Skandha 4
Adhyaya 30
Couplet 1
ତଦନ୍ତେ ପଚାରେ ବିଦୁରଶୁଣ ମୈତ୍ରେୟ ମୁନିବର
Couplet 2
ତୁମ୍ଭେ ଯେ କହିଥିଲ ପୂର୍ବେତପେ ପ୍ରଚେତା ଭାଇ ସର୍ବେ
Couplet 3
ସେମାନେ ରୁଦ୍ରଗୀତା ସ୍ତବେହରି ଭଜିଲେ ଏକଭାବେ
Couplet 4
କହ ହେ ଦେବଗୁରୁ-ଶିଷ୍ୟତାହାଙ୍କ ସିଦ୍ଧି ହେଲା କିସ
Couplet 5
ସେ ସର୍ବେ ବଡ଼ ଭାଗ୍ୟବନ୍ତଦେଖିଳେ ଉମାଦେବୀକାନ୍ତ
Couplet 6
ସେ ତାଙ୍କୁ ରୁଦ୍ରଗୀତା ଦେଲେସେ ତହିଁ ଯୋଗଶିକ୍ଷା କଲେ
Couplet 7
ହରିଙ୍କି ପାଇଲେ କେମନ୍ତେଇହକାଳରେ କିବା ଅନ୍ତେ
Couplet 8
ଏକଥା କହ ମୁନିବରତାହା ଶ୍ରବଣେ ଇଚ୍ଛା ମୋର
Couplet 9
ଶୁଣ ବିଦୁର ସୁଚେତନତଦନ୍ତେ ଯେବଣ ବିଧାନ
Couplet 10
ସେ ପିତାବାକ୍ୟେ ହୋଇ ତୋଷତପ ସାଧନେ ଭାଇଦଶ
Couplet 11
ବାଟରେ ଭେଟିଲେ ଈଶାନସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ
Couplet 12
ସେ ଦୀକ୍ଷା ପାଇ ଦଶଭାଇସମୁଦ୍ରେ ପ୍ରବେଶିଲେ ଯାଇ
Couplet 13
ବୁଡିଣ ସମୁଦ୍ର ମଧ୍ୟରେତପ ସାଧିଲେ ନିରାହାରେ
Couplet 14
ଅୟୁତ-ସମ୍ବତ୍ସର ଯାଏଁତପ ସାଧିଲେ ନିରାହାରେ
Couplet 15
ତଦନ୍ତେ ଦେବ ନାରାୟଣଦର୍ଶନ ଦେଲେ ତତକ୍ଷଣ
Couplet 16
ହରିଙ୍କ କାନ୍ତି ଶୋଭା କଳାତା ଦେଖି ତାଙ୍କ ଦୁଃଖ ଗଲା
Couplet 17
ଖରୋଦ୍ର-ପୃଷ୍ଠେ ଦିବ୍ୟଅଙ୍ଗେଯେହ୍ନେ ଜୀମୂତ ମେରୁଶୃଙ୍ଗେ
Couplet 18
ପୀତବସନ ପରିଧାନଯେହ୍ନେ ତଡିତେ ନବଘନ
Couplet 19
ଅତି ସୁନ୍ଦର ସୁଭୂଷଣସୁଗ୍ରୀବେ ରତ୍ନମଣିଗଣ
Couplet 20
ରତ୍ନ ସମୂହେ ଶୁଦ୍ଧକାନ୍ତିସେ ଦିଗ ତିମିର ନାଶନ୍ତି
Couplet 21
ଶୋଭନେ ନାହିଁ ପଟାନ୍ତରଅଶେଷ-ଭୁବନ-ସୁନ୍ଦର
Couplet 22
ମକର-କୁଣ୍ତଳ ଶ୍ରବଣେଖଚିତ ନାନା ମଣିଗଣେ
Couplet 23
କଞ୍ଜବଦନ ଶୋଭାକରଅନଙ୍ଗ-କୋଟି-ଦର୍ପହର
Couplet 24
ଶିରେ କିରୀଟ ଶୋଭମାନକାମ ନିନ୍ଦିତ ତନୁବର୍ଣ୍ଣ
Couplet 25
ଅଷ୍ଟ ଆୟୁଧ କରେ ଛନ୍ତିସେବକେ ସେବନ କରନ୍ତି
Couplet 26
ଦେବ-ସମୂହେ ମୁନିଜନେସ୍ତୁବନ୍ତି ନିଗମ-ବଚନେ
Couplet 27
ଖଗେନ୍ଦ୍ର-ପକ୍ଷ-ନାଦ-ସ୍ୱରସୁର-ମୁନୀନ୍ଦ୍ର ମନୋହର
Couplet 28
ଶୁଭଇ ସାମଗାନ ପ୍ରାୟେଶୁଣି କିନ୍ନରଜନ ମୋହେ
Couplet 29
ପୀନ ଆୟତ ଅଷ୍ଟଭୁଜସୁର ଅଇରି ନାଶେ ବୀଜ
Couplet 30
ତା ମେଧ୍ୟ ଶୋହେ ବନମାଳମଧୁ-ଲୋଭିତ ଭୃଙ୍ଗକୁଳ
Couplet 31
ଭ୍ରମିଣ ଗୁଞ୍ଜରନ୍ତି ପାଶେଲୋଭିତ ମକରନ୍ଦ ଆଶେ
Couplet 32
ଶୋଭନେ ନାହିଁ ପଟାନ୍ତରମନ-ବଚନେ ଆଗୋଚର
Couplet 33
ନାହିଁ ପ୍ରତୁଲ୍ୟ ରୂପ ଶୋଭାଅଗ୍ରେ ହୋଇଲେ ଆସି ଉଭା
Couplet 34
ତାହାଙ୍କୁ ଦେଖି ଦଶଭାଇଚରଣେ ପ୍ରଣମିଲେ ଯାଇ
Couplet 35
ସନ୍ତୋଷ ତାଙ୍କୁ ଦାମୋଦରକହନ୍ତି ବଚନ ମଧୁର
Couplet 36
ଶୁଣ ହେ ନୃପତି-ନନ୍ଦନତୁମ୍ଭରେ ହୋଇଲୁ ପ୍ରସନ୍ନ
Couplet 37
ଯେଣୁ କଠୋର-ତପ କଲଏଣୁ ହୋଇବ ତୁମ୍ଭ ଭଲ
Couplet 38
ହେ ପୁତ୍ରେ ବରମାଗ ଦେବାଯେଣୁ ଆମ୍ଭରେ କଲ ସେବା
Couplet 39
ଯେଣୁ ଗୋବିନ୍ଦେ ଦଶଭାଇସେବିଲ ଭେଦାଭେଦ ନୋହି
Couplet 40
ସମାନଧର୍ମ ସମଶୀଳଏଣୁ ଆମ୍ଭଙ୍କୁ ତୋଷ କଲ
Couplet 41
ତୁମ୍ଭର ଗୁଣ-କୀର୍ତ୍ତ-ଯଶଶ୍ରବଣେ କଳୁଷ ବିନାଶ
Couplet 42
ଯେ ନର ଶଯ୍ୟାରୁ ଉଠିଣତୁମ୍ଭରେ କରିବ ସ୍ମରଣ
Couplet 43
ନୋହିବ ତାଙ୍କ ଭାଇ ଭେଦସେମାନେ ନ ପାଇବେ ଖେଦା
Couplet 44
ସକଳ-ଭୂତେ ସମଭାବଖଣ୍ତିବେ ଦୁଃଖ-ପରାଭବ
Couplet 45
ସେ ନିତ୍ୟେ ପ୍ରଭାତ-ସନ୍ଧ୍ୟାରେଏ ରୁଦ୍ରଗୀତା ସ୍ତବକରେ
Couplet 46
ମୁଁ ତାରେ ଦେଇ କାମ୍ୟବରଶୋଭନ ହେବ ମତି ତାର
Couplet 47
ଯେଣୁ ଏ ତୁମ୍ଭେ ଦଶଭାଇପିତାର ଆଜ୍ଞା ଶିରେ ବହି
Couplet 48
ସନ୍ତୋଷେ ତପ ଆଚରିଲଏଣୁ ଲଭିବ କୀର୍ତ୍ତି ଭଲ
Couplet 49
ବିମଳ ସୁଯଶ ତୁମ୍ଭରବିଖ୍ୟାତ ରହିବ ସଂସାର
Couplet 50
ତଦନ୍ତେ କିଛିକାଳ ଅନ୍ତେଏ ତୁମ୍ଭ ପତ୍ନୀ ଗର୍ଭଗତେ
Couplet 51
ହୋଇବ ଏକଇ ତନୟସେ ହେବ ବ୍ରହ୍ମଗୁଣମୟ
Couplet 52
ଯେ ପୁତ୍ର ଆତ୍ମବୀର୍ଯ୍ୟବଳେପୂରିବ ଏ ଲୋକ ଶୟଳେ
Couplet 53
ବଂଶର ସଂଖ୍ୟା ତ ନଥିବସୃଷ୍ଟି ସୃଜନ ତେବେ ହେବ
Couplet 54
ଯେ କନ୍ୟା ବିଭା ହେବ ତୁମ୍ଭେକହିବା ତାର ଜନ୍ମ ଏବେ
Couplet 55
ଶୁଣ ହେ ନୃପତିନନ୍ଦନେସେ କଣ୍ତୁଋଷି ତପୋବନେ
Couplet 56
ତପ ସାଧନ ମୋକ୍ଷ ଆଶେବସି ନିର୍ଜନ-ଘୋର-ଦେଶେ
Couplet 57
ତାଙ୍କ ଆଶ୍ରମ ଅନୁସରିଅଇଲା ଏକଇ ସୁନ୍ଦରୀ
Couplet 58
ପ୍ରମ୍ଳୋଚା ନାମ ଯେ ତାହାରଅପ୍ସରାଗଣେ ଶ୍ରେଷ୍ଠ ସାର
Couplet 59
ତାହାକୁ ଦେଖି ମୁନିବରଅନଙ୍ଗେ ହୋଇଲେ ଅସ୍ଥିର
Couplet 60
ଛାଡି ତପସ୍ୟା ଆଦି ଧ୍ୟାନତା ରୂପେ ପାଶୋରିଲେ ଜ୍ଞାନ
Couplet 61
ତାର ସଙ୍ଗତେ ମୁନିବରଗୃହସ୍ଥଧର୍ମେ ସୁବିଚାର
Couplet 62
ବଞ୍ଚିଲେ କାମଭୋଗେ ତୋଷେଅଜ୍ଞାନେ ଇନ୍ଦ୍ରିୟ-ଅବଶେ
Couplet 63
ଏମନ୍ତେ କିଛି କାଳନ୍ତରେଅମୋଘ-ବୀର୍ଯ୍ୟ ତା ଉଦରେ
Couplet 64
ରହିଲା କାଳ-କର୍ମ ଫଳେବିଧି-ସଂଯୋଗେ କର୍ମବଳେ
Couplet 65
ତାହାର ଗର୍ଭେ ଏକକନ୍ୟାହୋଇଲା ରୂପଗୁଣେ ଧନ୍ୟା
Couplet 66
କନ୍ୟାକୁ ଛାଡି ସେ ସୁନ୍ଦରୀତକ୍ଷଣେ ଗଲା ନିଜ ପୁରୀ
Couplet 67
ସେ ବନେ ଯେତେ ବୃକ୍ଷ ଥିଲେସର୍ବେ କନ୍ୟାକୁ ଘେନିଗଲେ
Couplet 68
ସେ କନ୍ୟା କ୍ଷୁଧାର ବିକଳେରୋଦନ କରେ ବୃକ୍ଷମୂଳେ
Couplet 69
ତାହାକୁ ଦେଖି ନିଶାକରଦୟା ବସିଲା ତା କଣ୍ଠର
Couplet 70
ତର୍ଜନୀ ଅଙ୍ଗୁଳି ତାଙ୍କରତା ମୁଖେ ଦେଲେ ନିଶାକର
Couplet 71
ଚନ୍ଦ୍ରର କରେ ସୁଧା ଥିଲାତା ପାନେ କ୍ଷୁଧା ଦୂର ହେଲା
Couplet 72
ଏମନ୍ତେ ସେ ବନେ ସୁନ୍ଦରୀରହିଲା କର୍ମ ଅନୁସରି
Couplet 73
ସେ ଗୁଣବତୀ କନ୍ୟାସାରତା ଅନୁରୂପେ ତୁମ୍ଭେ ବର
Couplet 74
ଆମ୍ଭର ଭକ୍ତ ତୁମ୍ଭ ପିତାସୃଷ୍ଟି-ସର୍ଜନେ କରି ଚିନ୍ତା
Couplet 75
ଏଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେଏ ସୃଷ୍ଟିକର ତୁମ୍ଭେ ଭଲେ
Couplet 76
ଏଣୁ ଯେ ତୁମ୍ଭେ ଦଶଭାଇସେ କନ୍ୟା ବିଭା ହୁଅ ଯାଇ
Couplet 77
ସମାନଧର୍ମୀ ତୁମ୍ଭେମାନେଏ ମୋର ବାକ୍ୟେ ତୋଷମନେ
Couplet 78
ସେ କନ୍ୟା ତୁଲେ ସୃଷ୍ଟିକରସେ ଯୋଗ୍ୟ ଅଟଇ ତୁମ୍ଭର
Couplet 79
ସହସ୍ରବର୍ଷ ଦେବମାନେଜୀବିତେ ରହ ସୁକଲ୍ୟାଣେ
Couplet 80
ପୃଥିବୀ ମୁଖେ ଭୋଗକରତ୍ରିବିଧତାପ ପରିହର
Couplet 81
ମୋ ପାଦେ କରିବ ଭକତିବୈକୁଣ୍ଠେ ଲଭିବ ବସତି
Couplet 82
ଏ କର୍ମବନ୍ଧ ବିନାଶିବବିଷୟଭୋଗ ନ ଲାଗିବ
Couplet 83
ଭୋଗାନ୍ତେ ମୋକ୍ଷ ଦଶଭାଇହେବ ସଂଶୟ ଏଥି ନାହିଁ
Couplet 84
ଏ ଗୃହଧର୍ମେ ବସ୍ତୁ ଯେତେମୋତେ ସମର୍ପି ଶୁଦ୍ଧଚିତ୍ତେ
Couplet 85
ଉଦାସୀଜନ ପ୍ରାୟ ହୋଇମୋର ଭକତି ହୃଦେ ଧାୟି
Couplet 86
ମୁଁ ବ୍ରହ୍ମ ପରମ ପୁରୁଷସକଳଘଟେ ମୋ ପ୍ରକାଶ
Couplet 87
ଯେ ମୋର ଭକତି ଲଭନ୍ତିସେ ଆର କିଛି ନ ଜାଣନ୍ତି
Couplet 88
ତାଙ୍କୁ ନ ଲାଗେ ମାୟାମୋହଛିଡେ ଦୁର୍ଜୟ-ବନ୍ଧ-ସ୍ନେହ
Couplet 89
ତାହାଙ୍କୁ ଗୃହ ନ ଲାଗଇମୋ ଭକ୍ତିବଳେ ନିସ୍ତରଇ
Couplet 90
ମୈତ୍ରେୟ କହନ୍ତି ବିଦୁରଏମନ୍ତ କହନ୍ତେ ଈଶ୍ୱର
Couplet 91
ଅଞ୍ଜଳି କରି ଦଶଭାଇପ୍ରଣାମ କରନ୍ତି ବିନୋୟି
Couplet 92
ଶ୍ରୀମୁଖ ନିରେଖି ଚାହିଁଲେଆନନ୍ଦସାଗରେ ବୁଡିଲେ
Couplet 93
ଦୂରତ ହେଲା ରଜ ତମଖଣ୍ତିଲେ ବିଷୟ ବିଭ୍ରମ
Couplet 94
ସଂଭ୍ରମେ ନ ପାରନ୍ତି ଚାହିଁରୋମ ପୁଲକେ ଅଶ୍ରୁ ଦେହୀ
Couplet 95
ଆନନ୍ଦ ସାଗରେ ବୁଡିଣକହନ୍ତି ଗଦ୍ଗଦ ବଚନ
Couplet 96
ଦେହ ଜୀବନ ପାଶୋରିଲେଚରଣ-ପଙ୍କଜେ ନମିଲେ
Couplet 97
ସ୍ତୁତି କରଣେ ଶକ୍ୟ ନୋହିପ୍ରେମ ଆନନ୍ଦେ ପୂର୍ଣ୍ଣ ଦେହୀ
Couplet 98
ସ୍ତୁତି କରନ୍ତି ଏକେ ଏକେବାକ୍ୟେ ନ ସ୍ଫୁରେ ଅଶ୍ରୂଦକେ
Couplet 99
ନମସ୍ତେ ପ୍ରଭୁ ନାରାୟଣଅଶେଷ ଦୁଃଖ ନିବାରଣ
Couplet 100
ଉଦାର ଗୁଣ ଯେ ତୁମ୍ଭରତୋ ନାମ ଦେବେ ଅଗୋଚର
Couplet 101
ତୁମର ବେଗ ବଳବନ୍ତମନ-ବଚନେ ନୋହେ ଅନ୍ତ
Couplet 102
ଇନ୍ଦ୍ରିୟଗଣ ନ ଜାଣନ୍ତିକି ରୂପେ ଜାଣିବେ ତୋ ଗତି
Couplet 103
ଏମନ୍ତ ପ୍ରଭୁ ଯେ ଈଶ୍ୱରସେ ପାଦେ ଆମ୍ଭ ନମସ୍କାର
Couplet 104
ତୁମ୍ଭେ ବିଶୁଦ୍ଧ ଶାନ୍ତରୂପେବସ ନିର୍ମଳ-ମନ-କୂପେ
Couplet 105
ନମସ୍ତେ ପ୍ରଭୁ ଭଗବାନଏ ଭବୁ କର ପରିତ୍ରାଣ
Couplet 106
ଜଗତ ଉଦେ ସ୍ଥିତି ଲୟେହୋଇ ଯେ ଅଛି ଗୁଣମୟେ
Couplet 107
ମାୟା-ଗୁଣରୁ ରୂପ ଧରିସୃଷ୍ଟି ସର୍ଜନେ ଅଧିକାରୀ
Couplet 108
ନୋହିଁଲେ ତୁମ୍ଭେ ଶୁଦ୍ଧସତ୍ତ୍ୱକେହି ନ ପାରି ତୁମ୍ଭ ତତ୍ତ୍ୱ
Couplet 109
ନମୋ ଶ୍ରୀକୃଷ୍ଣ ବାସୁଦେବସକଳ-ସାତ୍ୱତ-ପ୍ରଭବ
Couplet 110
କମଳନାଭିଟି ଯାହାରସେ ପାଦେ ମୋର ନମସ୍କାର
Couplet 111
ନମସ୍ତେ କମଳମାଳିନେପଙ୍କଜଲୋଚନ-ଚରଣେ
Couplet 112
କମଳ-କିଞ୍ଜଳ୍କ ଯେସନନିର୍ମଳ-ବସନ ତେସନ
Couplet 113
ସେ ପୀତବାସଙ୍କୁ ନମଇଁଚରଣେ ପରିମୁଣ୍ତା ଯାଇ
Couplet 114
ସକଳଭୂତେ ଯାର ବାସସେ ସାକ୍ଷୀ ରୂପେ ସୁପ୍ରକାଶ
Couplet 115
ସେ ରୂପ ଭାବି ପ୍ରଣମିଲୁଯେଣୁଟି ଦର୍ଶନ ଲଭିଲୁ
Couplet 116
ଭୋ ପ୍ରଭୁ ତୁମ୍ଭେ ଭଗବାନଏ ଦୟା କରିବ କେ ଆନ
Couplet 117
ଆମ୍ଭଙ୍କୁ ଏ ରୁପ ଦେଖାଇଦୁରିତଖଣ୍ତିଲ ଗୋସାଇଁ
Couplet 118
ଏ ରୂପ ଯେ କରେ ଦର୍ଶନସେ ଦୁଃଖେ ନୁହଁନ୍ତି ଭାଜନ
Couplet 119
ଭୋନାଥ ମହିମା ତୋ ଯେତେଦେଖିଲୁ ପ୍ରଭୁପଣ ତେତେ
Couplet 120
ବୁଝିଲୁ ତୁମ୍ଭେ ଦୟାସିନ୍ଧୁଯେ ହୀନ-ଦୀନଜନ-ବନ୍ଧୁ
Couplet 121
ଆମ୍ଭେ ଯେ ଅତି ଦୀନହୀନଆମ୍ଭଙ୍କୁ କର ନିସ୍ତାରଣ
Couplet 122
ଯେଉଁ ସ୍ମରଣେ ଆହେ ନାଥସୁଶାନ୍ତି ଲଭି ସୁଖ ଜାତ
Couplet 123
ବୁଝିଲୁ ତୁମ୍ଭେ ଦୂରେ ନାହିଁହୃଦୟପଦ୍ମେ ଗୁପ୍ତେ ଥାଅ
Couplet 124
ଏରୁ ଭକତ-ଚିତ୍ତ-କଥାଜାଣିଣ ପାଅ ମନେ ବ୍ୟଥା
Couplet 125
ଯେଣୁ ତୋ ସର୍ବଘାଟେ ବାସଭକ୍ତ ଡାକିଲେ ଶ୍ରୀଘ୍ର ଆସ
Couplet 126
ଭୋ ନାଥ ଜଗତଗୋସାଇଁଏଣୁ ଉତ୍ତାରେ ବର ନାହିଁ
Couplet 127
ତୁମ୍ଭେ ଜଗତ-ଗୁରୁ-ପତିପ୍ରସନ୍ନ ହୋଇଲ ତଡ଼ତି
Couplet 128
ଏ ବର ହେବ କି ଆମ୍ଭରଭୋ ନାଥ ତୁମ୍ଭେ କୃପାକର
Couplet 129
ତୁମ୍ଭ ବିଭୂତି ଅନ୍ତନାହିଁଏଣୁ ଅନନ୍ତ ନାମକହି
Couplet 130
ପାରିଜାତକ ପୁଷ୍ପ ପାଇସାରଙ୍ଗ ଅନ୍ୟ କି ଲୋଡଇ
Couplet 131
ଲଭିଣ ତୋ ପାଦକମଳଅନ୍ୟ ଏ ବରେ କିବା ଫଳ
Couplet 132
ଭୋ ନାଥ ନିବେଦୁଁ ଛାମୁରେଏ ଆଜ୍ଞା ହେବ କି ଆମ୍ଭରେ
Couplet 133
ଯାବତ ତୁମ୍ଭ ମାୟା ଘେନିଜନ୍ମ ଲଭିବୁ ନାନା ଯୋନି
Couplet 134
ସ୍ୱକର୍ମବଶେ ଦେହ ବହିଭୋଗ ନକଲେ ନାଶ ନୋହି
Couplet 135
ନିଜସ୍ୱ କର୍ମ ଭୁଞ୍ଜୁଥିବୁତୋ ସଙ୍ଗୀ ସଙ୍ଗତ ଲଭିବୁ
Couplet 136
ସୁକର୍ମ ସୁଯଜ୍ଞ ସୁଦାନତୋ କଥାମୃତ ନିତ୍ୟେ ପାନ
Couplet 137
ସୁତୀର୍ଥେ ସୁବିପ୍ରଙ୍କ ଗୋଷ୍ଠୀତୋ ସେବା ସ୍ମରଣ ମୁକତି
Couplet 138
ତୋ ଭକ୍ତସଙ୍ଗର ମହିମାକେ ଜାଣିପାରେ ଗୁଣସୀମା
Couplet 139
ସେ ସଙ୍ଗୁ ଯେବା ସୁଖ ହୋଇସେ ସୁଖ ସ୍ୱର୍ଗେ ଅଛି କାହିଁ
Couplet 140
ଯହିଁ ମୁକତି ତୁଲ୍ୟ ନୋହେମନୁଷ୍ୟ ସୁଖ କାହିଁ ରହେ
Couplet 141
ଆମ୍ଭେ ବୁଝିଲୁ ଅନୁଭବେସାଧୁ-ସଙ୍ଗମେ ସୁଖ ଲଭେ
Couplet 142
ତା ତୁଲେ ନୋହେ ସ୍ୱର୍ଗ-ମୋକ୍ଷଏ ମର୍ତ୍ତ୍ୟଭୋଗ ଅତି ତୁଚ୍ଛ
Couplet 143
ଯେଠାରେ ସାଧୁଏ ବସନ୍ତିଯେ ନିତ୍ୟେ ହରି-ଯଶ ଗାନ୍ତି
Couplet 144
ତୋ ଅବତାର ପୁଣ୍ୟ ଯଶଯେ ଯଶେ କଳୁଷ ବିନାଶ
Couplet 145
ଗାବନ୍ତି ତୋ ନାମ ଚରିତତୋ ଯଶ-କର୍ମ ଅବିରତ
Couplet 146
ଯେ ତାହା ପିବେ ଶ୍ରୁତିଦ୍ୱାରେଜ୍ଞାନେ ଅଜ୍ଞାନେ ପାପ ହରେ
Couplet 147
ତେବେ ବିଷୟ ଶାନ୍ତ ହୋଏଜୀବେ ବଇରୀଭାବ ନୋହେ
Couplet 148
ଅହିଂସା-ଧର୍ମ ହୋଏ ଜାତତହୁଁ ଉଦେଗ ନୋହେ ଚିତ୍ତ
Couplet 149
ଯେ ହରିଦାସଙ୍କର ଗତିଯା ପାଦେ ଭକତେ ସେବନ୍ତି
Couplet 150
ସଙ୍ଗ ଉପେକ୍ଷି ସାଧୁଜନେଏକାନ୍ତେ ଥାନ୍ତି ତୁମ୍ଭ ଧ୍ୟାନେ
Couplet 151
ସେ ନିତ୍ୟେ ଭୂମି ପର୍ଯ୍ୟଟନ୍ତିଭ୍ରମିଣ ପ୍ରାଣୀ ନିସ୍ତାରନ୍ତି
Couplet 152
ତୀର୍ଥାଦି କରନ୍ତି ପବିତ୍ରଏମନ୍ତ ସାଧୁଙ୍କ ଚରିତ
Couplet 153
ତାହାଙ୍କ ଦର୍ଶନ ଯାହାଙ୍କୁନ ରୁଚେ କହିବା ଆମ୍ଭଙ୍କୁ
Couplet 154
ତୁମ୍ଭର ପ୍ରିୟସଖା ରୁଦ୍ରସେ ପ୍ରଭୁ ଦୟାର ସମୁଦ୍ର
Couplet 155
ପାଇଲୁ ତାଙ୍କ ସଙ୍ଗ ଯେଣୁତେଣୁ ତରିଲୁ ଘୋରବଣୁ
Couplet 156
ସେ ସାଧୁସଙ୍ଗ ଭାଗ୍ୟେ କରିତୋତେ ଦେଖିଲୁ ନରହରି
Couplet 157
ଏ ଭବ-ବ୍ୟାଧି ମହାଘୋରଚିକିତ୍ସା ନାହିଁ ଯେ ଏଥିର
Couplet 158
ଏଥକୁ ବୈଦ୍ୟ ଅଟ ତୁମ୍ଭେଏଣୁ ଆଶ୍ରୟ କଲୁ ଆମ୍ଭେ
Couplet 159
ତୋହର ନାମ ଦୀନବନ୍ଧୁତୁହି କରୁଣାମୟ ସିନ୍ଧୁ
Couplet 160
ଆମ୍ଭେ ଯେ ଦୀନ ଅଭାଜନପଶିଲୁ ତୋ ପାଦେ ଶରଣ
Couplet 161
ରଖ ନ ରଖ ଭାବଗ୍ରାହୀତୋ ବିନୁ ଅନ୍ୟ ଗତି ନାହିଁ
Couplet 162
ତୋର ପ୍ରସନ୍ନେ ଭଗବାନକେବଳ ଆମ୍ଭର ଜୀବନ
Couplet 163
ଏ ଚତୁର୍ବର୍ଗ ଆଶ୍ରେ ଯହିଁଅନ୍ୟତ୍ର ତୋଷେ ଶକ୍ୟ ନାହିଁ
Couplet 164
ଏଣୁ ଯେ ତୋ ପାଦକମଳେଶରଣାଶ୍ରିତ ଏ ଶୟଳେ
Couplet 165
ସେ କାଳଦଣ୍ତ ପରିହରେଆନନ୍ଦ-ସାଗରେ ବିହରେ
Couplet 166
ଭେନାଥ ଆମ୍ଭେ ଦଶଭାଇବେଦ ପଢ଼ିଲୁ ଯେତେଠାଇଁ
Couplet 167
ଗୁରୁଙ୍କ ଚରଣ ପୂଜିଲୁବୃଦ୍ଧ-ବ୍ରାହ୍ମଣ ସେବା କଲୁ
Couplet 168
ଅହିଂସା ଧର୍ମ ବ୍ୟବହାରେବନ୍ଧୁଙ୍କୁ ତୋଷିଲୁ ସଂସାରେ
Couplet 169
ଅନେକ କାଳ ସିନ୍ଧୁଜଳେତପସ୍ୟା କଲୁ ନିରାହାରେ
Couplet 170
ଯେତେକ କଷ୍ଟେ ତପ କଲୁତୋ ପାଦେ ଏହା ସମର୍ପିଲୁ
Couplet 171
ଗୁରୁସେବନ ଆଦି ଯେତେତୁମ୍ଭ ପ୍ରତୋଷେ ହେଉ ନିତ୍ୟେ
Couplet 172
ଆମ୍ଭର ବର ପ୍ରଭୁ ଏହିଆବର ବରେ ଇଚ୍ଛା ନାହିଁ
Couplet 173
ମନୁ ବିଧାତା ରୁଦ୍ର ଆଦିଅପରେ ଯେତେ ଶୁଦ୍ଧବୁଦ୍ଧି
Couplet 174
ତୁମ୍ଭ ମହିମା ଅନ୍ତ କେହିଏ ଦେଖି ନ ପାରିଲେ ଯହିଁ
Couplet 175
ସେ ତୁମ୍ଭ ରୂପ ଧ୍ୟାଉଥାନ୍ତିହୃଦୟ-କମଳେ ଭାବନ୍ତି
Couplet 176
ସେ ସର୍ବେ ଜ୍ଞାନର ସାଗରସ୍ତବନ କରନ୍ତି ତୁମ୍ଭର
Couplet 177
ଆମ୍ଭେ ବାଳକ ଜ୍ଞାନହୀନବିଦ୍ୟାରେ ନୋହିଛୁ ପ୍ରବୀଣ
Couplet 178
ତଥାପି ଜ୍ଞାନ ଅନୁସାରେମନ ଅର୍ପିଲୁ ତୁମ୍ଭଠାରେ
Couplet 179
ସେ ଦୋଷ କ୍ଷମ କୃପାଦେହୀତୁମ୍ଭେ କେବଳ ଭାବଗ୍ରାହୀ
Couplet 180
ନମସ୍ତେ ପ୍ରଭୁ ଶୁଦ୍ଧସମପରମ-ପୁରୁଷ-ଉତ୍ତମ
Couplet 181
ତୁମ୍ଭେ ଯେ ସତ୍ୟ ବାସୁଦେବଆମ୍ଭଙ୍କୁ ଅନୁଗ୍ରହ ଥିବ
Couplet 182
ତୁମ୍ଭ ଚରଣେ ପ୍ରଣମିତଆମ୍ଭଙ୍କୁ ରଖ ଜଗନ୍ନାଥ
Couplet 183
ମୈତ୍ରେୟ କହନ୍ତି ବିଦୁରେଏମନ୍ତେ ପ୍ରଭୁଙ୍କ ଛାମୁରେ
Couplet 184
ସ୍ତୁତି ପଠନେ ଦଶଭାଇଶୁରି ସନ୍ତୋଷ ଭାବଗ୍ରାହୀ
Couplet 185
ସେ ସର୍ବେ ହରି ରୂପ ଚାହିଁସନ୍ତୋଷ ନ ଭଜିଲେ କେହି
Couplet 186
ମନଆନନ୍ଦେ ସେ ଭାବନ୍ତିଏ ରୂପେ ହରି ଯେବେ ଥାନ୍ତି
Couplet 187
ସତୃଷ୍ଣ-ନୟନେ ଦେଖିବାନିରତେ ଚରଣେ ସେବିବା
Couplet 188
ଏମନ୍ତ ସେ ବାଞ୍ଛନେତ ମନହରି ହୋଇଲେ ଅନ୍ତର୍ଦ୍ଧାନ
Couplet 189
ସେ ଯେ ପ୍ରଚେତା ଭାଇଦଶଆକୁଳେ ଚାହିଁ ଦଶଦିଶ
Couplet 190
ନ ଦେଖି ପ୍ରଭୁ ଚକ୍ରଧରସେ ଦିଗେ କରି ନମସ୍କାର
Couplet 191
ବିଚ୍ଛେଦ-ଶୋକେ ନିମଜ୍ଜିଲେସେ ଦୁଃଖସାଗରେ ବୁଡିଲେ
Couplet 192
ପଡିଲେ ମୃତ୍ୟୁତୁଲ୍ୟ ଜାଣିସେ ହରି ବିଚ୍ଛେଦେ ଧରଣୀ
Couplet 193
ଆତ୍ମାବିହୀନେ ଯେହ୍ନେ ଦେହୀଶୂନ୍ୟ ପ୍ରକାଶେ ସର୍ବଠାଇଁ
Couplet 194
ପୁଣି ସଚେତ ଜ୍ଞାନ ପାଇଜଳୁ ଉଠିଲେ ଦଶଭାଇ
Couplet 195
ଧୀରେ ଚାହାଁନ୍ତେ ଦଶଦିଗତ୍ରୁମେ ଆଚ୍ଛନ୍ନ ଭୂମିଭାଗ
Couplet 196
ଆକାଶ-ଘୋଟି ବେଢିଛନ୍ତିଦେଖିଣ ପ୍ରକୋପେ ଜଳନ୍ତି
Couplet 197
ସର୍ବେ ବିଚାରି ଏକମନେବୃକ୍ଷ ନ ରଖିବା ଭୁବନେ
Couplet 198
ଅଗ୍ନି-ପବନ ବେଗେ ଦୁଇମୁଖରୁ ଜାତ କଲେ ସେହି
Couplet 199
ସେ ଅଗ୍ନି ପବନେ ବଢ଼ିଲାସକଳ ଦ୍ରୁମ ଭସ୍ମକଲା
Couplet 200
ଅନଳ ଅନିଳ ପ୍ରତାପେଅତି ଉତ୍ସର୍ଗେ ଧୂମ ବ୍ୟାପେ
Couplet 201
ବ୍ରାହ୍ମଣ-ଘୋଟେ ଅନ୍ଧକାରଅଦୃଶ୍ୟ ଚନ୍ଦ୍ର ଦିବାକର
Couplet 202
ତା ଦେଖି ବେଗେ ପିତାମହଜାଣିଳେ ଗା ମହୀରୁହ
Couplet 203
ନିଜଲୋକରୁ ବିଜେ କଲେସେ ଦ୍ରୁମ ବିନାଶୁଁ ରଖିଲେ
Couplet 204
କ୍ରୋଧସାନ୍ତ୍ୱନା କରି ତାଙ୍କପ୍ରବୋଧି କହିଲେ ଅନେକ
Couplet 205
ହେ ପ୍ରଚେତସଗଣେ ଶୁଣବୃକ୍ଷେ ହୋଇଲେ ଅତି କ୍ଷୀଣ
Couplet 206
ତୁମ୍ଭେ ଯେ ଅଟ ସର୍ବଜ୍ଞାନୀକିମ୍ପା କରୁଛ ସୃଷ୍ଟି ହାନି
Couplet 207
ତୁମ୍ଭେ ପାଳନେ ପ୍ରଜାପତିପ୍ରାଣୀଙ୍କ ହିତେ ଉତପତ୍ତି
Couplet 208
ଏବେ ଯେତେକ ବୃକ୍ଷ ଶେଷରହନ୍ତୁ ଯାଇ ବନଦେଶ
Couplet 209
ବୃକ୍ଷଙ୍କୁ ଡାକି ପଦ୍ମଯୋନିବୋଇଲେ କନ୍ୟା ଆସ ଘେନି
Couplet 210
ଦଶଭାଇଙ୍କି କନ୍ୟା ଦେଇନିର୍ଭୟେ ବନେ ରହ ଯାଇ
Couplet 211
ପାଦପେ ବିଧି-ବାକ୍ୟ ଶୁଣିତାହାଙ୍କୁ କନ୍ୟା ଦେଲେଆଣି
Couplet 212
ସେ କନ୍ୟା ନାମ ଯେ ମାରିଷାପଦ୍ମଲୋଚନୀ ପିକଭାଷା
Couplet 213
ସୁଚାରୁ ତନୁ ଚନ୍ଦ୍ରାନନୀଦେଖି ମୋହିତ ସୁର ମୁନି
Couplet 214
ଭ୍ରୁଭଙ୍ଗଯୁଗଳ ସୁନ୍ଦରଅତନୁ-ଚାପ-ପ୍ରଭାହର
Couplet 215
ଅପାଙ୍ଗେ ମୁନି-ମନ-ମୋହେତା ରୂପେ ରତି ସମ ନୋହେ
Couplet 216
ସେ ସର୍ବଲକ୍ଷଣେ ସୁନ୍ଦରତା ତୁଲ୍ୟ ନାହିଁ ପଟାନ୍ତର
Couplet 217
ବିଧି ବୋଇଲେ ପ୍ରଚେତସଏ କନ୍ୟା ବର ତୁମ୍ଭେ ଦଶ
Couplet 218
ଏ ପତ୍ନୀଗର୍ଭରେ ତୁମ୍ଭରହୋଇବ ଯେବଣ କୁମର
Couplet 219
ସେ ପୁତ୍ର ହେତୁ ଏ ଜଗତେପ୍ରଜା ହୋଇବେ ଅପ୍ରମିତେ
Couplet 220
ତୁମ୍ଭର ହେବ ପଉରୁଷସଂସାରେ ଆଚ୍ଛାଦିବ ଯଶ
Couplet 221
ଏମନ୍ତ ଧାତାର ବଚନେସନ୍ତୋଷ ଭଜିଲେ ସେମାନେ
Couplet 222
ତଷଣେ କନ୍ୟାକୁ ବରିଲେବିଧାତା ନିଜପୁରେ ଗଲେ
Couplet 223
ତଦନ୍ତେ ଯେ ଯେ ଦଶଭାଇବସିଲେ ନୃପାସନେ ଯାଇ
Couplet 224
ଯେ ବିଷ୍ଣୁ-ବାକ୍ୟେ ପ୍ରଚେତସସୁଖେ ପାଳିଲେ ପ୍ରଜାଦେଶ
Couplet 225
ଅନେକ ଦାନ-ଯଜ୍ଞ କଲେହରିଙ୍କି ସ୍ୱଧର୍ମେ ତୋଷିଲେ
Couplet 226
ତଦନ୍ତେ ଶୁଣ ହେ ବିଦୁରସେ କନ୍ୟା ଉଦରେ ତାଙ୍କର
Couplet 227
ଜନ୍ମିଳେ ଦକ୍ଷ ପ୍ରଜାପତିଯେ ପୂର୍ବେ ବ୍ରହ୍ମାର ସନ୍ତତି
Couplet 228
ପୂର୍ବେ ନିନ୍ଦିଳେ ଶିବ ଯେଣୁଗର୍ଭ-ଯାତନା-ଦୁଃଖ ତେଣୁ
Couplet 229
ସେ ପାପବୀଜ କୂଟେ ଥିଲାକେବେ ହେଁ ମୋଚନ ନ ଗଲା
Couplet 230
ସାଧୁଙ୍କ ଅପରାଧ ଦୋଷସେ କୋଟିକଳ୍ପେ ନୋହେ ନାଶ
Couplet 231
ଚାକ୍ଷୁଷ ମନ୍ୱନ୍ତର ଅନ୍ତେପୂର୍ବ ଶରୀର ଲୋପ ଯାନ୍ତେ
Couplet 232
ସେ ଦକ୍ଷ ଜନମ ଲଭିଲେଏବେ ଯେ ପ୍ରଜା ସୃଷ୍ଟି କଲେ
Couplet 233
ଜନ୍ମିଳା ମାତ୍ରକେ କୁମରତା ତେଜ ହେଲାକ ଅପାର
Couplet 234
ତେଜସ୍ୱୀମାନେ ଯେତେ ଥିଲେତା ତେଜେ ସର୍ବେ ଲୀନହେଲେ
Couplet 235
ସେ ସର୍ବକର୍ମେ ଦକ୍ଷ ଯହୁଁତା ନାମ ଦକ୍ଷ ହେଲା ତହୁଁ
Couplet 236
ବିବିଧ ମତେ ପ୍ରଜାପତିସୃଷ୍ଟି ସେ କଲେ ମହାମତି
Couplet 237
ତାହାଙ୍କୁ ପ୍ରଜାରକ୍ଷା ପାଇଁନିଯୋଗ କଲେ ବେଦସାଇଁ
Couplet 238
ଦ୍ୱିତୀୟ ଦକ୍ଷ ଜନ୍ମକଥାଶୁଣ ବିଦୁର ଶୁଦ୍ଧଚେତା
Couplet 239
ଯେଣୁ ସେ ପ୍ରଜା ସୃଷ୍ଟି କଲେତେଣୁ ରାଜତ୍ୱ ପ୍ରତେଜିଲେ
Couplet 240
ଏଣୁ ଏ ଧ୍ରୁବବଂଶେ ରାଜନୋହିଲେ ହେ ବ୍ୟାସତନୁଜ
Couplet 241
ପ୍ରିୟବ୍ରତରେ ରାଜ୍ୟ ଦେଲେସେ ଦକ୍ଷ-ବାକ୍ୟେ ସୃଷ୍ଟି କଲେ
Couplet 242
ସେ ପ୍ରିୟବ୍ରତର ଚରିତପଞ୍ଚମ ସ୍କନ୍ଧରେ ଭାକତ
Couplet 243
ପୂର୍ବେ ପଚାରିଥିଲୁ ମୋତେପ୍ରଚେତା-ବଂଶାନୁଚରିତେ
Couplet 244
ସେ ଧ୍ରୁବବଂଶେ ଉତପନପ୍ରାଚୀନବରହୀ-ନନ୍ଦନ
Couplet 245
ବିସ୍ତାରି କହିବାକ ତୋତେପ୍ରଚେତା ଜ୍ଞାନ-ଉପଗତେ
Couplet 246
ଏହା ଯେ ଶ୍ରବଣେ ଶୁଣନ୍ତିତ୍ରିତାପ-ଭୟ ନିବାରନ୍ତି
Couplet 247
ତିରିଶ ଅଧ୍ୟା ଏହୁ ବାଣୀମୈତ୍ରେୟ ବିଦୁରେ ବଖାଣି
Couplet 248
ଏ ଶୁକ-ପରୀକ୍ଷ ସମ୍ବାଦହରଇ ଅଶେଷ-ଆପଦ
Couplet 249
ଇହ ଲୋକରେ ହୋଏ ଯଶଅନ୍ତେ ତା ବଇକୁଣ୍ଠେ ବାସ
Couplet 250
ଗ୍ରହାଦି ପୀଡା ଶତ୍ରୁଭୟଏ ସର୍ବଦୁଃଖ ହୋଏ କ୍ଷୟ
Couplet 251
କହଇ ଦାସ ଜଗନ୍ନାଥଚତୁର୍ଥ ସ୍କନ୍ଧେ ଭାଗବତ