Skandha 4
Adhyaya 25
Couplet 1
ଶୁଣ ସୁମନେ ହେ ବିଦୁରଏମନ୍ତେ ପ୍ରଭୁ ମହେଶ୍ୱର
Couplet 2
କୃପା ଯେ କଲେ ସେମାନଙ୍କୁକହିଲେ ରୁଦ୍ରଗୀତା ତାଙ୍କୁ
Couplet 3
ସେ ସେର୍ବେ ହରଷ ହୋଇଲେବିଧାନେ ଶିବଙ୍କୁ ପୂଜିଲେ
Couplet 4
ତାହାଙ୍କୁ ଦେଇ ଦିବ୍ୟଜ୍ଞାନଶିବ ହୋଇଲେ ଅନ୍ତର୍ଦ୍ଧାନ
Couplet 5
ସେ ଦଶଭାଇ ପ୍ରଚେତସଜ୍ଞାନରେ ହୋଇଲେ ହରଷ
Couplet 6
ଭଗବାନଙ୍କ ସ୍ତୋତ୍ର-ଗାନେନିମଗ୍ନ ପ୍ରଚେତସମାନେ
Couplet 7
ବୁଡିଣ ସମୁଦ୍ର-ସଲିଳେସେ ଘୋର-ତପସ୍ୟା ନିଶ୍ଚଳେ
Couplet 8
ଅୟୁତେ-ସମ୍ବତ୍ସର ଶେଷତପ ସାଧିଲେ ଭାଇ ଦଶ
Couplet 9
ରହିଲେ ଷଡ-ରିପୁ ମାରିମନ-ପବନ ହୃଦେ ଧରି
Couplet 10
ନିତ୍ୟେ ପଢ଼ନ୍ତି ରୁଦ୍ରଗୀତାତପେ ହୋଇଲେ ଉର୍ଦ୍ଧ୍ୱରେତା
Couplet 11
ତଦନ୍ତେ ଶୁଣ ହେ ବିଦୁରସେ ଯେ ପ୍ରାଚୀନ ନୃପବର
Couplet 12
ରାଜ୍ୟ କରନ୍ତି ଅବିବେକସ୍ୱଭାବେ ଅଜ୍ଞାନୀ କାମୁକ
Couplet 13
ହିଂସକ-କର୍ମ ଜାଣି ତାରମନେ ଚିନ୍ତନ୍ତି ମୁନିବର
Couplet 14
ଏ ମହୀପତି ପୃଥୁ ବଂଶଅକର୍ମ-ମାର୍ଗେ ଗଲା ନାଶ
Couplet 15
ବିପ୍ର ବଚନେ ଭ୍ରମ ହେଲାଅନେକ ପଶୁ ବଧ କଲା
Couplet 16
ନିର୍ଦ୍ଦୋଶ-ଜୀବ ଯଜ୍ଞେ ମାରିଯେ ତାର ନୁହନ୍ତି ବଇରୀ
Couplet 17
ଦୁର୍ଲଭ-ଜନ୍ମ କଲା ନାଶକର୍ମେ ହୋଇଲା ଜ୍ଞାନଭ୍ରଂଶ
Couplet 18
ଏମନ୍ତ ସ୍ମରି ଦୟା-ଚିତ୍ତସେ ମୁନି ସତ୍ୱରେ ଆଗତ
Couplet 19
ସେ ସର୍ବଘଟେ ଦୟା ପରଅଧ୍ୟାତ୍ମ-ବିଦ୍ୟା ଜ୍ଞାନେ ସାର
Couplet 20
କରୁଣା କରି ସେ ରାଜାଙ୍କୁଦର୍ଶନ ଦେଲେ ଆସି ତାଙ୍କୁ
Couplet 21
ମୁନିଙ୍କି ଦେଖିଣ ରାଜନଉଠିଲା ଆସନ ତେଜିଣ
Couplet 22
ସତ୍ୱରେ କରି ନମସ୍କାରଆନନ୍ଦେ ପୂଜିଲା ପୟର
Couplet 23
ଆସନେ ବସାଇଲା ନେଇପାଦକମଳ ଦେଲା ଧୋଇ
Couplet 24
ତାର ଭକତି-ଭାବେ ତୋଷସେ ମୁନିବର ହେଲେ ବଶ
Couplet 25
କହନ୍ତି ତାରେ ଦୟାବହିଭୋ ରାଜା ତୋର ଜ୍ଞାନ ନାହିଁ
Couplet 26
ତୁ କର୍ମମାର୍ଗେ ହେଲୁ ହୀନବିଅର୍ଥେ ଗଲା ତୋର ଦିନ
Couplet 27
ନିରତେ କର୍ମେ ନିମଜ୍ଜିଲୁଆତ୍ମାର ହିତ ନ ଜାଣିଲୁ
Couplet 28
ଯେ କର୍ମେ ମୋକ୍ଷମାର୍ଗ ହାନିତୁ ତାହା ଶ୍ରେୟ ପ୍ରାୟ ମଣି
Couplet 29
ଯେ ସଙ୍ଗ-ଦୋଷେ ଜ୍ଞାନ କ୍ଷୟେବୁଝି ତୁ ନପାରିଲୁ ରାୟେ
Couplet 30
ତୁ ଅତିସ୍ନେହେ ତହିଁ ବଦ୍ଧସେ ସଙ୍ଗ-ଦୋଷ ଧର୍ମବାଧ
Couplet 31
ତା ଶୁଣି ଭୟେ ନୃପମଣିବଜ୍ର ପଡିଲା ପ୍ରାୟ ମଣି
Couplet 32
ଉଚ୍ଛନ୍ନେ କହଇ ନୃପତିଭୋ ମୁନି ମୁଁ ଯେ ମୂଢ଼ମତି
Couplet 33
ସ୍ୱକର୍ମ ମାର୍ଗେ ବଦ୍ଧ ହୋଇମୁଁ ମୂଢ଼ଜ୍ଞାନ ନ ଜାଣଇ
Couplet 34
ଯେବେ ଅଇଲ ମୋର ହିତେମୋ ଭାଗ୍ୟବଶେ ଦୟା ଚିତ୍ତେ
Couplet 35
ଯେବେ ସଦୟ ମୁନିବରଯେମନ୍ତେ ଜ୍ଞାନ ହୋଏ ମୋର
Couplet 36
ଯେଣେ ନୋହିବି କର୍ମେ ବଦ୍ଧହୋଇବ ମୋକ୍ଷମାର୍ଗେ ସଧ
Couplet 37
ଯେଣୁ ତୁମ୍ଭର ଦରଶନହରଇ ବିଷୟ-ବଦ୍ଧନ
Couplet 38
ଏ ଘୋର-ଜଡ କର୍ମ ମୋରସୁଜ୍ଞାନ-ଦାନେ ଦୂର କର
Couplet 39
ତୁମ୍ଭେ ସଂସାରେ ପ୍ରାଣୀ ହିତେଭ୍ରମଣ କରୁଥାଅ ନିତ୍ୟେ
Couplet 40
ଅବ୍ୟକ୍ତଗତି ଯେ ତୁମ୍ଭରଦେବ ମାନବେ ଅଗୋଚର
Couplet 41
ଯେହ୍ନେ ଆଗମ ମୃତ୍ୟୁ ଜନତେସନେ ତୁମ୍ଭ ଦରଶନ
Couplet 42
ଏ ଗୃହଦ୍ୱନ୍ଦେ ମୋ ପୀରତିଏ ପୁତ୍ର ଦାରା ମୋହେ ମତି
Couplet 43
ଏଣୁ ନୋହିଲା ଜ୍ଞାନେ ସଧରାଜବିଭୂତି ମଦେ ଅନ୍ଧ
Couplet 44
ଇନ୍ଦ୍ରିୟରସ ଭୋଗ ମୁହିଁନିରତେ ଛାଡି ନ ପାରଇ
Couplet 45
ଯେବେ ସୁଦୟା ତୁମ୍ଭ ଚିତ୍ତେଘୋର ବନ୍ଧନୁ ଫେଡ ମୋତେ
Couplet 46
ପ୍ରସନ୍ନେ କହ ମୁନିବରମୁଁ ତୁମ୍ଭ ଚରଣେ କିଙ୍କର
Couplet 47
ଏମନ୍ତ ତାର ବାକ୍ୟ ଶୁଣିଅତି ଆନନ୍ଦେ ଦେବମୁନି
Couplet 48
କହନ୍ତି ଚିତ୍ତେ ଦୟା ବହିଶୁଣ ପ୍ରାଚୀନ ପୁଣ୍ୟଦେହୀ
Couplet 49
ତୁ କର୍ମଜ୍ଞାନେ ବିଶାରଦତେଣୁ ହୋଇଲୁ କର୍ମବଦ୍ଧ
Couplet 50
ତୁ ଯେ ମମତ୍ୱେ ମହୀପତିଏ ଯଜ୍ଞକର୍ମେ ମୂଢ଼ ମତି
Couplet 51
ଯେ ପୂର୍ବ ପୁଣ୍ୟ ତୋର ଥିଲାଏ ଯଜ୍ଞକର୍ମେ ନଷ୍ଟ ଗଲା
Couplet 52
ତୁ ବିପ୍ରବାକ୍ୟେ ହେଲୁ ଅନ୍ଧଅନେକ କଲୁ ପଶୁ ବଧ
Couplet 53
ଅଦୋଷୀ ଜୀବ ଯଜ୍ଞେ ମାରିସେ ତୋର ନୁହଁନ୍ତି ବଇରୀ
Couplet 54
ତୁ ରାଜା ଏଡେ ଅବିବେକଦୟା ନ ବସିଲା ତିଳେକ
Couplet 55
ଏ ପଶୁଗଣେ କୋପ ବହିତୋ ମୃତ୍ୟୁବାଟ ଛନ୍ତି ଚାହିଁ
Couplet 56
ସେ ତୋତେ ନିଶ୍ଚେ ବିନାଶିବେତୁ ନୃପ ବୋଲି ନ ଡରିବେ
Couplet 57
ତୁ ପୀଡା ଦେଇଅଛୁ ଯେତେସେ କୋପେ ସୁମରନ୍ତି ନିତ୍ୟେ
Couplet 58
ତାହାଙ୍କ ଯାଇ ନାହିଁ କ୍ରୋଧଦୁଃଖ ଦେବାକୁ ତାଙ୍କ ସଧ
Couplet 59
ତୋତେ ପାଇଲେ ପରଲୋକେକାଟି ଭକ୍ଷିବେ ଏକେ ଏକେ
Couplet 60
ତାହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାରସେ ଲୌହସମାନ କଠୋର
Couplet 61
ସେ ଶୃଙ୍ଗେ ତୋତେ ବିନାଶିବେତେବେ ସେ କ୍ରୋଧଉପେକ୍ଷିବେ
Couplet 62
ଆମ୍ଭେଦେଖିଲୁ ସ୍ୱର୍ଗପଥେତୋ ପ୍ରତିଆଶେ ପଶୁଯୂଥେ
Couplet 63
ଦଶନେ ଅଧର ମାମୋଡିକୋପେ ଦିଅନ୍ତି ଘୋର ରଡି
Couplet 64
ଦଶନ ଅତି ବିକରାଳକ୍ଷୁରେ ଖୋଳନ୍ତି ଦିବ୍ୟ ସ୍ଥଳ
Couplet 65
ସେ ତୋତେ ପାଇଲେ ରାଜନକରିବେ ଅବଶ୍ୟ ଭୋଜନ
Couplet 66
ତାହାଙ୍କ ସୁଖରେ ରାଜନପଡି କେ ପାଇବ ଜୀବନ
Couplet 67
ଆମ୍ଭେ ଦେଖିଣ ଦୟା ଚିତ୍ତେଶୀଘ୍ରେ ଅଇଲୁ ତୋର ହିତେ
Couplet 68
କହିଲୁ ସତ୍ୟ ନିରାଧାରଏ ମିଥ୍ୟା ନୋଦ୍ରେ ନୃପବର
Couplet 69
ଯେବେ ସଂଶୟ ତୋର ଚିତ୍ତେପ୍ରତ୍ୟକ୍ଷେ ଦେଖାଇବା ତୋତେ
Couplet 70
ଏମନ୍ତ କହି ମୁନିବରଯୋଗନିଦ୍ରାରେ ତା ଶରୀର
Couplet 71
ହରିଲେ ମନ-ବୁଦ୍ଧିଜ୍ଞାନତକ୍ଷଣେ ନୃପତି ଅଜ୍ଞାନ
Couplet 72
ସେ ଯୋଗନିଦ୍ରାର ସ୍ୱପନେପ୍ରବେଶ ଯମର ଭୁବନେ
Couplet 73
ତହିଁ ଦେଖିଲା ନୃପରାଣବେଢି ସକଳ ପଶୁଗଣ
Couplet 74
ଦେଖିଲା ତହିଁ ନୃପଗଣେଦୁଃଖିତ ବିବିଧ କାରଣେ
Couplet 75
ଯେ ଯାହା କର୍ମ ଅନୁସାରେପୀଡନ୍ତି ଯେ ଶତ୍ରୁ ଯାହାରେ
Couplet 76
ଯେ ଶସ୍ତ୍ରେ ଯାକୁ ଯେବା ମାରିସେ ରୂପେ ଶୃଙ୍ଗ ଛନ୍ତି ଧରି
Couplet 77
ଗଦା ମୁଦ୍ଗର ଅସିବରକୁନ୍ତ କୁଠାର ଶକ୍ତିଶୂଳ
Couplet 78
ଏ ଆଦି ଅସ୍ତ୍ର ଅପ୍ରମିତେପ୍ରକୋପେ ପ୍ରହାରନ୍ତି ନିତ୍ୟେ
Couplet 79
ତା ପୂର୍ବ-ଦଣ୍ତ ଅନୁକ୍ରମେସୁମରି ଦ୍ୟନ୍ତି ଶତ୍ରୁ ଜନେ
Couplet 80
କେ ବୃକ୍ଷେ ବାନ୍ଧିଣ ପିଟନ୍ତିକେ ରୋଷେ ତୋଳି କଚାଡନ୍ତି
Couplet 81
ଅଧୋବଦନ ଉର୍ଦ୍ଦ୍ୱେ ପାଦଏ ଆଦି ଅଶେଷ ବିଷାଦ
Couplet 82
ନାନା-କଦର୍ଥନେ ପୀଡନ୍ତିପ୍ରକୋପ ନୟନେ ଚାହାଁନ୍ତି
Couplet 83
ଅଧର ଚାପି ଦନ୍ତେ ଭିଡିକୋପେ କରନ୍ତି ଘୋର ରଡି
Couplet 84
ପଶୁଙ୍କ ଦଣ୍ତ ଉପତାପେଉଚ୍ଚେଣ ରୋଦନ୍ତି ଅଧୀପେ
Couplet 85
ଦୁଃସଦ-ଦୁଃଖେ ଭୟେ ଛନ୍ନସ୍ରବିତ ମୂତ୍ରଦ୍ୱାରମାନ
Couplet 86
ତା ଦେଖି ପ୍ରାଚୀ ନୃପରାଣଭୟେ ଉତ୍ସର୍ଗ ପଞ୍ଚପାଣ
Couplet 87
ଭ୍ରମ ହୋଇଲା ତାର ମତିପଳାଇ ଇଚ୍ଛଇ ନୃପତି
Couplet 88
ତା ଯାଗେ ବଧ ପଶୁଗଣେତାକୁ ବେଢିଲେ ତତକ୍ଷଣେ
Couplet 89
ନିଜ ଶତ୍ରୁକୁ ପାଇ କୋପେବେଢି ଭକ୍ଷିଲେ କ୍ଷୁଧା ତାପେ
Couplet 90
ବୃକ-ସମୂହ ମୃଗେ ଯେହ୍ନେରାଜାକୁ ଭକ୍ଷିଲେ ତେସନେ
Couplet 91
ଆବୋରି ଶତେପୁର କରିଏକ-ଆରେକ ବଳେ ଧରି
Couplet 92
ଦଶନେ ଧରି ଓଟାରନ୍ତିଏକ-ଆରକେ ନ ଛାଡନ୍ତି
Couplet 93
ଦୁଃସହ ଦୁଃଖେ ସେ ରାଜନବ୍ୟାକୁଳେ କରଇ ରୋଦନ
Couplet 94
ନିର୍ଦ୍ଦୟ-ପଶୁ ଦୁଷ୍ଟପଣେମାଂସ ଭକ୍ଷନ୍ତି ଅନୁକ୍ଷଣେ
Couplet 95
ଭକ୍ଷନ୍ତି ଅସ୍ଥି ଶେଷ ଯାଏଯାବତ କ୍ରୋଧ ଶାନ୍ତି ନୋହେ
Couplet 96
ତଦନ୍ତେ ଅନ୍ୟ ପଶୁଗଣେବେଢି ସେ ଭକ୍ଷନ୍ତି ତକ୍ଷଣେ
Couplet 97
ମାୟାରେ ପୁନରପି କାୟେପ୍ରକାଶେ ପୂର୍ବତନୁ ପ୍ରାୟେ
Couplet 98
ଦୁଃସହ-ଦୁଃଖେ ସେ ନୃପତିଭୟେ ପଳାଇ ଚଉକତି
Couplet 99
ତେଣେ ଗୋଡାନ୍ତି ପଶୁଗଣେକୋପେ ଭକ୍ଷନ୍ତି ଅନୁକ୍ଷଣେ
Couplet 100
ଏମନ୍ତ ଦୁଃଖ ମହାଘୋରେରୋଦନ କରେ ଉଚ୍ଚସ୍ୱରେ
Couplet 101
ତାରେ ରକ୍ଷକ କେହି ନାହିଁଶତ୍ରୁ ସମୂହେ ପୀଡେ ଦେହୀ
Couplet 102
ସଭୟେ ଭାଳଇ ରାଜନନିଶ୍ଚେ ନାଶିବେ ମୋ ଜୀବନ
Couplet 103
ଏମନ୍ତ ଭାଳନ୍ତେ ଆକୁଳେମୁନି ଜାଣିଲେ ଯୋଗବଳେ
Couplet 104
ଏ ମିଥ୍ୟା-ଭୟେ ନୃପରାଣଅବଶ୍ୟ ଛାଡିବ ପରାଣ
Couplet 105
ଉଚ୍ଛନ୍ନ ଦେଖି ନୃପବରହରିଲେ ଯୋଗନିଦ୍ରା ତାର
Couplet 106
ତକ୍ଷଣେ ସେ ଜ୍ଞାନ ଲଭିଲାବିହ୍ୱଳେ ସତ୍ୱରେ ଉଠିଲା
Couplet 107
ମୁନିଙ୍କି କୋଳାଗ୍ରତ କରିସେ ମିଥ୍ୟା ନୃପଭୟେ ଡରି
Couplet 108
ଭୟେ ନ ଛାଡେ ନୃପବରଭୋ ମୁନି ମୋତେ ରକ୍ଷାକର
Couplet 109
ଏ ଦୁଷ୍ଟ-ପଶୁ ଭୟଙ୍କରନିଶ୍ଚେ ଭକ୍ଷିବେ ମୋ ଶରୀର
Couplet 110
ଏମନ୍ତ କହି ସେ ରାଜନଉତ୍ସନ୍ନେ କରଇ ରୋଦନ
Couplet 111
ମତି ବିକ୍ରମ ଦେଖି ତାରପ୍ରବୋଧ କଲେ ମୁନିବର
Couplet 112
ଏମିଥ୍ୟା ଭୟେ ତୁ ରାଜନବିଅର୍ଥେ ହେଉଛୁ ଉତ୍ସନ
Couplet 113
ଏବେ ପ୍ରତ୍ୟକ୍ଷେ ଦେଖ ରାୟେନୟନ ଫେଡି ତୁ ନିର୍ଭୟେ
Couplet 114
ଏ ଘୋର ଭୟ ପୀଡା ତୋତେଅଜ୍ଞାନେ ଦେଲେ ଶତ୍ରୁଯୂଥେ
Couplet 115
ଦେଖ ପ୍ରତ୍ୟକ୍ଷେ ନୃପରାଣତୋ ଭୟଙ୍କର ଶତ୍ରୁଗଣ
Couplet 116
ଅଦୃଶ୍ୟ ହେଲେ ଆମ୍ଭ ଡରେତୋ ଅନ୍ତେ ପୀଡିବେ ସେଠାରେ
Couplet 117
ତୁ ତାଙ୍କୁ ଦୁଃଖ ଦେଲୁ ଯେତେଅବଶ୍ୟ ପୀଡିବେ ସେ ତୋତେ
Couplet 118
ଶୁଣି ସଂଭ୍ରମେ ନୃପରାଣବୋଲେ ମୁନିଙ୍କି ରଖ ପ୍ରାଣ
Couplet 119
ପଶୁଙ୍କ କଷଣୁ କେମନ୍ତେତରିବି କହ ମୁନି ମୋତେ
Couplet 120
ତୁମ୍ଭେ ସର୍ବଜ୍ଞ ସର୍ବଜାଣକହିବା ଏଥିର କାରଣ
Couplet 121
ଏମନ୍ତ ଶୁଣି ମହାଋଷିରାଜା ବିଭ୍ରମେ ମନ୍ଦେ ହତି
Couplet 122
ଶୁଣ ସୁମନେ ନୃପବରକହିବା ଏଥିର ବିଚାର
Couplet 123
ଏବେ ତୁ ଛାଡ ସୁତ-ବିତ୍ତଦାରା-ବନ୍ଧୁରେ ସ୍ନେହଚିତ୍ତ
Couplet 124
ଅଷ୍ଟ ଐଶ୍ଚର୍ଯ୍ୟ-ଭୋଗ ଯେତେଏ ରାଜ ବିଭୂତି ସହିତେ
Couplet 125
ଏ ସର୍ବ ତେଜି କୃଷ୍ଣପାଦେଏକାନ୍ତେ ଭଜ ଅପ୍ରମାଦେ
Couplet 126
ତେବେ ଏ ହତ୍ୟା ଦୁଃଖ ଘୋରବେଗେ ଛାଡିବ ନୃପବର
Couplet 127
ଏ ବିନେ ତୋର ଅନ୍ୟ ଗତିଅପରେ ନ ଦେଖି ନୃପତି
Couplet 128
ତା ଶୁଣି ବୋଲଇ ରାଜନଭୋ ମୁନି ମୁଁ ମୂଢ ଅଜ୍ଞାନ
Couplet 129
ଏ ପୁତ୍ର ଦାରା ସ୍ନେହ ଅତିଇନ୍ଦ୍ରିୟ ଭୋଗ ରସେ ମାତି
Couplet 130
ଏ ଆଦି ଗୃହବସ୍ତୁ ଯେତେମୁଁ ଛାଡି ପାରିବି କେମନ୍ତେ
Couplet 131
ଉପାୟ ଥିଲେ ମୁନିବରଏ ମାୟାବନ୍ଧ ପରିହର
Couplet 132
ତା ବାକ୍ୟେ ହସି ମୁନି ତୋଷକହିବା ତୋତେ ଇତିହାସ
Couplet 133
ଶ୍ରବଣେ ହେବ ତୋର ଜ୍ଞାନସେ ପୁରଞ୍ଜନର ଆଖ୍ୟାନ
Couplet 134
ଏ ଘୋରଭୟ ସ୍ନେହ ତୋରଶ୍ରବଣେ ବେଗେ ହେବ ଦୂର
Couplet 135
ସେ ପୁରଞ୍ଜନ ଏକ ରାଜାପୂର୍ବେ ସେ ଥିଲା ମହାତେଜା
Couplet 136
ବିଜ୍ଞାତ ନାମେ ସଖା ତାରଜ୍ଞାନ-ଚେଷ୍ଟାରେ ସେହୁ ଧୀର
Couplet 137
ସେ ନିଜ-ସଖା ପରିହରିଇନ୍ଦ୍ରିୟଭୋଗ ଇଚ୍ଛା କରି
Couplet 138
ନିରତେ ଭାବେ ଅନୁଦିନଇନ୍ଦିୟ ବଶେ ହୋଇ ଛନ୍ନ
Couplet 139
ସେ ରାଜା ପୃଥିବୀ ଭ୍ରମଇଉତ୍ତମ-ସ୍ଥାନ ସେ ଇଚ୍ଛଇ
Couplet 140
ନ ପାଇ ନିଜ ରୂପେ ସ୍ଥିତିବିଷାଦମନ ସେ ନୃପତି
Couplet 141
ଯାବତ-ପୁର ମହୀତଳେସେ ରାଜା ଦେଖଇ ନିରୋଳେ
Couplet 142
ତା ନିଜ କାମ ପୂର୍ଣ୍ଣ ପାଇଁସେ ରାଜା ସନ୍ତତେ ଭ୍ରମଇ
Couplet 143
ଏମନ୍ତେ ଏକାନ୍ତେ ଭ୍ରମନ୍ତେଗଲା ସେ ହିମାଳୟ ପଥେ
Couplet 144
ସେ ଗିରି ଦକ୍ଷିଣ ଭାଗରେପ୍ରବେଶ ହୋଇଲା ସଧୀରେ
Couplet 145
ସୁଦିବ୍ୟପୁର ତହିଁ ଥିଲାସେ ରାଜା ସନ୍ତୋଷେ ଦେଖିଲା
Couplet 146
ନାନା ଲକ୍ଷଣେ ବିରାଜଇସେ ନବଦ୍ୱାରେ ଶୋଭାପାଇ
Couplet 147
ସେ ପୁରେ ପାଚେରୀ ଶୋଭନତା ଚଉପାଶେ ଉପବନ
Couplet 148
ଗୃହାଦି ଅଟ୍ଟାଳୀ ଶୋଭନ୍ତିପରିଖା ତ୍ରୋଣ ବିରାଜନ୍ତି
Couplet 149
ହେମ-ରଜତ-ଲୌହ-ଶୃଙ୍ଗବିଚିତ୍ର-ବର୍ଣ୍ଣେ ନାନାରଙ୍ଗ
Couplet 150
ରତ୍ନ-ସମୂହେ ବିରାଜନ୍ତିଶୁଭ୍ର-ସୁନ୍ଦର ପୁର କାନ୍ତି
Couplet 151
ନୀଳାଦି ସ୍ଫଟିକ ପୋଏଳାମୋତି ମର୍କତ ଆଦି ଶିଳା
Couplet 152
ନିର୍ମିତ ହେମମୟ ସ୍ଥଳୀକାନ୍ତି ସମୂହେ ଅତି ଝଳି
Couplet 153
ସେ ପୁର ଦେଖିଣ ନୃପତିକିଏ ଦ୍ୱିତୀୟ ଭୋଗବତୀ
Couplet 154
ସଭା ଚତ୍ୱର ରାଜ ବାଟପଶା-ଖେଳନ ସ୍ଥାନ ହାଟ
Couplet 155
ବିଶ୍ରାମ-ସ୍ଥାନ ପ୍ରାଣୀଙ୍କରଏ ଆଦି ଅଛି ଯେ ମନ୍ଦିର
Couplet 156
ପତାକା ଶୋହେ ନାନାବିଧିଶୁଦ୍ଧ ସୁବର୍ଣ୍ଣେ ଶୋହେ ବେଦୀ
Couplet 157
ଯେ ପୁର ବାହ୍ୟେ ଉପବନଶୋଭିତ ନାନା ଦ୍ରୁମମାନ
Couplet 158
ପୁଷ୍ପିତ-ସରୋବର ଶୋହିବିହଙ୍ଗ କୁଳ କୂଳେ ଯହି
Couplet 159
ହିମ-ନିର୍ଝର-ବିନ୍ଦୁଯୋଗେକୁସୁମାକର-ବାୟୁ ବେଗେ
Couplet 160
ପ୍ରଚଳେ ଦଳ ବିଟପୀରେସରସୀତଟ୍ ସମ୍ପଦରେ
Couplet 161
ନାନାବର୍ଣ୍ଣର ମୃଗମାନେଚିହରୁଛନ୍ତି ଉପବନେ
Couplet 162
ଯହିଁ କୋକିଳ କୂଢ଼ଛନ୍ତିକିବା ସେ ପାନ୍ଥକୁ ଲୋଡନ୍ତି
Couplet 163
ଏମନ୍ତେ ନାନା ଜୀବ କୁଳେକ୍ରୀଡନ୍ତି କାମମତ୍ତ ଭୋଳେ
Couplet 164
ସେ ଦିବ୍ୟବନେ ହେ ରାଜନକହିବା ଅପର ବିଧାନ
Couplet 165
କାମିନୀରତ୍ନ ସେହୁ ବନେଆସି ଯେ ଥିଲା ସ୍ୱଚ୍ଛ ମନେ
Couplet 166
ରମଣିରତ୍ନ ସେହୁ ବାଳାତାହାକୁ ନୃପତି ଦେଖିଲା
Couplet 167
ସଙ୍ଗେ ତା ଦଶ ପରିବାରୀଘେନିଣ ଆସିଛି ସୁନ୍ଦରୀ
Couplet 168
ଭୃତ୍ୟମାନଙ୍କେ ଏକେ ଏକେସଙ୍ଗତେ ଶତ ସ୍ୱନାୟିକେ
Couplet 169
ପଞ୍ଚମସ୍ତକ ଏକ ଅହିସେ ନାରୀ ଦ୍ୱାରପାଳ ସେହି
Couplet 170
ସେ କାମରୂପୀ ଦିବ୍ୟନାରୀବିବାହ ନୋହିଛି ତାହାରି
Couplet 171
ତହୁଁ ସେ ସ୍ୱାମୀଙ୍କି ଶଙ୍ଖୋଳେତା ଯୋଗ୍ୟ ବର ହିଁ ନ ମିଳେ
Couplet 172
ଲାବଣ୍ୟ-ସମୂହେ ତରୁଣୀକେ ତା ନିର୍ମାଣିଲା ନ ଜାଣି
Couplet 173
ସୁସଞ୍ଚ-ନାସା ଦନ୍ତପନ୍ତିଯେହ୍ନେ ସୁନ୍ଦର ଗଜମୋତି
Couplet 174
ଅରୁଣ-ବିମ୍ବାଧାର ରାଜେପକ୍ୱ-ଡାଳିମ୍ବ-ବୀଜ ଗଞ୍ଜେ
Couplet 175
ଅରୁଣ-ପଙ୍କଜ ଲୋଚନସୁଧାଂଶୁ -ଆନନ ଶୋଭନ
Couplet 176
ସୁଚାରୁ-ଭ୍ରୂଭଙ୍କ ସୁନ୍ଦରଅତନୁଚାପ ପଟାନ୍ତର
Couplet 177
ଦଗ୍ଧ ହାଟକ ସୁକପୋଳଅଳକାରବୃତ୍ତ ଭୃଙ୍ଗମାଳ
Couplet 178
ତା ପ୍ରତିଲକ୍ଷଣେ ଶୋଭନନ ଦେଖି ଏ ତିନି ଭୁବନ
Couplet 179
ଶ୍ରବଣେ କୁଣ୍ତଳ ଝଲକେତୁଳନା ନାହିଁ ତିନିଲୋକେ
Couplet 180
କନକ ମେଖଳା ନିତମ୍ବୀଚାରୁ ସୁସଞ୍ଚ ତାର ନାଭି
Couplet 181
ଗମଇ ମତ୍ତଗତ ଠାଣିଚରଣେ ନୂପୁର ବାଜେଣି
Couplet 182
କର୍ଣ୍ଣାଭିରାମ ସୁମଧୁରଶ୍ରବଣେ କାମଦର୍ପହର
Couplet 183
ରତ୍ନସମୂହେ ଝଟକନ୍ତିପଥେ କି ଦେବତା ଗମନ୍ତି
Couplet 184
ସେ ନବଯୌବନ-ଶୋଭିନୀସମ ବର୍ତ୍ତୁଳ ପୀନସ୍ତନୀ
Couplet 185
ତା ବସ୍ତ୍ର ଅଞ୍ଚଳେ ଢାଙ୍କନ୍ତିଯେହ୍ନେ ବିଦ୍ୟୁତେ ଗଜମୋତି
Couplet 186
ଅପାଙ୍ଗ-ଲଙ୍ଗିତ ବିଶିଖଭୂରୁ କମାଣେ ସନ୍ଧି ଲାଖ
Couplet 187
ରାଜାକୁ ସତ୍ୱରେ ବିନ୍ଧିଲାତକ୍ଷଣେ ନୃପ ମୋହ ହେଲା
Couplet 188
ସେ ବୀର ଲଜ୍ଜା ପାଇ ମନେନାରୀକି ପଚାରେ ଅଙ୍କନେ
Couplet 189
ଭୋ ସଖି ନାମ ଗୋତ୍ର ତୋରକହ କିମର୍ଥେ ବନଘୋର
Couplet 190
ଭ୍ରମଣ କରୁଛୁ ସୁନ୍ଦରୀସୁର-ମୁନୀଦ୍ର ମନୋହାରୀ
Couplet 191
ଏ ଦିବ୍ୟପୁର- ଉପବନେକହ କି ଅଛି ତୋର ମନେ
Couplet 192
କି କାମ-ମୃଗ ବିଦାରଣେବିହାର କରୁ ଏ କାରଣେ
Couplet 193
ମୋ କାମ-ଶତ୍ରୁ ବିନାଶନେସଦନ ତେଜି ଏ ବିପିନେ
Couplet 194
ମୁଁ ନିଶ୍ଚେ ଜାଣିଲଇ ଚିତ୍ତେସ୍ୱଗୁଣ ଘେନି ମୋର ହିତେ
Couplet 195
ଏ ପୁରେ କରୁ ତୁ ବିହାରମୁଁ ଯେ ତୋହର ପରିଚାର
Couplet 196
ଭୋ ସଖି ଏ ତୋ ସଖୀଜନକହ କାହାର କିସ ନାମ
Couplet 197
ଏ ଦଶ ଏକୁ ଏକ ଶୋଭାଏ ତୁମ୍ଭ କି କରନ୍ତି ସେବା
Couplet 198
ଏ ସର୍ପ କେ ତୁମ୍ଭ ଛାମୁରପଞ୍ଚମସ୍ତକ କିମ୍ପା ତାର
Couplet 199
ଏହାଙ୍କ ନାମ-କର୍ମ ଯେତେଭୋ ସଖି କହ ମୋ ଅଗ୍ରତେ
Couplet 200
ତୁମ୍ଭେ କି ଲଜ୍ଜାରୂପ ଧରିଧର୍ମ ପତିକି ଅନୁସରି
Couplet 201
କି ଅବା ତୁମ୍ଭେ ଗୋ ଭବାନୀଶଙ୍ଖୋଳୁ ଅଛ ଶୁଳପାଣି
Couplet 202
କି ଅବା ତୁମ୍ଭେ ପଦ୍ମାଳୟାଲୋଡୁଛ କୃଷ୍ଣ-ପଦଛାୟା
Couplet 203
ତୁମ୍ଭେ କି ଅଟ ଅରୁନ୍ଧତୀବାଞ୍ଛା କି କର ନିଜପତି
Couplet 204
ଭୋ ସଖି ତୋ ରୂପ-ପ୍ରଭାଦେଖି ଟଳିବେ ସୁରଦେବା
Couplet 205
କାମୀଜନଙ୍କ ପୂର୍ଣ୍ଣ କାମବାଞ୍ଛାକୁ ଅଟୁ କଳ୍ପଦ୍ରୁମ
Couplet 206
ଅଶେଷ ସୁଖ ସେ ଲଭନ୍ତିକାମାଦି ଶତ୍ରୁ ବିନାଶନ୍ତି
Couplet 207
ମୁନିମୋହିନୀ ରୂପ ଧରିଏ କାନ୍ତେ ଭ୍ରମୁ ତୁ କିଶୋରୀ
Couplet 208
ତୋ ଗୁଣ କୀର୍ତ୍ତିପ୍ରଭା ଚାହିଁଦେବତା ପ୍ରାୟେ ମୁଁ ମଣଇଁ
Couplet 209
ଭୂମିରେ ନ ଚାଲେ ଦେବତାଏଣୁ ମୋ ମନେ ଗରୁ ଚିନ୍ତା
Couplet 210
ତୋ ଗୁଣ ବର୍ଣ୍ଣବଇଁ କେତେତୋ ସମ ନାହିଁ ଏ ଜଗତେ
Couplet 211
ଏବେ ନିଶ୍ଚୟେ ମୋତେ ଘେନିଏ ପୁରେ ବିହର କାମିନୀ
Couplet 212
ତୋହର ଲଜ୍ଜା-ଭାବ ସ୍ମିତଏ କାମୀଜନଙ୍କୁ ପୀଡିତ
Couplet 213
ଅନଙ୍ଗ-ଶର ବାଧେ ମୋତେମୁଁ ଫେଡି କହିଲିଇଁ ତୋତେ
Couplet 214
ତୋ ମୁଖ ଅପାଙ୍ଗ-ଲକ୍ଷଣସ୍ଥକିତ ଏ ମୋର ଚରଣ
Couplet 215
ତୁ ଅନୁଗ୍ରହ ମୋତେ କରଏ କାମାନଳ ପରିହର
Couplet 216
ସେ ତାପେ ଦହି ମୁଁ ହେଉଛିତୁ ଶାନ୍ତି କର ଗୋ ମୃଗାକ୍ଷି
Couplet 217
ସଖି ତୋ ରୁଚିର ଆନନଶୁଭ୍ର ସୁନ୍ଦର ସୁଲୋଚନ
Couplet 218
ଅଳକ କପୋଳେ ଝଲକେଟେକିଣ ନ ଚାହୁଁ ତୁ କିକେ
Couplet 219
କହ ତୁ ମଧୁର ବଚନନିଶ୍ଚେ ମୋ ଗଲାଟି ଜୀବନ
Couplet 220
ତୁ ଲଜ୍ଜାଭରେ ନ ଚାହୁଁଛୁଭୋ ସଖି ପ୍ରାଣେ ତୁ ମାରୁଛୁ
Couplet 221
ତୁ ହସି ସୁମଧୁର ଭାଷମୁଁ ନିଶ୍ଚେ ହେବି ତୋର ଦାସ
Couplet 222
ଅନେକ ବିନୟ-ବଚନସେ ନାରୀବଶେ ପୁରଞ୍ଜନ
Couplet 223
ହେ ନୃପ ତୋର ପ୍ରାୟ ସେହିସ୍ତିରୀରେ ବଶ କଲା ଦେହୀ
Couplet 224
ପ୍ରଭୁତ୍ୱ ପଣ ସେ ତେଜିଲାତା ବଶେ ଜ୍ଞାନ ପାଶୋରିଲା
Couplet 225
ସ୍ତିରୀରେ ବଶ ଯେଉଁ ପ୍ରାଣୀତାହାକୁ ମନୁଷ୍ୟେ ନ ଗଣି
Couplet 226
ଯେ ଅଶ୍ୱ ବିଡାଳ ଗର୍ଦ୍ଦଭତାଙ୍କ ସମାନେ ସେହୁ ଜୀବ
Couplet 227
ପଣ୍ତିତ ବୋଲି ତା ନ ଗଣିସ୍ତିରୀରେ ବଶ ଯେଉଁ ପ୍ରାଣୀ
Couplet 228
ଭୋ ନୃପ ମନେ ତୁ ବିଚାରକାହିଁ ପଣ୍ତିତ ଜ୍ଞାନ ତାର
Couplet 229
ଏମନ୍ତ ସେ ଯେ ପୁରଞ୍ଜନବୋଧିଲା ଚାଟୁବାକ୍ୟେ ମନ
Couplet 230
ସନ୍ତୋଷ ଲଭିଲା ତରୁଣୀତାର କାର୍ପଣ୍ୟ ବାକ୍ୟ ଶୁଣି
Couplet 231
ସେ ନାରୀ ବୁଝିଲା ମନରଏ କାମେ ହୋଇଛି ଅସ୍ଥିର
Couplet 232
ନୃପକୁ ଆତ୍ମହରା ଦେଖିଅଳପ ହସିଲା ସୁମୁଖୀ
Couplet 233
କହେ ଲଳିତ ସୁବଚନଶୁଣ ହେ ବୀର ପୁରଞ୍ଜନ
Couplet 234
ଆମ୍ଭର ଭର୍ତ୍ତା କେହି ନାହିଁବିହରୁଁ ଏ ପୁରରେ ରହି
Couplet 235
ସ୍ୱନାମ ଗୋତ୍ର ତା ନ ଜାଣିଏ ତନୁ କେ ଅଛି ନିର୍ମାଣି
Couplet 236
ଏତେକ ଜାଣୁ ଆମ୍ଭେମାନେସକଳେ ଅଛୁ ଏ ଭୁବନେ
Couplet 237
ଅପରେ ନ ଜାଣୁ ନା କିଛିଏ ପୁରେ କେ ମୋତେ ରଖିଛି
Couplet 238
ଦେଖ ଏ ଯେତେ ପରିଜନଏ ମୋର ନୁହଁନ୍ତି ଅଭିନ୍ନ
Couplet 239
ଏହାଙ୍କ ନାମ-କର୍ମ-ଗୁଣପୁଚ୍ଛିଲ ଶୁ ନୃପରାଣ
Couplet 240
ମୁଁ ଯେବେ ନିଦ୍ରାଗତ ହୋଇଏ ସର୍ପ ପୁର ଜଗିଥାଇ
Couplet 241
ଏ ଆମ୍ଭ ପାଳକ ପୁରରସକଳ-କାର୍ଯ୍ୟରେ ତତ୍ପର
Couplet 242
କରନ୍ତି ଆମ୍ଭ ଅନୁମତେଯେ ଭୋଗବାଞ୍ଛା ଯାର ଚିତ୍ତେ
Couplet 243
ଯେ ଶୁଭାଶୁଭ ଫଳ ଦେଇବିଧି-ନିଷେଧ ମାର୍ଗେ ନେଇ
Couplet 244
ଏଣୁ ଆତ୍ମିକ ପ୍ରିୟ ମୋରଯେଣୁ ଏ ସେବେ ନିରନ୍ତର
Couplet 245
ଏହାର ବେନି-ପତ୍ନୀ ନାମପ୍ରବୃତ୍ତି ନିବୃତ୍ତି ରାଜନ
Couplet 246
ପ୍ରବୃତ୍ତି ପତ୍ନୀ ନାମ ଯାରସେ ସେବେ ପ୍ରବୃତ୍ତି ମାର୍ଗର
Couplet 247
ନିବୃତ୍ତି ନାମେ ଯେ ଯୁବତୀସେ ଧର୍ମ ମାର୍ଗେ ସେବେ ପତି
Couplet 248
ସେ ବେନିନାରୀଙ୍କ କୁମରକେ ସାଧୁ କେବା ଦୁରାଚାର
Couplet 249
ଏ ଯେତେ ପ୍ରବୃତ୍ତି ନନ୍ଦନଯେ କାମ କ୍ରୋଧ ଅଭିମାନ
Couplet 250
ଅଜ୍ଞାନ ଲୋଭ ମୋହ ହିଂସାବିବାଦ ତର୍କ ମିଥ୍ୟାଭାଷା
Couplet 251
ଅପରେ କହିବଇଁ କେତେଏ ଆଦି ପୁତ୍ରେ ଛନ୍ତି ଯେତେ
Couplet 252
ଏ ସର୍ବେ ଧର୍ମରେ ବିବାଦୀପିତୃ ସେବନ୍ତି ନିରବଧି
Couplet 253
ଅଧର୍ମ-ମାର୍ଗେ ନିରନ୍ତରସୁସେବା କରନ୍ତି ପିଅର
Couplet 254
ଯେ କାମଭୋଗେ ତୁମ୍ଭ ଇଚ୍ଛାସେ ଦେଇ ପୂରାଇବେ ବାଞ୍ଛା
Couplet 255
ଏଣୁ ଏ ତୁମ୍ଭ ସଙ୍ଗେ ଥିବେସେବାଦି କର୍ମରେ ତୋଷିବେ
Couplet 256
ଏହାଙ୍କୁ କ୍ଷଣେ ନ ଛାଡିବଆମ୍ଭରେ ଯେବେ ଦୟା ଥିବ
Couplet 257
ଏ ଯେତେ ନିବୃତ୍ତି ନନ୍ଦନଦୟା ବିବେକ ଧର୍ମ ଜ୍ଞାନ
Couplet 258
କ୍ଷମା ସନ୍ତୋଷ ଧୀର ଶାନ୍ତିଏ ଅନୁକ୍ରମେ ଯେତେ ଛନ୍ତି
Couplet 259
ଅଧର୍ମ-ମାର୍ଗେ ଏ ଦାରୁଣଇଚ୍ଛନ୍ତି ପିତାର ମରଣ
Couplet 260
ଏ ନିଶ୍ଚେ ମାରି ନିଜ ତାତରଖିବେ ପିତାର ପିତାନ୍ତ
Couplet 261
ଏଣୁ ଏହାଙ୍କୁ ପ୍ରତେଜିବଭୋଗାଦି ବାଞ୍ଛା ଯେବେ ଥିବ
Couplet 262
ଏ ଦୁଷ୍ଟେ ଅଧର୍ମ ନାଶନ୍ତିଭୋଗାଦି ସୁଖ ନ ଦେଖନ୍ତି
Couplet 263
ଯେ ପିତୃବଧେ ଛିଦ୍ର ବାଞ୍ଛତୁମ୍ଭେ ପାଇବ କାହିଁ ରକ୍ଷା
Couplet 264
ତୁମ୍ଭେ ନ ଜାଣ ପୁରଞ୍ଜନକେ ସାଧୁ କେ ଅବା ଦୁର୍ଜନ
Couplet 265
ଆମ୍ଭର କହିବା ଉଚିତତୁମ୍ଭେ ଯେ ଆମ୍ଭ ନିଜକାନ୍ତ
Couplet 266
ସ୍ୱାମୀ କପଟୀ ଯେବା ନାରୀସେଟି ଅଜ୍ଞାନୀ ବ୍ୟଭିଚାରୀ
Couplet 267
ତୁମ୍ଭେ ଯେ ଭୋଗାଦି ଈଶ୍ୱରଇଚ୍ଛା-ସଂଯୋଗେ ଭୋଗ କର
Couplet 268
ଏ ସର୍ବେ ଭୋଗ ବିନାଶିବେକାମାଦି ବାଞ୍ଛା ଏ ନ ଦେବେ
Couplet 269
ଏହାଙ୍କ ସଙ୍ଗତେ ରାଜନପଡି ହୋଇବ ଭୋଗେ ହୀନ
Couplet 270
ଏ ପୁରେ ଭୋଗ-ବାଞ୍ଛା ଯାରଏ ସଙ୍ଗ ନୁହେଁ ନୃପବର
Couplet 271
ତୁମ୍ଭେ ଏ ସଙ୍ଗ ପରିହରନିଶ୍ଚିନ୍ତେ ଏ ପୁରେ ବିହର
Couplet 272
ଏବେ ଆମ୍ଭର ସଙ୍ଗେ ତୁମ୍ଭେସୁକୃତ କରି ରହ ଦମ୍ଭେ
Couplet 273
ଏ ସଙ୍ଗ ସଙ୍ଗତେ ଆମ୍ଭରପ୍ରୀତି ନୋହିବ ନୃପବର
Couplet 274
ସେ ନାରୀ ବାକ୍ୟେ ନୃପମଣିଅଜ୍ଞାନେ ମଜ୍ଜିଲା ନ ଜାଣି
Couplet 275
ଅଜ୍ଞାନ-ମାର୍ଗେ ଚିତ୍ତ ଦେଲାସ୍ୱ ପର ଭେଦ ବୁଦ୍ଧି କଲା
Couplet 276
ତାର ସ୍ୱବଶେ ନେଲା ଦିନଅଜ୍ଞାନ ପୁରୁଷ ଯେସନ
Couplet 277
ଭୋ ସଖି ଯାବତ ଏ ପୁରେଥିବି ତୋ ଆଜ୍ଞା ଅନୁସାରେ
Couplet 278
ଶୁଣି ସନ୍ତୋଷେ ସେ ସୁନ୍ଦରୀରାଜାଙ୍କୁ ଘେନିଲା ଆଦରି
Couplet 279
ହେ ନୃପ ଶୁଣ ପୁରଞ୍ଜନଏ ମୋର ଯେତେ ପରିଜନ
Couplet 280
ସୁସେବା କରିବେ ନିରତେଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ
Couplet 281
ଏ ସର୍ବେ ନିତ୍ୟେ ନିଯୋଜିବେତୁମ୍ଭଙ୍କୁ କ୍ଷଣେ ନ ଛାଡିବେ
Couplet 282
ଯେ କାମ-ଭୋଗେ ଇଚ୍ଛା ମନଏ ନିତ୍ୟେ ଖଟିବେ ରାଜନ
Couplet 283
ଭଜିବେ ଯେଝା ନିଜସ୍ଥାନେନିର୍ଭୟ-ଚିତ୍ତେ ତୋଷମନେ
Couplet 284
ଏମନ୍ତ ପ୍ରବୋଧ ବଚନକହିଣ ତୋଷିଲା ରାଜନ
Couplet 285
ତା ବାକ୍ୟେ ରାଜା ବିମୋହିତକନ୍ଦୁକ-ପ୍ରତିମା ଯେମନ୍ତ
Couplet 286
ତା ବଶେ କହେ ଚାଟୁ ବାଣୀଭୋ କାମାନଳ ଉଦ୍ଧାରିଣ
Couplet 287
ପ୍ରମଦାକୁଳ ମଧ୍ୟେ ସାରତୋ ତୁଲେ ନାହିଁ ପଟାନ୍ତର
Couplet 288
ତୋ ରୂପ ନିର୍ମାଣିଲା ବିହିଦେଖି ଅନଙ୍ଗ ଚିତ୍ତ ମୋହି
Couplet 289
ତୁ କାମ-ଶତ୍ରୁ ବିନାଶନେଅଇଲୁ ଏ ମର୍ତ୍ତ୍ୟ-ଭୁବନେ
Couplet 290
ମୋହର ତୁଲେ କାମୀ ଯେତେନିସ୍ତାର ହେବେ ଏ ଜଗତେ
Couplet 291
କାମଯାଚକ ପ୍ରାଣୀଙ୍କରତୋ ବିନା ଅନ୍ୟ କାହିଁ ଆର
Couplet 292
ଭୋ ସ୍ତିରୀରତ୍ନ ସୀମନ୍ତିନିକେ ତୁମ୍ଭ ପିଅର ଜନନୀ
Couplet 293
କହ ତାହାଙ୍କ ନାମ ଗୁଣଶ୍ରବଣେ ମୋର ନିସ୍ତାରଣ
Couplet 294
ତା ବାକ୍ୟ ଶୁଣିଣ ହରଷେସେ ନାରୀ କହେ ମଦହାସେ
Couplet 295
ଶୁଣ ହେ ଦେବ ପୁରଞ୍ଜନକହିବା ପୂର୍ବର ବିଧାନ
Couplet 296
ଆମ୍ଭର କେ ବା ତାତମାତନ ଜାଣି ଜନ୍ମର ଚରିତ
Couplet 297
ଏ ତୁମ୍ଭ ଆମ୍ଭ ଦେହଧାରୀସଚରାଚର ଆଦି କରି
Couplet 298
ଏ ପଞ୍ଚଭୂତ ଦେହ ଯେତେକେ ଜାଣି ପାରେ ତା ତଦନ୍ତେ
Couplet 299
ଯେସନେ ତୁମ୍ଭେ ନୃପରାଣନ ଜାଣ ଜନ୍ମାଦି କାରଣ
Couplet 300
ଆମ୍ଭର ଏଣେ ନାହିଁ ଜ୍ଞାନବିବେକୀ ବୁଝ ହେ ରାଜନ
Couplet 301
ତୁମ୍ଭେ କି ନ ଜାଣ ତୁମ୍ଭଙ୍କୁଏ ଭେଦ ପଚାର ଆମ୍ଭଙ୍କୁ
Couplet 302
ଏକଇ ଆତ୍ମା ବେନି ଅଂଶପ୍ରକୃତି ଭେଦେ ବହୁ ଦୃଶ୍ୟ
Couplet 303
ଈଶ୍ୱର-ଇଚ୍ଛା ଏ ବିହରେପ୍ରକୃତି ଭେଦେ ସୃଷ୍ଟି କରେ
Couplet 304
ଏ ଘେନି କେ ଜାଣେ ତଦନ୍ତଏ ମାୟା-ଜଡେ ବିମୋହିତ
Couplet 305
ସ୍ୱନାମ-ଗୋତ୍ରେ କିବା ଫଳମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲ
Couplet 306
ଆଜ ମୋ ଭାଗ୍ୟ ଅଗୋଚରଦେଖିଲି ନୟନେ ମୋହର
Couplet 307
ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେଯୋଗୀ ଭାବନ୍ତି ଅନୁଦିନେ
Couplet 308
ସେ ତୁମ୍ଭେ ମୋ ଭାଗ୍ୟେ ଆଗତଏଣୁ ମଣିଲି ଅଦଭୁତ
Couplet 309
ଏ ପୁରେ କରିବା ବିଶ୍ରାମଭୁଞ୍ଜ ସ୍ୱଇଚ୍ଛାସୁଖେ କାମ
Couplet 310
ମୁଁ ଆଣି ସର୍ବ ନିଯୋଜିବିଏହାଙ୍କ ତୁଲେ ମୁଁ ସେବିବି
Couplet 311
ଏ ମୋର ନବମୁଖ-ପୁରଏ ପୁରେ ଅଧିଷ୍ଠାନ କର
Couplet 312
ମୋ ସଙ୍ଗେକର ରତି ଯୋଗଏ ଶତ ସମ୍ବତ୍ସର ଭୋଗ
Couplet 313
ଏ ତୁମ୍ଭ ବିନୁ ଯେବା ଜନକେ ରତି କରେ ତା ସଙ୍ଗେଣ
Couplet 314
ସେ ଅପଣ୍ତିତ ହୀନଦେହୀତା ରତି ସୁଖେ ଜ୍ଞାନ ନାହି
Couplet 315
ନାହିଁ ତା ପରଲୋକ ଚିନ୍ତାନ ଜାଣେ କାଳର ବାରତା
Couplet 316
କେବଳ ପଶୁ ତୁଲ୍ୟ ସେହିତା ସଙ୍ଗେ କେବା ବିଳସଇ
Couplet 317
ତା ପୁରେ ସର୍ବ କର୍ମ ସାଧିଧର୍ମାର୍ଥ-କାମ-ମୋକ୍ଷ ଆଦି
Couplet 318
ପୁତ୍ର କଳତ୍ର ସୁଖ ଯଶଏ ପୁରେ ଏ ସର୍ବ ପ୍ରକାଶ
Couplet 319
ଯେ ଲୋକ ନିର୍ମଳ ବିଶୋକତାକୁ ଭାବନ୍ତି ଜ୍ଞାନୀଲୋକ
Couplet 320
ସେ ଲୋକ ଏଥି ସୁଖ ପାଇଯେଣୁ ଏ ପୁରୀ ସୁଖମୟୀ
Couplet 321
ପିତୃ ଦେବତା ମହାଋଷିସୁଖ ଲଭନ୍ତି ଯହିଁ ଆସି
Couplet 322
ଏ ଭାବେ ଗୃହସ୍ଥ ଆଶ୍ରମରଖଇ ସର୍ବ ଲୋକ ଧର୍ମ
Couplet 323
ଏମନ୍ତ ଦିବ୍ୟପୁରେ ଥାଇଯେ ଭୋଗେ ବାଞ୍ଛା ନ କରଇ
Couplet 324
ତାହାକୁ ବୋଲିଟି ଅଜ୍ଞାନବିବେକ ନୋହେ ତାର ମନ
Couplet 325
କେ ଅବା ଅଜ୍ଞାନ ଯୁବତୀତୁମ୍ଭର ପ୍ରାୟେ ପାଇ ପତି
Couplet 326
ବିହାର ନ କରେ ତା ତୁଲେତା ସ୍ୱାମୀ ଆସି ଯେବେ ମିଳେ
Couplet 327
ବିଅର୍ଥ ସେ ନାରୀ ଜୀବନନ କଲା ଭୁଜେ ଆଲିଙ୍ଗନ
Couplet 328
ସ୍ୱଇଚ୍ଛା ଆସି ଯେବେ ମିଳେବରଣ ନ କରେ ଯେ ଭଲେ
Couplet 329
ଧିକ ସେ ନାରୀର ଜୀବନତାଙ୍କ ବିଶ୍ୱାସେ ଧର୍ମ ହୀନ
Couplet 330
ଯେ ସୁଖ-ଭୋଗ ନ ଇଚ୍ଛିବସେ ବ୍ୟର୍ଥ-ଜୀବନେ ବଞ୍ଚିବ
Couplet 331
ତୁମ୍ଭେ ଯେ ବଡ ଭାଗ୍ୟବନ୍ତଦୀନ-ଉଦ୍ଧାରଣେ ସାମନ୍ତ
Couplet 332
ଏବେ ଯେ ତୁମ୍ଭେ ଦୟାକରିଅଇଲ ମୋ ଦୁଃଖ ଉଦ୍ଧରି
Couplet 333
ଯେବେ ସଦୟ ମୋତେ ହେବଶତେ ବରଷ ଏଥି ଥିବ
Couplet 334
ଏମନ୍ତ ଶୁଣି ତା ବଚନସେ ନାରୀ ବଶେ ପୁରଞ୍ଜନ
Couplet 335
ସେ ପୁରେ କଲେକ ବସତିଶତେ ବରଷ ରଙ୍ଗେ ମାତି
Couplet 336
ଗାୟକମାନେ ଯେ ଗାବନ୍ତିସେ ବେନି ବିହାର କରନ୍ତି
Couplet 337
ସେ ସଖୀମାନଙ୍କୁ ଘେନିଣସରସୀ ଜଳରେ ପଶିଣ
Couplet 338
ନିଦାଘ କାଳେ ସେ କ୍ରୀଡନ୍ତିସେପୁର କେବେ ନ ଛାଡନ୍ତି
Couplet 339
ଏବେ ସେପୁର ଦ୍ୱାରମାନକହିବା ଯେ ଦିଗେ ଯେବଣ
Couplet 340
ଉର୍ଦ୍ଧ୍ୱେ ସପତ-ଦ୍ୱାର ତାରତା ଅଧୋଭାଗେ ବେନି ଦ୍ୱାର
Couplet 341
ଏ ଦ୍ୱାରମାନଙ୍କେ ନୃପତିଯେଝା ବିଷୟ ଆସ୍ୱାଦନ୍ତି
Couplet 342
ଏ ପୁରେ ଈଶ୍ୱରଟି ସେହିତାହାକୁ ନ ଜାଣନ୍ତି କେହି
Couplet 343
ଉପର ସପ୍ତଦ୍ୱାର ଶୁଣଯେ ରୂପେ ହୋଇଛି ନିର୍ମାଣ
Couplet 344
ଯେ ପୂର୍ବେ ତହିଁ ପଞ୍ଚ ଦ୍ୱାର ଶୁଣଅଗ୍ରେ କହିବା ନାମ ତାର
Couplet 345
ଖଦ୍ୟୋତା ଆବିର୍ମୁଖୀ ଦୁଇଯେ ଦ୍ୱାରେ ରୂପ ସମ୍ପାଦଇ
Couplet 346
ନଳିନୀ ନାଳିନୀ ଯେ ଦ୍ୱାରଏ ପୂର୍ବଭାବେ ଅଛି ତାର
Couplet 347
ଏ ଦ୍ୱାରେ ଅବଧୂତ ସଖାସୁଗନ୍ଧ ଘେନୁଥାଇ ଏକା
Couplet 348
ମୁଖ୍ୟା ନାମେ ଏକ ଦ୍ୱାରଉଭୟ କର୍ମ ସାଧ୍ୟକର
Couplet 349
ବିବିଧ ଆସ୍ୱାଦ ବଚନଏ ଦ୍ୱାରେ ଘେନେ ପୁରଞ୍ଜନ
Couplet 350
ରସ ଆସ୍ୱାଦ ବାକ୍ୟ ଦୁଇଏ ବେନି ଦ୍ୱାରେ ସେ ଘେନଇ
Couplet 351
ଦେବହୂ ପିତୃହୂ ଯେ ନାମଏ ବେନିଦ୍ୱାର ଦକ୍ଷ ବାମ
Couplet 352
ଯେ ଦ୍ୱାର ବିଷୟେ ରାଜନଶବ୍ଦାଦି କରେ ସମ୍ପାଦନ
Couplet 353
ଦକ୍ଷିଣ ଉତ୍ତର ପଞ୍ଚାଳରାଜ୍ୟ ପାଳଇ ମହୀପାଳ
Couplet 354
ପଶ୍ଚିମେ ଆସୁରୀ ତା ନାମସେ ବେନିଦ୍ୱାରେ ଯେବା କର୍ମ
Couplet 355
ଗ୍ରାମକ ନାମେ ଯେ ବିଷୟଯାହାକୁ ବୋଲିଟି ବ୍ୟବାୟ
Couplet 356
ସେ ଦ୍ୱାରେ ପ୍ରଜା ଉତପତ୍ତିଦୁର୍ମଦ ସହିତେ ନୃପତି
Couplet 357
ନିର୍ଋତି ନାମଟି ଯାହାରମଳ ଉତ୍ସର୍ଗେ ସେହୁ ଦ୍ୱାର
Couplet 358
ବୈଶସ ବିଷୟକୁ ଯାଇଲୁବ୍ଧକୁ ମନ୍ତ୍ରି ସଙ୍ଗେ ଥାଇ
Couplet 359
ଏ ପୁରେ ଯେତେକ ଅଛନ୍ତିଏ କେହି ଅନ୍ଧ ଯେ ନୁହଁନ୍ତି
Couplet 360
ନିର୍ବାକ ପେଶସ୍କୃତ ଦୁଇଏ ଥାଇ ଅନ୍ଧ ରୂପେ ତହିଁ
Couplet 361
ଏକଇ ଅନ୍ଧେ ସେ ରାଜନକରଇ ଆଦାନ ପ୍ରଦାନ
Couplet 362
ଯେ ଆର ଅନ୍ଧ ତା ପୟରତହିଁ ଗମଇ ନୃପବର
Couplet 363
ସେ ରାଜା ଅନ୍ତପୁରେ ବସେବିଷୁଚୀ ଘେନି ଥାଇ ପାଶେ
Couplet 364
ବିଷୁଚୀ ନାମେ ଯେହୁ ଏକତାହାର ସର୍ବଦିଗେ ମୁଖ
Couplet 365
ନିତ୍ୟେ ସେ ରାଜା ସଙ୍ଗେ ଥାଇଯେଣେ ପେଷଇ ତେଣେ ଯାଇ
Couplet 366
ସେ କ୍ଷଣେ ନ ଛାଡଇ ତାକୁଅନାଇ ଥାଇ ତ ଅଜ୍ଞାକୁ
Couplet 367
ଏ ରୂପେ ରାଜା ପୁରଞ୍ଜନସେ ପୁରେ ଥାଇ ଅନୁକ୍ଷଣ
Couplet 368
ତହିଁ ସେ ମୋଦ ପାଉଥାଇବିରସ କେବେ ନ ଭଜଇ
Couplet 369
କ୍ଷଣକେ ହୋଇ ହତଜ୍ଞାନକ୍ଷଣକେ ଲଭଇ ଚେତନ
Couplet 370
ସେ କାମସୁଖେ ଦେଇ ଚିତ୍ତଏଣୁ ହୋଇଲା ଜ୍ଞାନହତ
Couplet 371
ତା ପତ୍ନୀ ଯେଣେ ପ୍ରବର୍ତ୍ତଇସେ ମାର୍ଗେ ରାଜନ ଗମଇ
Couplet 372
ସେ ମଦ୍ୟପାନ ଯେବେ କରେରାଜା ପିବଇ ସ୍ନେହ ଭରେ
Couplet 373
ଯେବେ ସେ କରଇ ଭୋଜନତା ପ୍ରାୟେ ଭକ୍ଷଇ ରାଜନ
Couplet 374
ସେ ଯେବେ ଆନନ୍ଦ ଭଜଇତା ଲାଗି ରାଜା ମୋଦ ହୋଇ
Couplet 375
ସେ ଯେବେ କରଇ ରୋଦନତା ପଛେ ବିଳପେ ରାଜନ
Couplet 376
ସେ ଗୀତ ଗାବନ୍ତେ ସୁନ୍ଦରୀରାଜନ ଗାଏ ଅନୁସରି
Couplet 377
ଆନନ୍ଦେ ହସେ ଯେବେ ରାଣୀତା ଭାବେ ହସେ ନୃପମଣି
Couplet 378
ବଚନ କହନ୍ତେ ରମଣୀସେ ଭାବେ କହେ ନୃପମଣି
Couplet 379
ସେ ଯେବେ ବ୍ୟଗ୍ର ଗତେ ଯାଇସେ ଭାବେ ରାଜନ ଗମଇଁ
Couplet 380
ତା ପତ୍ନୀ କରନ୍ତେ ଆସନସେ ଭାବେ ବସଇ ରାଜନ
Couplet 381
ଏମନ୍ତେ ସେ ନାରୀ ରାଜାକୁସ୍ୱବଶେ ରଖିଲା ତାହାକୁ
Couplet 382
ତା ବିନା ଆଜ୍ଞାରେ ରାଜନନ କରେ ଅନ୍ୟ କର୍ମମାନ
Couplet 383
ତା ବଶେ ହୋଇଲା ଆୟତ୍ତରାଜାର ଜନ୍ମ ହେଲା ବ୍ୟର୍ଥ
Couplet 384
ସେ କ୍ରୀଡାମୃଗ ଜୀବ ପ୍ରାୟେସ୍ତିରୀବଶରେ ରହେରାୟେ
Couplet 385
ତୁମ୍ଭେ ଯେସନେ ଭୋ ରାଜନସ୍ତ୍ରୀ ବଶେ ହରାଇଲା ଜ୍ଞାନ
Couplet 386
ସେ ଭାବେ ପୁରଞ୍ଜନ ରାୟେସ୍ତ୍ରୀ ବେଶ ଜ୍ଞାନ କଲା କ୍ଷୟେ
Couplet 387
ସେ ଭାବେ ସେ ଶେଷ ହୋଇଲାସେ ପୁଣ୍ୟମାର୍ଗ ଉପେକ୍ଷିଲା
Couplet 388
ତା ଦିନ ଗଲା ପତ୍ନୀ ବଶେଅସତ୍ୟ ମିଥ୍ୟା ଅଭିଳାଷେ
Couplet 389
ଯେ ପ୍ରାଣୀ ସ୍ତିରୀବଶ ହୋନ୍ତିସେ ପୂର୍ବ-ପୁଣ୍ୟ ବିନାଶନ୍ତି
Couplet 390
ଇହଲୋକରେ ଅପଯଶଦେହାନ୍ତେ ନରକେ ପ୍ରବେଶ
Couplet 391
ସ୍ତିରୀଙ୍କ ସଙ୍ଗ-ଦୋଷେ ରାୟେଧର୍ମାଦି ଜ୍ଞାନମାର୍ଗ କ୍ଷୟେ
Couplet 392
ସ୍ତିରୀଙ୍କ ସଙ୍ଗ ଫଳ ଏହିକିିଞ୍ଚିତ ଶ୍ରେୟ ନାହିଁ ଯହିଁ
Couplet 393
ଏହା ତୁ ଶୁଦ୍ଧ ଚିତ୍ତେ ଧରଏ ସଙ୍ଗ ଦୂରେ ପରିହର
Couplet 394
ତୁ ଶାସ୍ତ୍ରମାର୍ଗେ ହେ ରାଜନବିଚାରି କର ଅନୁମାନ
Couplet 395
ଏମନ୍ତେ ନାନା ଧର୍ମବାଟେସେ ମୁନି ବୁଝାଏ ଉଚ୍ଚାଟେ
Couplet 396
ପ୍ରାଚୀନରହି ନାରଦଏ ପୁରଞ୍ଜନର ସମ୍ବାଦ
Couplet 397
ଏହା ଯେ ଶ୍ରବଣେ ଶୁଣନ୍ତିଅଥବା ବଦନେ ଗୁଣନ୍ତି
Couplet 398
ଖଣ୍ତଇ ମାୟା ଦ୍ୱନ୍ଦ୍ୱ ବନ୍ଧଜ୍ଞାନ ବର୍ଦ୍ଧିତ ଆତ୍ମା ଶୁଦ୍ଧ
Couplet 399
ଭଣଇ ଦାସ ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ