Skandha 4
Adhyaya 19
Couplet 1
ଏମନ୍ତେ ପୃଥୁରାଜା ବୋଲେସୂତ ମାଗଧେ ଏକ ତୁଲେ
Couplet 2
ଭବିଷ୍ୟେ କଲେ ଯେତେ ସ୍ତୁତିଶୁଣି ସାନନ୍ଦେ ନରପତି
Couplet 3
ଆତ୍ମାର ଗୁଣ କର୍ମ ଶୁଣିସନ୍ତୋଷ ମନେ ନୃପମଣି
Couplet 4
ବାଞ୍ଛିତ ସର୍ବ ସୁଖ ଦେଲାଅନେକ ମତେ ମାନ୍ୟକଲା
Couplet 5
ବ୍ରାହ୍ମର ଆଦି ଚାରିବର୍ଣ୍ଣେଅତ୍ମାତ୍ୟ ପୁରୋହିତ ଜନେ
Couplet 6
ସକଳ ପ୍ରଜାଜନ ଆଣିସନ୍ତୋଷ କଲା ନୃପମଣି
Couplet 7
କେମନ୍ତେ ଗୋରୁ ରୂପ ଧରିକ୍ଷୀର ସ୍ରବିଲା ବସୁନ୍ଧରୀ
Couplet 8
ସ୍ୱଭାବେ ସେ ବହୁରୂପିଣୀକେ ବା ମହିମା ତାର ଜାଣି
Couplet 9
ସ୍ୱଭାବେ ସେ ଅନନ୍ତ ରୂପୀବିଷମ ରୂପେ ଅଛି ବ୍ୟାପି
Couplet 10
ତାହାକୁ କେମନ୍ତେ ଦୁହିଁଲାଦୋହନେ ବତ୍ସା କେ ହୋଇଲା
Couplet 11
ସ୍ୱଭାବେ ଶରୀର ବିଷମକେବା ତାହାକୁ କଲା ସମ
Couplet 12
କି ଅର୍ଥେ ଅଶ୍ୱମେଧ କଲାଇନ୍ଦ୍ର କିମ୍ପାଇଁ ଅଶ୍ୱ ନେଲା
Couplet 13
ସନତକୁମାରଙ୍କ ମେଳେବ୍ରହ୍ମସମ୍ପାଦି କେତେ କାଳେ
Couplet 14
ତାହାଙ୍କ ତହୁଁ ଜ୍ଞାନପାଇପଶିଲା ନିଜ ତେଜେ ଯାଇ
Couplet 15
ଯେ ବ୍ରହ୍ମ ପରମ-କାରଣଅଶେଷ-ଜୀବ-ପରିତ୍ରାଣ
Couplet 16
କି ଅର୍ଥେ ପ୍ରଭୁ ନରହରିଜଗତେ ପୃଥୁ ରୂପ ଧରି
Couplet 17
ସୁପୁଣ୍ୟ କଥା ବିଚାରିଲେସୁଯଶ ଜଗତେ ରଖିଲେ
Couplet 18
ସେ କଥା କହ ମୁନି ମୋତେମୁଁ ତୋର ସେବକ ଉଚିତେ
Couplet 19
ତହିଁର କହ ପ୍ରତିକାରଭୋମୁନି ନମୁ ତୋ ପୟର
Couplet 20
ବିଷ୍ଣୁର କଥା ପୁଣ୍ୟସାରଯା ଶୁଣି ନିସ୍ତରେ ସଂସାର
Couplet 21
ଯାହାର ନାମ ଗୁଣ ଯଶନିଗମେ କରନ୍ତି ବିଶ୍ୱାସ
Couplet 22
କେମନ୍ତେ ପୃଥୁରୂପେ ହରିଦୋହନ କଲେ ବସୁନ୍ଧରୀ
Couplet 23
ଏମନ୍ତ ବିଦୁର ବଚନେମୈତ୍ରେୟ ଶୁଣି ତୋଷମନୋ
Couplet 24
ପ୍ରଶଂସି ବିଦୁର ବଚନକହେ ପରାଶର ନନ୍ଦନ
Couplet 25
ଶୁଣ ବିଦୁର ଏକମନେପୃଥୁକୁ ମିଳି ବିପ୍ରଜନେ
Couplet 26
ଜନପରଜା ଏକମେଳେଆନନ୍ଦେ ଅଭିଷେକ କଲେ
Couplet 27
ସକଳେ ମିଳି ଏକଦିନେମିଳିଲେ ପୃଥୁ ସନ୍ନିଧାନେ
Couplet 28
ବୋଲନ୍ତି ଶିରେ କର ଦେଇକ୍ଷୁଧାରେ କମ୍ପେ ଆମ୍ଭ ଦେହୀ
Couplet 29
କ୍ଷୁଧାଅନଳ ଦହେ ମନେବୃକ୍ଷ କ୍ରୋଧରେ ଅଗ୍ନି ଯେହ୍ନେ
Couplet 30
ଏଥକୁ କର ତୁ କାରଣତୋପାଦେ ପଶିଲୁ ଶରଣ
Couplet 31
କ୍ଷୁଧା ନ ସହେ ଆମ୍ଭ ଦେହଭୋନାଥ ଅନ୍ନ ଦାନ ଦିଅ
Couplet 32
କ୍ଷୁଧା ହରଇ ଆମ୍ଭ ପ୍ରାଣଭୋଦେବ କର ପରିତ୍ରାଣ
Couplet 33
ଅନ୍ନ ନ ଥିଲେ ପ୍ରଜା ନାହିଁପ୍ରାଣ ନ ଥିଲେ ପିଣ୍ତ କାହିଁ
Couplet 34
ଜୀବ ନ ଥିଲେ ପ୍ରଜା ନାହିଁପ୍ରଜା ନ ଥିଲେ ରାଜା କାହିଁ
Couplet 35
ଏମନ୍ତ ପ୍ରଜାଙ୍କ ରୋଦନଶୁଣିଣ ଛନ୍ନ ପୃଥୁ ମନ
Couplet 36
ବୋଲଇ ଅନ୍ନ କେହରିଲାତୁମ୍ଭଙ୍କୁ ଏତେ ଦୁଃଖ ଦେଲା
Couplet 37
ଶୁଣି ବୋଲନ୍ତି ପ୍ରଜାଜନେଶୁଣ ରାଜନ ସ୍ଥିର ମନେ
Couplet 38
ତୋ ପିତା ଅରାଜକ କାଳେଏ ଭୂମି ଗୋରୁ-ରୂପେ ବଳେ
Couplet 39
ରାତ୍ରେ ସକଳଶସ୍ୟ ଖାଇଦିବସେ ସମୁଦ୍ରେ ଲୁଚଇ
Couplet 40
ଆମ୍ଭର ଶସ୍ୟବୀଜ ବଳେଭକ୍ଷିଲା କ୍ଷୁଧାର ବିକଳେ
Couplet 41
ତାହାକୁ କେବେହେଁ ନ ଦେଖିଏଣୁ ହୋଇଲୁ ଆମ୍ଭେ ଦୁଃଖୀ
Couplet 42
ଭୋ ଦେବ କହିଲୁ ସ୍ୱରୂପଖଣ୍ତ ଏ ଘୋର ଉପତାପ
Couplet 43
ଏମନ୍ତ ପ୍ରଜାବାକ୍ୟ ଶୁଣିପୃଥୁ ବିଚାରେ ମନେ ଗୁଣି
Couplet 44
ଭୂମିକି ମନେ ଧ୍ୟାନ କରିନିଜ କୋଦଣ୍ତ କରେ ଧରି
Couplet 45
ବାଣ ନିବେଶି ଧନୁର୍ଗୁଣେତ୍ରିପୁର ଦାହେ ରୁଦ୍ର ଯେହ୍ନେ
Couplet 46
ଧରଣୀ ପୃଥୁ ତେଜ ଦେଖିଧାଇଁଲା ସମୁଦ୍ର ଉପେକ୍ଷି
Couplet 47
ଭୟେ ଚାହିଁଇ ଦଶଦିଶେମୃଗ ଯେସନେ ବ୍ୟାଧ ତ୍ରାସେ
Couplet 48
ପୃଥୁ ଧାମଇଁ କୋପମନେରୋଷିତ ଅରୁଣ ଲୋଚନେ
Couplet 49
ଶର-ସନ୍ଧାନ ଧନୁକରେଭୂମି କମ୍ପଇ ପାଦଭରେ
Couplet 50
ଯେଣେ ପଳାଏ ବସୁନ୍ଧରୀପୃଥୁ ଧାମଇଁ କୋପକରି
Couplet 51
ଦିଗ-ବିଦିଗ-ଭୂମି ଶୂନ୍ୟେପ୍ରତାପେ ମିଳିଲେ ଗଗନେ
Couplet 52
ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖେକେବା ଅବନୀ ପ୍ରାଣ ରଖେ
Couplet 53
ଦେବୀ ଲଭିଲା ତ୍ରାସ ମନେମୃତ୍ୟୁର ଭୟେ ପ୍ରାଣୀ ଯେହ୍ନେ
Couplet 54
ଚଳି ନ ପାରି ଦୁଃଖମନେମିଳିଲା ପୃଥୁ ସନ୍ନିଧାନେ
Couplet 55
ଭୟେ କମ୍ପଇ ବସୁନ୍ଧରୀପୃଥୁ ଚରଣେ ନମସ୍କାରି
Couplet 56
ନ ଦେଖି ନିଜ ପରିତ୍ରାଣବିନୟେ କହିଲା ବଚନ
Couplet 57
ତୁ ମହାଭାଗ ଧର୍ମବେତ୍ତାଭୂତ-ବତ୍ସଳ-ସର୍ବଜ୍ଞାତା
Couplet 58
ପ୍ରାଣୀ ରକ୍ଷଣେ ଜନ୍ମ ତୋରତୁ ନାଥ ଶରଣ-ସୋଦର
Couplet 59
ମୋହର ହିଂସା ତୁ ନ କରନୁହଇ ଅପରାଧୀ ତୋର
Couplet 60
ଭୋ ରାଜା ଶୁଣ ମୋ ବଚନମୁଁ ନୋହେ ବଧକୁ କାରଣ
Couplet 61
ସ୍ତିରୀ ଗୋବଧ ମୋର ମଲେକେସନେ ସମ୍ପାଦିବୁ ଭଲେ
Couplet 62
ଏକ ମାରଣେ ବେନି ଦୋଷସଂସାରେ ଥିବ ଅପଯଶ
Couplet 63
ସ୍ତ୍ରୀଲୋକ ଅପରାଧ କଲେପଣ୍ତିତେ ନ ଧରନ୍ତି ଭଲେ
Couplet 64
ତୁ ନାଥ କରୁଣା ସାଗରଦୁଃଖୀ ଦରିଦ୍ରଙ୍କ ସୋଦର
Couplet 65
ଦଦରା-ନାବ ପ୍ରାୟେ ମୁହିଁଏ ଭାରା ସହି ନ ପାରଇ
Couplet 66
ମୋହର ମଲେ ଏ ଜଗତେଏ ପ୍ରଜା ରଖିବୁ କେମନ୍ତେ
Couplet 67
ଅଶେଷ-ଜୀବ ଭାରାଭରଧରିଛି ମୋହର ଶରୀର
Couplet 68
ଏମନ୍ତ ଅବନୀ ବଚନେପୃଥୁ କହଇ କୋପମନେ
Couplet 69
ଶୁଣ ଧରଣୀ ମୋ ଉତ୍ତରତୁ ମଲେ ମୋର ନାହିଁ ଡର
Couplet 70
ମୋହର ଆଜ୍ଞା ଭାଙ୍ଗୁ ତୁହିତୋର ମାରଣେ ଦୋଷ ନାହିଁ
Couplet 71
ପିତା ମରଣେ ଅରାଜକେସକଳ ଶସ୍ୟବୀଜ ସୁଖେ
Couplet 72
ଖାଇଲୁ ଗୋରୁ ରୂପ ହୋଇସଂସାରେ ଶସ୍ୟବୀଜ ନାହିଁ
Couplet 73
ଅନ୍ନ ନ ଥିଲେ ପ୍ରଜାଜନକେମନ୍ତେ ରଖିବେ ଜୀବନ
Couplet 74
ପ୍ରଜା ନ ଥିଲେ ରାଜା କାହିଁଏ ଘେନି ତୋତେ ମୁଁ ମାରଇ
Couplet 75
ଦୁଷ୍ଟ-ମାରଣ ରାଜଧର୍ମଏ ତ ସ୍ୱଭାବେ ମୋର କର୍ମ
Couplet 76
ମୁଁ ଯେବେ ନ ମାରିବି ତୋତେପ୍ରଜାଏ ବଞ୍ଚିବେ କେମନ୍ତେ
Couplet 77
ବିଧାତା ସୃଷ୍ଟି କଲା ଯେତେଅନ୍ନ-ଜୀବନ ରକ୍ଷା ଅର୍ଥେ
Couplet 78
ସେ ଶସ୍ୟ ଗୋରୁ ରୂପେ ଖାଇଏବେ ନ ଦେଉ କାହିଁ ପାଇଁ
Couplet 79
ତୁ ମନ୍ଦବୁଦ୍ଧି ଦୁରାଶୟମାୟା ଭିଆଣେ ବହୁ ଦେହ
Couplet 80
ଅବଜ୍ଞା କଲୁ ଯେଣୁ ମୋତେତେଣୁ ଦଣ୍ତିବି ଆଜି ତୋତେ
Couplet 81
ଏ ପ୍ରଜା ପୀଡିତ ଆରତେକ୍ଷୁଧିତ ଅନ୍ନ ଅପ୍ରାପତେ
Couplet 82
ସେ ଦୁଃଖ ନିବାରିବି ମୁହିଁମୋ ବାଣେ ତୋର ମାଂସ ଦେଇ
Couplet 83
ସ୍ତିରୀ ପୁରୁଷ ନପୁଂସକେପୀଡିତ ଯାର ତହୁଁ ଲୋକେ
Couplet 84
ତାହାକୁ ରାଜା ନ ଦଣ୍ତିଲେକେବା ସଂସାରେ ଥିବ ଭଲେ
Couplet 85
ତାର ମାରଣେ ଦୋଷ ନାହିଁସଂସାରେ ଧର୍ମ-କଥା ଏହି
Couplet 86
ତୁ ମାୟା-ଗୋରୁ-ରୂପ ହୋଇସକଳ ଶସ୍ୟବୀଜ ଖାଇ
Couplet 87
ଆବଜ୍ଞା କଲୁ ଯେବେ ମୋତେନିଶ୍ଚେ ଦଣ୍ତିବି ଆଜ ତୋତେ
Couplet 88
ତୋର ଶରୀର ତୀକ୍ଷ୍ଣ-ବାଣେକାଟିବି ତିଳ ପରିମାଣେ
Couplet 89
ବାଣେ ତୋହର ପ୍ରାଣ ହରିମୁଁ ଏବେ ଆତ୍ମଯୋଗ କରି
Couplet 90
ବିସ୍ତାରି ମୋହର ଶରୀରେଏ ପ୍ରଜା ରଖିବି ନିର୍ଭରେ
Couplet 91
ଏମନ୍ତ କହୁଁ ମହାକୋପେପୃଥିବୀ ମିଳିଲା ସମୀପେ
Couplet 92
ଏମନ୍ତ ପୃଥୁ ରୂପ ଚାହିଁଭୟେ କମ୍ପଇ ତାର ଦେହୀ
Couplet 93
ପୃଥୁ ଚରଣେ ଶିର ଦେଇବୋଲଇ ଅଶ୍ରୁମୁଖୀ ହୋଇ
Couplet 94
ନମସ୍ତେ ପରମ-ପୁରୁଷଗୁଣ ପ୍ରକାଶେ ତୋର ଦୃଶ୍ୟ
Couplet 95
ନିଜ ମାୟାରେ ଛନ୍ନ ହୋଇସଂସାର-ହିତେ ବହୁ ଦେହୀ
Couplet 96
ସ୍ୱରୂପେ ଅନୁଭବ ବୃତ୍ତିଦ୍ରବ୍ୟ-କାରକ-କ୍ରିୟା ରୀତି
Couplet 97
ସକଳ କରୁ ମାୟା ଭ୍ରମେଉର୍ମି ଯେସନେ ଜଳଗ୍ରାମେ
Couplet 98
ମାୟା-ରଚନା ମୋତେ କରିବିହରୁ ଆତ୍ମା-ରୂପ ଧରି
Couplet 99
ସର୍ଜି-ପାଳିଣ କରୁ ଅନ୍ତଯେ ସ୍ୱୟଂ ପ୍ରକାଶେ ଜଗତ
Couplet 100
ଏ ସର୍ବତତ୍ତ୍ୱ ଭେଦ କରିସେ ପୁଣି କରେ ଶସ୍ତ୍ର ଧରି
Couplet 101
ସେ ମୋତେ ମାରିବାର ସଧେଧାମଇଁ ଉଦ୍ୟତ ଆୟୁଧେ
Couplet 102
କେବା ରକ୍ଷଣେ ଅଛି ମୋରତୁ ନାଥ ନ କରୁ ବିଚାର
Couplet 103
ତୁ ନିଜ ମାୟାତର୍କ-ବଳେଜନ୍ତୁଙ୍କୁ ସର୍ଜୁ ଏ ଶୟଳେ
Couplet 104
ତୁ ନାଥ ଧାର୍ମିକର ଗୁରୁକିମ୍ପା ନବୁଝି ମୋତେ ମାରୁ
Couplet 105
ଅନ୍ନ ନ ପାଇ ପ୍ରଜା ଯେବେତୋତେ କହିଲେ ଅନୁଭବେ
Couplet 106
ତୁ ନାଥ ଜଗତ ଈଶ୍ୱରଏତୋତେ ନୋହେ ଅଗୋଚର
Couplet 107
ତୁ ଆଦି-ପଦ୍ମକଳ୍ପ ଆନ୍ତେଶୂକର ରୂପେ ତୋଳି ଦନ୍ତେ
Couplet 108
ମୋତେ ସ୍ଥାପିଲୁ ଜନ ହିତେଏବେ ସହାରିବୁ କେମନ୍ତେ
Couplet 109
ଯେ ଜନ ପ୍ରତିପାଳି ଥାଇସେ ତୋର ବଧ ନ ବାଞ୍ଚଇ
Couplet 110
ମୋହର ପ୍ରାୟ ଯେଉଁ ଜନଈଶ୍ୱର-ମାୟାରେ ମୋହନ
Couplet 111
ତୁମ୍ଭର ଚେଷ୍ଟା ନ ଜାଣଇବାଳୁତ ପ୍ରାୟେକ ଭ୍ରମଇ
Couplet 112
ହେ ବୀର ତୁମ୍ଭେ ଯଶସ୍କରତୁମ୍ଭଙ୍କୁ ମୋର ନମସ୍କାର
Couplet 113
କହିଲି ଏବେ ତୋର ଇଚ୍ଛାଯେମନ୍ତ କର ତୋର ବାଞ୍ଛା
Couplet 114
ତୁ ନାଥ ଜଗତ ଈଶ୍ୱରଏ ମୋତେ ନୋହେଅଗୋଚର
Couplet 115
ପୃଥିବୀ ପୃଥୁର ସମ୍ବାଦଶୁଣନ୍ତେ ଖଣ୍ତଇ ପ୍ରମାଦ
Couplet 116
ଚତୁର୍ଥସ୍କନ୍ଧେ ଭାଗବତେଭାଷାପ୍ରବନ୍ଧେ ଜନହିତେ
Couplet 117
ଶ୍ରୁତି ବଦନେ ଶୁଣି ଭଣିଭବ-ସଂସାରୁ ତରେ ପ୍ରାଣୀ
Couplet 118
ବୋଲଇ ବିପ୍ର ଜଗନ୍ନାଥସୁଜନ-ହିତେ ଭାଗବତ