    ତାହାର ପ୍ରସାଦରୁ କରିଅନେକ-ସମ୍ପଦ ତାହାରି

  58. Couplet 58

    ଗ୍ରାମ-ଅନ୍ତରେ ଦେବୀବାସମଧୁ-ମାଂସେ ବଡ଼ ତୋଷ

  59. Couplet 59

    ଚଣ୍ତୀର ସନ୍ତୋଷ କାରଣେବିନାଶେ ନରପଶୁଗଣେ

  60. Couplet 60

    ରୁଧିର-ମାଂସେ ତୋଷ ହୋଇନିତ୍ୟେ ଚଣ୍ତିକା ବିହରଇ

  61. Couplet 61

    ତାହାର ପୂଜା ଅନୁସରିରାଜସେବକେ ପଶୁ ଧରି

  62. Couplet 62

    ନରପଶୁ ଏ ଯତ୍ନ କରିରଖନ୍ତି ନିରତେ ପାହାରୀ

  63. Couplet 63

    ଦଇବେ ଅଭିମନ୍ୟୁବଳାସେ ନରପଶୁ କେଣେ ଗଲା

  64. Couplet 64

    ତାହାର ପଥ ଅନୁସରେଧାଇଁଲେ ତାର ଅନୁଚରେ

  65. Couplet 65

    ନିଶି ଅନ୍ଧାର ଘୋର ତମେଖୋଜନ୍ତି ନାନାଦିଗ ଗ୍ରାମେ

  66. Couplet 66

    ପଶୁ ନ ପାଇ ଅନୁଚରେନିରାଶ ହୋଇଲେ ଅନ୍ତରେ

  67. Couplet 67

    ଗୃହକୁ କରନ୍ତେ ଗମନଦେଖିଲେ ବିପ୍ରର ନନ୍ଦନ

  68. Couplet 68

    ଇତର ପ୍ରାୟ ତାକୁ ମଣିଜଡ଼ର ପ୍ରଭାବ ନ ଜାଣି

  69. Couplet 69

    ବନ୍ଧନ କରି ତତକ୍ଷଣେସ୍ୱାମୀର କର୍ମ-ସମ୍ପାଦନେ

  70. Couplet 70

    ଚଣ୍ତିକାଗୃହେ ପ୍ରବେଶିଲେସ୍ୱାମୀଙ୍କି ସମର୍ପଣ ଦେଲେ

  71. Couplet 71

    ସୁଗନ୍ଧ-ଶୀତଳ ଜଳରେସ୍ନାହନ କରାଇ ବିଧିରେ

  72. Couplet 72

    ଶୁଭ୍ର-ନିର୍ମଳ-ବସ୍ତ୍ର ଦେଲେନାନାଭୂଷଣେ ସେ ମଣ୍ତିଲେ

  73. Couplet 73

    ବିବିଧ-ସ୍ୱାଦୁଦ୍ରବ୍ୟମାନତାହାକୁ କରାନ୍ତି ଭୋଜନ

  74. Couplet 74

    ସୁଗନ୍ଧ-ଚନ୍ଦନାଦି ଦେଲେମାଳାଏ କଣ୍ଠେ ଲମ୍ବାଇଲେ

  75. Couplet 75

    ମୃଦଙ୍ଗ ଶଙ୍ଖ ଭେରୀ ସ୍ୱନଆନନ୍ଦେ କରନ୍ତି ଗାୟନ

  76. Couplet 76

    ଏମନ୍ତେ ନାନାବିଧିମତେସ୍ଥାପିଲେ ଦେବୀର ଅଗ୍ରତେ

  77. Couplet 77

    ବୃଷଳପତି ଏ ଅନ୍ତରେତୀକ୍ଷ୍‌ଣ-ଖଡଗ ଧରି କରେ

  78. Couplet 78

    ତାହାର ରୁଧିରକୁ ଦେଇଦେବୀ ସନ୍ତୋଷ ହେବା ପାଇଁ

  79. Couplet 79

    ଏମନ୍ତେ ଶୁଣ ହେ ରାଜନବୃଷଳେ ହୋଇ ମତିଭ୍ରମ

  80. Couplet 80

    ଧନସମ୍ପଦ ମଦେ କରିତମଗୁଣକୁ ଆଶ୍ରା କରି

  81. Couplet 81

    ଈଶ୍ୱରଅଂଶକୁ ଯେ ଧରେହିଂସା କରନ୍ତି ସେ ତାହାରେ

  82. Couplet 82

    ଦାରୁଣକର୍ମ ତାହାଙ୍କରପ୍ରତ୍ୟକ୍ଷେ ବ୍ରାହ୍ମଣକୁମର

  83. Couplet 83

    କୃଷ୍ଣର କଳାବନ୍ତ ଯେହିତାହାଙ୍କୁ କଦର୍ଥନ୍ତି ନେଇ

  84. Couplet 84

    ଯେ ସର୍ବଭୂତେ ସମଚିତ୍ତବିଷ୍ଣୁ ଜପଇ ଅବିରତ

  85. Couplet 85

    ତାହାଙ୍କୁ ପଶୁରେ ବିଚାରିନିକଟେ ହେଲା ଖଡ୍‌ଗ ଧରି

  86. Couplet 86

    ଏବେ ହୋ ଶୁଣ ପରୀକ୍ଷିତବ୍ରାହ୍ମଣ-ତେଜ ଅପ୍ରମିତ

  87. Couplet 87

    ଜ୍ୱାଳା-କରାଳ-ଦୁର୍ବିଃସହତେଣୁ ସେ ଦଗ୍‌ଧଦେବୀ ଦେହ

  88. Couplet 88

    ଭକ୍ତଙ୍କ ପ୍ରତି ହିଂସା ଦେଖିଦେବୀ ମନରେ କୋପ ରଖି

  89. Couplet 89

    ପ୍ରତିମା ପରିତ୍ୟାଗ କଲେଭକ୍ତକୁ କୋଳରେ ଘେନିଲେ

  90. Couplet 90

    ତକ୍ଷଣେ ଉଗ୍ରମୂର୍ତ୍ତି ହୋଇଉଠିଲେ ଅତି ରୋଷବହି

  91. Couplet 91

    ସେ ଦେବୀ ଚଣ୍ତୀ ଭଦ୍ରକାଳୀଅତ୍ୟନ୍ତ କୋପେ ପରଜ୍ୱଳି

  92. Couplet 92

    ଭ୍ରୂକଟୀ କୁଟୀଳ ତାହାରବଦନ ଦିଶେ ଭୟଙ୍କର

  93. Couplet 93

    ଦନ୍ତ ଦିଶନ୍ତି ବିକରାଳଅରୁଣ ନୟନଯୁଗଳ

  94. Couplet 94

    ଚଣ୍ତାଟ୍ଟହାସ ଘୋରସ୍ୱନପୂର୍ଣ୍ଣ ନୋହିଛି ଦେବୀମନ

  95. Couplet 95

    ଧାଇଁଲେ ଅତି ଶୀଘ୍ରତରେପାପିଷ୍ଠମାନଙ୍କ ଉପରେ

  96. Couplet 96

    ତାହାର ହସ୍ତୁ ଖଡ୍‌ଗ ଘେନିଶୁଣ ହେ ନୃପଶିରୋମଣି

  97. Couplet 97

    ଶାଣିତ ଅସି ତୀକ୍ଷ୍‌ଣ ଧାରଛେଦିଲେ ତାହାଙ୍କର ଶିର

  98. Couplet 98

    ପରମ ସନ୍ତୋଷକୁ ପାଇଆପଣାଗଣ ସଙ୍ଗେ ଲଇଁ

  99. Couplet 99

    ରୁଧିର ସୁରା କରି ପାନଭୋଳେ ହୋଇଲେ ମନେ ଛନ୍ନ

  100. Couplet 100

    ଦେବୀର ଯେତେ ପାରିଷଦଆନନ୍ଦେ କରି ଗୀତନାଦ

  101. Couplet 101

    ମସ୍ତକମାନ ହସ୍ତେ ଧରିହରଷେ ବୁଲନ୍ତି ବିହରି

  102. Couplet 102

    ଶୁଣ ରାଜନ ସାବଧାନେସେ ଯେ ବୃଷଳ ପାପୀମାନେ

  103. Couplet 103

    ସାଧୁଙ୍କୁ କରି ପରାଭବଆପଣେ ନାଶ ଗଲେ ସର୍ବ

  104. Couplet 104

    ବିଷ୍ଣୁଭକତ ଯେତେ ନରେଦୟା ବହନ୍ତି ସର୍ବଠାରେ

  105. Couplet 105

    ବଇର ହିଂସା ଦୂରେ ତେଜିସେ ପାଦପଦ୍ମ ହୃଦେ ଭଜି

  106. Couplet 106

    ପରମହଂସ-ଭାଗବତତାହାଙ୍କୁ ରଖନ୍ତି ଅଚ୍ୟୁତ

  107. Couplet 107

    କହଇ ଦାସ ଜଗନ୍ନାଥପଞ୍ଚମସ୍କନ୍ଧେ ଭାଗବତ

  108. Couplet 108

    ପ୍ରଭୁ ପଦାରବିନ୍ଦତଳେମନ ମୋ ରହିବ ନିଶ୍ଚଳେ

Odia Bhagabata skandha 5 adhyaya 9 | Parbani by ParibhaAsha App