Skip to content
paribhaasha

Skandha 5

Adhyaya 7

  1. Couplet 1

    ଏବେ ହୋ ଶୁଣ ପରୀକ୍ଷିତଋଷଭ ଉତ୍ତାରେ ଯେମନ୍ତ

  2. Couplet 2

    କହିବା ତହିଁର ଉଦନ୍ତରାଜନ ହୁଅ ଏକଚିତ୍ତ

  3. Couplet 3

    ଭରତ ମହାଭାଗବତଋଷଭେ ହୋଇଣ ସମ୍ଭୂତ

  4. Couplet 4

    ତାହାଙ୍କ ଆଜ୍ଞା ଶିରେ ଘେନିଆନନ୍ଦେ ପାଳନ୍ତି ମେଦିନୀ

  5. Couplet 5

    ବିଶ୍ୱରୂପର କନ୍ୟା ସେହିପଞ୍ଚଜନୀକୁ ବିଭା ହୋଇ

  6. Couplet 6

    ପଞ୍ଚକୁମର ଯେ ତାହାରହୋଇଲେ ଅତି ମନୋହର

  7. Couplet 7

    ଧୂମ୍ରକେତୁ ଯେ ସୁଦର୍ଶନସୁମତି ରାଷ୍ଟଭୃତ ନାମ

  8. Couplet 8

    ଅପରେ ଆବରଣ ନାମହୋଇଲେ ଅତି ଅନୁପମ

  9. Couplet 9

    ଏ ଦେଶ ଅଜନାଭ ଥିଲାଭରତୁଁ ଭାରତ ହୋଇଲ

  10. Couplet 10

    ଏମନ୍ତେ ଶୁଣ ପରୀକ୍ଷିତବିଷ୍ଣୁଭକତ ସେ ଭରତ

  11. Couplet 11

    ଦେବ-ବ୍ରାହ୍ମଣ-ପ୍ରଜାଜନସ୍ୱଚ୍ଛନ୍ଦେ କରଇ ପାଳନ

  12. Couplet 12

    ଯେ ଯାହା ଧର୍ମଅନୁସାରଆନ ନ କରନ୍ତି ଆଚାର

  13. Couplet 13

    ଯେ ଦର୍ଶ-ପୌର୍ଣ୍ଣମାସ ଆଦିଚାତୁର୍ମାସ୍ୟ ଯଜ୍ଞ ପ୍ରସିଦ୍ଧି

  14. Couplet 14

    ଅଗ୍ନିହୋତ୍ର ଯେ ପଶୁ-ସୋମଏ ଆଦି ଯେତେ ଯଜ୍ଞମାନ

  15. Couplet 15

    ଶ୍ରଦ୍ଧାରେ ଯାଗଯଜ୍ଞ କରିପୂଜନ୍ତି ଦେବ ନରହରି

  16. Couplet 16

    ଯଜ୍ଞେ ସକଳଦେବ ତୋଷିଯେଯାହା ଭାବେ ରାଜଋଷି

  17. Couplet 17

    ନାନାଯଜ୍ଞରେ ସେ ରାଜନସନ୍ତୋଷେ ପୂଜେ ଭଗବାନ

  18. Couplet 18

    ସର୍ବଦେବତାମୂଳ ସେହିଅଶେଷ-ପ୍ରଭୁ-ଭାବଗ୍ରାହୀ

  19. Couplet 19

    ଅଖିଳଦେବଙ୍କ ଈଶ୍ୱରସକଳ-ବ୍ରହ୍ମାଣ୍ତ-ଠାକୁର

  20. Couplet 20

    ତାହାଙ୍କ ଚରଣାରବିନ୍ଦେମନ ନିବେଶି ଅପ୍ରମାଦେ

  21. Couplet 21

    ସକଳ ଯଜ୍ଞଅବସାନେଦେବେ ସନ୍ତୋଷ ହୋଇ ମନେ

  22. Couplet 22

    ପରମକଲ୍ୟାଣ ସେ କରିହରଷେ ଗଲେ ଯେଜା ପୁରୀ

  23. Couplet 23

    ସୁକର୍ମ-ପ୍ରସାଦୁ ରାଜାରନିର୍ମଳ ହେଲା କଳେବର

  24. Couplet 24

    ସ‌ତ୍ତ୍ୱଗୁଣରେ ନୃପମଣିମନେ ଚିନ୍ତଇ ଚକ୍ରପାଣି

  25. Couplet 25

    ଆକାଶପ୍ରାୟ ଯେ ଈଶ୍ୱରଶୁଦ୍ଧ ନିର୍ମଳ ସ‌ତ୍ତ୍ୱସାର

  26. Couplet 26

    ପରମବ୍ରହ୍ମ ବାସୁଦେବଅନାଦିପୁରୁଷ ମାଧବ

  27. Couplet 27

    ନାନାଲକ୍ଷଣେ ବିରାଜିତଚତୁରଭୁଜେ ସେ ଶୋଭିତ

  28. Couplet 28

    ଶ୍ରୀବତ୍ସ କଉସ୍ତୁଭମଣିଗଦା କମଳ ଚକ୍ରପାଣି

  29. Couplet 29

    ଶଙ୍ଖ ଶୋହଇ ବାମକରେବନମାଳା ଯେ ଲମ୍ବେ ଉରେ

  30. Couplet 30

    ଏ ଆଦି ଯେତେ ଚିହ୍ନ-ବର୍ଣ୍ଣଚିନ୍ତା କରଇ ସେ ରାଜନ

  31. Couplet 31

    ଅତିଭକତି ନାରାୟଣେହୋଇଲା ତାର ଦିନୁଦିନେ

  32. Couplet 32

    ଏମନ୍ତେ ଗଲା କେତେଦିନଶୁଣ ସୁମନେ ହେ ରାଜନ

  33. Couplet 33

    ଲକ୍ଷେବରଷ ସେ ରାଜନଅବନୀ କରିଣ ପାଳନ

  34. Couplet 34

    ସକଳକର୍ମ ସାଧ୍ୟ କଲେପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ

  35. Couplet 35

    ରାଜସମ୍ପଦ ଯଥୋଚିତେବିଭାଗ କରି ଯେଝାମତେ

  36. Couplet 36

    ଦେଇ ସେ ଋଷଭକୁମରଆପଣେ ହୋଇଲେ ବାହାର

  37. Couplet 37

    ପୁଲହଋଷିଙ୍କ ଆଶ୍ରମତହିଁକି କଲେକ ଗମନ

  38. Couplet 38

    ଅଦ୍ୟାପି ହରି -ଭଗବାନଯହିଁ ଅଛନ୍ତି କରି ସ୍ଥାନ

  39. Couplet 39

    ତହିଁର ନଦୀ ଶୁଦ୍ଧଜଳସୁଖେ ସେବନ୍ତି ମୁନିକୁଳ

  40. Couplet 40

    ତାହର ଗଣ୍ତକୀ ଯେ ନାମସ୍ମରଣେ ପାପ-ବିନାଶନ

  41. Couplet 41

    ପୁଲହାଶ୍ରମ ଯେ ଗହନବିବିଧ ଦ୍ରୁମରେ ଶୋଭନ

  42. Couplet 42

    ନାନା କୁସୁମେ ପରିମଳନିର୍ମଳ ସୁଶୀତଳ ଜଳ

  43. Couplet 43

    ମଳୟପବନ ନିରତେତହିଁ ଭରତ ଶୁଦ୍ଧ ଚିତ୍ତେ

  44. Couplet 44

    କୋମଳ ତୁଳସୀରଦଳସୁସ୍ୱାଦୁ ପକ୍ୱ ଫଳମୂଳ

  45. Couplet 45

    ଅନ୍ୟ ଯେ ବନ୍ୟ-ଉପହାରନିବେଦି ଗୋବିନ୍ଦ ପୟର

  46. Couplet 46

    ଇନ୍ଦ୍ରିୟଗଣକୁ ନିବାରିବିଷୟରସ ଦୂର କରି

  47. Couplet 47

    ନିତ୍ୟେ ଗୋବିନ୍ଦ-ଆରାଧନକରଇ ହରଷେ ରାଜନ

  48. Couplet 48

    ମହାପୁରୁଷ ସେବା ବିନେଅନ୍ୟ ସେ ନ ଭାବଇ ମନେ

  49. Couplet 49

    ଜଗତ-ପ୍ରଭୁ ନାରାୟଣେଶ୍ରଦ୍ଧା ବଢାଇ ଅନୁକ୍ଷଣେ

  50. Couplet 50

    କୈବଲ୍ୟଦାତା ନାମ ଧରିହୃଦୟ ଗଦଗଦ କରି

  51. Couplet 51

    ରୋମପୁଲକ ଅଶ୍ରୁପାତହରଷ ତନୁ ଅବିରତ

  52. Couplet 52

    ଏମନ୍ତ ପ୍ରଭୁ ଯେ ଗୋବିନ୍ଦଅରୁଣ-ଚରଣାରବିନ୍ଦ

  53. Couplet 53

    ଆସ୍ୱାଦ କରି ଅବିରତେପରମଭକ୍ତି ଯୋଗମତେ

  54. Couplet 54

    ଗଭୀର-ହ୍ରଦ-ହୃଦୟରେଚିତ୍ତ ବୁଡାଇ ନିରନ୍ତରେ

  55. Couplet 55

    ନିତ୍ୟେ ଯେ ପ୍ରଭୁ ସେବା ତାରବିସ୍ମର କଲା ନୃପବର

  56. Couplet 56

    ଏଥୁ ଅନ୍ତରେ ସେ ରାଜନଅଜିନ କରି ପରିଧାନ

  57. Couplet 57

    ଶିରେ କପିଳ-ଜଟାଭାରଶରୀର ଦିଶଇ ସୁନ୍ଦର

  58. Couplet 58

    ସୂର୍ଯ୍ୟମଣ୍ତଳେ ସେ ରାଜନବ୍ରହ୍ମରୂପକୁ କରି ଧ୍ୟାନ

  59. Couplet 59

    ଏମନ୍ତ ବାକ୍ୟ ଅନୁମାନେବୋଲଇ ହରଷିତ ମନେ

  60. Couplet 60

    ହେ ପରଂବହ୍ମ ତୁ ସବିତାନିଖିଳ-କର୍ମଫଳଦାତା

  61. Couplet 61

    ଇଚ୍ଛାମାତ୍ରକେ ସୃଷ୍ଟି କରୁସକଳ ଜୀବେ ପ୍ରତିପାଳୁ

  62. Couplet 62

    ତୋ ତେଜେ ସର୍ବବୁଦ୍ଧି ସ୍ଫୁରେଶରଣ ଗଲି ତୋ ପୟରେ

  63. Couplet 63

    ସେ ପରାପର-ବ୍ରହ୍ମରୂପତାଙ୍କୁ ଚିନ୍ତଇ ନିତ୍ୟେ ନୃପ

  64. Couplet 64

    ଭରତ କର୍ମ ଅନୁସରିସୂଜନେ ଚିନ୍ତ ନରହରି

  65. Couplet 65

    ସେ ପ୍ରଭୁ ଚରଣାରବିନ୍ଦେମନ ନିବେଶି ଅପ୍ରମାଦେ

  66. Couplet 66

    କହଇ ଦାସ ଜଗନ୍ନାଥଶ୍ରୀକୃଷ୍ଣ-ଭଜନ-ଚରିତ

Odia Bhagabata skandha 5 adhyaya 7 | Parbani by ParibhaAsha App