Skip to content
paribhaasha

Skandha 4

Adhyaya 27

  1. Couplet 1

    କହନ୍ତି ବ୍ରହ୍ମାଙ୍କ ନନ୍ଦନତଦନ୍ତେ ସେ ଯେ ପୁରଞ୍ଜନ

  2. Couplet 2

    ଅନେକମତେ ପ୍ରବୋଧିଲାରାଣୀର ମାନ ଦୂର କଲା

  3. Couplet 3

    ପ୍ରସନ୍ନ ବଦନେ ସୁନ୍ଦରୀସ୍ନାନ ମାର୍ଜନା ବେଗେ ସାରି

  4. Couplet 4

    କୁଙ୍କୁମ କସ୍ତୁରୀ ଲଗାଇସୁବାସଗନ୍ଧେ ମନ ମୋହି

  5. Couplet 5

    କଜ୍ୱଳ ସିନ୍ଦୁର ମଣ୍ତିଲାସୁଦିବ୍ୟ ବସନ ପିନ୍ଧିଲା

  6. Couplet 6

    ସୁଗନ୍ଧ ପୁଷ୍ପମାଳା ଦେଇକବରୀ ବାନ୍ଧିଲା ସଜାଇ

  7. Couplet 7

    ଖଞ୍ଜିଣ ନାନା ଅଳଙ୍କାରମୁକୁରେ ନିରୋଖି ଶରୀର

  8. Couplet 8

    ଭୋଜନ ସାରି ଷଡ଼ରସେତାମ୍ବୁଳ ଭୁଞ୍ଜିଲା ହରଷେ

  9. Couplet 9

    ନୃପତି ସମୀପେ ମିଳିଲାହସି ପଲଙ୍କେ ବିଜେ କଲା

  10. Couplet 10

    ସେ କାମବିକାରେ ରାଜନରାଣୀକି କଲା ଆଲିଙ୍ଗନ

  11. Couplet 11

    ବିବିଧ ସକାମ ବିକାରେହାସ୍ୟ କଟାକ୍ଷ ମନୋହରେ

  12. Couplet 12

    ଏକାନ୍ତ ରତିରସରଙ୍ଗେସେ ରାଣୀ ପୁରଞ୍ଜନ ସଙ୍ଗେ

  13. Couplet 13

    ଭୂରୁ-କମାଣେ ସନ୍ଧି ଶରଦ୍ରହାସ କଟାକ୍ଷ ବିକାର

  14. Couplet 14

    ଷଟଚତ୍ୱାରିଂଶ ବିକାରେସେ ରସ-ସଙ୍ଗମ ରତିରେ

  15. Couplet 15

    ରାତ୍ର ଦିବସ ନ ଜାଣିଲାଅଜ୍ଞାନ-ମୋହେ ନିମଜ୍ଜିଲା

  16. Couplet 16

    ସେ କାମଭୋଗେଣ ନପତିଫୁଟିଣ ଶାନ୍ତ ହେଲା ଅତି

  17. Couplet 17

    ଉପଧି କରି ପତ୍ନୀ କରସୁଖେ ଶୋଭଲା ନୃପବର

  18. Couplet 18

    ପଲଙ୍କେ ସୁଖେ ନିଦ୍ରା ଗଲାସେ କାଳ-ଗତି ନ ଜାଣିଲା

  19. Couplet 19

    ନିତ୍ୟେ ହରନ୍ତେ ଆୟୁ ବଳସେ ରାଜା ହୋଇଲା ନିର୍ବଳ

  20. Couplet 20

    ସେ କାମ ଭୋଗେ ନୃପବରସ୍ତିରୀ ସଙ୍ଗମେ ମନ ସ୍ଥିର

  21. Couplet 21

    ଅଜ୍ଞାନେ କ୍ରୀଡାରସେ ରତନ ଦେଲା ଜ୍ଞାନମାର୍ଗେ ଚିତ୍ତ

  22. Couplet 22

    ନବୀନ ବୟସ ରାଜନନାଶିଲା ଏ ସ୍ତିରୀ ଭୋଗେଣ

  23. Couplet 23

    ନିମିଷ ମାତ୍ର ସେ ମଣିଲାଏ ଯୁବାକାଳ ବିନାଶିଲା

  24. Couplet 24

    ଏମନ୍ତେ ବହୁ ସମ୍ବତ୍ସରକାମିନୀ ବଶେ ନୃପବର

  25. Couplet 25

    ଭୋଗାନ୍ତେ ପୁରଞ୍ଜନଠାରେଜନ୍ମିଲେ ଦୁହିତା କୁମରେ

  26. Couplet 26

    ଏଗାରଶତ ଯେ କୁମରଜନ୍ମ ଲଭିଲେ ଆଦ୍ୟେ ତାର

  27. Couplet 27

    ଦଶ ଉତ୍ତର କନ୍ୟା ଶତସୁଗୁଣଶୀଳେ ହେଲେ ଜାତ

  28. Couplet 28

    ସେ କନ୍ୟା-ପୁତ୍ରେ ବିଭା ଦେଇନିଶ୍ଚିନ୍ତ ହେଲା ନରସାଇଁ

  29. Couplet 29

    ବିଭା-ନିର୍ବନ୍ଧେ ନିମଜ୍ଜିଲାଅର୍ଦ୍ଧେ ଆୟୁଷ ତାର ଗଲା

  30. Couplet 30

    ପୁତ୍ର-କନ୍ୟାଙ୍କ ପୁତ୍ର ଶହେପଞ୍ଚାଳେ ଚଞ୍ଚନ୍ତି ସେ ରାୟେ

  31. Couplet 31

    ଏ ସର୍ବେ ରାଜାର ଭଣ୍ତାରଲୁଟିଣ କଲେ ସେ ବିହାର

  32. Couplet 32

    ତେବେ ହେଁ ମନେ କ୍ଷୋଭ ନାହିଁବିଷୟ-ରସେ ମନ ମୋହି

  33. Couplet 33

    ଗାନ୍ଧର୍ବ ଭୋଗେ ସେ ନୃପତିବିଭ୍ରମେ ଅତି ମୂଢ ମତି

  34. Couplet 34

    ବିଷୟେ ମମତା ବଢ଼ାଇବନ୍ଦୀ ହୋଈଲା ନୃପସାଇ

  35. Couplet 35

    ତଦନ୍ତେ ଘୋର ଯଜ୍ଞ କଲାଅନେକ ପଶୁଙ୍କୁ ବଧିଲା

  36. Couplet 36

    ଦେବତା-ପିତୃ-ଭୂତପତିସେ ଯଜ୍ଞେ ପୂଜିଲା ନୃପତି

  37. Couplet 37

    ଯେ ରୂପେ ତୁମ୍ଭେ ହେ ରାଜନକରୁଛ ଘୋର ଯଜ୍ଞ ମାନ

  38. Couplet 38

    ସେ ରୂପେ ପୁରଞ୍ଜନ ରାୟେଅନେକ ପଶୁ କଲା କ୍ଷୟେ

  39. Couplet 39

    ବିଷୟ ଜଡେ ଉନମତ୍ତକୁଟୁମ୍ବେ ବନ୍ଦୀ କଲା ଚିତ୍ତ

  40. Couplet 40

    ତଦନ୍ତେ ପ୍ରବେଶିଲା କାଳଯେ ହରେ ପ୍ରାଣୀ ଆୟୁବଳ

  41. Couplet 41

    ତାହାର ନାମ ଚଣ୍ତବେଗଗନ୍ଧର୍ବ-ରାଜ୍ୟ କରେ ଭୋଗ

  42. Couplet 42

    ଗନ୍ଧର୍ବମାନଙ୍କର ପତିଅତି ପ୍ରଚଣ୍ତ ତାର ଗତି

  43. Couplet 43

    ତ୍ରିଶତଷାଠି ତା ପ୍ରମାଣଗନ୍ଧର୍ବେ ଅତି ବଳବାନ

  44. Couplet 44

    ମିଥୁନ ଭାବେ କରି ସ୍ଥିତିଏତେ ଗନ୍ଧର୍ବୀ ତହିଁ ଥାନ୍ତି

  45. Couplet 45

    ଗନ୍ଧର୍ବ-ଗନ୍ଧର୍ବୀ ପ୍ରବଳକେ କୃଷ୍ଣ କେ ଅବା ଶୁକଳ

  46. Couplet 46

    ଏ ସର୍ବେ ଚଣ୍ତବେଗଙ୍କରହୋଇଣ ଥାନ୍ତି ଅନୁଚର

  47. Couplet 47

    ସେ ଚଣ୍ତବେଗ ଆଜ୍ଞା ପାଇବେଢିଲେ ରାଜାପୁର ଯାଇ

  48. Couplet 48

    ସେ ପୁରଞ୍ଜନ ଦିବ୍ୟପୁରୀଗନ୍ଧର୍ବେ ବଳେ ଜୁର କରି

  49. Couplet 49

    ସେ ନଗ୍ରେ ସେନାପତି ଏକରକ୍ଷଣେ ଥିଲା ସେ ଅଧ୍ୟକ୍ଷ

  50. Couplet 50

    ତାହାର ନାମ ପ୍ରଜାଗରସେ ବେଗେ ମିଳିଲା ଆଗର

  51. Couplet 51

    ତାହାଙ୍କୁ ମାରି ଘଉଡିଲାଅନେକ ଘୋରଯୁଦ୍ଧ କଲା

  52. Couplet 52

    ସେ ଶତ-ସମ୍ବତ୍ସର ନିତ୍ୟେଯୁଝିଲା ଗନ୍ଧର୍ବ ସଙ୍ଗତେ

  53. Couplet 53

    ଗନ୍ଧର୍ବେ ଅତି ବଳବାନତାହାକୁ ମାରି କଲେ କ୍ଷୀଣ

  54. Couplet 54

    କ୍ଷୀଣ ହୁଅନ୍ତେ ପ୍ରଜାଗରସେ ଘୋରତାପେ ନୃପବର

  55. Couplet 55

    ସେ ପୁରବାସୀ ଯେତେ ଥିଲେସେ ସର୍ବେ ଆକୁଳେ ରୋଦିଲେ

  56. Couplet 56

    ଅନ୍ୟତ୍ର ନ ପାରନ୍ତି ଯାଇଦୁଃଖେ ରୋଦନ୍ତି କ୍ଷୋଭ ପାଇ

  57. Couplet 57

    ସେ ନଗ୍ରେ ନୃପ ପୁରଞ୍ଜନସଙ୍ଗତେ ଘେନି ପ୍ରଜାଗଣ

  58. Couplet 58

    ପାଞ୍ଚାଳଦେଶେ ନାନା ସୁଖଯେଣୁ ଭୁଞ୍ଜିଲା ଅବିବେକ

  59. Couplet 59

    ତା ଦିନ ପତ୍ନୀସ୍ନେହେ ଗଲାକୁତ୍ସିତ-ସୁଖେ ନିମଜ୍ଜିଲା

  60. Couplet 60

    ଇନ୍ଦ୍ରିୟ-ରସେ ଅନୁରାଗୀସେ ମୋକ୍ଷ ତେଜିଲା ଦୁର୍ଭାଗୀ

  61. Couplet 61

    ଅଳପ ସୁଖ-ଭୋଗେ ରତନ ଦେଲା ଜ୍ଞାନମାର୍ଗେ ଚିତ୍ତ

  62. Couplet 62

    ନ କଲା ସେ ଭଲ ବିଚାରଏଣୁ ହୋଇଲା ଦୁଃଖ-ଘୋର

  63. Couplet 63

    ପ୍ରାଚୀନବର୍ହିକୁ ନାରଦକହିଲେ ଅପୂର୍ବ ସମ୍ବାଦ

  64. Couplet 64

    କାଳର କନ୍ୟା ଏକ ଥିଲାତାହାକୁ କେହି ନ ବରିଲା

  65. Couplet 65

    ଏ ତିନିଲୋକେ ସେ ଭ୍ରମଇଡରେ କେ ତାକୁ ବିଭା ନୋହି

  66. Couplet 66

    ସେ ଯାରେ ବର ଇଚ୍ଛା କରେସେ ଦେଖି କମ୍ପେ ଥରହରେ

  67. Couplet 67

    ସେ ସର୍ବ-ଅଭାଗ୍ୟର ଧାମଏଣୁ ଦୁର୍ଭାଗା ତାର ନାମ

  68. Couplet 68

    ସେ କନ୍ୟା ପୂର୍ବେ ଏକକାଳେଯଯାତି ବଳେ ବିଭା ହେଲେ

  69. Couplet 69

    ତାଠାରେ ବଇଭୋଗ ସାରିପୁତ୍ରକୁ ବରେ ଇଚ୍ଛା କରି

  70. Couplet 70

    ତାହାକୁ ଯଯାତି ରାଜନପୁତ୍ରକୁ କଲେ ସମର୍ପଣ

  71. Couplet 71

    ତା ଜ୍ୟେଷ୍ଠ ଯେତେକ କୁମରକେହି ନ କଲେ ଅଙ୍ଗୀକାର

  72. Couplet 72

    କନିଷ୍ଠପୁତ୍ର ପୁରୁ ଥିଲାସେ ପିତା ଆଜ୍ଞାରେ ବରିଲା

  73. Couplet 73

    ତାହାର ସଙ୍ଗେ ନୃପବଳାଅନେକ ଦିନ ଭୋଗ କଲା

  74. Couplet 74

    ବର ଇଚ୍ଛଇ ନିରନ୍ତରେଦେଖିଣ ପ୍ରାଣୀ ତାଙ୍କ ଡରେ

  75. Couplet 75

    ଏମନ୍ତେ ସେ କାଳ ଦୁହିତୀସେ ବରେ ନୋହେ ତୁଷ୍ଟମତି

  76. Couplet 76

    ତା କାମଭୋଗେ ବଳ ହରିତଦନ୍ତେ ସଂସାରେ ବିହରି

  77. Couplet 77

    ମୁଁ ଦିନେ ବ୍ରହ୍ମଲୋକଠାରୁଏ ମହୀ ଭ୍ରମଣ ଇଚ୍ଛାରୁ

  78. Couplet 78

    ଆସନ୍ତେ କୃଷ୍ଣରସେ ରସିମୋତେ ଭେଟିଲା ଦୁଷ୍ଟାଆସି

  79. Couplet 79

    ବୋଇଲା ଶୁଣ ମୁନିବରମୋ କାମଦୁଃଖ ପରିହର

  80. Couplet 80

    ଯତିତ୍ୱପଣ ମୋର ଜାଣେତଥାପି ବରେ ଭ୍ରମ ପଣେ

  81. Couplet 81

    ତୁମ୍ଭ ମହିମା ଶୁଣି ନିତ୍ୟେମୁଁ ଅନୁସରି ଅବିରତେ

  82. Couplet 82

    ଏବେ ଭେଟିଲି ଭାଗ୍ୟଫଳେତୋ ସଙ୍ଗେ ରତି ତୋଷ ବଳେ

  83. Couplet 83

    ତୁମ୍ଭେ ଯେ ଦୟାଳୁ ଈଶ୍ୱରମୋ କାମ-ବାଞ୍ଛା ପୂର୍ଣ୍ଣକର

  84. Couplet 84

    ହେ ମୁନିଶ୍ରେଷ୍ଠ ଯୋଗେଶ୍ୱରମୋ ତୁଲେ ଗୃହଧର୍ମ କର

  85. Couplet 85

    ତୁମ୍ଭେ ମୋହାର ନିଜ ପତିଏଣୁ ଅଇଲି ତୁମ୍ଭ କତି

  86. Couplet 86

    ପୁରୁଷ ସ୍ୱଧର୍ମଟି ଏହିପ୍ରାପତ-କନ୍ୟା ନ ତେଜଇ

  87. Couplet 87

    ଯାଚକ କନ୍ୟା ପ୍ରତେଜିଲେସେ ସୁଖ ନ ଲଭଇ ଭଲେ

  88. Couplet 88

    ଯେ ସାଧୁଜନ ଏ ଜଗତେପ୍ରିୟ ଅପ୍ରିୟ ସମ ଚିତ୍ତେ

  89. Couplet 89

    ପ୍ରାଣୀଙ୍କ ହିତାର୍ଥ କାରଣେଏଣୁ ଭ୍ରମନ୍ତି ଅନୁକ୍ଷଣେ

  90. Couplet 90

    ଅନ୍ୟତ୍ର ବାଞ୍ଛା ନାହିଁ ମୋରଏ କାମ-ଶତ୍ରୁ ମୋ ନିବାର

  91. Couplet 91

    ଭୋ ମୁନିବର ତୁମ୍ଭ ବିନେମୋ ଚିତ୍ତ ନ ବଳଇ ଆନେ

  92. Couplet 92

    ଏ ତୁମ୍ଭ ଆମ୍ଭ କାମଭୋଗଦଇବ କରିଛି ସଂଯୋଗ

  93. Couplet 93

    ଏମନ୍ତ ବାକ୍ୟ ତାର ଶୁଣିଆମ୍ଭେ ପ୍ରକୋପେ ତାକୁ ଭଣି

  94. Couplet 94

    ବୋଇଲୁ ତୁ ନୀଚ ଯୁବତୀପ୍ରମଦାକୁଳେ ନୋହୁ ସତୀ

  95. Couplet 95

    କୁଳ-ଦୂଷଣ-କର୍ମ ତୋରନ ମରି ଧରିଛୁ ଶରୀର

  96. Couplet 96

    ତୋତେ ଦେଖିଲେ ଲଭି ଦୋଷଅଶେଷ ପୁଣ୍ୟ ହୁଏ ନାଶ

  97. Couplet 97

    ଯେ ସ୍ତିରୀ ବିଟପୀ ସଂସାରେଉଭୟଲୋକ ପରିହରେ

  98. Couplet 98

    ତୁ ଛାର କହିଲୁ ଏମନ୍ତନ ଜାଣୁ ଆମ୍ଭେ ତପୋବନ୍ତ

  99. Couplet 99

    ପାତ୍ର ଅପାତ୍ର ତୁ ନ ଜାଣୁଦୂଷଣ କଥା ମୁଖେ ଭଣୁ

  100. Couplet 100

    ଶୁଣସି ତୁ ମୂଢ଼ ଅଜ୍ଞାନୀଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ

  101. Couplet 101

    ଗୃହସ୍ଥଧର୍ମ ଆମ୍ଭ ନାହିଁତୋର ବରଣେ ଇଚ୍ଛା କାହିଁ

  102. Couplet 102

    ତୋହର ବରେ ଯେବେ ଇଚ୍ଛାକହିବା ପୂରିବ ତୋ ବାଞ୍ଛା

  103. Couplet 103

    ଯବନମାନଙ୍କ ଈଶ୍ୱରତୁ ଯାଇ ବେଗେ ତାକୁ ବର

  104. Couplet 104

    ଯେ କାମ ଭୋଗେ ତୋର ଇଚ୍ଛାସେ ତୋର ପୂରାଇବେ ବାଞ୍ଛା

  105. Couplet 105

    ତା ଶୁଣି ବିମୁଖେ ତରୁଣୀସକ୍ରୋଧେ ଶାପ ମୋତେ ଭଣି

  106. Couplet 106

    ବୋଇଲା ଶୁଣ ମୁନିବରମୋ ପ୍ରୀତି-ଆଶା କଲୁ ଦୂର

  107. Couplet 107

    ତୁ ଏକଠାବେ ନ ରହିବୁଜୀବନ୍ତେ ଯେତେକାଳ ଥିବୁ

  108. Couplet 108

    ବ୍ରହ୍ମାଣ୍ତ ମଧ୍ୟେ ସ୍ଥାନ ଯେତେଭ୍ରମଣ କରୁଥିବୁ ନିତ୍ୟେ

  109. Couplet 109

    କାହିଁ ତୁ ନ ଲଭିବୁ ସୁଖଭୋଗାଦି ନାମେଣ ବିମୁଖ

  110. Couplet 110

    ଏ ଘୋରଶାପ ମୋତେବରିଲା ଭୟପତି ଯାଇ

  111. Couplet 111

    ଭୋ ଦେବ ଯବନ ଈଶ୍ୱରତୁ ବୀର ବଳେ ବଳୀୟାର

  112. Couplet 112

    ଏଣୁ ବରିଲି ମୁହିଁ ତୋତେମୋର ବିନୟ ଘେନ ଚିତ୍ତେ

  113. Couplet 113

    ତୁମ୍ଭଙ୍କୁ ଯେବା ମାଗେ ଯାହାବିନାଶ ନୋହେ କାମ ତାହା

  114. Couplet 114

    ଶୁଣ ଯବନ ଅଧିପତିଏ ବେନିଲୋକେ ଶିଶୁମତି

  115. Couplet 115

    ଯେ ଲୋକ-ଶାସ୍ତ୍ରର ଭକତଦ୍ରବ୍ୟ ହୋଇଲେ ଉପଗତ

  116. Couplet 116

    ଯାଚକ ଜନେ ତା ନ ଦେଇଅଥବା ଦେଲେ ନ ଘେନଇ

  117. Couplet 117

    ଏ ବେନି ଶିଶୁ ସଙ୍ଗେ ସରିଏଣୁ ତାହାଙ୍କୁ ମୁଁ ନ ବରି

  118. Couplet 118

    ତୁମ୍ଭେ ଦୟାଳୁ ଶୂରବନ୍ତଯବନମାନଙ୍କ ସାମନ୍ତ

  119. Couplet 119

    ମୁଁ କାମେ ତୁମ୍ଭଙ୍କୁ ଭଜିଲିଲଜ୍ଜା ସଙ୍କୋଚ ଉପେକ୍ଷିଲି

  120. Couplet 120

    ମୋ ସଙ୍ଗେ କର ବଇଭୋଗହର ଦୁର୍ଜୟ କାମରୋଗ

  121. Couplet 121

    ପୁରୁଷ ସ୍ୱଧର୍ମଟି ଏହିଦୀନଜନଙ୍କୁ ଦୟା ବହି

  122. Couplet 122

    ମୁଁ ଜନ୍ମକାଳୁ କାମଦୁଃଖେତୁ ମୋତେ ନ ତେଜ ବିମୁଖେ

  123. Couplet 123

    ଯାଚକ ଜନ ନ ତୋଷିଲେସ୍ୱଧର୍ମ ନାଶ ଯାଇ ଭଲେ

  124. Couplet 124

    ତାର କାର୍ପଣ୍ୟ ବାକ୍ୟ ଶୁଣିଯବନେଶ୍ୱର ମନେ ଗୁଣି

  125. Couplet 125

    ଦେବଙ୍କ ଗୁପ୍ତ ଯେ ମରଣଏହାରେ ସାଧିବି ପ୍ରମାଣ

  126. Couplet 126

    ଏମନ୍ତ ମନେ ବିଚାରିଲାକନ୍ୟାକୁ ପ୍ରତିବାକ୍ୟ ଦେଲା

  127. Couplet 127

    ଶୁଣ ଗୋ କାଳର ଦୁହିତିତୋ ସମେ ବରିଅଛି ପତି

  128. Couplet 128

    ଆପଣା ସମାଧି-ଯୋଗରେମୁଁ ବର ବରିଅଛି ତୋରେ

  129. Couplet 129

    ଏ ଯେତେ ଲୋକବୃନ୍ଦ ଛନ୍ତିତୋର ସମୀପେ ନ ଗଚ୍ଛନ୍ତି

  130. Couplet 130

    ତୋ ରୂପ ଦେଖି ଅମଙ୍ଗଳଡରନ୍ତି ଏ ଲୋକ ସକଳ

  131. Couplet 131

    ତୁ ଯେ ଅଲକ୍ଷ୍ୟ ଯୋଗେଶ୍ୱରୀତାହାଙ୍କୁ ଭୋଗକର ଧରି

  132. Couplet 132

    ଏକାକୀ ବୋଲି ଭୟ ଯେବେମୋ ସେନା ସଙ୍ଗେ ନିଅ ତେବେ

  133. Couplet 133

    ଏ ସର୍ବେ ତୋର ସଙ୍ଗେ ଥିବେତୋ ଆଜ୍ଞା କ୍ଷଣେ ନ ଛାଡିବେ

  134. Couplet 134

    ଏମନ୍ତେ ପ୍ରଜାନ୍ତ ବିନାଶଏ ସର୍ବେ ହୋନ୍ତୁ ତୋର ବଶା

  135. Couplet 135

    ମୋହର ଭାଇ ଯେ ପ୍ରଜ୍ୱରତୁ ଭଗ୍ନୀ ହେବୁ ଯେ ମୋହର

  136. Couplet 136

    ଏକତ୍ୱେ ଭାଇ ଭଗ୍ନୀ ଥିବମୋ ସେନାଗଣ ସଙ୍ଗେ ନେବ

  137. Couplet 137

    ଲୋକେ ନ ଜାଣିବେ ତୋ ଗତିଭ୍ରମୁଣ ଥିବୁ ଚଉକତି

  138. Couplet 138

    ଜୀବଙ୍କ ଭୋଗ ଅନୁସାରେପୀଡିବୁ ଲୋଭାଦି ବ୍ୟାଧିରେ

  139. Couplet 139

    ଏମନ୍ତ ଶିକ୍ଷା ତାକୁ ଦେଇଅଗ୍ରେ ପେଷିଲା ଭଗ୍ନୀଭାଇ

  140. Couplet 140

    ତା ସୈନ୍ୟ ସର୍ବବ୍ୟାଧିଗଣଘେନାଇ ଚଳେ ନୃପରାଣ

  141. Couplet 141

    ଅପରେ କାମ କ୍ରୋଧ ଯେତେପାରୁଶେ ଥାନ୍ତି ଅବିରତେ

  142. Couplet 142

    ଏ ସର୍ବେ ପ୍ରାଣୀ ଅଙ୍ଗେ ଯାଇକୁକର୍ମ ମାର୍ଗେ ଲୋଭେ ନେଇ

  143. Couplet 143

    ନିତ୍ୟେ ପୀଡନ୍ତି ଅନୁକ୍ଷଣଜୀବକୁ ରୋଗ ପ୍ରଭେଦେଣ

  144. Couplet 144

    ଏମନ୍ତେ ଶୁଣ ହେ ବିଦୁରସେ କାଳକନ୍ୟା ଯେ ପ୍ରଜ୍ୱର

  145. Couplet 145

    ଯବନପତି ଆଜ୍ଞା ପାଇଏ ସୈନ୍ୟବଳ ସଙ୍ଗେ ନେଇ

  146. Couplet 146

    ଭ୍ରମନ୍ତି ଏ ମହୀମଣ୍ତଳେହରନ୍ତି ଜୀବଆୟୁ ବଳେ

  147. Couplet 147

    ଭୋଗ ପ୍ରଲୋଭେ ବିନାଶନ୍ତିନିରତେ ଛିଦ୍ର ଉଦ୍ଦେଶନ୍ତି

  148. Couplet 148

    ପୃଥିବୀ ପର୍ଯ୍ୟଟନ କଲେକର୍ମାନୁସାରେ ଭୋଗ ଦେଲେ

  149. Couplet 149

    ଚତୁର୍ଥସ୍କନ୍ଧେ ଭାଗବତନାରଦ ପ୍ରାଚୀନ ଭକତ

  150. Couplet 150

    ଏ ପୁରଞ୍ଜନର ଆଖ୍ୟାନସପ୍ତବିଂଶ ଅଧ୍ୟା ସମ୍ପୂର୍ଣ୍ଣ

  151. Couplet 151

    ଏହା ଯେ ଶ୍ରବଣେ ଶୁଣନ୍ତିସଂସାର-ବନ୍ଧୁ ନିସ୍ତରନ୍ତି

  152. Couplet 152

    ସେ ପ୍ରାଚୀନ ଗ୍ରନ୍ଥ ପୁରାଣନାରଦ ତାହାରେ ବଖାଣ

  153. Couplet 153

    ଭଣଇ ଜଗନ୍ନାଥ ଦାସଏକାଳେ ହୋଇଲା ପ୍ରକାଶ

Odia Bhagabata skandha 4 adhyaya 27 | Parbani by ParibhaAsha App