Skandha 5
Adhyaya 8
Couplet 1
ଶୁଣ ରାଜନ ସାବଧାନେମହାନଦୀରେ ଏକଦିନେ
Couplet 2
ସ୍ନାନ-ଆହ୍ନିକକ୍ରିୟା ସାରିଭରତ ଗୋବିନ୍ଦ ସୁମରି
Couplet 3
ତିନିମୁହୂର୍ତ୍ତ ଜଳେ ରହିଏକାନ୍ତେ ବିଷ୍ଣୁଙ୍କୁ ଭଜଇ
Couplet 4
ତକ୍ଷଣେ ଦେଖେ ମହୀପାଳହରିଣୀ ହୋଇ ତୃଷାକୁଳ
Couplet 5
ମିଳିଲା ଜଳାଶୟତୀରେଜଳ ପିଅଇ ସେ ସଧୀରେ
Couplet 6
ଏମନ୍ତ ସମୟେ ରାଜନଶୁଭିଲା ସିଂହର ଗର୍ଜନ
Couplet 7
ଡେଇଁଲା ମୃଗେନ୍ଦ୍ର ଭୟରେପଳାଏ ଅତି ଦୁରାନ୍ତରେ
Couplet 8
ସେ ମୃଗବଧୂ ଯେ ଗର୍ଭିଣୀଜଳ ପିଅନ୍ତେ ଛନ୍ନପୁଣି
Couplet 9
ଜଳପାନରେ ତୃଷା ତାରପୂର୍ଣ୍ଣ ନୋହିଲା ନୃପବର
Couplet 10
ଚାରିଦିଗରେ ସେ ନୟନବୁଲାଇ ଅତି ଛନ୍ନଛନ୍ନ
Couplet 11
ନିକଟେ ସିଂହ ପ୍ରାୟ ମଣିଅତି କାତରେ ସେ ହରିଣୀ
Couplet 12
ଜଳୁ ଉଠିଣ ଧାତିକାରେଡେଇଁଲା ମରଣ କାତରେ
Couplet 13
ସ୍ୱଭାବେ ଗର୍ଭ ହୋଇଥିଲାସେ ଗର୍ଭ ଜଳରେ ପଡିଲା
Couplet 14
ଗର୍ଭ ନିପାତେ ଖେଦମତିପ୍ରାଣ ତେଜିଲା ମୃଗସତୀ
Couplet 15
ନଦୀରେ ଦେଖି ମୃଗବାଳସେ ଯେ ଭରତ-ମହୀପାଳ
Couplet 16
ମାତାର ମୃତ୍ୟୁ ତାର ଦେଖିଦୟାରେ ଅଶ୍ରୁପୂର୍ଣ୍ଣ ଆଖି
Couplet 17
ଚିତ୍ତେ ଆକୁଳ ନୃପବରପ୍ରବେଶ ବାଳକ ପାଶର
Couplet 18
ମୃଗନନ୍ଦନ ଘେନି କରେଆଶ୍ରମେ ମିଳିଲେ ସତ୍ୱରେ
Couplet 19
ସେ ମୃଗନନ୍ଦନର ତହିଁଅତ୍ୟନ୍ତ ସ୍ନେହଭର ହୋଇ
Couplet 20
ନିତ୍ୟେ କୋମଳ-ତୃଣାଙ୍କୁରଲୋଡି ଆଣଇ ନୃପବର
Couplet 21
ଯାହା ସେ କରେ ଅଭିଳାଷତା ଦେଇ କରେ ମନତୋଷ
Couplet 22
ତା ସେବା ନିରତେ କରଇମାୟାରେ ମତିଭ୍ରମ ହୋଇ
Couplet 23
ନିୟମ-ସନ୍ଧ୍ୟା-ତପ ଯେତେବିସ୍ମର ହେଲା ନୃପ ଚିତ୍ତେ
Couplet 24
କେତେ ହେଁ ଦିନ ଅନନ୍ତରପ୍ରଭୁର ସେବା କଲା ଦୂର
Couplet 25
ଜଗତ ପିତାମାତା ହରିତାର ଚରନ ଚିତ୍ତେ ଧରି
Couplet 26
ଦାରା ତନୟ ଆଦି ଯେତେସକଳ ଦୂରକରି ଚିତ୍ତେ
Couplet 27
ଏ ଭାବେ ଥିଲା ସେ ରାଜନଦେଖ ଏହାର ମୂଢ଼ପଣ
Couplet 28
ସକଳ କର୍ମ ଦୂର କଲାମୃଗବାଳକେ ମନ ଦେଲା
Couplet 29
ବିଚାରେ ମାତାପିତା ଭାଇଏହାର ଆନ କେହି ନାହିଁ
Couplet 30
ଆଶ୍ରୟ କରିଅଛି ମୋତେମୁଁ ତାକୁ ତେଜିବି କେମନ୍ତେ
Couplet 31
ଏ ସାଧୁକର୍ମର କାରଣଏମନ୍ତ ଚିନ୍ତିଣ ରାଜନ
Couplet 32
ଆସନ-ଶୟନ-ଗମନେସ୍ନାନ-ଭୋଜନ-ଜନପାନେ
Couplet 33
ମୃଗବାଳକେ ମନ ତାରନିମିଷମାତ୍ର ନୋହେ ଦୂର
Couplet 34
କାଷ୍ଠ-ପଲାଶ ଆଣିବାରେଯେବେ ସେ ଯାଇ ବନସ୍ତରେ
Couplet 35
ମୃଗବାଳକ ଘେନି ସଙ୍ଗେପଥେ ଚଳଇ ନାନାରଙ୍ଗେ
Couplet 36
ବାଳକ ଚଳି ନ ପାରଇଭରତ ମନେ ବିଚାରଇ
Couplet 37
ଅତ୍ୟନ୍ତ ସ୍ନେହବଶ ହୋଇକନ୍ଧେ ତାହାକୁ ସେ ବହଇ
Couplet 38
ହୃଦରେ ଆରୋପି ହରଷେବାହୁରେ ଭିଡେ ସ୍ନେହବଶେ
Couplet 39
ସ୍ନାନ-ଭୋଜନବେଳେ ତାରକ୍ଷଣେ ହେଁ ନ କରେ ଅନ୍ତର
Couplet 40
ଏଥି ଉତ୍ତାରେ କିଛିଦିନେମୃଗଶାବକ ଗଲା ବନେ
Couplet 41
ସେ ଅବସରେ ନୃପବରନ ଦେଖି ମୃଗର କୁମର
Couplet 42
ଅସ୍ଥିରେ ତାହାକୁ ଲୋଡଇପୁଣି ସେ ଯେବେଟି ଦେଖଇ
Couplet 43
ଚଞ୍ଚଳଚିତ୍ତ ସ୍ଥିର କରେଆଶିଷ ବାଞ୍ଛଇ ତାହାରେ
Couplet 44
ହେ ବତ୍ସ ମୋହର କଲ୍ୟାଣଶୁଭ କରନ୍ତୁ ନାରାୟଣ
Couplet 45
ଯେବେ ନିମିଷେ ନ ଦେଖଇଶୋକ-ସାଗରେ ସେ ବୁଡଇ
Couplet 46
କୃପଣ ଦ୍ରବ୍ୟକୁ ଯେସନଚଉର୍ଯ୍ୟ କରି ନେଲେ ଆନ
Couplet 47
ତେମନ୍ତ ପ୍ରାୟେ ମହୀପାଳକ୍ଷଣେ ନ ଦେଖି ମୃଗବାଳ
Couplet 48
ବିହଳେ ହୃଦୟ କାତରଲୋଡଇ ମୃଗର କୁମର
Couplet 49
ଭ୍ରମେ ବୋଲଇ ବାକ୍ୟମାନମଲା କି ମୃଗରନନ୍ଦନ
Couplet 50
କି କର୍ମ କଲି ମୁଁ କିରାତକେଣେ ମୋ ଗଲା ମୃଗସୁତ
Couplet 51
ମୃଗବାଳକ ସୁକଲ୍ୟାଣେଚରୁକି ଥିବ ଉପବନେ
Couplet 52
ପ୍ରଭୁ କି ରଖିଥିବେ ତାରେଦେଖିବି ନୟନଗୋଚରେ
Couplet 53
କି ଅବା ମୃଗବାଳେ ମୋରଭକ୍ଷିଲେ ଶୃଗାଳ କୁକୁର
Couplet 54
ରବିର ଅସ୍ତକାଳ ହୋଇମୋ ମୃଗସୁତ ନ ଦିଶଇ
Couplet 55
ଶୋକେ ଆକୁଳ ମୋର ଦେହୀକେଣେ ହେଁ ମୃଗବାଳ ନାହିଁ
Couplet 56
ସେ ମୃଗରାଜର କୁମରମନୋଜ୍ଞ-ଗମନ ତାହାର
Couplet 57
କ୍ଷଣକେ ଆଶ୍ରମଲୋକରଦୁଃଖ ଖଣ୍ତଇ ନିରନ୍ତର
Couplet 58
ମିଥ୍ୟାରେ ଚକ୍ଷୁବୁଜି ମୁହିଁକ୍ଷଣମାତ୍ରକ ଯେବେ ରହି
Couplet 59
ଚକିତ ପ୍ରାୟେ ସେ ହୁଅଇମୋହର ଅଗ୍ରତେ ଲୋଟଇ
Couplet 60
ଋଷିକୁକମରଙ୍କର ସଙ୍ଗେଖେଳୁ ଯେ ଥାଇ ନାନରଙ୍ଗେ
Couplet 61
କୋମଳତୃଣାଙ୍କୁରମାନବାଳକେ ଦିଅନ୍ତି ବହନ
Couplet 62
ସେ ସର୍ବସୁଖ ଦୂର ହେଲାମୃଗକୁମର କେଣେ ଗଲା
Couplet 63
ସେ ମୋର କୃଷ୍ଣସାରବାଳମୃଦୁ ତାହାର ପାଦତଳ
Couplet 64
କୋମଳ ଖୁରପୁଟପନ୍ତିସେ ମୋର ଦ୍ରବିଣ-ସମ୍ପତ୍ତି
Couplet 65
ମୃଗଶାବକ ଖୋଜିବାରନୃପତି ହୋଇଲା ବାହାର
Couplet 66
ପଥରେ ପଦଚିହ୍ନ ଦେଖିକହଇ ନିରେଖି ନିରେଖି
Couplet 67
ଧନ୍ୟ ପୃଥିବୀ ତୋର ପୁଣ୍ୟଏ ଚିହ୍ନ କଲୁ ତୁ ଧାରଣ
Couplet 68
ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେତୋ ଦେହ ଶୋଭାକୁ ଯେ ପାଏ
Couplet 69
ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲାଯହୁଁ ସେ ଚନ୍ଦ୍ରକୁ ଦେଖିଲା
Couplet 70
ତହିଁ ଦେଖିଣ ମୃଗଚିହ୍ନଭାବିଲା ନିଜ ମନେ ମନ
Couplet 71
ମୃଗଶାବକ ଦେଖି ଏକଦୟାରେ କି ତାରାନାୟକ
Couplet 72
ସିଂହଭୟରୁ ରକ୍ଷା କଲେଆପଣା ନିକଟେ ରଖିଲେ
Couplet 73
ଅତ୍ୟନ୍ତ ସୁଖକୁ ସେ ଦେଇତା ବିନୁ ମୋର କେହି ନାହିଁ
Couplet 74
ଏ ଯେ ଆଶ୍ରମ-ମୁନିଗଣକରନ୍ତି ନାନା ଶୁଭକର୍ମ
Couplet 75
ହରଷଚିତ୍ତେ ମୁନିଗଣକରନ୍ତି ତାହାରେ କଲ୍ୟାଣ
Couplet 76
ମୃଗେନ୍ଦ୍ର ଭୟରୁ ତାହରମାତା ଯେ ଛାଡିଲା ଶରୀର
Couplet 77
ତେଣୁ ମୁଁ ଳଭିଲି ତାହାରେଏବେ ସେ ଗଲା ବନଘୋରେ
Couplet 78
ଏମନ୍ତେ ଶୁଣ ମହୀପାଳକ୍ଷଣେ ସେ ଦେଖି ମୃଗବାଳ
Couplet 79
ବ୍ୟର୍ଥକର୍ମରେ ସେବା ତାରସୁକର୍ମ ତେଜି ନୃପବର
Couplet 80
ପୂର୍ବତପସ୍ୟା ହତ ତାରଶୁଭକର୍ମକୁ କଲା ଦୂର
Couplet 81
ଅଖିଳ-ବ୍ରହ୍ମାଣ୍ତ-କାରଣଅନାଦିନାଥ-ନାରାୟଣ
Couplet 82
ତାର ଚରଣ ଦୂର କରିମୃଗବାଳକେ ମନ ଧରି
Couplet 83
ମୋକ୍ଷପଦକୁ ପ୍ରତିବନ୍ଧସେ ମୃଗବାଳ ପଶୁମନ୍ଦ
Couplet 84
ତହିଁ ମମତା ରାଜା କଲାଯୋଗଅଭ୍ୟାସ ନ ଜାଣିଲା
Couplet 85
ତାହାକୁ ଥୋଇ ହୃଦାସନେଭୁଲିଲା ଜଗତ କାରଣେ
Couplet 86
ମୃଗର ଲାଳନ-ପାଳନଏଣେ ହରଇ ସେହୁ ଦିନ
Couplet 87
ଏମନ୍ତେ କେତେ ଦିନ ଗଲାଆୟୁଷ ଶେଷ ତା ହୋଇଲା
Couplet 88
ଏମନ୍ତେ ଶୁଣ ହେ ରାଜନକାଳର ହେଲା ସେ ଅଧୀନ
Couplet 89
ସମୀପେ ଦେଖି ମୃଗବାଳଶୋକରେ ହୋଇଲା ବିକଳ
Couplet 90
ପୁତ୍ରର ପ୍ରାୟେ ସ୍ନେହଭରେମନ ଅର୍ପଲା ତାହାଠାରେ
Couplet 91
ଅତ୍ୟନ୍ତ ଶୋକକରି ମନେପ୍ରାଣ ଛାଡିଲା ତତକ୍ଷଣେ
Couplet 92
ମୃଗର ତହିଁ ମନ ଥିଲାତେଣୁ ସେ ମୃଗଜନ୍ମ ହେଲା
Couplet 93
ମୃଗଜନ୍ମଟି ସେ କାରଣୁଶୁଣ ହେ ଅଭିମନ୍ଯୁ -ତନୁ
Couplet 94
ପୂର୍ବଜନ୍ମର କଥା ତାରସ୍ମରଣ କଲା ନୃପବର
Couplet 95
ମୃଗଙ୍କ ସେଙ୍ଗ ବନେ ଥାଇଅରଣ୍ୟେ ବୁଲଇ ସେ ମହୀ
Couplet 96
ବୁଲନ୍ତେ ଏକଦିନକରବୃକ୍ଷର ମୂଳେ ମୁନିବର
Couplet 97
ବ୍ରହ୍ମସାଧନେ ଚିତ୍ତ ଦେଇମନକୁ ବ୍ରହ୍ମରନ୍ଧ୍ରେ ଥୋଇ
Couplet 98
ତା ଦେଖି ରାଜା ବିଚାରଇମୁଁ ଯେ ହୋଇଣ ଥିଲି ଏହି
Couplet 99
ମନରେ ଜାଣି ସେ ରାଜନବିକଳେ ହୋଇ ଛନ୍ନଛନ୍ନ
Couplet 100
ମୃଗଜନ୍ମର ଯେ କାରଣମନେ ଜାଣିଲା ସେ ରାଜନ
Couplet 101
ପ୍ରଭୁର ସେବା ଭ୍ରଷ୍ଟ ହୋଇମନେ ବହୁତ ତାପ ପାଇ
Couplet 102
ଅତ୍ୟନ୍ତ ଶୋକ କରି ମନେବୋଲଇ ଲୋତକନୟନେ
Couplet 103
ଭ୍ରଷ୍ଟ ହୋଇଲି ମୁଁ ପାମରପ୍ରଭୁର ସେବା କଲି ଦୂର
Couplet 104
ସମସ୍ତ ତପକୁ ହୁଡିଣବିବିଧ-ଯଜ୍ଞ-ଶୁଭକର୍ମ
Couplet 105
ନାମଶ୍ରବଣ ଉଚ୍ଚାରଣନିରତେ କରି ଆରାଧନ
Couplet 106
ସକଳ-ଆତ୍ମା ଭଗବାନମନ ଅର୍ପିଲି ଅନୁଦିନ
Couplet 107
ଯେଣୁ ସେ ସକଳ ଛାଡିଲିମୃଗବାଳକେ ମନ ଦେଲି
Couplet 108
ତେଣୁ ଏ ଜୀବନ ମୋହରପାଇଲା ମୃଗର ଶରୀର
Couplet 109
ଏମନ୍ତ ମନରେ ବିଚାରିଚଞ୍ଚଳଚିତ୍ତ ସ୍ଥିର କରି
Couplet 110
ଆପଣା ମାତା ଯେ ହରିଣୀତାହାକୁ ତେଜି ନୃପମଣି
Couplet 111
ପ୍ରଭୁର ଅତି ପ୍ରିୟସ୍ଥାନଯେ ତୀର୍ଥ ଶାଳଗ୍ରାମ ନାମ
Couplet 112
ପରମସାଧୁ ଭକ୍ତଜନେଅଛନ୍ତି ଯହିଁ ମୁନିମାନେ
Couplet 113
ତହିଁକି ଶୀଘ୍ର ଚଳିଯାଇରହିଲା ମୃତ୍ୟୁବାଟ ଚାହିଁ
Couplet 114
କୁସଙ୍ଗ-ସଙ୍ଗକୁ ସେ ଡରିମନେ ଚିନ୍ତଇ ନରହରି
Couplet 115
ନୀରସଦଳ ସେ ଭକ୍ଷଇମୃଗଶରୀର ଯିବା ପାଇଁ
Couplet 116
ମନରେ କରଇ ବିଚାରକେମନ୍ତେ ଯିବ ଏ ଶରୀର
Couplet 117
ଏମନ୍ତେ ଶୁଣ ହେ ରାଜନକେତେହେଁ ଗଲା ତହିଁ ଦିନ
Couplet 118
ସେ ତୀର୍ଥଜଳରେ ତାହାରତେଜିଲା ମୃଗକଳେବର
Couplet 119
ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣବ୍ରହ୍ମା ଚିନ୍ତଇ ଯା ଚଉଣ
Couplet 120
ସେ ଚକ୍ରଧର ନାରୟଣପଦପଙ୍କଜ ସୁମରିଣ
Couplet 121
କହଇ ଦାସ ଜଗନ୍ନାଥସାଧୁଙ୍କ ହିତେ ଭାଗବତ
Couplet 122
ପଞ୍ଚମସ୍କନ୍ଧେ କୃଷ୍ଣବାଣୀଶୁଣି ସଂସାରୁ ତରପ୍ରାଣୀ