Skip to content
paribhaasha

Skandha 5

Adhyaya 1

  1. Couplet 1

    ପରମ-ପୁରୁଷ ଗୋବିନ୍ଦଅରୁଣ-ଚରଣାରବିନ୍ଦ

  2. Couplet 2

    ତହୁଁ ଗଳଇ ମକରନ୍ଦେତାହା ଯେ ପିବନ୍ତି ଆନନ୍ଦେ

  3. Couplet 3

    ଶ୍ରଦ୍ଧାଯୁକ୍ତରେ ଚିନ୍ତାକରିହେଳେ ତରନ୍ତି ଭବବାରି

  4. Couplet 4

    ପରମଭକ୍ତି ସେ ଲଭଇକରୁଣା କରନ୍ତି ଗୋସାଇଁ

  5. Couplet 5

    ତାହାଙ୍କ ଚରଣେ ବନ୍ଦଇପଞ୍ଚମସ୍କନ୍ଧେ ଗୀତ ଗାଇ

  6. Couplet 6

    କହଇ ବିପ୍ର ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ

  7. Couplet 7

    ଶୁକ ପରୀକ୍ଷିତ ସମ୍ବାଦଶୁଣିଲେ ତୁଟେ ଭବବନ୍ଧ

  8. Couplet 8

    ଭୋ ମୁନି ରାଜା ପ୍ରିୟବ୍ରତସେ ଆତ୍ମାରାମ ଭାଗବତ

  9. Couplet 9

    ଗୃହେ ରମିଲା ତାର ମନପ୍ରାରବ୍‌ଧ-କର୍ମରେ ବନ୍ଧନ

  10. Couplet 10

    ନିଶ୍ଚୟେ ମୁକ୍ତସଙ୍ଗ ଯାରଏମନ୍ତ ପ୍ରାଣୀମାନଙ୍କର

  11. Couplet 11

    କିମ୍ପା ଏ ଗୃହେ ମନ ରହେଭୋ ମୁନି ଫେଡିବା ସନ୍ଦେହେ

  12. Couplet 12

    ନିଶ୍ଚେ ମହତଲୋକଙ୍କରଉତ୍ତମ ଶ୍ଳୋକ କଥାସାର

  13. Couplet 13

    ନିବୃତ୍ତଚିତ୍ତ ସେ ହୁଅନ୍ତିସେ କିମ୍ପା ବ୍ୟର୍ଥ ଆଚରନ୍ତି

  14. Couplet 14

    ଏ ମୋତେ ସଂଶୟ ବହୁତଯେ ପ୍ରାଣୀ ଗୃହେ ମୋହଚିତ୍ତ

  15. Couplet 15

    ତା ମତି କୃଷ୍ଣ-ବିଷୟରେହୋଇଲା କେମନ୍ତ ପ୍ରକାରେ

  16. Couplet 16

    ଏମନ୍ତ ରାଜା ମୁଖୁଁ ଶୁଣିମୁନି କହନ୍ତି ପରିମାଣି

  17. Couplet 17

    ଯାହା ତୁ କରିଲୁ ପ୍ରଶନଧନ୍ୟ ରାଜନ ତୋ ବଚନ

  18. Couplet 18

    ଉତ୍ତମଶ୍ଳୋକ ଯେ ଗୋବିନ୍ଦତାହାଙ୍କ ଚରଣାରବିନ୍ଦ

  19. Couplet 19

    ତହୁଁ ଅମୀୟରସ ବହେସେ ରସ ଯେବା ପ୍ରାଣୀ ପିଏ

  20. Couplet 20

    ଭକତ ସାଧୁ ସେହୁ ଜନପରମହଂସ ଦିବ୍ୟଜ୍ଞାନ

  21. Couplet 21

    ତାହାର କୃଷ୍ଣକଥା ବିନେକେବେହେଁ ମନ ନୋହେ ଆନେ

  22. Couplet 22

    ଅନ୍ୟ ଯେ ଗୁଣକଥାମାନଇଚ୍ଛା ନ କରନ୍ତି ସେ ଜନ

  23. Couplet 23

    ତେଣୁ ସେ ନୃପ ପ୍ରିୟବ୍ରତଗୁଣରେ ହୋଇଲା ପୂଜିତ

  24. Couplet 24

    ମୁନି ପରମ-ଭାଗବତନାରଦ ଲୋକରେ ବିଖ୍ୟାତ

  25. Couplet 25

    ତାହାଙ୍କ ଚରଣ ସେବାରେସର୍ବକଳୁଷ ଗଲା ଦୂରେ

  26. Couplet 26

    ତକ୍ଷଣେ ସ‌ତ୍ତ୍ୱଗୁଣ ହୋଇବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ

  27. Couplet 27

    ପିତାର ଆଜ୍ଞା ଘେନି ଶିରେଅବନୀ ପାଳନ ବିଚାରେ

  28. Couplet 28

    ତେଣେ ନ ଇଚ୍ଛେ ନୃପବରଉତ୍ତମ ସ‌ତ୍ତ୍ୱଗୁଣ ତାର

  29. Couplet 29

    ଅଖିଳଲୋକଙ୍କ ଜୀବନଅନାଦିନାଥ ନାରାୟଣ

  30. Couplet 30

    ତାହାଙ୍କ ଚରଣାରବିନ୍ଦେଚିତ୍ତ ନିବେଶି ଅପ୍ରମୋଦେ

  31. Couplet 31

    ପ୍ରବୃତ୍ତ ସଂସାର ବେଭାରତହୁଁ ମନକୁ କରି ଦୂର

  32. Couplet 32

    ନିଶ୍ଚୟ ଜାଣି ପରାଭବଇଚ୍ଛଇ ନାହିଁ ରାଜ୍ୟ ଲାଭ

  33. Couplet 33

    ଏଥି ଉତ୍ତାରେ ଭଗବାନଦେବଙ୍କ ଯେ ଆଦି କାରଣ

  34. Couplet 34

    ରାଜାର ଗୁଣମାନ ଘେନିଜନ କୁଶଳେ ଆତ୍ମଯୋନି

  35. Couplet 35

    ନିଗମ ନିଜ ଗୁଣେ ଥାଇଭୁବନୁ ଅଇଲେ ଗୋସାଇଁ

  36. Couplet 36

    ଗଗନ ମଧ୍ୟେ ଚନ୍ଦ୍ର ଯେହ୍ନେବିରାଜି ଶୋହେ ତାରାଗଣେ

  37. Couplet 37

    ନିର୍ମଳ ପୂଜା ଉପହାରେପୂଜିଲେ ତାଙ୍କୁ ଦେବବରେ

  38. Couplet 38

    ପଥରେ ଯୂଥ ଯୂଥ ହୋଇସିଦ୍ଧ ଗନ୍ଧର୍ବେ ଗୀତ ଗାଇ

  39. Couplet 39

    ଚାରଣ ମୁନିଙ୍କ ସହିତେଗାୟନ କଲେ ଯେଝାମତେ

  40. Couplet 40

    ଗନ୍ଧମାର୍ଦ୍ଦନ ଗିରି ତଳେଶୋଭା କରାଇ ବିଜେ କଲେ

  41. Couplet 41

    ହଂସଯାନରେ ଆଗମନହିରଣ୍ୟଗର୍ଭ ଯାର ନାମ

  42. Couplet 42

    ସେଠାରେ ଥାଇଣ ନାରଦବନ୍ଦିଲେ ପିତା ପଦ୍ମପାଦ

  43. Couplet 43

    ମନୁ ସହିତେ ନୃପବରଆନନ୍ଦେ ଯୋଡି ବେନିକର

  44. Couplet 44

    ପିତାମହକଙ୍କୁ ସେ ନମିଲାଚରଣେ ଶିର ନିବେଶିଲା

  45. Couplet 45

    ପ୍ରିୟବ୍ରତର ପୂଜା ଘେନିକୋମଳବାକ୍ୟେ ପଦ୍ମଯୋନି

  46. Couplet 46

    ସଦୟେ ଚାହିଁ ବେଦବରରାଜାଙ୍କୁ ବୋଲନ୍ତି ଉତ୍ତର

  47. Couplet 47

    ହେ ପ୍ରିୟବ୍ରତ କହୁଁ ତୋତେକ୍ରୋଧ ନ କର ତୋର ଚିତ୍ତେ

  48. Couplet 48

    ଆମ୍ବେ ନାରଦ ଆଦି ଯେତେଯା ଆଜ୍ଞା ବହୁ ଅନାୟତ୍ତେ

  49. Couplet 49

    ତପସ୍ୟା ବିଦ୍ୟା ଯୋଗ କରିପଣ୍ତିତପଣକୁ ଆଚରି

  50. Couplet 50

    ଧର୍ମେ ବା ଅର୍ଥେ କେହୁ ଏଡିଈଶ୍ୱର ଇଚ୍ଛାକୁ ନ ପାରି

  51. Couplet 51

    ଜନ୍ମ ମରଣ କର୍ମେ ପାଇଜୀବ ଶରୀରକୁ ବହଇ

  52. Couplet 52

    ଶୋକ-ମୋହକୁ ନିତ୍ୟେ ପାଇସୁଖ ଦୁଃଖକୁ ସେ ଭୁଞ୍ଜଇ

  53. Couplet 53

    ଦଉଡି ନାସାରନ୍ଧ୍ରେ ଦେଇପଶୁକୁ ଯେସନେ ବୁହାଇ

  54. Couplet 54

    ଈଶ୍ୱର ବାକ୍ୟ ଗୁଣ ବଳେଜୀବ ଭ୍ରମଇ ଏ ଶୟଳେ

  55. Couplet 55

    ଦ୍ୱିପଦ ଚତୁଷ୍ପଦ ଯେତେସର୍ବେ ବନ୍ଧନ ସେହିମତେ

  56. Couplet 56

    ଦୁଃଖସୁଖ କର୍ମ ଗୁଣରେଏମାନ ଘେନି ସଙ୍ଗତରେ

  57. Couplet 57

    ଈଶ୍ୱର ସୃଷ୍ଟିର କରତାସକଳେ ତାହାଙ୍କୁ ସେବନ୍ତା

  58. Couplet 58

    ସେହି ଈଶ୍ୱରବଶେ ଦେହୀଅନ୍ଧର ପ୍ରାୟ ଭ୍ରମୁଥାଇ

  59. Couplet 59

    ଦେଖୁ ଦେଖୁଣ ଭ୍ରମୁ ଥାଇଏକଥା ମୂଢ଼ ନ ଜାଣଇ

  60. Couplet 60

    ବିମୁକ୍ତ ହେଲେ ହେଁ ପୁରୁଷପ୍ରାରବ୍‌ଧ ଭୁଞ୍ଜଇ ଅବଶ୍ୟ

  61. Couplet 61

    ନିଦ୍ରାକୁ ପାଇ ଯେହ୍ନେ ନରେସ୍ୱପ୍ନ ଦେହରେ ଭୋଗ କରେ

  62. Couplet 62

    ପ୍ରମତ୍ତ-ପ୍ରାଣୀମାନଙ୍କରକେବେହେଁ ଭ୍ରମ ନୋହେ ଦୂର

  63. Couplet 63

    ଲୋଭାଦିମାନଙ୍କରେ ଯୁତଯେଣୁ ହୁଅଇ ଅବିରତ

  64. Couplet 64

    ଯେ ବୁଧ ଜିଣେ ଇନ୍ଦ୍ରିମାନତାହାର ଗୃହ କର୍ମମାନ

  65. Couplet 65

    ବନ୍ଧନ ନ କରେ ତାହାରେନିର୍ଭୟେ ଭ୍ରମେ ସେ ଗୃହରେ

  66. Couplet 66

    ଲୋଭାଦି ଜିଣନ୍ତି ଯେ ଜନଗୃହେ ନ ରମେ ତାର ମନ

  67. Couplet 67

    ଦୁର୍ଗ ମଧ୍ୟରେ ଥାଇ ଯେହ୍ନେଜିଣି ପ୍ରରଳ ଶତ୍ରୁଗଣେ

  68. Couplet 68

    ଗୃହ ମଧ୍ୟରେ ଦେଇ ମନଲୋଭାଦି ନାଶିବ ତେସନ

  69. Couplet 69

    ଇନ୍ଦ୍ରିୟ ଜିଣନ୍ତେ ସେ ନରଆନନ୍ଦେ ଭ୍ରମିବ ସଂସାର

  70. Couplet 70

    ତୁ ପଦ୍ମନାଭ-ପଦାଶ୍ରିତସର୍ବସଙ୍ଗରୁ ହୋଇ ମୁକ୍ତ

  71. Couplet 71

    କରି ସଂସାର-ସୁଖ ଲାଭଅନ୍ତେ ପରମଗତି ଲାଭ

  72. Couplet 72

    ଏମନ୍ତ ତ୍ରିଭୁବନେ ପୁରିଭଗବାନଙ୍କ ଆଜ୍ଞାକାରୀ

  73. Couplet 73

    ବିନୟେ ବ୍ରହ୍ମା ଉପଦେଶେସ୍ୱୀକାର କଲା ସେ ବିଶ୍ୱାସେ

  74. Couplet 74

    ନାରଦ ରାଜା ପ୍ରିୟବ୍ରତେପୂଜିତ ହୋଇ ଯଥୋଚିତେ

  75. Couplet 75

    ନିଶ୍ଚଳଆତ୍ମା ନିଜସ୍ଥାନେଗମିଲେ ଚତୁରଆନନେ

  76. Couplet 76

    ଶୁଣ ରାଜନ ପରୀକ୍ଷିତତଦନ୍ତେ ରାଜା ପ୍ରିୟବ୍ରତ

  77. Couplet 77

    ବ୍ରହ୍ମାଙ୍କ ଜ୍ଞାନବାକ୍ୟ ଶୁଣିଆପଣେ ଅକିଞ୍ଚନ ମାନି

  78. Couplet 78

    ମନରେ ଭାଳନ୍ତି ରାଜନପାଳିବି ବ୍ରହ୍ମାଙ୍କ ବଚନ

  79. Couplet 79

    ନାରଦ ବାକ୍ୟେ ମନ ଦେଇମନୁ ଆତ୍ମଜେ ମହୀ ଦେଇ

  80. Couplet 80

    ବିଷମ-ବିଷୟାକୁ ତେଜିରହେ ସା‌ତ୍ତ୍ୱିକଭାବେ ମଜ୍ଜି

  81. Couplet 81

    ଏଥୁ ଅନ୍ତରେ ପୃଥିବୀରେନିଯୁକ୍ତ ହୋଇଲା କୁମରେ

  82. Couplet 82

    ଅଖିଳ-ଜଗତ-ବନ୍ଦନନିବେଶି କୃଷ୍ଣପାଦେ ମନ

  83. Couplet 83

    ଆଦିପୁରୁଷ ପାଦେ ଧ୍ୟାୟିମନ ନିବେଶି ନିତ୍ୟେ ତହିଁ

  84. Couplet 84

    ପୃଥିବୀ ପରିପାଳନରେଚିତ୍ତ ସେ ଦେଲା ନିରନ୍ତରେ

  85. Couplet 85

    ଯେ ବିଶ୍ୱକର୍ମା ପ୍ରଜାପତିତାର ଦୁହିତା ବର୍ହିଷ୍କୃତୀ

  86. Couplet 86

    ସେ କନ୍ୟା ବରି ନରନାଥବିଭା ହୋଇଲା ଯଥୋଚିତ

  87. Couplet 87

    ଦଶ ଆତ୍ମଜ ତାର ତହିଁଜନ୍ମିଲେ ଗୁଣ-ତେଜ ବହି

  88. Couplet 88

    ଏକ ଦୁହିତା ରୂପବତୀନାମ ଯାହାର ଉର୍ଜସ୍ୱତୀ

  89. Couplet 89

    ଆଗ୍ନୀଧ୍ର ଇଧ୍ୱଜିହ୍ୱ ଦୁଇତୃତୀୟ ଯଜ୍ଞବାହୁ ହୋଇ

  90. Couplet 90

    ସବପନ ଘୃତପୁଷ୍ଠ ଆରହିରଣ୍ୟରେତା ମହାବୀର

  91. Couplet 91

    ବୀତିହୋତ୍ର ଯେ ମେଧାତିଥିକବି ଏ ଦଶନାମ ଖ୍ୟାତି

  92. Couplet 92

    ଏ ଦଶନାମ ପୁତ୍ରଙ୍କରଏଥିର ମଧ୍ୟେ ତିନି ସାର

  93. Couplet 93

    ମହାବୀର କବି ସବନଉର୍ଦ୍ଧ୍ୱରେତା ଏ ତନିଜଣ

  94. Couplet 94

    ପରମହଂସ ଦୀକ୍ଷା ଧରିସକଳ ଚେଷ୍ଟା ପରିହରି

  95. Couplet 95

    ସର୍ବଜୀବରେ କୃପାମୟଶ୍ରୀବାସୁଦେବେ କରି ଲୟ

  96. Couplet 96

    ଭୟେ ଆରତ-ପ୍ରାଣୀଙ୍କରଶରଣ-ରକ୍ଷଣ-ଶ୍ରୀଧର

  97. Couplet 97

    ସେ ପଦ୍ମପାଦ ଆଶ୍ରୟରୁନିରତେ ନାମ କୀର୍ତ୍ତନରୁ

  98. Couplet 98

    ପରମଭକ୍ତି ପ୍ରଭାବରେଦୟା ବହିଲେ ପ୍ରାଣୀଠାରେ

  99. Couplet 99

    ଭାବେ ନିର୍ମଳଚିତ୍ତ ହୋଇହରି ସର୍ବଭୂତେ ଦେଖଇ

  100. Couplet 100

    ସେ ମହାପ୍ରଭୁ ନାରାୟଣେନିତ୍ୟେ ଭଜିଲେ ଦାସପଣେ

  101. Couplet 101

    ପ୍ରିୟବ୍ରତଙ୍କ ଅନ୍ୟନାରୀଥିଲା ସେ ଅତୀବ ସୁନ୍ଦରୀ

  102. Couplet 102

    ଦ୍ୱିତୀୟ ପତ୍ନୀ ଗର୍ଭେ ତାରହୋଇଲେ ତିନି ଯେ କୁମର

  103. Couplet 103

    ଉତ୍ତମ ତାମସ ରୈବତମନୁରେ ହୋଇଲେ ବିଖ୍ୟାତ

  104. Couplet 104

    ଏମନ୍ତ ପୁତ୍ରମାନ ଘେନିସେ ରାଜା ଚିରକାଳ ପୁଣି

  105. Couplet 105

    ସୁବାହୁ ବଳବୀର୍ଯ୍ୟ ଧରିପୃଥିବୀ ନିଷ୍କଣ୍ଟକ କରି

  106. Couplet 106

    ସେ ରାଜା ପୁରୁଷାର୍ଥ କରିଧରମପଥକୁ ଆଚରି

  107. Couplet 107

    ସେ ରାଜା ପତ୍ନୀ ବିଷୟରେପ୍ରତି ଦିବସ ସ୍ନେହଭରେ

  108. Couplet 108

    ସେ ପତ୍ନୀ ନବ-ଯଉବନେମନ୍ଦହାସ ଅବଲୋକନେ

  109. Couplet 109

    ବିହାର ତାର ସଙ୍ଗେ କରିତା ବଶ ନୋହି ଦଣ୍ତଧାରୀ

  110. Couplet 110

    ବିବିଧ-କ୍ରୀଡା ନାନାରଙ୍ଗେଦିନ ହରଇ ତାର ସଙ୍ଗେ

  111. Couplet 111

    ଏମନ୍ତେ ରାଜା ପ୍ରିୟବ୍ରତରାଜ୍ୟ ପାଳନେ ହେଲା ରତ

  112. Couplet 112

    ପ୍ରଜାଙ୍କୁ ପାଳନ୍ତି ହରଷେଏକାଦଶ-ଅର୍ବୁଦ-ବର୍ଷେ

  113. Couplet 113

    ତାହାଙ୍କ ବେନିଭୂଜ ତେଜେବିପକ୍ଷପକ୍ଷ ତାଙ୍କୁ ଭଜେ

  114. Couplet 114

    ଏମନ୍ତ ନିର୍ଭୟ-ମନରେଆନନ୍ଦେ ସଂସାରେ ବିହରେ

  115. Couplet 115

    ମେରୁକୁ ସୂର୍ଯ୍ୟ ଯେବେ ଯାଏତେଜରେ ପ୍ରକାଶ ସେ ହୋଏ

  116. Couplet 116

    ତେଜେ ସୂର୍ଯ୍ୟତେଜ ଗଞ୍ଜଇତପସ୍ୟାବଳେ ବିରାଜଇ

  117. Couplet 117

    ଆରୋହି ଜ୍ୟୋତିର୍ମୟ-ରଥେପ୍ରକାଶ କରାଇବା ଅର୍ଥେ

  118. Couplet 118

    ରଜନୀ ଦିବସେ ଭ୍ରମଇଁଦ୍ୱିତୀୟସୂର୍ଯ୍ୟ ପ୍ରାୟ ହୋଇ

  119. Couplet 119

    ତପସ୍ୟାବଳୁ ପ୍ରିୟବ୍ରତସାଧିଳା ଅବ୍ୟକ୍ତ ଏ ବ୍ରତ

  120. Couplet 120

    ଏମନ୍ତ ଜାଣି ବେଦପତିଆସି ମିଳିଲେ ତାର କତି

  121. Couplet 121

    ସସ୍ନେହେ କହେ ବେଦବରଏ ନୋହେ ତୁମ୍ଭ ଅଧିକାର

  122. Couplet 122

    ସେ ରାଜା ରଥର ଚକ୍ରରହୋଇଲା ଯେତେକ ବିସ୍ତାର

  123. Couplet 123

    ତେଣୁ ସପତସିନ୍ଧୁ ହେଲାପୃଥିବୀ ସାତଭାଗ କଲା

  124. Couplet 124

    ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷକୁଶ ପୁଷ୍କର ଆଉ କ୍ରୌଞ୍ଚ

  125. Couplet 125

    ଏପରି ସପ୍ତଦ୍ୱୀପ ହେଲାସେ ରାଜା ଆନନ୍ଦେ ବୁଡିଲା

  126. Couplet 126

    ଆନନ୍ଦମନେ ଦଣ୍ତଧାରୀଏହା ସେ କର୍ମରେ ବିଚାରି

  127. Couplet 127

    ଏମନ୍ତେ ରାଜା ପ୍ରିୟବ୍ରତସଂସାରକାର୍ଯ୍ୟେ ହେଲ ବ୍ରତ

  128. Couplet 128

    ପୁତ୍ରଙ୍କୁ ଅଧିପତି କଲେରାଜ୍ୟ ବିଭାଗ କରିଦେଲେ

  129. Couplet 129

    ଦୁହିତା ଊର୍ଜସ୍ୱତୀ ନାମତାହାକୁ ଶୁକ୍ରେ କଲା ଦାନ

  130. Couplet 130

    ତାହାର କନ୍ୟା ଅନୁପମହୋଇଲା ଦେବଯାନୀ ନାମ

  131. Couplet 131

    ଏଥୁ ଅନ୍ତରେ ରାଜା ଚିତ୍ତେବୈରାଗ୍ୟ ଉପୁଜେ ନିରତେ

  132. Couplet 132

    ମନେ ବିଚାରି ନୃପନାଥସ୍ୱନିନ୍ଦା କଲାକ ବହୁତ

  133. Couplet 133

    ସ୍ତ୍ରୀସଙ୍ଗେ ଆସକ୍ତ ହୋଇଲିବଡ଼ ଅସାଧୁପଣ କଲି

  134. Couplet 134

    ଏଣୁ ଇନ୍ଦ୍ରିୟେ ବଣ ହୋଇଅବିଦ୍ୟା-ବିଷୟରେ ଥାଇ

  135. Couplet 135

    ଏଣୁ ଏ ଧିକ ମୋ ଜୀବନବିସ୍ମୟେ ଭାଳନ୍ତେ ରାଜନ

  136. Couplet 136

    ଈଷ୍ଟ ଦେବତା-ପ୍ରସାଦରେବୈରାଗ୍ୟ ଜାତ ତା ମନରେ

  137. Couplet 137

    ବିଷୟ-ଚେଷ୍ଟା ପାଶୋରିଲାଇନ୍ଦ୍ରିୟମାନ ନିରୋଧିଲା

  138. Couplet 138

    ରାଜସମ୍ପଦ ନ ଇଚ୍ଛିଲାପୁତ୍ରଙ୍କୁ ଭାଗ କରି ଦେଲା

  139. Couplet 139

    ସ୍ୱପତ୍ନୀ ତେଜି ମୃତପ୍ରାୟେମୁକ୍ତି ଇଚ୍ଛିଲା ନୃପରାୟେ

  140. Couplet 140

    ମହାନୁଭାବ ଭଗବାନନାରଦ ବ୍ରହ୍ମାର ନନ୍ଦନ

  141. Couplet 141

    ତାହାଙ୍କ ପଥ ଆଶ୍ରେ କଲାନିଶ୍ଚୟେ ନିବୃତ୍ତ ହୋଇଲା

  142. Couplet 142

    ଯେଉଁ ରାଜାର ଏତେ କୃତ୍ୟଗାୟନ କରନ୍ତି ଜଗତ

  143. Couplet 143

    ପ୍ରିୟବ୍ରତର କଲାକର୍ମଏହା କେ କରିବାକୁ କ୍ଷମ

  144. Couplet 144

    ତାହାର ରଥଚକ୍ର-ମାର୍ଗେସପ୍ତସମୁଦ୍ର ପୃଥ୍ୱୀଭାଗେ

  145. Couplet 145

    ଭାଗ-ବିଭାଗ ମହୀ କରିଦ୍ୱୀପ-ଉପଦ୍ୱୀପ ବିସ୍ତାରି

  146. Couplet 146

    ଯେବା କଲା ମନୁକୁମରପୃଥିବୀ-ସ୍ୱର୍ଗେ ଅଗୋଚର

  147. Couplet 147

    ସେ ପ୍ରିୟବ୍ରତର ମହିମାତ୍ରୈଲୋକ୍ୟେ ନାହିଁନା ଉପମା

  148. Couplet 148

    ପ୍ରିୟ ଅଖିଳ ଜନଙ୍କରମହାମହିମା ଅଗୋଚର

  149. Couplet 149

    ପ୍ରିୟବ୍ରତ ରାଜା ଚରିତକହଇ ଦାସ ଜଗନ୍ନାଥ

Odia Bhagabata skandha 5 adhyaya 1 | Parbani by ParibhaAsha App