Skip to content
paribhaasha

Skandha 4

Adhyaya 28

  1. Couplet 1

    ଶ୍ରୀକୃଷ୍ଣ ପାଦପଦ୍ମ ଚିନ୍ତିସହର୍ଷେ ମୈତ୍ରେୟ କହନ୍ତି

  2. Couplet 2

    ତଦନ୍ତେ ଶୁଣ ହେ ବିଦୁରସେ ପୁରଞ୍ଜନର ବିଚାର

  3. Couplet 3

    ନାରଦ କହନ୍ତି ରାଜନଏବେ କହିବା ଦିବ୍ୟଞ୍ଜାନ

  4. Couplet 4

    ଯବନ ଅଧିପତି ଯେହିତାହାର ନାମ ଭୟ କହି

  5. Couplet 5

    ସୈନ୍ୟାଦି ବ୍ୟାଧିଗଣେ ତାରସଙ୍ଗତେ ଥାନ୍ତି ନିରନ୍ତର

  6. Couplet 6

    ପ୍ରଜ୍ୱର କାଳକନ୍ୟା ବେନିଏହାଙ୍କୁ ରାଜା ସଙ୍ଗେ ଘେନି

  7. Couplet 7

    ଏ ସର୍ବେ ସଙ୍ଗତେ ଚଳନ୍ତିଯେ ଦିଗେ ବିଜୟେ ନୃପତି

  8. Couplet 8

    ସେ ଏକଦିନେ ନୃପବରସଙ୍ଗତେ ସୈନ୍ୟ ଜରା-ଜ୍ୱର

  9. Couplet 9

    ସେ ମହୀ ଭ୍ରମଣ କରନ୍ତେଦେଖିଲା କାଳକର୍ମଗତେ

  10. Couplet 10

    ଯେ ପୁରେ ଥିଲା ପୁରଞ୍ଜନତା ବେଗେ ବେଢିଲା ଯବନ

  11. Couplet 11

    ଯେ କିଛି ପୃଥ୍ୱୀରେ ବୈଭୋଗସକଳ ସେ ପୁରେ ସଂଯୋଗ

  12. Couplet 12

    ସେ ପୁରେ ଦ୍ୱାରୀ ବୃଦ୍ଧ ଅହିନିର୍ଭୟେ ପୁର ଜଗିଥାଇ

  13. Couplet 13

    ଏ ପଞ୍ଚଭୂତେ ଦେହ ଯେତେତାକୁ ନଛାଡେ କଦାଚିତେ

  14. Couplet 14

    ବ୍ରହ୍ମାଣ୍ତ ମଧ୍ୟେ ଦେହ ବହିତାକୁ ଜିଣନ୍ତା କେହି ନାହିଁ

  15. Couplet 15

    ବ୍ରହ୍ମାଦି ସୁରମୁନି ଦେବାଭୟେ କରନ୍ତି ତାକୁ ସେବା

  16. Couplet 16

    ତାକୁ ଜିଣନ୍ତା ଯେବା ଜନନିଶ୍ଚିନ୍ତେ ରହେ ନିଜସ୍ଥାନ

  17. Couplet 17

    ଯବନେ ସେ ପୁର ନାଶିଲେଯେ ପୁରେ ଗୁରଞ୍ଜନ ଥିଲେ

  18. Couplet 18

    ସେ କାଳକନ୍ୟା ସଙ୍ଗେ ଥିଲାସତ୍ୱରେ ସେ ପୁରେ ପଶିଲା

  19. Couplet 19

    ବଳେ ସେ କଲା ବଇଭୋଗକାନ୍ତି ବଳ ବୀର୍ଯ୍ୟ ସଂଯୋଗ

  20. Couplet 20

    ସେ ନାରୀ ଯାରେ ସ୍ପରଶଇସେ ପ୍ରାଣୀ ଉଠି ନ ପାରଇ

  21. Couplet 21

    ଅଗ୍ରେ ସେ ନାରୀ ପ୍ରବେଶିଲାଯେତେ ଯବନବଳ ଥିଲା

  22. Couplet 22

    ସର୍ବେ ସେ ଦ୍ୱାରମାର୍ଗେ ଗଲେପ୍ରବେଶି ପୁର ବିନାଶିଲେ

  23. Couplet 23

    ପୁର ଉଜାଡେ ଭୟ କରିସେ ପୁରଞ୍ଜନ ଦଣ୍ତଧାରୀ

  24. Couplet 24

    ବହୁତ ସନ୍ତାପ ସେ କଲାନିର୍ବଳେ ଶଙ୍କିତେ ରହିଲା

  25. Couplet 25

    ସେ ରାଜା କ୍ରୋଧେ ଅଭିମାନୀଦେଖିଲା ସ୍ୱକୁଟୁମ୍ବ ହାନି

  26. Couplet 26

    ସ୍ନେହାନୁବନ୍ଧ ନ ଛାଡଇଆକୁଳେ ସନ୍ତାପେ ଶୋଚଇ

  27. Couplet 27

    ସେ କାଳକନ୍ୟା ଆସି ବେଗେରାଜାକୁ କୋଳ କଲା ସୋଗୋ

  28. Couplet 28

    ତାର ସ୍ପରଶେ ମହାରାୟେହୋଇଲା ନଷ୍ଟ-କାନ୍ତି-କାୟେ

  29. Couplet 29

    କୃପଣ-ବିଷୟୀ ରାଜନହୋଇଲା ତା ସଙ୍ଗ ପାଇଣ

  30. Couplet 30

    ପ୍ରଜ୍ଞା ଯେ ହେଲା ତାର ନାଶସଘନେ ଛାଡଇ ନିଃଶ୍ୱାସ

  31. Couplet 31

    ଯବନ-ଗନ୍ଧର୍ବେ ପଶିଲେରାଜ ଐଶ୍ୱର୍ଯ୍ୟ ବିନାଶିଲେ

  32. Couplet 32

    ସେ ପୁର କ୍ଷୀଣ ଦେଖି ତାରପୁତ୍ରାଦି ଛାଡିଲେ ଆଦର

  33. Couplet 33

    ଆତ୍ମୀୟ ଲୋକ ଯେତେ କହିଦେଖିଲା ପୂର୍ବସ୍ନେହ ନାହିଁ

  34. Couplet 34

    ତା ପତ୍ନୀଠାରେ ଯେତେ ପ୍ରୀତିଦେଖିଲା ଅସ୍ନେହ ଅନୀତି

  35. Couplet 35

    ଆତ୍ମାକୁ ଜରା ଗ୍ରସ୍ତ କଲାପଞ୍ଚାଳ ବିଷୟ ତା ଗଲା

  36. Couplet 36

    ଦୁରନ୍ତ ଚିନ୍ତା ପାଇ ରାୟେନ ଦେଖେ ତରିବା ଉପାୟେ

  37. Couplet 37

    ସେ କନ୍ୟା ସ୍ପରଶେ ନିର୍ବଳଏକାନ୍ତେ ଝୁରେ ମହୀପାଳ

  38. Couplet 38

    ନିର୍ବଳ ଦେଖି ନିଜ ଦେହଛାଡିଲା ପୁତ୍ର ଆଦି ସ୍ନେହ

  39. Couplet 39

    ସ୍ୱ-ପରଲୋକ ଚିନ୍ତା ଗଲାସେ କାଳକନ୍ୟା ଏହା କଲା

  40. Couplet 40

    ସେପୁର ଛାଡିବାରେ ମନରୋଦନ କରେ ଅନୁକ୍ଷଣ

  41. Couplet 41

    ନ ପାରେ ସହି ଦୁଃଖଘୋରସେ ନିଶ୍ଚେ ଛାଡିବ ଶରୀର

  42. Couplet 42

    ଭ୍ରମ ତା ହେଲା ନିଜ ମତିଆତୁରେ ଭାଳଇ ନୃପତି

  43. Couplet 43

    ଭୟର ଅଗ୍ରଜ ପ୍ରଜ୍ୱରଆଚ୍ଛାଦି ରହିଲା ସେ ପୂର

  44. Couplet 44

    ଏ ସର୍ବେ ପୁରମାର୍ଗେ ରହିପ୍ରଚଣ୍ତ ତେଜେ କୋପ ବହି

  45. Couplet 45

    ସାନ-ଭ୍ରାତାର ପ୍ରିୟ ଅର୍ଥେସେ ପୁର ଦହିଲା ତୁରିତେ

  46. Couplet 46

    ପୁର ଦହନ ଯହୁଁ ହେଲାସେ ରାଜା ମହାଭୟ କଲା

  47. Couplet 47

    ସେ ପୂରବାସୀ ଯେତେ ଥିଲେସଭୟେ ସକଳେ କମ୍ପିଲେ

  48. Couplet 48

    ଯବନେ ପୁର ଦେଲେ ଦହିକାଳକନ୍ୟାର ପଛେ ରହି

  49. Couplet 49

    ସଭୟେ ନ ପାରନ୍ତି ଯାଇଦୁଃଖେ ରୋଦନ୍ତି ଛନ୍ନ ହୋଇ

  50. Couplet 50

    ଯବନ-ପୁର ନେଲେ ବେଗେସେ କାଳକନ୍ୟା ଘେନି ସଙ୍ଗେ

  51. Couplet 51

    ଭୟର ଅଗ୍ରଜ ପ୍ରଜ୍ୱରପୁର ନାଶିଲେ ବେଗେ ତାର

  52. Couplet 52

    ଦେଖିଣ ବିଷାଦେ ନୁପତିରୋଦନ କଲା ଭୟେ ଅତି

  53. Couplet 53

    ବହୁତ କଷ୍ଟେ ସେ ରାଜନପୁର ଛାଡିତେ କଲା ମନ

  54. Couplet 54

    ଯେସନେ ବୃକ୍ଷକ୍ରୋଟେ ଅନ୍ଦିଅନଳ ତେଜ ତାପେ ଦହି

  55. Couplet 55

    ସେ ଯେହ୍ନେ ସେ ସ୍ଥାନ ଉପେକ୍ଷିରହେ ଅତ୍ୟନ୍ତ ଭୟେ ଦୁଃଖୀ

  56. Couplet 56

    ତେସନେ ଛାଡି ନିଜ ପୁରୀସେ ରାଜା ବହୁ ଚିନ୍ତା କରି

  57. Couplet 57

    ହସ୍ତ ଚରଣ ତା ନ ଚଳେପୌରୁଷ ଗନ୍ଧର୍ବେ ହରିଲେ

  58. Couplet 58

    ଯବନ-ଶତ୍ରୁ ବ୍ୟାଧି ରୂପେକଷ୍ଠ ନିରୋଧ କଲା କୋପେ

  59. Couplet 59

    ମୂଢ଼ ଦୁର୍ମତି ସେ ରାଜନରୋଦଇ ନ ଛାଡି ଜୀବନ

  60. Couplet 60

    ନ ଛାଡିପାରେ ସ୍ନେହ ଚିତ୍ତେରାତ୍ର ଦିବସ ଭାଳେ ନିତ୍ୟେ

  61. Couplet 61

    ଏ ମୋର ପୁତ୍ର କନ୍ୟା ଯେତେମୋ ବିନା ବଞ୍ଚିବେ କେମନ୍ତେ

  62. Couplet 62

    ଜାମାତା ବନ୍ଧୁ ପରିଷଦଅପରେ ଗୃହାଦି ସମ୍ପଦ

  63. Couplet 63

    ମୁଁ ଏବେ ପୁର ପ୍ରତେଜିଲେଏ ସର୍ବେ ନ ବର୍ତ୍ତିବେ ଭଲେ

  64. Couplet 64

    ସ୍ୱପତ୍ନୀ ସହିତେ ରାଜନଅନେକ କରନ୍ତି ରୋଦନ

  65. Couplet 65

    ମୁଁ ଏବେ ନିଶ୍ଚୟ ମରିବିଏ ବହୁ ଦୁଃଖ ନ ସହିବି

  66. Couplet 66

    ମୋର ଅଭାବେ ଏ କାମିନୀଭାଳିବ ସ୍ୱକୁଟୁମ୍ବ ଘେନି

  67. Couplet 67

    ବାଳକ କନ୍ୟା ଯେତେ ମୋରପାଇବେ ବହୁ ଦୁଃଖ ଘୋରା

  68. Couplet 68

    ବିଦେଶୀ ରାଜା ରାଜ୍ୟ ନେବେଏହାଙ୍କୁ ବହୁ ଦୁଃଖ ଦେବେ

  69. Couplet 69

    ବାଳକେ ହୋଇବେ ଅନାଥତା ଦେଖି ରୋଦିବ ବହୁତ

  70. Couplet 70

    ଏ ସ୍ତିରୀ ପ୍ରାଣ ଗୁଣମଣିମୋ ବିନୁ ନଶିବ ତରୁଣୀ

  71. Couplet 71

    ସ୍ନାନ ଭୋଜନ ମୁଁ ନ କଲେଏ ରାଣୀ ନ କରେ ବିକଳେ

  72. Couplet 72

    ସୁଗୁଣବତୀ ମୋ ଘରଣୀକେମନ୍ତେ ପ୍ରତେଜିବି ପୁଣି

  73. Couplet 73

    ଏହାର ଗୁଣ ଅଛି ଯେତେମୁଁ କହି ପାରିବଇଁ କେତେ

  74. Couplet 74

    ସେ ମୋର କ୍ରୋଧ-କାଳ ଜାରିଜ୍ଞାନେ ପ୍ରବୋଧ ଦେଇ ଭଲେ

  75. Couplet 75

    ମୁଁ ଯେବେ କ୍ରୋଧ ବହି ତାରେସ୍ଥିର ସେ ରହଇ ଭୟରେ

  76. Couplet 76

    ମୋର ବିଚ୍ଛେଦ ଏ ସୁନ୍ଦରୀଦିରହ-ଦୁଃଖେ ନିତ୍ୟେ ଝୁରି

  77. Couplet 77

    ମୋର ଆପଦ ଚିନ୍ତାକାଳେସେ ପ୍ରତିବୋଧ ଦେଇ ଭଲେ

  78. Couplet 78

    ଏ ଗୃହଧର୍ମ ନ କରିବବ୍ୟାକୁଳ ଚିନ୍ତାରେ ମଜ୍ଜିବ

  79. Couplet 79

    ଏ ପୁତ୍ର-କନ୍ୟା ନ ଚାହିଁବମୋ ଅନ୍ତେ ଅବଶ୍ୟ ମରିବ

  80. Couplet 80

    ଏ ପୁତ୍ର କନ୍ୟା ମାତୃ ହୀନେଦୁଃଖିତ ହେବେ ଆଶ୍ରେ ବିନେ

  81. Couplet 81

    ମୋ ଅନ୍ତେ ଏ ସର୍ବେ ମରିବେକିବା ଭକ୍ଷିବେ କାହିଁ ଥିବେ

  82. Couplet 82

    ଆଶ୍ରୟ ନ ପାଇ ଶୟଳେଅବଶ୍ୟ ମରିବେ ଆକୁଳେ

  83. Couplet 83

    ସମୁଦ୍ର ମଧ୍ୟେ ଯେହ୍ନେ ନାବଭଗ୍ନେ ନଶନ୍ତି ପ୍ରାଣୀ ସର୍ବ

  84. Couplet 84

    ଏ ସର୍ବେ ତେସନେ ମରିବେମୋ ଅନ୍ତେ କେହି ନ ଜୀଇବେ

  85. Couplet 85

    ଏମନ୍ତ ଅଜ୍ଞାନ-ବୁଦ୍ଧିରେସେ ନିତ୍ୟେ ବହୁ-ଶୋକ କରେ

  86. Couplet 86

    ଏମନ୍ତ ଭାଳନ୍ତେ ରାଜନକାଳ ହୋଇଲା ଅବସାନ

  87. Couplet 87

    ରାଜାକୁ ଧରି ନେବା ପାଇଁଭୟ ମିଳିଲା ବେଗ ହୋଇ

  88. Couplet 88

    ପଶୁର ପ୍ରାୟ ବନ୍ଦୀ କଲାତକ୍ଷଣେ ଉପ୍ରୋଧ ତେଜିଲା

  89. Couplet 89

    ଧରିଣ ଯବନଙ୍କ ବଳେଆପଣା ସ୍ଥାନକୁ ସେ ନେଲେ

  90. Couplet 90

    ତା ଅନୁଚର ଯେତେ ଥିଲେଜଣେ ହେଁ ସପକ୍ଷ ନୋହିଲେ

  91. Couplet 91

    ସେ ସର୍ବେ ଆକୁଳେ ଶୋଚନ୍ତିରାଜାକୁ ସୁମରି କାନ୍ଦନ୍ତି

  92. Couplet 92

    ଦ୍ୱାରେ ଯେ ଥିଲା ବୁଦ୍ଧ ଅହିସେ ଛାଡିଗଲା ବେଗ ହୋଇ

  93. Couplet 93

    ସେ ରାଜା ସଙ୍ଗତେ ଗମିଲାତା ଅନ୍ତେ ପୁର ନଷ୍ଟ ଗଲା

  94. Couplet 94

    ଯବନବଳ ବଳବନ୍ତେରାଜାକୁ ଧରି ଓଟରନ୍ତେ

  95. Couplet 95

    ସେ ଅତି ବ୍ୟାକୁଳେ ରାଜନରୋଦନ କରେ ଉଚ୍ଚସ୍ୱନ

  96. Couplet 96

    ମୃତ୍ୟୁଦଣ୍ତେ ତା ପୀଡେ ଦେହୀସେ ଦୁଃଖ କେବା ପାରେ ସହି

  97. Couplet 97

    ଯେସନେ ସୂଚୀ-ରନ୍ଧ୍ରଗତେମତ୍ତ-ବାରଣ ଉଛୁଡନ୍ତେ

  98. Couplet 98

    ତେସନେ ପୀଡ଼ିତ ଶରୀରଦୁଃସହ ଦୁଃଖ ମୃତ୍ୟୁଘୋର

  99. Couplet 99

    ଏମନ୍ତେ ପ୍ରାଣତ୍ୟାଗ କାଳେଜୀବ ଭ୍ରମଇ ଦୟାକୁଳେ

  100. Couplet 100

    ସେ ରାଜା ଅଜ୍ଞାନ ହୋଇଲାବେଳେ ଶ୍ରୀହରି ନ ଚିନ୍ତିଲା

  101. Couplet 101

    ଶ୍ରୀକୃଷ୍ଣ ନ ଭଜିଲା ଯେଣୁଏ ମୃତ୍ୟୁଭୟ ତାର ତେଣୁ

  102. Couplet 102

    ଯଜ୍ଞାଦି ପୁଣ୍ୟକର୍ମ ଯେତେରକ୍ଷଣେ ନୋହିଲେ ସମର୍ଥେ

  103. Couplet 103

    ସେ କାମ୍ୟକର୍ମେ ଯଜ୍ଞ କରିଅନେକ ପଶୁ ଥିଲା ମାରି

  104. Couplet 104

    ନିର୍ଦ୍ଧୋଷ-ଜୀବଙ୍କୁ ରାଜନଯଜ୍ଞେ ବଧିଲା ପ୍ରତିଦିନ

  105. Couplet 105

    ସେ ରୋଷ ମନେ ଧରିଥିଲେତକ୍ଷଣେ ରାଜାକୁ ଭେଟିଲେ

  106. Couplet 106

    ବେଗେ ବେଢିଲେ ପଶୁଗଣକୁଠାର କଲେ ପ୍ରହାରଣ

  107. Couplet 107

    ନାନାଦି ତୀକ୍ଷ୍ଣ ଶସ୍ତ୍ର ଧରିକାଟନ୍ତି ସେ ଦୁଃଖ ସୁମରି

  108. Couplet 108

    ତୁଳା ପ୍ରମାଣେ ଅବଶେଷେସେ ପଶୁଗଣେ ଅତି ରୋଷେ

  109. Couplet 109

    ଭକ୍ଷନ୍ତି ଅସ୍ଥି ଶେଷ ଯାଏନିର୍ଦ୍ଦୟ-ଚିତ୍ତେ ସେ ନିର୍ଭୟେ

  110. Couplet 110

    ଦୁଃସହ-ଦୁଃଖ-ପୀଡା ଯେତେସହଇ କର୍ମର ଆୟତ୍ତେ

  111. Couplet 111

    ଏଣୁ କୁସଙ୍ଗ-ଦୋଷ ତାରହୋଇଲା ମହା-ଦୁଃଖ ଘୋର

  112. Couplet 112

    ସେ ସ୍ତିରୀବଶେ ବଶ ହୋଇସେବକ ଜନ ପ୍ରାୟ ଥାଇ

  113. Couplet 113

    ତା ବଶେ ହୋଇଲା ଅଧୀନହରିଲା ତାର ପୂର୍ବ-ଜ୍ଞାନ

  114. Couplet 114

    ହରି-ଚରଣେ ନ ଭଜିଲାଏ ଘେନି ଏ କଷ୍ଟ ଲଭିଲା

  115. Couplet 115

    ପଡିଲା ଅକ୍ଷତମ ଘୋରେକିଛି ନ ସ୍ଫୁରେ ତା ମନରେ

  116. Couplet 116

    କୃଷ୍ଣ ଅଭାବେ ମୂଢ଼ମତିଏଣୁ ତୁରନ୍ତ ମ୍ଳେଚ୍ଛଗତି

  117. Couplet 117

    ନରକେ ବହୁ ସମ୍ବତ୍ସରଭୋଗ ସେ କଲା ନୃପବର

  118. Couplet 118

    ପୀଡିତ କର୍ମର ଅବଶେସେ ପୂର୍ବ-କର୍ମ ପାପ ଦୋଷେ

  119. Couplet 119

    ଏମନ୍ତେ ନାନା ଦୁଃଖେ ପଡିଯେଣୁ ସ୍ୱଧର୍ମ-ମାର୍ଗ ହୁଡି

  120. Couplet 120

    ଈଶ୍ୱର-ବାକ୍ୟ ବେଦବାଣୀଅଜ୍ଞାନେ ତେଜିଲା ନ ଜାଣି

  121. Couplet 121

    ସେ ପାପ ଅନ୍ତେ ଜନ୍ମ ତାରବିଦର୍ଭ-ରାଜାର ମନ୍ଦିର

  122. Couplet 122

    ସେ ରାଜା ମରଣ ସମୟେସ୍ତ୍ରୀ ସଙ୍ଗ ଭାବିଲା ହୃଦୟେ

  123. Couplet 123

    ତେଣୁ ସେ ପ୍ରମଦା ହୋଇଲାପୁରୁଷ ଅଙ୍ଗ ପ୍ରତେଜିଲା

  124. Couplet 124

    ସେ ପ୍ରତିବ୍ରତା ସଙ୍ଗ ଫଳେଜନ୍ମ ଲଭିଲା ସାଧୁକୁଳେ

  125. Couplet 125

    ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀଜ୍ଞାନେ ଭକତି ପରିମାଣି

  126. Couplet 126

    ବିଦର୍ଭ-ମନ୍ଦିରେ ସୁନ୍ଦରୀଜନ୍ମ ଲଭିଲା ଦେହ ଧରି

  127. Couplet 127

    ମଳୟଧ୍ୱଜ ନାମେ ରାଜାସେ କୃଷ୍ଣଭକ୍ତ ମହାତେଜା

  128. Couplet 128

    କନ୍ୟାର ରୂପ-ଗୁଣ ଶୁଣିଚିତ୍ତେ କଳ୍ପିଲା ନୃପମଣି

  129. Couplet 129

    ସେ ସୈନ୍ୟସାମନ୍ତ ସାଜିଲାବିଦର୍ଭ-ଦେଶେ ବିଜେ କଲା

  130. Couplet 130

    ସେ ରାଜା ସଙ୍ଗତେ ରାଜନଯୁଦ୍ଧେ ଜିଣିଲା ରାଜ୍ୟ-ଧନ

  131. Couplet 131

    ବଳେ ହରିଲା ତା ଦୁଲଣୀବିବାହ କଲା ନୃପମଣି

  132. Couplet 132

    ମଳୟଧ୍ୱଜ ନୃପବରଦ୍ରାବିଡଦେଶେ ଅଧିକାର

  133. Couplet 133

    ସେ କନ୍ୟା ଗର୍ଭେ ତା ସନ୍ତତିଜନ୍ମିଲା ସୁଗୁଣ ସୁମତି

  134. Couplet 134

    ସେ ରାଜା ସଦୃଶ କୁମାରୀପ୍ରସବ କଲା ତାର ନାରୀ

  135. Couplet 135

    ଶ୍ରୀକୃଷ୍ଣ ସୋବରୁଚି ନାମତା ନାମ ଦେଲେ ସେ ରାଜନ

  136. Couplet 136

    ସପତ ତନୟ ଅନ୍ତରେଜନ୍ମିଲେ ସେ ନାରୀ ଉଦରେ

  137. Couplet 137

    ଶ୍ରବଣ କୀର୍ତ୍ତନ ଯେ ଆଦିଏ ସପ୍ତନାମେ ଭକ୍ତିସିଦ୍ଧି

  138. Couplet 138

    ଏକୁ ଅନେକ ତାହାଙ୍କରଅର୍ବୁଦ ଅର୍ବୁଦ କୁମର

  139. Couplet 139

    ବଂଶର ସଂଖ୍ୟା ତା ନ ଯାଇଅସଂଖ୍ୟ ଅପ୍ରମିତ ହୋଇ

  140. Couplet 140

    ସେ ମନ୍ୱନ୍ତର ଭୋଗ କଲେଆନନ୍ଦେ କୃଷ୍ଣଙ୍କୁ ଭଜିଲେ

  141. Couplet 141

    ମଳୟଧ୍ୱଜର ଦୁହିତାସେ ଜ୍ଞାନବତୀ ଧୃତବ୍ରତା

  142. Couplet 142

    ଅଗସ୍ତି ତାରେ ବିଭା ହେଲେତା ଗର୍ଭେ ଦୃଢ଼ଚ୍ୟୁତ ହେଲେ

  143. Couplet 143

    ମଳୟଧ୍ୱଜ ରାଜଋଷିପୁତ୍ରଙ୍କୁ ଡକାଇଲେ ବସି

  144. Couplet 144

    ବିଭାଗ କରି ରାଜ୍ୟ-ଖଣ୍ତପୁତ୍ରଙ୍କୁ ଦେଲେ ଛତ୍ର-ଦଣ୍ତ

  145. Couplet 145

    କୃଷ୍ଣ ଭଜନେ ନରସାଇଁରହିଲେ କୁଳାଚଳେ ଯାଇ

  146. Couplet 146

    ତାର ବୈଦର୍ଭୀ ନାମେ ଜାୟାଛାଡିଣ ଗୃହ-ସୁତ ମାୟ

  147. Couplet 147

    ସେ ରଜା ପଛେ ଗୋଡାଇଲାସୁଧାଂଶୁ ପଛେ ଶୋଭା ଗଲା

  148. Couplet 148

    ସେ କୁଳାଚଳ ଗିରିବରସକଳ ତୀର୍ଥଙ୍କ ମନ୍ଦିର

  149. Couplet 149

    ତୀର୍ଥଙ୍କ ନାମ ଏକା ଏକାଯେ ତାମ୍ରପର୍ଣ୍ଣୀ ବଟୋଦକା

  150. Couplet 150

    ଅପରେ ଚନ୍ଦ୍ରବସା ନାମଏ ଆଦି ପୁଣ୍ୟତୀର୍ଥ ଧାମ

  151. Couplet 151

    କୃଷ୍ଣ-ଭକତି ସୁସାଧନେତପ ଆଚରି ଶୁଦ୍ଧମନେ

  152. Couplet 152

    ସେ ପୁଣ୍ୟ-ତୀର୍ଥ-ଜଳେ ନିତିସ୍ନାନାଦି କର୍ମ ଯେ କରନ୍ତି

  153. Couplet 153

    ଦୁରନ୍ତ ବାହ୍ୟ-ଅନ୍ତଃମଳସେ ଜଳେ ହୋଇଲା ନିର୍ମଳ

  154. Couplet 154

    ତପ ସାଧନେ ଅତିରେକଭକ୍ଷି ଫଳ-ମୂଳ-ଶୋକ

  155. Couplet 155

    ପୁଷ୍ପ କୋମଳ ପତ୍ର ଜଳତୃଣାଦି ଶଯ୍ୟାରେ ନିଶ୍ଚଳ

  156. Couplet 156

    କଠୋର ତପ ଆଚରିଲେଶରୀର ତପେ ଶୁଭାଇଲେ

  157. Couplet 157

    ଶୀତ ଉଷ୍ଣାଦି ତ୍ରୟତାପକ୍ଷୁଧା ପିପାସା ତେଜି ଭୂପ

  158. Couplet 158

    ଦୁଃଖ-ସୁଖାଦି ସମ ତାରେଶୋକ ହରଷ ଏକ କରେ

  159. Couplet 159

    ଏ ସର୍ବ ଜିଣି ସେ ରାଜନନିର୍ମଳ ପ୍ରକାଶିଲା ମନ

  160. Couplet 160

    ମିତ୍ର ଅଇରି ସମ ତାରଲାଭ ଅଲାଭ ଏକାକାର

  161. Couplet 161

    ଏ ରୂପେ ଘୋର-ତପ କଲେବ୍ରହ୍ମରେ ଆତ୍ମା ନିରୋପିଲେ

  162. Couplet 162

    ମନ ପବନ ବଶ କରିଦୁର୍ଜୟ-ଇନ୍ଦ୍ରିୟ ନିବାରି

  163. Couplet 163

    ଦୃଢ଼-ଆସନେ ନୃପବରସ୍ଥାଣୁ ସମାନେ ହୋଇ ସ୍ଥିର

  164. Couplet 164

    ଶତେ-ବରଷ ଦେବମାନେନିଶ୍ଚଳେ ବସି ଯୋଗଧ୍ୟାନେ

  165. Couplet 165

    ଶ୍ରୀବାସୁଦେବେ କରି ରତିଦେହ-ବିଷୟ ନ ଜାଣନ୍ତି

  166. Couplet 166

    ଆତ୍ମାକୁ ଆତ୍ମାରେ ଦେଖିଲେଆନନ୍ଦ-ସାଗରେ ବୁଡିଲେ

  167. Couplet 167

    ସେ ଆତ୍ମା ବ୍ୟାପିତ ସକଳନ ଘେନେ ବିଷୟ ଜଞ୍ଜାଳ

  168. Couplet 168

    ନିଶ୍ଚେ ଜାଣିଲେ ମିଥ୍ୟାମୟେଏ ସର୍ବ ସପନର ପ୍ରାୟେ

  169. Couplet 169

    ଯେସନେ ସ୍ୱପ୍ନ ମନୋରଥେଭ୍ରମଇ ନିଦ୍ରାର ଆୟତ୍ତେ

  170. Couplet 170

    ନାନା ବିକାର ସେ ଦେଖଇଶିର-ଛେଦନ ହେଉଥାଇ

  171. Couplet 171

    ପ୍ରତ୍ୟକ୍ଷେ ମଣେ ତାହା ସତ୍ୟଅଜ୍ଞାନ-ମୋହେ ଭ୍ରମ ଚିତ୍ତ

  172. Couplet 172

    ତହିଁ ଆତ୍ମାର ଲିପ୍ତି ନାହିଁଏ ରୂପେ ଆତ୍ମା ସର୍ବଦେହୀ

  173. Couplet 173

    ଯେ ହରି ଗୁରୁ ଭଗବାନକହିଣ ଥିଲେ ଦିବ୍ୟଜ୍ଞାନ

  174. Couplet 174

    ସେ ଜ୍ଞାନ-ଦୀକ୍ଷା-ଦୀପ ପାଇଦେଖିଲେ ଆତ୍ମା ସର୍ବଠାଇଁ

  175. Couplet 175

    ବ୍ରହ୍ମକୁ ଆତ୍ମାରେ ଦେଖିଳେଆତ୍ମାକୁ ବ୍ରହ୍ମେ ନିରୋପିଲେ

  176. Couplet 176

    ଯେ କିଛି ଭେଦବୁଦ୍ଧି ଥିଲାସେସର୍ବ ଅଜ୍ଞାନ ଖଣ୍ତିଲା

  177. Couplet 177

    ଏ ରୂପେ ଛାଡି କଳେବରସେ ଯୋଗବଳେ ଯୋଗେଶ୍ୱର

  178. Couplet 178

    ନିଶ୍ଚଳ ଯୋଗାସନେ ରାୟେଦିଶନ୍ତି ଧ୍ୟାନେ ଥିଲା ପ୍ରାୟେ

  179. Couplet 179

    ବିଦର୍ଭସୁତା ପବିତ୍ରତାଛାଡି ବିଷୟ-ଭୋଗ ଚିନ୍ତା

  180. Couplet 180

    ଖଣ୍ତି ଅମ୍ବର ପରିଧାନବେଣୀ-ପ୍ରବନ୍ଧ କେଶମାନ

  181. Couplet 181

    ପତି ସମୀପେ ବସିଥାଇଦେଖନ୍ତେ ଅତି ଶୋଭା ପାଇ

  182. Couplet 182

    ଯେସନେ ଅଗ୍ନି ଶିଖା-ହୀନସେ ରୂପେ ଦିଶନ୍ତି ରାଜନ

  183. Couplet 183

    ରାଜା ହୋଇଲେ ମୃତ୍ୟୁଗତରାଣୀକି ନୋହିଲା ବିଦିତ

  184. Couplet 184

    ସୁସ୍ଥିର ଆସନେ ନୃପତିରାଣୀ ସେବାରେ ନ ଜାଣନ୍ତି

  185. Couplet 185

    ସ୍ୱାମୀ-ଚରଣେ ହସ୍ତ ଦେଲେଉଷ୍ମତା-ଭାବ ନ ଜାଣିଲେ

  186. Couplet 186

    ଦେଖିଲେ ପ୍ରାଣ ନାହିଁ ଦେହେରାଣୀ ଅଜ୍ଞାନ-ଶୋକ-ମୋହେ

  187. Couplet 187

    ଦୁରନ୍ତ ଚିନ୍ତାଭରେ ରାଣୀପଡିଲା ମୃତ୍ୟୁ-ଶବ ଜାଣି

  188. Couplet 188

    ଅତି ବିଚ୍ଛେଦ ମନଦୁଃଖେବଚନ ନ ସ୍ପୁରେ ତା ମୁଖେ

  189. Couplet 189

    ଯୂଥ-କୁରଙ୍ଗୀ ସଙ୍ଗ ହୀନେଏକାକୀ ଭାଳଇ ଯେସନେ

  190. Couplet 190

    ତେସନେ ରାଣୀ ଛନ୍ନ ହୋଇଦୁଃଖେ ସେ ରୋଦନ କରଇ

  191. Couplet 191

    ନିକଟେ ଜ୍ଞାତି-ବନ୍ଧୂଜନନ ଦେଖି ଅତି ଭୟେ ଛନ୍ନ

  192. Couplet 192

    ରୋଦଇ ବିଚିତ୍ର-ବିଳାପେସେ ଘୋର ବନେ ମନ୍ତସ୍ତାପେ

  193. Couplet 193

    ଉଠ ହେ ନୃପତି କେଶରୀଏ ଘୋରନିଦ୍ରା ପରିହରି

  194. Couplet 194

    କ୍ଷତ୍ରିୟ-ଧର୍ମ ଏ ନୁହଁଇଶତ୍ରୁ ହସିବେ ନିନ୍ଦା ବହି

  195. Couplet 195

    ଏ ଯେ ଦୁର୍ଜୟ ଶୋକ ମୋରଭୋ ନାଥ ବେଗେ ପରିହର

  196. Couplet 196

    ଶୋକେ ଅଜ୍ଞାନ ମନତାପେସେ ଅତି ରୋଦଇଁ ଦୁରାପେ

  197. Couplet 197

    ଉଦଧି-ଧର୍ମ ଏ ତୁମ୍ଭରଆରତ ଜନ ଦୁଃଖ ହର

  198. Couplet 198

    ପ୍ରଜାଏ ହୋଇବେ ନିରେଖଆଶ୍ରୟ ନ ପାଇଁ ବିମୁଖ

  199. Couplet 199

    ରାଜତ୍ୱ-ଧର୍ମ ଏ ତୁମ୍ଭରଆରତ ଜନ ଦୁଃଖ ହର

  200. Couplet 200

    ଏମନ୍ତେ ଅତି ମନସ୍ତାପେକହେ ବିଭ୍ରମେ ସେ ବିଳାପେ

  201. Couplet 201

    ମୁଁ ଏବେ କେମନ୍ତେ ବଞ୍ଚିବିକାହାର ଚରଣେ ସେବିବି

  202. Couplet 202

    ତୋ ମୁଖ-କମଳ ଅଭାବେମୋ ପ୍ରାଣ ରହେ କିମ୍ପା ହୃଦେ

  203. Couplet 203

    ଏ ମୂଖ-ଦାରୁଣ-ଜୀବନନ ଯାଇ ରହିଛି ଅଜ୍ଞାନ

  204. Couplet 204

    ତା ଅଶ୍ରୁ ଉଦକ ନିର୍ଝରେନୟନୁ ପଡଇ ଭୂମିରେ

  205. Couplet 205

    ହିମାଦ୍ରି-ଶିଖେ ଚନ୍ଦ୍ର ଯେହ୍ନେତା ମୁଖପଙ୍କଜ ତେସନେ

  206. Couplet 206

    କୁଚ-ଅମ୍ବର ଧୌତ କରିଯେହ୍ନେ ସ୍ରବିତ ସୁରବାରି

  207. Couplet 207

    ଏରୂପେ ଚିନ୍ତାର୍ଣ୍ଣବ-ଘୋରେସେ ରାଣୀ ବୁଡିଲା ନିର୍ଭରେ

  208. Couplet 208

    ଏମନ୍ତେ ପତିପାଦେ ପଡିରୋଦଇ ଶିରେ କର ତାଡି

  209. Couplet 209

    ସେ ରାଣୀ କରନ୍ତେ ରୋଦନବେଳ ହୋଇଲା ଅବସାନ

  210. Couplet 210

    ଏ ବନ-ଘୋରେ ସଙ୍ଗ ନାହିରୋଦନ କାଳଏ ନୁହଁଇ

  211. Couplet 211

    ସତ୍ୱରେ ଉଠିଣ ତରୁଣୀଶୁଷ୍କ ଇନ୍ଧନ ବେଗେ ଆଣି

  212. Couplet 212

    ଚିତା ସଂଯୋଗି ବେଗବନ୍ତେସେ ବନେ ନିର୍ଜନେ ଏକାନ୍ତେ

  213. Couplet 213

    ସ୍ୱାମୀଙ୍କି ତହିଁ ନିବେଶିଲାବିଧାନେ ମୁଖାଗ୍ନି ସେ ଦେଲା

  214. Couplet 214

    ଅନୁଗମନେ ଯିବା ପାଇଁବସିଲା ସ୍ୱାମୀ-ପଦ ଧ୍ୟାୟି

  215. Couplet 215

    ଅନଳ ପ୍ରଦକ୍ଷିଣ କଲେସ୍ୱାମୀ ସଙ୍ଗତେ ଯିବା ବେଳେ

  216. Couplet 216

    ଅଦଘଭୁତେ ବ୍ରାହ୍ମଣ ମିଳିଲେସେ ତାର ପୂର୍ବେ ସଖା ଥିଲେ

  217. Couplet 217

    ସେ ବିପ୍ର ରାଣୀ ହସ୍ତ ଧରିକହେ ପ୍ରବୋଧି ଶାନ୍ତ କରି

  218. Couplet 218

    ଶୁଣ ସୁନ୍ଦରି ମନୋହାରୀକେ ତୁମ୍ଭେ ଅଟ କାହା ନାରୀ

  219. Couplet 219

    ଏ କେ ଶୟନେ ତୋର କତିକା ପାଇଁ ବିଳପୁ ଯୁବତୀ

  220. Couplet 220

    ସୁମରି କାନ୍ଦୁଯାର ପାଇଁଏ ତୋର ଦୁଃଖ ନ ଘେନଇ

  221. Couplet 221

    ତୁ ଯେ ବିଳପୁ ଅବିଚାରେଏ ତୋର ସ୍ନେହ ଛାଡି ଦୂରେ

  222. Couplet 222

    ଗମିଲା ନିଜ କର୍ମବଳେତୋତେ ନିବେଶି ଶୋକାନଳେ

  223. Couplet 223

    ତୁ ତାହା ନ ବୁଝୁ ସୁନ୍ଦରୀବିଅର୍ଥେ ମରୁ ଶୋକ କରି

  224. Couplet 224

    ଯେ ପତି ହୋଇଥିଲା ତୋରସେ ଜୀବଆତ୍ମାଟି ମୋହର

  225. Couplet 225

    ଯେଣୁ ତୁ ଆତ୍ମା ନ ଚିହ୍ନିଲୁଏଣୁ ଅଜ୍ଞାନେ ମିମଜ୍ଜିଲୁ

  226. Couplet 226

    ମୁଁ ପୂର୍ବସଖାଟି ତୋହରତୁ ପ୍ରାଣସଖୀ ଅଟୁ ମୋର

  227. Couplet 227

    ଆପଣା ସଖା ନ ଚିହ୍ନିଲୁଏ ମାୟା ମୋହେ ନିମଜ୍ଜିଲୁ

  228. Couplet 228

    ତୁ ମୋତେ ଛାଡି ଏକା କରିଅଇଲୁ ମୃତ୍ୟୁଭୟ-ପୁରୀ

  229. Couplet 229

    ଏ ଭୂମି ବଇଭୋଗ କଲୁମୋ ସଙ୍ଗ ଏ ରସୁ ତେଜିଲୁ

  230. Couplet 230

    ତୁ ଆମ୍ଭେ ଏକ ବେନିଅଂଶଏ ମାନସରୋବରେ ବାସ

  231. Couplet 231

    ଏ ବେନିଅଂଶ ହଂସ ହୋଇସେ ଗୃହ ଛାଡି ଯେ ନ ଯାଇ

  232. Couplet 232

    ସହସ୍ରେ ଯୁଗ ପରିଯନ୍ତେମାନସେ ରହିଲୁ ଏକାନ୍ତେ

  233. Couplet 233

    ତୁ ମୋତେ ଛାଡିଣ ସେଠାରେଅଇଲୁ ଏ ମହୀ ଭୋଗରେ

  234. Couplet 234

    ପ୍ରବେଶି ଏ ମର୍ତ୍ତ୍ୟମଣ୍ତଳଏଥି ଦେଖିଲୁ ଦିବ୍ୟସ୍ଥଳ

  235. Couplet 235

    ସେ ପୁରେ ଏକ ନାରୀ ଥିଲାସେ ତୋର ମନ ବନ୍ଦୀ କଲା

  236. Couplet 236

    ତା ବଶେ ନୋହେ ତୋ ଆୟତ୍ତମିଥ୍ୟାଭିଲାଷେ ମୋହ ଚିତ୍ତ

  237. Couplet 237

    ସେ ନଗ୍ରେ ପଞ୍ଚ-ଉପବନନବ-ଦୁଆରେ ଶୋଭାବନ

  238. Couplet 238

    ସେ ନବଦ୍ୱାରେ ନିରୁପମଦେବ-ମାନବେ ମନୋରମ

  239. Couplet 239

    ରକ୍ଷଣେ ଏ ଦ୍ୱାରପାଳସେ ତ୍ରୟ କୋଠାରେ ବିସ୍ତାର

  240. Couplet 240

    ଅପରେ ଅଛି କୁଳ ଷଟବସାଇ ଭଲେ ପଞ୍ଚ ହାଟ

  241. Couplet 241

    ପଞ୍ଚ ଯେ ପ୍ରକାରେ ପ୍ରକୃତିଏକଇ ନାରୀ ରୂପବତୀ

  242. Couplet 242

    ଏ ପଞ୍ଚଇନ୍ଦ୍ରିଙ୍କ ବିଷୟଆରାମ ତହିଁରେ ନିଶ୍ଚୟ

  243. Couplet 243

    ଏକଇ ପ୍ରାଣ ତହିଁ ଦ୍ୱାରୀସେ ନବଦ୍ୱାର ରକ୍ଷାକାରୀ

  244. Couplet 244

    ପୃଥିବୀ ଆପ ତେଜ ମାନଏକା ସେ ତାହାର ସଦନ

  245. Couplet 245

    ଜ୍ଞାନ ଇନ୍ଦ୍ରିୟ ପାଞ୍ଚମନତହିଁରେ ଷଟକୁଳ ଜାଣ

  246. Couplet 246

    ଏ କ୍ରିୟାଶକ୍ତି ତହିଁ ହାଟପଞ୍ଚ ବିଷୟ ତହିଁ ବାଟ

  247. Couplet 247

    ପ୍ରକୃତି ପଞ୍ଚବିଂଶ ଗୁଣଏ ରୂପେ ସେ ହାଟ ଭିଆଣ

  248. Couplet 248

    ଏ ପାପ-ପୁଣ୍ୟ କର୍ମ ଦୁଇକ୍ରୟ ବିକ୍ରୟ ତହିଁ ହୋଇ

  249. Couplet 249

    ଏ ସଙ୍ଗେ ମନ ସଞ୍ଚରଇସୁକର୍ମ ବିକର୍ମ ଚଳଇ

  250. Couplet 250

    ସେ ହାଟେଶ୍ୱରୀ ବୁଦ୍ଧି ଥିଲାସେ ତୋର ମନ ବନ୍ଦୀ କଲା

  251. Couplet 251

    ତୁ ଭୋଗ କଲୁ ତାକୁ ତହିଁମୋତେ ତୁ ସମ୍ପାଦିଲୁ ନାହିଁ

  252. Couplet 252

    ଏକାନ୍ତେ ନାରୀସଙ୍ଗ କଲୁଏ ପାପଦଶା ତୁ ଲଭିଲୁ

  253. Couplet 253

    ନୋହୁ ତୁ ବିଦର୍ଭ ଦୁହିତଏ ବୀର ନୋହେ ତୋର କାନ୍ତ

  254. Couplet 254

    ନୋହୁ ତୁ ବିଦର୍ଭ ଦୁହିତଯା ଲାଗି ତୋର ଏ ଦୁର୍ଗତି

  255. Couplet 255

    ମୁଁ କରି ଅଛି ଏହୁ ମାୟାପୁରୁଷ-ପ୍ରକୃତିରେ କାୟା

  256. Couplet 256

    ଛାଡ ଏ ମାୟା-ମୋହ ମତିଆମ୍ଭେ ବେନି ହଂସ ସଙ୍ଗତି

  257. Couplet 257

    ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନଏ ବେନି ଏକ କରି ଚିହ୍ନ

  258. Couplet 258

    ଯେବା ପଣ୍ତିତ ଜ୍ଞାନମତିଏ ବେନି ଭେଦ ନ କରନ୍ତି

  259. Couplet 259

    ଅଜ୍ଞାନେ ଜ୍ଞାନ ଧର୍ମଭେଦଅବିଦ୍ୟା ବିଦ୍ୟାର ଏ ଖେଦ

  260. Couplet 260

    ଯେହ୍ନେ ମୁକୁରେ ଦେଖେ ଦେହୀଏକଇ ଅଙ୍ଗ ଭିଶେ ଦୁଇ

  261. Couplet 261

    ମୁକୁର ନ ଥିଲେ ନ ଦିଶେଏମନ୍ତ ଏ ଭେଦ ବିଶେଷେ

  262. Couplet 262

    ନାରଦ କହନ୍ତି ସଦୟେଶୁଣ ପ୍ରାଚୀନ ନୃପରାୟେ

  263. Couplet 263

    ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନକହିଲୁ ପରୋକ୍ଷ ବାଦେଣ

  264. Couplet 264

    ପରୋକ୍ଷବାଦ ପ୍ରିୟ ହରିଏଣୁ ଯେ କହିଲୁ ବିସ୍ତାରି

  265. Couplet 265

    ଚତୁର୍ଥ ସ୍କନ୍ଧେ ଭାଗବତଏ ପୁରଞ୍ଜନ ଚରିତ

  266. Couplet 266

    ଏ ଅଷ୍ଟବିଂଶତି ଅଧ୍ୟାରେପ୍ରାକୃତଭାଷା ଏ ପ୍ରକାରେ

  267. Couplet 267

    ଏହା ଶ୍ରବଣେ ପ୍ରାଣୀଙ୍କରଖଣ୍ତିବ ବହୁ ଦୁଃଖ ଘୋର

  268. Couplet 268

    ସନ୍ଥ ଚରଣେ ଦେଇ ଚିତ୍ତବର୍ଣ୍ଣଇ ବିପ୍ର ଜଗନ୍ନାଥ