Skandha 4
Adhyaya 23
Couplet 1
ଶୁଣି ବିଦୁର କୃତକୃତନମେ ମୈତ୍ରେୟ ପାଦଗତ
Couplet 2
ଭୋମୁନି କରିବା ନିସ୍ତାରକହ ସଂଶୟ ଯାଉ ଦୂର
Couplet 3
ପୃଥୁ କି କଲେ ଏ ଅନ୍ତରେବୈକୁଣ୍ଠ ଗଲେ କି ପ୍ରକାରେ
Couplet 4
ବିଦୁର ତହୁଁ ଏହା ଶୁଣିକହେ ମୈତ୍ରେୟ ମନେ ଗୁରି
Couplet 5
ଶୁଣ ବିଦୁର ଶୁଦ୍ଧଚିତ୍ତେରାଜାର କିଛିକାଳ ଅନ୍ତେ
Couplet 6
ବୃଦ୍ଧ ଶରୀର ଗ୍ରାସେ କାଳଦେଖି ବିଷାଦ ମହୀପାଳ
Couplet 7
ମୁଁ ଯେ ଦ୍ୱିତୀୟ ପ୍ରଜାପତିଯେଣୁ ମୁଁ କଳି ସର୍ବସ୍ଥିତି
Couplet 8
ଅନ୍ନାଦି ଉତ୍ପତ୍ତି ମୁଁ କଲିନଗର ପୁର ବସାଇଲି
Couplet 9
ସ୍ଥାବର ଢଙ୍ଗମାଦି ଯେତେଅନ୍ନ ମୁଁ ଦେଲି ଯେଝାମତେ
Couplet 10
ସାଧୁଙ୍କ ଧର୍ମ ରକ୍ଷା କଲିଈଶ୍ୱର ବଚନ ପାଳିଲି
Couplet 11
ଏ ଧର୍ମ-ରକ୍ଷା ଅର୍ଥେ ମୁହିଁଜନ୍ମ ଲଭିଲି କର୍ମଭୂଇଁ
Couplet 12
ଏବେ ଶରୀର ବୃଦ୍ଧ ହେଲାକାମାଦି କର୍ମହିଁ ସରିଲା
Couplet 13
ଏବେ କି ଅର୍ଥେ ଥିବି ମୁହିଁବନେ ପଶିବି କୃଷ୍ଣ ଧ୍ୟାୟି
Couplet 14
ଏବେ ଶମନ ନିଜ ସ୍ଥିତିକରିବ ବିଚାରେ ନୃପତି
Couplet 15
ଦୁହିତା ପ୍ରତୁଲ୍ୟେ ଧରଣୀପୁତ୍ରେ ନିବେଶି ନୃପମଣି
Couplet 16
ପୁତ୍ରକୁ ଦେଇ ସିଂହାସନଦଣ୍ତ ଛତ୍ରାଦି ନୃପ ଚିହ୍ନ
Couplet 17
ସକଳ ସମପି କୁମରେଗମନ କଲେ ବନ ଘୋରେ
Couplet 18
ପୃଥିବୀ ପୃଥୁ ତ୍ୟାଗଭରେଶୋକେ ରହିଲା ପୁତ୍ରଠାରେ
Couplet 19
ସଙ୍ଗତେ ଘେନି ଅର୍ଚ୍ଚି ନାରୀରୋଦନ୍ତି ପ୍ରଜା ନଗ୍ର ପୂରୀ
Couplet 20
ସ୍ୱଇଚ୍ଛା ମନେ ଦୁଃଖ-ଶ୍ରମେତପ ଆରାଧି ଯୋଗଧର୍ମେ
Couplet 21
କଠୋର ଉଗ୍ରତପେ ରାୟେଯେମନ୍ତେ ପୂର୍ବେ ରାଜ୍ୟ ଜୟେ
Couplet 22
ଯେ ବାନପ୍ରସ୍ଥର ବିଧାନନିୟମ କଲେ ସେ ରାଜନ
Couplet 23
ଫଳାଦି ଶାକ କଦମୂଳଭୋଜନ କଲେ ମହୀପାଳ
Couplet 24
ଏମନ୍ତେ କେତେ କାଳାନ୍ତରେତାହା ତେଜିଲେ ନୃପବରେ
Couplet 25
ନୀରସ-ପତ୍ର ଭୋଗ କରିତୁଷ୍ଟେ ଆନନ୍ଦେ ପ୍ରାଣ ଧରି
Couplet 26
ତାହା ଭକ୍ଷିଣ କିଛିଦିନତପ ସାଧିଲେ ତୋଷମନ
Couplet 27
ସେ ପତ୍ରାଶନ ତେଜି ରାୟେଜଳ ଆହାରେ ସୁଖମୟେ
Couplet 28
ଏମନ୍ତେ କିଛି କାଳାନ୍ତରେଜଳ ତେଜିଲେ ନୃପବରେ
Couplet 29
ନିର୍ଜଳ ତପସ୍ୟା କଠୋରକେବଳ ପବନ ଆହାର
Couplet 30
ପୁଣି ନିଦାଘକାଳେ ନୃପତପସ୍ୟା କଲେ ପଞ୍ଚ ତାପ
Couplet 31
ଅଗ୍ନି ଜାଳି ଦିଗ ସକଳେନିର୍ବିଘ୍ନେ ରାଜନ ବସିଲେ
Couplet 32
ସୂର୍ଯ୍ୟ-ମଣ୍ତଳେ ଦୃଷ୍ଟି ଧରିପରମ ବ୍ରହ୍ମେଧ୍ୟାନ କରି
Couplet 33
କୃଷ୍ଣ-ଚରଣ-ପଦ୍ମ ଆଶେତପ ସାଧିଲେ ବହୁକ୍ଳେଶେ
Couplet 34
ବରଷା କାଳେ ମହୀପତିଦୁଃସହ-ଜଳଧାରେ ତିନ୍ତି
Couplet 35
ଶିଶିର କାଳେ ତପ କରେବୁଡି ଆକଣ୍ଠ ଶୀତନୀରେ
Couplet 36
ଶୟନେ ଭୂମି ଶଯ୍ୟା କରିଏ ଘୋର-ତପସ୍ୟା ଆଚରି
Couplet 37
ଜିତ-ବଚନ ଉର୍ଦ୍ଧ୍ୱରେତଚିତ୍ତ ସମୀର ଶାନ୍ତ ଦାନ୍ତ
Couplet 38
କୃଷ୍ଣ-ଚରଣ ସେବା ପାଇଁକଠିନ-ତପେ ନୃପସାଇଁ
Couplet 39
ଲୋକ-ଶିକ୍ଷାରେ ତପ କଲେବିଷୟ-କର୍ମ ବିନାଶିଲେ
Couplet 40
ନିରତେ ପ୍ରାଣାୟାମ କରିଇନ୍ଦ୍ରିୟ ବିଷୟ ସଂହରି
Couplet 41
ଛାଡିଲେ ଅଶେଷ ବନ୍ଧନଯେ କିଛି ବାସନାଦି ମାନ
Couplet 42
ନିଶ୍ଚଳ ଚିତ୍ତେ ନୃପବରଯୋଗସାଧନେ ନିଷ୍ଠାପର
Couplet 43
ଯେ ଜ୍ଞନ ବ୍ରହ୍ମାଙ୍କ କୁମରକହି ଯେ ଥିଲେ ଯୋଗସାର
Couplet 44
ସେ ଯୋଗେ ଗୋବିନ୍ଦଚରଣନିତ୍ୟେ ଆରାଧି ନୃପରାଣ
Couplet 45
ଶ୍ରଦ୍ଧା ଭକତି ଦୃଢ଼ଚିତ୍ତେଭକ୍ତି ଜନ୍ମିଲା ହୃଦଗତେ
Couplet 46
ଆନନ୍ଦେ ପ୍ରେମାଙ୍ଗ-ଭକତିଶ୍ରୀକୃଷ୍ଣେ କଲେ ମହୀପତି
Couplet 47
ସେ ହରି ଭଜନ ପ୍ରବଳହୋଇଳା ମନ ସୁନିଶ୍ଚଳ
Couplet 48
ନିର୍ମଳ-ମନ ପ୍ରକାଶିଲାବୈରାଗ୍ୟ ଜ୍ଞନ ଉପୁଜିଲା
Couplet 49
ସେ ଜ୍ଞନ-ତୀକ୍ଷ୍ମ-ଶସ୍ତ୍ରେ ରାୟେଛେଦିଲେ ହୃଦୟ-ସଂଶୟେ
Couplet 50
ଯେ କର୍ମ-ଗ୍ରନ୍ଥି ଜୀବକୋଷଜ୍ଞାନ ଖଡଗେ କଲେ ନାଶ
Couplet 51
ଦେହରେ ଆତ୍ମବୁଦ୍ଧି ଯେହିତକ୍ଷଣେ ଦୂରେ ଗଲା ସେହି
Couplet 52
ଏଣୁ ପାଇଲେ ଆତ୍ମଗତିନିରହଙ୍କାର ହେଲା ମତି
Couplet 53
ଏ ସର୍ବ ଯେ ଜ୍ଞାନେ ବିନାଶତା ପରିହରି ନୃପଈଶ
Couplet 54
ଯାବତ ହରିଙ୍କ ଭଜନନୋହିଛି ତାବତ ସାଧନ
Couplet 55
ଯେବେ ଶ୍ରୀକୃଷ୍ଣ ଭାବେ ରତିଶୁଦ୍ଧ ହୋଇବ ତେବେ ମତି
Couplet 56
ଭଜନ-ରସେ ମତ୍ତ ହୋଏନ ପଡେ ଶୋକ ମାୟାମୋହେ
Couplet 57
ଏ ରୂପେ କଲେ ସେ ରାଜନଆତ୍ମାରେ ଆତ୍ମାକୁ ଯୋଜନ
Couplet 58
ସେ ଯୋଗୀ ଯୋଗାସନ ବଳେବ୍ରହ୍ମସ୍ୱରୂପୀ ସେ ହୋଇଲେ
Couplet 59
କାଳେ ଛାଡିଲେ କଳେବରଏ ଅନୁକ୍ରମେ ହେ ବିଦୁର
Couplet 60
ସୁସ୍ଥିରେ ବସି ଯୋଗାସନେଦେହେ ସମୀର ସମାଧାନେ
Couplet 61
ବାମ-ଚରଣ ମୂଳାଧାରେନିରୋଧି ଚାପିଲେ ନର୍ଭରେ
Couplet 62
ସେ ମୂଳାଧାରରୁ ପବନଉଦ୍ଧ୍ୱର୍କୁ ଟେକିଲେ ରାଜନ
Couplet 63
ନାଭିରୁ ହୃଦୟ-କମଳେପବନ ରଖିଲେ ସଧୀରେ
Couplet 64
ତହୁଁ ଷୋଡ଼ଶଦଳେ ନେଲେତହୁଁ କଣ୍ଠରେ ତହୁଁ ଶିରେ
Couplet 65
ଏ ରୂପେ ପ୍ରାଣାଦି ପବନଭେଦିଣ ଏ ଷଡଚକ୍ରେଣ
Couplet 66
ସେ ବ୍ରହ୍ମରନ୍ଧ୍ରେ ଯୋଗବଳେଏ ସର୍ବ କରି ଏକ ଠୁଳେ
Couplet 67
ମନ ପବନ ଦୃଢେ ଧରିଭିତରେ ରହିଲେ ପାଶୋରି
Couplet 68
ସେ ବନେ ପୃଥୁ ନୃପନାଥହେଦ ଧାରଣେ ପଞ୍ଚଭୂତ
Couplet 69
ଯେଝାନୁକ୍ରମେ ଯୋଗବଳେସମଷ୍ଟିଭୂତେ ଲୟ କଲେ
Couplet 70
ପବନ ନ୍ୟାସି ସମୀରଣେଯେ କିଛି ଦେହାଦି ଧାରଣେ
Couplet 71
କ୍ଷିତିକି ଆପ ମଧ୍ୟେ ନ୍ୟାସିସେ ଜଳ ଅନଳେ ନିବେଶି
Couplet 72
ତେଜକୁ ପବନେ ସଂହରିଶବଦ ତମୋଗୁଣେ ଧରି
Couplet 73
ଇନ୍ଦ୍ରିୟ ଗଣେ ଯୁକ୍ତ ମନତାହା ଆକାଶେ କରି ଲୀନ
Couplet 74
ଆକାଶ ଶବଦେ ସଂହରିଶବଦ ତମୋଗୁଣେ ଧରି
Couplet 75
ଏ ଯେ ତାମସ ଅହଙ୍କାରକାର୍ଯ୍ୟ ଯେ ମହାଭୂତ ତାର
Couplet 76
ଯେ ରୂପେ ଲୟ କଲେ ନୃପଶୁଣ ବିଦୁର ତା ସ୍ୱରୂପ
Couplet 77
ପୃଥିବୀ ଗନ୍ଧେ ଲୟ କରିଆପକୁ ରସ ମଧ୍ୟେ ଧରି
Couplet 78
ତେଜକୁ ରୂପ ମଧ୍ୟେ ଥୋଇପବନ ସ୍ପରଶେ ଲଗାଇ
Couplet 79
ଶବଦେ ଆକାଶ ସଂହରିଏ ସର୍ବ ତମଗୁଣେ ଭରି
Couplet 80
ଯେ ତମ ସାତ୍ତ୍ୱିକ ରାଜସଏକତ୍ୱେ କଲେ ତା ପ୍ରକାଶ
Couplet 81
ଇନ୍ଦ୍ରି ସହିତେ ବୁଦ୍ଧି ମନଯେଝାନୁକ୍ରମେ କଲେ ଲୀନ
Couplet 82
ଶବଦ ଆଦି ଇନ୍ଦ୍ରିଗଣେଲୀନ ହୋଇଲେ ଯେଝାସ୍ଥାନେ
Couplet 83
ଏହାଙ୍କ ଅଧିଷ୍ଠାତା ଦେବେଲୟେ ପାଇଲେ ଯେଝାଭାବେ
Couplet 84
ଏକତ୍ୱେ ଅହଙ୍କାର ନେଇସେ ମହତ୍ତତ୍ତ୍ୱରେ ମିଶାଇ
Couplet 85
ଏ ସର୍ବ-ତତ୍ତ୍ୱ ଗୁଣେ ନ୍ୟାସିମହତ୍ତତ୍ତ୍ୱରେ ପରକାଶି
Couplet 86
ସେ ମହତ୍ତତ୍ତ୍ୱ ମାୟା ମୟେପ୍ରକୃତି ସଙ୍ଗେ ହେଲେ ଲୟେ
Couplet 87
ଜ୍ଞାନ ବୈରାଗ୍ୟ ଯୋଗବଳେଏ ଜୀବ ବ୍ରହ୍ମେ ଯାଇ ମିଳେ
Couplet 88
ଏମନ୍ତେ ପୃଥୁ ମହୀପାଳଦେହ ତେଜିଲେ ପାଇ କାଳ
Couplet 89
ସେ ଅର୍ଚ୍ଚି ପତିବ୍ରତା ନାରୀସ୍ୱଧର୍ମେ ସ୍ୱାମୀ-ପାଦ ଧରି
Couplet 90
ଦେହ ଶୁଖାଇ ତପେ ଥିଲେସ୍ୱାମୀର ମରଣ ଦେଖିଲେ
Couplet 91
ତକ୍ଷଣେ ହୋଇ ହତଜ୍ଞାନଆକୁଳେ କରନ୍ତି ରୋଦନ
Couplet 92
ଭୋନାଥ ମୋର ପ୍ରାଣନାହାମୋତେ ଦେଖାଅ କିମ୍ପା ଏହା
Couplet 93
କପଟେ ମୁଦ୍ରିତ ଲୋଚନଶ୍ୱାସ ବହଇ ଅତି କ୍ଷୀଣ
Couplet 94
ତୁ କାଳ ବିହନ୍ତା ଈଶ୍ୱରଏ ତୋର ମାୟା ଖେଡଘର
Couplet 95
ସ୍ଥିତି ଉତ୍ପତ୍ତି କରୁ ନାଶତୁ ମାତ୍ର ରହୁ ଅବଶେଷ
Couplet 96
ତୁ ସର୍ବକାରଣ ମୁରାରିକାର୍ଯ୍ୟ କାରଣେ ଦେହ ଧରି
Couplet 97
ତୁ କାଳ ରୂପୀ ଭଗବାନଅନ୍ତେ ସକଳ କରୁ ଲୀନ
Couplet 98
ଭୋ ଯୋଗେଶ୍ୱର ତୋ ମହିମାନ ଜାଣି ପାରେ ହରବ୍ରହ୍ମା
Couplet 99
ଯା ନାମେ ମୃତ୍ୟୁଭୟ ନାଶେମୃତ୍ୟୁ ଅମୃତ୍ୟୁ ପରକାଶେ
Couplet 100
ଏବେ କପଟେ ମୃତ୍ୟୁ ଭୟେମୋତେ ଦେଖାଅ ମାୟାମୋହ
Couplet 101
ଏ ମାୟାମୋହ ଦ୍ୱନ୍ଦ୍ୱ-ପାଶପ୍ରତେଜି ତୁମ୍ଭ ପ୍ରତିଆଶ
Couplet 102
ଏବେ ଉପେକ୍ଷି ବନ ଘୋରେତେଜିଣ ଗଲ ନିଜପୁରେ
Couplet 103
ମୁଁ ଯେ ନିରତେ ଅପରାଧୀତୋ ପାଦେ ନ ସେବି ଦୁର୍ବୁଦ୍ଧି
Couplet 104
ସେ ଅପରାଧ ଦୋଷେ ମୋତେଏବେ ତେଜିଲ ଦୁଃଖ ଚିତ୍ତେ
Couplet 105
ତୁମେ ଯେ ମୋର ମନ ଦୁଃଖେବହ ସୁଦୟା-ଭାବ ସୁଖେ
Couplet 106
ଭୋ ସଖି ନ ତେଜିବି ତୋତେଯାବତ ପ୍ରାଣ ଦେହଗତେ
Couplet 107
ସେ ଆଜ୍ଞା ଅଭାଗ୍ୟେ ମୋହରଏବେ ଫଳିଲା ଯୋଗେଶ୍ୱର
Couplet 108
ଏ ରୂପେ ବିଳପେ ସୁନ୍ଦରୀଶୋକସାଗରେ ତନୁଘାରି
Couplet 109
ସେ ଅର୍ଚ୍ଚିଦେବୀ ଜ୍ଞାନବତୀତକ୍ଷଣେ ଧୀର କରି ମତି
Couplet 110
ପର୍ବତ-ପ୍ରାନ୍ତେ ଚିତା କଲେସ୍ୱାମୀଙ୍କି ତହିଁ ନିବେଶିଲେ
Couplet 111
ମୁଖାଗ୍ନି କରି ବିଧିମତେସ୍ନାନ ଉଦକ କ୍ରିୟା ଯେତେ
Couplet 112
ସୂର୍ଯ୍ୟଙ୍କୁ କରି ଅର୍ଘ୍ୟଦାନଯେ କର୍ମ ଯେ ବିଧି ବିଧାନ
Couplet 113
ଦେବଙ୍କୁ କରି ନମସ୍କାରସଂପୁଟେ ଯୋଡି ବେନିକର
Couplet 114
ଏ ସର୍ବ ସାରିଣ ସୁନ୍ଦରୀଅଗ୍ନିକୁ ପ୍ରଦକ୍ଷିଣ କରି
Couplet 115
ପ୍ରବେଶ ଅଗ୍ନି ମଧ୍ୟେ ଯାଇଦେବେ ଦେଖନ୍ତି ଶୂନ୍ୟେ ଥାଇ
Couplet 116
ସିଦ୍ଧ ଚାରଣ ବିଦ୍ୟାଧରଇନ୍ଦ୍ରାଦି ଯେତେ ଅନୁଚର
Couplet 117
ଯେ ଯାହା ମତେ କରି ସ୍ତୁତିଆନନ୍ଦେ ପୁଷ୍ପ ବରଷନ୍ତି
Couplet 118
ଦୁନ୍ଦୁଭି ବାଦ୍ୟ-ନାଦ କରିରଙ୍ଗେ ନାଚନ୍ତି ଅପସରୀ
Couplet 119
ମଙ୍ଗଳାଳାପେ ଶୁଦ୍ଧ-କାଳେସେ ପତିପତ୍ନୀ ଏକମେଳେ
Couplet 120
ଆକାଶେ ଯାନ୍ତି ଦେବଯାନେଯେହ୍ନେ ତଡିତ ନବଘନେ
Couplet 121
ଦେବେ ଆନନ୍ଦେ ସ୍ତୁତି ଭଣିଶିରେ ନିବେଶି ବେନିପାଣି
Couplet 122
ପ୍ରଶଂସି ଦେବୀ ଜଣେ ଜଣେଆନନ୍ଦେ ଅଶ୍ରୁଳ ଲୋଚନେ
Couplet 123
ଧନ୍ୟ ସାଧବୀ ପତିବ୍ରତାସ୍ୱାମୀ-ସେବାରେ ଅନୁରତା
Couplet 124
ତେଜିଣ ଅଚଳ-ବିଭୂତିସ୍ୱାମୀର ସଙ୍ଗତେ ଚଳନ୍ତି
Couplet 125
ଯେଣୁ ଏ ପୂର୍ବେ ତପ କଲେତେଣୁ ଦେବଙ୍କ ଉର୍ଦ୍ଧ୍ୱେ ଗଲେ
Couplet 126
ଯେସନେ ଲକ୍ଷ୍ମୀନାରାୟଣଏ ବେନି ଦିଶନ୍ତି ତେସନ
Couplet 127
ଲକ୍ଷ୍ମୀ ସଦୃଶ ଏ ଯୁବତୀଲଭିଲେ ଏକାଙ୍ଗ ଭକତି
Couplet 128
ଯେଣୁ ସୁକର୍ମ କରିଛନ୍ତିତେଣୁ ଲଭିଲେ ନିଜପତି
Couplet 129
ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମିଅଳ୍ପ-ଆୟୁଷ ପ୍ରାଣୀ ଜନ୍ମି
Couplet 130
ସ୍ୱଧର୍ମ-କର୍ମ ଆଦରନ୍ତିସକଳ ଆପଦୁ ତରନ୍ତି
Couplet 131
ନିଷ୍ପାପ ଅଟେ ଯେଉଁ ନରସ୍ୱର୍ଗାପବର୍ଗ ନୋହେ ଦୂର
Couplet 132
ଏଣୁ ନିଷ୍କାମ ଯାର ମତିସେ ଲଭେ ଏକାନ୍ତ ଭକତି
Couplet 133
ସ୍ୱର୍ଗାଦି ଭୋଗ କିବା ତାରଯହିଁ ବସନ୍ତି ଭକ୍ତ ନର
Couplet 134
କୃଷ୍ଣ-ଚରିତ ନିତ୍ୟେ ଭାବିରୋମ ପୁଲକେ ଅଶ୍ରୁ ଦ୍ରବି
Couplet 135
ନିର୍ମଳ ହୋଏ ବୁଦ୍ଧି ମତିଅଜ୍ଞାନ ମୋହ ବିନାଶନ୍ତି
Couplet 136
ଏ ଭାବ ନ ଘେନେ ଯା ଚିତ୍ତସେ ଦୁଃଖସାଗରେ ପୀଡିତ
Couplet 137
ସେ ଆତ୍ମାବୋଧେ ଭାଗୀହୋଇଯେ ନିତ୍ୟେ ବିଷୟେ ମଜ୍ଜଇ
Couplet 138
ଏମନ୍ତେ ଶୁଣ ହେ ବିଦୁରସେ ଦେବ କାମିନୀ ବିଚାର
Couplet 139
ସେ ଅର୍ଚ୍ଚିଦେବୀଙ୍କି ସ୍ତୁବନ୍ତିପ୍ରବେଶ ପତିଲୋକେ ସତୀ
Couplet 140
ସେ ପୃଥୁ ଭକତ-ଉତ୍ତମଯାହାଙ୍କ ଚରିତ ଉଦ୍ଦାମ
Couplet 141
ବର୍ଣ୍ଣିଲୁ ତାହାଙ୍କ ଚରିତଶ୍ରବଣେ ହୁଅ ଶୁଦ୍ଧଚିତ୍ତ
Couplet 142
ସେ ପୃଥୁ ପୁଣ୍ୟ-ଉପାଖ୍ୟାନଶ୍ରଦ୍ଧାରେ ପଢନ୍ତି ଯେ ଜନ
Couplet 143
ସେ ପୃଥୁ ପଦକୁ ଲଭନ୍ତିଜନ୍ମ ମରଣୁ ନିସ୍ତରନ୍ତି
Couplet 144
ଏ ଚାରିବର୍ଣ୍ଣ ମଧ୍ୟଗତେପଢନ୍ତି ଶୁଣନ୍ତି ଯେ ନିତ୍ୟେ
Couplet 145
ତା ସର୍ବକାମ ସିଦ୍ଧି ହୋଏ ସିଦ୍ଧିସକଳ-ବର୍ଣ୍ଣେ ସେ ପ୍ରସିଦ୍ଧି
Couplet 146
ଯେ ବିପ୍ରଜନ ଏହା ପଢେବ୍ରହ୍ମପଦକୁ ଲଭେ ଦୃଢ଼େ
Couplet 147
କ୍ଷତ୍ରିୟ କଲେ ଅଧ୍ୟୟନରାଜତ୍ୱ ପଣେ ସେ ନିପୁଣ
Couplet 148
ଗାୟନ କଲେ ବୈଶ୍ୟଜନକୃଷ୍ୟାଦି କାଣିଜ୍ୟେ ନିପୁଣ
Couplet 149
ସେ ଜ୍ଞାନୀଜନେ ଶ୍ରେଷ୍ଠ ହୋଇଧର୍ମାଥୀଜୀବନେ ଜୀଅଇ
Couplet 150
ଶ୍ରବଣେ ଶୂଦ୍ର ହୋଏ ସୁଖୀଭକତ ମଧ୍ୟେ ତାକୁ ଲେଖି
Couplet 151
ତ୍ରିକାଳ ଶ୍ରବଣ କୀର୍ତ୍ତନେଯେ ନରନାରୀ ଶୁଦ୍ଧମନେ
Couplet 152
ସକଳ-କାମାର୍ଥ ଲଭନ୍ତିଭୋଗାନ୍ତେ ଦୈକୁଣ୍ଠେ ବସନ୍ତି
Couplet 153
ନିର୍ଦ୍ଧନ-ଅପୁତ୍ରିକ-ଜନଲଭେ ଅପତ୍ୟ ବହୁ-ଧନ
Couplet 154
ଅକୀର୍ତ୍ତମନ୍ତ ଯେବା ଜନଶ୍ରବଣେ ଲଭେ କୀର୍ତ୍ତିମାନ
Couplet 155
ସେ ଣ୍ୟେ ପୃଥୁର ଚରିତଶ୍ରବଣେ ମୂର୍ଖ ସୁପଣ୍ତିତ
Couplet 156
ଯେ ପ୍ରତିଦିନେ ଅଧ୍ୟୟନ୍ତିଅଶୁଭ କର୍ମ ବିନାଶନ୍ତି
Couplet 157
ଯଶ ଆୟୁଷ ଧନ ଆରଶ୍ରବଣେ ବଢ଼େ ନିରନ୍ତର
Couplet 158
ଅପରେ ଧର୍ମ ଅର୍ଥ ଚାରିଲଭନ୍ତି ତ୍ରିତାପ ନିବାରି
Couplet 159
ଯେବେ କ୍ଷତ୍ରିୟ ରିପୁ ଭୟେଶ୍ରବଣେ ଚତୁର୍ଦ୍ଦିଗ ଜୟେ
Couplet 160
ଏ ସର୍ବ କର୍ମଫଳ ପାଇଯେ ଅବା ନିରତେ ଶୁଣଇ
Couplet 161
ଏ ପୁଣ୍ୟ ପୃଥୁର ଚରିତସଦ୍ୟ ବିଶୁଦ୍ଧ ହୋଏ ଚିତ୍ତ
Couplet 162
ପଠନ କରେ ଯେବା ପ୍ରାଣୀସୁସାଧୁ ମଧ୍ୟେ ତାକୁ ଗଣି
Couplet 163
ଯେ ମୁଖେ କରନ୍ତି ଗାୟନବିଶୁଦ୍ଧ ହୋଏ ବୁଦ୍ଧି ମନ
Couplet 164
ତାର ଅଶେଷ ପୁଣ୍ୟମୟେବିପ୍ର କଲ୍ୟାଣେ ତାର ହୋଏ
Couplet 165
ବ୍ରାହ୍ମଣ-ମୁଖୁ ଯେବେ ଶୁଣିଅନ୍ୟତ୍ରୁ ଚତୁର୍ଗୁଣ ଜାଣି
Couplet 166
ବିପ୍ର-ପୂଜନେ ହରି ତୋଷତାଙ୍କୁ ନ ଲାଗେ ଗୁଣ-ଦୋଷ
Couplet 167
ଶୁଣ ବିଦୁର ସାବଧାନେସେ ପୃଥୁ ଚରିତ ଆଖ୍ୟାନେ
Couplet 168
ଅମୃତ ରସମୟ ଗୀତଶ୍ରବଣେ ନିସ୍ତରେ ପତିତ
Couplet 169
ପାର୍ଥବୀ ଗତି ହୋଏ ତାରସ୍ୱର୍ଗାପବର୍ଗ ନୋହ ଦୂର
Couplet 170
ଏ ମୋହ-ସଂସାର ତାରଣେଅନ୍ୟଥା ନାହିଁ ଉଦ୍ଧାରଣେ
Couplet 171
ଚତୁର୍ଥ ସ୍କନ୍ଧେ ଭାଗବତତ୍ରିବିଂଶ-ଅଧ୍ୟାର ଚରିତ
Couplet 172
ମୈତ୍ରେୟ-ବିଦୁର ସମ୍ବାଦଶ୍ରବଣେ ଖଣ୍ତଇ ଆପଦ
Couplet 173
ଶୁଣନ୍ତେ ତୁଟେ ଭବବ୍ୟାଧିଶ୍ରବଣେ ପାପ-ବନ୍ଧ ଛେଦି
Couplet 174
ହରି-ଚରଣ ଆଶ୍ରେ କରସକଳ-ପାପ ହେବ ଦୂର
Couplet 175
ସୁଜନେ ଏହି ରସେ ରସଭଣଇ ଜଗନ୍ନାଥ ଦାସ