Skandha 4
Adhyaya 29
Couplet 1
ସେ ଯେ ପ୍ରାଚୀନନୃପବରନାରଦ ପାଦେ ଦେଇ ଶିର
Couplet 2
କହଇ ଅତି ହରଷରେସେ ମୁନି ବ୍ରହ୍ମାର କୁମରେ
Couplet 3
ଭୋ ମୁନି ତୁମ୍ଭେ ଜ୍ଞାନପାରକହିଲ ଅଧ୍ୟାତ୍ମ ବିଚାର
Couplet 4
ତୁମ୍ଭେ ଯେ ପରୋକ୍ଷବାଦେଣକହିଲ ଯେ ସାଂଖ୍ୟ କାରଣ
Couplet 5
ମୁଁ ହେଜି ନ ପାରିଲି ଚିତ୍ତେଛେଦି ସଂଶୟ କହ ମୋତେ
Couplet 6
ଯେ ମାର୍ଗେ ବୁଝିବଇଁମୁହିଁସେ ମାର୍ଗେ କହିବା ଗୋସାଇଁ
Couplet 7
ଯେବା ପଣ୍ତିତ ଦୃଢମତିଏ ଅନୁଭବ ସେ ଜାଣନ୍ତି
Couplet 8
ଆମ୍ଭର ଏଣେ ନାହିଁ ଜ୍ଞାନବିଷୟ-ଜଡେ ମନ ଛନ୍ନ
Couplet 9
ଏଣୁ ନଧରେ ଜ୍ଞାନେ ରତିବିବେକ ନୋହେ ଆମ୍ଭ ମତି
Couplet 10
ଭୋମୁନି ଫେଡ ପୁଣ ତାହାମୋ ଅର୍ଥେ କହ ପୁଣ୍ୟଦେହା
Couplet 11
ସେ ପୁରଜ୍ଞନର ବିଚାରଶ୍ରବଣେ ଜ୍ଞାନ ହେବ ମୋର
Couplet 12
ଶୁଣି ନାରଦ ମହାଋଷିତା ଭାବେ କହନ୍ତି ବିଶେଷି
Couplet 13
ଶୁଣ ରାଜନ ସାବଧାନକହିବା ପରୋକ୍ଷ ଯେ ଜ୍ଞାନ
Couplet 14
ପୁରୁଷ ପୁରଞ୍ଜନ ଯେହିକର୍ମରୁ ପୁର କଲା ସେହି
Couplet 15
କେ ଏକ ତ୍ରୟ ବେନିପାଦବହୁ ଚତ୍ୱାର କେ ନିଷ୍ପାଦ
Couplet 16
ଏମନ୍ତେ ନାନ ପୁର କରିଏ ଜୀବ ତା ମଧ୍ୟେ ବିହରି
Couplet 17
ଅଜ୍ଞାତ-ସଖା ଯାକୁ କହିଈଶ୍ୱର ନାମ ଅଟେ ସେହି
Couplet 18
ସେ ନାମ-ରୂପରୁ ବାହାରଏଣୁ ଅଜ୍ଞାତ ନାମ ତାର
Couplet 19
ସମଗ୍ର ପ୍ରକୃତି ଗୁଣକୁପୁରୁଷ ଇଚ୍ଛିଲେ ଭୋଗକୁ
Couplet 20
ତେବେ ଏ ପୁର ନବଦ୍ୱାରେରଚନା କରେ ସେ ବେଭାରେ
Couplet 21
ଯେ ପୁରେ ହସ୍ତପଦ ଘେନିକରଇ କର୍ମ ଲାଭହାନି
Couplet 22
ସେ ପୁରେ ଥାଇ କରେ ଭୋଗମାୟା ନିର୍ବନ୍ଧେ ଅନୁରାଗ
Couplet 23
ଏ ପୁରୁ ଅନ୍ୟ ପୁର ଯେହିଭୋଗ ସୁଖାଦି ନୋହେ ତହିଁ
Couplet 24
ଏ ଯେ ମାନବ କଳେବରଅଶେଷ ଦେହ ମଧ୍ୟେ ସାର
Couplet 25
ସେ ପୁର ମଧ୍ୟେ ଜୀବ ରହିଇନ୍ଦ୍ରି-ବିଷୟ ରସେ ମୋହି
Couplet 26
ବିବିଧ ସୁଖ ଭୋଗ ସାରଜୀବ ଭୁଞ୍ଜଇ ଏ ମନ୍ଦିର
Couplet 27
ସେ ପୁର ମଧ୍ୟେ ବୁଦ୍ଧି ନାରୀଏକା ସେ ସର୍ବତ୍ର ବିହରି
Couplet 28
ସେ ଯେ ମମତ୍ତ୍ୱେ ହୋଏ ଛନ୍ନବୋଲଇ ଏ ମୋର ସଦନ
Couplet 29
ସେ ନାରୀ ବଶେ ଜୀବ ଥାଇଇନ୍ଦ୍ରିୟ ଭୋଗେ ତୋଷ ହୋଇ
Couplet 30
ଇନ୍ଦ୍ରିୟଗଣ ବୁଦ୍ଧି ସଖାବିଷୟମାନେ ସଖୀ ଲେଖା
Couplet 31
ଯେ ଜ୍ଞାନ କର୍ମେନ୍ଦ୍ରିୟ ଗଣେପୁରୁଷେ ଭୋଗ-ବିଷେ ଟାଣେ
Couplet 32
ଏ ଜ୍ଞାନ-କର୍ମ-ଇନ୍ଦ୍ରିଦଶଏହାଙ୍କ ଭୋଗେ ଜୀବ ବଶ
Couplet 33
ଏ ପାପ ପୁଣ୍ୟ ଆଦି କରିବଳେ ଭୁଜ୍ଞଇ କର୍ମ ଧରି
Couplet 34
ଏ ପୁର ଦ୍ୱାରୀ ସର୍ପ ଯେହିଏ ଦେହେ ପ୍ରାଣ ଅଟେ ସେହି
Couplet 35
ସେ ପଞ୍ଚବୃତ୍ତିରେ ସଞ୍ଚାରଏଣୁ କହିଲୁଁ ପଞ୍ଚଶିର
Couplet 36
ପଞ୍ଚମସ୍ତକ ଏଣୁ ତାରକହିଲୁ ତେଣୁ ନୃପବର
Couplet 37
ମହତ ଭଟ୍ଟ ଯାହା କହିମନର ନାମ ଅଟେ ସେହି
Couplet 38
ସେ ଦଶଇନ୍ଦ୍ରିଙ୍କ ନାୟକତାକୁ ଜିଣନ୍ତା ନାହିଁ ଲୋକ
Couplet 39
ତାକୁ ଜିଣଇ ଯେବେ ଜନସେ ଯୋଗୀ ଏ ତିନି ଭୁବନ
Couplet 40
ଉତ୍ତର ଦକ୍ଷିଣ ଯା କହିରାଜା ପଞ୍ଚାଳ ଦେଶ ସେହି
Couplet 41
ଏ ପଞ୍ଚବିଷୟର ଆଳଏହା ତୁ ବୁଝ ମହୀପାଳ
Couplet 42
ଇନ୍ଦ୍ରିୟ ଛିଦ୍ର ଯେତେ କହିଏ ପୁରେ ନବଦ୍ୱାର ସେହି
Couplet 43
ଏ ବେନି ଚକ୍ଷୁ ନାସା କର୍ଣ୍ଣେଯେ ମୁଖ ଗୁହ୍ୟ ଲିଙ୍ଗ ସ୍ଥାନ
Couplet 44
ଏହାକୁ ନବଦ୍ୱାର କହିଇନ୍ଦ୍ରିୟଗଣ ସ୍ଥାନ ଏହି
Couplet 45
ଏ ସଙ୍ଗେ ଜୀବର ଗମନବିଷୟ କରେ ଆସ୍ୱାଦନ
Couplet 46
ନୟନ ମୁଖ ନାସା ତାରଏ ପୂର୍ବ ଦିଗ ପଞ୍ଚଦ୍ୱାର
Couplet 47
ଉତ୍ତର ଦକ୍ଷିଣ ଯା କହିଏ ବେନି କର୍ଣ୍ଣଦ୍ୱାର ସେହି
Couplet 48
ପଶ୍ଚିମ ଦିଗେ ବେନି ଦ୍ୱାରଏ ଲିଙ୍ଗ ଗୃହ୍ୟ ନୃପବର
Couplet 49
ଏ ନବଦ୍ୱାରେଣ ନିର୍ମିତଯେଝା ବିଷୟେ ଆସ୍ୱାଦିତ
Couplet 50
ସେବନ୍ତି ଆତ୍ମାରେ ବିହରିଏକ ଆରେକ ଆଗସରି
Couplet 51
ଖଦ୍ୟୋତା ଆବିର୍ମୁଖୀ ଦୁଇଚକ୍ଷୁର ନାମ ଏ ବୋଲାଇ
Couplet 52
ଏ ବେନିଦ୍ୱାରେ ପୁରଞ୍ଜନକରଇ ରୂପ ସମ୍ପାଦନ
Couplet 53
ନଳିନୀ ନାଳିନୀ ଯେ ଦୁଇନାସିକା ନାମ ସେ ଅଟଇ
Couplet 54
ଏ ଦ୍ୱାରେ ଅବଧୂତ ନାମଗନ୍ଧାଦି ଆମୋଦ ପବନ
Couplet 55
ସୁଗନ୍ଧ ଦୁର୍ଗନ୍ଧ ସହିତେଏ ଦ୍ୱାରେ ଘେନଇ ନିରତେ
Couplet 56
ବଦନ ନାମେ ମୁଖ୍ୟ ଦ୍ୱାରରସଜ୍ଞ ବାକ୍ୟ ତା ମଧୁର
Couplet 57
ସ୍ୱାଦୁ ଅସ୍ୱାଦୁ ଦ୍ରବ୍ୟ ଯେତେଏ ଦ୍ୱାରେ ଆସ୍ୱାଦେ ନିରତେ
Couplet 58
ପିତୃହୂ ଦେବହୂ ଯେ ନାମଏ ବେନି କର୍ଣ୍ଣ ଦକ୍ଷ ବାମ
Couplet 59
ପିତୃହୂ ଦକ୍ଷିଣ ଅଟଇଦେହହୂ ବାମେଣ ବସଇ
Couplet 60
ଏ ବେନି ଇନ୍ଦ୍ରିୟେ ରାଜନବାକ୍ୟାଦି ରସ ଆସ୍ୱାଦନ
Couplet 61
ଏ ସାରାସାର ଭାବ ଯେତେଏ ଦ୍ୱାରେ ଘେନଇ ନିରତେ
Couplet 62
ଏ ଶ୍ରୁତିଯୁଗେ ପୁରଞ୍ଜନକରଇ ଶବ୍ଦ ଆସ୍ୱାଦନ
Couplet 63
ନିନ୍ଦା ସ୍ତବନ ବାକ୍ୟ ଯେତେଏ ଦ୍ୱାରେ ଘେନନ୍ତି ଏ ନିତ୍ୟେ
Couplet 64
ପ୍ରବୃତ୍ତି ନିବୃତ୍ତି ଏ ଦୁଇଶାସ୍ତ୍ର ପାଞ୍ଚାଳ ବୋଲି କହି
Couplet 65
ଏ ପିତୃଯାନ ଦେବଯାନଗତିରେ କରନ୍ତି ଗମନ
Couplet 66
ଏ ମାର୍ଗେ ଥାନ୍ତି ନିରନ୍ତରସେ ଇଚ୍ଛା ସୁଖେ ନୃପବର
Couplet 67
ଆସୁରୀ ଦ୍ୱାର ଲିଙ୍ଗସ୍ଥାନଦୁର୍ମଦ ଉପସ୍ଥର ନାମ
Couplet 68
ବ୍ୟାବାୟ ନାମ ରତି କହିପ୍ରଜା ସର୍ଜନ କରେ ତହିଁ
Couplet 69
ତା ଅଧୋଭାଗେ ଗୃହ୍ୟଦ୍ୱାରନିଋତି ନାମଟି ତାହାର
Couplet 70
ବୈଶସ ନାମ ନର୍କ କହିସେ ଦ୍ୱାରେ ମଳ ଉତ୍ସର୍ଗଇ
Couplet 71
ଅନ୍ଧ ବୋଲି ବୋଇଲୁ ଯାହାଏ ପାଣିପାଦ ବୋଲି ତାହା
Couplet 72
ଏ ବେନି ଇନ୍ଦି୍ରଙ୍କ ବିଷୟକହିବା ଶୁଣ ତା ନିର୍ଣ୍ଣୟ
Couplet 73
ଆଦାନ ପ୍ରଦାନ ସେ କରେଯେଝା ବିଷୟ ଅଧିକାରେ
Couplet 74
ଦ୍ୱିତୀୟ ଅନ୍ଧ ଯେ ପୟରକହିବା ଏଥିର ବିଚାର
Couplet 75
ଏ ଇନ୍ଦ୍ରି ଯୋଗେ ପୁରଞ୍ଜନକାମାର୍ଥେ କରଇ ଗମନ
Couplet 76
ଅନ୍ତର ପୁର ବୋଲି ଯାହାହୃଦୟପଦ୍ମ କେହି ତାହା
Couplet 77
ବିଷୂଚି ନାମଟି ଯାହାରଏ ମନ ନାମ ନୃପବର
Couplet 78
ତା ବଶେ ଥାଇଣ ପୁରୁଷଭଜଇ ହରଷ ବିରସ
Couplet 79
ଏ ଜୀବ ପ୍ରକାଶ୍ୟେ ଚଳଇବୁଦ୍ଧି ଯହିଁକି ପ୍ରବର୍ତ୍ତାଇ
Couplet 80
ତା ବଶେ ପୁରୁଷ ଅଧୀନକରଇ ନାନା କର୍ମମାନ
Couplet 81
ଏ ଦେହ ରଥ ସ୍ୱରୂପେଣତୋତେ କହିଛି ନୃପରାଣ
Couplet 82
ଏ ରଥେ ଅଶ୍ୱରୂପ ହୋଇଇନ୍ଦ୍ରିୟଗଣେ ଛନ୍ତି ରହି
Couplet 83
ପଞ୍ଚ ବିଷୟ ମାର୍ଗେ ହୟେଗମନ୍ତି ସମ୍ବତ୍ସର ଯାଏ
Couplet 84
ଈଶ୍ୱର ଆଜ୍ଞାରେ ନିର୍ମିତଏ ରଥେ ସକଳ ସଂଯୁତ
Couplet 85
ଏ ରଥେ ପୁଣ୍ୟ ପାପ ଦୁଇସେ ଚକ୍ର ରୂପେ ତହିଁ ରହି
Couplet 86
ଧ୍ୱଜ ସ୍ୱରୂପେ ତିନିଗୁଣରଥ ବନ୍ଧନ ପଞ୍ଚପ୍ରାଣ
Couplet 87
ବୁଦ୍ଧି ସାରଥି ରୂପେ ରହିଏ ମନ ରଶ୍ମି ଅଟେ ତହିଁ
Couplet 88
ହୃଦୟ ପଙ୍କଜରେ ରଥୀବସିବା ଆସନ ତା ତଥି
Couplet 89
ରଥ କୂବର ଦ୍ୱନ୍ଦ୍ୱ ଭାରଇନ୍ଦ୍ରି ବିଷୟ ତହିଁ ଶର
Couplet 90
ସପତ ଧାତୁ ଆବରଣତାର ବିକ୍ରମ ମୂର୍ତ୍ତ ଜାଣ
Couplet 91
ଇନ୍ଦ୍ରିୟ ରସେ ରସୁଥାଇସେ ମୃଗତୃଷ୍ଣାରେ ଧାମଇଁ
Couplet 92
ଯେ ଯାହା ବିଷୟେ ରସିଣଆସ୍ୱାଦ କରି ଅନୁକ୍ଷଣ
Couplet 93
ଧନ୍ୟ ଯେ କର୍ମ ଏହାଙ୍କରଦୁର୍ଜୟ ଦୁଷ୍ଟ ଦୁରାଚାର
Couplet 94
ଏ ଜୀବ ଭୁଞ୍ଜେ ଇନ୍ଦ୍ରି ମୁଖେଅଜ୍ଞାନ ମତି ମୋହ ଦୁଃଖେ
Couplet 95
ମୃଗତୃଷ୍ଣାରେ ଜଳ କରିଭୁଞ୍ଜଇ ମାୟା ମିଥ୍ୟା ଭରି
Couplet 96
କାଳର ଗତି ନ ଜାଣଇଏ ମାୟାଭୋଗେ ମତ୍ତ ହୋଇ
Couplet 97
ଇନ୍ଦ୍ରିଙ୍କ ଅନ୍ୟାୟ ବିଷୟେଭୁଞ୍ଜଇ ମୃଗୟାର ପ୍ରାୟେ
Couplet 98
ନିରତେ ହରେ ନିଜ ପ୍ରାଣନ ଜାଣେ ଏ ମୂଢ଼ ଅଜ୍ଞାନ
Couplet 99
ଏ ସମ୍ବତ୍ସର ରୂପେ କାଳଚଣ୍ତବେଗ ନାମେ ଭୂପାଳ
Couplet 100
ଗନ୍ଧ ଗନ୍ଧର୍ବୀ ଦିବା ନିଶିତ୍ରିଶତ-ଷାଠିଏ ପ୍ରକାଶି
Couplet 101
ଏ ସର୍ବେ କାଳ ସଙ୍ଗେ ଥାନ୍ତିଜୀବର ଆୟୁଷ ହରନ୍ତି
Couplet 102
କାଳ ଦୂହିତା ଯାକୁ କହିଜାରର ନାମ ଅଟେ ସେହି
Couplet 103
ସେ ପ୍ରାଣୀ ରୂପ କାନ୍ତି ହରେଦେଖିଲେ ପ୍ରାଣୀ ତାକୁ ଡରେ
Couplet 104
ଏଣୁ ତାହାକୁ ପ୍ରାଣୀ ଭଲେବରଣେ କେହି ନ ଇଚ୍ଛଲେ
Couplet 105
ସେ ମୃତ୍ୟୁ ତାରେ ଭଗ୍ନୀ ପ୍ରାୟେସ୍ନେହେ ଆବୋରି ନିତ୍ୟେ ରହେ
Couplet 106
ସେ ପ୍ରାଣୀଙ୍କର ରୂପ ହରେମୃତ୍ୟୁର ପର୍ଯ୍ୟନ୍ତ ପୀଡା କରେ
Couplet 107
ଯବନ ଅଧିପତି ଯେହିମୃତ୍ୟୁର ନାମ ଅଟେ ସେହି
Couplet 108
ଏ ମୃତ୍ୟୁ ଯମ ରୂପ ଧରିଜୀବ ବିନାଶେ ଅଧିକାରୀ
Couplet 109
ଯବନେ ତାର ସେନାପତିଏ ଆଧିବ୍ୟାଧି ଯେତେ ଛନ୍ତି
Couplet 110
ଏ ଜୀବ-ଶରୀରେ ପୀଡନ୍ତିଏଣୁ ଏ ମୃତ୍ୟୁର ସଙ୍ଗତି
Couplet 111
ପ୍ରଜ୍ୱାର ଆଦି ଯେତେ ଜ୍ୱରପ୍ରବେଶେ ନାଶନ୍ତି ଶରୀର
Couplet 112
ବିବିଧ ଦୁଃଖ ତାପତ୍ରୟେପୀଡନ୍ତି ପ୍ରାଣ ଶେଷ ଯାଏ
Couplet 113
ଶତ ସମ୍ବତ୍ସର ପ୍ରମିତେଶରୀରେ ଥାନ୍ତି ଅବିରତେ
Couplet 114
ପ୍ରାଣ ଇନ୍ଦ୍ରିୟ ମନ ଧର୍ମନିର୍ଗୁଣ ଆତ୍ମାରେ ଅର୍ପିଣ
Couplet 115
ଏ କାମ ସୁଖ ଲବ ମାତ୍ରେଭୁଞ୍ଜଇ ଦୁଃଖ ସୁଖ ଗାତ୍ରେ
Couplet 116
ଏ ମୋର ବୋଲି ଅହଙ୍କାରବହିଛି ଦୁଃଖ ନିରନ୍ତର
Couplet 117
ପରମଆତ୍ମା ଭଗବାନସେ ସର୍ବହେତୁ ଚଇତନ
Couplet 118
ଯାବତ ତାଙ୍କୁ ନ ଜାଣଇଏ ଜୀବ ଭ୍ରମେ ଭ୍ରମୁଥାଇ
Couplet 119
ତାବତ ପ୍ରକୃତି ଗୁଣରେଏ ଜୀବ ପଡେ ମାୟା ଘୋରେ
Couplet 120
ଗୁଣାଭିମାନୀ ନିରନ୍ତରେଅବଶେ କର୍ମରେ ସଞ୍ଚରେ
Couplet 121
ସାତ୍ତ୍ୱିକ ରଜ ତମ ଆଦିକର୍ମେ ଯେ ହୋଏ ତ୍ରୟବିଧି
Couplet 122
ପୁରୁଷ ଯେ କର୍ମ କରଇସେ ଅନୁସାରେ ଦେହ ବହି
Couplet 123
ସାତ୍ତ୍ୱିକ କର୍ମ ଯେବା କରେଅଧିକ ପ୍ରକାଶ ଲୋକରେ
Couplet 124
ଏ ତିନିଲୋକେ ଯଶ ତାରଗାବନ୍ତି ଦେବାସୁର ନର
Couplet 125
ରାଜସ କର୍ମ ଯେ କରନ୍ତିଆଦ୍ୟରେ ସୁଖ ସେ ଲଭନ୍ତି
Couplet 126
ପଶ୍ଚାତେ ଲଭେ ବହୁ ଦୁଃଖଏ ଭାବ ନ ଜାଣେ ମୂରୁଖ
Couplet 127
ତାମସ କର୍ମର ଯେ ଫଳସେ ଶୋକ ଦୁଃଖ ମୋହ ଆଳ
Couplet 128
ଅଜ୍ଞାନ ଭାବେ ମୂଢଦେହୀସ୍ୱକର୍ମବେଶ ଭ୍ରମୁ ଥାଇ
Couplet 129
କେବେ ପୁରୁଷ ନାରୀ ହୋଇଏ ଚରାଚର ଭ୍ରମେ ସେହି
Couplet 130
ନପୁଂସ ଜନ୍ମ କେବେ ଧରେଏ ରୂପେ କର୍ମ ଅନୁସାରେ
Couplet 131
କେବେ ବା ଦେବତନୁ ପାଇମନୁଷ୍ୟ ଜନ୍ମ କେ ଲଭଇ
Couplet 132
ଖଗାଦି ପଶୁ ଚରାଚରେସ୍ୱକର୍ମ ଭୁଞ୍ଜନ୍ତି ପାମରେ
Couplet 133
ପଶୁ ପତଙ୍ଗ କୀଟ ଯେବେଏ ଯୋନି ଲଭେ କର୍ମଭାବେ
Couplet 134
ଭୁଞ୍ଜନ୍ତି ସ୍ୱକର୍ମ ଆବୋରିଏ ପାପ ପୁଣ୍ୟ ଆଦି କରି
Couplet 135
ଯେସନେ କ୍ଷୁଧାତୁର ହୋଇବିକଳେ କୁକୁର ଭ୍ରମଇ
Couplet 136
ଆହାର ଅର୍ଥେ ନିରନ୍ତରେଭ୍ରମୁଣ ଥାଇ ନାନା ପୁରେ
Couplet 137
କାହିଁ ବା ଆହାର ମିଳଇକାହିଁ ନିର୍ଘାତେ ଦଣ୍ତ ପାଇ
Couplet 138
କାହାରି ଚିତ୍ତେ ଦୟା ନାହିଁପଥେ ଗମନ୍ତେ ପୀଡେ କେହି
Couplet 139
ସର୍ବେ ବୋଲନ୍ତି ମାର ମାରଦୁଷ୍ଟ ସଜ୍ଜନ ଆଦି ନର
Couplet 140
ତା ଭାବେ କର୍ମ ଶତ୍ରୁପଣେନିରତେ ଦଣ୍ତେ ଅନୁକ୍ଷଣେ
Couplet 141
ପ୍ରାଭବ ଭର୍ତ୍ସନା ଅନେକପାଇ ସେ ଭ୍ରମେ ଅତିରେକ
Couplet 142
ସେ ରୂପେ ଏ ଜୀବ ସଂଜାତସ୍ୱକର୍ମବଳେ ଆତଜାତ
Couplet 143
ଏଣୁ ଏ କାମ ଆଶେ ମୋହିନିରତେ କର୍ମେ ଭ୍ରମେ ମହୀ
Couplet 144
କେବେ ବା ଉର୍ଦ୍ଧ୍ୱେ ଭୋଗକରେକେବେ ବା ଅଦୋ ମଧ୍ୟ ପୁରେ
Couplet 145
ଏମନ୍ତ ଉଚ୍ଚ-ନୀଚେ ଭ୍ରମିକର୍ମ ଭୁଞ୍ଜଇ ଦୁଃଖେ ଶ୍ରମୀ
Couplet 146
ସ୍ୱବଶ ନୋହେ ପ୍ରିୟା-ପ୍ରିୟେକାହିଁବା ଦୁଃଖ-ସୁଖ ଭୟେ
Couplet 147
କାହିଁ ଦଣ୍ତାଦି ପରାଭବକାହିଁ ଐଶ୍ୱର୍ଯ୍ୟ ବଇଭୋଗ
Couplet 148
ଏ ଦୁଃଖ-ସୁଖାଦି ସହିତେଆତ୍ମା ବନ୍ଧନ ଏ ସଙ୍ଗତେ
Couplet 149
ଏଣେ ତା ନୋହେ ପ୍ରତିକାରଦୁଃସହ ଦୁଃଖ ମହାଘୋର
Couplet 150
ଯାବତ ତାପତ୍ରୟ ଅଛିତାବତ ସୁଖ ନାହିଁ କିଛି
Couplet 151
ଯେବେ ପ୍ରତିକାର ଇଚ୍ଛଇଅତି ଦୁଃଖରେ ଦୁଃଖୀ ହୋଇ
Couplet 152
ଯେସନେ ପ୍ରାଣୀ ଶିରଭାରଉଶ୍ୱାସି ରଖଇ କନ୍ଧର
Couplet 153
ସେ କି ତାହାର ଭାର ନୋହେତେସନ ଦୁଃଖ ପ୍ରତି ଦେହେ
Couplet 154
କର୍ମର କର୍ମଟି କେବଳନୋହେ ଏକାନ୍ତ ପ୍ରତିକାର
Couplet 155
ଅବିଦ୍ୟା ମାର୍ଗ କର୍ମ ଦୁଇକର୍ମେ କି କର୍ମ ନାଶ ହୋଇ
Couplet 156
ଯେସନେ ଶୟନେ ସ୍ୱପନଦେଖଇ ବିବିଧ ବିଧାନ
Couplet 157
ପ୍ରତୀତ ହୋଏ ନିଦ୍ରାଗତେଅସତ୍ୟ ମଣେ ତା ଜାଗ୍ରତେ
Couplet 158
ତେସନେ କର୍ମେ କର୍ମ ନାଶେଧାମଇଁ ମିଥ୍ୟା ଅଭିଳାଷେ
Couplet 159
ଯାବତ ଆତ୍ମଜ୍ଞାନ ନାହିଁସଂସାରେ ନିବୃତ୍ତି ତା କାହିଁ
Couplet 160
ଉପାଧି ବିଷୟକୁ ମନବଳେ ଆଣଇ ସନ୍ନିଧାନ
Couplet 161
ସ୍ୱପନ ପ୍ରତ୍ୟକ୍ଷ ସେ କରେକୁମତି-ଜନ ଏ ସଂସାରେ
Couplet 162
ଅନର୍ଥ ହେତୁ ଏ ସଂସାରେନିରତେ ଘୋର ଭୟଙ୍କର
Couplet 163
ନିରତେ ଗତାଗତେ ଭ୍ରମିଜନ୍ମ-ମରଣେ ପଥ ଶ୍ରମି
Couplet 164
ଏଣୁ ଜୀବର ପାର ନାହିଁଏ ଚରାଚରେ ଭ୍ରମେ ମୋହି
Couplet 165
ପରମଗୁରୁ ଭଗବାନତା ପାଦେ ଭକ୍ତି ଭାବେ ଧ୍ୟାନ
Couplet 166
ତେବେ ଏ ସଂସାର ବିନାଶଏ ବିନେ ବନ୍ଦୀ ମୋହପାଶ
Couplet 167
ଯାବତ କୃଷ୍ଣ ନ ଭଜଇତାବତ ଜୀବଗତି କାହିଁ
Couplet 168
ଯେବେ ଭକତି ଯୋଗେ ନରଭଜଇ ଗୋବିନ୍ଦ ପୟର
Couplet 169
ତେବେ ବୈରାଗ୍ୟ ଜ୍ଞାନ ଜାତପ୍ରକାଶି ନାଶଇ ଦୁରିତ
Couplet 170
ସେ ଜ୍ଞାନେ କୃଷ୍ଣପାଦେ ମତିହରି ଭଜନେ ହୋଏ ରତି
Couplet 171
ଶ୍ରଦ୍ଧାନୁଭାବେ ଗୁଣ ଗାଇରୋମ ପୁଲକେ ଅଶ୍ରୁବହି
Couplet 172
ଜ୍ଞାନ-ଭକତି-ଯୋଗାନଳେଦହନ ହୋନ୍ତି ଅମଙ୍ଗଳେ
Couplet 173
ତେବେ ସେ ଜ୍ଞାନଯୋଗେ ହରିଲଭଇ କର୍ମ ପରିହିର
Couplet 174
ଯେ ଭଗବତ ସାଧୁଜନେବିଶ୍ରାମ କରନ୍ତି ଯେ ସ୍ଥାନେ
Couplet 175
କୃଷ୍ଣ ଚରିତ ଅନୁକ୍ଷଣେଗାବନ୍ତି ଶୁଣନ୍ତି ଶ୍ରବଣେ
Couplet 176
ବିଷୟ ସୁଖ ଘେନନ୍ତିନିରତେ ନାମ ଆସ୍ୱାଦନ୍ତି
Couplet 177
ସେ ସ୍ଥାନେ ନାମ-ସୁଧା-ନଈଶ୍ରବଣେ ସର୍ବଦିଗେ ଯାଇ
Couplet 178
ପବିତ୍ର କରେ ତ୍ରିଭୁବନଶ୍ରୋତା ବକତା ଯେତେ ଜନ
Couplet 179
ଶ୍ରବଣେ ପଶି ପାପ ଦହେଛାଡଇ ଜନ୍ମ ମୃତ୍ୟୁ ଭୟେ
Couplet 180
ଅନଳ ସ୍ପରଶେ ଯେସନଦହଇ ସୂକ୍ଷ୍ମ-ବସ୍ତ୍ର-ମାନ
Couplet 181
ଯେ ଶ୍ରୁତିଦ୍ୱାରେ ତା ପିବନ୍ତିଏ ମାୟାବନ୍ଧୁ ନିସ୍ତରନ୍ତି
Couplet 182
ଏ ଶୋକ ମୋହ ପରିହରେସ୍ୱଚ୍ଛନ୍ଦେ ଭବବନ୍ଧୁ ତରେ
Couplet 183
ଯେଣୁ ଅଜ୍ଞାନ ଶୋକ ମୋହେବିବେକହୀନେ ଦୁଃଖ ସହେ
Couplet 184
ଏଣୁ ଶ୍ରୀକୃଷ୍ଣେ ନୋହେ ରତିତା ନାମେ ନ ବଳଇ ମତି
Couplet 185
ଭ୍ରମେ ଭ୍ରମଇ ତାର ମନନୁହଇ ନିଜ ଆତ୍ମଜ୍ଞାନ
Couplet 186
କୃଷ୍ଣ ସ୍ମରଣ ନ ସ୍ଫୁରଇଅଜ୍ଞାନ ଜଡଭାବେ ଥାଇ
Couplet 187
ଯାବତ ସାଧୁସଙ୍ଗ ତାରନୋହିଛି ଶୁଣ ନୃପବର
Couplet 188
ତାବତ ନୋହେ ସଦଗତିଯଜ୍ଞାଦି କର୍ମେ ନ ତରନ୍ତି
Couplet 189
ନିଶ୍ଚୟେ କହିଲୁ ରାଜନସତ୍ସଙ୍ଗ ଭକ୍ତି ଉପାଦାନ
Couplet 190
କୃଷ୍ଣ ପ୍ରାପତ ମାର୍ଗ ଏହିଅନ୍ୟତ୍ର ଜୀବଗତି ନାହିଁ
Couplet 191
ଯେ ସଙ୍ଗୁ ଭବାର୍ଣ୍ଣବ ପାରଅଶେଷ ଯେ ମାର୍ଗେ ନିସ୍ତାର
Couplet 192
ବ୍ରହ୍ମା ଶଙ୍କର ଦକ୍ଷ ମନୁବିଶୁଦ୍ଧ ସନକାଦି ତନୁ
Couplet 193
ମରୀଚି ଅତ୍ରି ଅଙ୍ଗିରସପୁଲହ ପୁଲସ୍ତ୍ୟ ପ୍ରକାଶ
Couplet 194
କ୍ରତୁ ଅଗସ୍ତି ବଶିଷ୍ଠାଦିଅପରେ ଯେତେ ବ୍ରହ୍ମବାଦୀ
Couplet 195
ଭୃଗ୍ୱାଦି ଆମ୍ଭେ ଯେତେ ମୁନିଅଦ୍ୟାପି ନ ପାରିଲୁ ଚିହ୍ନି
Couplet 196
ଆମ୍ଭେ ସମାଧି ଯୋଗବଳେଦେଖି ନ ଦେଖୁଁ ତାଙ୍କୁ ଡୋଳେ
Couplet 197
ସେ ଦେଖି ଦେଖାନ୍ତି ସର୍ବକୁଦୃଷ୍ଟିର ଦୃଷ୍ଟି ବୋଲି ତାଙ୍କୁ
Couplet 198
ସେ ଆତ୍ମା ସର୍ବଜୀବ ହେତୁଜୀବ ଭ୍ରମେ ନ ଜାଣି ତତ୍ତ୍ୱ
Couplet 199
ଯେ ବେଦଶାସ୍ତ୍ରେ ଅଗୋଚରଅଦୃଶ୍ୟ ଅତସୂକ୍ଷ୍ମତର
Couplet 200
ଏଣୁ କେ ବେଦମାର୍ଗେ ଜାଣେଅବ୍ୟକ୍ତ ବ୍ରହ୍ମ ସୁରଗଣେ
Couplet 201
ସେ ବେଦ ଦୁସ୍ତର ବିସ୍ତାରତାହାରନ ନାହିଁ ଅନ୍ତଃ ପାର
Couplet 202
ବେଦବିହିତ ଯେତେ କର୍ମଯଜ୍ଞ ଆଚରି ମୁନି ଭ୍ରମ
Couplet 203
କ୍ଷୀଣ ମନ୍ତ୍ରେ ଲିଙ୍ଗ ଦେବତାବାଞ୍ଛନ୍ତି ଧ୍ୟାନେ କର୍ମେ ଶ୍ରୋତା
Couplet 204
ଋତି ନିମନ୍ତେ କର୍ମଫଳକର୍ମ ବିନାଶେ ଜ୍ଞାନବଳ
Couplet 205
ମଳିନ ବୁଦ୍ଧି ଯେବା ହୋନ୍ତିସେମାନେ ବେଦ କର୍ମ ଚିନ୍ତି
Couplet 206
ଇନ୍ଦ୍ରାଦି ଦେବଙ୍କୁ ପୂଜନ୍ତିଏଣୁ ଏ ବ୍ରହ୍ମ ନ ଜାଣନ୍ତି
Couplet 207
ଅଜ୍ଞାନୀ ବୋଲି ତାଙ୍କୁ ଜାଣଯେ ଆତ୍ମା ନ କଲା ପ୍ରମାଣ
Couplet 208
ଯାହାର ଆତ୍ମାଜ୍ଞାନ ନାହିଁସଂସାରୁ ସେ ତରିବ କାହିଁ
Couplet 209
ସେ ହରି ଯାରେ କରେ ଦୟେତା ମତି ବେଦେ ନିଷ୍ଠା ନୋହେ
Couplet 210
ସେ ଆତ୍ମାତତ୍ତ୍ୱେ ହରି ପାଇତାହା ନବୁଝି କର୍ମେ ବାଇ
Couplet 211
ତୁ ରାଜା କର୍ମକାଣ୍ତେ ଭୋଳତୋ ଯଜ୍ଞକର୍ମୁ ମହୀସ୍ଥଳ
Couplet 212
ଅଚ୍ଛାଦି ପ୍ରାଚୀନଗ୍ର ତୋରକୁଶେ ପୂରିଲା ନୃପବର
Couplet 213
ପ୍ରଜାଏ ଶସ୍ୟ କରଷଣେନ ପାରି କ୍ଷୁଧା ପ୍ରତୋଷଣେ
Couplet 214
ଅନ୍ନ ବିହୀନେ ସର୍ବଜନ୍ତୁଦୁର୍ଭିକ୍ଷେ ମଲେ ତୋର ହେତୁ
Couplet 215
ଏ ସର୍ବଜୀବ ବିନାଶିଲୁଏ ହତ୍ୟା ଦୋଷେ ଭାଗୀ ଦେଲୁ
Couplet 216
ତୁ ବିପ୍ରବାକ୍ୟେ ବିମୋହିତନ ଜାଣି ବେଦର ବୃତ୍ତାନ୍ତ
Couplet 217
ଏ ଯଜ୍ଞକର୍ମେ ହେଲୁ ଅନ୍ଧନ ଜାଣୁ ତୁ ଆମବା ଦୁର୍ବୋଧ
Couplet 218
ଯେ କର୍ମ ମୋକ୍ଷ ମାର୍ଗଦୂରତୁ ତାହା ନ କଲୁ ବିଚାର
Couplet 219
ପରମତତ୍ତ୍ୱେ ନୋହେ ମତିଲଭିବୁ ଦୁଃସହ ଦୁର୍ଗତି
Couplet 220
ଏ ବିପ୍ରେ ତୋ ହିତ ନ ଜାଣିନରକ ମାର୍ଗେ ତୋତେ ଟାରି
Couplet 221
ଏହାଙ୍କ ବାକ୍ୟେ ତୁ ରାଜନଭ୍ରମେ ହୋଇଲୁ ହତଜ୍ଞାନ
Couplet 222
ତୁ ଗୃହ-କୂପେ ଜନ୍ମଅନ୍ଧଏ ବିପ୍ରେ କର୍ମକାଣ୍ତେ ବଦ୍ଧ
Couplet 223
ଅନ୍ଧକୁ ଅନ୍ଧ ପଥ କହିସେ ଯେହ୍ନେ କାର୍ଯ୍ୟେ ନ ଘଟଇ
Couplet 224
ତେସନେ ଏହାଙ୍କ ବଚନହେ ରାଜା ଚିତ୍ତେ ତୁ ନ ଘେନ
Couplet 225
ତୋତେ ଭଣ୍ତିଲେ ଧନ ଆଶେଇନ୍ଦ୍ରିୟ-ସୁଖ ଗୃହବାସେ
Couplet 226
ତୋ ପୂର୍ବପୁଣ୍ୟ ବିନାଶିଲେଜୀବ ହିଂସନେ ଶିକ୍ଷା ଦେଲେ
Couplet 227
ହରି ଆଶ୍ରିତ ର୍କମ ଯେତେନ କହି ଭ୍ରମାଇଲେ ତୋତେ
Couplet 228
ଏ ବିପ୍ରେ ନ ଜାଣନ୍ତି ତାହାତେଣୁ ଭଣ୍ତିଲେ ନରନାହା
Couplet 229
ତୁ ତର୍କି ନ ପାରି ରାଜନବିଅର୍ଥେ ଗଲା ତୋର ଦିନ
Couplet 230
ଯେ କର୍ମେ ହରି ତୋଷ ହୋଏତାହାକୁ କର୍ମ ବୋଲି ରାୟେ
Couplet 231
ଉତ୍ତମ ବିଦ୍ୟା ହେ ରାଜନଯେ ହରି କରନ୍ତି ଭଜନ
Couplet 232
ଜ୍ଞାନୀଙ୍କ ମଧ୍ୟେ ସେହୁ ବରଯେ ହରିକର୍ମେ ତତପର
Couplet 233
ଯଜ୍ଞାଦି ଦାନ ପୁଣ୍ୟ ସେହିଯେବେ ଜୀବରେ ଦୟା ବହି
Couplet 234
ସର୍ବଭୂତରେ ଆତ୍ମା ହରିପ୍ରକୃତି ସ୍ୱରୂପେ ବିହରି
Couplet 235
ସେ ଏକ ଆତ୍ମା ବେନି ଅଂଶପ୍ରକୃତି ଭେଦେ ବହୁ ଦୃଶ୍ୟ
Couplet 236
ଏମନ୍ତ ହରିରେ ଶରଣତୁ ଯାଇ ପଶ ନୁପରାଣ
Couplet 237
ସେ ସର୍ବଆତ୍ମା ପ୍ରିୟ ହରିଯାନାମ ଆଶ୍ରେ ଭବୁ ତରି
Couplet 238
ସେ କାଳଭୟ ବିନାଶନ୍ତିନିର୍ଭୟେ ନିଶ୍ଚିନ୍ତେ ରହନ୍ତି
Couplet 239
ଏ କତା ଯେ ବୁଝେ ପଣ୍ତିତସେ ସର୍ବ ଚାରୁଟି ଅଚ୍ୟୁତ
Couplet 240
ତୁମ୍ଭର ସନ୍ଦେହ ଫେଡିଲୁଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ
Couplet 241
ଅପରେ ଗୁପ୍ତ ଦୃଷ୍ଟାନ୍ତରତୋତେ କହିବା ନୃପବର
Couplet 242
ତା ତୋତେ ବୁଝାନ୍ତେ ରାଜନତେବେ ନୋହିଲା ତୋର ଜ୍ଞାନ
Couplet 243
କୁସୁମବାଡି ମଧ୍ୟେ ମୃଗଇଚ୍ଛଇ ମଇଥୁନ ଯୋଗ
Couplet 244
ହରିଣୀ ବଶେ ବଶ ହୋଇଅଜ୍ଞାନେ ମୃତ୍ୟୁ ନ ଜାଣଇ
Couplet 245
ଅଳପ ସୁଖ-ଲୋଭେ ମତିଭ୍ରମର-ଗୀତେ ଡେରି ଶ୍ରୁତି
Couplet 246
ତା ଅଗ୍ରେ ବୃକମାନେ ଛନ୍ତିତା ମାଂସ ଭକ୍ଷଣ କରନ୍ତି
Couplet 247
ତାହାଙ୍କ ମୁଖକୁ ରାଜନସତ୍ୱରେ କରଇ ଗମନ
Couplet 248
ତା ପଚ୍ଛେ ବ୍ୟାଧ ଗୋଡାଇଛିସଘନେ ବାଣ ସେ ବିନ୍ଧୁଛି
Couplet 249
ତାହାକୁ ନ କରିଣ ଭୟେଆନନ୍ଦେ ମୃଗୀରସେ ରହେ
Couplet 250
ଭେଦିଣ ବ୍ୟାଧ ତୀକ୍ଷ୍ଣ ଶରମିଳାଇ ଅର୍ଦ୍ଧ ତା ଶରୀର
Couplet 251
ଗଲା ନ ଜାଣେ କାମସୁଖେତେବେ ଉଛୁଛି ଲତା ଭକ୍ଷେ
Couplet 252
କାହାକୁ ନ କରିଣ ଭୟେସଧୀରେ ଲତା ବୃକ୍ଷୁ ଖାଏ
Couplet 253
ଏମନ୍ତ ମୃଗ କେ ରାଜନବିବେକୀ ଖୋଜ ତୁ ବହନ
Couplet 254
ତେବେ ଜାଣିବା ସୀଧୁମତିବିଷୟ ରସ ତ୍ୟାଗ ଗତି
Couplet 255
ଏ ଅନୁଭବ ବୁଝି ରାୟେବିବେକୀ ଜାଣିବୁ ଥୋକାଏ
Couplet 256
ତା ଶୁଣି ସଂଭ୍ରମେ ରାଜନମୁନିଙ୍କି ଚାହିଁ ତୋଷମନ
Couplet 257
କହେ ବିନୟ ଶୁଦ୍ଧଚିତ୍ତେଅତି ଆନନ୍ଦେ ହରଷିତେ
Couplet 258
ଆମ୍ଭର ଏଣେ ନାହିଁ ମତିବିବେକୀ ନୋହେ ଆତ୍ମଗତି
Couplet 259
ଯେବେ ମୋହେରେ ଦୟା ବହୁଏ କଥା ଫେଡି ମୋତେ କହ
Couplet 260
ତୁମ୍ଭେ ଦୟାଳୁ ଯୋଗେଶ୍ୱରସକଳ ଘଟେ ଦୟାପର
Couplet 261
ମୁଁ ବୁଝି ନ ପାରିଲି ଚିତ୍ତେଛାଡୁ ସଂଶୟ କହ ମୋତେ
Couplet 262
କେ ମୃଗ ବୃକ ବ୍ୟାଧ କେହିଭୋ ମୁନିବର ଦେବା କହି
Couplet 263
ଶୁଣ ରାଜନ ଶୁଦ୍ଧଚିତ୍ତେତା ଫେଡି କହିଦେବା ତୋତେ
Couplet 264
ହେ ରାଜା ମୃଗରୂପ ତୁହିତୋ ପତ୍ନୀଗଣେ ପୁଷ୍ପଦେହୀ
Couplet 265
ସେ ତୋତେ ବେଢି ଅଗ୍ରେଛନ୍ତିତୋ ପ୍ରାଣ ବିବାଦେ ନାଶନ୍ତି
Couplet 266
ତୁ ତାହା ତର୍କି ନ ପାରିଲୁସୁବେଶେ ତାହାଙ୍କୁ ପୂଜିଲୁ
Couplet 267
ସର୍ପାଗ୍ନି ସ୍ତିରୀ ଯେ ଦୁର୍ଜନବିଶ୍ୱାସ ନ ଯିବ ଏମାନ
Couplet 268
ତାଙ୍କ ବଶେ ନିମଜ୍ଜିଲୁପ୍ରାଣୁ ଅଧିକ ସ୍ନେହ କଲୁ
Couplet 269
ସେ ତୋର ବଶ କଲେ ମନବନ୍ଧନେ ପଶୁଏ ଯେସନ
Couplet 270
ଏ ତୋତେ ନିଶ୍ଚୟ ନାଶିବେତୋ ସ୍ନେହଭରେ ପ୍ରାଣ ନେବେ
Couplet 271
ଏ ସଙ୍ଗଦୋଷୁ ନୃପବରହୋଇବ ମୋକ୍ଷମାର୍ଗ ଦୂର
Couplet 272
ତୁ ଅନୁଭବେ ବୁଝ ଏବେତୋତେ କହିବା ଫେଡି ଭାବେ
Couplet 273
କୁସୁମବନ ବୋଲି ଯାହାନାରୀଙ୍କ ଧର୍ମ କହି ତାହା
Couplet 274
ତା ସଙ୍ଗେ ଏ ପୁରୁଷବରକରଇ ଅଜ୍ଞାନେ ବିହାର
Couplet 275
ବିଷୟ ସୁଖେ ଉନମତ୍ତସୁରତି ରସେ ଦେଇ ଚିତ୍ତ
Couplet 276
ଭ୍ରମରେ ଯେହ୍ନେ ଗୁଞ୍ଜରନ୍ତିତେସନେ ଯୁବତୀ ଭାଷନ୍ତି
Couplet 277
ସେ ବାକ୍ୟେ କର୍ଣ୍ଣ ଡେରିଥାଇକାଳ-ବୃକକୁ ଭୟ ନାହିଁ
Couplet 278
ତା ପଛେ କାଳ ଗୋଡାଇଛିଏକଥା ଜୀବ ନ ବୁଝୁଛି
Couplet 279
ଏବେ ତୁ ବୁଝ ମହୀପତିଏ ମୃଗତୃଷ୍ଣା ଜୀବଗତି
Couplet 280
ଆପଣେ ଚିତ୍ତେ ତୁ ବିଚାରଏମନ୍ତ ବୁଦ୍ଧି ଦୃଢ଼େ ଧର
Couplet 281
ଶ୍ରବଣ ନଦେଇ ବିଷୟେଏ ସର୍ବହିତେ କର ଲୟେ
Couplet 282
କାମୁକ କାମ ସୁଖ ପାଇଁଗୃହ-କାରଣେ ବନ୍ଦୀ ହୋଇ
Couplet 283
ଯେହ୍ନେ ମଧୁପ ମଧୁ ଆଶେଲୋଭେ ବନ୍ଧନ ପଦ୍ମକୋଷେ
Couplet 284
ଅବଶେ ସ୍ନେହ ନ ତେଜିଲାପଦ୍ମ ମୁଦ୍ରିତେ ପ୍ରାଣ ଦେଲା
Couplet 285
ସେ ରୂପେ ସ୍ତିରୀ ମୁଖାମ୍ବୁଜେଯହିଁ ଯୋଗୀନ୍ଦ୍ର ଯୋଗ ଭାଞ୍ଜେ
Couplet 286
ପୁଣ୍ୟାଦି କର୍ମ କରେ ନାଶଏଣୁ ସ୍ତିରୀସଙ୍କ ଦୋଷ
Couplet 287
ସତ୍ୟ ଶଉଚ ଦୟା ଧର୍ମଅପରେ ଯେବା ଶ୍ରେୟକର୍ମ
Couplet 288
ଏ ସର୍ବ କରଇ ବିନାଶସେ ସଙ୍ଗେ ନାହିଁ ସୁଖ ଲୋ
Couplet 289
ତୁ ଗୃହ ଛାଡି ହରି ଭଜବିଷୟ କର୍ମ ଦୂରେ ତେଜ
Couplet 290
ତା ଶୁଣି ବୋଲଇ ରାଜନଭୋ ମୁନି ଏ ତୁମ୍ଭ ବଚନ
Couplet 291
ବିଚାରି ବୁଝିଲଇଁ ଚିତ୍ତେମୋ ରାଜ୍ୟେ ବିପ୍ରେ ଛନ୍ତି ଯେତେ
Couplet 292
ଏ ସର୍ବେ ନ ଜାଣନ୍ତି ଜ୍ଞାନବିଦ୍ୟା ବିଭ୍ରମେ ଅଭିମାନ
Couplet 293
ସେ ଯବେ ଜାଣନ୍ତେ ନା ଏହାକିମ୍ପାଇ ନ କହନ୍ତେ ତାହା
Couplet 294
ଏଣୁ ଏ କର୍ମେ ମୋତେ ଟେକିଯେଣୁ ଅଟନ୍ତି ଅବିବେକୀ
Couplet 295
ଭୋ ମୁନି ତୁମ୍ଭ ପ୍ରାୟେ ଯେତେସାଧୁଏ ଅଛନ୍ତି ଜଗତେ
Couplet 296
ସେ ତୁମ୍ଭ ପ୍ରାୟେ ଦୟା କରିକେହି ନ ଆସନ୍ତି ମୋ ପୁରୀ
Couplet 297
ଏ କଥା କହ ମୁନିବରମୋର ସଂଶୟ ହେଉ ଦୂର
Couplet 298
ଏମନ୍ତେ ଦେବ ମହାଋଷିକହନ୍ତି ତା ବାକ୍ୟ ପ୍ରଶଂସି
Couplet 299
ତୁ ଯାହା ପୁଚ୍ଛିଲୁ ରାଜନକହିବା ଏଥିର ବିଧାନ
Couplet 300
ଯେ ପଦ୍ମନାଭ ପଦାଶ୍ରିତତେଣେ ଭାବିତ ଯାର ଚିତ୍ତ
Couplet 301
ସ୍ୱର୍ଗାପବର୍ଗ ତୁଚ୍ଛ ମଣିତୋ ରାଜଭୋଗ ମୃତ୍ୟୁ ଗଣି
Couplet 302
ଏଣୁ ସାଧବେ ତାହା ଦେଖିଭୟେ ବିମୁଖ ତା ଉପେକ୍ଷି
Couplet 303
ଆତ୍ମା ବିଯୋଗେ ପିଣ୍ତ ଯେହ୍ନେସଭୟେ ତେଜନ୍ତି ଯେସନେ
Couplet 304
ତେସନେ ଏ ରାଜ-ବିଭୂତିଭୟେ ସାଧବେ ନ ଇଚ୍ଛନ୍ତି
Couplet 305
ତୁ ରାଜା ଚିତ୍ତେ ପରିମାଣଭୋଗାଦି ଅନର୍ଥ କାରଣ
Couplet 306
ତା ଶୁଣି ସଂଭ୍ରମେ ରାଜନଚିନ୍ତା ବିମୁଖେ ଖେଦମନ
Couplet 307
ଏ ବିପ୍ରଗଣେ ଅନୁକ୍ଷଣେକହନ୍ତି ଯଜ୍ଞାଦି କାରଣେ
Couplet 308
ଏହାଙ୍କ ଶିକ୍ଷା କର୍ମ ଯେତେଛାଡିଲା ତୁମ୍ଭ ବାକ୍ୟମତେ
Couplet 309
ଏ କର୍ମେ ଯୋଗୀଜନ ମୋହେଏଣୁ ପ୍ରତୀତ ସର୍ବଠାଏ
Couplet 310
ଏକ ସଂଶୟ ମୋର ଅଛିଭୋ ମୁନି କହ ପଚାରୁଛି
Couplet 311
ଯେ ଦେହେ ପ୍ରାଣୀ କର୍ମକରେତା ଛାଡି ପରଲୋକେ ଗଲେ
Couplet 312
କର୍ମ ଭୁଞ୍ଜଇ ଅନ୍ୟ ଦେହେଏକଥା ସର୍ବବେଦ କହେ
Couplet 313
କର୍ତ୍ତା ଭୋକତା ବେନି ଭେଦଏ ବେନି ସଂଶୟ ମୋ ଛେଦ
Couplet 314
ଫେଡିଣ କହିବା ଗୋସାଇଁଆବର ସଂଶୟ ଅଛଇ
Couplet 315
ତାହା ପୁଚ୍ଛଇ ମୂଢ଼ଭାବେମୋ ମନ ସୁମରୁଛି ଏବେ
Couplet 316
ବେଦ ବିହିତ ଯେତେ କର୍ମଲୋକ ଆଚରେ ବିଧିଧର୍ମ
Couplet 317
କର୍ମ ଉତ୍ତାରେ ତା ନ ଜାଣିକି ରୂପେ କର୍ମ ଭୁଞ୍ଜେ ପ୍ରାଣୀ
Couplet 318
ଅଦୃଷ୍ଟ କର୍ମେ ସଂଯୋଗଇଏଣେ ସଂଶୟ ମୋର ହୋଇ
Couplet 319
ଏମନ୍ତ ରାଜା ମୁଖୁ ଶୁଣିନାରଦ କହେ ମନେ ଗୁଣି
Couplet 320
ଶୁଣ କହିବା ନୃପରାଣଏ ବେନି ସଂଶୟ ଫେଡିଣ
Couplet 321
ଯେ ଦେହେ ଜୀବ କର୍ମ କରେପରଲୋକେ ତା ଭୋଗ କରେ
Couplet 322
ଯେ ପାପପୁଣ୍ୟ ତାର ଥାଇସେକାଳେ ତାହା ସେ ଭୁଞ୍ଜଇ
Couplet 323
ଏ ସ୍ଥୂଳଦେହ ଗଲେ ନାଶଏ ଲିଙ୍ଗ ଅନ୍ୟ ଦେହେ ବାସ
Couplet 324
କର୍ତ୍ତା ଭୋକତା ନୋହେ ଭିନ୍ନସ୍ୱପ୍ନେ ଦୃଷ୍ଟାନ୍ତର ଯେସନେ
Couplet 325
ଶୟନେ ଦେହ ପଡ଼ିଥାଇଶ୍ୱାସ କ୍ଷେପଣ ନ ଜାଣଇ
Couplet 326
ଏ ଦେହ ସ୍ନେହ ପରିହରିଏ ମନ ଲିଙ୍ଗଦେହ ଧରି
Couplet 327
ଅନ୍ୟଭୂତ କର୍ମ ବ୍ୟାପାରଏ ମନ କରେ ଅଙ୍ଗୀକାର
Couplet 328
ଏ ମନ୍ତ ଜାଣି ଦୃଷ୍ଟାନ୍ତରେଏମନ୍ତ ଅନ୍ୟତ୍ର ଶରୀରେ
Couplet 329
ଧରିଣ ସ୍ଥୁଳଦେହ ମନମୁଁ କୁଳଶ୍ରେଷ୍ଠ ବିଦ୍ୱଜ୍ଜନ
Couplet 330
ଏ ପୁତ୍ର-ଦାରାଦି ମନ୍ଦିରବୋଲିଣ କରେ ଅହଙ୍କାର
Couplet 331
ଏ ଅଭିମାନ କର୍ମ କରେସ୍ୱକର୍ମ ବଶେ ଦେହ ଧରେ
Couplet 332
କର୍ମ ନ ଥିଲେ ଜନ୍ମ ନାହିଁତା ପୂର୍ବକର୍ମ ଭୋଗ କାହିଁ
Couplet 333
ଏ ମନ ଲିଙ୍ଗ ଦେହ ବେନିଭୋଗାର୍ଥେ ସ୍ଥୂଳ ଦେହ ଘେନି
Couplet 334
ଯାହା ତୁ ପୁଚ୍ଛିଲୁ ନୃପତିବିନଷ୍ଟକର୍ମ ଉତପତ୍ତି
Couplet 335
ତା ଫେଡି କହିବାକ ତୋତେସଂଶୟ ଫିଟିବ ଯେମନ୍ତେ
Couplet 336
ଏ ଜ୍ଞାନ କର୍ମ ଭେଦେ ଦୁଇଇନ୍ଦ୍ରିୟ କର୍ମାଦି କରଇ
Couplet 337
ଏ ପୁଣ୍ୟପାପାଦି ବିଷୟକରଇ ଏ ମନ ଇନ୍ଦ୍ରିୟ
Couplet 338
ଚିତ୍ତ ବିଷୟ କର୍ମ ଜାଣିନୋହିଲେ କେବା ପରିମାଣି
Couplet 339
ଏ ରୂପେ ଜାଣ ଚିତ୍ତବୁଦ୍ଧିଭୂଞ୍ଜଇ ପୂର୍ବକର୍ମ ସିଦ୍ଧି
Couplet 340
କର୍ମ ନ ଥିଲେ ଭୋଗ କାହିଁବିବେକୀ ବୁଝ ନରସାଇଁ
Couplet 341
ଏ ପ୍ରତିଲକ୍ଷ୍ୟେ ଦୃଷ୍ଟାନ୍ତରତୋତେ କହିବା ନୃପବର
Couplet 342
ତୋ ଅନ୍ୟ ଦେହ ଥାଉଁ ଏବେଏ ଦେହେ ବୁଝ ଅନୁଭବେ
Couplet 343
ଜାଗ୍ରତେ ଯେତେ ରୂପମାନଏ ଦେହେ ଭାବିଥାଇ ମନ
Couplet 344
ଦୃଷ୍ଟି ଶ୍ରବଣେ ଯେ ବିଷୟସ୍ୱପନ ଗତେ ସେ ଉଦୟ
Couplet 345
ଏ ଲିଙ୍ଗଦେହ ଧରି ମନବିଷୟକର୍ମ କରେ ଧ୍ୟାନ
Couplet 346
ବିଷୟକର୍ମେ ହୋଇ ବଶଆନନ୍ଦେ ଘେନେ ଭୋଗରସ
Couplet 347
ଯେ କଥା ଅନୁଭବି ନାହିଁସ୍ୱପନେ ଦେଖିବ ତା କାହିଁ
Couplet 348
ଏହାର ପୂର୍ବକର୍ମ ଦୋଷଯାବତ ନୋହିଛି ବିନାଶ
Couplet 349
ତା ଅନ୍ୟଦେହେ ଭୋଗ କରେସେ ଶୁଭାଶୁଭ ତା ବେଭାରେ
Couplet 350
ପୂର୍ବ ଅକର୍ମ- ଦୋଷେ ଜୀବଜନ୍ମି ଲଭଇ ମୂଢ଼ଭାବ
Couplet 351
ଫଳାନୁସାରେ ଦେହ ପାଇପୁଣ ସେ କର୍ମେ ପ୍ରବେଶଇ
Couplet 352
ଯାହା ଏ ଅନୁଭବି ନାହିଁଏ ମନ ଚୁଇଁବ ତା କାହିଁ
Couplet 353
ଶୁଣ ରାଜନ ସାବଧାନସକଳ କର୍ମେ ସାକ୍ଷୀ ମନ
Couplet 354
ମନଟି ସୁଖଦୁଃଖଦାତାଏ ପାପପୁଣ୍ୟର କରତା
Couplet 355
ମନହୁଁ କର୍ତ୍ତା ଆର ନାହିଁଇନ୍ଦ୍ରିୟ ଗୁଣ ଅର୍ଥ ବହି
Couplet 356
ତା ପୂର୍ବ ଶୁଭାଶୁଭ କର୍ମସେ ଅନୁସାରେ ଲଭେ ଜନ୍ମ
Couplet 357
କେ ଦାତା କୃପଣ ଈଶ୍ୱରସାଧୁ ଦୁର୍ଜନ କେବା ଚୋର
Couplet 358
ଏ ମନ କର୍ମର ଆୟତ୍ତେଭ୍ରମଇ ଦୁଃଖସୁଖେ ନିତ୍ୟେ
Couplet 359
ଏ ବର୍ତ୍ତମାନ ଦେହେ ଯାହାଯେ ରୂପେ ଦେଖି କରେ ସ୍ନେହା
Couplet 360
ତା ଅନାଗତ ଦେହେ ଦେଖେଏ ବର୍ତ୍ତମାନ ଦେହୀ ପକ୍ଷେ
Couplet 361
ଯେ କଥା ଅନୁଭବି ନାହିଁସ୍ୱପ୍ନରେ କେବେ ବା ଦିଶଇ
Couplet 362
ସମୁଦ୍ର ଗିରିଶିଖେ ଯେହ୍ନେପ୍ରତୀତ କରଇ ସେ ମନେ
Couplet 363
ନକ୍ଷତ୍ର ଆଦି ଗ୍ରହମାନଦିବସେ ଦୃଶ୍ୟ ଦୁର୍ଘଟନ
Couplet 364
ଆପଣା ଶିରଚ୍ଛେଦ ହୋଇଏ ବିପରୀତ ସେ ଦେଖଇ
Couplet 365
ମିଥ୍ୟାଭିଳାଷେ ଏହୁ ଭ୍ରମପ୍ରତ୍ୟକ୍ଷ କରେ ତାହା ମନ
Couplet 366
ଏ ସର୍ବ ନିଦ୍ରାଦୋଷେ ଜାଣେଦେଶ-କାଳ-କ୍ରିୟା ପ୍ରମାଣେ
Couplet 367
ଇନ୍ଦ୍ରିୟ ବିଷୟ ସକଳମନରେ ହୋନ୍ତି ସବୁ ଠୁଳ
Couplet 368
ସେ ସର୍ବେ ହୋନ୍ତି ଯାନ୍ତି ନିତ୍ୟେଏଣୁ ଏ ମନ ବିପରୀତେ
Couplet 369
ଯେ ମନ କୃଷ୍ଣପାଦତଳେସତ୍ତ୍ୱ-ନିଷ୍ଠାରେ ଥାଇ ଭୋଳେ
Couplet 370
ଏ ବିଶ୍ୱ ପ୍ରକାଶ ହୁଅଇସଂଯୋଗେ ପରିପ୍ରକାଶଇ
Couplet 371
ତଥାପି ବିଷୟ ପ୍ରବଳମନକୁ କରଇ ଚଞ୍ଚଳ
Couplet 372
ଯେହ୍ନେ ଚନ୍ଦ୍ରକୁ ରାହୁ ଗ୍ରାସେତେସନ ଗୁଣେ ମନ ମିଶେ
Couplet 373
ଏ ଗୁଣ ସମୂହ ଅନାଦିଯାବତ ଅଛି ମନ ବୁଦ୍ଧି
Couplet 374
ତାବତ ଅହଙ୍କାର ବହେଯେଣୁ ତ୍ରିଗୁ ଅଛି ଦେହେ
Couplet 375
ଏ ପ୍ରାଣ-ମାର୍ଗର ସନ୍ତାପେସ୍ୱପନ-ମୂର୍ଚ୍ଛା-ଉପତାପେ
Couplet 376
ଏ ଗୁଣ ଜ୍ଞାନ ନ ଛାଡଇମୃତ୍ୟୁ ପ୍ରଜ୍ୱର କାଳେ ସେହି
Couplet 377
ଏ ଗର୍ଭବାସେ ଥିଲା ଯେବେବାଲ୍ୟ ଅବସ୍ଥା ଅବା ଯେବେ
Couplet 378
ଏ ଲିଙ୍ଗ ସୂକ୍ଷ୍ମରୂପେ ରହେକେବଳ ପ୍ରକାଶିତ ନୋହେ
Couplet 379
ଯେସନେ କହୁ-ତିଥି ପାଇଚନ୍ଦ୍ରକିରଣ ନ ଦିଶଇ
Couplet 380
ସେ ରୂପେ ବାଲ୍ୟାଦି କାଳରେଏ ଗୁଣ ପ୍ରକାଶ ନ କରେ
Couplet 381
ଗୁଣେ ବନ୍ଧନ ଲିଙ୍ଗ ଦେହକର୍ମରେ କରୁଥାଇ ସ୍ନେହ
Couplet 382
ଏ ଦେହ ଯେକାଳେ ନ ଥାଇତେବେ ତା ଜନ୍ମ ଅବା କାହିଁ
Couplet 383
ବିଷୟ ଧ୍ୟାନ ଯେଣୁ ଅଛିତେଣୁ ଏ ଶରୀର ଧରିଛି
Couplet 384
ସ୍ୱପ୍ନ ଦୃଷ୍ଟାନ୍ତର କରିଣଭୋଗାଦି ବୁଝ ନୃପରାଣ
Couplet 385
ନାରଦ ବଚନ ଶୁଣିଣକହଇ ପ୍ରାଚୀ ନୃପରାଣ
Couplet 386
ଭୋ ମୁନିବର ତୁମ୍ଭେ ଶୁଣଜୀବର କି କି କହ ଗୁଣ
Couplet 387
ଯାହାକୁ ଜୀବ ବୋଲି କହତାହାର କିବା ରୂପ ଦେହ
Couplet 388
ନାରଦ ଶୁଣି ନୃପବାଣୀଆନନ୍ଦଚିତ୍ତେ ମନେ ଗୁଣି
Couplet 389
ବୋଲନ୍ତି ଶୁଣ ନୃପବରସ୍ୱରୂପ କହିବା ଜୀବର
Couplet 390
ଶବଦ ଆଦି ମାତ୍ରା ପଞ୍ଚଅପରେ ତ୍ରିଗୁଣ ପ୍ରପଞ୍ଚ
Couplet 391
ଦଶଇନ୍ଦ୍ରିୟ ପଞ୍ଚପ୍ରାଣିଯେ ମନ ବୁଦ୍ଧି ସଙ୍ଗତେଣ
Couplet 392
ଏହାଙ୍କୁ ଲିଙ୍ଗ-ଦେହ କହିଯାବତ ଚେତନା ଏ ବହି
Couplet 393
ତାବତ ଜୀବ ବୋଲି ଜାଣଯେଣୁ ଏ ଘେନେ ଦେହଗୁଣ
Couplet 394
ଦେହାଦି ଛାଡେ ଘେନେ ଏହିଶୋକ ହରଷ ବେନି ବହି
Couplet 395
ଯେସନେ ତୃଣେ ଜୋକମାନଏକକୁ ଧରି ଛାଡେ ଆନ
Couplet 396
ସେ ରୂପେ ଏ ଲିଙ୍ଗ-ଶରୀରଦେହ ସମ୍ଭବେ ବୁଝ ବୀର
Couplet 397
ଯାବତ ଅନ୍ୟଦେହ ନୋହେତାବତ ଅଛି ପୂର୍ବଦେହେ
Couplet 398
ଏ ପୂବକର୍ମ ନ ଛାଡଇସଙ୍ଗତେ ଘେନି ତା ଭୁଞ୍ଜଇ
Couplet 399
ଯାବତ ଅଛି ମାୟା ଦ୍ୱନ୍ଦ୍ୱତାବତ ଏକର୍ମେ ସେ ବଦ୍ଧ
Couplet 400
ଏ ଜୀବ ପଡି ମାୟାବନ୍ଧେକର୍ମ କରଇ ନାନାଛନ୍ଦେ
Couplet 401
ଏ ମାୟାବନ୍ଧ ଛାଡେ ଯେବେକୃଷ୍ଣଚରଣେ ଭଜେ ତେବେ
Couplet 402
ସକଳ-ଘଟେ ଆତ୍ମା ରୂପେଯେ ହରି ଛନ୍ତି ଦେହ-କୂପେ
Couplet 403
ସୃଷ୍ଟି-ପାଳନ-ସଂହାରଣଯାହାର ତହୁଁ ଏ ଭିଆଣ
Couplet 404
ତା ପାଦେ ଭଜିଲେ ମୁକତିତା ବିନୁ ନାହିଁ ଅନ୍ୟଗତି
Couplet 405
କହେ ମୈତ୍ରେୟ ମୁନିବରସୁମନେ ଶୁଣ ହେ ବିଦୁର
Couplet 406
ଜୀବ ଆତ୍ମାର ଗତି ମାନନାରଦମୁନି ପ୍ରଭେଦେଣ
Couplet 407
ରାଜାଙ୍କୁ କହିଲେ ବୁଝାଇଏ ଲିଙ୍ଗ-ଶରୀର ଭେଦାଇ
Couplet 408
ଶୁଣି ସାନନ୍ଦ ନୃପବରଉଠି ଯୋଡିଲା ବେନିକର
Couplet 409
ସାଷ୍ଟାଙ୍ଗେ କରି ଦଣ୍ତବତହରଷେ ହୋଇ କୃତକୃତ୍ୟ
Couplet 410
ରୋମ ଉଦ୍ଗମ ଅଶ୍ରୁପାତବୋଲଇ ହୋଇ ହରଷିତ
Couplet 411
ଭୋ ମୁନିବର ଯୋଗେଶ୍ୱରମୋ ମୋହବନ୍ଧ କଲ ଦୂର
Couplet 412
ଏବେ ନିଷ୍କାମଭାବ ମୁହିଁକି ରୂପେ କରିବି ଗୋସାଇଁ
Couplet 413
ତୋ ସଙ୍ଗ ଛାଡିଲେ ଗୋସାଇଁମୋ ମନ ନରହିବ କାହିଁ
Couplet 414
ଏଥକୁ କହିବା କାରଣତୁମ୍ଭେ ସର୍ବଜ୍ଞ ସର୍ବଜାଣ
Couplet 415
କହିବା ମୋତେ ଦୟାଚିତ୍ତକେମନ୍ତେ ହେବି ବନ୍ଧମୁକ୍ତ
Couplet 416
ପ୍ରସନ୍ନେ କହ ମୁନିବରମୁଁ ତୁମ୍ଭ ଚରଣେ କିଙ୍କର
Couplet 417
ଏମନ୍ତେ ତାର ବାକ୍ୟେ ତୋଷିକହେ ନାରଦ ମହାଋଷି
Couplet 418
ନିରତେ ସାଧୁ-ସଙ୍ଗ ଯେବେମନ ନିଶ୍ଚଳ ରହେ ତେବେ
Couplet 419
ଏ ବିନେ ଅନ୍ୟତ୍ର ରାଜନନ ଦେଖି ମନ ସମାଧାନ
Couplet 420
ସେ ସାଧୁସଙ୍ଗ ସେବା ଫଳେଜ୍ଞାନ-ଭକତି-ଯୋଗବଳେ
Couplet 421
ଜନ୍ମ-ବିନାଶ-ଲିଙ୍ଗ ତୋରତେବେ ଛାଡିବ ନୃପବର
Couplet 422
ଅପରେ ନାହିଁ ମୋକ୍ଷ ଆରନ ଦେଖି ଶୁଣ ନୃପବର
Couplet 423
ତା ଶୁଣି ପଚାରେ ନୃପତିକିରୂପେ ସାଧୁଙ୍କୁ ସେବନ୍ତି
Couplet 424
କହ ବିଧାନ ମୁନିବରଅଳପେ ସାଧି ମୋକ୍ଷ-ଦ୍ୱାର
Couplet 425
ହସି ନାରଦ ମହାଋଷିତା ବୋକ୍ୟେ କହନ୍ତି ପ୍ରତୋଷି
Couplet 426
ଶୁଣ ରାଜନ ଶୁଦ୍ଧ-ଚିତ୍ତେବିଧାନ କହିବା ଯୁଗତେ
Couplet 427
ଏ ସର୍ବ-ଚିନ୍ତା ପରିହରମନ-ଇନ୍ଦ୍ରିୟ ଦୃଢ଼େ ଧର
Couplet 428
ଏକାଗ୍ର-ଚିତ୍ତେ ତୁ ନିଶ୍ଚଳେବସ ତୁ ହୃଦୟ-ନିର୍ମଳେ
Couplet 429
ଯେ ଧର୍ମାଚାର ସାଧୁଜନସେ ଧର୍ମ କର ତୁ ରାଜନ
Couplet 430
ସାଧୁଙ୍କ ମୁଖୁଁ ହରିରସଶ୍ରବଣ-ପୁଟେ କର ଗ୍ରାସ
Couplet 431
ସେ ନାମାମୃତ ପାନେ ମତ୍ତଯେ ପ୍ରାଣୀ ଭଜେ ଅବିରତ
Couplet 432
ତାଙ୍କୁ ପ୍ରତୋଷ ସାଧୁଜନେଯେଣୁ ଦୟାଳୁ ନିଷ୍କିଞ୍ଚନେ
Couplet 433
ସାଧୁଙ୍କ ସେବାକର୍ମ ଏହିଯେ କୃଷ୍ଣରସ ଆସ୍ୱାଦଇ
Couplet 434
ଏବେ ତୁ ଶୁଣ ମହୀପାଳକପିଳାଶ୍ରମେ ବେଗେ ଚଳ
Couplet 435
ସେ ମୁନିବର ଆଶ୍ରେ ତୋରଖଣ୍ତିବ ଜନ୍ମ-ବନ୍ଧ-ଘୋର
Couplet 436
ତା ଶୁଣି ସତ୍ୱରେ ରାଜନପୁତ୍ରକୁ ଡକାଇ ବହନ
Couplet 437
ରାଜ୍ୟ-ପାଳନେ ଆଜ୍ଞା ଦେଲାଦଣ୍ତ-ଛତ୍ରାଦି ସମର୍ପିଲା
Couplet 438
ସେ ସର୍ବ ତେଜି ନୃପବରମୁନିଙ୍କି କହେ ଯୋଡିକର
Couplet 439
ଭୋମୁନି ଯେବେ ଆଜ୍ଞା ହୋଇମୋ ପତ୍ନୀ ପ୍ରବୋଧି ଆସଇ
Couplet 440
ରାଜ୍ୟ-ବିଭବ ଦେଇ ତାକୁନିଶ୍ଚିନ୍ତେ ଯିବଇଁ ବନକୁ
Couplet 441
ଏମନ୍ତ ବାକ୍ୟ ଶୁଣି ତାରକୋପେ ବୋଲନ୍ତି ମୁନିବର
Couplet 442
ତୁ ବଡ ଅଜ୍ଞାନୀ ମୂରୁଖନ ଜାଣୁ ପରଲୋକ ଦୁଃଖ
Couplet 443
ଏମନ୍ତ କହି ମୁନିବରଶ୍ୱାସ ଉପେକ୍ଷି ଚିନ୍ତାଭର
Couplet 444
ସେ ସ୍ତିରୀ ମୁଖାବଲୋକନକେ କାମୀ ତେଜିବ ଅଜ୍ଞାନ
Couplet 445
ଯହିଁ ଯୋଗୀନ୍ଦ୍ରେ ଭ୍ରମ ଯାନ୍ତିତା ମୁଖୁଁ କେ ମୂଢ଼ ତରନ୍ତି
Couplet 446
ତୃଣାଦି ଯେହ୍ନେ ହୁତାଶନେସ୍ପରଶେ ହୋନ୍ତି ଦହ୍ୟମାନେ
Couplet 447
ତେସନେ ସ୍ତିରୀ-ସଙ୍ଗ-ଦୋଷଦେଖନ୍ତେ ଜ୍ଞାନ ହେବ ଧ୍ୱଂସ
Couplet 448
ଯେଣୁ ପ୍ରମଦା ନାମ ତାରତା ମୁଖେ ପଡି କେ ନିସ୍ତାର
Couplet 449
ଏମନ୍ତ କହି ଅନୁରାଗେତା କର ଧରି ମୁନି ବେଗେ
Couplet 450
ପଶ୍ଚିମ-ଦ୍ୱାର-ମାର୍ଗେ ନେଇବାହାର କରି ବେଗେ ଦେଇ
Couplet 451
ତକ୍ଷଣେ ନିଜ-ଲୋକେ ଗଲେବ୍ରହ୍ମାଙ୍କ ଛାମୁରେ ମିଳିଲେ
Couplet 452
ସେ ଯେ ପ୍ରାଚୀନ ନୃପବରମୁନିଙ୍କ ଭୟେ ଛନ୍ନାତୁର
Couplet 453
ପ୍ରବେଶ କପିଳଆଶ୍ରମେଗମିଲା ପଥ ପଦ-ଶ୍ରମେ
Couplet 454
ସେ ମୁନିବର ପାଶେ ଯାଇତପ ଆଚରି ଯୋଗ ଧ୍ୟାୟି
Couplet 455
ଏକାଗ୍ର-ଚିତ୍ତେ ମହାରାଜଭଜିଲେ ହରି-ପାଦାମ୍ବୁଜ
Couplet 456
ମନ-ପବନ ଦୃଢ଼େ ଧରିସର୍ବ କୁସଙ୍ଗ ପରିହରି
Couplet 457
ସେ ହରି-ଚରଣ-ପ୍ରସନ୍ନେଗମିଲେ ବୈକୁଣ୍ଠ ଭୁବନେ
Couplet 458
ଶୁଣ ବିଦୁର ଜ୍ଞାନମୟେନାରଦ ନୃପରେ ସଦୟେ
Couplet 459
ପରୋକ୍ଷ-ବାଦେ ଆତ୍ମଜ୍ଞାନକହିଲେ ଦିବ୍ୟ-କଥା-ମାନ
Couplet 460
ଏହା ଯେ ଶ୍ରବଣ କରନ୍ତିଅଥବା ବଦନେ ଗୁଣନ୍ତି
Couplet 461
ସେ ସର୍ବେ ହୋନ୍ତି ମୋକ୍ଷ ପରକହିଲୁ ବ୍ରହ୍ମତତ୍ତ୍ୱ-ସାର
Couplet 462
ଆତ୍ମା ବନ୍ଧନୁ ମୁକ୍ତ ହୋଏଅଜ୍ଞାନେ ଗୃହବାସ ନୋହେ
Couplet 463
ପରୋକ୍ଷ ତତ୍ତ୍ୱଜ୍ଞାନ ସାରତୋ ଆଗେ କହିଲୁ ବିଦୁର
Couplet 464
ଏବେ ଶ୍ରବଣେ କିବା ଇଚ୍ଛାକହ ସଂଶୟ ତେଜି ବାଞ୍ଛା
Couplet 465
ଏମନ୍ତ ମୁନି ମୁଖୁଁ ଶୁଣିଶିରେ ନିବେଶି ବେନି-ପାଣି
Couplet 466
କହଇ ବିପ୍ର ଜଗନ୍ନାଥମୈତ୍ରେୟ-ବିଦୁର-ଚରିତ
Couplet 467
ଚତୁର୍ଥ ସ୍କନ୍ଧେ ଏହୁ ବାଣୀଶୁଣି ସଂସାରୁ ତର ପ୍ରାଣୀ