Skandha 5
Adhyaya 2
Couplet 1
ଶୁଣ ରାଜନ ଏ ଅନ୍ତରେପିତାର ଆଜ୍ଞା ଘେନି ଶିରେ
Couplet 2
ଜମ୍ବୁଦ୍ୱୀପରେ ପ୍ରଜାଜନଆଗ୍ନୀଧ୍ର କରଇ ପାଳନ
Couplet 3
ଏମନ୍ତେ କେତେଦିନ ଗଲାଆଗ୍ନୀଧ୍ର ମନେ ବିଚାରିଲା
Couplet 4
ସନ୍ତୋଷ ପିତୃଲୋକଙ୍କରକେମନ୍ତେ ହୋଇବ ମୋହାର
Couplet 5
ଏମନ୍ତ ମନେ ବିଚାରିଲାମନ୍ଦରଗିରିରେ ମିଳିଲା
Couplet 6
ସୁରବନିତା କ୍ରୀଡାସ୍ଥାନେପଶିଲା ଗହନ କାନନେ
Couplet 7
ସଂସାରକରତାଙ୍କୁ ଧ୍ୟାୟିବସିଳା ସ୍ଥିରମନ ହୋଇ
Couplet 8
ତାହା ଜାଣିଲେ ଭଗବାନଯେ ବ୍ରହ୍ମା ସୃଷ୍ଟିର କାରଣ
Couplet 9
ସଭାରେ କରଇ ଗାୟନଯାହାର ପୂର୍ବଚିତ୍ତ ନାମ
Couplet 10
ଅତି ସୁନ୍ଦରୀ ଅପସରୀତାକୁ ପେଷିଲେ ବେଗ କରି
Couplet 11
ଆଗ୍ନୀଧ୍ର ତପୋବନ ଲାଗେମିଳିଲା ଅପସରୀ ବେଗେ
Couplet 12
ଅତିମଞ୍ଜୁଳ ମନୋହରବିବିଧ-ବିଟପୀ-ଅପାର
Couplet 13
ଘନ-ନିବିଡ-ଲତାମାନଅଛନ୍ତି ନାନା-ପକ୍ଷୀଗଣ
Couplet 14
କର୍ଣ୍ଣାଭିରାମ-ଧ୍ୱନିମାନକରନ୍ତି ହରଷିତ ମନ
Couplet 15
ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରିବିବିଧ-ଜଳାଶୟେ ପୂରି
Couplet 16
କୁକ୍ଳୁଟ-କାରଣ୍ତବ-ହଂସକରନ୍ତି ରୁଚିର-ବିଳାସ
Couplet 17
କାନନେ ନାନା ପୁଷ୍ପସାରପଦ୍ମ-ପୂରିତ-ସରୋବର
Couplet 18
ମନ୍ଦପବନ ବହେ ନିତ୍ୟେତା ଦେଖି କନ୍ୟା ତୋଷଚିତ୍ତେ
Couplet 19
କରଇ ଲଳିତେ ଗାୟନବିନ୍ୟାସେ ପାଦଗତିମାନ
Couplet 20
ଚରଣେ ନୂପୁର ତାହାରଧ୍ୱନି କରଇ ମନୋହର
Couplet 21
ଅତି ମଞ୍ଜୁଳ-ତାନ ଶୁଣିନୃପ କୁମର-ଶିରୋମଣି
Couplet 22
ସମାଧିଯୋଗରୁ ତାହାରନୟନକମଳଯୁଗଳ
Couplet 23
ଈଷିତେ ବିକଶିତ କଲାମନ୍ଦ-ମଧୁରେ ସେ ଚାହିଁଲା
Couplet 24
ନିକଟେ ତାର ମୁଖ ଦେଖିପିଛାଡି ନ ପାରଇ ଆଖି
Couplet 25
ଭ୍ରମର-ମତି ସେ ଯେସନପୁଷ୍ପ ଲୋଡଇ ବନେବନ
Couplet 26
ଦେବମାନବ ଆଦି ଯେତେଉଲ୍ଲାସ ହୁଅନ୍ତି ଜଗତେ
Couplet 27
ବିହାର-ଅବଲୋକନରେସୁସ୍ୱର-ବଚନ-ମଧୁରେ
Couplet 28
ପ୍ରାଣୀର ମନକୁ ସେ ନେଇଅନଙ୍ଗେ ଅସ୍ଥିର କରଇ
Couplet 29
ସେ ଯେତେବେଳେ ବାକ୍ୟ କହିବଦନୁ ସୁଗନ୍ଧ ବାସଇ
Couplet 30
ତେଣେ ଲୁବୁଧ-ଭୃଙ୍ଗଗଣେଭ୍ରମନ୍ତି ତାର ସନ୍ନିଧାନେ
Couplet 31
ତେଣୁ ନ ପାରେ ବେଗେ ଯାଇପବନେ ବସନ ଚଳଇ
Couplet 32
ତା ଦେଖି ନୃପତିନନ୍ଦନହୋଇଲା ଅନଙ୍ଗେ ଅଧୀନ
Couplet 33
ଜଡ ପରାୟେ ସେ ହୋଇଲାକାହୁଁ ତୁ ଅଇଲୁ ବୋଇଲା
Couplet 34
ବନଦେବତା ମାୟାକରିବନେ କି ଖୋଜୁ ବନ ହେରି
Couplet 35
କାମର ଅସ୍ତ୍ରମାନ ଯୋଖିକି ଅର୍ଥେ ବୁଲୁ ତୁ ମୃଗାକ୍ଷି
Couplet 36
ମୃଗାକ୍ଷି କହ ତୁ ବଚନମୃଗକୁ ଲୋଡୁ କି କାରଣ
Couplet 37
ତୋ ବେନି କମଳଲୋଚନନିଶ୍ଚୟ ଅନଙ୍ଗର ବାଣ