Skip to content
paribhaasha

Skandha 4

Adhyaya 16

  1. Couplet 1

    ମୈତ୍ରେୟ ହରଷେ କହନ୍ତିଶୁଣ ବିଦୁର ଶୁଦ୍ଧମତି

  2. Couplet 2

    ଭୃଗୁ ଅଙ୍ଗିରା ଆଦି ଯେତେମୁନିଏ ମିଳିଲେ ସମସ୍ତେ

  3. Couplet 3

    ଭାଳନ୍ତି ଅତି ମନ ଦୁଃଖେପ୍ରଜା-ରକ୍ଷଣେ ଅରାଜକେ

  4. Couplet 4

    ବୋଲନ୍ତି ରାଜ୍ୟେ ନାହି ରାଜାଦୁଷ୍ଟେ ଲୁଟିବେ ଜନ ପ୍ରଜା

  5. Couplet 5

    ଏମନ୍ତ ବିଚାରି ସମସ୍ତେବେଣର ଜନନୀ ଅଗ୍ରତେ

  6. Couplet 6

    ପ୍ରଜା ରକ୍ଷଣେ ଧର୍ମ କହିସକଳ ଜନେ ରୁଣ୍ତ ହୋଇ

  7. Couplet 7

    ବିଚାର କରି ଅତିରେକେବେଣକୁ ରାଜ-ଅଭିଷେକେ

  8. Couplet 8

    ନିଜ-ଭୁବନେ କଲେ ରାଜାଯେଣେ ରକ୍ଷିତ ଜନପ୍ରଜା

  9. Couplet 9

    ଦସ୍ୟୁ ଯେ ଥିଲେ ଦୁଷ୍ଟପଣେଲୁଟିବେ ବୋଲି ପ୍ରଜାଗଣେ

  10. Couplet 10

    ବେଣର ରାଜପଣ କର୍ଣ୍ଣେଶୁଣି ଲୁଚିଲେ ଘୋରବନେ

  11. Couplet 11

    ପଶିଲେ ଘୋର-ଗିରିମାର୍ଗେଗରୁଡ ଡରେ ଯେହ୍ନେ ନାଗେ

  12. Couplet 12

    ବେଣ ରାଜ୍ୟରେ ରାଜା ହୋଇରାଜା-ସମ୍ପଦେ ଗର୍ବ ବହି

  13. Couplet 13

    ସ୍ୱଭାବେ ଦୁଷ୍ଟ-ଦୁରାଚାରନ କରେ ଧର୍ମର ବିଚାର

  14. Couplet 14

    ଆତ୍ମାକୁ ସିଦ୍ଧ-ପ୍ରାୟ ମଣେଋଷିଙ୍କ ବଚନ ନ ଶୁଣେ

  15. Couplet 15

    ଲଭିଣ ଅଶେଷ ବିଭୂତିମାତିଲା ଯେହ୍ନେ ମତ୍ତହସ୍ତୀ

  16. Couplet 16

    କାଞ୍ଚନରଥେ ବିଜେ କରିବୁଲନ୍ତେ କମ୍ପେ ବସୁନ୍ଧରୀ

  17. Couplet 17

    ନିତ୍ୟେ ସେ ବିପ୍ରଙ୍କୁ ଅଣାଇବୋଲଇ କୋପଭର ହୋଇ

  18. Couplet 18

    ଶୁଣ ହେ ବିପ୍ରେ ମୋର ବାଣୀମୁଁ ଏ ଜଗତେ ନୃପମଣି

  19. Couplet 19

    ମୋହର ବଚନ ତୁମ୍ଭରସ୍ୱଭାବେ ପାଳିବା ବେଭାର

  20. Couplet 20

    ଦେଖ ମୋହର ବେନଭୂଜଦାଦିଗପାଳଙ୍କ ତେଜ

  21. Couplet 21

    ମୁଁ ଯେ ପ୍ରତ୍ୟକ୍ଷେ ଭଗବାନଦେଖ ମୋହର ବର୍ଣ୍ଣଚିହ୍ନ

  22. Couplet 22

    ବ୍ରାହ୍ମଣ ଆଦି ଚାରିବର୍ଣ୍ଣପାଶେ ବସାଇ ନୃପରାଣ

  23. Couplet 23

    ବିଷ୍ଣୁର ବଚନ ପ୍ରକାଶିମନ ଆନନ୍ଦେ ନୃପବଂଶୀ

  24. Couplet 24

    ଆତ୍ମାକୁ ସିଦ୍ଧ ପ୍ରାୟ ମଣିବୋଲଇ ଅସମ୍ଭବ ବାଣୀ

  25. Couplet 25

    ଶୁଣ ସକଳ-ପ୍ରଜାଜନେବ୍ରାହ୍ମଣ ଆଦି ଚାରିବବର୍ଣ୍ଣେ

  26. Couplet 26

    ମୋ ରାଜ୍ୟେ ଯଜ୍ଞ ନ କରିବପିତୃଦେବତା ନ ପୂଜିବ

  27. Couplet 27

    ଦାନ ନ ଦେବ ବିପ୍ରହସ୍ତେତୀର୍ଥେ ନ ଯିବ ପାଦଗତେ

  28. Couplet 28

    ଆଗମ ନିଗମ ଏ ନୀତିଯେ ଅବା ଶାସ୍ତ୍ର ମତ ଚିନ୍ତି

  29. Couplet 29

    ସଂସାରେ ଧର୍ମ କର୍ମ ଯେତେସକଳ ସମର୍ପିବ ମୋତେ

  30. Couplet 30

    ମୋ ତହୁଁ ବଡ ନାହିଁ ଆନମୁଁ ଯେ ପ୍ରତ୍ୟକ୍ଷ ଭଗବାନ

  31. Couplet 31

    ମୋହର ଜନ୍ମ କର୍ମ ଗୁଣସର୍ବେ ତା କରସି ବଖାଣ

  32. Couplet 32

    ମୋ ନାମ ଜପୁଥିବ ତୁଣ୍ତେମୋତେ ପୂଜିବ ଯଜ୍ଞକୁଣ୍ତେ

  33. Couplet 33

    ଯେ ମୋର ବୋଲ ନ କରିବମୋ ରାଜ୍ୟେ ଦଣ୍ତେ ନ ରହିବ

  34. Couplet 34

    ଜୀବନ ହରିବି ତାହାରସର୍ବସମ୍ପଦ କରି ଜୂର

  35. Couplet 35

    ଏମନ୍ତ ପୁର ରାମ ଦେଶେହସ୍ତୀର କନ୍ଧେ ଭେରୀଘୋଷେ

  36. Couplet 36

    ଘୋଷଣ-ବାଜେ ସର୍ବଦେଶେଶୁଣି ସକଳ ଜନ ତ୍ରାସେ

  37. Couplet 37

    ବେଣ ଆଜ୍ଞା ଶିରେ କଲେସକଳ ଧର୍ମ ଉପେକ୍ଷିଲେ

  38. Couplet 38

    ଜପନ୍ତି ତାର ନାମେ ନିତ୍ୟେଭୟେ ଖଟନ୍ତି ପାଦଗତେ

  39. Couplet 39

    ଏମନ୍ତ ରାଜା ଦୁଷ୍ଟପଣଦେଖି ଭାଳନ୍ତି ମୁନିଗଣ

  40. Couplet 40

    ବୋଳନ୍ତି ଏକୁ ଆରେ ଚାହିଁଏମନ୍ତ ଶୁଣିଲାତ ନାହିଁ

  41. Couplet 41

    ଭୂମିରେ ଯେତେ ରାଜା ଥିଲେଏମନ୍ତ କେବା ପ୍ରଚରିଲେ

  42. Couplet 42

    ଯଜ୍ଞ ନ କଲେ ମେଘ ନାହିଁବୃଷ୍ଟି ନୋହିଳେ ଅନ୍ନ ନାହିଁ

  43. Couplet 43

    ଏ ପଞ୍ଚଯଜ୍ଞ କ୍ରିୟା ଲୋପେଅଧର୍ମେ ତ୍ରିଭୁବନ କମ୍ପେ

  44. Couplet 44

    ଏ ଗୋର ସଙ୍କଟ ପଡିଲାଉଭୟ ଲୋକ ନାଶ ଗଲା

  45. Couplet 45

    ଏହାକୁ ଆମ୍ଭେ ରାଜା କଲୁସର୍ପକୁ କ୍ଷୀର ପିଆଇଲୁ

  46. Couplet 46

    ସେ ଯେହ୍ନେ ବଢେ ଅତି ଘୋରେକ୍ଷୀରଦାତାର ପ୍ରାଣ ହରେ

  47. Couplet 47

    ଆମ୍ଭେ ନ ବୁଝି କର୍ମ କଲୁବେଣକୁ ରାଜପଦ ଦେଲୁ

  48. Couplet 48

    ଖଳକୁ ଦେଲୁ ରାଜ୍ୟେ ବାସଆମ୍ଭେ ହୋଇଲୁ ଏବେ ନାଶ

  49. Couplet 49

    ସୁନୀଥା ଗର୍ଭୁ ଏ ସମ୍ଭୂତସ୍ୱଭାବେ ଯମସୁତା-ସୁତ

  50. Couplet 50

    ଆମ୍ଭେ ଏହାର ପାଶେ ଯିବାଧର୍ମ-ବଚନ ବୁଝାଇବା

  51. Couplet 51

    ଏ ଯେବେ ବୋଲ ନ କରିବଅଧର୍ମ ଦୋଷେ ନାଶ ଯିବ

  52. Couplet 52

    ଏତେ ବିଚାରି ବିପ୍ରଜନେମିଳିଲେ ବେଣ ସନ୍ନିଧାନେ

  53. Couplet 53

    କଲ୍ୟାଣ କରି ବେଦନାଦେବୋଧିଲେ ତାକୁ ସାମବାଦେ

  54. Couplet 54

    ହେ ନୃପନାଥ ଶୁଣ ଧୀରେଯାହା କହିବୁ ତୋ ଛାମୁରେ

  55. Couplet 55

    ଯେଣେ ହୋଇବ ତୋର ଲାଭଜଗତେ ଯଶ-କୀର୍ତ୍ତି ଥିବ

  56. Couplet 56

    ମନ-ବଚନ-ଦେହ ଗତେଯେ ପ୍ରାଣୀ ଥାନ୍ତି ଜନହିତେ

  57. Couplet 57

    ଏ ବେନିଲୋକେ ସେ ଜିଣନ୍ତିନ କଲେ ଜୀବନ୍ତେ ମରନ୍ତି

  58. Couplet 58

    ପ୍ରଜାଏ ଧର୍ମ ଆଚରିଲେନୃପ ସମ୍ପଦ ବଢେ ଭଲେ

  59. Couplet 59

    ସେ ଧର୍ମ ଯେବେ ନାଶ ଯାଇନୃପ ସମ୍ପଦ ଆର କାହିଁ

  60. Couplet 60

    ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେଚୌର୍ଯ୍ୟାଦି ସର୍ବ ଭୟ ହରେ

  61. Couplet 61

    ସେ ରାଜାଂଇହପରଲୋକେଆନନ୍ଦ ମନେ ରହେ ସୁଖେ

  62. Couplet 62

    ଯେ ରାଜା ରାଜ୍ୟ ପୁର ଦେଶେବିଷ୍ଣୁଙ୍କୁ ପୂଜନ୍ତି ହରଷେ

  63. Couplet 63

    ବିଷ୍ଣୁ-ପାଦୋଦକ ନିର୍ମାଲ୍ୟଯେ ସେବେ ସେହି ସେ ଅମୂଲ୍ୟ

  64. Couplet 64

    ପ୍ରଜାଏ ନିଜଧର୍ମେ ଥାଇଆଶ୍ରମ-ଧର୍ମ ପ୍ରଚାରଇ

  65. Couplet 65

    ରାଜାର ଯଜ୍ଞେ ପୂଜା ପାଇବିଷ୍ଣୁ ସନ୍ତୋଷେ ଦୟା ବହି

  66. Couplet 66

    ରାଜା-ପରଜା ସୁଖେ ରହେଏ ଧର୍ମ ଚାରିବେଦ କହେ

  67. Couplet 67

    ବିଷ୍ଣୁର ପାଦପଦ୍ମ ତଳେଖଟନ୍ତି ସର୍ବଦିଗପାଳେ

  68. Couplet 68

    ସୁଖ ଭୁଞ୍ଜନ୍ତି ସର୍ବକାଳେଏ କଥା ବିଦିତ ଶୟଳେ

  69. Couplet 69

    ସେ ସର୍ବ-ଯଜ୍ଞ ମୟ ହରିମନୁ ଦେବତା ଆଦି କରି

  70. Couplet 70

    ସେହରି ଯଜ୍ଞେ ହେଲେ ତୋଷସଂସାରେ ରହିବ ତୋ ଯଶ

  71. Couplet 71

    ସର୍ବ-ଦେବତା ତାର ଦେହେବସନ୍ତି ଲୋମପନ୍ତି ପ୍ରାୟେ

  72. Couplet 72

    ତାହାର ସଞ୍ଚଲା ଜଗତତା ବିନୁ କେହି ନୋହେ ସତ୍ୟ

  73. Couplet 73

    ସେ ସର୍ବ-ଦେବମୟ ହରିତାର ଚରଣେ ପୂଜାକରି

  74. Couplet 74

    ଲଭିବୁ ସର୍ବ ସୁଖ ଭଲେଆମ୍ଭର ବାକ୍ୟେ ଧର୍ମ କଲେ

  75. Couplet 75

    ସେ ହରି ଯେବେ ତୁଷ୍ଟ ହେବକିବା ଅପ୍ରାପ୍ୟ ତୋର ଥିବ

  76. Couplet 76

    ସର୍ବ ସମୃଦ୍ଧି ଲାଭ ପାଇଁଲୋକେ ଯେ ହରିଙ୍କୁ ଭଜଇ

  77. Couplet 77

    ତୁ ତାଙ୍କ ଅନୁବର୍ତ୍ତୀ ହୋଇଆମ୍ଭ ବଚନ ରଖ ତୁହି

  78. Couplet 78

    ସେ ହରି କଳ-ଦେବମୂର୍ତ୍ତିଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି

  79. Couplet 79

    ତାହାଙ୍କ ପ୍ରତି ତୋ ହେଳଣଉଚିତ ନୁହଇ ରାଜନ

  80. Couplet 80

    ଋଷିଙ୍କ ବୋଲ ଶୁଣି କର୍ଣ୍ଣେବେଣ ବୋଲଇ କୋପମନେ

  81. Couplet 81

    ତୁମ୍ଭେ ବାଳିଶ ବିପ୍ରଜନବାଳକ ପ୍ରାୟ ତୁମ୍ଭ ଜ୍ଞାନ

  82. Couplet 82

    ଅଧର୍ମେ ଧର୍ମ ମାନ୍ୟ କରଏ ନୋହେ ସ୍ୱଧର୍ମ ତୁମ୍ଭର

  83. Couplet 83

    ଯୁବତୀ ନିଜ ସ୍ୱାମୀ ଛାଡିଜାର ପୂରୁଷେ ଲୋଭ ବଢି

  84. Couplet 84

    ତେମନ୍ତ ପ୍ରାୟେ ତୁମ୍ଭେମାନେମୋ ପାଦ ଛାଡି ଭଜ ଅନ୍ୟେ

  85. Couplet 85

    ଏଣୁ ଏ ମୂଢ ପ୍ରାଣୀ ଯେତେବର୍ତ୍ତନ୍ତି ଅଶାସ୍ତ୍ର ବିହିତେ

  86. Couplet 86

    ବିଷ୍ଣୁ ସ୍ୱରୂପ ନରପତିତାହାଙ୍କୁ ଅଶାସ୍ତ୍ର ବିହିତେ

  87. Couplet 87

    ତାହାଙ୍କ ଧର୍ମଜ୍ଞାନ ନାହିଁଉଭୟ ଲୋକେ ସୁଖ କାହିଁ

  88. Couplet 88

    କେ ଯଜ୍ଞପୁରୁଷ ତୁମ୍ଭରଯାର ଚରଣେ ସେବାକର

  89. Couplet 89

    ଯୁବତୀ କୁଳ-ଧର୍ମ ଛାଡିଜାରେ ଯେସନେ ସେବା କରି

  90. Couplet 90

    ଦେଖ ଏ ନୃପତି ଶରୀରେଦେବେ ବସନ୍ତି ଅଧିକାରେ

  91. Couplet 91

    ବିଷ୍ଣୁ ବିରଞ୍ଚି ମହେଶ୍ୱରଇନ୍ଦ୍ର ପବନ ଦିବାକର

  92. Couplet 92

    ଯମ ପର୍ଜନ୍ୟ ଧନଦାତାସୋମ ଧରଣୀ ଭସ୍ମକର୍ତ୍ତା

  93. Couplet 93

    ଜଳ ବରୁଣ ଆଦି ଯେତେସର୍ବେ ବସନ୍ତି ନୃପଗାତ୍ରେ

  94. Couplet 94

    ଯେ ବର ଶାପ ଦ୍ୟନ୍ତି ଲୋକେନୃପ ଶରୀରେ ଏକେ ଏକେ

  95. Couplet 95

    ସକଳ-ଦେବ ତେଜଆଣିତେଣୁ ବୋଲାଇ ନୃପମଣି

  96. Couplet 96

    ଏଣୁ ଏ ନରପତି ଦେହପ୍ରତ୍ୟକ୍ଷେ ସର୍ବଦେବମୟ

  97. Couplet 97

    ଦୁର୍ଲଭ ନୃପତି-ଶରୀରକି ଅବା ଦେବା ପଟାନ୍ତର

  98. Couplet 98

    ଏ ଦେହ ମହିମା ନ ଜାଣିଅଧର୍ମ ଧର୍ମ ପରିମାଣି

  99. Couplet 99

    ଏଣୁ ତୁମ୍ଭର କର୍ମ ଯେତେସେ ଧର୍ମେ ପୂଜା କର ମୋତେ

  100. Couplet 100

    ମୋହର ଅଗ୍ରେ ବଳି କରଏଧର୍ମ ସ୍ୱଧର୍ମ ତୁମ୍ଭର

  101. Couplet 101

    ମୁଁ ଯଜ୍ଞଭାଗ ଆଗ ପାଇମୋ ତହୁଁ ଅନ୍ୟ ଦେବ ନାହିଁ

  102. Couplet 102

    ଏମନ୍ତ ବିପରୀତ-ଗତିଭଜିଲା ପାପିଷ୍ଠ-ନୃପତି

  103. Couplet 103

    ମୁନିଙ୍କ ଅନୁମୟ-ବାଣୀନିଶ୍ଚେ ନ କଲା ନୃପମଣି

  104. Couplet 104

    ସ୍ୱଭାବେ ଦୁଷ୍ଟ ଅନର୍ଗଳଆତ୍ମାକୁ କଲା ଅମଙ୍ଗଳ

  105. Couplet 105

    ଏମନ୍ତ ମୁନିଙ୍କ ବଚନଅବଜ୍ଞା କଲା ଦିନୁଦିନ

  106. Couplet 106

    ଆତ୍ମ-ପଣ୍ତିତ ମନେ କରେମୁନିଙ୍କ ବଚନ ନ ଧରେ

  107. Couplet 107

    ମୁନିଏ ଦିନେ ଦିନେ ଆସିଧର୍ମ କହନ୍ତି ପାଶେ ବସି

  108. Couplet 108

    କହନ୍ତି ଅନେକ ବିଶ୍ୱାସଦେଖାଇ ଜ୍ଞାନ ଉପଦେଶ

  109. Couplet 109

    କେବେହେଁ ନ କଲା ବଚନମୁନିଙ୍କି କଲା ଅପମାନ

  110. Couplet 110

    ତାହାର ଅଧର୍ମ ବିଶ୍ୱାସେମୁନିଙ୍କ ମନେ କୋପ ବସେ

  111. Couplet 111

    ବୋଲନ୍ତି ଏକୁଆରେ ଚାହିଁଏହା ଜୀବନେ କାର୍ଯ୍ୟ ନାହିଁ

  112. Couplet 112

    ଏହାର ଅଧର୍ମ ଆଚାରେପ୍ରଜାଏ ନଶିବେ ସଂସାରେ

  113. Couplet 113

    ଅସାଧୁ ବୃତ୍ତି ଏହ ଦେହିନୃପ ଆସନେ ଯୋଗ୍ୟ ନୋହି

  114. Couplet 114

    ଯେ ରାଜା ଲଜ୍ଜା ଦୂର କରିନିନ୍ଦଇ ଯଜ୍ଞପତି ହରି

  115. Couplet 115

    କେ ଏହା ସହେ ଦେହ ବହିବେଣକୁ ରାଜପଦ ଦେଇ

  116. Couplet 116

    ଏମନ୍ତେ ବେଣ ନାଶ ପାଇଁମୁନିଏ ମହାକୋପ ବହି

  117. Couplet 117

    ହୁଙ୍କାର କରି ବେଦବାଣେପ୍ରହାର କଲେ ଜଣେ ଜଣେ

  118. Couplet 118

    ଅଚ୍ୟୁତ ନିନ୍ଦା ଫଳ ଥିଲାତକ୍ଷଣେ ଦେହୁ ପ୍ରାଣଗଲା

  119. Couplet 119

    ବେଣକୁ ନାଶି ବିପ୍ରଜନେଗଲେ ସେ ଯେ ଯାହା ଭୁବନେ

  120. Couplet 120

    ସୁନୀଥା ପୁତ୍ରର ମରଣଦେଖି କରଇ ବିଚାରଣ

  121. Couplet 121

    ଅବଶ୍ୟ ଏହାର ଶରୀରେପୁତ୍ର ଉପୂଜିବ ସଂସାରେ

  122. Couplet 122

    ହୋଇବେ ପ୍ରଜାଜନେ ସୁଖୀଏତେ ବିଚାରି ଅଶ୍ରୁମୁଖୀ

  123. Couplet 123

    ତଇଳ-ଦ୍ରୋଣୀ ମଧ୍ୟେ ଥୋଇବେଣର ଶରୀର ପାଳଇ

  124. Couplet 124

    ହେନ ସମୟେ ଏକ ଦିନେସରସ୍ୱତୀରେ ବିପ୍ରଜନେ

  125. Couplet 125

    ନିଶ୍ଚିନ୍ତେ ପ୍ରାତଃସ୍ନାନ ସାରିହୋମେ ପୂଜିଲେ ନରହରି

  126. Couplet 126

    ବିଷ୍ଣୁର କଥାଗୋଷ୍ଠୀ କଲେଏମନ୍ତ ଉତ୍ପାତ ଦେଖିଲେ

  127. Couplet 127

    ଶୁଭଇ ମୁଖ ରାବ ଘୋଷଭୟେ କମ୍ପନ୍ତି ଦଶଦିଶ

  128. Couplet 128

    ପ୍ରଜାଏ ଭୟର ଆତୁରେପଳାନ୍ତି ବନ ଗିରି ଘୋରେ

  129. Couplet 129

    ମୁନି ଚାହାନ୍ତି ଚାରିଦିଗେଧୂଳି ଉଡଇ ବାୟୁ ବେଗେ

  130. Couplet 130

    ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରିଡାକନ୍ତି ମାର ମାର କରି

  131. Couplet 131

    ତାଙ୍କ ଚରଣ ଧୂଳି ବେଗେଆଚ୍ଛାଦି ଉଡେ ଦଶଦିଗେ

  132. Couplet 132

    ଦୁଷ୍ଟେ ଲୁଟନ୍ତି ପ୍ରଜାଧନଅଦ୍ଭୁତେ ଶୁଭେ ଘୋରସ୍ୱନ

  133. Couplet 133

    ମୁନିଏ ପ୍ରଜା ଦୁଃଖ ଦେଖିମନେ ହୋଇଲେ ଗୁରୁ ଦୁଃଖୀ

  134. Couplet 134

    ବୋଲନ୍ତି କଲୁ ମନ୍ଦ-କୃତ୍ୟପ୍ରଜାଏ ହୋଇଲେ ଅନାଥ

  135. Couplet 135

    ଆମ୍ଭେ ତପସ୍ୟା କଥା ଜାଣିରାଜ୍ୟକୁ ରାଜା ସେ କାରେଣୀ

  136. Couplet 136

    ରାଜା ନ ଥିଲେ ପ୍ରଜା କାହିଁଏମନ୍ତ ବୋଲି ଦୟାବହି

  137. Couplet 137

    ବୋଲନ୍ତି ବ୍ରାହ୍ମଣ-ବେଭାରେସଂସାରେ ପର-ଉପକାରେ

  138. Couplet 138

    ସମାନ-ଦୃଷ୍ଟି ଯେ ବ୍ରାହ୍ମଣଶାନ୍ତି ବିବେକ ସୁଲକ୍ଷଣ

  139. Couplet 139

    ଯେବେ ସେ ଦୁଃଖୀଙ୍କ କୁଶଳେହେଳାରେ ବିଚାର ନ କରେ

  140. Couplet 140

    ତା ଦେଖୁ ତପ ତୁଚ୍ଛ ଯାଏଭଗ୍ନ-ଭଣ୍ତରେ କ୍ଷୀର ପ୍ରାୟେ

  141. Couplet 141

    କେବେହେଁ ନୋହେ ସେ ନିରୋଧଏମନ୍ତ ମଣି ଶାସ୍ତ୍ରବାଦ

  142. Couplet 142

    ବୋଲନ୍ତି ଅଙ୍ଗରାଜା ବଂଶେରାଜା ଧାର୍ମିକ ବିଷ୍ଣୁଅଂଶେ

  143. Couplet 143

    ସେ ରାଜା ଗୋବିନ୍ଦ ଆଶ୍ରୟେପ୍ରଜା ପାଳନେ ସ୍ନେହବହେ

  144. Couplet 144

    ତାର ଜୀବନ ଏ ସଂସାରେବର୍ତ୍ତଇ ପର-ଉପକାରେ

  145. Couplet 145

    ଏତେ ବିଚାରି ବିପ୍ରବରେଉରୁ ମନ୍ଥିଲେ କୁଶ-ଶରେ

  146. Couplet 146

    ବାହୁକ ନାମେ ନର ଅଂଶେଅଦ୍ଭୁତେ ହୋଇଲା ପୁରୁଷେ

  147. Couplet 147

    କାକହୁଁ କୃଷ୍ଣ ଅଙ୍ଗ ତାରନାସିକା ହନୁ ଭୟଙ୍କର

  148. Couplet 148

    ହସ୍ତ ଚରଣ ଦେହ କୃଶତାମ୍ରର ପ୍ରାୟ ମୁଣ୍ତକେଶ

  149. Couplet 149

    ଅରୁଣ ବିରାଜେ ଲୋଚନଭ୍ରୂକୁଟୀ କୁଟିଳ ବଦନ

  150. Couplet 150

    ବିପ୍ରଙ୍କ ପାଦେ ଶିର ଦେଇବୋଲଇ କି କରିବି ମୁହିଁ

  151. Couplet 151

    ତାର ସ୍ୱରୂପ ଦେଖି ମନେବିଚାର କଲେ ମୁନିଜନେ

  152. Couplet 152

    ଦେଖ ଅଦ୍ଭୁତ ଏହା କାୟେରାଜ ଆସନେ ଯୋଗ୍ୟ ନୋହେ

  153. Couplet 153

    ଏହାକୁ ଆମ୍ଭେ ରାଜା କଲେସଂସାର ନାଶିବ ଏ ଭଲେ

  154. Couplet 154

    ଏମନ୍ତେ ବିପ୍ରେ ବିଚାରିଲେନିଷାଦ ବୋଲି ଆଜ୍ଞାଦେଲେ

  155. Couplet 155

    ବୋଇଲେ ବନେ ହୁଅ ରାଜଗିରିକାନନେ ପାଅ ପୂଜା

  156. Couplet 156

    ଏମନ୍ତ ମୁନିଙ୍କ ବଚନେସେହୁ ପୁରୁଷ ଚଳେ ବନେ

  157. Couplet 157

    ତା ବଂଶ ନିଷାଦ ହୋଇଲେଗିରି କାନନ ଆଶ୍ରେ କଲେ

  158. Couplet 158

    ବେଣର ଦେହେ ପାପ ଥିଲାନିଷାଦ ରୂପେ ବନେ ଗଲା

  159. Couplet 159

    ବୋଲଇ ଦାସ ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ

Odia Bhagabata skandha 4 adhyaya 16 | Parbani by ParibhaAsha App