Skandha 4
Adhyaya 17
Couplet 1
ନିର୍ମଳ ଦେଖି ବେଣ ଅଙ୍ଗପୁଣି ମନ୍ଥିଲେ ବାହୁଯୁଗ
Couplet 2
ନାରୀ ପୁରୁଷ ଏକ ମେଳେଜନ୍ମିଲେ ବେଦ-ମନ୍ତ୍ରବଳେ
Couplet 3
ସ୍ତିରୀ ପୁରୁଷ ଦେହ ଦେଖିବିଷ୍ଣୁର କଳା ଉପଲକ୍ଷି
Couplet 4
ଆନନ୍ଦମନେ ମୁନିଗଣେଭାବେ କହନ୍ତି ଜଣେ ଜଣେ
Couplet 5
ଦେଖ ଏ ପୁରୁଷ କାମିନୀଅଶେଷ-ଭୁବନ ପାବନୀ
Couplet 6
ଦେଖ ଏ ମିଥୁନ-ଲକ୍ଷଣପ୍ରତ୍ୟେକ୍ଷେ ଲକ୍ଷ୍ମୀନାରାୟଣ
Couplet 7
ବେଣର ବଂଶ ଏ ରଖିବଆନନ୍ଦେ ଭୁବନ ପାଳିବ
Couplet 8
ଏହାକୁ ରାଜ୍ୟେ ରାଜା କରିଏ କନ୍ୟା ରାଣୀ ରୂପେ ବରି
Couplet 9
ପ୍ରଥିତ ଯଶକୀର୍ତ୍ତି ଯେଣୁଏହାର ପୃଥୁ ନାମ ତେଣୁ
Couplet 10
ଏ ଯେ ସୁନ୍ଦରୀ ଶୁଭ୍ରଦନ୍ତୀମୁକ୍ତାର ପ୍ରାୟ ଦନ୍ତନ୍ନି
Couplet 11
ସକଳ ଗୁଣେ ଏ ଭୂଷିତବିରାଜେ ଯେସନେ ଆଦିତ୍ୟ
Couplet 12
ରୂପେ ଅର୍ଚ୍ଚିଲା ପୃଥୁ ଯେଣୁଏହାର ଅର୍ଚ୍ଚି ନାମ ତେଣୁ
Couplet 13
ଏ ରାଜା ବିଷ୍ଣୁ ଅଂଶେ ଜାତସୁଗୁଣେ ଲୋକେ ଏ ବିଖ୍ୟାତ
Couplet 14
ଏ ବାମା ଜାତ ଲକ୍ଷ୍ମୀ ରୂପେସର୍ବଦା ବିଷ୍ଣୁର ସମୀପେ
Couplet 15
ଏତେ ବିଚାରି ଶୁଦ୍ଧମନେସ୍ତୁତି କରନ୍ତି ବିପ୍ରଜନେ
Couplet 16
ଗନ୍ଧର୍ମେ ଗୀତନାଦ କଲେଦେବେ କୁସୁମ ବରଷିଲେ
Couplet 17
ଆନନ୍ଦେ ବୀଣା ବାଦ୍ୟ କରିନୃତ୍ୟ କରନ୍ତି ଅପସରୀ
Couplet 18
ଶଙ୍ଖ ମହୁରୀ ତୂରୀ ନାଦେଦେବେ ଦୁନ୍ଦୁଭି ବିଷ୍ଣୁପଦେ
Couplet 19
ଦେବତା ଋଷି ପିତୃଜନେମିଳିଲେ ହରଷିତ ମନେ
Couplet 20
ଶଙ୍କର ପଦ୍ମଯୋନି ତୁଲେଦେବ ସମୂହେ ବିଜେ କଲେ
Couplet 21
ଦେଖିଲେ ବେଣସୁତ ହସ୍ତବିଷ୍ଣୁର ଚକ୍ର ଚିହ୍ନ ଯୁକ୍ତ
Couplet 22
ଚରଣେ ପଙ୍କଜ ଲାଞ୍ଛନସକଳେ କଲେ ଅନୁମାନ
Couplet 23
ବିଷ୍ଣୁର ଅଂଶ ନିଶ୍ଚେ ଜାଣିବେଗେ ଆଣିଲେ ତୀର୍ଥପାଣି
Couplet 24
ଅଭିଷେକର ବସ୍ତୁ ଯେତେପ୍ରଜାଏ ଆଣି ଯେଝା ମତେ
Couplet 25
ସମୁଦ୍ର ପର୍ବତ ସରିତସର୍ପ ବିହଙ୍ଗ ମୃଗଯୂଥ
Couplet 26
ଧରଣୀ ଆଦି ପଞ୍ଚଭୂତେଯାହାର ଯେ ଅବା ଉଚିତେ
Couplet 27
ସକଳେ ଆଣି ଉପାୟନବନ୍ଦିଲେ ନୃପତି ଚରଣ
Couplet 28
ସକଳେ ନାନାଦ୍ରବ୍ୟ ଆଣିମୁନି ଆନନ୍ଦେ ବେଦ ଭଣି
Couplet 29
ପୃଥୁକୁ ଅଭିଷେକ କଲେମଙ୍ଗଳନାଦେ ଅର୍ଚ୍ଚି ତୁଲେ
Couplet 30
ପୃଥୁକୁ କଲେ ମହାରାଜାଶୁଭେ ବିରାଜେ ମହାତେଜା
Couplet 31
କୁବେର ଦେଖି ତୋଷମନେଦେଲା ସେ ସୁବର୍ଣ୍ଣ ଆସନେ
Couplet 32
ବରୁଣ ଦେଲା ଛତ୍ର ଆଣିପ୍ରକାଶେ ଦିବ୍ୟରତ୍ନ ମଣି
Couplet 33
ସେ ଛତ୍ର ନାମ ଜଳସ୍ରବାସ୍ୱଭାବେ ଦିଶେ ଶଶିପ୍ରଭା
Couplet 34
ଚାମର ସମୀରଣ ଦେଲାଧର୍ମ ଦେବତା କୀର୍ତ୍ତିମାଳା
Couplet 35
ଇନ୍ଦ୍ର ମୁକୁଟ ଦେଲା ଶିରେଶମନ ଦଣ୍ତ ଦେଲା କରେ
Couplet 36
ବ୍ରହ୍ମକବଚ ବ୍ରହ୍ମା ଦେଲେଭାରତୀ ହାର ଲମ୍ବାଇଲେ
Couplet 37
ଗୋବିନ୍ଦ ଚକ୍ର ଦେଲେ କରେକମଳା ବସେ ତାର ଉରେ
Couplet 38
ସୁବର୍ଣ୍ଣ ଦଶଚନ୍ଦ୍ର ଯୁତେରୁଦ୍ର ଖଡଗ ଦେଲେ ହସ୍ତେ
Couplet 39
ଅମ୍ବିକା ଦେଲେ ଚର୍ମାମ୍ବରଅଙ୍କିତ ଶତେ ନିଶାକର
Couplet 40
ଅମୃତମୟ-ଅଶ୍ୱ ଆଣିବିମାନ ଅର୍ଥେ ନିଶାମଣି
Couplet 41
ପୃଥୁ ସମୀପେ ଆଣି ଦେଲେସଙ୍ଗେ ତା ବିଶ୍ୱକର୍ମା ଥିଲା
Couplet 42
ବିମାନ ନାନାରତ୍ନେ ସାଜିତହିଁ ଯୋଚିଲା ସେହି ବାଜି
Couplet 43
ଅନଳ ଆଣି ଦେଲାଧନୁରଶ୍ମି-ନାରାଚ ଦେଲା ଭାନୁ
Couplet 44
ବେନି-ପାଦୁକା ଯୋଗମୟୀଚରଣ ତଳେ ଦେଲା ମହୀ
Couplet 45
ଆକାଶ ସଦା ପୁଷ୍ପାଞ୍ଜଳିପ୍ରଦାନେ ଅତି କୁତୂହଳୀ
Couplet 46
ନୃତ୍ୟ ସଙ୍ଗୀତ ବାଦ୍ୟ ଯେତେଯେ ଅନ୍ତର୍ଦ୍ଧାନ ବିଦ୍ୟା ଯୁତେ
Couplet 47
ଖେଚରେ ଆନନ୍ଦିତ ହୋଇଦେଲେ ପୃଥୁକୁ ପାଶେ ଯାଇ
Couplet 48
ମିଳି ସକଳ-ମୁନିଗଣେଆଶିଷ ଦେଲେ ଜଣେ ଜଣେ
Couplet 49
ସମୁଦ୍ର ଶଙ୍ଖ ଦେଲା କରେଯେ ନାଦେ ଦଶଦିଗ ପୂରେ
Couplet 50
ସମୁଦ୍ର ଗିରି ନଦୀ ଯେତେବାଟ ଛାଡିଲେ ତାର ରଥେ
Couplet 51
ସୂତ ମାଗଧ ବନ୍ଦୀ ମେଳେପୃଥୁର ସମୀପେ ମିଳିଲେ
Couplet 52
ସ୍ତୁତି ଉଦ୍ୟମ ତାଙ୍କ ଜାଣିମେଘ-ଗମ୍ଭୀର ମୃଦୁବାଣୀ
Couplet 53
ଆନନ୍ଦେ ନିକଟେ ବସାଇପୃଥୁ କହନ୍ତି ଭାବ ବହି
Couplet 54
ଆହେ ମାଗଧ ସୂତେ ଶୁଣଯେତେ ଭବିଷ୍ୟ ସ୍ତୁତିଗୁଣ
Couplet 55
ଲୋକଙ୍କ ମଧ୍ୟେ ମୋର ଗୁଣଅବ୍ୟକ୍ତ ରୂପେ ଅଛିପୁଣ
Couplet 56
ମୋର କର୍ତ୍ତବ୍ୟ କର୍ମ ଯେତେତୁମ୍ଭେ କହିବ ଭବିଷ୍ୟତେ
Couplet 57
ମିଥ୍ୟା-ବଚନେ କାର୍ଯ୍ୟ ନାହିଁମଧୁର ଭାଷୀ ତୁମ୍ଭେ ହୋଇ
Couplet 58
ଏବେ ବିଷ୍ଣୁଙ୍କୁ ସ୍ତୁତି କରଯାହା ଅଟଇ ମୋକ୍ଷ ଦ୍ୱାର
Couplet 59
ଏମନ୍ତ ପୃଥୁର ବଚନଶୁରି ସନ୍ତୋଷ ପ୍ରଜାଜନ
Couplet 60
କହଇ ବିପ୍ର ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ
Couplet 61
ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀଶୁରି ସଂସାରୁ ତର ପ୍ରାଣୀ