Skip to content
paribhaasha

Skandha 4

Adhyaya 24

  1. Couplet 1

    ମୈତ୍ରେୟ କହନ୍ତି ବିଦୁରଯେ ପଞ୍ଚ ପୃଥୁଙ୍କ କୁମର

  2. Couplet 2

    ବିଜିତଅଶ୍ୱ ନାମ ଯାରବସିଲା ନୃପାସନେ ବୀର

  3. Couplet 3

    ତାର ଅନୁଚାଜା-ତରି ଭ୍ରରାଜ୍ୟ-ବିଭାଜେ ଯଥୋଚିତ

  4. Couplet 4

    ଉତ୍ତର ଦକ୍ଷିଣ ପଶ୍ଚିମେପୂର୍ବାଦି ଚାରି ଅନୁକ୍ରମେ

  5. Couplet 5

    ହର୍ଯ୍ୟାକ୍ଷ ନାମେ ଯେ କୁମରତାହାକୁ ପୂର୍ବେ ଅଧିକାର

  6. Couplet 6

    ଧୂମ୍ରକେଶକୁ ଦେଲେ ଭୂପଦକ୍ଷିଣଦିଗେ ସେ ଅଧିପ

  7. Couplet 7

    ପଶ୍ଚିମେ ବୃକ ନୃପରାଣଉତ୍ତର ଦିଗେଣ ଦ୍ରବିଣ

  8. Couplet 8

    ବିଜିତଅଶ୍ୱ ନାମ ଯାରସେ ଜ୍ୟେଷ୍ଠ ପୃଥୁଙ୍କ କୁମର

  9. Couplet 9

    ଦ୍ୱିତୀୟେ ଅନ୍ତର୍ଦ୍ଧାନ ନାମତାହାକୁ ଦେଲେ ସୁରୋତ୍ତମ

  10. Couplet 10

    ଶୁଣି ବିଦୁର ହରଷିତନାମେ ମୈତ୍ରେୟ ପାଦଗତ

  11. Couplet 11

    କିମର୍ଥେ ଅନ୍ତର୍ଦ୍ଧାନ ନାମତାହାକୁ ଦେଲେ ମଘବାନ

  12. Couplet 12

    ଏ ବଡ ସଂଶୟ ମୋ ଚିତ୍ତଭୋ ମୁନି କହିବା ତଦନ୍ତ

  13. Couplet 13

    ଏମନ୍ତ ତାର ବାକ୍ୟ ଶୁଣିକହେ ମୈତ୍ରେୟ ମହାମୁନି

  14. Couplet 14

    ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତଅମୃତ ପୃଥୁର ଚରିତ

  15. Couplet 15

    ଶ୍ରବଣେ ଇଚ୍ଛା ଯେବେ ତୋରକହିବା ସେ ପୂର୍ବ ବିଚାର

  16. Couplet 16

    ପୃଥୁ ଯେ ଅଶ୍ୱମେଧ କଲେସକଳ ଦେବଙ୍କୁ ବରିଲେ

  17. Couplet 17

    ଯଜ୍ଞେ ପୂଜିଲେ ଭଗବାନବେଦୋକ୍ତ କର୍ମେ ଧରି ମନ

  18. Couplet 18

    ଯଜ୍ଞ-ବିଧାନେ ବିଧି ଯେତେସମ୍ଭାର କରି ନାନାମତେ

  19. Couplet 19

    ଏମନ୍ତେ ଯଜ୍ଞାହୁତି କାଳେଅଶ୍ୱ ହରିଲା ଇନ୍ଦ୍ର ଛଳେ

  20. Couplet 20

    ବିଜିତଅଶ୍ୱ ତାହା ଜାଣିଇନ୍ଦ୍ର ନ ମାରି ଅଶ୍ୱ ଆଣି

  21. Couplet 21

    ତା ଦେଖି ତୋଷେ ପୁରନ୍ଦରଭୋ ବୀର ବେଗେ ମାଗ ବର

  22. Couplet 22

    ତା ଶୁଣି ସେ ପୃଥୁ ନନ୍ଦନଅତି ଆନନ୍ଦେ ତୋଷମନ

  23. Couplet 23

    ମୋହର ବରେ କାର୍ଯ୍ୟ ନାହିଁଯେବେ ଯାଚିଲ ସୁରସାଇଁ

  24. Couplet 24

    ଏ ତୋର ଅନ୍ତର୍ଦ୍ଧନ ଗତିପ୍ରସନ୍ନେ ଦିଅ ଶଚୀପତି

  25. Couplet 25

    ଶୁଣି ସନ୍ତୋଷ ମଘବାନତାହାକୁ ଦେଲେ ଅନ୍ତର୍ଦ୍ଧାନ

  26. Couplet 26

    ସେ ଘେନି ଅନ୍ତର୍ଦ୍ଧନ ନାମଜଗତେ କରନ୍ତି ଗାୟନ

  27. Couplet 27

    ସେ ବୀର ନିଜ ରାଜ୍ୟେ ରାଜାଧର୍ମେ ପାଳଇ ଜନ ପ୍ରଜା

  28. Couplet 28

    ତାର ଶିଖଣ୍ତୀ ନାମେ ନାରୀରୂପେ କାମିନୀ ମନୋହାରୀ

  29. Couplet 29

    ତାହାର ଗର୍ଭେ ନୃପ-ବୀର୍ଯ୍ୟେପୁତ୍ରେ ଜନ୍ମିଲେ ମହାତେଜେ

  30. Couplet 30

    ପାବକ ପବମାନ ଶୁଚିତେଜ ଶରୀର ଶୁଭ୍ରରୁଚି

  31. Couplet 31

    ଅଗ୍ନି ଯେ ବଶିଷ୍ଠ ଶାପରୁଜନ୍ମିଲେ ଏ ତିନି ଯୋଗରୁ

  32. Couplet 32

    ଆର ଯେ ପତ୍ନୀ ନଭସ୍ୱତୀସେ ଅନ୍ତର୍ଦ୍ଧାନର ଯୁବତୀ

  33. Couplet 33

    ତାହାର ଗର୍ଭେ ଯେ କୁମରହବିର୍ଦ୍ଧାନ ନାମ ତାହାର

  34. Couplet 34

    ତାହାକୁ କଲେ ସେ ନୃପତିତା ଅଶେ ରାଜାର ସନ୍ତତି

  35. Couplet 35

    ସେ ଅନ୍ତଦ୍ଧାନ ନୃପରାୟେବିଷୟଭୋଗ ନ ଯୋଗାଏ

  36. Couplet 36

    ସେ ଜ୍ଞାନ-ବୈରାଗ୍ୟେ ନୃପତିତେଜିଣ ଅଚଳ ବିଭୂତି

  37. Couplet 37

    ମନେ ବିଚାରେ ନୃପରାଣଏ ସର୍ବ ଅନର୍ଥ କାରଣ

  38. Couplet 38

    ରାଜସମ୍ପଦେ ଅନ୍ଧ ହୋଇଅଜ୍ଞାନେ ଧର୍ମ ନ ଜାଣଇ

  39. Couplet 39

    କରଇ ଶତ୍ରୁ-ମିତ୍ରଭାବସକଳ-ଘେଟ ଏକ -ଜୀବ

  40. Couplet 40

    ରାଜତ୍ୱ-ଧର୍ମେ କ୍ରୋଧ ବହିପ୍ରଜା ପୀଡ଼ନ୍ତି ଧନ ପାଇଁ

  41. Couplet 41

    ଅଧର୍ମ-ମାର୍ଗେ ନ୍ୟନ୍ତି ବଳେପ୍ରଜା କ୍ଷୋଭିତ କ୍ଷୁଧାକୁଳେ

  42. Couplet 42

    ପ୍ରଜାବିନାଶେ ଘୋର-ପାପନରକେ ପଡନ୍ତି ଅଧିପ

  43. Couplet 43

    ପୋଡୁ ଏ ରାଜ୍ୟେ କାର୍ଯ୍ୟ ନାହିଁଯଜ୍ଞ କରିବା ସୁଖେ ରହି

  44. Couplet 44

    ଯଜ୍ଞର ଛଳେ ସେ ରାଜନତେଜିଲେ ନୃପ ସିଂହାସନ

  45. Couplet 45

    ନିଷ୍କାମ-ପଥ ଆଶ୍ରେ କଲେପରମ ପୁରୁଷ ଭଜିଲେ

  46. Couplet 46

    ସେ ହଂସଦୀକ୍ଷାରେ ରାଜନଗମିଲେ ବୈକୁଣ୍ଠ ଭୁବନ

  47. Couplet 47

    ସେ ହବିର୍ଦ୍ଧାନ ତା କୁମରବସିଳା ନୃପାସନେ ବୀର

  48. Couplet 48

    ତା ପତ୍ନୀ ନାମ ହବିର୍ଦ୍ଧାନୀସୁର-ମୋହିନୀ ସୁଲୋଚନୀ

  49. Couplet 49

    ତାହାର ଗର୍ଭେ ଷଡ଼ ସୁତଜନ୍ମିଲେ ତେଜେ ବଳବନ୍ତ

  50. Couplet 50

    ବର୍ହିଷଦ ଯେ ଶୁକ୍କ ସତ୍ୟକୃଷ୍ଣ ଗୟ ଯେ ଜିତବ୍ରତ

  51. Couplet 51

    ସେ ହବିର୍ଦ୍ଧାନର ସନ୍ତତିମହତ-ଗୁଣ ତାର ଅତି

  52. Couplet 52

    ଏ ଛଅ ମଧ୍ୟେ ବର୍ହିଷଦହୋଇଲେ ଭୂପ ଭାଗ୍ୟବନ୍ତ

  53. Couplet 53

    ସୌଭାଗ୍ୟବାନ ପ୍ରଜାପତିରଖିଲେ ଜଗତରେ ଖ୍ୟାତି

  54. Couplet 54

    ହୋଇଲେ ଶୁଭକାର୍ଯ୍ୟେ ବ୍ରତୀପ୍ରାଣାୟାମାଦି ଯୋଗେ ରତି

  55. Couplet 55

    ସେ ଭାଗ୍ୟବନ୍ତ ଦଣ୍ତଧରତା ଯଶ ତ୍ରୈଲୋକ୍ୟେ ବିସ୍ତାର

  56. Couplet 56

    ସେ କ୍ରିୟାକାଣ୍ତରେ ନିପୁଣଅଦ୍ଭୁତ ତାର କର୍ମମାନ

  57. Couplet 57

    ଯେ କର୍ମ କଲା ଏ ଜଗତେଶୁଣ ବିଦୁର କହୁଁ ତୋତେ

  58. Couplet 58

    ଭୂତ ଭବିଷ୍ୟ ବର୍ତ୍ତମାନେନ ଦେଖି ଏ ତିନି ଭୁବନେ

  59. Couplet 59

    ତା ଯଜ୍ଞେ ପ୍ରାଚୀ-ନଗ୍ର ସ୍ଥଳକୁଶେ ଆଚ୍ଛାଦିଲା ସକଳ

  60. Couplet 60

    ଏଣୁ ତା ନାମ ମହୀତଳେପ୍ରାଚୀନ-ବରହିଷ ବୋଲେ

  61. Couplet 61

    ସେ ଯେ ପ୍ରାଚୀନ ମହୀପତିବିବାହ ସମୁଦ୍ର ଦୁହିତୀ

  62. Couplet 62

    ସେ ଶତଦ୍ରୁତି କନ୍ୟା ସାରତ୍ରୈଲୋକ୍ୟେ ନାହିଁ ପଟାନ୍ତର

  63. Couplet 63

    ତାର ଚରିତ ପୂର୍ବ-କଥାହୋଇଲା ଯେବଣ ବ୍ୟବସ୍ଥା

  64. Couplet 64

    ବ୍ରହ୍ମା ତାହାର ପୁରେ ଆସିକନ୍ୟାକୁ କହିଲେ ବିଶ୍ୱାସି

  65. Couplet 65

    ବ୍ରହ୍ମା ବଚନେ ସିନ୍ଧୁପତିରାଜାରେ ବରିଲେ ଦୁହିତୀ

  66. Couplet 66

    ସେ ଯେ ପ୍ରାଚୀନ ନୃପବରାବିଭା-ସଂଯୋଗେ କନ୍ୟାବର

  67. Couplet 67

    ଅଗ୍ନି-ପ୍ରଦକ୍ଷିର କରନ୍ତେଯେହ୍ନେ ଚଣ୍ତାଂଶୁ ଭୂମିଗତେ

  68. Couplet 68

    ସେ କନ୍ୟା ରୂପେ ହୁତାଶନଅନଙ୍ଗେ ହୋଇଲା ଅଧୀନ

  69. Couplet 69

    ସପ୍ତର୍ଷି-ଯଜ୍ଞେ ଋଷିପତ୍ନୀଦେଖି କାମୁକ ହେଲେ ଅଗ୍ନି

  70. Couplet 70

    ତାହାଙ୍କ ପତ୍ନୀ ସ୍ୱାହା ଜାଣିଋଷିପତ୍ନୀଙ୍କ ରୂପ ଘେନି

  71. Couplet 71

    ଅଗ୍ନିଙ୍କଠାରେ ଉଭା ହେଲେଅଗ୍ନି ଯେ ଆଲିଙ୍ଗନ କଲେ

  72. Couplet 72

    ଏହି ପ୍ରକାରେ ହୁତାଶନଶତଦ୍ରୁତିର ପ୍ରେମେ ମଗ୍ନ

  73. Couplet 73

    ସେ ଶତଦ୍ରୁତି ରୂପବତୀଚରଣେ ନୂପୁର ଶୋଭନ୍ତି

  74. Couplet 74

    ସେ ମତ୍ତ ଦ୍ୱିରଦ ଗାମିନୀଚରଣେ ନୂପୁର ବାଜେଣି

  75. Couplet 75

    ଶ୍ରବଣେ ଅନଙ୍ଗ ପୀଡ଼ିତମୂର୍ଖ ପଣ୍ତିତ ଶୂରବନ୍ତ

  76. Couplet 76

    ତା ରୂପ ଦେଖି ବୁଦ୍ଧଜନେମୋହେ ପଡ଼ିଲେ ହତଜ୍ଞାନେ

  77. Couplet 77

    ଅମର କିନ୍ନର ଉରଗସିଦ୍ଧ ଚାରଣ ଖଗମୃଗ

  78. Couplet 78

    ଇତ୍ୟାଦି ପଶୁଜୀବ ଯେତେତା ରୂପେ ହେଲେ ବିମୋହିତେ

  79. Couplet 79

    ତାହାଙ୍କ ତୁଲ୍ୟ ଏ ଜଗତେନ ଦେଖି ସ୍ୱର୍ଗ-ମର୍ତ୍ତ୍ୟଗତେ

  80. Couplet 80

    ପ୍ରାଚୀନବରହି ରାଜନତାରୂପେ ହୋଇଲା ଅଧୀନ

  81. Couplet 81

    ସକଳ-ଧର୍ମ ପରିହରିତା ବଶେ ନିତ୍ୟେ ଦଣ୍ତଧାରୀ

  82. Couplet 82

    ସେ କ୍ରୀଡାମୃଗ ଜୀବ ପ୍ରାୟତା ବଶେ ଧର୍ମ କଲା କ୍ଷୟ

  83. Couplet 83

    ତା ବିନା-ଆଜ୍ଞାରେ ରାଜନନ କରେ ଅନ୍ୟ କର୍ମମାନ

  84. Couplet 84

    ରାତ୍ର-ଦିବସ ନ ଜାଣିଲାତା ଅଙ୍ଗସଙ୍ଗେ ଦିନ ନେଲା

  85. Couplet 85

    ସେ ପତ୍ନୀ-ଗର୍ଭେ ତାର ବୀର୍ଯ୍ୟେପୁତ୍ରେ ଜନ୍ମିଲେ ମହାତେଜେ

  86. Couplet 86

    ଦଶକୁମର ଆତ୍ମା ଏକଶୁଭ୍ର ସୁନ୍ଦର ସୁବିବେକ

  87. Couplet 87

    ସମ ଆକୃତି ରୂପ-ବେଶଏକଇ ନାମ ପ୍ରଚେତସ

  88. Couplet 88

    ତାହାଙ୍କୁ ଚାହିଁ ନୃପବରବୋଇଲେ ପ୍ରଜା ସୃଷ୍ଟି କର

  89. Couplet 89

    ତକ୍ଷଣେ ପିତା ଆଜ୍ଞା ପାଇସେ ପ୍ରଚେତସ ଦଶ ଭାଇ

  90. Couplet 90

    ତପ-ସାଧନେ ଆଗମନପଥରେ ଭେଟିଲେ ଈଶାନ

  91. Couplet 91

    ବୃଷଭ-ବାହନେ ମହେଶଡ଼ମ୍ବରୁ ବାଦ୍ୟ ନାଦ ଘୋଷ

  92. Couplet 92

    ଶିରେ ସୁଧାଂଶୁ ଶୋଭକରଜାହ୍ନବୀ ସ୍ରବେ ଜଟାଭାର

  93. Couplet 93

    ଉଚ୍ଚେ ଉଚାରି ମୁଖେ ନାମରାମ ଗୋବିନ୍ଦ କୃଷ୍ଣ ଶ୍ୟାମ

  94. Couplet 94

    ଗୋବିନ୍ଦ ଗୋପାଳ ଶ୍ରୀହରିହେ ହୃଷୀକେଶ ଦଇତ୍ୟାରି

  95. Couplet 95

    ଆନନ୍ଦେ ରୋମ ପୁଲକିତପ୍ରେମ ଗଦ୍‌ଗଦେ ଅଶ୍ରୁପାତ

  96. Couplet 96

    ଏମନ୍ତ ସମୟେ କୁମରଦର୍ଶନ କଲେ ଦେବହର

  97. Couplet 97

    ଭେଟିଲେ ପୂର୍ବ ପୁଣ୍ୟ ଫଳେଯା ନାମ ଧରି ଅନ୍ତଃକାଳେ

  98. Couplet 98

    ପ୍ରାଣୀ ତରନ୍ତି ଅଘାର୍ଣ୍ଣବଯେ ଶିବ ଦେବଙ୍କୁ ଦୁର୍ଲ୍ଲଭ

  99. Couplet 99

    ତାହାଙ୍କୁ ଚାହିଁଣ ଗିରୀଶବୋଲନ୍ତି ଶୁଣ ବାଳଶିଷ

  100. Couplet 100

    କାହାର ପୁତ୍ର ତୁମ୍ଭେମାନେକି ନାମ ଗୋତ୍ର ବାଞ୍ଛା ମନେ

  101. Couplet 101

    ବୟ ଆକୃତି ସମ-ଦୃଶବାଳ ନବୀନ ତୁମ୍ଭେ ଦଶ

  102. Couplet 102

    କିମର୍ଥେ ଶ୍ରମେ ଆଗମନକହ ସଂଶୟ ତେଜି ମନ

  103. Couplet 103

    ସେ ଦେବବାକ୍ୟ ସୁମଧୁରଅମୃତ ଜିଣି ସୁଧାକର

  104. Couplet 104

    ଶୁଣି ପ୍ରଚେତା ଦଶଭାଇବୋଲନ୍ତି ଶିରେ କର ଦେଇ

  105. Couplet 105

    ଶୁଣିମା ପ୍ରଭୁ ଦେବ ଈଶପ୍ରଚେତା ନାମେ ଆମ୍ଭେ ଦଶ

  106. Couplet 106

    ସୁପ୍ରାଚୀ ନଗ୍ର ଅଧିପତିତା ବୀର୍ଯ୍ୟେ ଆମ୍ଭେ ଉତପତ୍ତି

  107. Couplet 107

    ପିତା ବଚନେ ତପ ଅର୍ଥେଅଇଲୁ ପ୍ରାଚୀ ଦିଗ ପଥେ

  108. Couplet 108

    କଠୋର-ତପ ସିଦ୍ଧ କରିଭାବେ ସେବିବୁ ନରହରି

  109. Couplet 109

    ତୁମ୍ଭ ଦର୍ଶନେ ଯୋଗେ ଶ୍ୱରଆମ୍ଭ ସଂଶୟ ହେଉ ଦୂର

  110. Couplet 110

    ତା ଶୁଣି ଦେବ-ଉମାସାଇଁସନ୍ତୋଷେ ତାଙ୍କୁ ଦୀକ୍ଷା ଦେଇ

  111. Couplet 111

    ସେ ତପେ ତୋଷି ଭଗବାନଆନନ୍ଦେ ଗଲେ ନିଜ ସ୍ଥାନ

  112. Couplet 112

    ଶୁଣି ବିଦୁର ବିପରୀତପୁଣି ସଂଶୟ କରି ଚିତ୍ତ

  113. Couplet 113

    କହେ ମୈତୈୟ ମୁଖ ଚାହିଁଅଦ୍ଭୁତ କହିଲ ଗୋସାଇଁ

  114. Couplet 114

    ନର ଅମରେ କାହିଁ ସଙ୍ଗକେସନେ ହୋଇଲା ସଂଯୋଗ

  115. Couplet 115

    ଏ ବଡ ସଂଶୟ ମୋ ଚିତ୍ତେଭୋ ମୁନି ଫେଡି କହ ମୋତେ

  116. Couplet 116

    ଯେ କାଳ ରୁଦ୍ର ରୂପେ ସ୍ଥିତିଉତ୍ପତ୍ତି ପାଳିଣ ନାଶନ୍ତି

  117. Couplet 117

    ସେ ଯେ ପ୍ରଚେତା ଭାଇ ଦଶକିରୂପେ ତାଙ୍କୁ କଲେ ତୋଷ

  118. Couplet 118

    ଦେବ ମାନବେ ଭେଟ କାହିଁସେ ଯେ ଭେଟିଲେ ଉମାସାଇଁ

  119. Couplet 119

    ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗମନୁଷ୍ୟେ ହୋଇଲା ସଂଯୋଗ

  120. Couplet 120

    ବିମୁକ୍ତ-ସଙ୍ଗ ଯୋଗୀଜନେଯାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ

  121. Couplet 121

    ଧ୍ୟାନ-ଧାରଣେ ନ ଦେଖନ୍ତିକେହ୍ନେ ତୋଷିଲେ କାଳମୂର୍ତ୍ତି

  122. Couplet 122

    ସେ ଆତ୍ମନିରତ ପୁରୁଷଘୋର ଶକ୍ତିଏ ଯାର ପାଶ

  123. Couplet 123

    ସେ ଶିବ ମୃତ୍ୟୁଦଣ୍ତ ଧରେଏ ଚରାଚର ପ୍ରାଣ ହରେ

  124. Couplet 124

    ତେଣୁ ସଂଶୟ ମୋର ଚିତ୍ତଭୋମୁନି କହିବା ତଦନ୍ତ

  125. Couplet 125

    କି ରୂପେ ତୋଷ ଶୂଳଧରବିସ୍ତାରି କହ ମୁନିବର

  126. Couplet 126

    ଶୁଣ ବିଦୁର ସାବଧାନେଯେ ପୂର୍ବ ଆଦ୍ୟନ୍ତ ବିଧାନେ

  127. Couplet 127

    ଯେ ଶିବ ଶରୀରେ ଅଶେଷସ୍ଥିତି ପାଳନ କରେ ନାଶ

  128. Couplet 128

    କର୍ମାନୁସାରେ ପ୍ରାଣୀଙ୍କରସୃଜନ ପାଳନ ସଂହାର

  129. Couplet 129

    ଅବିଦ୍ୟା-କର୍ମେ କାଳରୂପୀସେ ଶିବ ମୃତ୍ୟୁରୂପେ ବ୍ୟାପି

  130. Couplet 130

    ସୁବିଦ୍ୟା-ଆଚାର ଯାହାରତାଙ୍କୁ ପ୍ରସନ୍ନ ଶୂଳଧର

  131. Couplet 131

    ସମ-ବିଷମ ତାଙ୍କ ନାହିଁମିତ୍ର-ଅଇରି ଅବା କାହିଁ

  132. Couplet 132

    ଏଣୁ ସେମତେ ଯେ ଭାବନ୍ତିଏ ଘୋର-ମୃତ୍ୟୁ ନିସ୍ତରନ୍ତି

  133. Couplet 133

    ସେ ଯେ ପ୍ରଚେତା ଭାଇ ଦଶପିତା ବଚନେ ଯେଣୁ ତୋଷ

  134. Couplet 134

    ତପ ସାଧନେ ଆଗମନତେଜି ଅଚଳ-ଭୋଗମାନ

  135. Couplet 135

    ସମୁଦ୍ର ନିକଟେ ମିଳିଲେସୁରସ୍ୟ-ସରସୀ ଦେଖିଳେ

  136. Couplet 136

    ସେ ଜଳ ଅତ୍ୟନ୍ତ ନିର୍ମଳଦର୍ଶନେ ହରେ ତୃଷାକୁଳ

  137. Couplet 137

    ସୁଖ ଆନନ୍ଦ ଶୀତକରଅମୃତ-ତୁଲ୍ୟ ସୁମଧୁର

  138. Couplet 138

    ନିର୍ମଳ ଯେହ୍ନେ ସାଧୁମନତେସନ ଦିଶଇ ଶୋଭନ

  139. Couplet 139

    ପୁଷ୍ପ ସମୂହେ ବିରାଜନ୍ତିଯେହ୍ନେ ଆକାଶେ ଗ୍ରହପନ୍ତି

  140. Couplet 140

    ପ୍ରସନ୍ନ ଛଳେ ସୁମଞ୍ଜୁଳନାନାଦି ବର୍ଣ୍ଣେ ଯହିଁ ଠୁଳ

  141. Couplet 141

    ନୀଳଉତ୍ପଳ ଆଦି କରିପୁଷ୍ପ ସମୂହେ ଛନ୍ତି ପୂରି

  142. Couplet 142

    ପଙ୍କଜ-ଅରୁଣ ପ୍ରକାଶେଶୋଭନ୍ତି ଇନ୍ଦୀବର ପାଶେ

  143. Couplet 143

    ସେ ଜଳେ ନାନା ପକ୍ଷୀ କୁଳେକ୍ରୀଡ଼ନ୍ତି କାମେ ମତ୍ତଭୋଳେ

  144. Couplet 144

    ହଂସ ସାରସ ଚକ୍ରବାକକାରଣ୍ତବ ବକ ଡାହୁକ

  145. Couplet 145

    ମତ୍ତ ଭ୍ରମରେ ସ୍ୱନ ଦ୍ୟନ୍ତିଆନନ୍ଦେ ମଧୁପାନେ ମାତି

  146. Couplet 146

    ତୀରେ ଶୋଭନ୍ତି ତରୁଗଣେବିବିଧ ଲତା ଆଚ୍ଛାଦନେ

  147. Couplet 147

    ଶୁକ କୋକିଳ ପକ୍ଷୀଗଣେସୁସ୍ୱର ନାଦେ ଅନୁକ୍ଷଣେ

  148. Couplet 148

    ପଦ୍ମକେଶର ରଜ ନେଇଶୀତଳ-ପବନ ବହଇ

  149. Couplet 149

    ସୁଗନ୍ଧ ପୁଷ୍ପ ସୌରଭରେଯେ ଦିଗ ବିଦିଗ ପ୍ରସରେ

  150. Couplet 150

    ସେ ଗନ୍ଧବାୟୁ ଘ୍ରାଣେ ମୋଦସୁଖେ ସଙ୍ଗୀତ ବାଦ୍ୟନାଦ

  151. Couplet 151

    ତାଳ ମୃଦଙ୍ଗ ଯନ୍ତ୍ର ବୀଣାସ୍ୱର ମୂର୍ଚ୍ଛନା ନିର୍ଘୋଷଣା

  152. Couplet 152

    ଗନ୍ଧର୍ବେ ଗାବନ୍ତି ଆନନ୍ଦେସଙ୍ଗେଣ ଅପସରୀ ବୃନ୍ଦେ

  153. Couplet 153

    ବୃଷଭ ଆରୋହୀ ମହେଶସେ ଜଳେ ହୋଇଲେକ ଦୃଶ୍ୟ

  154. Couplet 154

    ଦେଖି ପ୍ରଚେତା ଦଶ ଭାଇରୋମ ପୁଲକେ ଅଶ୍ରୁ ଦେହୀ

  155. Couplet 155

    ବେନି ପାରୁଶେ ଦେବ ଗଣେସ୍ତୁବନ୍ତି ବିବିଧ-ସ୍ତବନେ

  156. Couplet 156

    ପ୍ରସାଦ-ମୁଖ ସୁପ୍ରସନ୍ନସେ ଦେବ ଦେବ ତ୍ରିଲୋଚନ

  157. Couplet 157

    ତପ୍ତ କାଞ୍ଚନ ପ୍ରାୟ କାନ୍ତିରତ୍ନ-ସମୂହେ ବିରାଜନ୍ତି

  158. Couplet 158

    ସୁଗ୍ରୀବ କଣ୍ଠ ସୁଶୋଭନସୁନୀଳ ପ୍ରଭା ତ୍ରିଲୋଚନ

  159. Couplet 159

    ଏମନ୍ତ ସମୟେ କୁମରେଦେଖି ସାନନ୍ଦ ସୁଖଭରେ

  160. Couplet 160

    ସତ୍ୱରେ ଦଣ୍ତବତ କଲେପ୍ରସନ୍ନ-ରକ୍ଷଣ ବୋଇଲେ

  161. Couplet 161

    ଭୋ ଧର୍ମରକ୍ଷଣ ଈଶାନତୋ ପାଦେ ନ ସେବି ଅଜ୍ଞାନ

  162. Couplet 162

    ପ୍ରାଣୀ ବୃଜିନ-ଦୁଃଖାନଳେଦଗ୍ଧ-ସନ୍ତପ୍ତ ମହାକୁଳେ

  163. Couplet 163

    ଦାରା-ତନୟ ସ୍ନେହେ ଜଡିଦୁଃଖ-ସଙ୍କଟେ ନିତ୍ୟେ ପଡି

  164. Couplet 164

    ଏ ଘେନି ତୋ ପାଦ-କମଳେତା ଚିତ୍ତ ନ ରହେ ନିଶ୍ଚଳେ

  165. Couplet 165

    ତୁ ନାଥ ଭକତ-ସୋଦରଅଧମ ଦୀନ ତାପ ହର

  166. Couplet 166

    ତୋ ନାମ ଭଜନ୍ତି ଯେ ନିତ୍ୟେସେ ତରି ତାରନ୍ତି ଜଗତେ

  167. Couplet 167

    ଏମନ୍ତେ ପ୍ରଚେତାଙ୍କ ବାଣୀଶୁଣି ସନ୍ତୋଷ ଶୂଳପାଣି

  168. Couplet 168

    ପ୍ରସନ୍ନ-ଚିତ୍ତେ ଶୂଳହସ୍ତଦେଖି ତାହାଙ୍କ ଶୀଳବନ୍ତ

  169. Couplet 169

    କହନ୍ତି ପ୍ରଚେତସମାନେଜାଣିଲୁ ତୁମ୍ଭ ମନ ଜ୍ଞାନେ

  170. Couplet 170

    ତେଣୁ ଦର୍ଶନ ଦେଲୁ ଆଗେଭୋପୁତ୍ରେ ବର ମାଗ ବେଗୋ

  171. Couplet 171

    ଶୁଣି ସାନନ୍ଦ ପ୍ରଚେତସଯେହ୍ନେ ଆପ୍ୟାନେ ସୁଧାରସ

  172. Couplet 172

    ସତ୍ୱରେ ଦଣ୍ତବତେ ପଡିକହନ୍ତି ଶିରେ କରଯୋଡି

  173. Couplet 173

    ଭୋ ପ୍ରଭୁ ତୋ ପଦ-କମଳେନ ଭଜି ମଜ୍ଜିଲୁ ଶୟଳେ

  174. Couplet 174

    ବିଫଳେ ଗଲା ଆମ୍ଭ ଦିନତୋ କୃପା ବିହୀନେ ଈଶାନ

  175. Couplet 175

    ଏବେ ଜାଣିଲୁ ଶୁଦ୍ଧଚିତ୍ତେତୋର ଦର୍ଶନ ଆମ୍ଭ ହିତେ

  176. Couplet 176

    ଅଶେଷ-କର୍ମ ଗଲା ନାଶତୋର ପ୍ରସନ୍ନେ ଦେବ ଈଶ

  177. Couplet 177

    ଭୋ ଦେବ କରୁଣାସାଗରପ୍ରସନ୍ନ ଜନ ଦୁଃଖ ହର

  178. Couplet 178

    ତୋର ପ୍ରସନ୍ନେ ପ୍ରାଣୀଙ୍କରସ୍ୱର୍ଗାପବର୍ଗ ନୋହେ ଦୂର

  179. Couplet 179

    ଭୋ ଯୋଗେଶ୍ୱର ତୋ ମହିମାନ ଜାଣି ପାରେ ସୁରବ୍ରହ୍ମା

  180. Couplet 180

    ଆମ୍ଭେ ବାଳକ ଶିଶୁମତିକାହୁଁ ଜାଣିବୁ ତୋରଗତି

  181. Couplet 181

    ଏ ଆଜ୍ଞା ହେବ ପ୍ରଭୁ ତୋରଧର୍ମାର୍ଥ କାମ ମୋକ୍ଷ ଦ୍ୱାର

  182. Couplet 182

    ଏମନ୍ତେ ନାନା ସ୍ତୁତି କରିପ୍ରେମ-ଆନନ୍ଦେ ଅଶ୍ରୁପୂରି

  183. Couplet 183

    ଶୁଣି ସାନନ୍ଦ ଭମାକାନ୍ତପ୍ରସନ୍ନେ କହନ୍ତି ତଦନ୍ତ

  184. Couplet 184

    ହେ ପୁତ୍ରେ ଶୁଣ ମୋ ଉତ୍ତରହରିଭକତେ ପ୍ରିୟ ମୋର

  185. Couplet 185

    ଭକତଜନ ମୋ ହୃଦୟଏଣୁ ଭକତ ମୋର ପ୍ରିୟ

  186. Couplet 186

    ଯେ ଯଜ୍ଞେଶ୍ୱର ବାସୁଦେବଯାହାର ନାମ ଦୟାର୍ଣ୍ଣବ

  187. Couplet 187

    ତ୍ରିଗୁଣ ପରେ ଯା ବିହାରପ୍ରଧାନ-ପୁରୁଷ ଈଶ୍ୱର

  188. Couplet 188

    ତାଙ୍କ ଭକତ ଯେତେ ଜନସେ ମୋର ଅଟନ୍ତି ଜୀବନ

  189. Couplet 189

    ଏଣୁ ମୁଁ ତୁମ୍ଭରେ ପ୍ରସନ୍ନବୈଷ୍ଣବେ ନୁହଁନ୍ତି ଅଭିନ୍ନ

  190. Couplet 190

    ତାଙ୍କ ମହିମା ଯଶ ଗୁଣମୋ ତହୁଁ ସାବଧାନେ ଶୁଣ

  191. Couplet 191

    ଯେ ପ୍ରାଣୀ ଶତ-ଜନ୍ମାନ୍ତରେସ୍ୱଧର୍ମ ନିଷ୍ଟାରେ ଆଚରେ

  192. Couplet 192

    ତଦନ୍ତେ ବ୍ରହ୍ମପଦ ପାଇଅଶେଷ କଳୁଷ ନାଶଇ

  193. Couplet 193

    ଯେ ବିପ୍ରଦେହେ ନିତ୍ୟାଚାରେଯେ ପୁଣ୍ୟକରେ ନିରନ୍ତରେ

  194. Couplet 194

    ଅଶେଷ ପୁଣ୍ୟକର୍ମଫଳେସେ ମୋତେ ଲଭେ ଅନ୍ତଃକାଳେ

  195. Couplet 195

    ତେବେ ବୈଷ୍ଣବ ପଦ ପାଇଏ ଲିଙ୍ଗ ଶରୀର ନାଶଇ

  196. Couplet 196

    ଲିଙ୍ଗ-ଭଞ୍ଜନେ ମୋକ୍ଷଯୋଗନ ଲଭେ ମୃତ୍ୟୁ ଭୟ ସଙ୍ଗ

  197. Couplet 197

    ତୁମ୍ଭେ ଭକତ-ଜନ ସାରଲକ୍ଷଣ ଜାଣିଲୁ ତୁମ୍ଭର

  198. Couplet 198

    ଆମ୍ଭର ପ୍ରିୟ ଯେଣୁ ହରିତୁମ୍ଭେ ତେସନେ ମୋତେ ସରି

  199. Couplet 199

    ଏଣୁ ମାନବେ ଭକ୍ତ ଯେହିମୋ ପ୍ରିୟ ତହୁଁ କେହି ନାହିଁ

  200. Couplet 200

    ହେ ପ୍ରଚେତସ ଭାଇ ଦଶତୁମ୍ଭର ବାକ୍ୟେ ହେଲୁତୋଷ

  201. Couplet 201

    ହରି-ଭଜନ ଯେ ପ୍ରକାରକହିବା ଦୃଢ଼ଚିତ୍ତେ ଧର

  202. Couplet 202

    ସେ ହରି ପ୍ରସନ୍ନ ଯେମନ୍ତେତାହା କହିବା ଆମ୍ଭେ ତୋତେ

  203. Couplet 203

    ଏ ସର୍ବ-ସ୍ତୋତ୍ର ମଧ୍ୟେ ସାରତୁମ୍ଭେ ସକଳ ଚିତ୍ତେ ଧର

  204. Couplet 204

    ଏମନ୍ତ କହିଣ ମହେଶଶୁଣ ବିଦୁର ଜ୍ଞାନରସ

  205. Couplet 205

    ନୃପକୁମରେ ଦୟାବହିପ୍ରସନ୍ନେ କହନ୍ତି ଗୋସାଇଁ

  206. Couplet 206

    ସର୍ବେ ଯୋଡିଣ ବେନି କରଶୁଣନ୍ତି ଡ଼େରି ଶ୍ରୁତିଦ୍ୱାର

  207. Couplet 207

    ନିରାତିଶୟ ଯେ ପରମଆନନ୍ଦ ସୂକ୍ଷ୍ମ ନିରଞ୍ଜନ

  208. Couplet 208

    ସ୍ୱରୂପେ ସିଦ୍ଧ ହୁଅ ତୁମ୍ଭେଏଣୁ ଆନନ୍ଦ ନାମ ଭାବେ

  209. Couplet 209

    ତୁମ୍ଭର ଯେବା ବଡ ପଣଜ୍ଞାନୀଙ୍କ ଆନନ୍ଦ କାରଣ

  210. Couplet 210

    ଏଣୁ ଆନନ୍ଦଲାଭ ମୋରକରୁଣା କର ଚକ୍ରଧର

  211. Couplet 211

    ତୁ ସର୍ବ ଆତ୍ମା ତୋତେ ମାରନିରତେ ହେଉ ନମସ୍କାର

  212. Couplet 212

    ତୋ ନାଭିପଦ୍ମ ନାରୟଣଏ ବିଶ୍ୱ ଉତ୍ପତ୍ତି କାରଣ

  213. Couplet 213

    ଏଣୁ ତୋ ନାମ ପଦ୍ମନାଭବୋଲନ୍ତି ସଂସାର ଉଦ୍‌ଭବ

  214. Couplet 214

    ସେ ନାମେ ପ୍ରଣତି ମୋହରଏ ବିନୁ ନାହିଁ ବାଞ୍ଛା ଆର

  215. Couplet 215

    ପୃଥିବୀ ଆପ ତେଜ ବାୟୁଆକାଶ ପଞ୍ଚଭୂତ ଯେହୁ

  216. Couplet 216

    ଶବ୍ଦ ସ୍ପରଶ ରୂପ ରସଗନ୍ଧ ଯେ ଇନ୍ଦ୍ରି ଏକାଦଶ

  217. Couplet 217

    ଏହାଙ୍କ ଅନ୍ତରାତ୍ମା ହୋଇଯେ ବିଶ୍ୱ ସଂସାର ସର୍ଜଇ

  218. Couplet 218

    ତାହାଙ୍କୁ ପ୍ରଣତି ମୋହରଏଭବୁ କରେ ଯେ ନିସ୍ତାର

  219. Couplet 219

    ଯେ ଅନ୍ତଃକରଣ ଚତ୍ୱାରଏ ମନ ବୁଦ୍ଧି ଅହଙ୍କାର

  220. Couplet 220

    ତାଙ୍କ ଅନ୍ତର ଆତ୍ମା ହୋଇପ୍ରକାଶ କରୁ ତୁ ଗୋସାଇଁ

  221. Couplet 221

    ଯେ ପ୍ରଭୁ ଚିତ୍ତ ଅଧିଷ୍ଠାତାଶ୍ରୀବାସୁଦେବ ଶୁଦ୍ଧଚେତା

  222. Couplet 222

    ସେ ଅତି ଶାନ୍ତ ନିର୍ବିକାରେନମଇଁ ଭକ୍ତିଯୋଗେ ତାରେ

  223. Couplet 223

    ଅଧିଷ୍ଠ ଅହଙ୍କାରେ ଯେହୁସଙ୍କରଷଣ ମହାବାହୁ

  224. Couplet 224

    ସେ ଯେ ଅନନ୍ତ ସୂକ୍ଷ୍ମମୟେମୋର ପ୍ରଣାମ ତାଙ୍କ ପାୟେ

  225. Couplet 225

    ଯେ ପ୍ରଭୁ ରୁଦ୍ଧି ଅଧିଷ୍ଠାତାପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା

  226. Couplet 226

    ଯେ ବିଶ୍ୱ ପ୍ରବୋଧ କରନ୍ତିସେ ପ୍ରଭୁ ପାଦେ ମୋ ପ୍ରଣତି

  227. Couplet 227

    ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନତକ୍ଷଣେ ହୋଇବ ଦହନ

  228. Couplet 228

    ଇନ୍ଦ୍ରିୟ ଅଧିପ ଯେ ମନତାହାଙ୍କ ଅଧିଷ୍ଠାତା ନାମ

  229. Couplet 229

    ସେ ଅନିରୁଦ୍ଧ ଯେ ଈଶ୍ୱରକରିବେ ସଂସାରୁ ନିସ୍ତାର

  230. Couplet 230

    ଯେ ସୂର୍ଯ୍ୟ ରୂପେଣ ପ୍ରକାଶପ୍ରତ୍ୟକ୍ଷେ ସେ ପରମହଂସ

  231. Couplet 231

    ସେ ଜ୍ୟୋତିର୍ମୟ ରୂପ ଧରିଏ ବିଶ୍ୱ ପ୍ରକାଶକୁ କରି

  232. Couplet 232

    ସ୍ୱାର୍ଗାପବର୍ଗ ଦ୍ୱାର ବେନିନାହିଁ ଯାହାର ବୁଦ୍ଧି-ହାନି

  233. Couplet 233

    ପବିତ୍ର-ଚିତ୍ତେ ଯାର ସ୍ଥିତିସେ ପ୍ରଭୁ ପାଦେମୋ ପ୍ରଣତି

  234. Couplet 234

    ଯେ ଅଗ୍ନି-ରୂପୀ ଭଗବାନଯଜ୍ଞାଦି ଯାହାରେ ସାଧନ

  235. Couplet 235

    ପ୍ରବୃତ୍ତି ନିବୃତ୍ତି ଯେ କରିଯେ ହରି ସଂସାରେ ବିହରି

  236. Couplet 236

    ସେ ପିତୃଦେବଙ୍କ କାରଣହୋଇଲେ ଅନ୍ନ ସ୍ୱରୂପେଣ

  237. Couplet 237

    ସେ ସୋମରୂପୀ ନାରାୟଣଧଇଲେ ପୋଥି ଉଦ୍ଧାରିଣ

  238. Couplet 238

    ତ୍ରିପତି ପାଦେ ମୋ ପ୍ରଣତିଯେଣେ ହୋଇବ ମୋରଗତି

  239. Couplet 239

    ସେ ଆପରୂପ ଭଗବାନରସ ସ୍ୱରୂପେ ଆସ୍ୱାଦନ

  240. Couplet 240

    ଯେ ପୃଥ୍ୱୀ ରୂପେ ସର୍ବକାୟେବିଶ୍ୱ ସଂସାର ଯାର ଦେହ

  241. Couplet 241

    ସେ ପ୍ରଭୁ ଚରଣେ ମୋ ମନନିରତେ ବହୁ ଅନୁକ୍ଷର

  242. Couplet 242

    ବିରାଟ ରୂପ ଭଗବାନବନ୍ଦଇ ସେ ପ୍ରଭୁ ଚରଣ

  243. Couplet 243

    ଯାହାର ରୋମ-କୂପ ମୂଳେଅଶେଷ-ବ୍ରହ୍ମାଣ୍ତ ନିଶ୍ଚଳେ

  244. Couplet 244

    ଅଛନ୍ତି ପରମାଣୁ ବତସେ ପାଦେ ମୋର ପ୍ରତିପାତ

  245. Couplet 245

    ଯେ ପ୍ରଭୁ ବାୟୁ-ରୂପ ଧରେପ୍ରାଣ-ସ୍ୱରୂପ ସର୍ବଠାରେ

  246. Couplet 246

    ସେ ରୂପେ ପାଳନ୍ତି ଜଗତସେ ସହ-ଓଜ-ବଳବନ୍ତ

  247. Couplet 247

    ସେ ପ୍ରଭୁ ରଖନ୍ତୁ ମୋ ପ୍ରାଣତା ପାଦେ ପଶିଲି ଶରଣ

  248. Couplet 248

    ଆକାଶ-ରୂପୀ ଭଗବାନକରନ୍ତି ଯେ ବିଧିବିଧାନ

  249. Couplet 249

    ଶବ୍ଦ-ସ୍ୱରୂପେ ଶୂନ୍ୟେ ରହେଯେ ଶଦ୍ଦେ ଅର୍ଥ-ବୋଧ ହୁଏ

  250. Couplet 250

    ଯେ ବାହ୍ୟାନ୍ତରେ ଛନ୍ତି ପୂରିସେ ପାଦେ ପ୍ରଣତି ମୋହରି

  251. Couplet 251

    ସ୍ୱର୍ଗାଦି-ପୁଣ୍ୟଲୋକ ଯେହିପ୍ରବୃତ୍ତି-ନିବୃତ୍ତିରେ ରହି

  252. Couplet 252

    ସେ ସର୍ବ-କର୍ମଫଳ-ଦାତାଏ ଭବ ସଙ୍କଟୁ ତାରନ୍ତା

  253. Couplet 253

    ଅଧର୍ମେ ମୃତ୍ୟୁରୂପ ଧରିଦୁଃଖ-ପୀଡିତ କର୍ମ କରି

  254. Couplet 254

    ଯେ ଶୁଭକର୍ମେ ମୋକ୍ଷାଦାତାସେ ହରି ପାଦେ ମୋର ଚିନ୍ତା

  255. Couplet 255

    ନମସ୍ତେ କୃଷ୍ଣରୂପ ହରିପୁରାଣ-ପୁରୁଷ ମୁରାରି

  256. Couplet 256

    ନମସ୍ତେ ସାଂଖ୍ୟ-ଯୋଗେଶ୍ୱରପରମ ଆତ୍ମା ରୂପ ଧର

  257. Couplet 257

    ଯେ କର୍ମେ ବିଷ୍ଣୁରୂପ ଧରେବ୍ୟାପକବନ୍ତ ଏ ସଂସାରେ

  258. Couplet 258

    ଯେ ରୁଦ୍ର ରୂପ ଧରିଛନ୍ତିକାଳାନ୍ତେ ତ୍ରୈଲୋକ୍ୟ ନାଶନ୍ତି

  259. Couplet 259

    ସେ ରୁଦ୍ରଦେବ ପାଦେ ମୋରପ୍ରଣତି ହେଉ ନିରନ୍ତର

  260. Couplet 260

    ସେ ମୋର ତି୍ରତାପ ନାଶିବେଅବିଦ୍ୟା-ବନ୍ଧୁ ନିସ୍ତାରିବେ

  261. Couplet 261

    ଯେ ବ୍ରହ୍ମସ୍ୱରୂପ ଗୋସାଇଁଏ ସୃଷ୍ଟି ସର୍ଜିବାର ପାଇଁ

  262. Couplet 262

    ଏ ରୂପେ ଯେବା ଭଗବାନସେ ପ୍ରଭୁ ଚରଣେ ଶରଣ

  263. Couplet 263

    ସେ ଆମ୍ଭ ଭକତି ଘେନିବେଦର୍ଶନେ ଆଶା ପୂରାଇବେ

  264. Couplet 264

    ଯେ ରୂପ ଭକତେ ପୂଜନ୍ତିଇନ୍ଦ୍ରିୟଗୁଣ ପ୍ରକାଶନ୍ତି

  265. Couplet 265

    ନରରୁଚିର ଘନଶ୍ୟାମପ୍ରତୁଲ୍ୟ ନୋହେ କୋଟିକାମ

  266. Couplet 266

    ଯେ ରୂପ ପ୍ରକାଶେ ଶୋଭନ୍ତିଅଶେଷ-ଗୁଣ ସେ ବହନ୍ତି

  267. Couplet 267

    ଅବ୍ୟୟ ଗୁଣ ଏକ ଯାରକୋଟି-ଅନଙ୍ଗ ଦର୍ପ ହର

  268. Couplet 268

    ଏ ସର୍ବ ମୋହର ତ୍ରିତାପଦର୍ଶନେ ହରିବେ ସନ୍ତାପ

  269. Couplet 269

    ଆଜାନୁ ଲମ୍ବିତ ଶ୍ରୀଭୁଜଶଙ୍ଖାଦି ଚାରିଚିହ୍ନ ତେଜ

  270. Couplet 270

    ନୀଳ ଜୀମୂତ ଦିବ୍ୟକାନ୍ତିବଳୟ ମଣି ବିଭାଜନ୍ତି

  271. Couplet 271

    ସେ କରେ ଆଶ୍ରୟ ଯେ କରିସେ ମୋକ୍ଷପଦେ ଅଧିକାରୀ

  272. Couplet 272

    ଏ ମୃତ୍ୟୁ ଜରା ଭୟ ଯେତେସେ ସର୍ବ ନାଶିବେ ତୁରିତେ

  273. Couplet 273

    ଅତି ସୁଠାମ ସୁଆନନଅରୁଣ ପଙ୍କଜ ଲୋଚନ

  274. Couplet 274

    ଆବୃତ୍ତ ଶୋଭା ଚାରିକରଭକ୍ତଜନଙ୍କ ତାପ ହର

  275. Couplet 275

    ଶିରେ ସୁନୀଳ ସୁକୁନ୍ତଳଦେଖି ଅନଙ୍ଗକୋଟି ଭୋଳ

  276. Couplet 276

    ଜୁଡା ପ୍ରବନ୍ଧ ଶିଖେ ସାଜେରତ୍ନକିରୀଟ ତେଜ ପୁଞ୍ଜେ

  277. Couplet 277

    ଦେଖି ଅନଙ୍ଗ ଭ୍ରମ କି ସେଭକତଜନ ରିପୁ ଧ୍ୱଂସେ

  278. Couplet 278

    ସୁଚାରୁ କପୋଳ ଅଳକାଯେହ୍ନେ ଶୋଭିତ ରାହୁରେଖା

  279. Couplet 279

    ଚାରୁ ସୁନ୍ଦର ସୁକପୋଳଅଳାକା ବେଢ଼ି ଭୃଙ୍ଗମେଳ

  280. Couplet 280

    ଭ୍ରୂଭଙ୍ଗ ଯୁଗଳ ସୁଠାଣିଅତନୁ-ଚାପ ପ୍ରଭା ଜିଣି

  281. Couplet 281

    ଶୋଭନେ ନାହିଁ ପଟାନ୍ତରମନ ବଚନେ ଅଗୋଚର

  282. Couplet 282

    ଦିବ୍ୟ ସୁସଞ୍ଚ ନାସା ଠାଣିତିଳ ପ୍ରସୂନ ପ୍ରଭା ଜିଣି

  283. Couplet 283

    ତା ପରେ ସିନ୍ଧୁଫଳ ରାଜେଦେଖି ଅନଙ୍ଗ ଦର୍ପ ଗଞ୍ଜେ

  284. Couplet 284

    ଅରୁଣାଙ୍କିତ ବିମ୍ବାଧରଉପମା ନାହିଁ ତିନିପୁର

  285. Couplet 285

    ନବ-ଅରୁଣ ଜିଣି ଶୋଭାଦେଖି ଅନଙ୍ଗକୋଟି ଲୋଭା

  286. Couplet 286

    ଶୁଭ୍ର ଦଶନ ବେନି-ପଙ୍‌କ୍ତିଜିତ ଡାଳିମ୍ବ ବୀଜ କାନ୍ତି

  287. Couplet 287

    ସସ୍ମିତେ ବିମ୍ବାଧର ରାଜେଭକତଜନ ମନ ରଞ୍ଜେ

  288. Couplet 288

    ତା ତୁଲେ ନାହିଁ ପଟାନ୍ତରସେ ଅତି ଶୁଭ୍ର ନିଶାକର

  289. Couplet 289

    ଶ୍ରୁତି ଯୁଗଳେ ଝଟକନ୍ତିମକର କୁଣ୍ତଳ ସୁକାନ୍ତି

  290. Couplet 290

    ଇଷିତ ଅପାଙ୍ଗ ଈଷଣମୋହିତ ସୁର ମୁନିଗଣ

  291. Couplet 291

    ନୀଳସୁନ୍ଦର କଳେବରତଡିତ ଜିଣି ପୀତାମ୍ବର

  292. Couplet 292

    ନୀଳସୁନ୍ଦର ଘନେ ଯେହ୍ନେଝଟକେ ବସନ ତେସନେ

  293. Couplet 293

    ନୀଳମର୍କତ ଚାରୁ ପ୍ରଭାଚାରୁ ଚତ୍ୱାର ଭୁଜ ଆଭା

  294. Couplet 294

    ନିଜ ଆୟୁଧେ ବିରାଜନ୍ତିଅଜ୍ଞାନତମ ବିନାଶନ୍ତି

  295. Couplet 295

    ସେ ଶଙ୍ଖ ଚକ୍ର ଶୋଭାକରକୋଟି ଆଦିତ୍ୟ ତେଜହର

  296. Couplet 296

    ଗଦା କମଳ ଆଦି ଯେତେଶୋଭନ୍ତି ନାନା ତେଜବନ୍ତେ

  297. Couplet 297

    କିରୀଟ କୁଣ୍ତଳ ନୂପୁରକଟୀ-ମେଖଳା ଶୋଭାକର

  298. Couplet 298

    ଆଜନୁ ଲମ୍ବେ ବନମାଳଶୋଭେ ଶ୍ରୀବତ୍ସ ବକ୍ଷସ୍ଥଳ

  299. Couplet 299

    ସେ ରୂପ କେ ପାରିବ ଚିନ୍ତିଦେଖି ଅନଙ୍ଗ ଭ୍ରମ ଯାନ୍ତି

  300. Couplet 300

    ସୁଗ୍ରୀବ କଣ୍ଠ ଯେ ସୁନ୍ଦରଶୋଭେ କୌସ୍ତୁଭମଣି ସାର

  301. Couplet 301

    ଏ ମନ୍ତ ରୂପ ଦେଖାଇବଆମ୍ଭର ତାପ ବିନାଶିବ

  302. Couplet 302

    ଯେ ହୃଦେ କମଳା ଶୋଭନନୀଳ ପାଷାଣେ ଯେହ୍ନେ ହେମ

  303. Couplet 303

    ରେଚକ ପୂରକ ଯେ ଶ୍ୱାସେକି ଜଳ-ଲହରୀ ସଦୃଶେ

  304. Couplet 304

    ସୁନୀଳ ରୋମଶ୍ରେଣୀ ଜଳେଦିଶନ୍ତି ଯେସନେ ପ୍ରଚଳେ

  305. Couplet 305

    ଉଦରେ ତ୍ରିବଳୀ ମଞ୍ଜୁଳଶୋଭିତ ସୁନାଭି ଗଭୀର

  306. Couplet 306

    ଯେ ଦ୍ୱାରେ ଏ ବିଶ୍ୱ ନିର୍ଗତଫେରି ପ୍ରବେଶେ କି ଆବର୍ତ୍ତ

  307. Couplet 307

    ସେ ଶ୍ୟାମ-ନିତମ୍ବେ ଦୁକୂଳବିରାଜେ ସୁବର୍ଣ୍ଣ ମେଖଳ

  308. Couplet 308

    ସୁସମ ଚାରୁ ଅଂଘ୍ରିବରଜଘନ-ଜାନୁ ଶୋଭାକର

  309. Couplet 309

    ଉରୁ-ଯୁଗଳ ଶୋଭା ଠାଣିଉଲଟ-ରମ୍ଭାକୁ ସେ ଜିଣି

  310. Couplet 310

    ଶ୍ରୀଯୁତ ଚରଣ-କମଳଶୋଭିତ ନଖଶ୍ରେଣୀ କୁଳ

  311. Couplet 311

    କୋଟି-ଶଶାଙ୍କ ଶୁଭ୍ରକାନ୍ତିଜିତ ସୁଶ୍ରେଣୀ ନଖପନ୍ତି

  312. Couplet 312

    ସରୋଜ-ପାଦଯୁଗ ଯହିଁଦର୍ଶନେ ଭବ-ଭୟ ନାହିଁ

  313. Couplet 313

    ଏ ସର୍ବେ ମୋହର ତ୍ରିତାପଦର୍ଶନେ ହରିବେ ଦୁରାପ

  314. Couplet 314

    ଏମନ୍ତ ରୂପ ପ୍ରକାଶିବଆମ୍ଭ ସଂଶୟ ବିନାଶିବ

  315. Couplet 315

    ତୁ ଗୁରୁ ରୂପେ ନାରାୟଣମୂଢ ଅଜ୍ଞାନୀଙ୍କ କାରଣ

  316. Couplet 316

    ସକଳ ଭୂତେ ତୁମ୍ଭେ ଥାଇପ୍ରାଣୀଙ୍କି ଜ୍ଞାନଦୀକ୍ଷା ଦେଇ

  317. Couplet 317

    ସେ ଜ୍ଞାନେ ପ୍ରାଣୀଙ୍କ ନିସ୍ତାରଅଜ୍ଞାନୀ ମଜ୍ଜେ ଏ ସଂସାର

  318. Couplet 318

    ଆତ୍ମାର ସିଦ୍ଧି ଯେ ଇଚ୍ଛନ୍ତିତୋ ରୂପ ଦର୍ଶନ ବାଞ୍ଛନ୍ତି

  319. Couplet 319

    ଯେ ନିତ୍ୟେ ସ୍ୱଧର୍ମ ଆଚରେତୁମ୍ଭ ଭକତି ନିଷ୍ଠାପରେ

  320. Couplet 320

    ତୋ ପଦେ ଅଭୟ ଭକତିସୁସ୍ଥିରେ ରହେ ତାର ମତି

  321. Couplet 321

    ସକଳ ଦେହେ ତୁ ଦୁର୍ଲଭଭକତେ ହେଉ ତୁ ସୁଲଭ

  322. Couplet 322

    ଯେ ସୁଖ-ଭୋଗ ନିତ୍ୟ କରେସେ କାହିଁ ଦେଖିବ ତୁମ୍ଭରେ

  323. Couplet 323

    କେବଳ ଆତ୍ମାଜ୍ଞାନୀ ଜନତୋତେ ଲଭନ୍ତି ଭଗବାନ

  324. Couplet 324

    ଏକାନ୍ତ ଭକ୍ତିଯୋଗେ ନରଯେ ଭଜେ ତୁମ୍ଭର ପୟର

  325. Couplet 325

    ସ୍ୱର୍ଗାଦି ନ ବାଞ୍ଛଇ ମନେତୋ ପାଦପଦ୍ମ ସୁଧାପାନେ

  326. Couplet 326

    ନିରତେ ଚିତ୍ତେ ଦୃଢ଼େ ଧ୍ୟାୟିତରନ୍ତି ଭବ-ଦୁଃଖୁ ସେହି

  327. Couplet 327

    ଯେ ତୁମ୍ଭ ଚରଣେ ସେବିବସେ କାଳ ଭୟ ବିନାଶିବ

  328. Couplet 328

    ଭ୍ରୂକୁଟି କୁଟିଳ ପ୍ରକାଶେତକ୍ଷଣେ ସଂସାର ବିନାଶେ

  329. Couplet 329

    ଯେ କାଳ ଅତି ଭୟଙ୍କରତୋର ସେବକେ ସେ କିଙ୍କର

  330. Couplet 330

    ଏଣୁ ଭକତ ସଙ୍ଗେ ତୋରକ୍ଷଣେ ନିମିଷେ ଯେଉଁ ନର

  331. Couplet 331

    ସେ ସଙ୍ଗୁ ଯେବା ସୁଖ ହୋଇସ୍ୱର୍ଗାପବର୍ଗ ସମ ନୋହି

  332. Couplet 332

    ଏ ମର୍ତ୍ତ୍ୟଭୋଗ ତୁଚ୍ଛ ମଣିତୋ ଭକ୍ତ ସଙ୍ଗେ ଯେତେ ପ୍ରାଣୀ

  333. Couplet 333

    ତୋର ପଙ୍କଜ-ଅଂଘ୍ରି-ରସଯେ ରସେ କଳୁଷ ବିନାଶ

  334. Couplet 334

    ଯେବା ପିବନ୍ତି ଅନୁଦିନେବ୍ରହ୍ମ ଆନନ୍ଦ ସୁଧାପାନେ

  335. Couplet 335

    ଯେ ଗଙ୍ଗାସ୍ନାନ ନିତ୍ୟେ କରେଅଶେଷ-ପାପୁ ସେ ନିସ୍ତରେ

  336. Couplet 336

    ତୋର ଭକତ ସଙ୍ଗେ ଯେବେଯେ କ୍ଷଣେ ବସେ ଶୁଦ୍ଧ ଭାବେ

  337. Couplet 337

    ପବିତ୍ର ହୋଏ ତତକ୍ଷଣେଜନ୍ମ ମରଣ ନିବାରଣେ

  338. Couplet 338

    ଏ ସାଧୁ-ସଙ୍ଗ ଭାଗ୍ୟେ ପାଇସକଳ-ଭୂତେ ଦୟାବହି

  339. Couplet 339

    ସୁସାଧୁଜନଙ୍କ ସଙ୍ଗତଯେ ପ୍ରାଣୀ କରେ ଅବିରତ

  340. Couplet 340

    ସେ ଯେ ତୁମ୍ଭର କୃପା ପାଇମାୟା-ପଟଳୁ ନିସ୍ତରଇ

  341. Couplet 341

    ଯେ ଶୁଦ୍ଧ ଭକ୍ତିରେ ଭଜନ୍ତିବିଶୁଦ୍ଧ ହୋଏ ତାଙ୍କ ମତି

  342. Couplet 342

    ବିଷୟ ଭ୍ରମେ ଭ୍ରମ ନୋହେଅଜ୍ଞାନ ନାଶି ଜ୍ଞାନ ରହେ

  343. Couplet 343

    ଏଣୁ ଭକତ ସଙ୍ଗ ମେଳେଲଭେ ଭକତି ସୁନିଶ୍ଚଳେ

  344. Couplet 344

    ଯେ ତ‌ତ୍ତ୍ୱେ ଏ ବିଶ୍ୱ ବ୍ୟକତବିଶ୍ୱେ ଶୋଭିତ ଯେଉଁ ତ‌ତ୍ତ୍ୱ

  345. Couplet 345

    ତ‌ତ୍ତ୍ୱ ପରମ ବ୍ରହ୍ମଜ୍ୟୋତିଆକାଶ ପ୍ରାୟେ ବ୍ୟାପି ଛନ୍ତି

  346. Couplet 346

    ଏ ବିଶ୍ୱ ମିଥ୍ୟା ସତ୍ୟ ପରିସର୍ଜି ପାଳିଣ ତା ସଂହରି

  347. Couplet 347

    ଯା ମାୟା ବହୁରୂପ ଧରେଜୀବରେ ଭେଦ-ବୁଦ୍ଧି କରେ

  348. Couplet 348

    ମାୟା ସ୍ପରଶ ଯାର ନାହିଁଜାଣିବ ବ୍ରହ୍ମରୂପ ସେହି

  349. Couplet 349

    ଯେ ଅନ୍ତଃ ବିକାର ବିହୀନସେହିଟି ଜାଣ ତ‌ତ୍ତ୍ୱଜ୍ଞାନ

  350. Couplet 350

    ନିର୍ଗୁଣେ ସଗୁଣ ବୋଲନ୍ତିକ୍ରିୟା କଳାପେ ଯୋଗୀ ଚିନ୍ତି

  351. Couplet 351

    ଏହାଙ୍କ ପ୍ରାୟେ ଭଜେ ଯେହୁପଣ୍ତିତ ବେଦାର୍ଗମେ ସେହୁ

  352. Couplet 352

    ପୁରୁଷ-ଆଦି ତୁମ୍ଭେ ପରଅଶେଷ-ବ୍ରହ୍ମାଣ୍ତ-ଈଶ୍ୱର

  353. Couplet 353

    ତୁମ୍ଭର ଶକ୍ତି ଗୁପ୍ତେ ଥିଲାକାଳାନ୍ତେ ଶୟନୁ ଉଠିଲା

  354. Couplet 354

    ସେ ଶକ୍ତି ତୋର ଆଜ୍ଞା ଭାବେସ‌ତ୍ତ୍ୱାଦି ଭେଦ କଲା ତେବେ

  355. Couplet 355

    ତହୁଁ ମହତ-ଅହଙ୍କାରଜଳାଗ୍ନି-ଆକାଶ-ସମୀର

  356. Couplet 356

    ଭୂଦେବ-ଋଷି-ସର୍ବଭୂତେଜନ୍ମିଲେ ଏ ନାନା ଜଗତେ

  357. Couplet 357

    ମାୟାରୁ ଏ ଚାରି ପ୍ରକାରଯେ ତ‌ତ୍ତ୍ୱେ ସଞ୍ଚରିଲା ପୁର

  358. Couplet 358

    ନିର୍ମିତ କଲେ ଭଗବାନଯେ ପ୍ରଭୁ ଜଗତ ଜୀବନ

  359. Couplet 359

    ଅଶେଷ ଶରୀରେ ପ୍ରବେଶଏଣୁ ଜୀବ ନାମ ପୁରୁଷ

  360. Couplet 360

    ଅବିଦ୍ୟା-ବନ୍ଧେ ବଦ୍ଧ ହୋଇଏ ଦୁଃଖ-ସୁଖ ସେ ଭୁଞ୍ଜଇ

  361. Couplet 361

    ମାୟାରୁ ସୃଜନ ସେ କଲେନିୟନ୍ତା-ପୁରୁଷ ହୋଇଲେ

  362. Couplet 362

    ଭୂତରୁ ଭୂତକୁ ନିଅନ୍ତିଯେହ୍ନେ ଆକାଶେ ମେଘପନ୍ତି

  363. Couplet 363

    ପବନେ ନାନା ଦିଗେ ଯାନ୍ତିଏ ଭାବେ ଭୂତେ ସଞ୍ଚରନ୍ତି

  364. Couplet 364

    ଜୀବକୁ କର୍ମବଳେ ଟାଣିସଂହାରି ନିସ୍ତାରୁ ତୁ ପୁଣି

  365. Couplet 365

    ଏ ଜୀବ କର୍ମେ ହୋଇ ମତ୍ତଲୋଭେ ବିଷୟେ ଦେଇ ଚିତ୍ତ

  366. Couplet 366

    ତୁ ହେଉ ଅପ୍ରମିତ ଅସିତକ୍ଷଣେ ଜୀବକୁ ବିନାଶି

  367. Couplet 367

    କାଳ ସ୍ୱରୂପେ ପ୍ରାଣହରଯେ ତୋତେ ନ ଭଜେ ପାମର

  368. Couplet 368

    ଏମନ୍ତ ପ୍ରଭୁ ତୋର ମାୟାଜୀବ ନ ଜାଣି ଭୋଗେ ଏହା

  369. Couplet 369

    କ୍ଷୁଧା-ଅନଳେ ଓଷ୍ଠ ଅହିଚାଟିଣ ମୂଷା ଯେହ୍ନେ ଖାଇ

  370. Couplet 370

    ତେସନ ଅନ୍ତକ ତୁ ହରିଜୀବ ବିନାଶୁ ଭୋଗେ କରି

  371. Couplet 371

    ତୋ ମାୟା-ଭୋଗେ ଜୀବ ବଶଏ ଘେନି ତୁ କାଳ-ପୁରୁଷ

  372. Couplet 372

    ଏ ବେନି ତୋ ପାଦ-କମଳେଶରଣ ରଖ ତୁହି ବେଳେ

  373. Couplet 373

    ଆମ୍ଭେ ବ୍ରହ୍ମାଦି ଯା ଚରଣେସେବୁ ଏ ସୃଷ୍ଟିର କାରଣେ

  374. Couplet 374

    ଉତ୍ପତ୍ତି ନ ପାରୁ ଯେ କରିତୋ ପାଦ ବିନୁ ନରହରି

  375. Couplet 375

    ଏଣୁ ଏ ମନୁ ଚତୁର୍ଦ୍ଦଶତୋ ପାଦେ ଭଜେ ହୃଷୀକେଶ

  376. Couplet 376

    ଅନେକ ସୃଷ୍ଟିକି ସୃଜନ୍ତିଅନ୍ତେ ତୋ ଶରୀରେ ପଶନ୍ତି

  377. Couplet 377

    ସେ ଘେନି ତୋ ପାଦକମଳକେ ବୁଧ ଛାଡେ ଆଦିମୂଳ

  378. Couplet 378

    ଯାବତ ଜୀବ ଏ ଶରୀରେଛାଡି ନ ପାରନ୍ତି ନିର୍ଭରେ

  379. Couplet 379

    ତୋ ପାଦ-ଧ୍ୟାନେ ନିଜ ଦେହୀଯେ ତ୍ୟାଗେ ଅନୁରାଗ ବହି

  380. Couplet 380

    ତାହାକୁ ବୋଲି ସୁପଣ୍ତିତସେ ପ୍ରାଣୀ ତୁମ୍ଭର ଭକତ

  381. Couplet 381

    ଏଣୁ ଏ ତୋ ପାଦକମଳେଶରଣ ଇଚ୍ଛୁ ଆମ୍ଭେ ବଳେ

  382. Couplet 382

    ଏ ବିଶ୍ୱ-ଭୟ ରୁଦ୍ର କୋପେବିନାଶ କରେ କାଳ ରୁପେ

  383. Couplet 383

    ଏଣୁ ତୁମ୍ଭରେ କରୁ ସ୍ତୁତିଭୋନାଥ ହୁଅ ଆମ୍ଭ ଗତି

  384. Couplet 384

    ଏ ତୁମ୍ଭ ପଙ୍କଜ-ଚରଣଯେ ପ୍ରାଣୀ ପଶନ୍ତି ଶରଣ

  385. Couplet 385

    ଅଶେଷ-ଦ୍ୱନ୍ଦ୍ୱ-ମାୟା-ଭୟେଖଣ୍ତନ୍ତି ପ୍ରଭୁ ଦେବରାୟେ

  386. Couplet 386

    ସେ ରୁବ୍ର କହଛି କୁମରଏ ଗୀତା ଶୁଦ୍ଧ ଚିତ୍ତେ ଧର

  387. Couplet 387

    ଏ ସ୍ତବ ପଢ଼ନ୍ତେ ତୁମ୍ଭରଅଜ୍ଞାନ ତମ ହେବ ଦୂର

  388. Couplet 388

    ନିତ୍ୟେ ସ୍ୱଧର୍ମ-ମାର୍ଗେ ଥିବସକଳ କୃଷ୍ଣେ ସମର୍ପିବ

  389. Couplet 389

    ମନ ନିବେଶି ପଦ୍ମପାଦେଭବୁ ତରିବ ଅପ୍ରମାଦେ

  390. Couplet 390

    ସେ ଆତ୍ମା ସର୍ବ -ଘଟଧାରୀଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି

  391. Couplet 391

    ତାଙ୍କୁ ଏ ରୂପେ ଧ୍ୟାନ କରବଦନେ ତା ନାମ ଉଚ୍ଚାର

  392. Couplet 392

    ଶ୍ରବଣ କର ନିରବଧିତା ପାଦେ ଦେଇ ଚିତ୍ତ ବୁଦ୍ଧି

  393. Couplet 393

    ଏ ଯୋଗ ସର୍ବେ ଚିତ୍ତେ ଧରଏ ମୁନିବ୍ରତ ଦୃଢେ କର

  394. Couplet 394

    ସମତା ଭାବେଣ ଆରଧିହୃଦରେ ଘୋଷ ନିରବଧି

  395. Couplet 395

    ଏ ଗୀତା ପୂର୍ବେ ଧାତା ମୋତେକହିଲେ ଭୃଗ୍ୱାଦି ସହିତେ

  396. Couplet 396

    ଏ ସ୍ତବ ପଢ଼ନ୍ତେ ଆମ୍ଭରଅଜ୍ଞାନଦଶା ଗଲା ଦୂର

  397. Couplet 397

    ଅଜ୍ଞାନ ଶେଷେ ଜ୍ଞାନ ଦୃଶ୍ୟସକଳେ ହୋଇଲୁ ହରଷ

  398. Couplet 398

    ତେବେ ବିବିଧମତେ ଆମ୍ଭେସୃଷ୍ଟି ସର୍ଜିଲୁ କ୍ରିୟା ଦମ୍ଭେ

  399. Couplet 399

    ଏ ଗୀତା ପଠନ ଶ୍ରବଣେଯେ ଫଳ ହୋଇବ ବିଧାନେ

  400. Couplet 400

    କହିବା ଶୁଦ୍ଧ-ଚିତ୍ତେ ଶୁଣବେଦ ବେଦାନ୍ତେଯେ ପ୍ରମାଣ

  401. Couplet 401

    ଏହା ଯେ ନିରତେ ଶୁଣନ୍ତିତ୍ରିବିଧ-ତାପ ବିନାଶନ୍ତି

  402. Couplet 402

    ଯେବା ଆଦରେ ଦୃଢେ ସ୍ମରେସକଳ ଆପଦୁ ଉଦ୍ଧରେ

  403. Couplet 403

    ଏ ସର୍ବ-ଧର୍ମ ମଧ୍ୟେ ସାରଏ ବିନୁ ନାହିଁ ଶ୍ରେୟ ଆର

  404. Couplet 404

    ହେ ପୁତ୍ରେ ଦୃଢ଼ଚିତ୍ତେ ଧରଦୁଃଖସାଗରୁ ହେବ ପାର

  405. Couplet 405

    ଇହ ଲୋକରେ ସୁଖ ଭାବତୃତୀୟ-ତାପ ନ ଲାଗିବ

  406. Couplet 406

    ଏ ସ୍ତବେ ପୂଜ ହରିପାଦଖଣ୍ତିବ ବିଷୟା-ବିଷାଦ

  407. Couplet 407

    ତୁମ୍ଭର ଭକ୍ତି ସେ ଘେନିବେକାମାଦି-ଶତ୍ରୁ ନିବାରିବେ

  408. Couplet 408

    କାମନା-ଭୋଗେ ଇଚ୍ଛା ଯାରସମ୍ପୁର୍ଣ୍ଣେ ଲଭିବ ସେ ନର

  409. Couplet 409

    ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟାରେଯେବା ପଢ଼ନ୍ତି ନିରନ୍ତରେ

  410. Couplet 410

    ନିର୍ମଳେ ପ୍ରକାଶଇ ଜ୍ଞାନଅସତ୍ୟ ଦେଖେ ଭୋଗମାନ

  411. Couplet 411

    ଯେ ଶ୍ରଦ୍ଧାବିଧାନେ ପଢ଼ନ୍ତିଅଜ୍ଞାନ-ଭ୍ରମେ ନ ପଡନ୍ତି

  412. Couplet 412

    ଅଜ୍ଞାନ ଗୃହବାସ ତାରସେ ଜନ୍ମ ନୋହେ ପୁନର୍ବାର

  413. Couplet 413

    ମହେଶ କହିଲେ କର୍ଣ୍ଣରେଆନନ୍ଦେ ଶୁଣି ତା କୁମରେ

  414. Couplet 414

    ସାଷ୍ଟାଙ୍ଗେ ତାହାଙ୍କ ଚରଣେନମିଲେ ପ୍ରଚେତସ ଗଣେ

  415. Couplet 415

    କଲ୍ୟାଣ କଲେ ଶୂଳଧରସକଳ-ବାଞ୍ଛା ପୂର୍ଣ୍ଣକର

  416. Couplet 416

    ସେ ଗୁରୁ-ଶିଷ୍ୟଙ୍କ ଚରିତମୈତ୍ରେୟ-ବିଦୁର କଥିତ

  417. Couplet 417

    କହିଲୁ ତୁମ୍ଭଙ୍କୁ ପ୍ରସନ୍ନେଯେ ଏହା ଶୁଣେ ଶୁଦ୍ଧମନେ

  418. Couplet 418

    ଏ ଘୋର ସଂସାରୁ ତରନ୍ତିମରଣେ ନାହିଁ ତାଙ୍କ ଭୀତି

  419. Couplet 419

    ମୈତ୍ରେୟ-ବିଦୁର ସମ୍ବାଦକହିଲୁ ଶୁଣ ଭକ୍ତି ଭେଦ

  420. Couplet 420

    ଯେ ଏହା ଶ୍ରଦ୍ଧାରେ ଶୁଣନ୍ତିଚତୁରବର୍ଗ ଫଳ ପାନ୍ତି

  421. Couplet 421

    ଭଣଇ ବିପ୍ର ଜଗନ୍ନାଥଚତୁ୍ର୍ଥସ୍କନ୍ଧେ ଭାଗବତ