Skandha 5
Adhyaya 6
Couplet 1
ମୋର ସଂଶୟ ହୃଦଗତେଭୋ ମୁନି ଫେଡ଼ ଦୟାଚିତ୍ତେ
Couplet 2
ଯେ ଇଚ୍ଛାବିହାରୀ ପୁରୁଷସକଳକର୍ମର ଯେ ଈଶ
Couplet 3
ଏ ରୂପେ କିବା କାର୍ଯ୍ୟ ତାରସଂଶୟ ଫେଡ ମୁନିବର
Couplet 4
ଅଷ୍ଟ ଐଶ୍ୱର୍ଯ୍ୟଦାତା ହୋଇକଷ୍ଟେ କ୍ଲେଶିତ କାହିଁପାଇଁ
Couplet 5
ଯେ ପ୍ରଶ୍ନ କଲ ହେ ରାଜନକହଇ ଶୁଣ ସାବଧାନ
Couplet 6
ଐଶ୍ୱର୍ଯ୍ୟପଦ ଆଦି ଯେତେନିତ୍ୟେ କଦର୍ଥନ୍ତି ସମସ୍ତେ
Couplet 7
ଏ ମନ ଚଞ୍ଚଳ ସ୍ୱଭାବକେବେ ହେଁ ବିଶ୍ୱାସ ନ ଯିବ
Couplet 8
ଯାହାର ମୂଳ କାମ ଲୋଭଶୋକ ମୋହ ଯେ କ୍ରୋଧ ଗର୍ବ
Couplet 9
ଏ ସର୍ବ ଯାର ମୂଳ ହୋଇପ୍ରାଣୀଙ୍କି ବନ୍ଧନ କରଇ
Couplet 10
କେ ଏହା ସାଧୁ କରି ମଣେମୂଢ଼ ପାମର ଜନ ବିନେ
Couplet 11
ଏବେ ହୋ ଶୁଣ ମହୀପାଳସେ ଯେ ଋଷଭ-ଅବତାର
Couplet 12
ଅଖିଳ-ଲୋକପାଳ-ବରବଦନ୍ତି ଚରଣେ ଯାହାର
Couplet 13
ସେ ଦେବ ନାନା ବିଲକ୍ଷଣଜଡ଼ର ପ୍ରାୟ ଆଚରଣ
Couplet 14
ଭ୍ରମନ୍ତି ନାନା ଦେଶ-ଗ୍ରାମେଯୋଗ ଶିଖାଇ ଯୋଗଧର୍ମେ
Couplet 15
ଏମନ୍ତେ ଗଲା କେତେଦିନଶୁଣ ରାଜନ ଏକମନ
Couplet 16
ଋଷଭ ମନେ ବିଚାରିଲେଏ ଦେହ ଛାଡିବୁ ବୋଇଲେ
Couplet 17
ଆତ୍ମାରେ ଆତ୍ମାକୁ ବୁଡାଇଇନ୍ଦ୍ରିୟବୃତ୍ତେ ମନ ନାହିଁ
Couplet 18
ଏମନ୍ତ ମୁକ୍ତଲିଙ୍ଗରୂପହୋଇଲେ ଈଶ୍ୱର-ସ୍ୱରୂପ
Couplet 19
ମୃତ୍ପିଣ୍ତ ପ୍ରାୟେ ଦେହ ମଣିସ୍ୱଚ୍ଛନ୍ଦେ ବିହରିଲେ ଜ୍ଞାନୀ
Couplet 20
ଦକ୍ଷିଣେ କର୍ଣ୍ଣାଟଦେଶରେମିଳିଲେ କୁଟକଗିରିରେ
Couplet 21
ତହିଁର ଉପବନେ ସେହିବୁଲନ୍ତି ମୁକ୍ତଦେଶ ହୋଇ
Couplet 22
ଏମନ୍ତେ ପବନ ବେଗରେଅଗ୍ନି ଜଳିଲା ଅତିଖରେ
Couplet 23
ବନସ୍ତ-ବୃକ୍ଷ-ଜୀବମାନଶୀଘ୍ର ସେ କରଇ ଦହନ
Couplet 24
ସେ ଜଡ଼ରୂପ ଯୋଗେଶ୍ୱରପଶିଲେ ଅଗ୍ନିର ଭିତର
Couplet 25
ଅନଳତେଜ ଅତିଖରଦହିଲା ତାହାଙ୍କ ଶରୀର
Couplet 26
ପାଷଣ୍ତପଣ ଯହୁଁ ହୋଇକୁପଥମାନଙ୍କୁ ସେ ଲଇ
Couplet 27
କଳିଯୁଗରେ ନରନାଥଏ ଯେ ଋଷଭଦେବ-ପଥ
Couplet 28
ନ ବୁଝ ପାଷାଣ୍ତ ବହୁତବାହ୍ୟ-ଆଚାରେ ଅବଧୂତ
Couplet 29
ଶୌଚ-ପବିତ୍ର ଦୂରକରିଦେବତାନିନ୍ଦାକୁ ଆଚରି
Couplet 30
କଳିର ଆଚର ଯେସନତହିଁରେ ହୋଇ ମତିଭ୍ରମ
Couplet 31
ଦେବ-ବ୍ରାହ୍ମଣ-ଯଜ୍ଞମାନନିନ୍ଦା କରିବେ ଅନୁକ୍ଷଣ
Couplet 32
ସୁକର୍ମପଥକୁ ଛାଡିବେକୁମାର୍ଗମାନ ଆଚରିବେ
Couplet 33
ଶୁଣ କହିବା ନୃପବରଏ ଯେ ଋଷଭ-ଅବତାର
Couplet 34
ରଜଗୁଣର ଜାତ ଯେତେତାହାଙ୍କ କଇବଲ୍ୟ ଅର୍ଥେ
Couplet 35
ତାହାଙ୍କ ଗୁଣ ଏ ସଂସାରେଗାୟନ କରୁଛନ୍ତି ନରେ
Couplet 36
ସପତସିନ୍ଧୁ ମଧ୍ୟେ ଥାଇଦ୍ୱୀପ ବରଷ ଯେତେ ହୋଇ
Couplet 37
ଭାରତବର୍ଷ ତହିଁ ଧନ୍ୟଯହିଁରେ ଜନ୍ମି ପ୍ରାଣୀମାନ
Couplet 38
ଅଖିଳଜନର ଠାକୁରତାହାଙ୍କ ଜନ୍ମ-ଅବତାର
Couplet 39
ଗାୟନ କରନ୍ତି ହରଷେଯେଣେ ଅଜ୍ଞାନ-ପାପ ନାଶେ
Couplet 40
ଧନ୍ୟ ଏ ପ୍ରିୟବ୍ରତ ବଂଶଯହିଁ ଜନ୍ମିଲେ ବିଷ୍ଣୁଅଂଶ
Couplet 41
ଧନ୍ୟ ସେ ରାଜାମଧ୍ୟେ ଶ୍ରେଷ୍ଠଭକତ ମଧ୍ୟରେ ଗରିଷ୍ଠ
Couplet 42
ଏହାର ତୁଲ୍ୟ କେ ଅପରଯେ ବଂଶେ ଦେବ-ଯୋଗେଶ୍ୱର
Couplet 43
ବେଦ ବ୍ରାହ୍ମଣ ଗୋରୁ ଆଦିଦେବତା ନର ଯେ ପ୍ରସିଦ୍ଧି
Couplet 44
ଏ ସର୍ବ ଗୁରୁ ଭଗବାନଋଷଭ ପରମ-କାରଣ
Couplet 45
ତାହାଙ୍କ ଅଦଭୁତ-କର୍ମବିଶୁଦ୍ଧ ଯେତେ ଆଚରଣ
Couplet 46
ପ୍ରାଣୀମାନଙ୍କ ପାପହରପରମ-ମଙ୍ଗଳ-ମନ୍ଦିର
Couplet 47
ଶ୍ରଦ୍ଧାରେ ଶୁଣନ୍ତି ଯେ ନରହରଷେ କରନ୍ତି ବିଚାର
Couplet 48
ଚଞ୍ଚଳଚିତ୍ତ ସ୍ଥିର କରିଯେ ଅବା ବଦନେ ଉଚ୍ଚାରି
Couplet 49
ତା ମତି କୃଷ୍ଣର ପୟରେରହଇ ଅତି ଦୃଢ଼ତରେ
Couplet 50
ପରମ-କୃପାମୟ ତହିଁନିଶ୍ଚଳ-ଭକତି ଲଭଇ
Couplet 51
ଯେ ଭକ୍ତିପ୍ରସାଦରୁ ନରସଂସାରବନ୍ଧୁ ହୋନ୍ତି ପାର
Couplet 52
ବିଷୟଜଳେ ବୁଡୁଥାଇଭକ୍ତିଭେଳାରେ ସେ ତରଇ
Couplet 53
ସେ ସର୍ବପୁରୁଷାର୍ଥ ପାଇଯାର ପ୍ରସାଦୁ ମୋକ୍ଷ ହୋଇ
Couplet 54
ଶୁଣ କହିବା ନୃପବରଯେ ଯଦୁବଂଶର ଠାକୁର
Couplet 55
ତାହାର ଭୃତ୍ୟ ତୁ ରାଜନସେ ଯେ ଅନାଦି-ଭଗବାନ
Couplet 56
ନାନାଦି ଅବତାର ବହିସଂସାରୁ ପ୍ରାଣୀଙ୍କି ତାରଇ
Couplet 57
ଭକ୍ତିରେ ତାଙ୍କୁ ଯେ ଭଜଇସେ ପ୍ରଭୁ ତାରେ ମୋକ୍ଷ ଦେଇ
Couplet 58
ଯେ ନିତ୍ୟ-ଆନନ୍ଦ-ଶରୀରତାହାର ତୃଷ୍ଣା ଆଦି ଦୂର
Couplet 59
ପରମ-କଲ୍ୟାଣ-କାରଣଲୋକରେ ଦୟା ପରାୟଣ
Couplet 60
ସେ ଯେ ରକ୍ଷଭ-ଯୋଗେଶ୍ୱରତାହାଙ୍କୁ ମୋର ନମସ୍କାର
Couplet 61
କହଇ ଦାସ ଜଗନ୍ନାଥଭାଷାପ୍ରବନ୍ଧେ ଭାଗବତ
Couplet 62
ସେ ପ୍ରଭୁ ଋଷଭ-ଚରଣେମୋ ମନ ରହୁ ଅନୁକ୍ଷଣେ