Skip to content
paribhaasha

Skandha 5

Adhyaya 4

  1. Couplet 1

    ଏଥୁଅନ୍ତରେ ଶୁଣ ରାୟେନାଭିରେ ହୋଇଲା ତନୟେ

  2. Couplet 2

    ଯେତେ ଲକ୍ଷଣ କୃଷ୍ଣଠାରେସକଳ ଅଛି ସେ କୁମରେ

  3. Couplet 3

    ଶାନ୍ତି-ବୈରାଗ୍ୟ ଗୁଣ ଯେତେଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ

  4. Couplet 4

    ଅତି ସୋହାଗେ ବହୁଧନେପାଳିତ ହୋଇ ପ୍ରତିଦିନେ

  5. Couplet 5

    ଶୁକଳପକ୍ଷେ ବନ୍ଦ୍ର ଯେହ୍ନେବଢ଼ଇ ପୁତ୍ର ଦିନୁଦିନେ

  6. Couplet 6

    ଅମାତ୍ୟଆଦି ପ୍ରଜା ଯେତେଦେବତା-ବ୍ରାହ୍ମଣ ସହିତେ

  7. Couplet 7

    ଅବନୀତଳେ ଯେତେ ଜନସାନନ୍ଦ ହେଲା ତାଙ୍କ ମନ

  8. Couplet 8

    ତାହାର ବାଳରୂପ-ଗୁଣଅତି ଅଦ୍‌ଭୁତ ଯେ ଲକ୍ଷଣ

  9. Couplet 9

    ଦେଖି ତାହାର ଚିହ୍ନ ବର୍ଣ୍ଣପିତା ଋଷଭ ଦେଲେ ନାମ

  10. Couplet 10

    ଯେବେ ତାହାଙ୍କ ସଙ୍ଗତରେବିବାଦ କଲେ ପୁରନ୍ଦରେ

  11. Couplet 11

    ସେ ଭଗବାନ ଯୋଗେଶ୍ୱରଋଷଭ ନାମଟି ଯାହାର

  12. Couplet 12

    ଆପଣା ଯୋଗମାୟା ବଳେଇନ୍ଦ୍ରଙ୍କୁ ନିଗ୍ରହ ଯେ କଲେ

  13. Couplet 13

    ନାଭି ସେ କର୍ମମାନ ଦେଖିଲୋତକେ ପୂର୍ଣ୍ଣ କଲା ଆଖି

  14. Couplet 14

    ଆନନ୍ଦେ ଗଦଗଦ ହୋଇହେ ପୁତ୍ର ହେ ତାତ ବୋଲଇ

  15. Couplet 15

    ସେ ଭଗବାନ ଯୋଗେଶ୍ୱରପୁରାଣ-ପୁରୁଷ-ଠାକୁର

  16. Couplet 16

    ମାୟାରେ ଅଂଶରୂପ ହୋଇଲୀଳାରେ ଶରୀର ବହଇ

  17. Couplet 17

    ତାହାଙ୍କୁ ପୁତ୍ରଭାବେ କରିବଦନେ ବଚନ ଉଚ୍ଚାରି

  18. Couplet 18

    ସ୍ନେହଭାବରେ ସେ ଭଜିଲାପରମବ୍ରହ୍ମକୁ ପାଇଲା

  19. Couplet 19

    ଏଥୁଅନ୍ତରେ ନୃପମଣିପୁତ୍ରର ବୁଦ୍ଧି-ବଳ ଜାଣି

  20. Couplet 20

    ଆତ୍ମୀୟ-ବ୍ରାହ୍ମଣଙ୍କୁ ରାଇରାଜତ୍ୱପଣ ପୁତ୍ରେ ଦେଇ

  21. Couplet 21

    ଯେ ମେରୁଦେବୀ ପତ୍ନୀ ତାରସଙ୍ଗତେ ଘେନି ନୃପବର

  22. Couplet 22

    ବଦରିକାଶ୍ରମେ ରହିଲାପରମତପ ଆଚରିଲା

  23. Couplet 23

    ସମାଧିଯୋଗରେ ରାଜନଚିନ୍ତଇ ପ୍ରଭୁ ଭଗବାନ

  24. Couplet 24

    କେତେହେଁ ଦିନ ତପ କଲାଅନ୍ତେ ସେ ମୁକତି ଲଭିଲା

  25. Couplet 25

    ଯା ଯଶ ଏ ବେନିଶ୍ଳୋକରେଗାୟନ କରନ୍ତି ସଂସାରେ

  26. Couplet 26

    ଏମନ୍ତ ସଂସାରେ କେ ହେବନାଭିର କର୍ମକୁ କରିବ

  27. Couplet 27

    ଯାହାର ଶୁଦ୍ଧଭାବୁଁ କରିପୁତ୍ର ହୋଇଲେ ନରହରି

  28. Couplet 28

    ସେ ରାଜା ବିପ୍ରଭକ୍ତ ହୋଇଯଜ୍ଞେ ପୂଜିଲେ ଭାବଗ୍ରାହୀ

  29. Couplet 29

    ଅଗ୍ନିରେ ପ୍ରଭୁ ଚକ୍ରଧରଦେଖିଲେ ନୟନ-ଗାଚର

  30. Couplet 30

    ଏଥୁଅନ୍ତରେ ନୃପ ଶୁଣସେ ଯେ ଋଷଭଗବାନ

  31. Couplet 31

    ଗୁରୁକୁଳରେ ବାସ କଲେଲୋକରେ ଧର୍ମ ଦେଖାଇଲେ

  32. Couplet 32

    ସମସ୍ତ ବିଦ୍ୟା ପୂର୍ଣ୍ଣ କରିଗୁରୁଙ୍କ ଆଜ୍ଞା ଶିରେ ଧରି

  33. Couplet 33

    ଗୃହସ୍ଥଧର୍ମ ଆଚରଣକରନ୍ତେ ସଂସାର-ପାଳନ

  34. Couplet 34

    ଗୁରୁ ସନ୍ତୋଷେ ଦେଲେ ବରହୋଇବ ଶତେକ କୁମର

  35. Couplet 35

    ଏମନ୍ତେ ଗଲା କେତେଦିନଋଷଭ ସେ ମହାରାଜନ

  36. Couplet 36

    ବେଦଉକତ ଧର୍ମମତେବିଭା ହୋଇଲେ ଯଥୋଚିତେ

  37. Couplet 37

    ପୂର୍ବେ ଇନ୍ଦ୍ରର ହୋଇ ଦତ୍ତଯେ କନ୍ୟା ଜୟନ୍ତୀ ବିଦିତ

  38. Couplet 38

    ତହିଁ ବିବିଧ ଭୋଗକରିଆନନ୍ଦେ ସ୍ୱଚ୍ଛନ୍ଦେ ବିହରି

  39. Couplet 39

    ଯଥାକାଳରେ ତାହାଙ୍କରହୋଇଲେ ଶତେକ କୁମର

  40. Couplet 40

    ଏହାଙ୍କ ମଧ୍ୟେ ମହାବୀରଜ୍ୟେଷ୍ଠ ଯେ ଭରତ କୁମର

  41. Couplet 41

    ଏ ଭୂମି ଯାହାର ନାମରେଭାରତ ବୋଲାଇ ସଂସାରେ

  42. Couplet 42

    ଏ ଜ୍ୟେଷ୍ଠ ଭରତ ଅନ୍ତରେହୋଇଲେ ଋଷଭ କୁମରେ

  43. Couplet 43

    ଯେ ଇଳାବର୍ତ୍ତ କୁଶାବର୍ତ୍ତଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ

  44. Couplet 44

    ମଳୟ କେତୁ ଯେ ନନ୍ଦନବିଦର୍ଭ ଆର ଭଦ୍ରସେନ

  45. Couplet 45

    କୀକଟ ଆଦି ନବପୁତ୍ରପଛେ କହିବା ତା ଚରିତ

  46. Couplet 46

    ଏହାଙ୍କ ଯେ ନବ ଅନୁଜଶୁଣ କହିବା ମହାରାଜ

  47. Couplet 47

    ସେ କବି ହରି ଅନ୍ତରୀକ୍ଷଏ ତିନି ଦାନଧ୍ୟାନେ ଦକ୍ଷ

  48. Couplet 48

    ପ୍ରବୁଦ୍ଧ ଯେ ପିପ୍‌ପଳାୟନଷଷ୍ଠରେ ଆବିର୍ହୋତ୍ର ନାମ

  49. Couplet 49

    ଦୁର୍ମିଳ ଚମସ ଏ ଦୁଇକରଭାଜନ ନବଭାଇ

  50. Couplet 50

    ଏ ନବ ଶ୍ରେଷ୍ଠଭାଗବତପବିତ୍ର କଲେ ଏ ଜଗତ

  51. Couplet 51

    ପରେ ବସୁଦେବ ନାରଦବେନିଜନଙ୍କ ଯେ ସମ୍ବାଦ

  52. Couplet 52

    ସେଠାରେ ବର୍ଣ୍ଣିବୁ ସମସ୍ତଶୁଣ ରାଜନ ପରୀକ୍ଷିତ

  53. Couplet 53

    ଏକାଶୀପୁତ୍ରଙ୍କ ଚରିତଶୁଣ କହିବା ଏକଚିତ୍ତ

  54. Couplet 54

    ଶ୍ରୋତ୍ରିୟ ସୁଶୀଳ ମହାନ୍ତପିତା ଆଜ୍ଞାରେ ଅନୁଗତ

  55. Couplet 55

    ଯଜ୍ଞାଦି କର୍ମରେ ନିପୁଣହୋଇଲେ ବିଶୁଦ୍ଧ-ବ୍ରାହ୍ମଣ

  56. Couplet 56

    ଏଥୁ ଉତ୍ତାରେ ସେ ଈଶ୍ୱରଋଷଭନାମେ ଯୋଗେଶ୍ୱର

  57. Couplet 57

    ସେ ନିତ୍ୟ ଅବ୍ୟୟ ଅନନ୍ତପରମାନନ୍ଦ ସେ ଅଚ୍ୟୁତ

  58. Couplet 58

    ମାୟାରେ ନରଦେହ ଧରିଅନେକକାଳ ସେ ବିହରି

  59. Couplet 59

    ଧର୍ମ ଆଚର-ଶିକ୍ଷାମାନଦିଅନ୍ତି ପ୍ରଜା ପୁତ୍ରେ ଦାନ

  60. Couplet 60

    ପରମ ଦୟାଳୁ ସେ ପୁଣସର୍ବଭୂତରେ ମିତ୍ରପଣ

  61. Couplet 61

    ପ୍ରତିପାଳନ୍ତି ପ୍ରଜାଜନପୁତ୍ରକୁ ପିତାହିଁ ଯେସନ

  62. Couplet 62

    ବେଦପ୍ରମାଣେ ମୁନିଗଣଯେ ପଥ କରନ୍ତି ଦର୍ଶନ

  63. Couplet 63

    ସେହିପ୍ରକାରେ ନୃପବରପାଳନ କରନ୍ତି ସଂସାର

  64. Couplet 64

    ଉତ୍ତମସ୍ଥଳେ ଶୁଦ୍ଧକାଳେନାନାସମ୍ଭାରେ ସେ ନିଶ୍ଚଳେ

  65. Couplet 65

    ମନ୍ତ୍ର ସମ୍ପାଦି ଅନୁକ୍ରମେସଙ୍କଳ୍ପ କରି ଶୁଦ୍ଧମନେ

  66. Couplet 66

    ଏମନ୍ତ କଲେ ଯଜ୍ଞ ଶତେବେଦ-ବିହିତ-ଯଥୋଚିତେ

  67. Couplet 67

    ଋଷଭ ପରିପାଳେ ମହୀଏମନ୍ତ କେ ଅବା ଅଛଇ

  68. Couplet 68

    ଦରିଦ୍ର ଖଳ ହିଂସ୍ର ବାଦୀଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି

  69. Couplet 69

    ଦ୍ରବ୍ୟେ ଯେ ଯାଚନା କରଇଏମନ୍ତ ଜନ କେହି ନାହିଁ

  70. Couplet 70

    ଶ୍ରୀକୃଷ୍ଣଭକ୍ତି ବିନୁ ଆରଆନ ନ ବାଞ୍ଛ‚ନ୍ତି ସେ ନର

  71. Couplet 71

    ଏବେ ହୋ ଶୁଣ ସାବଧାନେଋଷଭ ବୁଲୁଁ ଏକଦିନେ

  72. Couplet 72

    ବ୍ରହ୍ମଋଷି-ସଭାରେ ଯାଇତନୟମାନେ ଛନ୍ତି ଯହିଁ

  73. Couplet 73

    କୋମଳ-ମଧୁର ବଚନେଶିକ୍ଷା କରାନ୍ତି ଯେ ରାଜନେ

  74. Couplet 74

    କହନ୍ତି ହିତବାକ୍ୟମାନଶୁଣନ୍ତି ଯେତେ ସଭାଜନ

  75. Couplet 75

    ବୋଲଇ ଜଗନ୍ନାଥ ଦାସଋଷଭ ନାରାୟଣ ଅଂଶ

  76. Couplet 76

    ତାଙ୍କ ଚରିତ ଯେ ଶୁଣନ୍ତିସେ ପ୍ରାଣୀ ସଂସାରୁ ତରନ୍ତି

Odia Bhagabata skandha 5 adhyaya 4 | Parbani by ParibhaAsha App