Skandha 5
Adhyaya 3
Couplet 1
ଆଗ୍ନୀଧ୍ରସୁତଙ୍କ ମଧ୍ୟରେନାଭିଙ୍କ ପୁତ୍ର ନୋହିବାରେ
Couplet 2
ବାଞ୍ଛା କରି ପୁତ୍ରକାମରେତା ପତ୍ନୀ ମେରୁଦେବୀଠାରେ
Couplet 3
ଭଗବାନ - ଯଜ୍ଞପୁରୁଷେସେ ରାଜା ଭଜିଲା ବିଶ୍ୱାସେ
Couplet 4
ନାଭି ଯେ ଶୁଦ୍ଧଭାବ ଧରିମନ୍ତ୍ରେ ଆହୁତି ହବି-ବଳି
Couplet 5
ତାହାର ଶ୍ରଦ୍ଧାଭାବୁଁ କରିଯଜ୍ଞେ ପ୍ରସନ୍ନ ନରହରି
Couplet 6
ଭଗବାନ-ଭକ୍ତବତ୍ସଳସେ ସର୍ବଆତ୍ମାର କୁଶଳ
Couplet 7
ରାଜାର ସନ୍ତୋଷ ନିମନ୍ତେସ୍ୱଚ୍ଛନ୍ଦେ ଅତି ହୃଷ୍ଟଚିତ୍ତେ
Couplet 8
ମନ-ନୟନାନନ୍ଦ-ବେଶଅଗ୍ନିରେ ହୋଇଲେ ପ୍ରକାଶ
Couplet 9
ଭୁଜଯୁଗଳ ବେନିକରିପୀତବସନ ଛନ୍ତି ଧରି
Couplet 10
ଶଙ୍ଖ-କମଳ ବାମେ ଧରିଦକ୍ଷିଣକରେ ଗଦା ଅରୀ
Couplet 11
ତେଜେ ବିରାଜମାନ ହୋଇକୌସ୍ତୁଭମଣି କଣ୍ଠେ ଶୋହି
Couplet 12
ଅମୂଲ୍ୟରତ୍ନ-ମୁକ୍ତହାରବିରାଜମାନ ହୃଦୟର
Couplet 13
ବିବିଧମଣିମାନଙ୍କରେନିର୍ମିତ ମୁକଟ ଶିରରେ
Couplet 14
କୁଣ୍ତଳ-କଙ୍କଣ-ସୁନ୍ଦରକଟୁମେଖଳା ରତ୍ନସାର
Couplet 15
ହାର କେୟୂର ଯେ ନୂପୁରଏ ଆଦି ଭୂଷଣ ଶରୀର
Couplet 16
ସେ ଯଜ୍ଞ ବରଣକର୍ତ୍ତାରଉତ୍ସୁକ ହୃଦୟେ ଅପାର
Couplet 17
ନିର୍ଦ୍ଧନ-ଗୃହପତି ଧନେପ୍ରାପତ କୋଟିନିଧି ଯେହ୍ନେ
Couplet 18
ତେମନ୍ତ ହୋଇ ଦ୍ୱିଜଗଣଯଜ୍ଞରେ ଥିଲେ ଯେତେ ଜନ
Couplet 19
ପରମ-ହରଷକୁ ପାଇନମିଲେ ଶିରେ କର ଦେଇ
Couplet 20
ଭୋନାଥ ପରମକାରଣତୁମ୍ଭର ଆମ୍ଭେ ଭୃତ୍ୟଗଣ
Couplet 21
ସର୍ବପୂରିତ ତୁ ଠାକୁରସେବା ତୁ ଘେନ ହେ ଆମ୍ଭର
Couplet 22
ତୋହର ଚରଣାରବିନ୍ଦେନମିଲୁ ପରମ ଆନନ୍ଦେ
Couplet 23
ତୋର ଭିଆଣ ଏ ଜଗତପ୍ରକୃତି-ପୁରୁଷ ବିଦିତ
Couplet 24
ତ୍ରିଗୁଣେ ଜୀବ ବନ୍ଦୀ ହୋଇତୋର ମାୟାରେ ଭ୍ରମୁଥାଇ
Couplet 25
ଯେତେ ସୃଷ୍ଟିର କର୍ତ୍ତାମାନସେ ସର୍ବେ ତୋହର ଅଧୀନ
Couplet 26
ଭୋନାଥ ତୋହର ମହିମାସଂଖ୍ୟାରେ କେ କରିବ ସୀମା
Couplet 27
ତୋର ଆକୃତି-ରୂପ -ନାମଧ୍ୟାନେ କରନ୍ତି ନିରୂପଣ
Couplet 28
ସାକ୍ଷାତେ ନୁହଁଇ ଗୋଚରଭୋ ପ୍ରଭୁ ରୂପଗୁଣ ତୋର
Couplet 29
ତୋହର ନାମ ଉଚ୍ଚାରଣସକଳ-ପାପ-ବିଧ୍ୱଂସନ
Couplet 30
ଅଖିଳ-ବ୍ରହ୍ମାଣ୍ତ-ଠାକୁରତୁ ନାଥ କରୁଣାସାଗର
Couplet 31
ତୋହର ଯେତେ ଭକ୍ତଜନେଆନନ୍ଦେ ପ୍ରସନ୍ନ ବଦନେ
Couplet 32
ସଲିଳ-ଦୂର୍ବା-ତୁଳସୀରେପୂଜନ୍ତି ତୋହର ପୟରେ
Couplet 33
ତେଣୁ ତୁ ପରମପୁରୁଷପ୍ରସନ୍ନ ହେଉ ହୃଷୀକେଶ
Couplet 34
ଏ ଯଜ୍ଞ ହୋଇଲା ସଫଳଯେଣୁ ପ୍ରସନ୍ନ ଆଦିମୂଳ
Couplet 35
ସୁଫଳ କି ଅବା ଅପରେହୋଇବ ଏଥୁ ଅଧିକରେ
Couplet 36
ବାଳକବୁଦ୍ଧି ସେ ଯେସନେତେମନ୍ତ ପ୍ରାୟ ଆମ୍ଭେମାନେ
Couplet 37
ପୂର୍ଣ୍ଣ ଯେ ପରମ-ପୁରୁଷେଯଜ୍ଞ ଯେ କରୁ ତୋ ବିଶ୍ୱାସେ
Couplet 38
ପରମ-ଦୟାର ସାଗରରାଜାଙ୍କୁ ପ୍ରଭୁ କୃପା କର
Couplet 39
ଏମନ୍ତ ସ୍ତୁତି ଶ୍ରବଣରେଜଗତ ପ୍ରଭୁ ସେ ଅଗ୍ନିରେ
Couplet 40
ରାଜାର ଚକ୍ଷୁର ଗୋଚରହୋଇଲେ ଅତି ମନୋହର
Couplet 41
ଯେ ଅବଶେଷ ପାପ ଥିଲାତକ୍ଷଣେ ସର୍ବ ଦୂର ଗଲା
Couplet 42
ପୁଣି ବୋଲନ୍ତି ଦ୍ୱିଜଗଣଭୋନାଥ ସାବଧାନେ ଶୁଣ
Couplet 43
ଜ୍ଞାନ ଅନଳେ ପାପ ଦହିତୋ ପାଦପଦ୍ମଯୁଗ ଧ୍ୟାୟି
Couplet 44
ଯେ ଆତ୍ମାରାମ-ମୁନିଗଣସେବନ୍ତି ତୋହର ଚରଣ
Couplet 45
ଏ ତୋର ଗୁଣକର୍ମମାନକରନ୍ତି ଅବିରତେ ଧ୍ୟାନ
Couplet 46
ତୁ ନାଥ ଅଖିଳଠାକୁରପରମମଙ୍ଗଳର ଘର
Couplet 47
ଆମ୍ଭେ ସ୍ୱଭାବେ ହୀନଜନକରିବୁଁ ତୋହର ସ୍ମରଣ
Couplet 48
ସକଳ-କଳୁଷ-ନାଶନନିର୍ମଳ ତୋଗୁଣ ଗାୟନ
Couplet 49
ଆମ୍ଭର ମରଣଦଶାରେତୋ ନାମ ଥିବ ବଚନରେ
Couplet 50
ଏମନ୍ତ ଆଜ୍ଞା ପ୍ରଭୁ କରଅଖିଳବହ୍ମାଣ୍ତଠାକୁର
Couplet 51
ଏବେ ତୁ ଶୁଣ ଭାବଗ୍ରାହୀଏ ରାଜା ପୁତ୍ରକାମୀ ହୋଇ
Couplet 52
ତୋର ପ୍ରସାଦୁ ଏ କୁମରମାଗଇ ସଦୃଶରେ ତୋର
Couplet 53
ସ୍ୱର୍ଗ ଭୋଗ ଯେ ମୋକ୍ଷପଦସକଳ ଦେଉ ତୁ ଗୋବିନ୍ଦ
Couplet 54
ଏ ପୁତ୍ର ମାଗଇ ଯେମନ୍ତେତୁଷ ମାଗିବା ଧନବନ୍ତେ
Couplet 55
ଏଥୁ ଅନ୍ତରେ ସେ ରାଜନନିଶ୍ଚଳ ଚିତ୍ତେ କରି ଧ୍ୟାନ
Couplet 56
ଈଶ୍ୱର-ଶ୍ରୀମୁଖକୁ ଚାହିଁଗଦ୍ଗଦେ ବଚନ ବୋଲଇ
Couplet 57
ଭୋ ନାଥ ପରମମଙ୍ଗଳପ୍ରସନ୍ନ ହୁଅ ଆଦିମୂଳ
Couplet 58
ଏ ତୋର ଚରଣାରବିନ୍ଦଆଶ୍ରୟ ନ କରି ଗୋବିନ୍ଦ
Couplet 59
ଏ ଭବସାଗରେ ଯେ ଜନମାୟାର ହୁଅନ୍ତି ଅଧୀନ
Couplet 60
ସେ ମୂଢ଼ପ୍ରାଣୀମାନଙ୍କରଭୋ ନାଥ ଏମନ୍ତ ବେଭାର
Couplet 61
ତୋର ଚରଣେ ନ ଭଜନ୍ତିଅଜ୍ଞାନେ ସଂସାରେ ପଡନ୍ତି
Couplet 62
ସକଳକର୍ତ୍ତା ତୁ ଈଶ୍ୱରତୋର ଭିଆଣ ଏ ସଂସାର
Couplet 63
ଏମନ୍ତେ ନାଭି-ସ୍ତୁତି ଶୁଣିଦେବାଧିଦେବଶିରୋମଣି
Couplet 64
ଅଖିଳ-ବୃନ୍ଦାରକଗଣସେବନ୍ତି ଯାହାର ଚରଣ
Couplet 65
ସଦୟ ଚିତ୍ତେ ଭଗବାନକହନ୍ତି କୋମଳ ବଚନ
Couplet 66
ହେ ସର୍ବ ମୁନିଜନ ଯେତେସ୍ତୁତିରେ ବଶ କଲ ମୋତେ
Couplet 67
ମୋର ସଦୃଶ ଏହା ସୁତମାଗିଲ ଏ ବଡ଼ ଅଦ୍ଭୁତ
Couplet 68
ମୋହର ରୂପତ ଅପାରକି ରୂପେ ହୋଇବି କୁମର
Couplet 69
ତପସ୍ୟା-ବ୍ରହ୍ମବାକ୍ୟମାନବିଅର୍ଥ ହୋଇବ କେସନ
Couplet 70
ବ୍ରହ୍ମାର କୁଳ ଏ ହୁଅଇମୋହର ପାଳିବା ଯୋଗାଇ
Couplet 71
ଏବେ ମୁଁ ପୁତ୍ରରୂପ ହୋଇଅଂଶରେ ଅବତରିବଇଁ
Couplet 72
ରାଜା ସହିତେ ମୁନିଗଣଶୁଣିଲେ ଏମନ୍ତ ବଚନ
Couplet 73
ଏତେକ କହି ନାରାୟଣଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ
Couplet 74
ଏମନ୍ତେ ମୁନି ଯଜ୍ଞ କରିପ୍ରସନ୍ନ କରାଇଲେ ହରି
Couplet 75
ରାଜାର ପ୍ରିୟଭାବ ବହିସେ ପ୍ରଭୁ ମେରୁଦେବୀ ତହିଁ
Couplet 76
ସଂସାରେ ଧର୍ମ ବିସ୍ତାରିଣଅବତରିଲେ ନାରାୟଣ
Couplet 77
ବୋଲଇ ଦାସ ଜଗନ୍ନାଥରାଜା-ଯଜ୍ଞସ୍ତୁତି-ଚରିତ