Skandha 4
Adhyaya 21
Couplet 1
ଏବେ ହୋ ଶୁଣ ବିଷ୍ଣୁ ଗାଥାକହିବା ପୃଥୁ ଯଜ୍ଞ କଥା
Couplet 2
ମିଳି ସକଳ ମୁନିଜନେସନ୍ତୋଷ ପୃଥୁ ସନ୍ନିଧାନେ
Couplet 3
ଯଜ୍ଞ-କରଣ ଉଦଯୋଗେସର୍ବ-ସମ୍ଭାର ଅଣି ବେଗେ
Couplet 4
ସୁପ୍ରାଚୀ ସରସ୍ୱତୀ ତୀର୍ଥେଆରମ୍ଭ କଲେ ବ୍ରହ୍ମାବର୍ତ୍ତେ
Couplet 5
ଇନ୍ଦ୍ରାଦି ସର୍ବଦେବେ ଆସିଯଜ୍ଞ ଉତ୍ସବ ଘରେ ପଶି
Couplet 6
ଯଜ୍ଞସମ୍ଭାର ଇନ୍ଦ୍ର ଦେଖିନ ସହି ମନେ ହେଲା ଦୁଃଖୀ
Couplet 7
ସେ ଯଜ୍ଞେ ଯଜ୍ଞପତି ହରିପ୍ରତ୍ୟକ୍ଷ ହେଲେ ଦୟାକରି
Couplet 8
ଶଙ୍କର ପଦ୍ମଯୋନି ମେଳେମିଳି ସକଳ-ଦିଗପାଳେ
Couplet 9
ଗନ୍ଧର୍ବ-ଅପସରା ଗଣେମୁନିଏ ବେଦ-ଉଚ୍ଚାରଣେ
Couplet 10
ଆନନ୍ଦେ ଗୀତ-ନୃତ୍ୟ-ସ୍ତୁତିସିଦ୍ଧ-ଗୁହ୍ୟକ ପନ୍ତି ପନ୍ତି
Couplet 11
ଦାନବ-ଦୈତ୍ୟ-ବିଦ୍ୟାଧରେସେ ଯଜ୍ଞେ ମିଳିଲେ ଗହଳେ
Couplet 12
ସୁନନ୍ଦ ନନ୍ଦ ଆଦିମାନେହରିର ପାରିଷଦ ଗଣେ
Couplet 13
କପିଳ ନାରଦ ଯେ ଦତ୍ତସନକ ଆଦି ଉପଗତ
Couplet 14
ସେ ପୃଥୁ ଯଜ୍ଞେ ବସୁମତୀବାଞ୍ଛା-ସୁରଭୀ ପୟୋବତୀ
Couplet 15
କାମଧେନୁର ପ୍ରାୟ ହୋଇସର୍ବ ସମ୍ପଦ ଦେଲା ମହୀ
Couplet 16
ନଦୀଏ ଦୁଗ୍ଧ-ରସ ଜଳେସଧୀରେ ବହନ୍ତି ଉଲ୍ଲୋଳେ
Couplet 17
ଘୃତ-ସଂଯୋଗେ ଦଧି ଅନ୍ନତୋଷେ ଭୁଞ୍ଜନ୍ତି ସର୍ବଜନ
Couplet 18
ସକଳ-ବୃକ୍ଷେ ମଧୁ-ପନ୍ତିଜୀମୂତ ପ୍ରାୟ ବରଷନ୍ତି
Couplet 19
ସମୁଦ୍ରେ ନାନା ରତ୍ନେ ପୂରିଗର୍ଜନ୍ତି ଉଲ୍ଲୋଳେ ଲହରୀ
Couplet 20
ପର୍ବତେ ଚତୁର୍ବିଧ-ଅନ୍ନଦେଇ ରଞ୍ଜିଲେ ପୃଥୁମନ
Couplet 21
ଲୋକପାଳକେ ଲୋକ ତୁଲେସର୍ବ-ସମ୍ଭାର ସମ୍ଭାରିଲେ
Couplet 22
ଯଜ୍ଞ କରଣେ ବିଷ୍ଣୁ ଅର୍ଥେସର୍ବ ସମ୍ପାଦିଲେ ସମସ୍ତେ
Couplet 23
ପୃଥୁର ଯଜ୍ଞାରମ୍ଭ ଚାହିଁବାସବ ମନେ ବିଚାରଇ
Couplet 24
ଏ ପୃଥୁ ଶତକ୍ରତୁ କଲେଲଭିବ ଇନ୍ଦ୍ରପଦ ଭଲେ
Couplet 25
ମୋର ସମ୍ପଦ ଜୀବ ନାଶଏମନ୍ତ ଚିନ୍ତି ଛାଡେ ଶ୍ୱାସ
Couplet 26
ଯଜ୍ଞର ଊନିଶତ ଅନ୍ତେଆତ୍ମାର ହିତ ଚିନ୍ତି ଚିତ୍ତେ
Couplet 27
ଯଜ୍ଞ-ପଶୁକୁ ହରି ନେଲାନିଜ ଭୁବନେ ବିଜେ କଲା
Couplet 28
ଆକାଶ ମାର୍ଗେ ଇନ୍ଦ୍ର ଗଲାପାଷଣ୍ତ-ଧର୍ମ ଆଚରିଲା
Couplet 29
ଧର୍ମେ ବିଭ୍ରମ ତାର ମନସଭୟେ ଚିତ୍ତ ଛନ୍ନଛନ୍ନ
Couplet 30
ଅତ୍ରି ଯେ ଯଜ୍ଞଶାଳେ ଥିଲେଅଶ୍ୱର ହରଣ ଜାଣିଲେ
Couplet 31
ପୃଥୁ-ପୁତ୍ରକୁ ରାଇ ବେଗେଇନ୍ଦ୍ରର କର୍ମ ତାର ଆଗେ
Couplet 32
କହିଲେ ଅଶ୍ୱହର ବାଣୀପୃଥୁ-ତନୟ ତାହା ଶୁଣି
Couplet 33
ଧନୁ-ଶରକୁ ଧରି କରେଶୂନ୍ୟେ ଧାଇଁଲା କୋପଭରେ
Couplet 34
ଡାକଇ ରହ ରହ ବାଣୀସଭୟେ ଇନ୍ଦ୍ର ତାହା ଶୁଣି
Couplet 35
ନିଜ ଶରୀର ଛନ୍ନ କଲାଜଟିଳ-ରୂପ ପ୍ରକାଶିଲା
Couplet 36
ତାହାର ନିକଟେ ମିଳିଲାଇନ୍ଦ୍ର-ବିମାନକୁ ଚାହିଁଲା
Couplet 37
ଭସ୍ମ-ଭୂଷିତ ଦେହ ଚାହିଁପୃଥୁ-ନନ୍ଦନ ବିଚାରଇ
Couplet 38
ଜଟିଳ ଭସ୍ମ ଏହା ଗାତ୍ରେଏହାକୁ ମାରିବି କେମନ୍ତେ
Couplet 39
ଏମନ୍ତ ମନେ ବିଚାରିଲାଇନ୍ଦ୍ରକୁ ବାଣ ନ ଛାଡିଲା
Couplet 40
ତାର ରହିବା ପଥ ଦେଖିଅତ୍ରି ଯଜ୍ଞଶାଳ ଉପେକ୍ଷି
Couplet 41
ଡାକନ୍ତି ମାର ମାର ବେଗେତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ
Couplet 42
ଭୟେ ଚାହଁଇ ଦଶଦିଶେସ୍ୱଭାବେ କେହି ନାହିଁ ପାଶେ
Couplet 43
ମନେ ବିଚାରେ ଶଚୀପତିକି ଆଜ ହୋଇଲା ଦୁର୍ଗତି
Couplet 44
ବୋଲନ୍ତି ଅତି ବେଗେ ମାରସ୍ୱଭାବେ ଯଜ୍ଞ ଅଶ୍ୱ ଚୋର
Couplet 45
ଏମନ୍ତ ଅତ୍ରିର ବଚନଶୁଣନ୍ତେ ପୃତୁର ନନ୍ଦନ
Couplet 46
ଧାମଇଁ ଅତି କୋପକରିହସ୍ତୀକି ଯେସନେ କେଶରୀ
Couplet 47
ବାସବ ଦେଖି ତା ବଦନଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନ
Couplet 48
ରହିଲା ଶୂନ୍ୟମାର୍ଗେ ଯାଇପୃଥୁନନ୍ଦନ ବିଚାରଇ
Couplet 49
ଅଶ୍ୱକୁ ଘେନି ମହାରୋଷେଇନ୍ଦ୍ରକୁ ଚାହେଁ ଦଶଦିଶେ
Couplet 50
ନ ଦେଖି ପୁଣି ଯଜ୍ଞସ୍ଥାନେମିଳିଲା ଅତ୍ରି-ସନ୍ନିଧାନେ
Couplet 51
ଅଶ୍ୱର ରଜ୍ଜୁ କରେ ଧରିଅତ୍ରିଚରଣେ ନମସ୍କାରି
Couplet 52
ତାର ଅଦ୍ଭୁତ-କର୍ମ ଦେଖିମୁନିଏ ନାମ ଉପଲକ୍ଷି
Couplet 53
ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମଦେଲେ ତା ବିଜିତାଶ୍ୱ ନାମ
Couplet 54
ଏମନ୍ତେ ରଜନୀ ପ୍ରବେଶେଇନ୍ଦ୍ର ମିଳିଲେ ଯଜ୍ଞଦେଶେ
Couplet 55
ଦେଖିଲା କେହି ନାହିଁ ପାଶେସେ ପୁଣ ମନର ହରଷେ
Couplet 56
ଯଜ୍ଞର ଯୂପ-ତଳୁ ଛନ୍ନେହରିଲା ସୁବର୍ଣ୍ଣ-ରସନେ
Couplet 57
ବିଚାରି ଅନ୍ଧକାର ଛଳେଅଶ୍ୱକୁ ପୁଣି ନେଲା ବଳେ
Couplet 58
ଅତ୍ରି ଦେଖନ୍ତେ ଶୂନ୍ୟମାର୍ଗେତ୍ରାସେ ପଳାଏ ଇନ୍ଦ୍ର ବେଗେ
Couplet 59
ବିଜିତାଶ୍ୱର ମୁଖ ଚାହିଁବୋଲଇ ଅଶ୍ୱ ଆଣ ଯାଇ
Couplet 60
ତା ଶୁଣି ହସ୍ତେ ଧନୁ ଧରିଧାଇଁଲା ଘୋରନାଦ କରି
Couplet 61
ଆହେ ଦୁର୍ମତି ମନ୍ଦ ଚୋରକିମ୍ପା ତୋ ଏମନ୍ତ ବିଚାର
Couplet 62
ଡାକଇ ରହ ରହ ବାଣୀତାର ବଚନ ଇନ୍ଦ୍ର ଶୁଣି
Couplet 63
ପଥେ ଅଶ୍ୱକୁ ଛାଡି ଛନ୍ନେତକ୍ଷଣେ ଗଲା ଅନ୍ତର୍ଦ୍ଧାନେ
Couplet 64
ପୁଣି ସେ ଅଶ୍ୱ ଧରି କରେବେଗେ ମିଳିଲା ଯଜ୍ଞଘରେ
Couplet 65
ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେଛଳେ ଧଇଲା ରୂପ ଯେତେ
Couplet 66
ପାଷଣ୍ତଜନ ସେହି ମତେରୂପ ପ୍ରକାଶନ୍ତି ଜଗତେ
Couplet 67
ପୃଥୁର ଯଜ୍ଞ-ବିନାଶନେଇନ୍ଦ୍ରର ଯେତେ ରୂପ ଛନ୍ନେ
Couplet 68
ପାଷଣ୍ତେ ସେହି ରୂପ ଚିନ୍ତିସଂସାରେ ଭ୍ରମ ସେ କରାନ୍ତି
Couplet 69
କେ ନଗ୍ନ ରକ୍ତପଟ୍ଟ ଧରେକେ ଭସ୍ମ ଭୂଷଣ ଶରୀରେ
Couplet 70
ଅଧର୍ମ-ମାର୍ଗ ଆଚରନ୍ତିଆତ୍ମାର ହିତ ନ କରନ୍ତି
Couplet 71
ପାଷଣ୍ତ-ମାର୍ଗେ ଥାଇ ନିତ୍ୟେଦୂଷଣ ଦେଇ ବେଦପଥେ
Couplet 72
ସେ ରୂପ ପ୍ରକାଶି ବ୍ରହ୍ମାଣ୍ତୋନିଗମ ନିନ୍ଦିବେ ପାଷଣ୍ତେ
Couplet 73
ତାହାଙ୍କ ମତ ଯେ କରନ୍ତିଅନ୍ତେ ନରକେ ପ୍ରବେଶନ୍ତି
Couplet 74
ସେ କଥା ଶୁଣି ପୃଥୁ କୋପେଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ
Couplet 75
ଇନ୍ଦ୍ର ମାରଣେ କୋପ କରିନିଜ କୋଦଣ୍ତ-ଶର ଧରି
Couplet 76
କୋପନ୍ତେ ଅରୁଣ-ନୟନପ୍ରଚଣ୍ତ ବିରାଜେ ବଦନ
Couplet 77
ପୃଥୁ ଗମନ ଦେଖି ରଣେବେଗେ ମିଳିଲେ ବିପ୍ରଗଣେ
Couplet 78
ଇନ୍ଦ୍ର-ବିଷୟେ କୋପ ବହିବୋଲନ୍ତି ପୃଥୁ ମୁଖ ଚାହିଁ
Couplet 79
ଭୋ ପୃଥୁ ଶୁଣ ଧର୍ମ-କଥାଆଗମ ନିଗମ ବ୍ୟବସ୍ଥା
Couplet 80
ପଶୁ ବିନା ଆନ ବଧଯଜ୍ଞରେ ଅଟଇ ନିଷେଧ
Couplet 81
ତୋ ଯଜ୍ଞ-କୀର୍ତ୍ତି ନାଶେ ଇନ୍ଦ୍ରଆମ୍ଭେ ନାଶିବୁ ତା ନରେନ୍ଦ୍ର
Couplet 82
ମନ୍ତ୍ର ଆହ୍ୱାନ ବଳେ କରିଅଗ୍ନିକୁ ଆହୁତିରେ ଧରି
Couplet 83
ନାଶିବୁ ତୋହର ଅହିତତୋର ମାରିବା ନୋହେ ଯୁକ୍ତ
Couplet 84
ଏମନ୍ତ ପୃଥୁ ଆଗେ କହିଋତ୍ୱିଜେ ଅତି କୋପ ବହି
Couplet 85
ସ୍ରୁବକୁ ସର୍ବେ ଧରି ହସ୍ତେଅଗ୍ନିରେ ଆହୁତି ଦିଅନ୍ତେ
Couplet 86
ବ୍ରହ୍ମା ମିଳିଲେ ତତକ୍ଷଣସମସ୍ତ ମୁନି-ସନ୍ନିଧାନ
Couplet 87
ଇନ୍ଦ୍ରର ହିତ ଚିତ୍ତେ ବହିବୋଲନ୍ତି ମୁନିଗଣେ ଚାହିଁ
Couplet 88
ଶୁଣ ହେ ସର୍ବ ବିପ୍ରବରଯାହାକୁ ଯଜ୍ଞେ ତୁମ୍ଭେ ମାର
Couplet 89
ଯେ ଦେବ ଯଜ୍ଞଭାଗ ଭୂଞ୍ଜେସେ ଦେବଦେହ ଇନ୍ଦ୍ରତେଜେ
Couplet 90
ଏଣୁ ଇନ୍ଦ୍ରକୁ ଯଜ୍ଞେ ବରିମନ୍ତ୍ରେ ଅନଳେ ହୋମ କରି
Couplet 91
ସୃଷ୍ଟି ପାଳନେ ଏ କାରଣଏ ଭାବେ ସଂସାର ଧାରଣ
Couplet 92
ପୃଥୁ ବଦନ ଚାହିଁ ଧୀରେବୋଲନ୍ତି ବଚନ ମଧୁରେ
Couplet 93
ଏ ଇନ୍ଦ୍ରନାରାୟଣ ତନୁଏହାକୁ ଛାଡ ତୁମ୍ଭେ ମନ୍ୟୁ
Couplet 94
ଏହାର ଦେହେ ସର୍ବଦେବେନିତ୍ୟେ ବସନ୍ତି ଯଜ୍ଞଭାବେ
Couplet 95
ଆହୁତି ଯାର ମୁଖେ ଦେଇତାହାକୁ କୋପ ନ ଯୋଗାଇ
Couplet 96
ଏହାକୁ କୋପ ତୁ ନକରଯଜ୍ଞପୁରୁଷ ଅର୍ଥେ ବର
Couplet 97
ଏ ଧର୍ମ ପରମ-କାରଣଅଶେଷ ସୃଷ୍ଟି ଉଦ୍ଧାରଣ
Couplet 98
ଏ ଯଜ୍ଞେ ଦ୍ରୋହ କର୍ମ କଲାପାଷଣ୍ତ ପଣ ଆଚରିଲା
Couplet 99
ପାଷଣ୍ତ ଉଦ୍ଧରିବା ଅର୍ଥେତୋ ଅବତାର ଏ ଜଗତେ
Couplet 100
ତୁ ସେ ସକଳ ଗୁଣମଣିଅପୂର୍ବ ନୋହେ କିଛି ପୁଣି
Couplet 101
ବେଣର ଦେହେ ଯେତେ ଦୋଷତୋ ଜନ୍ମ କଲା ତାହା ନାଶ
Couplet 102
ତୁ ଏବେ ମୋର ବୋଲ କରପାଷଣ୍ତ ପ୍ରାଣୀଙ୍କି ଉଦ୍ଧର
Couplet 103
ଏମନ୍ତ ବ୍ରହ୍ମାର ବଚନେଇନ୍ଦ୍ରକୁ କୋପ ଛାଡି ମନେ
Couplet 104
ଯଜ୍ଞର ଅବଭୃତ-ସ୍ନାନେଦକ୍ଷିରା ଦେଇ ବିପ୍ରଜନେ
Couplet 105
ଯଜ୍ଞେ ତୋଷିଲେ ସର୍ବଜନେଅନ୍ନ-ବସନ-ଧେନୁ ଦାନେ
Couplet 106
ସେ ବିପ୍ରଜନେ ହୋଇ ତୋଷପୃଥୁକୁ କରନ୍ତି ଆଶିଷ
Couplet 107
ବ୍ରହ୍ମା ହରଷ-ଚିତ୍ତ ହୋଇକହନ୍ତି ପୃଥୁ ମୁଖ ଚାହିଁ
Couplet 108
ତୋର ବଚନେ ସର୍ବଦେବେତୋଷ ହୋଇଳେ ଯଜ୍ଞଭାବେ
Couplet 109
ଏମନ୍ତ କହି ପଦ୍ମଯୋନିସଙ୍ଗେ ସକଳ ବିପ୍ର ଘେନି
Couplet 110
ତକ୍ଷଣେ ଗଲେ ନିଜସ୍ଥାନେଶୁଣ ବିଦୁର ତୋଷମନେ
Couplet 111
ଏ ପୃଥୁ-ଯଜ୍ଞର କାହାଣୀନିର୍ମଳ ହୁଅ ନରେ ଶୁଣି
Couplet 112
ମୈତ୍ରେୟ ମୁନି ତୋଷ ଚିତେକହନ୍ତି ବିଦୁର ଅଗ୍ରତେ
Couplet 113
ଶୁଣ ବିଦୁର ସାବଧାନେପୃଥୁର ଯଜ୍ଞ ଅବସାନେ
Couplet 114
ଯେ ଯଜ୍ଞପତି ଭଗବାନଇନ୍ଦ୍ର ସହିତେ ଆଗମନ
Couplet 115
ହରଷେ ପ୍ରଭୁ ଯଜ୍ଞପତିପୃଥୁକୁ ଚାହିଁଣ କହନ୍ତି
Couplet 116
ଶୁଣ ହୋ ପୃଥୁ ନୃପନାଥଇନ୍ଦ୍ର ଯେ କଲା ଯଜ୍ଞେ ଘାତ
Couplet 117
ସେ ଅପରାଧ ଖଣ୍ତିବାକୁଏବେ ଅଇଲା ତୁମ୍ଭ ଠାକୁ
Couplet 118
ତୁମ୍ଭେ ଯେ ସାଧୁ ନୃପବରଏହାର ଦୋଷ କ୍ଷମା କର
Couplet 119
ଏ ଲୋକେ ସାଧୁ ଯେ ଅଟନ୍ତିସେ ଦ୍ରୋହକର୍ମ ନ କରନ୍ତି
Couplet 120
ସାଧୁଙ୍କ ନାହିଁ ହିଂସା ଭାବସମେ ଦେଖନ୍ତି ସର୍ବଜୀବ
Couplet 121
ଯେଣୁ ଏ ଦେହ ଆତ୍ମା ନୋହେତେଣୁ ସେ ପଡନ୍ତି ଦ୍ରୋହେ
Couplet 122
ଯେବେ ପୁରୁଷ ତୁମ୍ଭ ପ୍ରାୟେଦେବମାୟାରେ ମୋହ ହୋଏ
Couplet 123
ବୃଦ୍ଧ-ସେବନ ଦୀର୍ଘକାଳକେବଳ ଶ୍ରମ ସିନା ତାର
Couplet 124
ଅବିଦ୍ୟା କାମ୍ୟ-କର୍ମ ବଶେଯେଣୁ ଏ ଦେହ ପରକାଶେ
Couplet 125
ଏ କଥା ଯେ ଜ୍ଞାନୀ ଜାଣନ୍ତିସେ ମୋହ ଦ୍ୱନ୍ଦ୍ୱେ ନ ପଡନ୍ତି
Couplet 126
ଅନିତ୍ୟ ଜାଣନ୍ତି ସେ ଦେହତେଣୁ ତହିଁରେ ନାହିଁ ସ୍ନେହ
Couplet 127
ଗୃହ ଦ୍ରବିଣ ଦାରା ସୁତେମମତା କରିବେ କେମନ୍ତେ
Couplet 128
ଏ ଆତ୍ମା ଦେହ ତହୁଁ ଭିନ୍ନଶୁଣ କହିବା ତାର ଚିହ୍ନ
Couplet 129
ଏକଇ ଆତ୍ମା ସର୍ବଦେହେଶୁଦ୍ଧ-ଅଶୁଦ୍ଧେ ଭେଦ ନୋହେ
Couplet 130
ନିର୍ଗୁଣ ହୋଇ ଗୁଣାଶ୍ରୟସେ ଆତ୍ମା ସ୍ୱୟଂ ଜ୍ୟୋତିର୍ମୟ
Couplet 131
ସେ ଏକ ଅଛି ସର୍ବଠାରେଆବୃତ ନୋହେ ମାୟାଦ୍ୱାରେ
Couplet 132
ତାହାର ନାହିଁ ଆତ୍ମପରସେ ଥାଇ ପ୍ରକୃତିରୁ ପର
Couplet 133
ଶରୀରୁ ଭିନ୍ନେ ଥାଇ ସେହିତାକୁ ଦେଖନ୍ତା ନାହିଁ କେହି
Couplet 134
ଆତ୍ମାକୁ ଏମନ୍ତ ପ୍ରକାରେଯେ ପ୍ରାଣୀ ଦେଖନ୍ତି ଶରୀରେ
Couplet 135
ସେ ଯେବେ ପ୍ରକୃତିରେ ଥାଇପ୍ରକୃତି ଗୁଣେ ବଦ୍ଧ ନୋହି
Couplet 136
ଯେମନ୍ତେ ପ୍ରାଣୀ ମୋତେ ପାଏତୁମ୍ଭକୁ କହି ସେ ଉପାୟେ
Couplet 137
ଯେ ଜନ ସ୍ୱଧର୍ମେ ନିଷ୍କାମେମୋତେ ଭଜଇ ପ୍ରତିଦିନେ
Couplet 138
ତା ମତି ହୁଅଇ ପ୍ରସନ୍ନଦୁର୍ଗତି କରଇ ମୋଚନ
Couplet 139
ମନ ପ୍ରସନ୍ନ ଯାର ହୋଇସେ ପ୍ରାଣୀ ଗୁଣ ପ୍ରତେଜଇ
Couplet 140
ସମତ୍ୱେ ସେ ସର୍ବ ଦେଖଇସେ ଜୀବ ଆତ୍ମାକୁ ଜାଣଇ
Couplet 141
ଭଜଇ ଶାନ୍ତି ଅବସ୍ଥାନଲଭଇ କୈବଲ୍ୟ ନିର୍ବାଣ
Couplet 142
ଏହି ଆତ୍ମାକୁ ଯେଉଁମାନେଦେହ ଇନ୍ଦ୍ରିୟ କର୍ମଜ୍ଞାନେ
Couplet 143
ମନର ଅଧ୍ୟକ୍ଷ ଜାଣନ୍ତିସକଳ ଦୁଃଖୁ ସେ ତରନ୍ତି
Couplet 144
ଦେଖ ଏ ଲିଙ୍ଗ କଳେବରସେ ପଞ୍ଚଭୂତେ ସ୍ଥୂଳତର
Couplet 145
ଏ ଦଶ-ଇନ୍ଦ୍ରିଛନ୍ତି ଏଥିଚେତନ ରୂପେ ଆତ୍ମା ତଥି
Couplet 146
ଏ ଗୁଣ-ପ୍ରବାହରୁ ହୋଇଏହାକୁ ଯେ ଭେଦି ଦେଖଇ
Couplet 147
ସେ ପ୍ରାଣୀ ଆତ୍ମାକୁ ଦେଖଇକ୍ଳେଶାଦି ତାକୁ ନ ବାଧଇ
Couplet 148
ଯେ ଜନ ଦୃଢ଼ଭକ୍ତି କରେମନ ବାନ୍ଧଇ ଆମ୍ଭଠାରେ
Couplet 149
ବିପଦ ସମ୍ପଦରେ ତାରକେବେ ହେଁ ନୋହଇ ବିକାର
Couplet 150
ଶୋକାଦିଦ୍ୱାରା ସେହିମାନେବ୍ୟଥିତ ନୁହଁନ୍ତି ଅଜ୍ଞାନେ
Couplet 151
ଶୁଣ ହେ ପୃଥୁ ନୃପବରସୁଖ-ଦୁଃଖକୁ ସମକର
Couplet 152
ପ୍ରାଣୀ ମାନଙ୍କ ତିନି କ୍ରମଉତ୍ତମ ମଧ୍ୟମ ଅଧମ
Couplet 153
ଉତ୍ତମେ ଉତ୍ତମ ଲଭଇଅଧମେ ଅଧୋଗତି ପାଇ
Couplet 154
ମଧ୍ୟମେ ମଧ୍ୟମ ବେଭାରଶୁଣ ହେ ପୃଥୁ ନୃପବର
Couplet 155
ଏ ଦୁଃଖ-ସୁଖ ସମ କରଇନ୍ଦ୍ରିୟମାନଙ୍କୁ ନିବାର
Couplet 156
ଚିତ୍ତକୁ ନିର୍ମଳ କରିଣଇନ୍ଦ୍ରିମାନଙ୍କୁ ତୁହି ଜିଣ
Couplet 157
ବନ୍ଧୁ ଅମାତ୍ୟ ଆଦି ଯେତେମୋହର ଦେବା ଜାଣି ଚିତ୍ତେ
Couplet 158
ତାହାଙ୍କୁ ସଙ୍ଗତେ ଘେନିଣପ୍ରଜାଙ୍କୁ ପାଳ ସ୍ୱଧର୍ମେଣ
Couplet 159
ଅଖିଳଲୋକ ରକ୍ଷାକରମଙ୍ଗଳ ହୋଇବ ତୁମ୍ଭର
Couplet 160
ପ୍ରଜାପାଳନ ରାଜାଧର୍ମପ୍ରଜା କରେ ଯେ ଶୁଭକର୍ମ
Couplet 161
ପରଲୋକରେ ଷଷ୍ଠ ଅଂଶନୃପତି ଲଭଇ ଅବଶ୍ୟ
Couplet 162
ଯେ ରାଜା ପ୍ରଜାଙ୍କୁ ନ ପାଳେଅଧର୍ମେ କର ନିଏ ବଳେ
Couplet 163
ସେ ରାଜା ନରକ ଭୁଞ୍ଜଇତାହାର କାହିଁ ରକ୍ଷା ନାହିଁ
Couplet 164
ସ୍ୱଧର୍ମେ ଥାଇ ପ୍ରଜା ପାଳଗୃହମେଧରେ କିଛିକାଳ
Couplet 165
ସନକ ଆଦି ମୁନିଜନେଆସିବେ ତୋହର ଭୁବନେ
Couplet 166
ତାହାଙ୍କୁ ନୟନେ ଦେଖିବସୁଦିବ୍ୟଜ୍ଞାନ ତୁମ୍ଭ ହେବ
Couplet 167
ତୋ ଧର୍ମ ଶୀଳ ଗୁଣ ଯଶଭାବେ ହୋଇଲୁ ଆମ୍ଭେ ବଶ
Couplet 168
ତେଣୁ ତୁ ମୋରଠାରୁ ବରଯେ ଇଚ୍ଛା ମାଗ ନୃପବର
Couplet 169
ଯଜ୍ଞ ତପସ୍ୟା ଯୋଗାଦିରେପ୍ରାପ୍ୟ ମୁଁ ନୁହଇ ସଂସାରେ
Couplet 170
ଯାହାର ଭେଦ-ଜ୍ଞାନ ନାହିଁତା ହୃଦେ ନିରତେ ମୁଁ ଥାଇ
Couplet 171
ଏମନ୍ତେ ପ୍ରଭୁ ଭାବଗ୍ରାହୀପୃଥୁଙ୍କୁ କହିଲେ ବୁଝାଇ
Couplet 172
ହରିଙ୍କ ଆଜ୍ଞା ଧରି ଶିରେତକ୍ଷଣେ ପାଦେ ପ୍ରଣମିଲେ
Couplet 173
ଏମନ୍ତ କାଳେ ଦେବରାଜଆପଣା କର୍ମେ ପାଇ ଲାଜ
Couplet 174
ପୃଥୁିଙ୍କ ଚରଣେ ପଡିଲେଅପ୍ରାଧ କଲଇଁ ବୋଇଲେ
Couplet 175
ପୃଥୁ ଯେ ତହୁଁ ଆଲିଙ୍ଗନକରି ତୋଷିଲେ ଇନ୍ଦ୍ରମନ
Couplet 176
ଏ ଅନ୍ତେ ପ୍ରଭୁ ଭଗବାନଗଗନେ କଲେକ ଉଦ୍ୟମ
Couplet 177
ପୃଥୁ ଯେତେକ ପୂଜା କଲେହରି ତା ଆନନ୍ଦେ ଘେନିଲେ
Couplet 178
ଯେ ରାଜା ପଡି ହରିପାଦେପ୍ରଣାମ କରିଣ ଆନନ୍ଦେ
Couplet 179
ଆନନ୍ଦସାଗରେ ବୁଡିଲାପୁଲକ ସର୍ବାଙ୍ଗେ ବହିଲା
Couplet 180
ବେନି-ନୟନୁ ଅଶ୍ରୁ ଝରେପ୍ରଭୁଙ୍କୁ ହୃଦପଦ୍ମେ ଧରେ
Couplet 181
କର-ଅଞ୍ଜଳି ଶିରେ ଦେଇକହଇ ବିଷ୍ଣୁମୁଖ ଚାହିଁ
Couplet 182
ହେ ପ୍ରଭୁ ବରଦ ଈଶ୍ୱରପଣ୍ତିତେ ନ ମାଗିବେ ବର
Couplet 183
ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବଭୋଗ ବିଳାସ ନ ମାଗିବ
Couplet 184
ଆଜ୍ଞା ଯେ ଦେଲେ ବର ଘେନବରେ ମୋ ନାହିଁ ପ୍ରୟୋଜନ
Couplet 185
ବର ଘେନନ୍ତି ଭୋଗ ପାଇଁସେ ଭୋଗ ନରକେ କହି ନାହିଁ
Couplet 186
କୈବଲ୍ୟନାଥ ତୋତେ ପାଇକେ ଭୋଗ ବାଞ୍ଛା ଜ୍ଞାନୀ ହୋଇ
Couplet 187
ଅପରେ ମୋକ୍ଷଧର୍ମ ସାରତହିଁରେ ବାଞ୍ଛା ନାହିଁ ମୋର
Couplet 188
ତୋ ପାଦପଦ୍ମ ମକରନ୍ଦଅତିହିଁ ରସାଳ ସୁଗନ୍ଧ
Couplet 189
ତୁମ୍ଭର ଗୁଣ ଭକ୍ତମାନେସ୍ମରନ୍ତି ନିତ୍ୟ ରାତ୍ରିଦିନେ
Couplet 190
ତୁମ୍ଭର ଗୁଣ କୀର୍ତ୍ତିମାନନିରତେ ଥାଉ ମୋର କର୍ଣ୍ଣ
Couplet 191
ସେ ଯଶ ଶ୍ରବଣେ ମୋ ଇଚ୍ଛାଅୟୁତେ କର୍ଣ୍ଣ ଦିଅ ବାଞ୍ଛା
Couplet 192
ଏ ଦୁଇକର୍ଣ୍ଣେ ଶୁଣି ମୋରସନ୍ତୋଷ ନୋହେ ଚକ୍ରଧର
Couplet 193
ତୋ ପାଦ-ପଦ୍ମ ସୁଧା ଯଶସାଧୁଙ୍କ ବଦନୁ ପ୍ରକାଶ
Couplet 194
କୁଯୋଗୀ ଜନେ ଦିଏ ଜ୍ଞାନଆନେ ମୋ ନାହିଁ ପ୍ରୟୋଜନ
Couplet 195
ନିଖିଳ ପୁରୁଷଉତ୍ତମତୁ ଗୁଣାଳୟ ତୋ ଚରଣ
Couplet 196
ସେବିବି ଲକ୍ଷ୍ମୀର ପରାୟେତା ସଙ୍ଗେ କଳି ନିକି ହୋଏ
Couplet 197
ଜଗତ ଜନନୀ ସମେତେବାଦ ହେଲେହେଁ ଅବିରତେ
Couplet 198
ତଥାପି ସେବା ନ ତେଜିବିଅବଶ୍ୟ ସେ ପାଦ ଭଜିବି
Couplet 199
ଦୀନବତ୍ସଳ ତୋର ବାନାଭକ୍ତରେ ତୋହର କରୁଣା
Couplet 200
ଏଣୁ ଭାଜନ୍ତି ଏକଭାବେନିଷ୍କାମ ଭାବରେ ସାଧବେ
Couplet 201
ଅନ୍ୟତ୍ର ଫଳ ନ ବାଞ୍ଛନ୍ତିଆନନ୍ଦେ ତୋ ପାଦେ ଭଜନ୍ତି
Couplet 202
ଭଜିଲା ଲୋକଠାରେ ଯାହାବର ମାଗ ତୁ ବୋଲୁ ଯାହା
Couplet 203
ଭୋନାଥ ତୋହର ଏ ବାଣୀଜାଣିଲି ଏ ବିଶ୍ୱମୋହିନୀ
Couplet 204
ଫଳ ଆଶାରେ ଲୋଭୀ ହୋଇମାୟାମୋହରେ ଭ୍ରମୁ ଥାଇ
Couplet 205
ତାଙ୍କୁ ନ ଦେବ ଭୋଗ କିଛିଯେବେ ଭକତେ ଦୟା ଅଛି
Couplet 206
ନିଷ୍କାମ ସାଧୁ ଯେଉଁ ଜନଭଜନ୍ତି ତୋ ପାଦପଦ୍ମେଣ
Couplet 207
ଅନ୍ୟତ୍ର ଫଳ ନ ଜାଣନ୍ତିତୋ ଭକ୍ତିଭାବେ ନିମଜ୍ଜନ୍ତି
Couplet 208
ତୁମ୍ଭଙ୍କୁ ଭଜେ ଯେଉଁ ନରବଚନେ ଦିଅ ତାକୁ ବର
Couplet 209
ଜଗମୋହନ ସେ ବଚନନିଶ୍ଚେ ଜାଣିଲି ଭଗବାନ
Couplet 210
ପ୍ରାଣୀବନ୍ଧନ ଫଳ ଆଶେତୁମ୍ଭ ବଚନ ରଜ୍ଜୁ ପାଶେ
Couplet 211
ପିତା ଯେସନେ ପୁତ୍ର ହିତେକରଇ ସ୍ନେହ ଅବିରତେ
Couplet 212
ତୁମ୍ଭେ ସେ ରୂପେ ଆଚରିବତେବେ ଭକତ ନିସ୍ତରିବ
Couplet 213
ଏହା ମୁଁ ମାଗୁଛି ଶ୍ରୀହରିଦିଅ ହେ ପ୍ରଭୁ ଦୟା କରି
Couplet 214
ମୈତ୍ରେୟ କହନ୍ତି ବିଦୁରେଶ୍ରୀକୃଷ୍ଣ ମହିମା ସାଦରେ
Couplet 215
ବର୍ଣ୍ଣନେ ପୃଥୁ ନୃପବରଶ୍ରବଣେ ହୋଇ ତୋଷଭର
Couplet 216
ଆଜ୍ଞା ଦିଅନ୍ତି ଭଗବାନଶୁଣିମା ହେ ଆଦି ରାଜନ
Couplet 217
ତୋ ସ୍ତବେ ସନ୍ତୋଷ ହୋଇଣଆଜ୍ଞା ଦେଉଛୁ ପୁଣପୁଣ
Couplet 218
ହେ ରାଜା ତୋର ଭକ୍ତିଭାବମୋ ପାଦେ ସର୍ବଦା ହୋଇବ
Couplet 219
ମୋର ବିଷୟେ ତୋର ବୁଦ୍ଧିଭକତି ଯୋଗେ ଯେ ପ୍ରସିଦ୍ଧି
Couplet 220
ଏଣୁ ଦୁସ୍ତର ମୋର ମାୟାତୋତେ ନ ଲାଗୁ ପୁଣ୍ୟଦେହ
Couplet 221
ଏମନ୍ତ ବୋଲି ନାରାୟଣବହୁତ ସନ୍ତୋଷ ହୋଇଣ
Couplet 222
ପୃଥୁରାଜାର ଯେତେ ବାଣୀମନେ ଧଇଲେ ଚକ୍ରପାଣି
Couplet 223
ତାର ପୂଜନେ ତୋଷ ହୋଇତାଠାରେ ଅନୁଗ୍ରହ ବହି
Couplet 224
ଦେବ ଋଷି ପିତୃ ଗନ୍ଧର୍ବସିଦ୍ଧ ଚାରଣ ଯେ ପୁନ୍ନଗ
Couplet 225
କିନ୍ନର ଅପସର ମର୍ତ୍ତ୍ୟଖଗାଦି ଏ ଜୀବଲୋକନ୍ତ
Couplet 226
ରାଜର୍ଷି ପୃଥୁ ଆନେ ଯେତେଯେ ଉପାଧ୍ୟାୟ ଯଜ୍ଞଗତେ
Couplet 227
ଯେ ସର୍ବେ ବିଷ୍ଣୁସଙ୍ଗେ ଥିଲେସନ୍ତୋଷେ ବିଷ୍ଣୁପୂଜା କଲେ
Couplet 228
ହରିଲେ ତାହାଙ୍କର ମନବୈକୁଣ୍ଠେ ବିଜେ ଭଗବାନ
Couplet 229
ଗରୁଡ-ପୃଷ୍ଠେ ବିଜେ କଲେସମସ୍ତ ଦେବେ ଦେଖୁଥିଲେ
Couplet 230
ଅଦୃଶ୍ୟ ହେଲେ ଭଗବାନପୁଣି ନମିଲେ ଦେବଗଣ
Couplet 231
ଇନ୍ଦ୍ରାଦି ସର୍ବ ଦେବଗଣଆବର ଋଷି-ପତ୍ନୀମାନ
Couplet 232
ପୃଥୁକୁ ଆଲିଙ୍ଗନ କରିଗଲେ ସେ ଯେ ଯାହାର ପୁରୀ
Couplet 233
ସେ ପୃଥୁ ତାଙ୍କୁ ନମସ୍କାରକରିଣ ଗଲେ ନିଜ ପୁର
Couplet 234
ଏ ବିଷ୍ଣୁ ପୃଥୁର ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ
Couplet 235
ସୁଜନଜନେ ଶୁଣ ଏହାଯେବେ ତରିବ ବିଷ୍ଣୁମାୟା
Couplet 236
କହନ୍ତି ମଇତ୍ରେୟ ଋଷିଶୁଣ ବିଦୁର କରୁବଂଶୀ
Couplet 237
ପୃଥୁ ବିଜୟେ ନିଜ ପୁରସେ ପୁର ଅତ୍ୟନ୍ତ ସୁନ୍ଦର
Couplet 238
ମୁକୁତାମାଳ ତୁମ୍ଭେ ତହିଁଦିବ୍ୟ-କୁସୁମେ ଶୋଭା ପାଇ
Couplet 239
ସୁବର୍ଣ୍ଣ-ତୋରଣ ତହିଁରେଧୂପ ସୁଗନ୍ଧ ମନୋହରେ
Couplet 240
ଚନ୍ଦନ ଅଗୁରୁରେ ମିଶିତୋଷେ ସିଞ୍ଚନ୍ତି ପ୍ରଜା ଆସି
Couplet 241
ଫଳ ତଣ୍ତୁଳ ଦୂର୍ବାକ୍ଷତେପୂଜନ୍ତି ଦୀପ ଘେନି ହସ୍ତେ
Couplet 242
କଦଳୀ-ଗୁଆ-ବୃକ୍ଷ ଦାଣ୍ତେତରୁ ପଲ୍ଲବମାଳ ମୁଣ୍ତେ
Couplet 243
ସେ ପୁର ଅଟେ ଅଳଙ୍କୁତମଙ୍ଗଳ ଚିହ୍ନ ଯେ ସର୍ବତ୍ର
Couplet 244
ପ୍ରଜାଏ ଦୀପାବଳୀ କରଆବର ଯେ ଦ୍ରବ୍ୟ ମଙ୍ଗଳ
Couplet 245
ଉଜ୍ଜଳ କନ୍ୟାଗଣ ମେଳେଦିବ୍ୟ କୁଣ୍ତଳ କର୍ଣ୍ଣେ ଲୁଳେ
Couplet 246
ମିଳିଲେ ରାଜାର ଅଗ୍ରତେପୂଜାର ବଳି ଘେନି ହସ୍ତେ
Couplet 247
ଶଙ୍ଖ ଦୁନ୍ଦୁଭିର ଘୋଷରେବିପ୍ରଙ୍କ ବେଦଧ୍ୱନି ସ୍ଫୁରେ
Couplet 248
ସ୍ତୁତି କରନ୍ତି ସର୍ବେ ମିଳିସ୍ତିରୀଏ ଦ୍ୟନ୍ତି ହୁଳହୁଳି
Couplet 249
ସୁବର୍ଣ୍ଣପାତ୍ରେ ଅର୍ଘ୍ୟ କରିନାନାଦି ଫଳପୁଷ୍ପ ଭରି
Couplet 250
ମୁଖେ ମଙ୍ଗଳନାଦ ଭଣିବଦାନ୍ତି ସକଳ ତରୁଣୀ
Couplet 251
ଭୁବନେ ବିଜେ ନୃପବରସର୍ବତ୍ର ତେଜି ଅହଙ୍କାର
Couplet 252
ମହାଆନନ୍ଦେ ଦଣ୍ତଧାରୀନିଜ ଆସନେ ବିଜେ କରି
Couplet 253
ସେ ପୁରେ ମହାନ୍ତ ଯେ ଥିଲେପୂଜିତ ହୋଇ ପୂଜା କଲେ
Couplet 254
ସେ ପୃଥୁ ଏ ରୂପେ ନାନାଦିକୁଶଳ-କର୍ମକୁ ସମ୍ପାଦି
Couplet 255
ଅବନୀ-ମଣ୍ତଳ ପାଳନକରି ନିର୍ମଳ ଯଶ ପୁଣ
Couplet 256
ପ୍ରଜାଙ୍କୁ ବହୁ ସୁଖ ଦେଲେଅନ୍ତେ ସେ ବୈକୁଣ୍ଠ ଲଭିଲେ
Couplet 257
କହନ୍ତି ସୂତ ପୌରାଣିକଶୁଣ ହେ ମୁନି ଶଉନକ
Couplet 258
ସେ ଆଦିରାଜା ପୃଥୁ ଯଶଅଶେଷ ଗୁଣ ଯେ ପ୍ରକାଶ
Couplet 259
ସେ ଯଶ ମହାଭାଗବତବିଦୁର ଶୁଣି କୃତକୃତ୍ୟ
Couplet 260
ମୈତ୍ରେୟ ମୁନିଙ୍କୁ ପୂଜିଣପୁଚ୍ଛଇ ପଡିଣ ଚରଣ
Couplet 261
ସେ ପୃଥୁ ବିପ୍ରଙ୍କରେ ବରିରାଜ୍ୟେ ହୋଇଲେ ଦଣ୍ତଧାରୀ
Couplet 262
ଅଶେଷ ଦେବଗଣଙ୍କରପୂଜା ପାଇଲେ ନୃପବର
Couplet 263
ବିଷ୍ଣୁର ଅଂଶ ଧରି ତେଜେଭୂମି ଦୁହିଁଲେ ବେନିଭୁଜେ
Couplet 264
ଯାର ବିକ୍ରମ ଅବଶେଷଉଚ୍ଚିଷ୍ଟ ଭୁଞ୍ଜନ୍ତି ନରେଶ
Couplet 265
ଏ ଲୋକପାଳ ଆଦି ଯେତେଅଦ୍ୟାପି ଅଛନ୍ତି ନିଶ୍ଚିନ୍ତେ
Couplet 266
ସେ ପୃଥୁରାଜା କୀର୍ତ୍ତି ପୁଣିକେ ଅବା ସେ କଥା ନ ଶୁଣି
Couplet 267
ଏଣୁ ତା ଶୁଦ୍ଧକର୍ମ ଯେତେକହ ହେ ମୁନି ମୋ ଅଗ୍ରତେ
Couplet 268
ଆନନ୍ଦେ ମଇତ୍ରେୟ ମୁନିକହନ୍ତି ହରିଭାବ ଘେନି
Couplet 269
ଶୁର ବିଦୁର କୁରୁବୀରଚରିତ ପୃଥୁ ରାଜନର
Couplet 270
ଗଙ୍ଗା ଯମୁନା ମଧ୍ୟେ ପୁରଭିଆଇ ରହି ପୃଥୁବୀର
Couplet 271
ପ୍ରାରବ୍ଧ କର୍ମ କ୍ଷୟ ପାଇଭୋଗ ଭୁଞ୍ଜନ୍ତି ନରସାଇଁ
Couplet 272
ସପତଦ୍ୱୀପେ ଏକଦଣ୍ତଧରେ ସେ ନୃପତି ପ୍ରଚଣ୍ତ
Couplet 273
ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟଆଜ୍ଞା ଲଭନ୍ତା ନାହିଁ ଜନ
Couplet 274
ଏକ ସମୟେ ମହାସତ୍ରଆରମ୍ଭ କଲେ ବେଣସୁତ
Couplet 275
ତହିଁ ପ୍ରବେଶ ଦେବଗଣଦେବର୍ଷି ରାଜଋଷିମାନ
Couplet 276
ଯେ ଯୋଗ୍ୟ ଯେମନ୍ତ ପୂଜାକୁସେ ରୂପେ ପୂଜି ପୃଥୁ ତାଙ୍କୁ
Couplet 277
ଭିଆଇ ତହିଁ ମହାସଭାରାଜା ତୁରିତେ ହେଲେ ଉଭା
Couplet 278
ଉଠିଣ ସର୍ବଦିଗ ଚାହେଁନକ୍ଷତ୍ରେ ଯେହ୍ନେ ଚନ୍ଦ୍ର ଶୋହେ
Couplet 279
ଗଉରକାନ୍ତି ମନୋହରସୁନ୍ଦର ବଦନ-ମଣ୍ତଳ
Couplet 280
ଲମ୍ବ ପୃଥୁଳ ବେନି ଭୂଜପଦ୍ମ ଅରୁଣ ଚକ୍ଷୁ ତେଜ
Couplet 281
ସୁନାସା ମୁଖ ଦନ୍ତପନ୍ତିସ୍ମିତ ଅଧରେ ଶୋଭା ଅତି
Couplet 282
ବିସ୍ତାର ବକ୍ଷ କମ୍ବୁଗ୍ରୀବସୁନ୍ଦର ବିଶାଳ ନିତମ୍ବ
Couplet 283
ଉଦରେ ତ୍ରିବଳି ବିରାଜେଅଶ୍ୱସ୍ଥପତ୍ର ଶୋଭ ଗଞ୍ଜେ
Couplet 284
ଆବର୍ତ୍ତ ନାଭି ସୁଗଭୀରବିରାଜେ ମଧ୍ୟ-ଦେଶେ ତାର
Couplet 285
ହେମସ୍ତମ୍ଭ କି ଉରୁଯୁଗଉନ୍ନତ ଅଗ୍ରପାଦଯୁଗ
Couplet 286
ଯାହାର ଉଚ୍ଚପାଦ ଦୁଇସର୍ବଲକ୍ଷଣେ ଶୋଭା ପାଇ
Couplet 287
ସୂକ୍ଷ୍ମ କୁଞ୍ଚିତ ସ୍ନିଗ୍ଧ କେଶଦୁକୂଳ ଶୋହେ କଟିଦେଶ
Couplet 288
କନ୍ଧେ ଉତ୍ତରୀ ଯଜ୍ଞସୂତ୍ରକୃଷ୍ଣ ଅଜିନ କୁଶ ହସ୍ତ
Couplet 289
ନିୟମେ ଛନ୍ତି ନରପତିତେଣୁ ଭୂଷଣ ନ ଧରନ୍ତି
Couplet 290
ତଥାପି ଦିବ୍ୟଶୋଭା ଦେହେଦେଶନ୍ତା ଜନ ମନ ମୋହେ
Couplet 291
ଚକ୍ଷୁର ତାରା ମନୋହରଅତି ଚିକ୍କଣ ସୁଖକର
Couplet 292
ସଭାକୁ ଚାହିଁ ଦଣ୍ତଧରବଚନ କହନ୍ତି ମଧୁର
Couplet 293
ଡାକିଣ କହନ୍ତି ରାଜନଶୁଣିମା ହେଉ ସଭାଜନ
Couplet 294
ଆସିଛ ଯେତେ ସାଧୁଜନେମନ ନିବେଶ ମୋ ବଚନେ
Couplet 295
ମୋହର ମନେ ଯେବା ଅଛିମୁଁ ତାହା ପ୍ରକାଶି କହୁଛି
Couplet 296
ହରି ମୋଠାରେ କୃପା କରିକରିଛି ମୋତେ ଦଣ୍ତଧାରୀ
Couplet 297
ପ୍ରଜାର ଦଣ୍ତ ବା ରକ୍ଷଣପୋଷଣ ସର୍ବତୋଭାବେଣ
Couplet 298
ରାଜା ପ୍ରଜାରେ ସୁଖ ଦେଈବିଷ୍ଣୁ ସନ୍ତୋଷ ତାରେ ହୋଇ
Couplet 299
ପ୍ରଜାଙ୍କୁ ରଖଇ ଧର୍ମରେଅଧର୍ମେ କେହି ନ ପ୍ରଚରେ
Couplet 300
ଏ ରୂପେ ପ୍ରଜାଙ୍କୁ ଯେ ପାଳେସୁଗତି ଲଭେ ଅନ୍ତବାଳେ
Couplet 301
ପ୍ରଜାଙ୍କୁ କଲେ ସୁରକ୍ଷଣତୁଷ୍ଟ ହୁଅନ୍ତି ନାରାୟଣ
Couplet 302
ଯାହାକୁ ସନ୍ତୋଷ ମୁରାରିସେ ପ୍ରାଣୀ ଭବୁ ଯାନ୍ତି ତରି
Couplet 303
ଅଧର୍ମମାର୍ଗେ ପ୍ରଜା ବିତ୍ତଯେବେ ହରଇ ନରନାଥ
Couplet 304
ସେ ରାଜା ଅଟେ ଭାଗ୍ୟହୀନପ୍ରଜାଙ୍କ ପାପେ ହୋଏ ଲୀନ
Couplet 305
ଯେ ପ୍ରଜାଠାରୁ କର ନ୍ୟନ୍ତିପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି
Couplet 306
ପ୍ରଜାଙ୍କ ପାତକ ଘେନନ୍ତିଅନ୍ତେ ନରକେ ସେ ପଡନ୍ତି
Couplet 307
ଏ ଘେନି କହଇ ପ୍ରଜାଙ୍କୁଭୟ ରଖିବ ଅଧର୍ମକୁ
Couplet 308
ମୋ ତହୁଁ ଧର୍ମ କର ଶିକ୍ଷାମୋ ପରଲୋକ ହେଉ ରକ୍ଷା
Couplet 309
ପରନିନ୍ଦାକୁ ପରିହରିହରିଙ୍କି ଭଜ ଦୃଢ କରି
Couplet 310
ମୋଠାରେ ଅନୁଗ୍ରହ ଯେବେହରିଙ୍କି ସେବାକର ତେବେ
Couplet 311
ହେ ଦେବ ପିତୃ ଋଷିଗଣେଯେତେ ଆସିଛ ସଭାସ୍ଥାନେ
Couplet 312
ସକଳେ ଅନୁମତି କରପ୍ରଜାଙ୍କୁ ଶିକ୍ଷା ଦିଅ ମୋର
Couplet 313
ବୋଲିବ ଅବା କିମ୍ପା କର୍ମକରିବୁ ହରି ସମର୍ପଣ
Couplet 314
ଶୁଣ ଏଥକୁ ମୋର ଗିରହେ ମାନ୍ୟଜନେ ହୋଇ ସ୍ଥିର
Couplet 315
ବେଦ ଆଜ୍ଞାରେ କର୍ମ କରିଦିଅନ୍ତି ତାର ଫଳ ହରି
Couplet 316
ପରମେଶ୍ୱର ଯଜ୍ଞପତିଉତ୍ତମ-ଜନଙ୍କ ସମ୍ପତ୍ତି
Couplet 317
ଅଛଇ ଇହ ପରେ ଜାଣବିଚିତ୍ର ଭୋଗ ସ୍ଥାନମାନ
Couplet 318
ନଥିଲେ ଫକଦାତା ଏକକି ରୂପେ ପାଇବ ତା ଲୋକ
Couplet 319
ବୋଲିବ ଅବା ଏଥି ପୁଣବିଚିତ୍ର ସ୍ୱକର୍ମ କାରଣ
Couplet 320
ଶୁଣ ଏଥକୁ ଦେଇ ଚିତ୍ତମହାନ୍ତମାନଙ୍କର ମତ
Couplet 321
ଯେ ସ୍ୱାୟମ୍ଭୁତ ମନୁବରଉତ୍ତାନପାଦ ଧ୍ରୁବ ଆର
Couplet 322
ଯେ ରାଜଋଷି ପ୍ରିୟବ୍ରତଅଙ୍ଗ ନୃପତି ପିତୃତାତ
Couplet 323
ବ୍ରହ୍ମା ଶଙ୍କର ଆଦି ଯେତେପ୍ରହ୍ଲାଦ ବଳି ସର୍ବମତେ
Couplet 324
ଶ୍ରୀଗଦାଧର କର୍ମଫଳଦେବାକୁ ସମର୍ଥ କେବଳ
Couplet 325
ତ୍ରିବର୍ଗ ସ୍ୱର୍ଗ ଅପବର୍ଗଯେ ସାଧ୍ୟ ଅଛି ଭୋଗ୍ୟାଭୋଗ୍ୟ
Couplet 326
ସେ ପ୍ରଭୁ ପରମ ଈଶ୍ୱରଦିଅନ୍ତି ସର୍ବ-କର୍ମଫଳ
Couplet 327
ମୃତ୍ୟୁଙ୍କ ନାତି ଆମ୍ଭ ତାତଧର୍ମ ବିଚାରେ ବିମୋହିତ
Couplet 328
ସେପରି ଯେବା ଅଭାଗିନମାନନ୍ତି ନାହିଁ ଭଗବାନ
Couplet 329
ହରି-ଚରଣ-ପଦ୍ମ ଜାତସରିତ ପରାୟେ ସାକ୍ଷାତ
Couplet 330
ତାର ଚରଣ ସେବା ରୁଚିସକଳ ଜୀବେ କରେ ଶୁଚି
Couplet 331
ଦିନକୁ ଦିନ ବୃଦ୍ଧି ପାଏମନର ମଳ ନାଶ ଯାଏ
Couplet 332
ମନର ମଳ ନାଶ ଗଲେବୈରାଗ୍ୟ ବିଜ୍ଞାନର ବଳେ
Couplet 333
ଲଭି ଶ୍ରୀହରି ପାଦମୂଳନ ପାଏ ପୁଣ ଏ ସଂସାର
Couplet 334
ଏ ଘେନି ସର୍ବେ ହରି ଭଜବିଷୟ-ବାସନା ପ୍ରତେଜ
Couplet 335
ଏଣୁ ଯାହାର ଯେଉଁ ବୃତ୍ତିସେ ମାର୍ଗେ ଥାଇ କୃଷ୍ଣଭକ୍ତି
Couplet 336
କାର୍ଯ୍ୟ କ୍ରମ ମନ ବଚନନିଷ୍କପଟରେ ହୋଇ ଲୀନ
Couplet 337
ପାଦପଦ୍ମରେ କରି ଧ୍ୟାନସନ୍ତୋଷ ଲଭେ ଭଗବାନ
Couplet 338
ତାହାଙ୍କ ଚରଣ ଅମ୍ବୁଜଅଶେଷ କାମ-ଲାଭ-ବୀଜ
Couplet 339
କପଟ ଭାବ ପରିହରିହେବା ଯେମନ୍ତ ଅଧିକାରୀ
Couplet 340
ଆପଣା ବର୍ଣ୍ଣାଶ୍ରମ ମତେହରିଙ୍କି ଭଜ ଅବିରତେ
Couplet 341
ଏ ଯେ ଈଶ୍ୱର ଭଗବାନବିଶେଷେ ବିଜ୍ଞାନରେ ଘନ
Couplet 342
ଗୁଣ ବିହୀନ ସେହୁ ଯେବେତଥାପି ନାନାରୂପ ଲଭେ
Couplet 343
ନାନା ବିଶେଷଣ ସେ ହୋଇଯଜ୍ଞପୁରୁଷ ସେ ଅଟଇ
Couplet 344
ନାନା ପ୍ରକାରେ ଦ୍ରବ୍ୟ ଗୁଣକର୍ମ-ତନ୍ତ୍ରେ ଜାତ ହୋଇଣ
Couplet 345
ଶୁଣ ହେ ସର୍ବ ସଭାଜନଯଜ୍ଞପୁରୁଷ ବିଷ୍ଣୁ ଜାଣ
Couplet 346
ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣଅବଘାତାଦି ମନ୍ତ୍ର ପୁଣ
Couplet 347
ଅଙ୍ଗ ସାଧ୍ୟ ଯେ ଉପକାରସଙ୍କଳ୍ପ ପଦାର୍ଥର ସାର
Couplet 348
ଜ୍ୟୋତିଷ୍ଟୋମାଦି ନାମ ଧରିପ୍ରକାଶେ ଯଜ୍ଞରୂପେ ହରି
Couplet 349
ଯଜ୍ଞରେ ଯେବା ଫଳ ହୋଏସେ ଫଳ ତହୁଁ ଭିନ୍ନ ନୋହେ
Couplet 350
ଯେ ଦେହେ ଚେତନା ରୂପରେଅଛନ୍ତି ସକଳ ଶରୀରେ
Couplet 351
ଯେହ୍ନେ ଅନଳ ସମିଧରେଏକ ସେ ନାନାରୂପ ଧରେ
Couplet 352
ସେ ରୂପେ ହରି ଦେହେ ଥାନ୍ତିକର୍ମର ଫଳ ସେ ଭୁଞ୍ଜନ୍ତି
Couplet 353
ସେ ହରି ସର୍ବ-ଗୁରୁ ପରସର୍ବଦେବତା ଅଧୀଶ୍ୱର
Couplet 354
ଯେ ପ୍ରାଣୀ ସେ ପାଦେ ଭଜିଲାସେ ମୋତେ ଅନୁଗ୍ରହ କଲା
Couplet 355
ମୋର ସମ୍ବନ୍ଧୀ ଯେତେ ଜନହରିରେ କର ଆରାଧନ
Couplet 356
ଯେ ଦୃଢ଼ଭକ୍ତିରେ ପୂଜିବମୋତେ ବହୁତ ସୁଖ ଦେବ
Couplet 357
ରାଜକୁଳରେ ଯେତେ ଜନତେଜ ବଳରେ ବଳୀୟାନ
Couplet 358
ବ୍ରାହ୍ମଣ ବୈଷ୍ଣବ କୁଳରେଦ୍ୱେଷ ନ କରିବ ମନରେ
Couplet 359
କ୍ଷମା ତପସ୍ୟା ବିଦ୍ୟାବଳେଉଜ୍ଜ୍ୱଳ ଯେଉଁ ଦ୍ୱିଜକୁଳେ
Couplet 360
ଅପରେ ମହା-ସାଧୁ ଧୀରେବିଷ୍ଣୁଟି ଦେବତା ଯାହାର
Couplet 361
ସେ କୁଳେ ପ୍ରଭୁପଣ କଲେପ୍ରମାଦ ପଡ଼ଇଟି ଭଲେ
Couplet 362
ଯେ ବ୍ରାହ୍ମଣ ବୈଷ୍ଣବ ପାଦେସେବା କରିଣ ଅପ୍ରମାଦେ
Couplet 363
ବିଷ୍ଣୁ ଲଭିଲେ ମହାଲକ୍ଷ୍ମୀଯେ ଯଶ ସଂସାରେ ରହିଛି
Couplet 364
ବ୍ରାହ୍ମଣ ପାଦେ ସେବା କଲେବିଷ୍ଣୁ ସନ୍ତୋଷ ହେବେ ଭଲେ
Couplet 365
ଏଣୁ ସକଳ ପ୍ରାଣୀମାନେମାନ୍ୟ କରିବ ବିପ୍ରଜନେ
Couplet 366
ହରିଭୁଜାଦି ଦେବମାନେତାହାଙ୍କ ମୁଖ ବିପ୍ରଜନେ
Couplet 367
ଏଣୁ ବିପ୍ରଙ୍କୁ ସେବା କଲେଅଶ୍ରମେ ମୋକ୍ଷଲଭେ ଭଲେ
Couplet 368
ବ୍ରାହ୍ମଣ ଦେବଙ୍କର ମୁଖତାଙ୍କ ଭୋଜନେ ଯେଉଁ ସୁଖ
Couplet 369
ସେ ସୁଖ ହରି ଆସ୍ପାଦନ୍ତିଯଜ୍ଞେ ସେ ସୁଖ ନ ପାବନ୍ତି
Couplet 370
ଏଣୁ ବପ୍ରଙ୍କୁ ଭୁଞ୍ଜାଇଲେସକଳ ଯଜ୍ଞଫଳମିଳେ
Couplet 371
ଚେତନା ରହିତ ଅନଳେଆହୁତି ମନ୍ତ୍ରଭାବେ ଦେଲେ
Couplet 372
ହରି ତା କଲେ ହେଁ ଭୋଜନସୁଖ ନ ଲଭନ୍ତି ତେସନ
Couplet 373
ଏଣୁ ଅଗ୍ନିରୁ ଦ୍ୱିଜ ଶ୍ରେଷ୍ଠଯେଣୁ ସେ ବେଦତତ୍ତ୍ୱେ ନିଷ୍ଠ
Couplet 374
ବ୍ରାହ୍ମର ମୁଖେ ଯେବେ ଦେଇଇନ୍ଦ୍ରାଦି ଦେବ ନାମ କହି
Couplet 375
ବିଷ୍ଣୁପ୍ରୀତିରେ ଦେବ ଯେତେବିଷ୍ଣୁ ତା ପାଇବେ ସାକ୍ଷାତେ
Couplet 376
ଯେ ବେଦେ ଦର୍ପଣ ପରାୟେସକଳ ଧର୍ମ ଦୃଶ୍ୟ ହୋଏ
Couplet 377
ଶ୍ରଦ୍ଧା ତପସ୍ୟା ଶୁଦ୍ଧାଚାରମଉନ ସଂଯମ ପ୍ରକାର
Couplet 378
ସମ୍ପାଦି ଯେଉଁ ଦ୍ୱିଜମାନେଧରନ୍ତି ତାକୁ ହରି ଧ୍ୟାନେ
Couplet 379
ବେଦାର୍ଥ କରନ୍ତି ବିଚାରଯେ ବେଦ ହେତୁ ଏ ସଂସାର
Couplet 380
ବ୍ରାହ୍ମଣ ପାଦଧୁଳି ଶିରେଧରିଣ ଥାଇ ତତପରେ
Couplet 381
ଯେ ପ୍ରାଣୀ ନିତ୍ୟେ ଏହା ବହେପାପ ନ ରହେ ତାର ଦେହେ
Couplet 382
ତାର କଳୁଷ ବେଗେ ନାଶେସକଳ ଗୁଣ ତାର ପାଶେ
Couplet 383
ଏଣୁ ବିପ୍ରଙ୍କ ପାଦରଜେକିରୀଟ-ଅଗ୍ର ମୋର ରାଜେ
Couplet 384
ଯେ ଜନ ଗୋ ବିପ୍ର ଭଜଇତା ପଛେ ସର୍ବଗୁଣ ଥାଇ
Couplet 385
ବିଷ୍ଣୁ ଯେ ତାହାରେ ସନ୍ତୋଷଅଧିକ କିବା ଗୁଣ ଯଶ
Couplet 386
ଗୋ ବିପ୍ର ବିଷ୍ଣୁଙ୍କ କିଙ୍କରେପ୍ରସନ୍ନ ହୋନ୍ତୁ ମୋରଠାରେ
Couplet 387
ଏମନ୍ତ କହୁଁ ପୃଥୁ ରାୟେପିତୃ-ଦେବ-ଦ୍ୱିଜ ସମୂହେ
Couplet 388
ସକଳେ କଲେ ସାଧୁବାଣୀସେ ସଭାମଧ୍ୟେ ଯେତେ ପ୍ରାଣୀ
Couplet 389
କହନ୍ତି ପୃଥୁଙ୍କ ଅଗ୍ରତେତୁମ୍ଭେ ହେ ଧନ୍ୟ ଧର୍ମମତେ
Couplet 390
ସୁପୁତ୍ରେ ପୁଣ୍ୟଲୋକ ପାଇଏ ବାକ୍ୟ ସତ୍ୟ ଶ୍ରୁତି କହି
Couplet 391
ବ୍ରାହ୍ମଣ-ଶାପ-ଦଣ୍ତଗ୍ରସ୍ତମଲେ ଯେ ବେଣ ତୁମ୍ଭ ତାତ
Couplet 392
ସେ ମହାପାପୀ ହୋଇଥିଲେତୁମ୍ଭ ସକାଶୁ ନିସ୍ତରିଲେ
Couplet 393
ହିରଣ୍ୟକଶିପୁ ଯେ ଥିଲାସେ ବିଷ୍ଣୁ ନିନ୍ଦାରେ ବଢିଲା
Couplet 394
ପ୍ରହ୍ଲାଦ ତାର ସୁତ ହୋଇନରକ ମାର୍ଗୁ ଉଦ୍ଧରଇ
Couplet 395
ତୁ ଏବେ ଚକ୍ରବର୍ତ୍ତୀ ପଣେଏ ମହୀ ପାଳ ଶୁଭକ୍ଷଣେ
Couplet 396
ବହୁ ବତ୍ସର ତୁମ୍ଭ ଆୟୁନିରୁଜ ହୋଇ ତନୁ ରହୁ
Couplet 397
ଗୁଣେ ଅଖଣ୍ତ ଭୋଗ ଭୁଞ୍ଜଭକ୍ତିରେ ହରିପାଦେ ଭଜ
Couplet 398
ବ୍ରହ୍ମଣ୍ୟ-ଦେବ ହରିକଥାତୁମ୍ଭର କୀର୍ତ୍ତନେ ସର୍ବଥା
Couplet 399
ଏଣୁ ଆମ୍ଭର ତୁମ୍ଭେ ନାଥତୁମ୍ଭରେ ହୋଇଲୁ କୃତାର୍ଥ
Couplet 400
ଆମ୍ଭଙ୍କୁ ତୁମ୍ଭେ ନିସ୍ତାରିଲହରିଙ୍କ ମହିମା କହିଲ
Couplet 401
ଅନେକ ପୁଣ୍ୟ କରିଥିଲୁତେଣୁ ତୁମ୍ଭର ପ୍ରଜା ହେଲୁ
Couplet 402
ସେମାନେ ମହତ ଅଟନ୍ତିତାଙ୍କ ଚରିତ ଏହିମତି
Couplet 403
ପ୍ରଜାଙ୍କୁ ଦ୍ୟନ୍ତି ଧର୍ମ ଶିକ୍ଷାଯେଣେ ହୁଅଇ ସର୍ବରକ୍ଷା
Couplet 404
ଆମ୍ଭେ ଅଜ୍ଞାନେ ଭ୍ରମ ଅତିଆମ୍ଭଙ୍କୁ ଦେଲ ଦିବ୍ୟଗତି
Couplet 405
ଏ ଘୋର-ତମୁ ନିସ୍ତାରିଲହରି ଭଜନ ଶିକ୍ଷା ଦେଲ
Couplet 406
ନରକ ମାର୍ଗେ ପଡିଥିଲୁତୋ ଅଙ୍ଗୁ ମୁକତି ହୋଇଲୁ
Couplet 407
ହେ ଶୁଦ୍ଧ-ସତ୍ତ୍ୱ ପୁଣ୍ୟ-ବ୍ରତତୁମ୍ଭଙ୍କୁ ଆମ୍ଭ ପ୍ରଣମିତ
Couplet 408
ତୁମ୍ଭେ ଯେ ଜଗତ ଈଶ୍ୱରତୁମ୍ଭ ଚରଣେ ନମସ୍କାର
Couplet 409
ଏମନ୍ତେ ପୃଥୁର ଚରଣେପ୍ରଣାମ କଲେ ପ୍ରଜାଗଣେ
Couplet 410
ମୈତ୍ରେୟ ବିଦୁର ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ
Couplet 411
ବୋଲଇ ଦାସ ଜଗନ୍ନାଥଚତୁର୍ଥେ ପୃଥୁର ଚରିତ