Skandha 4
Adhyaya 15
Couplet 1
ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେଆନନ୍ଦ ବିଦୁରର ମନେ
Couplet 2
ଧ୍ରୁବ ଯେ ଜନନୀ ସହିତେନିଶ୍ଚଳେ କଳ୍ପ ପରିଯନ୍ତେ
Couplet 3
ବସିଲା ଯାଇ ଧ୍ରୁବପଦେଜ୍ୟୋତିଷ୍କ ଗ୍ରହ ଚକ୍ର ମଧ୍ୟେ
Couplet 4
ମୈତ୍ରେୟ ପାଦେ ଦେଇ କରଆନନ୍ଦେ ପୁଚ୍ଛଇ ବିଦୁର
Couplet 5
ଭୋ ମୁନି ପ୍ରଚେତସମାନେକେବା ସେ କେବଣ ଭୁବନେ
Couplet 6
କେବଣ ବଂଶେ କିବା ଜାତିକାହାର ପୁତ୍ର ସେ ବୋଲାନ୍ତି
Couplet 7
ପୂର୍ବେ ସେ ନାରଦ ବଚନେଯଜ୍ଞ ଆରମ୍ଭି କେଉଁ ବନେ
Couplet 8
ହରିଙ୍କି କ୍ରିୟାଯୋଗେ ପାଇଭବୁ ତରିଲେ ଦଶଭାଇ
Couplet 9
ସେ ଧର୍ମଶୀଳ ପ୍ରଚେତସଯଜ୍ଞେ ବିଷ୍ଣୁଙ୍କୁ କରି ତୋଷ
Couplet 10
ସେ କଥା କହ ମୁନି ମୋତେସଂସାରୁ ତରିବି ଯେମନ୍ତେ
Couplet 11
ମୈତ୍ରେୟ କହିଲେ ବିଦୁରଶୁଣ ହେ ବୃତ୍ତାନ୍ତ ତାହାର
Couplet 12
ତୁ ଯେ ପ୍ରାର୍ଥନା କଲୁ ମୋତେଶୁଣ ବିଦୁର କହୁ ତୋତେ
Couplet 13
ଧ୍ରୁବର ପୁତ୍ର ଗୁଣଧାମଜ୍ୟେଷ୍ଠ ଉତ୍କଳ ତାର ନାମ
Couplet 14
ତାହାକୁ ଅଧିରାଜ୍ୟେ ସ୍ଥାପେଧ୍ରୁବ ଯେ ଗଲା ବନେ ତପେ
Couplet 15
ସେ ବସି ରାଜାର ଆସନେଉତ୍ତମ ରତ୍ନ-ସିଂହାସନେ
Couplet 16
ଅନେକ ଦିନ ରାଜ୍ୟ କରିସେ ଗୁଣୀ ମନରେ ବିଚାରି
Couplet 17
ପିତାର ଯାତ୍ରା ଶୁଣି କର୍ଣ୍ଣେସୁଖ ନ ଲଭେ ଦୁଃଖ ମନେ
Couplet 18
ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀସମଦରଶୀ ବୁଦ୍ଧି ଘେନି
Couplet 19
ଦେଖଇ ସର୍ବଭୂତେ ହରିସ୍ଥାବର ଜଙ୍ଗମାଦି କରି
Couplet 20
ଏକାନ୍ତ ଆତ୍ମବୋଧ-ରସେଗୁଣ-ପ୍ରବାହେ ସେ ନ ମିଶେ
Couplet 21
ନିର୍ଗୁଣ-ମନ-ବୁଦ୍ଧି ତାରନ ଜାଣେ ବାହ୍ୟ ଅଭ୍ୟନ୍ତର
Couplet 22
ଜଡାନ୍ଧ-ବଧିରଙ୍କ ପ୍ରାୟେଭସ୍ମ-ଭୂଷିତ ଶୁଦ୍ଧ ଦେହେ
Couplet 23
ବାଳେ ଧାବନ୍ତି ଯାକୁ ଦେଖିକେ ପାରେ ତାଙ୍କ ଗୁଣ ଲେଖି
Couplet 24
ବୁଲଇ ନାନା-ମାର୍ଗେ ଲୁଚିକେହି ନ ପାରେ ତାକୁ ଲକ୍ଷି
Couplet 25
ଜଡ ଉନ୍ମତ୍ତ ତାକୁ ଜାଣିବନ୍ଧୁ ବାନ୍ଧବ ମନେ ଗୁଣି
Couplet 26
ମନ୍ତ୍ରୀ-ଅମାତ୍ୟଗଣେ ମିଳିରାଜ୍ୟ-ରକ୍ଷଣ ନିତ୍ୟେ ଭାଳି
Couplet 27
ବତ୍ସର ତା ଅନୁଜ ନାମସୁନ୍ଦର ସର୍ବ-ଗୁଣଧାମ
Couplet 28
ତାହାକୁ ସକଳେ ବିଚାରିସ୍ୱରାଜ୍ୟେ ଅଭିଷେକ କରି
Couplet 29
ସ୍ଥାପିଲେ ନୃପତି ଆସନେଏମନ୍ତେ ଗଲା କେତେଦିନେ
Couplet 30
ସ୍ୱର୍ବୀଥି ନାମେ ପତ୍ନୀ ତାରଯୋଷିତଗଣେ ସେ ଗମ୍ଭୀର
Couplet 31
ତାର ଉଦରୁ ସୁତ ଜାତହୋଇଲେ ଗୁଣେ ଅପ୍ରମିତ
Couplet 32
ପୁଷ୍ପାର୍ଣ ତିଗ୍ଧକେତୁ ନାମଈଷ ଉର୍ଜ୍ଜ ଯେ ଅନୁପମ
Couplet 33
ବସୁ ଜୟ ଯେ ଷଟ ସୁତେଗୁଣେ ପ୍ରଖ୍ୟାତ ଏ ଜଗତେ
Couplet 34
ପ୍ରଭା ଦୋଷା ଯେ ବେନି ନାରୀପୁଷ୍ପାର୍ଣ୍ଣ ତୁଲେ ବିଭାକରି
Couplet 35
ସେ ପ୍ରଭା ଗର୍ଭେ ତିନି ସୁତହୋଇଲେ ଜଗତେ ବିଖ୍ୟାତ
Couplet 36
ପ୍ରାତଃ ମଧ୍ୟାହ୍ନ ସାୟଂକାଳସ୍ୱଭାବେ ତେଜ ଅନର୍ଗଳ
Couplet 37
ପ୍ରଦୋଷ ନିଶୀଥ ଯେ ବ୍ୟୁଷ୍ଟଦୋଷା ତନୟ ତିନି ଶ୍ରେଷ୍ଠ
Couplet 38
ବ୍ୟୁଷ୍ଟର ପତ୍ନୀ ପୁଷ୍କରଣୀତା ଗର୍ଭେ ସର୍ବତେଜା ଜନ୍ମି
Couplet 39
ଆକୂତି ଲନ୍ୟା ହେଲା ବିଭାକିବା ଉପମା ତାରେ ଦେବା
Couplet 40
ଚାକ୍ଷୁଷ ମନୁ ତାର ବୀର୍ଯ୍ୟେଜନ୍ମିଳା ଆକୂତିର ଗର୍ଭେ
Couplet 41
ନଡ୍ୱଳା ଚାକ୍ଷୁଷର ନାରୀରୂପେ କମଳା ନୋହେ ସରି
Couplet 42
ତାର ଉଦରେ ବାର ସୁତେଜନ୍ମିଲେ ବିଷ୍ଣୁତେଜ ଯୁତେ
Couplet 43
ନାମ ସେ ପୁରୁ କୁତ୍ସ ତ୍ରିତଦ୍ୟୁମ୍ନ ସତ୍ୟ ତେ ଋତବ୍ରତ
Couplet 44
ଅତିରାତ୍ର ଯେ ଅଗ୍ନିଷ୍ଟୋମଶିବି ଯେ ଉଲୁକ ପ୍ରଦ୍ୟୁମ୍ନ
Couplet 45
ଉଲୁକ ତହୁଁ ଷଟସୁତହୋଇଲେ ମନୁବଂଶେ ଖ୍ୟାତ
Couplet 46
ଅଙ୍ଗ ସୁମନା ଖ୍ୟାତି ତିନିକ୍ରତୁ ଅଙ୍ଗିରା ଗୟ ଘେନି
Couplet 47
ସୁନୀଥା ଯମର ଦୁହିତାଅଙ୍ଗର ଅଟେ ସେ ବନିତା
Couplet 48
ବେଣ ତାହାର ଗର୍ଭୁ ଜାତଶୁଣ ହେ ତାହାର ଚରିତ
Couplet 49
ସେ ପୁଣି ମାତାମହ ଦୋଷେଦୁଷ୍ଟ ହୋଇଲା ମନୁ ବଂଶେ
Couplet 50
ଦୁଃଶୀଳପଣ ଦେଖି ତାରପିତା ଚଳିଲା ଛାଡି ପୁର
Couplet 51
ତାହାର ଦେଖି ଦୁଷ୍ଟପଣକୋପେ ନାଶିଲେ ମୁନିଗଣ
Couplet 52
ପୁଣି ତାହାର ମୃତ-ଗାତ୍ରେବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ
Couplet 53
ଦକ୍ଷିଣ କରେ କୁଶ ବିଡିମନ୍ଥନ କଲେ ବେଦ ପଢି
Couplet 54
ପ୍ରଜା ଅନାଥ ଅରାଜକେଦୁଷ୍ଟେ ପୀଡିଲେ ଅତିରେକେ
Couplet 55
ତା ତହୁଁ ପୃଥୁ ନାମେ ହରିଜନ୍ମିଲେ ରାଜରୂପ ଧରି
Couplet 56
ତା ଶୁଣି ସନ୍ତୋଷେ ବିଦୁରମୁନି ଚରଣେ ଦେଇ କର
Couplet 57
ରୋମ ପୁଲକ ତନୁ ବହିପୁଚ୍ଛଇ କୃତକୃତ୍ୟ ହୋଇ
Couplet 58
ଯେ ଅଙ୍ଗ ସାଧୁ ଶୀଳନିଧିସର୍ବ-ଲକ୍ଷଣ ଶ୍ରେୟ-ବୁଦ୍ଧି
Couplet 59
ବ୍ରାହ୍ମଣ ପ୍ରଜା ରକ୍ଷାକାରୀସେ ସର୍ବଧର୍ମେ ଅଧିକାରୀ
Couplet 60
ତାହାର ବେଣ ନାମେ ସୁତସେ ଦୁଷ୍ଟ ହୋଇଲା କେମନ୍ତ
Couplet 61
ପ୍ରଜାଏ ତାର ଦୁଷ୍ଟପଣେଭୟେ ପଶିଲେ ଘୋରବନେ
Couplet 62
କିମ୍ପା ବ୍ରାହ୍ମଣେ କୋପକଲେତାହାକୁ ବ୍ରହ୍ମଦଣ୍ତ ଦେଲେ
Couplet 63
ସେ ବିପ୍ରବରେ ସର୍ବଜ୍ଞାତାଆଗମ ନିଗମ ବକତା
Couplet 64
ଏଡେ ଅନ୍ୟାୟ କିମ୍ପା କଲେରାଜାଙ୍କୁ କିମ୍ପା ବିନାଶିଲେ
Couplet 65
ରାଜାର ଶରୀରେ ନିଶ୍ଚଳେବସନ୍ତି ଦଶଦିଗପାଳେ
Couplet 66
ଯେ ରାଜା ବିଷ୍ଣୁତେଜ ବହିସ୍ୱଧର୍ମେ ପ୍ରଜାଙ୍କୁ ପାଳଇ
Couplet 67
ସକଳ ରକ୍ଷଣର ଅର୍ଥେତେଣୁ ଭିଆଣ ରାଜମତେ
Couplet 68
ଯମର ସୁତା-ସୁତ ଯେଣୁଦୁଷ୍ଟ ହୋଇଲେ ଅବା ତେଣୁ
Couplet 69
ତତ୍ତ୍ବଜ୍ଞ ମଧ୍ୟେ ତୁ ଉତ୍ତମସର୍ବଜ୍ଞ ତୁହି ପୁଣ୍ୟଧାମ
Couplet 70
ଏ କଥା କହ ମୁନି ମୋତେସଂଶୟ ନ ରହୁ ମୋ ଚିତ୍ତେ
Couplet 71
ବିଦୁର ତହୁଁ ପ୍ରଶ୍ନ ଶୁଣିମୈତ୍ରେୟ କହେ ମୃଦୁ-ବାଣୀ
Couplet 72
ଶୁଣ ହେ ବେଣ ଦୁଷ୍ଟପଣକହିବା ତାହାର କାରଣ
Couplet 73
ଅଙ୍ଗ ଯେ ଅଶ୍ୱମେଧ କଲାଉତ୍ତମ-ଋଷିଙ୍କି ବରିଲା
Couplet 74
ସକଳେ ମିଳି ବେଦନାଦେଅନଳ ପୂଜିଲେ ସମିଧେ
Couplet 75
ଯଜ୍ଞ-କୁଣ୍ତକୁ ବିପ୍ରେ ଚାହିଁଦେଖିଲେ ଦେବଗଣେ ନାହିଁ
Couplet 76
ଇନ୍ଦ୍ରାଦି ଦଶଦିଗପାଳେସେ ଯଜ୍ଞେ କେହି ନ ମିଳିଲେ
Couplet 77
ଦେଖି ବିସ୍ମୟେ ମୁନିଜନେନିକଟେ ରାଇ ଯଜମାନେ
Couplet 78
ବୋଇଳେ ରାଜା ମୁଖ ଚାହିଁଏ ଯଜ୍ଞ କରୁ କାହିଁ ପାଇଁ
Couplet 79
ଦେବେ ସେ ହବି ନ ଘେନିଲେଆମ୍ଭେ ପଚାରୁ ତେଣୁ ଭଲେ
Couplet 80
ଶୁଣ ରାଜନ ସାବଧାନେକିବା କଳ୍ପିତ ତୋର ମନେ
Couplet 81
ପବିତ୍ର-ଦ୍ରବ୍ୟ ଶ୍ରଦ୍ଧାକରିସକଳ-ନିଗମ ଉଚ୍ଚାରି
Couplet 82
ଆମ୍ଭେ ସକଳେ ଧୃତବ୍ରତତୁମ୍ଭେ-ସ୍ୱଭାବେ ଶୁଦ୍ଧଚେତ
Couplet 83
ମନ୍ତ୍ର ଉଚାରି ଆମ୍ଭେ ତୁଣ୍ତେଆହୁତି ଦେଲୁ ଯଜ୍ଞକୁଣ୍ତେ
Couplet 84
ଦେବେ ନଇଲେ କେଉଁଭାବେତାର ପ୍ରସ୍ତାବ ଶୁଣ ଏବେ
Couplet 85
ସକଳ କର୍ମ ସାକ୍ଷୀ ଦେବେକିମ୍ପା ନଇଲେ ଯଜ୍ଞଭାଗେ
Couplet 86
ଅଙ୍ଗ ଯେ ବିପ୍ର ବାକ୍ୟ ପୁଣିମୁହୂର୍ତ୍ତେ ରହି ମନେ ଗୁଣି
Couplet 87
ସଭାଜନଙ୍କ ମୁଖ ଚାହିଁବୋଲଇ ଶିରେ କର ଦେଇ
Couplet 88
କି ମଦ କର୍ମ ମୋର ଅଛିକେମନ୍ତେ ପାରିବି ମୁଁ ଲକ୍ଷି
Couplet 89
ଦେବେ ନଇଲେ ଯଜ୍ଞଭାଗେକାରଣ କହ ମୋର ଆଗେ
Couplet 90
ଏମନ୍ତ ରାଜା ମୁଖୁ ଶୁଣିସ୍ୱଧର୍ମ ବିପ୍ରେ ପରିମାଣି
Couplet 91
ବୋଇଲେ ରାଜା ମୁଖ ଚାହିଁଏ ଜନ୍ମେ ତୋର ଦୋଷ ନାହିଁ
Couplet 92
ପୂର୍ବ ଅର୍ଜିତ କର୍ମ-ଫଳେସନ୍ତତି ନାହିଁ ତୋର କୋଳେ
Couplet 93
ଅପୁତ୍ର ଦୋଷେ ଦେବଗଣେନଇଲେ ଯଜ୍ଞ-ନିମନ୍ତ୍ରଣେ
Couplet 94
ସଙ୍କଳ୍ପ ପୁତ୍ର-ଅର୍ଥେ କରଯଜ୍ଞପୁରୁଷ ଯଜ୍ଞେ ବର
Couplet 95
ତେବେ ସକଳ ଦେବଗଣତୋ ଯଜ୍ଞେ ହୋଇବେ ବରଣ
Couplet 96
ସେ ବିଷ୍ଣୁ ହବିର୍ଭାଗ ପାଇତୋହର ଯଜ୍ଞେ ତୋଷ ହୋଇ
Couplet 97
ସେ ହରି ପୁତ୍ର ଦେବେ ତୋତେସଂସାରୁ ତରିବୁ ଯେମନ୍ତେ
Couplet 98
ମୈତ୍ରେୟ ଆନନ୍ଦ ଚିତ୍ତରେକହନ୍ତି ଶୁଣ ହେ ବିଦୁରେ
Couplet 99
ଏମନ୍ତ ବିପ୍ରବାକ୍ୟ ଶୁଣିସେ ଅଙ୍ଗରାଜ ମନେ ଗୁଣି
Couplet 100
ଯଜ୍ଞେ ଯଜ୍ଞପୁରୁଷ ତୁଣ୍ତେଆହୁତି ଦେଲେ ହୋମକୁଣ୍ତେ
Couplet 101
ମନ୍ତ୍ର ଉଚ୍ଚାରି ବିଧିମତେମୁନିଏ ଦେଲେ ଶୁଦ୍ଧଚିତ୍ତେ
Couplet 102
ତକ୍ଷଣେ ହୋମକୁୁଣ୍ତୁ ଜାତହୋଇଲା ପୁରୁଷ ଅଦ୍ଭୁତ
Couplet 103
ହୃଦେ ଲମ୍ବଇ ହେମହାରକଟିରେ ଶୋହେ ପାତାମ୍ବର
Couplet 104
ସୁବର୍ଣ୍ଣ ପାତ୍ର କରେ ଧରିସିଦ୍ଧ ପାୟସ ପୂର୍ଣ୍ଣ କରି
Couplet 105
ତେଜେ ଗଞ୍ଜଇ ସୂର୍ଯ୍ୟକାନ୍ତିତା ଦେଖି ବିପ୍ରେ କଲେ ସ୍ତୁତି
Couplet 106
ଷୋଡଶ-ଉପଚାର ଯୁତେବିପ୍ରେ ପୂଜିଲେ ଜଗନ୍ନାଥେ
Couplet 107
ଯଜ୍ଞପୁରୁଷ ଆଜ୍ଞା ଘେନିବ୍ରାହ୍ମଣେ କଲେ ଜୟଧ୍ୱନି
Couplet 108
ଅମୃତମୟ କ୍ଷୀରି-ପୂର୍ଣ୍ଣରାଜାଙ୍କୁ ଅର୍ପିଲେ ବ୍ରାହ୍ମଣ
Couplet 109
ବିପ୍ର-ବଚନେ କ୍ଷୀରିପାତ୍ରକରେ ଘେନିଲେ ନରନାଥ
Couplet 110
ଆଘ୍ରାଣ କରି ନାସା ଦ୍ୱାରେଦେଲା ସେ ନିଜ ପତ୍ନୀ କରେ
Couplet 111
ରାଣୀ ତା ଘେନିଲା ସନ୍ତୋଷେଗୃହେ ଭୁଞ୍ଜିଲା ମନ ତୋଷେ
Couplet 112
ତକ୍ଷଣେ ପୁଂସବନ ଭାବେପୁତ୍ର ରହିଲା ତାର ଗର୍ଭେ
Couplet 113
ସେ ଗର୍ଭକାଳ ଉପଗତକୁମାର ଜନ୍ମିଲା ଅଦ୍ଭୁତ
Couplet 114
ଦିନକୁ ଦିନ ସେ ବଢିଲାମାତାର ଅଂଶ ନ ଛାଡିଲା
Couplet 115
ସୁନୀଥା ଯମସୁତା ଯେଣୁତା ସୁତ ଅଧାର୍ମିକ ତେଣୁ
Couplet 116
ଅଧର୍ମ-ଅଂଶୁ ଯମ ଜାତଦୌହିତ୍ର ତାର ଅନୁଗତ
Couplet 117
ସ୍ୱଭାବେ ହୋଇ ଅଧାର୍ମିକକ୍ଷତ୍ରିୟ ଭାବେ ଅତିରେକ
Couplet 118
ନିରତେ ଧନୁଶର ଧରିବନେ ମୃଗୟା ନିତ୍ୟେ କରି
Couplet 119
ନିର୍ଦ୍ଦୋଷେ ପଶୁଗଣ ମାରେଦୟା-ବିବେକ ନ ବିଚାରେ
Couplet 120
ତୁଲ୍ୟବୟସୀ ବାଳ-ମେଳେଯେବେ ଖେଳଇ କୁତୂହଳେ
Couplet 121
ତାହାଙ୍କୁ ଦୁଷ୍ଟପଣେ ଦୃଢେଚରଣେ ଚାପି ମୁଣ୍ତ ମୋଡେ
Couplet 122
କାହାର କେଶ ବାସ ଫେଡିକର ଚରଣ ଦୃଢେ ଭିଡି
Couplet 123
ଏମନ୍ତ ତାର ଦୁଷ୍ଟପଣେରାଜାର ଆଗେ ପ୍ରଜାଗଣେ
Couplet 124
ରୋଦନ କରି ଉଚ୍ଚସ୍ୱରେକର-ଅଞ୍ଜଳି ଦେଇ ଶିରେ
Couplet 125
କହନ୍ତି ବେଣ ଦୁଷ୍ଟପଣରୋଦନ କରି ପ୍ରଜାଗଣ
Couplet 126
ଭୋନାଥ ଅନାଥର ପ୍ରାୟେହୋଇଲୁ ସର୍ବ-ପରଜାଏ
Couplet 127
ଏମନ୍ତ ଅଙ୍ଗରାଜା ଶୁଣିଖଳପୁତ୍ରକୁ ଘରେ ଆଣି
Couplet 128
ନାନା-ପ୍ରକାରେ ଧର୍ମ କହିଅନେକ-ପ୍ରକାରେ ବୁଝାଇ
Couplet 129
ଶୁଣନ୍ତେ ନାନା-କୋପ କରେପିତାର ବଚନ ନ ଧରେ
Couplet 130
ଦିନକୁ-ଦିନ ଦୁଷ୍ଟପଣେକୋପ ବହିଲେ ପ୍ରଜାଗଣେ
Couplet 131
ଅଙ୍ଗ ତାହାର କର୍ମ ଦେଖିଭାଳଇ ଅତିଦୁଃଖେ ଦୁଃଖୀ
Couplet 132
ଦେଖ ମୁଁ ବିଷ୍ଣୁ-ପାଦେ ସେବିକୁପୁତ୍ରେ ହେଲି ପରାଭବୀ
Couplet 133
ସବୁରି ସଙ୍ଗେ ନିରନ୍ତରେମହତ-ଦୋରେହା ଆଚରେ
Couplet 134
ପ୍ରାଣୀଙ୍କ ମନେ ବହୁବ୍ୟଥାଏ ଦୁଷ୍ଟ ଦିଅଇ ସର୍ବଥା
Couplet 135
ଏ ପୁତ୍ରେ କାର୍ଯ୍ୟ ଅଛି କିସନାଶଇ ଇହ ପର ଯଶ
Couplet 136
ପୁଣି ସେ ରାଜା ବିଚାରଇସୁପୁତ୍ର ଛାଡି ନ ହୁଅଇ
Couplet 137
କୁପୁତ୍ରେ ମାତ୍ର ଏତେ ଲାଭସ୍ୱଜନଗୃହେ ଛାଡେ ଲୋଭ
Couplet 138
ସୁପୁତ୍ର-କୁପୁତ୍ର ବିଚାରେଚିତ୍ତ ନ ରହେ ତାର ଘରେ
Couplet 139
ରଜନୀ-ଅର୍ଦ୍ଧେ ନୃପବରମନ୍ଦିରୁ ହୋଇଲା ବାହାର
Couplet 140
ବନେ ପଶିଲା ନରପତିକେହି ନ ଜାଣେ ତାର ଗତି
Couplet 141
ତାହାର ପାତ୍ର-ମନ୍ତ୍ରୀଗଣେଅନେକ ଖୋଜି ଘୋରବନେ
Couplet 142
ନ ଦେଖି ଗନରେ ମିଳିଲେଅନେକ ପ୍ରକାରେ ଭାଳିଲେ
Couplet 143
ରୋଦନ କଲେ ଛନ୍ନ ମନେବୋଇଲେ କେଣେ ଗଲେ ଶୂନ୍ୟେ
Couplet 144
ଭାଷା-ପ୍ରବନ୍ଧେ ଭାଗବତବୋଲଇ ବିପ୍ର ଜଗନ୍ନାଥ