Skip to content
paribhaasha

Skandha 4

Adhyaya 22

  1. Couplet 1

    କୃଷ୍ଣ ଚରିତ ମନେ ଘେନିକହନ୍ତି ମଇତ୍ରେୟ ମୁନି

  2. Couplet 2

    ଏ ଅନ୍ତେ ଶୁଣ ହେ ବିଦୁରସେ ପୃଥୁଦେବ ରାଜ୍ୟେଶ୍ୱର

  3. Couplet 3

    ପ୍ରଜା ପାଳନେ ଧର୍ମଶ୍ରୀଳହରି-ଭକତି ରସେ ଭୋଳ

  4. Couplet 4

    ସେ ରାଜ୍ୟେ ଯେତେ ପ୍ରଜାଗଣପିତୃ ଦେବ ଋଷି ବ୍ରାହ୍ମଣ

  5. Couplet 5

    ପୃଥୁଙ୍କ ଗୁଣ ବଖାଣନ୍ତିସେ ସର୍ବେ ହରିଙ୍କି ପୂଜନ୍ତି

  6. Couplet 6

    ଏମନ୍ତେ କେତେ କାଳାନ୍ତରେବିଜୟ କଲେ ମୁନିବରେ

  7. Couplet 7

    ସେ ସିଦ୍ଧଗଣ ମଧ୍ୟେ ବରବିଶେଷେ ବ୍ରହ୍ମାଙ୍କ କୁମର

  8. Couplet 8

    ତପ-ସାଧନେ ବିରାଜନ୍ତିସୂର୍ଯ୍ୟକିରଣ ପ୍ରାୟେ ଜ୍ୟୋତି

  9. Couplet 9

    ଆକାଶେ ଦେଖିଲେ ରାଜନକାନ୍ତିରୁ କଲେ ଅନୁମାନ

  10. Couplet 10

    ଏ ସର୍ବେ ସିଦ୍ଧ ସନକାଦିବିଷ୍ଣୁଭକତ ବ୍ରହ୍ମବାଦୀ

  11. Couplet 11

    ଲୋକଙ୍କ ପାପାଶୁଦ୍ଧି ଅର୍ଥେଭ୍ରମଣ କରନ୍ତି ଜଗତେ

  12. Couplet 12

    ନିଶ୍ଚୟ ଜାଣି ଅନୁମାନେଉଠିଲେ ସହାସ୍ୟେ ସଗଣେ

  13. Couplet 13

    ତାଙ୍କ ଦର୍ଶନେ ନୃପପ୍ରାଣଉଦ୍ଧ୍ୱର୍କୁ କଲା କି ଗମନ

  14. Couplet 14

    ଯେହ୍ନେ ଜୀବନ ପିଣ୍ତ ପାଇସତ୍ୱରେ ଉଠିଲେ ଚିତୋଇ

  15. Couplet 15

    ସଦସ୍ୟ ଆଦି ଯେତେ ଥିଲେସକଳେ ସତ୍ୱରେ ଉଠିଲେ

  16. Couplet 16

    ଯେସନେ ଗନ୍ଧାଦି ଗୁଣକୁଜୀବ ଉତ୍ସୁକ ଘେନିବାକୁ

  17. Couplet 17

    ତେସନେ ନୃପ ହେଲେ ଉଭାମୁନି ପ୍ରବେଶ ହେଲେ ସଭା

  18. Couplet 18

    ଆନନେ୍ଦ ପୃଥୁ-ନୃପବରପ୍ରଣମି ମୁନିଙ୍କ ପୟର

  19. Couplet 19

    ସୁଗନ୍ଧ-ଶୀତଜଳ ନେଇପଦକମଳ ଦେଲେ ଧୋଇ

  20. Couplet 20

    ଦିବ୍ୟ-ଆସନେ ବସାଇଲେସବିଧି-ବେଭାରେ ପୂଜିଲେ

  21. Couplet 21

    ତାହାଙ୍କ ଚରଣ-ସଲିଳେଅଳକ-ବନ୍ଧ ସମ୍ମାର୍ଜିଲେ

  22. Couplet 22

    ଯେ ପ୍ରାଣୀ ହୋଏ ଶୀଳବନ୍ତତାହାଙ୍କ ଚରିତ ଏମନ୍ତ

  23. Couplet 23

    ଛାଡି ନୃପତି ଅଭିମାନଆନନ୍ଦେ କଲେ ବହୁମାନ୍ୟ

  24. Couplet 24

    ହାଟକ-ଆସନେ ବସାଇପାଦ-ଉଦକ ଶିରେ ଲଇ

  25. Couplet 25

    ସେ ଭବ-ଅଗ୍ରଜନ୍ମା ଯେଣୁରାଜନ ମାନ୍ୟ କଲେ ତେଣୁ

  26. Couplet 26

    ଭାବେ ପ୍ରତୋଷି ତାଙ୍କ ମନକହନ୍ତି ମଧୁର ବଚନ

  27. Couplet 27

    ଆଜ ମୋ ପୂର୍ବଭାଗ୍ୟଫଳଜୀବନ ହୋଇଲା ସଫଳ

  28. Couplet 28

    ଦୁର୍ଲଭ ଦେଖିଲି ତୁମ୍ଭଙ୍କୁଖୋଜି ନ ପାନ୍ତି ଯୋଗୀ ଯାଙ୍କୁ

  29. Couplet 29

    କି ତାର ଦୁର୍ଲଭ ସଂସାରେଯେ ଅବା ଅଛି ଇହପରେ

  30. Couplet 30

    ଯାହାକୁ ବିଷ୍ଣୁ ବଇଷ୍ଣବପ୍ରସନ୍ନ ବିପ୍ର ସଦାଶିବ

  31. Couplet 31

    ଅବ୍ୟକ୍ତ-ଗତି ଯେ ତୁମ୍ଭରଭ୍ରମଣ ଚତୁର୍ଦ୍ଦଶ-ପୁର

  32. Couplet 32

    ଅଭାଗ୍ୟବନ୍ତ ପ୍ରାଣୀ ଯେହିତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ

  33. Couplet 33

    ଏ ଆତ୍ମାପୁରୁଷ ଯେସନେସକଳ ଦେଖଇ ଚେତନେ

  34. Couplet 34

    ତାହାକୁ ନ ଦେଖନ୍ତି କେହିଏ ବିଶ୍ୱ ହେତୁଭୂତ ଯେହି

  35. Couplet 35

    ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲିଧନ୍ୟ ମୋ ଜୀବନ ମଣିଲି

  36. Couplet 36

    ନିର୍ଦ୍ଧନ ଗୃହେ ଯେହ୍ନେ ଧନଅଣ ଆୟାସେ ଲଭେ ପୁଣ୍ୟ

  37. Couplet 37

    ତେହ୍ନେ ମଣିଲି ଅଦଭୁତକି ଭାଗ୍ୟେ ତୁମ୍ଭେ ଉପଗତ

  38. Couplet 38

    ଯା ଗୃହେ ଅତିଥି ଆଗତଭାବେ ପୂଜଇ ଶୁଦ୍ଧଚିତ୍ତ

  39. Couplet 39

    ବିଭବେ ପୂଜି ବହୁବିଧେକାୟ ବାଚିକ ମନ-ଶୁଦ୍ଧେ

  40. Couplet 40

    ବିଭବ-ହୀନ ଯେବା ଜନପୂଜିବ ଯେ ବିଧି-ବିଧାନ

  41. Couplet 41

    ଭୂମି ଉଦକ ତୃଣାସନେଦେଇ ପୂଜିବ ଶୁଦ୍ଧମନେ

  42. Couplet 42

    ଏ ଭାବେ ଯେବା ନ ପୂଜନ୍ତିସେ ବ୍ୟର୍ଥ-ଜୀବନେ ଜୀବନ୍ତି

  43. Couplet 43

    ବ୍ୟାଳ-ଆଳୟ ଦ୍ରୁମ ଯେହ୍ନେତା ଗୃହ ଭୟଙ୍କର ତେହ୍ନେ

  44. Couplet 44

    ଯା ଗୃହଗତେଣ ଅତିଥିସୁଖେ ଚରଣ ନ ଧୁଅନ୍ତି

  45. Couplet 45

    ତାର ଜୀବନ ଅକାରଣବ୍ୟର୍ଥ ଆୟୁଷ ଯଶ ଗୁଣ

  46. Couplet 46

    ଯେ ଭକ୍ତଜନଙ୍କୁ ନ ସେବେତା ସୁଖ ସମ୍ପଦ କି ଲାଭେ

  47. Couplet 47

    ଭୋ ମୁନି ତୁମ୍ଭ ଆଗମନମଙ୍ଗଳ ମଣିଲି ଜୀବନ

  48. Couplet 48

    ତୁମ୍ଭର ବ୍ରତ ବିଧି ଆଦିଆଚରନ୍ତି ଯେ ମୋକ୍ଷବାଦୀ

  49. Couplet 49

    ଯେ ବାଳ ବୟସୁ ଆଚରେସେ ତେବେ ମୋକ୍ଷମାର୍ଗ ଧରେ

  50. Couplet 50

    ଏ ବାଳ ପୌଗଣ୍ତ କୈଶୋରେଯେ ଧରେ ଦୃଢ଼ ନିଷ୍ଠାପରେ

  51. Couplet 51

    ସେ ତେବେ ମୋକ୍ଷପଦେ ଯାନ୍ତିଏ ବିଷ୍ଣୁ ମାୟାରୁ ତରନ୍ତି

  52. Couplet 52

    ଇନ୍ଦ୍ରିୟମାନଙ୍କ ବିଷୟନ ଛାଡ଼େ ଯାହାର ହୃଦୟ

  53. Couplet 53

    ସେ କାହିଁ ସୁଖ ନ ଲଭନ୍ତିସ୍ୱକର୍ମ-ବନ୍ଧେ ବନ୍ଦୀ ହୋନ୍ତି

  54. Couplet 54

    ଏ ଘୋର-ସଂସାରେ ପଡିଣଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ

  55. Couplet 55

    ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀଆତ୍ମାରାମଙ୍କ ମଧ୍ୟେ ମାନୀ

  56. Couplet 56

    ଏଣୁ ଯେ ତୁମ୍ଭ ମାନଙ୍କରେକୁଶଳ ପ୍ରଶ୍ନ କେ ପଚାରେ

  57. Couplet 57

    ତୁମ୍ଭର ମତି-ବୃତ୍ତିମାନେକୁଶଳାକୁଶଳ ନ ଘେନେ

  58. Couplet 58

    ଏହି ବିଶ୍ୱାସ ମୋର ଅଛିସଭୟେ ନପାରଇ ପୁଚ୍ଛି

  59. Couplet 59

    ସଂସାର-ତାପେ ଯେ ତାପିତତାଙ୍କ କୁଶଳ ଯେ ଚରିତ

  60. Couplet 60

    ତୁମ୍ଭେ ତପସ୍ୱୀଗଣ ମିତ୍ରନିର୍ମଳ ଚରିତ ପବିତ୍ର

  61. Couplet 61

    ଏ ଅଭିପ୍ରାୟେ ମୁଁ ପୁଚ୍ଛଇଫେଡିଣ କହିବା ଗୋସାଇଁ

  62. Couplet 62

    ଏ ଦୁଃଖ ଅଜ୍ଞାନ ସଂସାରେଏ ଜୀବ ଭ୍ରମେ ନିରନ୍ତରେ

  63. Couplet 63

    ଭୋ ମୁନି କିବା କର୍ମ କଲେଏ ଜୀବ ନିସ୍ତରିବେ ଭଲେ

  64. Couplet 64

    ଏ ଅଭିପ୍ରାୟେ ମୁଁ ପୁଚ୍ଛଇଭକ୍ତ-ଉଦ୍ଧାରଣେ ଗୋସାଇଁ

  65. Couplet 65

    ତୁମ୍ଭେ ଭକତ-ଜନହିତେକୁଶଳ ବାଞ୍ଛ ଅବିରତେ

  66. Couplet 66

    ସିଦ୍ଧ-ଯୋଶୀନ୍ଦ୍ର ରୂପ ଧରିସଂସାରେ ଭ୍ରମୁଥାନ୍ତି ହରି

  67. Couplet 67

    ସକଳ ଆତ୍ମା ସେ ଗୋସାଇଁଭ୍ରମନ୍ତି ସନ୍ଥଜନ ପାଇଁ

  68. Couplet 68

    ସେ ଆଜ ସିଦ୍ଧ ରୂପେ ଥାନ୍ତିଆପକୁ ଆପେ ପ୍ରକାଶନ୍ତି

  69. Couplet 69

    ପ୍ରତ୍ୟକ୍ଷେ ତୁମ୍ଭେ ସେ ଗୋସାଇଁଦର୍ଶନେ ନିସ୍ତରିଲି ମୁହିଁ

  70. Couplet 70

    ଏ ଭବତରଣ ଉପାୟେଫେଡିଣ କହିବା ଥୋକାଏ

  71. Couplet 71

    ତୁମ୍ଭେ ଯେ ମୋତେ କୃପା ଘେନିଆମ୍ଭ କୁଶଳ କହ ମୁନି

  72. Couplet 72

    ଏମନ୍ତେ ଶୁଣ ହେ ବିଦୁରସେ ପୃଥୁ ବଚନ ମଧୁର

  73. Couplet 73

    ଶ୍ରବଣେ ତୋଷ ହେଲେ ମୁନିସାଧୁ-ସମ୍ମତ ବାକ୍ୟ ଘେନି

  74. Couplet 74

    ହରଷେ କହନ୍ତି କୁମାରଶୁଣ ହେ ପୃଥୁ ନୃପବର

  75. Couplet 75

    ସଂସାରେ ସାଧୁଜନ ଯେହିତାଙ୍କ ମହିମା ସିନା ଏହି

  76. Couplet 76

    ବିଷୟ ସୁଖ ନ ଘେନନ୍ତିପ୍ରାଣୀଙ୍କ ଶ୍ରେୟ ପଚାରନ୍ତି

  77. Couplet 77

    ତୁମ୍ଭେ ଯେ ପଣ୍ତିତ ସୁଶୀଳଏଣୁ ଉତ୍ତମ ପଚାରିଲ

  78. Couplet 78

    ସୁସାଧୁ ଜନଙ୍କ ସଙ୍ଗତଉଭୟ ଲୋକଙ୍କୁ ସେ ହିତ

  79. Couplet 79

    ଏଣୁ ସାଧୁଙ୍କ ସମ୍ଭାଷଣସୁପୁଣ୍ୟ ମଙ୍ଗଳ କାରଣ

  80. Couplet 80

    ଅଶେଷ ଜୀବହିତ କରେଏଣୁ ପଚାରିଲ ବେଭାରେ

  81. Couplet 81

    ସୁଶାନ୍ତ ଆମ୍ଭ ମନ ହେଲାତୁମ୍ଭ ପ୍ରଶନେ ଦୁଃଖ ଗଲା

  82. Couplet 82

    ଏବେ ହୋ ଶୁଣ ନୃପବରକହିବା ଏଥି ପ୍ରତିକାର

  83. Couplet 83

    ଯେ ମୋକ୍ଷ-ସାଧନ ପୁଚ୍ଛିଲଅଶେଷ ଜୀବର ଯେ ଭଲ

  84. Couplet 84

    ଉପାୟ ଅଛଇ ଯେ ଏକଭୋ ନୃପ ମନେ ବୁଝି ଦେଖ

  85. Couplet 85

    ଗୋବିନ୍ଦ-ଚରଣ-କମଳେଯେ ପ୍ରାଣୀ ଭଜନ୍ତି ଶୟଳେ

  86. Couplet 86

    ତରନ୍ତି ଏ ଭବ-ଜଳଧିଯେ ପ୍ରାଣୀ ଭଜେ ନିରବଧି

  87. Couplet 87

    ତ୍ରିବିଧ କୃଷ୍ଣ-ଉପାସନରଜ ସା‌ତ୍ତ୍ୱିକ ତମ ଗୁଣ

  88. Couplet 88

    ତାମସ-ଭକ୍ତ ଏ ଲକ୍ଷଣକହିବା ଏଥିର କାରଣ

  89. Couplet 89

    ଶ୍ରୀକୃଷ୍ଣ-ଭକତଙ୍କ ମେଳେଯେ ନାଚେ ସଙ୍କୀର୍ତ୍ତନ ବେଳେ

  90. Couplet 90

    ତହିଁ ଯାହାର ନୋହେ ରତିସେ ହୀନ କପଟ ଭକତି

  91. Couplet 91

    ତାହାର ଅନ୍ତର ମଳିନକାମ-କଷାୟେ ହୋଏ ହୀନ

  92. Couplet 92

    ତାମସ ଭକ୍ତ ବୋଲି ତାରେନ ତରେ ଏ ଭବସାଗରେ

  93. Couplet 93

    କୃଷ୍ଣ ଭଜନେ ହୋଏ ରତିଆତ୍ମାକୁ ବିଶୁଦ୍ଧ କରନ୍ତି

  94. Couplet 94

    ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେନିଶ୍ଚୟ ବୁଝ ନରରାୟେ

  95. Couplet 95

    ସେଟି ନିର୍ମଳ ଜ୍ଞାନହେତୁଭବସାଗର ପାର ସେତୁ

  96. Couplet 96

    ଚିତ୍ତ ବିଶୁଦ୍ଧ ଯାର ନାହିଁତାର ବୈରାଗ୍ୟ ଜ୍ଞାନ କାହିଁ

  97. Couplet 97

    ହରି ଚରଣେ ସେବା ରତିବୈରାଗ୍ୟ ନିଶ୍ଚଳ ଭକତି

  98. Couplet 98

    ଏଟି କୈବଲ୍ୟ ସୁସାଧନନିଶ୍ଚୟ ବୁଝ ତୁ ରାଜନ

  99. Couplet 99

    ବୈରାଗ୍ୟେ ହୋଏ ଯେ ଅସଙ୍ଗତହୁଁ ଜନ୍ମଇ ଭକ୍ତି ଅଙ୍ଗ

  100. Couplet 100

    ଯେଣୁ ତା ଦେହେ ସଙ୍ଗ ନାହିଁଏଣୁଟି ଆତ୍ମେ ରତି ହୋଇ

  101. Couplet 101

    ସେ ବ୍ରହ୍ମ ନିର୍ଗୁଣ ନିର୍ମଳବ୍ୟାପିଛଇ ଅଶେଷ-ଶୟଳ

  102. Couplet 102

    ଭକ୍ତି-ବୈରାଗ୍ୟେ ତାକୁ ପାଇଏ ବିନେ ଜୀବ ଭ୍ରମୁଥାଇ

  103. Couplet 103

    ସେ ବ୍ରହ୍ମେ ଏ ରତି ପ୍ରକାରଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର

  104. Couplet 104

    ହରି-ଚରଣେ ଯେବେ ଭାବେନିଷ୍କାମ-ଭକ୍ତି ହୋଏ ତେବେ

  105. Couplet 105

    ଯୋଗରେ ନିଷ୍ଠା ଥାଇ ଯାରପୁଚ୍ଛଇ ଶାସ୍ତ୍ର-ମାର୍ଗ ସାର

  106. Couplet 106

    ଯୋଗୀନ୍ଦ୍ର ଗଣେ ସେବାକଲେସେ ଋତି ଲଭେ ବ୍ରହ୍ମତୁଲେ

  107. Couplet 107

    କି ଅବା ହରି ସଂକୀର୍ତ୍ତନଶୁଣେ ଶ୍ରବଣେ କରେ ଧ୍ୟାନ

  108. Couplet 108

    ଅସଙ୍ଗ-ରତି ଏହି ଭାବେସାଧନ ତାରତମ୍ୟେ ଲଭେ

  109. Couplet 109

    ଶୁଣ ରାଜନ କୃଷ୍ଣ ଲୟେତ୍ରିବିଧ ପ୍ରକାରେ ଯେ ହୋଏ

  110. Couplet 110

    ଯେ ମାର୍ଗେ ଯେ ସାଧ୍ୟ କରନ୍ତିବ୍ରହ୍ମନିର୍ବାଣେ ହୋଏ ରତି

  111. Couplet 111

    ଅର୍ଥ-ବାଞ୍ଛିତ ମନ ଯାରତାମସେ ବଦ୍ଧ ସେହୁ ନର

  112. Couplet 112

    ଯେ ପ୍ରାଣୀ ଇନ୍ଦ୍ରିଭୋଗ ବଶତାହାକୁ ବୋଲିଟି ରାଜସ

  113. Couplet 113

    ଏହାଙ୍କୁ ନ କରିବ ସଙ୍ଗସେ ସଙ୍ଗ-ଦୋଷେ ଜ୍ଞାନଭଙ୍ଗ

  114. Couplet 114

    ତହିଁ ନ ଦେବ ମନ ଦୃଷ୍ଟିକେବେହେଁ ନକରିବ ଗୋଷ୍ଠୀ

  115. Couplet 115

    ସେ ସଙ୍ଗ ଯେବା ଆଦରନ୍ତିସକାମ ଅର୍ଥ ସେ ବାଞ୍ଛନ୍ତି

  116. Couplet 116

    ଏଣୁ ତାହାଙ୍କ ସଙ୍ଗ ତେଜିଯେ ପ୍ରାଣୀ ଆତ୍ମାଲାଭ ଖୋଜି

  117. Couplet 117

    ନିଃସଙ୍ଗେ ନିର୍ଜନେ ସେବଇତେବେ ଆତ୍ମାକୁ ଭେଟ ପାଇ

  118. Couplet 118

    ଏ ରୂପେ ହୋଏ ବ୍ରହ୍ମେ ରତିଶୁଣ ସୁମନେ ହେ ନୃପତି

  119. Couplet 119

    ଅପରେ ଅସାଧୁ କହିବାଯାହାର ନାହିଁ ଭକ୍ତି ସେବା

  120. Couplet 120

    ହରି-ଚରଣେ ଭକ୍ତି ନୋହିତାହାର ବ୍ରହ୍ମେ ରତି କାହିଁ

  121. Couplet 121

    ସେ ହରି ଗୁଣ ସୁଧା-ପାନସେ ବିନୁ ନୋହେ ବ୍ରହ୍ମଜ୍ଞାନ

  122. Couplet 122

    ଅହିଂସା-ଧର୍ମେ ଯେବା ଥାନ୍ତିଏ ବ୍ରହ୍ମଜ୍ଞାନ ସେ ଲଭନ୍ତି

  123. Couplet 123

    ପରମହଂସର ଯେ ବିଧିତତିକ୍ଷା ଶମ ଦମ ଆଦି

  124. Couplet 124

    ଆତ୍ମାର ହିତ ଅନୁଧ୍ୟାନେନିର୍ଗୁଣ ହୋଏ ବ୍ରହ୍ମଜ୍ଞାନେ

  125. Couplet 125

    ସେ ହରି ପରମ-ପୁରୁଷତାହାଙ୍କ ଚରିତ ପୀୟୂଷ

  126. Couplet 126

    ସେ ସୁଧାପାନ ଯେବେ କରେତେବେ ସେ ବ୍ରହ୍ମଜ୍ଞାନ ଧରେ

  127. Couplet 127

    ଯମ ନିୟମ ଶମ ଦମଏ ଆଦି ସାଧନ ନିର୍ଗୁଣ

  128. Couplet 128

    ସଂସାରେ ଶାସ୍ତ୍ର-ବ୍ୟବହାରେନିନ୍ଦା-ଧର୍ମକୁ ନ ଆଚରେ

  129. Couplet 129

    ପରମଧର୍ମ ଏ ବିଚାରେନିର୍ମଳ ବାହ୍ୟ-ଅଭ୍ୟନ୍ତରେ

  130. Couplet 130

    ଶୀତୋଷ୍ଣ ସୁଖ-ଦୁଃଖ ସହେସେ ତେବେ ବ୍ରହ୍ମଜ୍ଞାନ ବହେ

  131. Couplet 131

    ହରି-ଭକତ ଯେତେ ଜନଏ ସର୍ବ ତାହାଙ୍କ ଭୂଷଣ

  132. Couplet 132

    ଯେତେ କୃଷ୍ଣର ଗୁଣ-ଗ୍ରାମତହିଁ ସାଧକ ଯେଉଁ ଜନ

  133. Couplet 133

    ତେଣୁ ବଢଇ ତାର ଭକ୍ତିଆନ ପ୍ରସଙ୍ଗେ ଅନାଶକ୍ତି

  134. Couplet 134

    ସେ ବ୍ରହ୍ମ ଅଟେ ସଦା ସତଅନାଦି ନିର୍ଗୁଣ ଅନନ୍ତ

  135. Couplet 135

    ତହିଁ ଯାହାର ରତି ହୋଏସେ ପ୍ରାଣୀବଦ୍ଧ ନୋହେ ମୋହେ

  136. Couplet 136

    ସେ ବ୍ରହ୍ମେ ଯାର ନିଷ୍ଠା ରତିତେବେ ତା ହୋଏ ଦୃଢ଼ମତି

  137. Couplet 137

    ଯେ ସଦା ଗୁରୁ ସେବାକରେସେ ତେବେ ଜ୍ଞାନମାର୍ଗ ଧରେ

  138. Couplet 138

    ଜ୍ଞାନ-ବୈରାଗ୍ୟ-ଯୋଗବଳେଏ ଜୀବକୋଷ ଦହେ ହେଳେ

  139. Couplet 139

    ଏ ପଞ୍ଚଭୂତର ହୃଦୟଜୀବର ହୋଇଛି ଆଳୟ

  140. Couplet 140

    ଜ୍ଞାନ-ଅନଳ ହେଲେ ଜାତତେବେ ସେ ହୋଏ ଭସ୍ମଗତ

  141. Couplet 141

    ଏ ଜୀବକୋଷ ଯେବେ ଯାଇତେବେ ସେ ବ୍ରହ୍ମଜ୍ଞାନ ପାଇ

  142. Couplet 142

    ଅନଳ ପ୍ରକାଶିଲେ ଯେହ୍ନେଦଗ୍‌ଧ ହୁଅନ୍ତି କାଷ୍ଠମାନେ

  143. Couplet 143

    ତେସନେ ଏ ଲିଙ୍ଗ ଶରୀରଜ୍ଞାନେ ଦହଇ ନୃପବର

  144. Couplet 144

    ଏମନ୍ତ ଜ୍ଞାନ ଉଦେ ଯାରନୁହଇ ଭବ-ବନ୍ଧ ତାର

  145. Couplet 145

    ଉପାଧି ବାସନା ଅଶେଷଜ୍ଞାନ-ଅନଳେ ହୋଏ ଧ୍ୱଂସ

  146. Couplet 146

    ଉପାଧି ହତେ ନୃପରାୟେତାର ଗୁଣାଦି ହୋଏ ଲୟେ

  147. Couplet 147

    ବିନାଶ ହୋଏ ଅଭିମାନଆପଣା ପର ଆଦିଜ୍ଞାନ

  148. Couplet 148

    ଜନ୍ମଇ ନିଜ ଭାବେ ରତିଏ ପରାପର ନୋହେ ମତି

  149. Couplet 149

    ସେ ପୁଣି ଅନ୍ତର ବାହାରେଏ ଦୁଃଖସୁଖ ନ ବିଚାରେ

  150. Couplet 150

    ବାହ୍ୟେ ସେ ନ ଲକ୍ଷଇ କିଛିଘଟାଦି ବସ୍ତୁ ଯେତେ ଅଛି

  151. Couplet 151

    ଏଥକୁ ପ୍ରତିଲକ୍ଷ୍ୟ ଦେବାଭୋ ନୃପ ଦେଖାଇ କହିବା

  152. Couplet 152

    ଦ୍ରଷ୍ଟା-ଦୃଶ୍ୟର ଭିନ୍ନେ ବିଧିଏହାଙ୍କ ହେତୁ ମନ ବୁଦ୍ଧି

  153. Couplet 153

    ଏ ଆତ୍ମା ଏ ମୋହର ପରଏ ଭେଦ କରେ ଅହଙ୍କାର

  154. Couplet 154

    ଭେଦ କରନ୍ତା ଯେବେ ମଲାତାର ଅଜ୍ଞାନ କ୍ଷୟ ଗଲା

  155. Couplet 155

    ଅଜ୍ଞାନ ନାଶେ ସର୍ବେ ଏକଭୋ ନୃପ ବିଚାର ବିବେକ

  156. Couplet 156

    ଯେସନେ ଶୟନେ ସ୍ୱପନମିଥ୍ୟାଭିଳାଷେ ଦେଖେ ମନ

  157. Couplet 157

    ଆପଣେ ହୋଇଥାଇ ରାଜାସଙ୍ଗତେ ଦେଖେ ଜନପ୍ରଜା

  158. Couplet 158

    ସୈନ୍ୟସାମନ୍ତ ଗଜ ରଥମିଥ୍ୟା ପ୍ରପଞ୍ଚ ମଣେ ସତ

  159. Couplet 159

    ସେ ପୁଣି ସ୍ୱପ୍ନ ଅବସାନେସକଳ ମିଥ୍ୟା କରି ମଣେ

  160. Couplet 160

    ରାଜ୍ୟ ସମ୍ପଦ ଭୋଗ ଯେତେଶୋଚନା ନ କରଇ ଚିତ୍ତେ

  161. Couplet 161

    ତେସନେ ଜ୍ଞାନ ଉପୁଜିଲେଏ ସର୍ବ ନାଶ ଯାନ୍ତି ଭଲେ

  162. Couplet 162

    ଏ ଆତ୍ମା ଦେଖନ୍ତା ପୁରୁଷଇନ୍ଦ୍ରିୟ ଅର୍ଥାଦି ପ୍ରକାଶ

  163. Couplet 163

    ଏ ବେନି ପର ଅହଙ୍କାରଏ ଭେଦ ବିବେକ ବିଚାର

  164. Couplet 164

    ଯାଦବ ଉପାଧି ଅଛଇତାବତ ଭେଦ-ବୁଦ୍ଧି ଥାଇ

  165. Couplet 165

    ଉପାଧି ହତେ ସର୍ବନାଶତେବେ ସେ ଆତ୍ମା ସୁ ପ୍ରକାଶ

  166. Couplet 166

    ଏ ଆତ୍ମା ପରମ-ପୁରୁଷଯାହାର ନାହିଁ ଗୁଣ ଦୋଷ

  167. Couplet 167

    ଉପାଧି ଭେଦେ ଭିନ୍ନ ଦିଶେତା ବିନା ଏକ ସେ ପ୍ରକାଶେ

  168. Couplet 168

    ଯେହ୍ନେ ଦର୍ପଣ ଜଳାଦିରେଆପଣା ପ୍ରତିବିମ୍ବ ଧରେ

  169. Couplet 169

    ଏ ବେନି ହୀନେ ନ ଦିଶନ୍ତିଆପଣା ଶରୀର ଆକୃତି

  170. Couplet 170

    ଉପାଧି ହେତୁ ଭିନ୍ନ ଭିନ୍ନତା ଅବଶେଷେ ଏକ ଚିହ୍ନ

  171. Couplet 171

    ଶୁଣ ହେ ପୃଥୁ ମହୀପତିଅସଙ୍ଗ ଆର ବ୍ରହ୍ମରତି

  172. Couplet 172

    ଏ ବେନିମାର୍ଗ ମୋକ୍ଷ ହେତୁଭବସାଗର ପାର ସେତୁ

  173. Couplet 173

    ଶୁଣ ସୁମନେ ହେ ରାଜନବିବେକ-ହୀନ ଯେବା ଜନ

  174. Couplet 174

    ଯାହାର ଆତ୍ମା-ରତି ନୋହେଯେ ଦେହେ ଅହଙ୍କାର ବହେ

  175. Couplet 175

    ଏ ମୋର ଦାରା-ସୁତ-ଘରବୋଲି ବିଶୟେ ଅହଙ୍କାର

  176. Couplet 176

    ବିଷୟ-ରସେ ଇନ୍ଦ୍ରି ରସିମନକୁ ଆଣଇ ଆକର୍ଷି

  177. Couplet 177

    ଇନ୍ଦ୍ରିୟ ସଙ୍ଗେ ମନ ରସେନିଜ ଚେତନା ବଳ ଧ୍ୱଂସେ

  178. Couplet 178

    ଏଣୁ ବିବେକ ତାର ନାହିଁକୁସଙ୍ଗ ଦୋଷେ ମନ ମୋହି

  179. Couplet 179

    ଯେସନେ କୁଶ ଆଦି ମୁଳହ୍ରଦରୁ ଓଟାରନ୍ତି ଜଳ

  180. Couplet 180

    ତେସନେ ଦେଖ ବିଷୟାଦିହରଇ ସର୍ବ ମନ ବୁଦ୍ଧି

  181. Couplet 181

    ଚେତନା ବଳେ ସ୍ମୃତି ରହିତାର ଅଭାବେ ସ୍ମୃତି କାହିଁ

  182. Couplet 182

    ଯାହାର ସ୍ମୃତି ହୋଏ ନାଶତା ହୃଦେ ଜ୍ଞାନ ଅପ୍ରକାଶ

  183. Couplet 183

    ଜ୍ଞାନ ବିନାଶେ ଆତ୍ମା ହତବେଦାନ୍ତେ କହନ୍ତି ପଣ୍ତିତ

  184. Couplet 184

    ଶୁଣ ନୃପତି ପୁରୁଷରଏଥୁଟି ହାନି ନାହିଁ ପର

  185. Couplet 185

    ବିଷୟ-ସୁଖ ଭୋଗ ଲାଗିହୁଅଇ ଆତ୍ମାବଧେ ଭାଗୀ

  186. Couplet 186

    ଯେ ନିଜ ହାନି ନ ବୁଝଇତାର ବିବେକ ଗୁଣ କାହିଁ

  187. Couplet 187

    ଅର୍ଥ-କାମାଦି ଧ୍ୟାନ ରାୟେଏ ସର୍ବ ବିନାଶ ଉପାୟେ

  188. Couplet 188

    ଯେ ଜ୍ଞାନବିଜ୍ଞାନରୁ ହୀନତା ଜୀବ ସ୍ଥାବର ସମାନ

  189. Couplet 189

    ଯେ ଚିତ୍ତ ବ୍ରହ୍ମେ ରତି ନୋହେସର୍ବ-ଅନର୍ଥେ ଭାଗୀ ହୋଏ

  190. Couplet 190

    ଅପରେ ଶୁଣ ହେ ରାଜନସଙ୍ଗଟି ଅନର୍ଥ କାରଣ

  191. Couplet 191

    ସଂସାର-ତ୍ୟାଗ ଯେ ଇଚ୍ଛିବକେବେ ପାପୀ କ୍ରୂର ସଙ୍ଗ

  192. Couplet 192

    ଧର୍ମାର୍ଥ-କାମ-ମୋକ୍ଷ ଭଙ୍ଗକରଇ ପାପୀ କ୍ରୂର ସଙ୍ଗ

  193. Couplet 193

    କୁସଙ୍ଗେ ସର୍ବନାଶ ହୋଏପଡଇ ମିଥ୍ୟା ମାୟା ମୋହେ

  194. Couplet 194

    ଏ ବେ ତୁ ଶୁଣ ନୃପରାଣଏ ଚୁତର୍ବର୍ଗର କାରଣ

  195. Couplet 195

    ଯେ ଧର୍ମ ଅର୍ଥ କାମ ମୋକ୍ଷଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ

  196. Couplet 196

    ଧର୍ମାର୍ଥ କାମ ବୋଲି ଯାହାଅନିତ୍ୟ ମିଥ୍ୟା ବୋଲି ତାହା

  197. Couplet 197

    ଅନିତ୍ୟେ ମୃତ୍ୟୁ ଭୟ ପାଇଏଣୁ ଜ୍ଞାନୀ ତା ନ ଭାବଇ

  198. Couplet 198

    ତୁରୀୟବର୍ଗ ବୋଲି ରାୟେଦୁର୍ଲ୍ଲଭ ଯେ ଅର୍ଥ ଉପାୟେ

  199. Couplet 199

    ମୃତ୍ୟୁର ଭୟ ଯହିଁ ନାହିଁନିତ୍ୟ ଆନନ୍ଦ ରୂପ ସେହି

  200. Couplet 200

    ଚତୁର୍ଥ-ବର୍ଗ ବହୁ ମୂଲ୍ୟତୃତୀୟବର୍ଗ ନୋହେ ତୁଲ୍ୟ

  201. Couplet 201

    ଯାହାର କାଳ-ଭୟ ଅଛିତାହାର ସୁଖ ନାହିଁ କିଛି

  202. Couplet 202

    ଗୁଣ-କ୍ଷୋଭର ପରେ ପ୍ରାୟେଯେ ଯେ ହୋଇଲେ ଭାବ ରାୟେ

  203. Couplet 203

    ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତଈଶ୍ୱର-ମାୟାରେ ଯନ୍ତ୍ରିତ

  204. Couplet 204

    ଏହାଙ୍କ ଶ୍ରେୟ କେବେ ନୋହେଏଣୁ ଦଣ୍ତଇ ଜନ୍ତୁରାୟେ

  205. Couplet 205

    ଆପଣେ ଅର୍ଜଇ ଅନର୍ଥରାଜନ ବୁଝ ଏହି ମତ

  206. Couplet 206

    ସ୍ଥାବର ଜଙ୍ଗମାଦିଠାରେଦେହ ଇନ୍ଦ୍ରିୟ ଅହଙ୍କାରେ

  207. Couplet 207

    ପ୍ରାଣ ବୁଦ୍ଧିରେ ଯେ ଆବୃତଏହାଙ୍କ ହୃଦରେ ବ୍ୟକତ

  208. Couplet 208

    ଯେ ଅଧ ଉର୍ଦ୍ଧ୍ୱେଛନ୍ତି ପୂରିସର୍ବ-ବ୍ୟାପକ ନରହରି

  209. Couplet 209

    ଦେହକୁ କ୍ଷେତ୍ର ବୋଲି କହିଜୀବ ନ ଜାଣେ ଏହା ବହି

  210. Couplet 210

    ଏ ଦେହ ବହି ଅହଙ୍କାରେଜୀବ ପରମ ବୁଦ୍ଧି ହରେ

  211. Couplet 211

    ଜୀବର ପ୍ରଭୁ ଭଗବାନପ୍ରକାଶ କରନ୍ତି ଚେତନ

  212. Couplet 212

    ଭୋ ରାଜା ନିଶ୍ଚେ ଜାଣ ତୁହିଏ ଆତ୍ମା ରୂପ ତୁହି ମୁହିଁ

  213. Couplet 213

    ଏ ଆଦି ଚରାଚର ଯେତେଆତ୍ମା-ସ୍ୱରୂପ ସର୍ବଭୂତେ

  214. Couplet 214

    ଯେ ଆତ୍ମା ଆଶ୍ରୟେ ଜଗତଶୋଭା ପାଉଛି ସଦସତ

  215. Couplet 215

    ମାୟାରେ ହୋଇଣ ପ୍ରଭେଦଜ୍ଞାନ ବିବେକେ ତାହା ଛେଦ

  216. Couplet 216

    ଆତ୍ମାକୁ ମାୟା ନ ସ୍ପରଶେଯେସନେ ପବନ ଆକାଶେ

  217. Couplet 217

    କର୍ମର ମୂଳ ଏ ପ୍ରକୃତିଏହାକୁ ଯେ ନାଶ କରନ୍ତି

  218. Couplet 218

    ସେ ଆତ୍ମା ସର୍ବଠାରେ ଯୁକ୍ତଲିପ୍ତ ହୋଇଣ ଥାଇ ମୁକ୍ତ

  219. Couplet 219

    ସେ ଶୁଦ୍ଧ ପରମ-ପୁରୁଷତାରେ ଶରଣ ବେଗେ ପଶ

  220. Couplet 220

    ଯାହାର ପାଦପଦ୍ମେ ଭକ୍ତିକରି ସାଧୁଏ ନିସ୍ତରନ୍ତି

  221. Couplet 221

    ସୁଗମ ପଥ ଏ କାରଣଅବିଘ୍ନେ ଲଭ ନାରାୟଣ

  222. Couplet 222

    କଠୋର ଯୋଗାଦି ସାଧନସୁଗମ ଭକ୍ତି ହେ ରାଜନ

  223. Couplet 223

    ସେ ଆତ୍ମା ଆନନ୍ଦ ପାଇବଭକ୍ତିରେ ଭଜ ବାସୁଦେବ

  224. Couplet 224

    ଏ ଭବ-ସମୁଦ୍ର ଅପାରଇନ୍ଦ୍ରିୟ-ନକ୍ର ମହା-ଘୋର

  225. Couplet 225

    ଏ ଜଳ-ତରଣେ ଯେ ଭେଳାତହିଁରେ ନ କର ତୁ ହେଳା

  226. Couplet 226

    ଅଷ୍ଟାଙ୍ଗଯୋଗ ଯୋଗୀ ସାଧିତରନ୍ତି ଯୋଗ-ଭେଳା ବାନ୍ଧି

  227. Couplet 227

    ସେ ଅତି କ୍ଳେଶେ ହୋନ୍ତି ପାରନୋହିଲେ ଭ୍ରମନ୍ତି ଅପାର

  228. Couplet 228

    ସୁଗମ-ତରଣୀ ଉପାୟେତୁମ୍ଭଙ୍କୁ କହିଦେବା ରାୟେ

  229. Couplet 229

    ଗୋବିନ୍ଦ ଅଭୟ-ପୟରଯେ ଭଜେ ଭେଳା ମଧ୍ୟେ ସାର

  230. Couplet 230

    ସେ ପାଦେ କଲେ ଏକଭାବସୁଖେ ତରିବ ଭବାର୍ଣ୍ଣବ

  231. Couplet 231

    ଏ ଭକ୍ତିଯୋଗ ସୁସାଧନମୋକ୍ଷକୁ ପରମ-କାରଣ

  232. Couplet 232

    ଏମନ୍ତ ଶୁଣ ହେ ବିଦୁରଯେ ଜ୍ଞାନ କହିଲେ କୁମାର

  233. Couplet 233

    ପୃଥୁ ଶ୍ରବଣେ ଆତ୍ମାଗତିପ୍ରଣମି ଚରଣେ ବୋଲନ୍ତି

  234. Couplet 234

    ତୁମ୍ଭେ ଦୟାଳୁ ଯୋଗୀଜନସୁଭାଗ୍ୟ ତୁମ୍ଭ ଦରଶନ

  235. Couplet 235

    ଯେଣୁ ଗୋବିନ୍ଦ କୃପା ଥିଲାତେଣୁ ଦର୍ଶନ ମୋର ହେଲା

  236. Couplet 236

    ହରିଙ୍କି ଦେଖାଇବା ପାଇଁମୋ ହିତେ ଅଇଲ ଗୋସାଇଁ

  237. Couplet 237

    ମୋର ସଂଶୟ ଯେତେ ଥିଲାତୁମ୍ଭ ଦର୍ଶନେ ଦୂର ଗଲା

  238. Couplet 238

    ମୋହର ମନୋରଥ ଯେତେସମ୍ପୂର୍ଣ୍ଣ କରି ଦେଲ ମୋତେ

  239. Couplet 239

    ତୁମ୍ଭଙ୍କୁ କି ଭାବେ ସେବିବିଉତ୍ତମ ଦ୍ରବ୍ୟ କିବା ଦେବି

  240. Couplet 240

    ଦେହ ସହିତେ ଦ୍ରବ୍ୟ ମୋରସାଧୁଙ୍କ ଉଚ୍ଛିଷ୍ଟ ବେଭାର

  241. Couplet 241

    ସୁଦୟା କରି ସାଧୁଜନେରାଜ ବିଭୂତି ତୋଷ ମନେ

  242. Couplet 242

    ସମର୍ପିଛନ୍ତି ମୋର ତହିଁଏଥେ ପ୍ରଭୃତ୍ୱ ମୋର ନାହିଁ

  243. Couplet 243

    କି ଭାବେ କରିବି ସେବନଏ ଦେହ ସାଧୁଙ୍କ ଅଧୀନ

  244. Couplet 244

    ଯେହ୍ନେ ବାଳକେ ସ୍ନେହ ବହିତାତ ଜନନୀ ଧନ ଦେଇ

  245. Couplet 245

    ପୁଣି ନ କରନ୍ତି ଗ୍ରହଣଏ ସର୍ବ ତୁମ୍ଭର ଅର୍ପଣ

  246. Couplet 246

    ତୁମ୍ଭ ପ୍ରତୋଷେ ଶକ୍ୟ ନାହିଁରାଜସେବକ ପ୍ରାୟେ ହୋଇ

  247. Couplet 247

    ତାଙ୍କୁ ତାମ୍ବୁଳ ନିଯୋଜନ୍ତିମଧ୍ୟରେ ସେବକ ବୋଲାନ୍ତି

  248. Couplet 248

    ସେ ଅନୁସାରେ ମୋ ବିଚାରଯେ କିଛି ଦ୍ରବ୍ୟ ଅଛି ମୋର

  249. Couplet 249

    ପ୍ରାଣ ତନୟ ଆଦି ଯେତେଏ ରାଜ-ବିଭୂତି ସହିତେ

  250. Couplet 250

    ଅପରେ ଚତୁରଙ୍ଗ ବଳସମର୍ପି ଅଛି ମୁଁ ସକଳ

  251. Couplet 251

    ଏଥେ ମୋ ନାହିଁ ଅଧିକାରମୋ ପ୍ରଭୁ ବ୍ରହ୍ମାଣ୍ତ ଠାକୁର

  252. Couplet 252

    ଯେ ସର୍ବ-ସେନା ଅଧିପତିଦଣ୍ତ-ଅଦଣ୍ତ ରାଜନୀତି

  253. Couplet 253

    ସକଳ-ଲୋକେ ଅଧିକାରଏ ସର୍ବ ବେଦବିଦଙ୍କର

  254. Couplet 254

    ସେ ବିପ୍ରେ ନିଜ-ଧନେ ଶାନ୍ତିଜୀବଙ୍କୁ କଲ୍ୟାଣେ ପାଳନ୍ତି

  255. Couplet 255

    ବ୍ରାହ୍ମଣ-ଅନୁଗ୍ରହେ ଅନ୍ନଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ

  256. Couplet 256

    ବ୍ରହ୍ମା-ସର୍ଜନେ ଏ ଜଗତେଅଛି ଅପୂର୍ବ-ଦ୍ରବ୍ୟ ଯେତେ

  257. Couplet 257

    ଏ ସର୍ବ ଯେବେ ସମର୍ପିବିତେବେ ପ୍ରତୋଷି ନ ପାରିବି

  258. Couplet 258

    ନିଗମବେତ୍ତା ପ୍ରଭୁମାନେମୋତେ ତୋଷିଲ ଦିବ୍ୟଜ୍ଞାନେ

  259. Couplet 259

    ଏକାନ୍ତେ ଦେଲ ଆତ୍ମାପଦମୋହର ନାଶିଲ ପ୍ରମାଦ

  260. Couplet 260

    ତୁମ୍ଭେ ଦୟାଳୁ ଯୋଗେଶ୍ୱରଅଧମ ଜନେ କୃପାଜର

  261. Couplet 261

    ଅବ୍ୟକ୍ତ-ବ୍ରହ୍ମ ଦୃଷ୍ଟିଗତେପ୍ରତ୍ୟକ୍ଷେ ଦେଖାଇଲ ମୋତେ

  262. Couplet 262

    ଅଜ୍ଞାନଭାବ ବିନାଶିଲସଂସାର-ବନ୍ଧୁ ନିସ୍ତାରିଲ

  263. Couplet 263

    ଏମନ୍ତ ମହିମା ତୁମ୍ଭରଅଶେଷ-ଜୀବେ ହିତକର

  264. Couplet 264

    ଏଣୁ ଗୁରୁଙ୍କ ସୁକଲ୍ୟାଣସାଧକ ମୋକ୍ଷର କାରଣ

  265. Couplet 265

    ଉପାୟ ନାହିଁ ମୋର କିଛିକେବଳ ଅଞ୍ଜଳି ମୋ ଅଛି

  266. Couplet 266

    ଏମନ୍ତ ସନକାଦି ଜନେସନ୍ତୋଷ ପୃଥୁର ବଚନେ

  267. Couplet 267

    ନୃପ-ଶୀଳତା ପ୍ରଶଂସିଲେତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ

  268. Couplet 268

    ସକଳ-ଜନ ଦୃଷ୍ଟିଗତେସିଦ୍ଧେ ଗମିଲେ ଶୂନ୍ୟ ପଥେ

  269. Couplet 269

    ତଦନ୍ତେ ଯେ ପୃଥୁ-ରାଜନମହତ-ପଣେ ସେ ପ୍ରଧାନ

  270. Couplet 270

    ଅଧ୍ୟାତ୍ମ-ମାର୍ଗରେ ରହିଲେଆତ୍ମଜ୍ଞାନରେ ପୂର୍ଣ୍ଣ ହେଲେ

  271. Couplet 271

    ଆତ୍ମାରେ କରି ଅବସ୍ଥିତିକାଳରେ କର୍ମାଦି କରନ୍ତି

  272. Couplet 272

    ସେ ଦେଶ କାଳ ଯଥୋଚିତଯେମନ୍ତ ଅଛଇ ବିହିତ

  273. Couplet 273

    ସେ ଅନୁସାରେ କର୍ମ କଲେବିପ୍ରଙ୍କୁ ଦାନେ ପ୍ରତୋଷିଲେ

  274. Couplet 274

    ନିଜ ପରଜାଗଣ ରାଇଅତି ଆନନ୍ଦେ ଦୟା ବହି

  275. Couplet 275

    କହନ୍ତି ଭବସିନ୍ଧୁ ପାରଅମୃତୁ ସୁସ୍ନିଗଧ ମଧୁର

  276. Couplet 276

    ହେ ପୁତ୍ରେ ସାବଧାନେ ଶୁଣଯେଣେ ହୋଇବ ପରିତ୍ରାଣ

  277. Couplet 277

    କହିବା ତହିଁର ଉପାୟଯେଣେ ଖଣ୍ତିବ ମୃତ୍ୟୁଭୟ

  278. Couplet 278

    ସକଳେ କୃଷ୍ଣ ଆଶ୍ରେ କରଏ ଘୋର-ସଂସାରୁ ନିସ୍ତର

  279. Couplet 279

    ଯେ କୃଷ୍ଣ-ଚରଣେ ସେବନ୍ତିଏ ଭବଭୟ ନିବାରନ୍ତି

  280. Couplet 280

    ଆମ୍ଭର ବାକ୍ୟ ଦୃଢେ ଧରରାଜସ୍ୱ-ଭୟ ପରିହର

  281. Couplet 281

    ଆୟୁଷ ଧର୍ମ ଧନ ଯେତେଆମ୍ଭେ ପାଇଲୁ ତୋଷଚିତ୍ତେ

  282. Couplet 282

    ଏମନ୍ତ ମଧୁର-ବଚନେପ୍ରଜା ଶିଖାଇ ପ୍ରବୋଧନେ

  283. Couplet 283

    ଅର୍ପଣ କରି କାମ୍ୟଫଳନିବୃତ୍ତ ହୋଇଲେ ଭୂପାଳ

  284. Couplet 284

    ମୁଁ ଆତ୍ମା ପ୍ରକୃତିରୁ ପରଅଧ୍ୟକ୍ଷ କର୍ମମାନଙ୍କର

  285. Couplet 285

    ଆତ୍ମାକୁ ଏମନ୍ତ ସେ ମଣିଗୃହେ ରହିଲେ ନୃପମଣି

  286. Couplet 286

    ସମ୍ପଦ ପରିପୂର୍ଣ୍ଣେ ଛନ୍ତିଇନ୍ଦ୍ରିୟ-ଭୋଗ ନ ଇଚ୍ଛନ୍ତି

  287. Couplet 287

    ଛାଡି ସକଳ ଅହଙ୍କାରବିଷୟ ଆଦି ଯେ ବିକାର

  288. Couplet 288

    କେଉଁ କର୍ମରେ ଲିପ୍ତ ନୋହିସୂର୍ଯ୍ୟ କିରଣ ପ୍ରାୟ ହୋଇ

  289. Couplet 289

    ଏ ରୂପେ ଅଧ୍ୟାତ୍ମ-ଯୋଗରେକର୍ମ ଆଚରନ୍ତି ସଂସାରେ

  290. Couplet 290

    ତାହାଙ୍କ ଅର୍ଚ୍ଚି ନାମେ ରାଣୀପ୍ରତ୍ୟକ୍ଷେ ଲକ୍ଷ୍ମୀ ଠାକୁରାଣୀ

  291. Couplet 291

    ପଞ୍ଚତନୟ ତାଙ୍କଠାରେପୃଥୁ ଜନ୍ମାଇଲେ ବେଭାରେ

  292. Couplet 292

    ବିଜିତଅଶ୍ୱ ଧୂମ୍ରକେଶହର୍ଯ୍ୟକ୍ଷ ଦ୍ରବିଣ ବୃକେଶ

  293. Couplet 293

    ଏ ପଞ୍ଚ-ତନୟ ତାଙ୍କରନୃପ ସମାନେ ଶୂର ବୀର

  294. Couplet 294

    କହିବା ଶୁଣ ହେ ବିଦୁରରାଜାଙ୍କ ଯେ ଗୁଣ ପ୍ରଚାର

  295. Couplet 295

    ଇନ୍ଦ୍ରାଦି ଦଶଦିଗପାଳଏହାଙ୍କ ଗୁଣେ ସେ ଭୂପାଳ

  296. Couplet 296

    ସେ ନୃପ-ଅଙ୍ଗେ ଏକେ ଏକେବସିଲେ ଅବୟବ ଯାକେ

  297. Couplet 297

    ବସିଲେ ସ୍ୱବୃତ୍ତି ଆବୋରିଶୁଣ ବିଦୁର ହେତୁ କରି

  298. Couplet 298

    ଜଗତ ପ୍ରତି-ପାଳିବାରେସେ ଜନ୍ମ ଲଭିଲେ ସଂସାରେ

  299. Couplet 299

    ମନ-ବଚନ-କାୟ-ବୃତ୍ତିଅତି ସୁନ୍ଦର ଗୁଣ କୀର୍ତ୍ତି

  300. Couplet 300

    ଯେଣୁ ରଞ୍ଜିତ ଜନପ୍ରଜାତେଣୁ ତାହାଙ୍କ ନାମ ରାଜା

  301. Couplet 301

    ତା ତୁଲ୍ୟ ନାହିଁ ନୃପବରସମେ କି ସୋମ ପଟାନ୍ତର

  302. Couplet 302

    ସେ ରାଜା ସୂର୍ଯ୍ୟଙ୍କ ସମାନତା ତେଜେ ପୃଥ୍ୱୀ ଦୀପ୍ତି ମାନ

  303. Couplet 303

    କେହି ନପାରେ ତେଜ ଧରିତେଣୁ ସେ ଅଗ୍ନି ସମ ସରି

  304. Couplet 304

    ରଣେ ଦୁର୍ଜୟ ମହାରାଜାଏଣୁ ମହେନ୍ଦ୍ର ସମ ତେଜା

  305. Couplet 305

    ସହିଷ୍ଣୁ ଗୁଣେ ସେ ପୃଥିବୀଅଭୀଷ୍ଟ-ଦାନେ ସେ ସୁରଭୀ

  306. Couplet 306

    ଜୀମୂତ ପ୍ରାୟେ ବୃଷ୍ଟି କରେପ୍ରଜାଙ୍କ ପ୍ରାର୍ଥନା ଯେ ପୂରେ

  307. Couplet 307

    ପୟୋଧି ତୁଲେ ଯେ ଗମ୍ଭୀରସୁଧୀର କନକ-ଭୂଧର

  308. Couplet 308

    ଧର୍ମ ସମାନେ ଶିକ୍ଷାକାରୀଆଶ୍ଚର୍ଯ୍ୟେ ହିମାଳୟ ଗିରି

  309. Couplet 309

    କୁବେର ତୁଲେ ଧନେଶ୍ୱରରକ୍ଷକ ଯେହ୍ନେ ରତ୍ନାକର

  310. Couplet 310

    ଗୁଣେ ସକଳ ଜୀବେ ପ୍ରାଣଶୀତଳ ପଣେ ଚନ୍ଦ୍ରଜାଣ

  311. Couplet 311

    ଜୀବନ ବଳ ତେଜ ଘେନିଏଣୁ ମରୁତ ସମ ମାନି

  312. Couplet 312

    କ୍ରୋଧରେ କାଳରୁଦ୍ର ସମସୁନ୍ଦରେ ସମ ନୋହେ କାମ

  313. Couplet 313

    ପ୍ରାକ୍ରମେ ସମ ମୃଗଇନ୍ଦ୍ରଦୟାରେ ସେ ମନୁ ନରେନ୍ଦ୍ର

  314. Couplet 314

    ପ୍ରଭୁତ୍ୱ ପଣେ ଯେହ୍ନେ ବିଧିଗୁରୁ ସମାନେ ବ୍ରହ୍ମବାଦୀ

  315. Couplet 315

    ବିଷ୍ଣୁ ସମାନେ ଜିତେନ୍ଦ୍ରିୟପାଳନେ ଗୋରୁ-ବିପ୍ରପ୍ରିୟ

  316. Couplet 316

    ବିଷ୍ଣୁ ବୈଷ୍ଣବ ଜନଠାରେସେବନ୍ତି ବିନୟ ବେଭାରେ

  317. Couplet 317

    ସମେ ପ୍ରତୁଲ୍ୟ କେହି ନାହିଁସଜ୍ଜନେ ଦୁତୀବ୍ରହ୍ମା ସେହି

  318. Couplet 318

    ଏ ତିନିଲୋକେ ତାଙ୍କ ଯଶଯେହ୍ନେ ଶ୍ରବଣେ ହରି ରସ

  319. Couplet 319

    ଶ୍ରୀରାମ ତୁଲ୍ୟ କୀର୍ତ୍ତିକାରୀଶୁଣ ଗାବନ୍ତି ନରନାରୀ

  320. Couplet 320

    ଶୁଣ ବିଦୁର ଭାଗ୍ୟବନ୍ତସେ ପୃଥୁ ରାଜାର ଚରିତ

  321. Couplet 321

    ପୃଥୁ-ଚରିତ ସୁଧାରସମନ-ଭ୍ରମର ତହିଁ ରସ

  322. Couplet 322

    ଅମୃତ-ରସମୟ ବାଣୀଚତୁର୍ଥସ୍କନ୍ଧେ ଯାହା ଭଣି

  323. Couplet 323

    କହଇ ଦାସ ଜଗନ୍ନାଥସନ୍ଥ-ଚରଣେ ଦେଇ ଚିତ୍ତ