Skip to content
paribhaasha

Skandha 4

Adhyaya 26

  1. Couplet 1

    ପୁଣି ନାରଦ ମହାମୁନିକହନ୍ତି ହରିଭାବ ଘେନି

  2. Couplet 2

    ଶୁଣ ପ୍ରାଚୀନ ନୃପବରସେ ପୁରଞ୍ଜନ ସେ ମନ୍ଦିର

  3. Couplet 3

    ରହିଲା ସ୍ତିରୀବଶ ଭୋଗେଅଜ୍ଞାନ-ମୋହ-ଅନୁରାଗେ

  4. Couplet 4

    ସେ ଏକଦିନେ ଦଣ୍ତଧରମୃଗୟା ଅର୍ଥେ ବନଘୋର

  5. Couplet 5

    ଉଦ୍ୟମ କଲା ସେ ରାଜନସଙ୍ଗେ ଦୁର୍ଜୟ-ଭଟ୍ଟମାନ

  6. Couplet 6

    ରଥ ଆରୋହୀ ଶୀଘ୍ର ଗତିଅରଣ୍ୟେ ପ୍ରବେଶ ନୃପତି

  7. Couplet 7

    ସେ ପୁରଞ୍ଜନ ଦିବ୍ୟଯାନଅତି ସୁନ୍ଦର ନିରୁପମ

  8. Couplet 8

    ପଞ୍ଚ ତୁରଙ୍ଗ ରଥ ବହେଗମନ୍ତି ପଞ୍ଚମାର୍ଗେ ହୟେ

  9. Couplet 9

    ଅଶେଷ ବେଗ ତାହାଙ୍କରଗମନେ ନ ପାରେ ସମୀର

  10. Couplet 10

    ସେ ବେନିଚକ୍ରେ ଶୋଭାବନଏକଇ ଅକ୍ଷେ ନିବନ୍ଧନ

  11. Couplet 11

    ଧର୍ମ ଅଧର୍ମ ଚକ୍ର ଦୁଇପବନ ଅଶ୍ୱ ରୂପେ ଯହିଁ

  12. Couplet 12

    ଧ୍ୱଜ ତ୍ରିବର୍ଣ୍ଣ ରୂପେ ସାଜେସେ ରଥ ଉପରେ ବିରାଜେ

  13. Couplet 13

    ପଞ୍ଚବନ୍ଧନେ ସୁଶୋଭିତଏକ ସାରଥୀ ତେଜବନ୍ତ

  14. Couplet 14

    ଏକଇ ନୀଡ ଶୋଭାବନସେ ରାଜା ବସିବା ଆସନ

  15. Couplet 15

    ସେ ବେନି କୂବରେ ଶୋଭିତପଞ୍ଚ ପ୍ରହରଣ ସଂଯୁତ

  16. Couplet 16

    ସପ୍ତ ଆବରଣ ସଙ୍ଗତିଏ ରୂପେ ସେ ରଥେ ଶୋଭନ୍ତି

  17. Couplet 17

    ସେ ହେମ ଭୂଷଣେ ଶୋଭନସାଞ୍ଜୁଆ ପିନ୍ଧି ସେ ରାଜନ

  18. Couplet 18

    ବସିଲେ ମନୋଜ୍ଞ ବିମାନେଦେଖି ଶଙ୍କିତ ରିପୁଜନେ

  19. Couplet 19

    ଅକ୍ଷୟ ତୁରୀର ବାନ୍ଧିଣଭୂପତି ଅତି ହରଷେଣ

  20. Couplet 20

    ସେ ଏକାଦଶ ସେନାପତିସଙ୍ଗତେ କରିଣ ନୃପତି

  21. Couplet 21

    ଚଳନ୍ତି ଅତ୍ୟନ୍ତ ହରଷେଦିଗ ବିଦିଗ ଚାହିଁ ତୋଷେ

  22. Couplet 22

    ପଞ୍ଚମ-ପ୍ରସ୍ଥ ନାମ ଯେହିପ୍ରବେଶ ଅରଣ୍ୟରେ ଯାଇ

  23. Couplet 23

    କରେଣ ଧରି ଶରାସନମୃଗୟା ଛଳେ ସେ ରାଜନ

  24. Couplet 24

    ଛାଡି ତା ପ୍ରିୟବତୀ ନାରୀଏକାନ୍ତେ ଗଲା ନ ବିଚାରି

  25. Couplet 25

    ଆସୁରୀ ବୁଦ୍ଧି ଧରି ରାୟେକଠୋର ନିର୍ଦ୍ଦୟ ହୃଦୟେ

  26. Couplet 26

    ନାହିଁ ତା ଅନୁଗ୍ରହ ଚିତ୍ତେମୃଗୟା ଛଳେ ବିମୋହିତେ

  27. Couplet 27

    ନିଶିତ-ବାଣ ଶରାସନବଧିଲା ବନ୍ୟ-ପଶୁମାନ

  28. Couplet 28

    ସେ ରାଜା ହୋଇ ଅପଣ୍ତିତଲୋଭେ ବଧଇ ମୃଗଯୂଥ

  29. Couplet 29

    ଯେ ପ୍ରାଣୀ ଜୀବବଧ କରେସେ ପଶୁଯୋନିରେ ବିହରେ

  30. Couplet 30

    ସେ ନୃପ ଅଜ୍ଞାନ ଅଧମତାର ଆୟୁଷ-ବୁଦ୍ଧି ହୀନ

  31. Couplet 31

    ଅଜ୍ଞାନେ ଯେବା ଜୀବ ମାରେସେ ଜନ ନରକେ ସଞ୍ଚରେ

  32. Couplet 32

    ଯଜ୍ଞେ କେବଳ ପଶୁ ବଧଅବଶ୍ୟ କରି ହେ ବିବୁଧ

  33. Couplet 33

    ଯେ ପିତୃଦେବ-ଶ୍ରାଦ୍ଧ ଅର୍ଥେପଶୁ ବଧିବ ବେଦମତେ

  34. Couplet 34

    ତେବେ ହେଁ ପଶୁ-ବଧ ତାରକେବଳ ଦୁଃଖ ମହାଘୋର

  35. Couplet 35

    ଯେ ବେଦ କର୍ମ ନ କରନ୍ତିସେ ଆତ୍ମାବଧେ ଭାଗୀ ହୋନ୍ତି

  36. Couplet 36

    ଯେ ବିଧିହୀନେ ବଧ କରେଯେ ପ୍ରାଣୀ ସଂସାରୁ ନ ତରେ

  37. Couplet 37

    ଅଜ୍ଞାନେ ଧର୍ମ-ମାର୍ଗ ହୁଡେଯା ଚିତ୍ତ ପଶୁବଧେ ବଢେ

  38. Couplet 38

    ତାହାର ମୋକ୍ଷ କାହୁଁ ଆରମନୁଷ୍ୟ ଜନ୍ମ ହୋଏ ଦୂର

  39. Couplet 39

    ସେ ପଶୁଯୋନିରେ ଭ୍ରମଇଁଯାତନା-କର୍ମ ନ ଛାଡଇ

  40. Couplet 40

    ପଶୁର ଦେହେ ରୋମ ଯେତେଜନ୍ମ ଲଭଇ ସେହିମତେ

  41. Couplet 41

    ଏହା ନ ଜାଣି ନୃପବରସେ ପଶୁ ବଧିଲା ଅପାର

  42. Couplet 42

    ତାହାର ଘୋର ତୀଷ୍ଣ-ବାଣପଶୁଏ ଲଭିଲେ ମରଣ

  43. Couplet 43

    ବରାହ ଗୟଳ ହରିଣଶଶା ମହିଷ ପଶୁଗଣ

  44. Couplet 44

    ମେଧ୍ୟ ଅମେଧ୍ୟ ପଶୁ ଯେତେଇତ୍ୟାଦି ଜୀବ ଯେ ବନସ୍ତେ

  45. Couplet 45

    ଏମନ୍ତେ ନାନା ଜୀବ ମାରିସେ ଧର୍ମ ପଥ ନ ବିଚାରି

  46. Couplet 46

    ବନ ଭ୍ରମଣେ ନୃପବରବହୁତ ଶ୍ରମ ହେଲା ତାର

  47. Couplet 47

    କ୍ଷୋଭିତ କ୍ଷୁଧା ତୃଷାକୁଳେଆତ୍ମା ପୀଡିତ ଶ୍ରମ ବଳେ

  48. Couplet 48

    ସତ୍ୱରେ ସଦନେ ପ୍ରବେଶସ୍ନାନାଦି ଭୋଜନ ସୁବେଶ

  49. Couplet 49

    ସୁଶାନ୍ତି କରାଇ ଶରୀରଅତି ଆନନ୍ଦେ ନୃପବର

  50. Couplet 50

    ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳଭୂଷଣ ହେଲା ମହୀପାଳ

  51. Couplet 51

    ଖଞ୍ଜିଣ ନାନା-ଆଭରଣସ୍ୱକାମ-ଭୋଗେ ନୃପରାଣ

  52. Couplet 52

    ଇଚ୍ଛଇ ପତ୍ନୀର ସଙ୍ଗତିଅନଙ୍ଗ-ପୀଡାରେ ନୃପତି

  53. Couplet 53

    ପ୍ରବେଶ ଅନ୍ତପୁରେ ଯାଇପତ୍ନୀ-ବିଷୟ ମନେ ଧ୍ୟାୟି

  54. Couplet 54

    ସକଳ ପୁରେ ସେ ରାଜନଆପଣା ପତ୍ନୀକି ଖୋଜିଣ

  55. Couplet 55

    ନ ପାଇ ସେ ନିଜ ଯୁବତୀସଖୀଙ୍କି ରାଇ ପଚାରନ୍ତି

  56. Couplet 56

    ବିଷାଦେ ପୁଛଇ ରାଜନଶୁଣଗୋ ଏ ମୋର ବଚନ

  57. Couplet 57

    ମୋ ପ୍ରାଣସଖୀ ଛନ୍ତି କାହିଁକହି ସନ୍ତୋଷ କର ଦେହୀ

  58. Couplet 58

    ସେ ଅର୍ଦ୍ଧଆତ୍ମାଟି ମୋହରଅର୍ଦ୍ଧକେ କେ ଧରେ ଶରୀର

  59. Couplet 59

    ସଦନେ ଅଛନ୍ତି ନା ଭଲେସଖୀଗଣଙ୍କ ସଙ୍ଗ ମେଳେ

  60. Couplet 60

    ତୁମ୍ଭେ ତାହାଙ୍କ ଅନୁଚରକହ କୁଶଳ ତାହାଙ୍କର

  61. Couplet 61

    ଏମନ୍ତ ବିହ୍ୱଳ ରାଜନବାତୁଳେ କହଇ ବଚନ

  62. Couplet 62

    ସେ ଯେ ମୋହର ପ୍ରାଣଶାଖାତା ବିନୁ ନ ବର୍ତ୍ତଇ ଏକା

  63. Couplet 63

    ଶୁଣ ଗୋ ସଖୀଗଣ ମୋରଏ ଗୃହଧର୍ମର ବେଭାର

  64. Couplet 64

    ପତ୍ନୀ ନ ଥିଲେ ନ ଶୋଭନ୍ତିଏ ରାଜସମ୍ପଦ-ବିଭୂତି

  65. Couplet 65

    ସେ ଗୃହେ ନାହିଁ ଯେବେ ମାତାସୁପୁତ୍ରବତୀ ପତିବ୍ରତା

  66. Couplet 66

    ସେ ଗୃହପତି ଜୀବ ହୀନସୁଖେ ତା ନାହିଁ ପ୍ରୟୋଜନ

  67. Couplet 67

    ଯେସନେ ଚକ୍ରହୀନ ରଥବସିଲେ କାହିଁ ସୁଖ ଜାତ

  68. Couplet 68

    ତେସନେ ଗୃହିଣୀ ବିହୀନେଗୃହସ୍ଥ ନ ଶୋହେ ସଦନେ

  69. Couplet 69

    ଆତ୍ମା ବିହୁନେ ଯେହ୍ନେ ଦେହୀତା ଗୃହ ତେହ୍ନେ ନ ଶୋଭଇ

  70. Couplet 70

    କହ ମୋ କାହିଁ ସୁଲକ୍ଷଣୀସେ ମୋର ପ୍ରାଣ ଉଦ୍ଧାରିଣୀ

  71. Couplet 71

    ତା ବିନୁ ନ ସ୍ଫୁରଇ ଜ୍ଞାନକହି ଗୋ ରଖ ମୋ ଜୀକନ

  72. Couplet 72

    ବୁଡିଲି ମୁଁ ଦୁଃଖସାଗରେଉଦ୍ଧରି ରଖ ପ୍ରାଣ ଭଲେ

  73. Couplet 73

    ତା ଶୁଣି ସଖୀଗଣ ଭୟେବୋଲନ୍ତି ଶୁଣ ମହାରାୟେ

  74. Couplet 74

    ଆମ୍ଭେ ନ ଜାଣୁ ସେ କିମ୍ପାଇଁଭୂମିଶଯ୍ୟାରେ ଛନ୍ତି ଶୋଇ

  75. Couplet 75

    ଦେଖିଲେ ଦେଖ ମହାରାୟଆମ୍ଭେ ନଜାଣୁ ଅଭିପ୍ରାୟ

  76. Couplet 76

    ଶୁଣିଣ ସତ୍ୱରେ ରାଜନଅନ୍ତଃପୁରେ କଲା ଗମନ

  77. Couplet 77

    ରାଣୀକି ଦେଖି ସେ ରାଜନସତ୍ୱରେ କଲା ଆଲିଙ୍ଗନ

  78. Couplet 78

    ଭୂମିରୁ କୋଳରେ ବସାଇଅନେକ ଚାଟୁବାକ୍ୟ କହି

  79. Couplet 79

    କାମିନୀ ଦୁଃଖ-ବିମୋଚନେକହେ କାକୁସ୍ଥ ଭୟମନେ

  80. Couplet 80

    ଭୋ ସଖି ମୁଁ ଯେ ଅପରାଧୀତୋ ସଙ୍ଗ ତେଜି ମୁଁ ଦୁର୍ବଦ୍ଧି

  81. Couplet 81

    ମୃଗୟା ଛଳେ ବନେ ଗଲିଏଣୁ ଅପ୍ରିୟ ତୋର ହେଲି

  82. Couplet 82

    ତୁ କ୍ଷମା ନ କଲେ ସୁନ୍ଦରୀମୁଁ ପ୍ରାଣ ନ ପାରବି ଧରି

  83. Couplet 83

    ପତି ବିନୟ ବାକ୍ୟ ଶୁଣିମାନ ନ ତେଜେ ସେ ମାନିନୀ

  84. Couplet 84

    ଅନେକ ବିନୟେ ରାଜନଚରଣେ ପଡିଲା ତକ୍ଷଣ

  85. Couplet 85

    ଚରଣ ଧରି ତାର ରାୟେଅତି ବିଭ୍ରମ ଶୋକେ କହେ

  86. Couplet 86

    ଭୋ ସଖି ତୋର ଚିନ୍ତାଭରେମୋ ପ୍ରାଣ ନ ରହେ ଶରୀରେ

  87. Couplet 87

    ସୁବାକ୍ୟ ହସି ଏବେ କହବିକଳ ହେଉଅଛି ଦେହ

  88. Couplet 88

    ଭୋ ସ୍ତିରୀରତ୍ନ ଶିରୋମଣିମୋ କାମ ଦୁର୍ଗତି-ତାରିଣୀ

  89. Couplet 89

    ତୋ ବିନୁ ଅନ୍ୟ କେବା ପାରେଏ ଦୋଷ କ୍ଷମା କରିବାରେ

  90. Couplet 90

    ଯେ ପୁଣ୍ୟବନ୍ତ ଭୃତ୍ୟଠାରେଦୋଷେ ଦଣ୍ତନ୍ତି ପ୍ରଭୁତ୍ୱରେ

  91. Couplet 91

    ଦୋଷାନୁକ୍ରମେ ପାଇ ଦଣ୍ତତା ଅପରାଧ ହୋଏ ଖଣ୍ତ

  92. Couplet 92

    ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ତନ୍ତିକପଟଭାବ ତାଙ୍କ ମତି

  93. Couplet 93

    ସେ ନିତ୍ୟେ ଭୟ-ଦୁଃଖେ ଦହେସେବକଭାବ କାହିଁ ରହେ

  94. Couplet 94

    ସ୍ୱାମୀ ସେବକେ ଯେବେ ଦଣ୍ତିଦିଅନ୍ତି ଅନୁଗ୍ରହେ ମଣ୍ତି

  95. Couplet 95

    ତା ଯେବେ ଭୃତ୍ୟ ନ ବୁଝଇସେ ମୂଢ଼ ଅଧମ ଅଟଇ

  96. Couplet 96

    ତାହାର କାହିଁ ଜ୍ଞାନ-ବୁଦ୍ଧିଚିନ୍ତା-ବିଭ୍ରମେ ନିରବଧି

  97. Couplet 97

    ଯେସନେ ପିତା ଅଭିମାନେବାଳକ ରୋଦେ ଭୟଚ୍ଛନ୍ନେ

  98. Couplet 98

    ସେ ପୁତ୍ର ଦୋଷ ନ ଧରନ୍ତିପୁଣି ବାଳକେ ଆଶ୍ୱାସନ୍ତି

  99. Couplet 99

    ସେ ରୂପେ ମୋର ଅଭିମାନଭୋ ସଖି କର ବିମୋଚନ

  100. Couplet 100

    ମୁଁ ଯେ ତୁମ୍ଭର ନିଜ ପତିମୃଗୟା ଶ୍ରମେ ଦୁଃଖ ଅତି

  101. Couplet 101

    ଏବେ ତୁ ତେଜି ଅଭିମାନଆପଣା କରି ମୋତେ ଘେନ

  102. Couplet 102

    ହେ ନାରୀବର ଶୁଣ ଏବେତୋ ଅପରାଦୀ ଆନ ଯେବେ

  103. Couplet 103

    ବିପ୍ର ବୈଷ୍ଣବ ନୋହିଥିଲେଅବଶ୍ୟ ଦଣ୍ତିବଇଁ ଭଲେ

  104. Couplet 104

    ପଳାଇ ଏ ତିନିଭୁବନେଯେବେ ପଶିବ ଭୟଛନ୍ନେ

  105. Couplet 105

    ତାରେ ଶରଣ ରଖେ କେବାତୋ ବିନୁ ଅନ୍ୟ ସୁରଦେବା

  106. Couplet 106

    ଏବେ ମୋ ଚିନ୍ତା-ତାପ-ଜ୍ୱରତୋର କଟାକ୍ଷେ ଦୂର କର

  107. Couplet 107

    ଭୋ ସଖି ତୋ ଚାରୁ ଆନନତିଳେ ହେଁ ଦେଖିଲେ ମଳିନ

  108. Couplet 108

    ମୋର ଜୀବନ ହୋଏ ଦୁଃଖୀସ୍ନାନାଦି ଭୋଜନ ଉପେକ୍ଷି

  109. Couplet 109

    ଏ ଶୁଭ୍ରତନୁ ତୋ ଧୂସରଶୟନ କରିଛୁ ଭୂମିର

  110. Couplet 110

    କେ ପ୍ରାଣୀ ଧରିବ ଜୀବନଦେଖି ତୋ ବିବର୍ଣ୍ଣ-ବଦନ

  111. Couplet 111

    ସୁନ୍ଦର ସୁକାନ୍ତି ତୋ ପ୍ରଭାଦେଖି ଟଳିବେ ସୁରଦେବା

  112. Couplet 112

    ତୋର ପଙ୍କଜାରୁଣାଧରଅଶେଷ ଭୁବନ ସୁନ୍ଦର

  113. Couplet 113

    ସେ ମୁଖେ ହସି ମୃଦୁବାଣୀକହି ତୁ ରଖ ପ୍ରାଣମଣି

  114. Couplet 114

    ମୁଁ ଯେ ତୋହର ପ୍ରାଣସଖାମୃଗୟା ଶ୍ରମେ ଭ୍ରମି ଏକା

  115. Couplet 115

    ତୁ ଶାନ୍ତି କର ଗୋ ମୃଗାକ୍ଷିମୋ ପ୍ରାଣ ଶରୀରୁ ଛାଡୁଛି

  116. Couplet 116

    ବିପଦ କାଳେ ଯେ ଯୁବତୀନିଜ ସ୍ୱାମୀକୁ ନ ସେବନ୍ତି

  117. Couplet 117

    ସେ ନାରୀ ଜ୍ଞାନହୀନ-ମତିଜନାପବାଦେ ସେ ମରନ୍ତି

  118. Couplet 118

    ସେ ସ୍ତିରୀକୁଳେ ଲଜ୍ଜା ପାଇଉଭୟଲୋକ ତାର ନାହିଁ

  119. Couplet 119

    ଅନେକ ପ୍ରବୋଧ ବଚନକହିଣ ତୋଷିଲେ ରାଜନ

  120. Couplet 120

    ସେ ନାରୀ ମାନ ଦୂର କଲାସନ୍ତୋଷେ ସତ୍ୱରେ ଉଠିଲା

  121. Couplet 121

    ଏମନ୍ତେ ଶୁଣ ହେ ବିଦୁରସେ ପୁରଞ୍ଜନ ନୃପବର

  122. Couplet 122

    ତା ବଶେ ହୋଇଲା ଆୟତ୍ତବିଭ୍ରମ ହେଲା ତାର ଚିତ୍ତ

  123. Couplet 123

    ଏ ସର୍ବ ଅନୁଭବ ବାଣୀନାରଦ ନୃପରେ ବଖାଣି

  124. Couplet 124

    ଏ ସର୍ବ ଜ୍ଞାନମୟ ସାରଶୁଣନ୍ତେ ଖଣ୍ତେ ମାୟା ଘୋର

  125. Couplet 125

    ଶ୍ରବଣେ ହରଇ ପ୍ରମାଦନ ଲାଗେ ଗୃହବନ୍ଧ ଦ୍ୱନ୍ଦ୍ୱ

  126. Couplet 126

    ବିବେକ ହୋଏ ବୁଦ୍ଧିମତିକୃଷ୍ଣ-ବିଷୟେ ବଢେ ମତି

  127. Couplet 127

    ଏ ସାଧୁଜନଙ୍କ ବିଚାରସଂସାରବନ୍ଧୁ ହୁଅ ପାର

  128. Couplet 128

    ଚତୁର୍ଥସ୍କନ୍ଧେ ଭାଗବତଛବିଶ ଅଧ୍ୟାୟ ଚରିତ

  129. Couplet 129

    ଅମୃତ ଜ୍ଞାନମୟ ଗୀତକହିଲେ ବିପ୍ର ଜଗନ୍ନାଥ

Odia Bhagabata skandha 4 adhyaya 26 | Parbani by ParibhaAsha App