Skandha 4
Adhyaya 20
Couplet 1
ଏମନ୍ତ ପୃଥୁ ମୁଖ ଚାହିଁଭୟେ ଚରଣେ ଶିର ଦେଇ
Couplet 2
କୋପିତେ ସ୍ଫୁରିତ ବଚନସ୍ୱଭାବେ ଅରୁଣ-ଲୋଚନ
Couplet 3
ବିନୟେ କରି ନାନା ସ୍ତୁତିପୁଣି ବୋଲଇ ବସୁମତୀ
Couplet 4
ଭୋନାଥ କୋପ ଛାଡ ମାତେମୁହିଁ ଶରଣ ଗଲି ତୋତେ
Couplet 5
ଯେ ଆତ୍ମା-କାର୍ଯ୍ୟ ବିଚାରଇସଂସାରୁ ସାର ଆହରଇ
Couplet 6
ଚିତ୍ତେ ନ କଳ୍ପେ ଭିନ୍ନେ-ଭିନ୍ନେପୁଷ୍ପରୁ ମଧୁକର ଯେହ୍ନେ
Couplet 7
ଯେ ଶାନ୍ତ ଇହ ପରଲୋକେସୁଯୋଗୀ ଜନ କହେ ମୁଖେ
Couplet 8
ଉପାୟେ ସେ ଫଳ ଭୁଞ୍ଜନ୍ତିଉଭୟ-ଲୋକେ ନାହିଁ ଭ୍ରାନ୍ତି
Couplet 9
ଏହା ଯେ ନ କରନ୍ତି ଚିତ୍ତେସେ ଯଶ ଲଭିବେ କେମନ୍ତେ
Couplet 10
ବ୍ରହ୍ମା ଯେ ସର୍ବପ୍ରାଣୀ ହିତେଶସ୍ୟ ସାମଗ୍ରୀ କଲା ଯେତେ
Couplet 11
ସେ ସର୍ବ ମୋର ଦେହେ ଥିଲାଏମନ୍ତେ ତୋର ପିତା ମଲା
Couplet 12
ରାଜା ବିଯୋଗେ ସର୍ବ ଧର୍ମଦୁଷ୍ଟେ ନାଶିଲେ ସର୍ବ କର୍ମ
Couplet 13
ଚଉର-ଭୟ ଅରାଜତ୍ୱେଭବିଷ୍ୟ ଯଜ୍ଞରକ୍ଷା ଅର୍ଥେ
Couplet 14
ଯେତେ ଔଷଧି ବୀଜ ଥିଲାଅରାଜା ଯୋଗେ ନାଶ ଗଲା
Couplet 15
କ୍ଷୀଣ ବୀରୁଧ ଦେଖି ମୁହିଁଭକ୍ଷିଲି ଧେନୁରୂପ ହୋଇ
Couplet 16
ଯଦି ମୁଁ ନ କରନ୍ତି ଗ୍ରାସଦୁଷ୍ଟେ କରନ୍ତେ ସର୍ବନାଶ
Couplet 17
ସେ ସର୍ବ ଶସ୍ୟ ରସ ଯେତେକ୍ଷୀରେ ବସନ୍ତି ମୋର ଗାତ୍ରେ
Couplet 18
ତୁ ଏବେ ରକ୍ଷା କର ମୋତେଦୋହନ କର ତୁ ଯୁଗତେ
Couplet 19
କ୍ଷରିବି ସର୍ବ-ଶସ୍ୟ ମୁହିଁପ୍ରାଣୀ-ଜୀବନ ଯେଣେ ରହି
Couplet 20
ମୁଁ ସର୍ବ କାମଧେନୁ ରୂପେକ୍ଷୀର ସ୍ତବିବି ଜନ ମୁଖେ
Couplet 21
ତୁ ଏବେ ମୋତେ ରକ୍ଷାକରଧନୁ-ଆୟୁଧ ପରିହର
Couplet 22
ସୁଷମ କର ମୋର ଗାତ୍ରମୁହିଁ ଯେସନେ ଶସ୍ୟକ୍ଷେତ୍ର
Couplet 23
ସମ ହୋଇଲେ ମୋର ଶରୀରବର୍ଷାରେ ପୂରି କ୍ଷୀରଧାର
Couplet 24
ସରସ ହୋଇ ମୋ ଶରୀରଶସ୍ୟ ଉଠିବ ନିରନ୍ତର
Couplet 25
ହୋଇବ ନାନାରୂପେ ଧାନ୍ୟଜନ୍ତୁଏ ଲଭିବେ ଜୀବନ
Couplet 26
ଏମନ୍ତ ଧରଣୀ ବଚନଶୁଣି ସନ୍ତୋଷ ପୃଥୁମନ
Couplet 27
ମନୁକୁ ବତ୍ସାରୂପ କରିଭାବେ ବୋଲଇ ଦଣ୍ତଧାରୀ
Couplet 28
ତୁ ଏହା ସ୍ତନ ପାନ କରଯେମନ୍ତେ ସଞ୍ଚରଇ କ୍ଷୀର
Couplet 29
ତକ୍ଷଣେ ପୃଥୁର ବଚନେସେ ମନୁ ମୁଖ ଦେଲା ସ୍ତନେ
Couplet 30
ପିବନ୍ତେ ସଞ୍ଚରିଲା କ୍ଷୀରମେଘୁ ଯେସନେ ବୃଷ୍ଟିଧାର
Couplet 31
ଚରଣେ ବାନ୍ଧି ବତ୍ସା ମନୁପୃଥୁ ଦୁହିଁଲା କ୍ଷୀର ସ୍ତନୁ
Couplet 32
କ୍ଷୀରେ ପୂରିଲା ବସୁନ୍ଧରୀଯେସନେ ସିନ୍ଧୁର ଲହରୀ
Couplet 33
ଅନେକ ଅପ୍ରମେୟ ରସଯେଣେ ସକଳ-ଜୀବ ବଶ
Couplet 34
ଗର୍ଭେ ଯେ ଶସ୍ୟବୀଜ ଥିଲାକ୍ଷୀର ସଙ୍ଗତେ ସଞ୍ଚରିଲା
Couplet 35
ଶସ୍ୟ ହୋଇଲା ଅପ୍ରମିତେପ୍ରଜାଏ ନେଲେ ଯେଝାମତେ
Couplet 36
ପୃଥୁ ଦୋହନ ଅନ୍ତେ ଦେବେସର୍ବେ ଦୁହିଁଲେ ଯେଝା ଭାବେ
Couplet 37
ମିଳି ସକଳ ମୁନିଜନେଅତ୍ୟନ୍ତ ହରଷିତ ମନେ
Couplet 38
ବୃହସ୍ପତିଙ୍କି ବତ୍ସା କରିଇନ୍ଦ୍ରିୟ-ପାତ୍ର କରେ ଧରି
Couplet 39
ଦୁହିଁଲେ ପୟ ଛନ୍ଦୋମୟଯେ ଭାବେ ତୁଟଇ ସଂଶୟ
Couplet 40
ପୁଣି ସକଳ ଦେବେ ଧରିଇନ୍ଦ୍ରଙ୍କୁ ବତ୍ସାରୂପ କରି
Couplet 41
ସୁବର୍ଣ୍ଣମୟ ପାତ୍ର ଆଣିଆନନ୍ଦେ ଦୁହିଁଲେ ଧରଣୀ
Couplet 42
ସୋମ ଦୁହିଁଲେ ଯେଝାମତେଅଶେଷ ଯଜ୍ଞ କର୍ମ ଅର୍ଥେ
Couplet 43
ଅମୃତ ବୀର୍ଯ୍ୟ ଓଜ ବଳଦୁହିଁଲେ ପୟ ସୁନିର୍ମଳ
Couplet 44
ଦୈତ୍ୟ-ଦାନବେ ପୁଣ ଧରିପ୍ରହଲ୍ଲାଦକୁ ବତ୍ସା କରି
Couplet 45
ଦୁହିଁଲେ ଲୌହମୟ ପାତ୍ରେସୁରା ଆସବ ଆଦି ଯେତେ
Couplet 46
ଗନ୍ଧର୍ବ ଅପସରା ଗଣେମିଳିଲେ ଯାଇ ତତକ୍ଷଣେ
Couplet 47
କମଳପତ୍ର ପାତ୍ର କରିଦୁହିଁଲେ ଭୂମି ସ୍ତନ ଧରି
Couplet 48
ବିଶ୍ୱାବସୁଙ୍କୁ ବତ୍ସା କଲେସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦୁହିଁଲେ
Couplet 49
ଶ୍ରାଦ୍ଧଦେବତା ପିତୃଗଣେଶ୍ରଦ୍ଧାରେ କ୍ଷୀର ଜଣେ ଜଣେ
Couplet 50
ଅର୍ଯ୍ୟମା ବତ୍ସା କରି ହସ୍ତେକବ୍ୟ ଦୁହିଁଲେ ଆମପାତ୍ର
Couplet 51
ସିଦ୍ଧେ ମିଳିଲେ ନବରଙ୍ଗେକପିଳ ବତ୍ସା ଘେନି ସଙ୍ଗେ
Couplet 52
ସଙ୍କଳ୍ପମୟ କ୍ଷୀର ଧାରେଦୁହିଁଲେ ଜନ ଉପକାରେ
Couplet 53
ପୁଣି ମିଳିଲେ ବିଦ୍ୟାଧରେଯେ ଯାହା ପାତ୍ରଧରି କରେ
Couplet 54
ଏହୁ ଆକାଶ-ପାତ୍ର ଧରିଖେଚରୀ ବିଦ୍ୟା ଦୁହିଁ କରି
Couplet 55
ଆନନ୍ଦମନେ କ୍ଷୀର ଦୁହିଁବସିଲେ ଯେଝାଭାବ ଯାଇ
Couplet 56
ପୁଣି ମିଳିଲେ ପୁଣ୍ୟଜନେମୟକୁ ବତ୍ସା କଳ୍ପିମନେ
Couplet 57
ମାୟାବୀଗଣ ପୁଣି ଆସିଧରଣୀ ସ୍ତନ ତଳେ ବସି
Couplet 58
ଆନନ୍ଦ ପାତ୍ର କରି ମନସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନ
Couplet 59
ମିଳିଲେ ଯକ୍ଷ ରକ୍ଷଗଣେଭୂତ ବେତାଳ ଯାତୁଧାନେ
Couplet 60
କପାଳ ପାତ୍ରକୁ ଧଇଲେରୁଦ୍ରଙ୍କୁ ଆଣି ବତ୍ସା କଲେ
Couplet 61
ରୁଧିର ମଦ୍ୟ ସେ ଦୁହିଁଲେପିଶାଚେ ଆନନ୍ଦ ହୋଇଲେ
Couplet 62
ତକ୍ଷଣେ ସର୍ପଗଣେ ଆସିଧରଣୀ ସ୍ତନ ତଳେ ବସି
Couplet 63
ତକ୍ଷକ-ନାଗ ବତ୍ସା କରିସନ୍ତୋଷ ମନେ ସ୍ତନ ଧରି
Couplet 64
ବିକକୁ ପାତ୍ର କରି ରଙ୍ଗେବିଷ ଦୁହିଁଲେ ଅତି ବେଗେ
Couplet 65
ପଶୁଏ ମିଳି ସ୍ତନ ତଳେବୃଷକୁ ବତ୍ସା କରି ବଳେ
Couplet 66
ତୃଣ ଦୁହିଁଲେ ଯେଝା ସୁଖେତକ୍ଷଣେ ଗ୍ରାସ କରି ମୁଖେ
Couplet 67
ସିଂହ ସହିତେ ପଶୁଗଣେମାଂସ ଦୋହନ କଲେ ବଣେ
Couplet 68
ମାଂସାଶୀ-ଗଣେ ପରେ ଆସିଧରଣୀ ସ୍ତନ ତଳେ ବସି
Couplet 69
ଶରୀର-ପାତ୍ରେ ମାଂସ ଦୁହିଁଆନନ୍ଦ କଲେ ନିଜ ଦେହୀ
Couplet 70
ପକ୍ଷୀଏ-କ୍ଷୀର-ପାନ ଆଶେମିଳେଲେ ଧରଣୀର ପାଶେ
Couplet 71
ଗରୁଡ-ବତ୍ସା କରି ବଳେକୀଟ-ଫଳକୁ ସେ ଦୁହିଁଲେ
Couplet 72
ସକଳ ବୃକ୍ଷେ ଆଗ ସରିବଟବୃକ୍ଷକୁ ବତ୍ସା କରି
Couplet 73
ସନ୍ତୋଷେ ଦୁହିଁ ରସମୟେକ୍ଷୀର ବରଷି ନିଜ ଦେହେ
Couplet 74
ହିମବନ୍ତକୁ ବତ୍ସା କରିଧାତୁ ଦୁହିଁଲେ ସର୍ବ ଗିରି
Couplet 75
ସେ ପୃଥ୍ୱୀ ପୃଥୁ ବଶେ ଥିଲାସକଳେ କାମଦୁଘା ହେଲା
Couplet 76
ଏମନ୍ତେ ପୃଥୁ ଆଦି ସର୍ବେକ୍ଷୀର ଦୁହିଁଲେ ଯେଝାଭାବେ
Couplet 77
ଯେତେକ ମନୁ ଆଦି ଥିଲେସର୍ବେ ଅଭୀଷ୍ଟ ସମ୍ପାଦିଲେ
Couplet 78
ଏମନ୍ତେ ଶୁଣ ହେ ରାଜନଜାଣିଲେ ସର୍ବଜନ ମନ
Couplet 79
ପୃଥୁ ଧରଣୀ ମୁଖ ଚାହିଁଆନନ୍ଦ-ମନେ ବିଚାରଇ
Couplet 80
ଏ ମୋ କାର୍ଯ୍ୟେ ଦୁଃଖ ସହିରୂପ ବହିଲା ଧେନୁ ହୋଇ
Couplet 81
ଯେ ଯାହା ସୁଖେ ପୟ ନେଲେସର୍ବେ ତୋଷିଲା ମହୀ ଭଲେ
Couplet 82
ଏ ଦେହ-ଜୀବଧାରୀ ଯେତେସ୍ଥାବର ଆଦି ନାନା ମତେ
Couplet 83
ସକଳେ ଲଭିଲେ ଜୀବନଦେଖ ଏହାର ଦେହ ଧନ୍ୟ
Couplet 84
ଏ ମୋର ଦୁହିତା ହୋଇବଏଣେ ବଞ୍ଚଲେ ସର୍ବଜୀବ
Couplet 85
ଜୀବଙ୍କ ଜୀବଦାତା ଯେଣୁଏହାର ପୃଥ୍ୱୀ ନାମ ତେଣୁ
Couplet 86
ହୋଇବ ଏ ମୋର ପ୍ରମାଣଯେଣୁ ଏ ସଂସାର ଧାରଣ
Couplet 87
ଏମନ୍ତେ ପୃଥ୍ୱୀନାମ କରିସୁଖେ ପାଳିଲେ ବସୁନ୍ଧରୀ
Couplet 88
ଭୂମିରେ ଉଚ୍ଚ ପ୍ରାୟ ସ୍ଥାନଧନୁ-ହୁଳେ କରି ସମାନ
Couplet 89
ଯଥା-ଯୋଗ୍ୟରେ ପ୍ରାଣୀ ସ୍ଥାନକଳ୍ପିଲା ବେଣର ନନ୍ଦନ
Couplet 90
ଏମନ୍ତେ ପୃଥୁ ହୋଇ ରାଜାସମେ ପାଳିଲେ ଜନପ୍ରଜା
Couplet 91
ଭୂମି ଉପରେ ନାନାଦେଶେସକଳ ସ୍ଥାପିଲେ ହରଷେ
Couplet 92
ଗ୍ରାମାଦି ପୁର ଯେ ପତ୍ତନଘୋଷ-ବ୍ରଜ ଶବର ସ୍ଥାନ
Couplet 93
ଆଖର ଖେ ଯେ ଖର୍ବଟଦୁର୍ଗ ଗ୍ରାମାଦି ଯେ ନିର୍ମିତ
Couplet 94
ସେ ରାଜା ଅତି ସ୍ନେହଭରେସକଳ ଜୀବଙ୍କୁ ନିର୍ଭରେ
Couplet 95
ଜନଙ୍କୁ ପାଳେ ପିତା ପ୍ରାୟେସକଳେ ରହିଲେ ନିର୍ଭୟେ
Couplet 96
ନିଶ୍ଚିନ୍ତେ ରହିଲେ ସକଳେଅଚଳ ଯେସନେ ନିଶ୍ଚଳେ
Couplet 97
ପୃଥୁ-ଚରିତ ସୁଧାବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 98
ଗୋବିନ୍ଦ-ଚରଣେ ମିଳନ୍ତିବିନାଶି ଭବଭୟଭ୍ରାନ୍ତି
Couplet 99
ଏଣୁ ସୁଜନେ ଆଶ୍ରେ କରସଂସାର ସଙ୍କଟୁ ନିସ୍ତର
Couplet 100
ବୋଲଇ ଦାସ ଜଗନ୍ନାଥଭାଷାପ୍ରବନ୍ଧେ ଭାଗବତ