Skandha 4
Adhyaya 31
Couplet 1
ଶୁଣ ବିଦୁର ସାବଧାନେତଦନ୍ତେ ଯେବଣ ବିଧାନେ
Couplet 2
ସେ ଦଶଭାଇ ଜ୍ଞାନ ପରହରିଆଦେଶ ଘେନି ଶିର
Couplet 3
ଅନେକକାଳ ଭୋଗଅନ୍ତେବୈରାଗ୍ୟ ଉପୁଜିଲା ଚିତ୍ତେ
Couplet 4
ରାଜ-ବିଭୂତି ପତ୍ନୀ ତୁଲେପୁତ୍ରେ ସମର୍ପି ବନେ ଗଲେ
Couplet 5
ପଶ୍ଚିମଜଳଧି-ତଟରେରହିଲେ ସିଦ୍ଧ-ଆଶ୍ରମରେ
Couplet 6
ଜାଜଳି ନାମେ ଦ୍ୱିଜବରଯହିଁ ହୋଇଲେ ସିଦ୍ଧେଶ୍ୱର
Couplet 7
ତହିଁ ସେମାନେ ତପ କରିପୂଜିଲେ ବ୍ରହ୍ମସତ୍ରେ ହରି
Couplet 8
ଏ ମନ-ବଚନ-ଲୋଚନସେ ଜୟ କଲେ ପ୍ରାଣ-ମନ
Couplet 9
ଆସନଆଦି ଦୃଢ଼ କଲେସୁଶାନ୍ତ-ବିଗ୍ରହ ହୋଇଲେ
Couplet 10
ଏମନ୍ତ ସମୟେ ବିଦୁରନାରଦ ବ୍ରହ୍ମାଙ୍କ କୁମର
Couplet 11
ମିଳିଲେ ସେହିଠାବେ ଆସିସେମାନେ ଛନ୍ତି ତପେ ବସି
Couplet 12
ଦେଖି ନାରଦ-ମୁନିବରସେମାନେ ଉଠିଲେ ସତ୍ୱର
Couplet 13
ବେଗେ ଆସନ ଆଣି ଦେଲେଚରଣଯୁଗ ପ୍ରକ୍ଷାଳିଲେ
Couplet 14
ଅତି ଆନନ୍ଦେ ଦଶଭାଇଭାବେ ପୂଜିଲେ ଅର୍ଘ୍ୟ ଦେଇ
Couplet 15
ସୁଖେ ବସିଲେ ମୁନିବରସେମାନେ ଅଗ୍ରେ ଯୋଡିକର
Couplet 16
ରୋମ-ପୁଲକେ ଅଶ୍ରୁପନ୍ତିଆନନ୍ଦେ ବସି ପଚାରନ୍ତି
Couplet 17
ଆମ୍ଭେ କି ଭାଗ୍ୟ କରିଥିଲୁଏ ତୁମ୍ଭ ଦର୍ଶନ ଲଭିଲୁ
Couplet 18
ଭୋ ମୁନି ଏ ତୁମ୍ଭ ଭ୍ରମଣଅଜ୍ଞାନୀଜନ ଉଦ୍ଧାରଣ
Couplet 19
ନିର୍ଭୟ ହେତୁ ପ୍ରାଣୀଙ୍କରତୁମ୍ଭ ଦର୍ଶନ ମୁନିବର
Couplet 20
ଯେସନେ ସୂର୍ଯ୍ୟର ଉଦୟଅଶେଷ-ପ୍ରାଣୀ-ସୁଖମୟ
Couplet 21
ତେସନେ ତୁମ୍ଭ ଦରଶନଖଣ୍ତଇ ତ୍ରିତାପ-ଅଜ୍ଞାନ
Couplet 22
ଭୋ ମୁନି ମନଖେଦ ଯେତେକହିବୁଁ ତୁମ୍ଭର ଅଗ୍ରତେ
Couplet 23
ପୂର୍ବେ ଯେ ପ୍ରଭୁ ଭଗବାନକହିଣ ଥିଲେ ଦିବ୍ୟଜ୍ଞାନ
Couplet 24
ଆମ୍ଭେ ଯେ ଗୃହଧର୍ମେ ପଡିସେ ଦିବ୍ୟଜ୍ଞାନ ଦେଲୁ ଛାଡି
Couplet 25
ଭୋ ମୁନି କର ଅନୁଗ୍ରହସେ ତତ୍ତ୍ୱଜ୍ଞାନ ଏବେ କହ
Couplet 26
ଏ ଭବ-ସାଗର ଦୁସ୍ତରସେଜ୍ଞାନେ ହୋଇବୁଁ ନିସ୍ତାର
Couplet 27
ମୈତ୍ରେୟ କହନ୍ତି ଭାରତଏମନ୍ତ ବୋଲନ୍ତେ ପ୍ରଚେତ
Couplet 28
ଶୁଣି ନାରଦ-ତପୋଧନଉତ୍ତମ ଶ୍ଲୋକେ କଲେ ଧ୍ୟାନ
Couplet 29
ଧ୍ୟାନ କରନ୍ତେ ମୁନିବରରୋମପୁଲକେ କଳେବର
Couplet 30
କୃଷ୍ଣ-ବିଷୟେ ନିମଜ୍ଜିଲେଦେହ-ଜୀବନ ପାଶୋରିଲେ
Couplet 31
ତକ୍ଷଣେ ପାଇ ଦିବ୍ୟବୁଦ୍ଧିତାହାଙ୍କୁ କହନ୍ତି ପ୍ରବୋଧି
Couplet 32
ଶୁଣ ନୃପତି ଧର୍ମଶୀଳଯେ କର୍ମେ ହୋଇବ କୁଶଳ
Couplet 33
କହିବା ତହିଁର ବିଧାନଯହିଁରେ ହେବ ତୁମ୍ଭ ଜ୍ଞାନ
Couplet 34
ମନୁଷ୍ୟ ଜନ୍ମ-କର୍ମ ସେହିହରିଙ୍କ ସେବା ହୋଏ ଯହିଁ
Couplet 35
ହରିଭଜନ ଯେବେ ନାହିଁଏଥୁ ଅଭାଗ୍ୟ ପରେ କାହିଁ
Couplet 36
ଯେ ତିନିବେଦ କର୍ମ କହେସେ କର୍ମେ ପ୍ରାଣୀ ମୋକ୍ଷ ନୋହେ
Couplet 37
ଭବୁ ତରିବ ସେ ବା କାହିଁଯାବତ ହରି ନ ଭଜଇ
Couplet 38
ଯେ ଦେବଆୟୁଷେ ଜୀବନ୍ତିହରି ନ ଭଜି ନ ତରନ୍ତି
Couplet 39
ଯେଣୁ ସେ ବିଷୟେ ପ୍ରମତ୍ତନ ଦେଲା କୃଷ୍ଣପାଦେ ଚିତ୍ତ
Couplet 40
ସୁସାଧ୍ୟ କଲେ ବିଦ୍ୟାମାନଅପରେ ଯେତେ ତପଦାନ
Couplet 41
ଏ ସର୍ବ ତାର ଅକାରଣଯେବେ ନ ଭଜେ ନାରାୟଣ
Couplet 42
ଯେତେକ କବିତ୍ୱ-ବଚନବ୍ୟର୍ଥ କି କାର୍ଯ୍ୟେ ପ୍ରୟୋଜନ
Couplet 43
ବିଫଳ-ବୁଦ୍ଧି ହେଲା ତାରନ କଲା ଯେ କୃଷ୍ଣ-ବିଚାର
Couplet 44
ଇନ୍ଦ୍ରିୟ ବଳ ତେଜ ଘେନିଏଣୁ କି ଭବୁ ତରେ ପ୍ରାଣୀ
Couplet 45
ଅଷ୍ଟାଙ୍ଗଯୋଗ ସାଂଖ୍ୟ ଆଦିସନ୍ନ୍ୟାସ-ଧର୍ମ ବେଦବାଦୀ
Couplet 46
ଏ ସର୍ବ ଜୀବ ନ ତାରନ୍ତିଭୋଗାଦି-ଫଳ ବାଞ୍ଛା ଦ୍ୟନ୍ତି
Couplet 47
ଅପରେ ଯେତେ ଶ୍ରେୟକର୍ମଇହ ସଂସାରେ ଲୋକଧର୍ମ
Couplet 48
ଏ ସର୍ବକାଳେ ନ ଘଟନ୍ତିଯେବେ ହରିଙ୍କି ନ ଭଜନ୍ତି
Couplet 49
ଏ ଯେତେ କର୍ମ ଶ୍ରେୟବିଧିଯଜ୍ଞାଦି କର୍ମ ଅଷ୍ଟସିଦ୍ଧି
Couplet 50
ସେ ସର୍ବ-ଅନ୍ତରାତ୍ମା-ହରିଯେ ଭଲମଦେ ଅଧିକାରୀ
Couplet 51
କର୍ମାନୁସାରେ ଦେହେ ରହିପ୍ରାଣୀଙ୍କି କର୍ମଭୋଗ ଦେଇ
Couplet 52
ତେଣୁ ସେ ଆତ୍ମା ସର୍ବଭୂତେସକଳ ପ୍ରିୟ ସେ ଏମନ୍ତେ
Couplet 53
ଯେବେ ହରିଙ୍କି ସେବା କରିଆତ୍ମାକୁ ଉଦ୍ଧାରନ୍ତି ହରି
Couplet 54
ଏ ସର୍ବ-ଫଳଦାତା ହରିପ୍ରାଣୀ ନ ଜାଣି ଭ୍ରମି ମରି
Couplet 55
ଦୁଃଖ-ଗହନେ କରେ ଆଶଏ କର୍ମେ ମୂଢ ଅବିଶ୍ୱାସ
Couplet 56
ଯେ ହରି ସର୍ବଭୂତେ ଥାଇକର୍ମାନୁସାରେ ଫଳ ଦେଇ
Couplet 57
ସକଳ-ପ୍ରିୟ ସେ ମୁରାରିସେ ଭଲମନ୍ଦେ ଅଧିକାରୀ
Couplet 58
ତାହାଙ୍କୁ ଯେ ପ୍ରାଣୀ ଭଜନ୍ତିତେବେ ଏ ଭବୁ ନିସ୍ତରନ୍ତି
Couplet 59
ଏମନ୍ତ ମହିମା ଯାହାରସେ ପ୍ରଭୁ କରନ୍ତି ଉଦ୍ଧାର
Couplet 60
ଯେସନେ ସର୍ବ-ତରୁ-ମୂଳେଜଳ ସିଞ୍ଚନ ନେଇ କଲେ
Couplet 61
ତାହାର ଭୁଜ-ସ୍କନ୍ଧ-ଶାଖାସର୍ବେ ସନ୍ତୋଷ ମୂଳେ ଏକା
Couplet 62
ପ୍ରାଣକୁ ଉପହାର ଦେଲେସନ୍ତୋଷ ଇନ୍ଦ୍ରିୟ-ସକଳେ
Couplet 63
ଏମନ୍ତେ ହରିଙ୍କର ସେବାକଲେ ସନ୍ତୋଷ ସର୍ବଦେବା
Couplet 64
ହରିଟି ସର୍ବ-ଦେବ-ମୂଳଯେତେ ପ୍ରପଞ୍ଚ-ସୂକ୍ଷ୍ମମୂଳ
Couplet 65
ସକଳ-ଆତ୍ମା-ଅନ୍ତ ହରିଯେ ପାଦ ଆଶ୍ରେ ପ୍ରାଣୀ ତରି
Couplet 66
ଯେସନେ ରବିଠାରୁ ଜଳପ୍ରଭବି ପ୍ରକାଶେ ଶୟଳ
Couplet 67
କାଳେ ସେ ରବିତେଜେ ପୁଣିପ୍ରବେଶ ହୋନ୍ତି ସର୍ବପ୍ରାଣୀ
Couplet 68
ସେ ରୂପେ ଏ ଗୁଣ ପ୍ରବାହଏ ଚରାଚର-ଭୂତ-ଦେହ
Couplet 69
ଏ ସର୍ବେ ହରିରୁ କ୍ଷରନ୍ତିକାଳେ ସେ ତହିଁ ପ୍ରବେଶନ୍ତି
Couplet 70
ଜଗତ ହରିଙ୍କ କିରଣସୂର୍ଯ୍ୟର ପ୍ରଭାଟି ଯେସନ
Couplet 71
ତା ତହିଁ ସର୍ବ-ଶକ୍ତି ଥାନ୍ତିଯେବେ ସେ ଜାଗ୍ରତ ଲଭନ୍ତି
Couplet 72
ତେବେ ସେ ଦ୍ରବ୍ୟ-କ୍ରିୟା-ଜ୍ଞାନହୁଅଇ ଭେଦ-ଭ୍ରମମାନ
Couplet 73
ଯେହ୍ନେ ଆକାଶେ ଘନପନ୍ତିତମ-ବିଜୁଳି ପ୍ରକାଶନ୍ତି
Couplet 74
ତେମନ୍ତେ ପରମ-ବ୍ରହ୍ମରେସକଳ-ଶକ୍ତି ଏ କ୍ରମରେ
Couplet 75
ହୁଅନ୍ତି ନୁହଁନ୍ତି ସେ କାଳେସର୍ବ-ସତ୍ତ୍ୱାଦି ଗୁଣଜାଳେ
Couplet 76
ସେ ଆତ୍ମା ଅଶେଷ-ଦେହୀଙ୍କପୁରୁଷ ପ୍ରଧାନ ସେ ଏକ
Couplet 77
କାଳ ହିଁ ତାହାଙ୍କୁଟି କହିଗୁଣ-ପ୍ରବାହ-ହେତୁ ସେହି
Couplet 78
ତାହାଙ୍କୁ ଭଜ ଏକଭାବେସଂସାରୁ ନିସ୍ତରିବ ଯେବେ
Couplet 79
ସକଳ-ଭୂତେ ଦୟା କରଯହିଁ ତହିଁରେ ତୋଷ ଧର
Couplet 80
ଇନ୍ଦ୍ରିୟବର୍ଗ ବିନାଶିଲେହରିଙ୍କି ପାଇବ ଭଜିଲେ
Couplet 81
ବିଶୁଦ୍ଧ ହୋଏ ଯେବେ ମନବିନାଶ ହୋନ୍ତି ଚେଷ୍ଟାମାନ
Couplet 82
ଏମନ୍ତ ଭକ୍ତି ଯେବେ ଚିତ୍ତେବିଶୁଦ୍ଧ-ହୃଦ ଅଦିରତେ
Couplet 83
ତହିଁ ବସନ୍ତି ଭଗବାନନ ଯାନ୍ତି ତହୁଁ ଅନ୍ୟସ୍ଥାନ
Couplet 84
ଏ ବିନେ ଯେ ଆନ କୁଯୋଗୀବିଷୟସୁଖେ ନିତ୍ୟେ ଭୋଗୀ
Couplet 85
ତାହାଙ୍କ ପୂଜା ନ ଘେନନ୍ତିଯେଣୁ ସେ ରସକୁ ଜାଣନ୍ତି
Couplet 86
ବିଦ୍ୟାଦି ଧନେ ଯେଉଁ ଜନେରହନ୍ତି ଅହଂକାର ମନେ
Couplet 87
ଯେ ସାଧୁ ଅକିଞ୍ଚନ ଦେଖିହତଆଦରେ ଦୂରେ ପେକ୍ଷି
Couplet 88
ଧନ ବିନାଶ ହେତୁ କରିଯେ ସାଧୁସେବା ପରିହରି
Couplet 89
ଅତ୍ୟନ୍ତ ମୂଢ ସେ ପାମରଧନରେ ଅତି ସ୍ନେହ ତାର
Couplet 90
ଏମନ୍ତ ପ୍ରାଣୀ ଯେ ଅଟନ୍ତିଅଜ୍ଞାନେ ଧର୍ମ ନଜାଣନ୍ତି
Couplet 91
ତାଙ୍କୁ ବିମୁଖ ନରହରିସାଧୁ-ଦୂଷଣ ହେତୁ କରି
Couplet 92
ତାହାଙ୍କ ନିକଟେ ନ ଆସେବସନ୍ତି ଅକିଞ୍ଚନ ପାଶେ
Couplet 93
ସେ ପରିପୂର୍ଣ୍ଣ ସର୍ବ ଭାବେବଶ ନୁହଁନ୍ତି ଧନ-ଲୋଭେ
Couplet 94
ନିଜ ଭକତ-ବଶ ହରିଭକ୍ତ-ଡାକକୁ ଅନୁସରି
Couplet 95
ଏମନ୍ତ ମହିମା ତାହାରସେ ପାଦେ ନ ସେବେ ପାମର
Couplet 96
ଦାରା-ତନୟ-ମୋହେ ଜଡିଦୁଃଖ-ଗହନେ ସୁଖ ଲୋଡି
Couplet 97
ଅଜ୍ଞାନ ଭାବେ ଦମ୍ଭେ ଥାନ୍ତିଯେ ଅନ୍ୟ-ଦେବଙ୍କୁ ସେବନ୍ତି
Couplet 98
ଯେ ହରି ଛାଡି ସେବେ ଆନଯେ ପ୍ରଭୁ ଭକତ-ଅଧୀନ
Couplet 99
ସେ ପାଦପଦ୍ମ ଛାଡି ସେହିଅନ୍ୟ ଭଜନେ ମନଦେଇ
Couplet 100
ଏ ସେବା ଛାଡି ଅନ୍ୟ ସେବେକେମନ୍ତେ ଭବୁ ନିସ୍ତରିବେ
Couplet 101
ତାହାଙ୍କୁ ବୋଲି ମୂଢମତିସେ ପ୍ରାଣୀ ଭବୁ ନ ତରନ୍ତି
Couplet 102
ଯାହାର ଅଛି ଦିବ୍ୟଜ୍ଞାନସେ କାହିଁ ଭଜେ ଦେବ ଅନ୍ୟ
Couplet 103
ସେ ହରିପାଦେ ସର୍ବସୁଖଆଶ୍ରୟେ ଛେଦେ ଭବ ଦୁଃଖ
Couplet 104
ମୈତ୍ରେୟ କହନ୍ତି ବିଦୁରଏମନ୍ତେ ଦେବ-ମୁନିବର
Couplet 105
ସେ ପ୍ରଚେବସ ତପ ଠାବେଏ ଜ୍ଞାନ କହିଲେ ସ୍ୱଭାବେ
Couplet 106
ଅପରେ ହରିଗୁଣମାନକହି ତୋଷିଲେ ତାଙ୍କ ମନ
Couplet 107
ତକ୍ଷଣେ ବ୍ରହ୍ମଲୋକେ ଗଲେସେ ସର୍ବେ ସନ୍ତୋଷେ ରହିଳେ
Couplet 108
ଶୁଣ ବିଦୁର ଜ୍ଞାନବନ୍ତନାରଦ ମୁଖରୁ ନିର୍ଗତ
Couplet 109
ହରିଙ୍କ ନାମ ଯଶ ଗୁଣଯେବା ଭାବନ୍ତି ଅନୁକ୍ଷଣ
Couplet 110
ସେ ସର୍ବେ କାମାର୍ଥ ଲଭନ୍ତିରତ୍ୟାଦି-ପାପା ବିନାଶନ୍ତି
Couplet 111
ଶୁଣି ସାନନ୍ଦ ନୃପଗଣେହରି ଭଜିଲେ ଅନୁକ୍ଷଣେ
Couplet 112
ଅନ୍ତେ ସେ ହରିଙ୍କି ଲଭିଲେନାରଦ-ହେତୁ ନିସ୍ତରିଲେ
Couplet 113
ଏ ଘେନି ସତସଙ୍ଗ ପ୍ରାଣୀଆଦରି ଲଭେ ଚକ୍ରପାଣି
Couplet 114
ଏ ଦିନେ ନାହିଁ ସଦଗତିଶୁଣ ବିଦୁର ଗୁହ୍ୟ ଅତି
Couplet 115
ସାଧୁଙ୍କ ସଙ୍ଗେ ପ୍ରୀତି କରମାନସ-ମୋହ ଯାଉ ଦୂର
Couplet 116
ଯେତେ ସଂଶୟ ହୃଦଗତପଚାରିଥିଲୁ ଯେ ବୃତ୍ତାନ୍ତ
Couplet 117
ସାର ଉଦ୍ଧରି ଶାସ୍ତ୍ରମତେକହିଲୁ ଶିରୀ ଭାଗବତେ
Couplet 118
ନାରଦ-ପ୍ରଚେତ-ସମ୍ବାଦଶ୍ରୀହରି-କ୍ଷଣ-ଗୁଣ-ବାଦ
Couplet 119
ଫେଡି ମୁଁ କହିଲଇଁ ତାହାସଂଶୟ କରିଥିଲୁ ଯାହା
Couplet 120
କହନ୍ତି ଶୁଦ୍ଧମହାମୁନିଶୁଣ ପରୀକ୍ଷ ତତ୍ତ୍ୱଜ୍ଞାନୀ
Couplet 121
ମୈତ୍ରେୟ ଯେତେକ କହିଲେବିଦୁର ବିନୟେ ଶୁଣିଲେ
Couplet 122
ଆନନ୍ଦେ ରୋମ-ପୁଲକିତଭବ-ଗଦ୍ଗଦେ ଅଶ୍ରୁପାତ
Couplet 123
ଆନନ୍ଦ-ସାଗରେ ବୁଡିଲେଦେହ-ଜୀବନ ପାଶୋରିଲେ
Couplet 124
ଧରି କହେ ମୁନିଚରଣଭୋ ମୁନି କର ଉଦ୍ଧାରଣ
Couplet 125
ତୁମ୍ଭ ପ୍ରସନ୍ନେ ତତ୍ତ୍ୱଜ୍ଞାନପାଉ ଛାଡିଲା ମୋହମାନ
Couplet 126
ଭୋ ମୁନି ତୁମ୍ଭେ ଜ୍ଞାନସାରଦେଖାଇଦେଲେ ତମପାର
Couplet 127
ଏମନ୍ତ ଜ୍ଞାନୀ ଯେତେ ହୋଇସେ ପ୍ରାଣୀ ହରିଙ୍କି ଲଭଇ
Couplet 128
ମୁଁ ଏବେ ହେଲି ମୋକ୍ଷପାରତୁମ୍ଭ ପ୍ରସନ୍ନେ ମୁନିବର
Couplet 129
ଭୋ ମୁନି ଆଜ୍ଞା ହେବ ଯେବେନିଜ ସଦନେ ଯିବି ତେବେ
Couplet 130
ଏମନ୍ତ କହିଣ ଆନନ୍ଦେନମିଲା ମୁନିଙ୍କର ପାଦେ
Couplet 131
ସେ ତାଙ୍କୁ ତୋଷେ ଆଜ୍ଞା ଦେଲେନିଶ୍ଚିନ୍ତେ ଆସନେ ରହିଲେ
Couplet 132
ହସ୍ତିନା ଗମିଲେ ବିଦୁରଦେଖିବା ଅର୍ତେ ସହୋଦର
Couplet 133
ଛାଡି ସକଳ-ମାୟା-ମୋହେଗମିଲା ମାତ୍ର ଭାତୃସ୍ନେହେ
Couplet 134
ଆନନ୍ଦମନେ ସ୍ନେହ ଅତିପରୀକ୍ଷେ କହେ ଶୁକଯତି
Couplet 135
ଶୁଣ ରାଜନ ଦଣ୍ତଧରସେ ଯେ ପ୍ରାଚୀନ ନୃପବର
Couplet 136
ତାହାଙ୍କ ପୁଣ୍ୟ-ଯଶ-କୀର୍ତ୍ତିଯେ ନିତ୍ୟେ ଶୁଣେ ଦୃଢ଼ମତି
Couplet 137
ତା ଯଶ-ଆୟୁଷ ବଢ଼ଇବିପୁଳ-ଭୋଗ ନ ଛାଡ଼ଇ
Couplet 138
ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ତୋଷେସୁକୀର୍ତ୍ତି ରହେ ଚତୁର୍ଦ୍ଦିଶେ
Couplet 139
ଦେହାନ୍ତେ ଗତି ହୁଏ ତାରସେ ପ୍ରଭୁ କରନ୍ତି ନିସ୍ତାର
Couplet 140
ଭଣଇ ବିପ୍ର ଜଗନ୍ନାଥଏ କୃଷ୍ଣ ଅଜ୍ଞାରୁ ଭକତ
Couplet 141
ଗୁପତେ ବହୁକାଳ ଥିଲାହରି ଅଜ୍ଞାରୁ ଉଦେ ହେଲା
Couplet 142
ହରି ହରି ଭାବନା କରୁଁସଂଶୟ ଛାଡିଲା ମନରୁ
Couplet 143
ସେ ବ୍ରହ୍ମ ଅନନ୍ତ ମହିମାକେ କହିପାରେ ଗୁଣସୀମା
Couplet 144
ଅମୁତ ଚରିତ ଏ ବାଣୀଶ୍ରବଣେ ନିସ୍ତରିବେ ପ୍ରାଣୀ
Couplet 145
ହୋଇବ ଭବବନ୍ଧ ନାଶସୁଜନେ କୃଷ୍ଣପାଦେ ରସ
Couplet 146
ଚତୁର୍ଥ ସ୍କନ୍ଧ ହେଲା ଶେଷହୃଦରେ ଚିନ୍ତ ହୃଷୀକେଶ