Skip to content
paribhaasha

Skandha 4

Adhyaya 18

  1. Couplet 1

    ମୈତ୍ରେୟ କୃଷ୍ଣପାଦ ଧ୍ୟାୟିକହେ ବିଦୁର ମୁଖ ଚାହିଁ

  2. Couplet 2

    ଶୁଣ ବିଦୁର ସାବଧାନେସୂତ ମାଗଧ ତୋଷମନେ

  3. Couplet 3

    ମୁନିଙ୍କ ମତେ ସାଧୁବାଣୀପୃଥୁ-ବଦନ ଚାହିଁ ଭଣି

  4. Couplet 4

    ଭୋନାଥ ତୋହର ମହିମାକେ କହିପାରେ ଗୁଣସୀମା

  5. Couplet 5

    ତାହା କେ ସମର୍ଥ ବର୍ଣ୍ଣନେଯେଣେ ବ୍ରହ୍ମାଦି ବୁଦ୍ଧିଭ୍ରମେ

  6. Couplet 6

    ତୁ ଦେବ ନିଜ ମାୟା ବଳେଶରୀର ବହୁ ଏ ଶୟଳେ

  7. Couplet 7

    ବେଣ-ଶରୀରୁ ତୁହି ଜାତଏ କଥା ଜଗତେ ବିଖ୍ୟାତ

  8. Couplet 8

    ତଥାପି ତୋର ଗୁଣ ଯେତେଭାବେ କହିବୁ ତୋ ଅଗ୍ରତେ

  9. Couplet 9

    ତୁ ଧର୍ମଜ୍ଞାନୀଙ୍କର ସାରଯେ ଧର୍ମ ଲୋକ-ଉପକାର

  10. Couplet 10

    ଅଧର୍ମ ନାଶି ଧର୍ମ ପାଳୁତୁ ନାଥ ପରମ ଦୟାଳୁ

  11. Couplet 11

    ଶରୀର ବହୁ କାଳେକାଳେସ୍ୱଧର୍ମ ରଖୁ ମହୀତଳେ

  12. Couplet 12

    ସକଳଭୂତେ ସମେ ବସୁସବିତା ରୂପେ ତୁ ପ୍ରକାଶୁ

  13. Couplet 13

    ହିମ ଗ୍ରୀଷମ ଅଷ୍ଟମାସସବିତା ଯେହ୍ନେ ଜଳରସ

  14. Couplet 14

    ସକଳ ସ୍ଥାନୁ ସେ ହରଇବରଷା କାଳେ ବରଷଇ

  15. Couplet 15

    ସେ ରୂପେ ତୁ କର-ଗ୍ରହଣକରି ଦୁର୍ଭିକ୍ଷେ ଦେବୁ ଦାନ

  16. Couplet 16

    ପୃଥିବୀ ସମ ସର୍ବ ସହୁବିକାର ଅବିକାର ନୋହୁ

  17. Couplet 17

    ତୋର ମହିମା ଅଧ-ଉର୍ଦ୍ଧ୍ୱେପ୍ରକାଶ କର ଶୂନ୍ୟମଧ୍ୟେ

  18. Couplet 18

    ପ୍ରାଣୀଙ୍କ ମଧ୍ୟେ ତୁ କାରୁଣ୍ୟଆରତ ଦୁଃଖ ନିବାରଣ

  19. Couplet 19

    ଇନ୍ଦ୍ର ଯଦ୍ୟପି ନ ବର୍ଷିବଏ ପ୍ରଜା କଷ୍ଟରେ ପଡିବ

  20. Couplet 20

    ତୁ ସ୍ୱୟଂ ଇନ୍ଦ୍ର ରୂପ ଧରିପ୍ରଜା ରଖିବୁ ବୁଷ୍ଟି କରି

  21. Couplet 21

    ତୋହର ବଚନ-ଅମୃତଶୁଣି ନିସ୍ତରିବେ ଜଗତ

  22. Couplet 22

    ତୋର ବଦନ ଚାରୁହାସଦେଖନ୍ତେ ହେବ ଦୁଃଖନାଶ

  23. Couplet 23

    ତୋହର କର୍ମ ବ୍ୟକ୍ତ ନୋହେଯାହାର ମାୟା ଜନ ମୋହେ

  24. Couplet 24

    ତୋହର ଚେଷ୍ଟା ଅନ୍ତରାଳବରୁଣ ପ୍ରାୟ ତୁ ଗମ୍ଭୀର

  25. Couplet 25

    ଅନନ୍ତ ମହିମା ତୋହରଅଶେଷ ଗୁଣର ସାଗର

  26. Couplet 26

    ତୁ ଦୁରାସଦ ଦୁର୍ବିଷହନିକଟେ ଥାଇ ଦୂର ପ୍ରାୟ

  27. Couplet 27

    ଜନ୍ତୁଙ୍କ ଅନ୍ତର ବାହାରେତୋ ତହୁଁ କେବା ଅଛି ପରେ

  28. Couplet 28

    ଅଧ୍ୟକ୍ଷ ହୋଇ ଉଦାସୀନଶରୀରେ ଯେସନେ ପବନ

  29. Couplet 29

    ଅଦୋଷଜନ ତୁ ନ ଦଣ୍ତୁପୁତ୍ର ହେଲେହେଁ ଦୋଷୀ ଦଣ୍ତୁ

  30. Couplet 30

    ଅପ୍ରତିହତ-ଚକ୍ର ତୋରତେଜେ ଗଞ୍ଜଇ ଦିବାକର

  31. Couplet 31

    ତୋହର ଆତ୍ମା ବିଚେଷ୍ଟିତଲୋକରଞ୍ଜନ ଏ ଜଗତ

  32. Couplet 32

    ଯେ ରାଜା ପ୍ରଜା ମନ ରଞ୍ଜେରାଜ୍ୟସମ୍ପଦ ସୁଖେ ଭୁଞ୍ଜେ

  33. Couplet 33

    ସତ୍ୟସନ୍ଧ ତୁ ଦୃଢବ୍ରତବୃଦ୍ଧ ସେବକ ବିପ୍ରଭକ୍ତ

  34. Couplet 34

    ଶରଣ ସର୍ବ ପ୍ରାଣୀଙ୍କରଦୀନ ବତ୍ସଳ ଦୁଃଖ-ହର

  35. Couplet 35

    ପର-ରମଣୀ ମାତ ପ୍ରାୟନିଜ-କାମିନୀ ଅର୍ଦ୍ଧକାୟ

  36. Couplet 36

    ପ୍ରଜାଙ୍କୁ ପୁତ୍ରପ୍ରାୟ ଚିତ୍ତେବିପ୍ରଙ୍କୁ ସେବା ଯାର ନିତ୍ୟେ

  37. Couplet 37

    ପ୍ରାଣୀ ବିଷୟେ ଆତ୍ମା ପ୍ରାୟେଦୟା ବସଇ ଯାର ଦେହେ

  38. Couplet 38

    ସୁହୃଦ ଆନନ୍ଦ ବର୍ଦ୍ଧନବିମୁକ୍ତସଙ୍ଗ ସଙ୍ଗେ ଧ୍ୟାନ

  39. Couplet 39

    ଅସାଧୁଗଣେ ଦଣ୍ତଧରସ୍ୱଭାବେ ଶରଣ-ସୋଦର

  40. Couplet 40

    ନିର୍ଗୁଣ ଭଗବାନ ତୁହିକୂଟସ୍ଥ ଆତ୍ମା କଳା ବହି

  41. Couplet 41

    ଯେତେ ଅବିଦ୍ୟା ବିରଚିତନାନା ଭାବରେ ସେ ପ୍ରତୀତ

  42. Couplet 42

    ହେଲେହେଁ ତୋହର ଶରୀରେଦିଶଇ ବିଅର୍ଥ ବେଭାରେ

  43. Couplet 43

    ତୋ ଅବତାର ଏ ଜଗତେଜଗତ ନିସ୍ତାର ନିମନ୍ତେ

  44. Couplet 44

    ତୁ ନୃପନାଥ ଏକରଥୀମହୀମଣ୍ତଳେ ଯେତେ ଛନ୍ତି

  45. Couplet 45

    ତାହାଙ୍କ ରକ୍ଷଣ ନିମିତ୍ତେଉଦୟ ଗିରି ପରିଯନ୍ତେ

  46. Couplet 46

    ଭ୍ରମିବୁ ରଥେ ଧନୁଧରିଦିଗ-ସମୂହ ବନ ଗିରି

  47. Couplet 47

    ଦକ୍ଷିଣାବର୍ତ୍ତେ ସାବଧାନେଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ

  48. Couplet 48

    ଯେ ଲୋକପାଳ ରାଜାଗଣେବଳେ ହରିବେ ତୋତେ ରଣେ

  49. Couplet 49

    ଗାଇବେ ତୋର ଯଶ ଗୁଣଖଟିବେ ତୋହର ଚରଣ

  50. Couplet 50

    ଇନ୍ଦ୍ରର ପ୍ରାୟେ ଶରେ ଗିରିଛେଦି ପୃଥିବୀ ସମ କରି

  51. Couplet 51

    ମେଦିନୀ-ସ୍ତନୁ ପୟ ଦୁହିଁପ୍ରାଣୀଙ୍କୁ ପ୍ରାଣ-ବୃତ୍ତି ଦେଇ

  52. Couplet 52

    ଖିଳ ଅଖିଳ ବସୁନ୍ଧରୀପାଳିବ ଏ ନୃପକେଶରୀ

  53. Couplet 53

    ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳିବିକ୍ରମି ଚରେ ମହାବଳୀ

  54. Couplet 54

    ତେହ୍ନେ ତୁ ଧନୁର ଟଙ୍କାରେବିକ୍ରମି ବସନ୍ତେ ରଥରେ

  55. Couplet 55

    ଦେଖି ସକଳ ଶତ୍ରୁଗଣେଭୟେ ପଶିବେ ଘୋରବନେ

  56. Couplet 56

    ମୃଗ ଯେସନେ ସିଂହ ଦେଖିପଳାନ୍ତି ବିପିନ ଉପେକ୍ଷି

  57. Couplet 57

    କରିବୁ ଅଶ୍ୱମେଧ ଶତତ୍ରିଦିବେ ଯେହ୍ନେ ସୁରନାଥ

  58. Couplet 58

    ଶେଷ-ଯଜ୍ଞରେ ଅଶ୍ୱ ତୋରହରିବେ ସ୍ୱୟଂ ପୁରନ୍ଦର

  59. Couplet 59

    ତଦନ୍ତେ ଗୃହ ମଧ୍ୟେ ଯାଇସନତ୍‌କୁମାର ଧ୍ୟାନେ ଧ୍ୟାୟି

  60. Couplet 60

    ତେଣୁ ତୋ ହେବ ବ୍ରହ୍ମଜ୍ଞାନତୁ ହେବୁ ଅତୀବ ପାବନ

  61. Couplet 61

    ସ୍ୱଭୋଗ ଅନ୍ତେ ଗଙ୍ଗାକୂଳେସନତକୁମାରଙ୍କ ମେଳେ

  62. Couplet 62

    ଭକତି କରି ବିଷ୍ଣୁପାଦେଅନ୍ତେ ପଶିବୁ ନିଜପଦେ

  63. Couplet 63

    ତୋର ଚରିତ ଇହଲୋକେପ୍ରାଣୀଏ ବିସ୍ତାରିବେ ମୁଖେ

  64. Couplet 64

    ହେ ପୃଥୁ ପରାକ୍ରମ ତୋରଦେବ-ମାନବେ ଅଗୋଚର

  65. Couplet 65

    ତୋର ମହିମା କର୍ଣ୍ଣେ ଶୁଣିତରିବେ ଭବ-ତରଙ୍ଗିଣୀ

  66. Couplet 66

    ସୁଜନେ ଶୁଣ ଶୁଦ୍ଧଚିତ୍ତେଭାଷା-ପ୍ରବନ୍ଧେ ଭାଗବତେ

  67. Couplet 67

    ଏ ପୃଥୁ ରାଜାର ଚରିତବୋଲଇ ଦାସ ଜଗନ୍ନାଥ

Odia Bhagabata skandha 4 adhyaya 18 | Parbani by ParibhaAsha App