Skip to content
paribhaasha

Skandha 4

Adhyaya 9

  1. Couplet 1

    ଘୋରବନେ ଅନ୍ତର୍ଦ୍ଧାନେ ଯାନ୍ତେ ମୁନିଗଣେଅନ୍ତରୀକ୍ଷ-ବାଣୀ ତାକୁ ଶୁଭିଲା ଗଗନେ

  2. Couplet 2

    ମଧୁବନ କାଳିନ୍ଦୀ ଦକ୍ଷିଣ-ତଟେ ରହିନିଶ୍ଚଳ-ଆସନେ ମନ୍ତ୍ର ଜପ କର ତୁହି

  3. Couplet 3

    ଅନ୍ତରୀକ୍ଷ-ବଚନ ଶୁଣିଲା ଯହୁଁ କର୍ଣ୍ଣେନିଶ୍ଚଳ-ଆସନେ ଚିତ୍ତ ନିବେଶି ଗଗନେ

  4. Couplet 4

    ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେସେ ଆସନ ତେଜି ଧ୍ରୁବ ଚଳିଲା ତୁରିତେ

  5. Couplet 5

    କୃତକୃତ୍ୟ ହୋଇ ସେ ବାଳକ ଅରକ୍ଷିତସେ ବନୁ ଚଳିଲା ଧ୍ରୁବ କିଛି ଦୂର ପଥ

  6. Couplet 6

    ନିର୍ଜନ-ବନସ୍ତେ ଯେ ଯମୁନା-ତଟେ ଯାଇଅନ୍ତରୀକ୍ଷ-ବାଣୀ ଚିନ୍ତେ ଗଗନକୁ ଚାହିଁ

  7. Couplet 7

    ମଧୁନାମେ ଦୈତ୍ୟ-ଅଧପତି ତହିଁ ଥିଲାସେ କାରଣୁ ମଧୁବନ ନାମ ସେ ହୋଇଲା

  8. Couplet 8

    ବିଷ୍ଣୁ-ସନ୍ନିଧାନେ ସେ ହାରିଲା ଯୁଗେ ଯୁଗେତାର ପୁତ୍ର ଲବଣ ଯେ ଥିଲା ବନଭାବେ

  9. Couplet 9

    ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧରଗ୍ରାମ ବସାଇଲେ ନାମ ମଥୁରାନଗର

  10. Couplet 10

    ସର୍ବପାପ ହରଇ ଯମୁନାଜଳ ଯହିଁତାର ତୀରେ ନିଶ୍ଚଳେ ବସିଲା ଧ୍ରୁବ ଯାଇ

  11. Couplet 11

    ମୁନିଙ୍କର ଉପଦେଶ ସୁମରି ନିଶ୍ଚଳେଯମୁନାର ସମୀପେ କଦମ୍ବ ବୃକ୍ଷ ମୂଳେ

  12. Couplet 12

    ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲାହରି ଅନୁଗ୍ରହେ ମନ ନିଶ୍ଚଳ ରହିଲା

  13. Couplet 13

    ଅଶେଷ ଦେବ ଈଶ୍ୱର ବିଷ୍ଣୁତା ହୃଦୟେପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ

  14. Couplet 14

    ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେସର୍ବଗତେ ସର୍ବଭାବେ ସର୍ବ ଜୀବମୟେ

  15. Couplet 15

    ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରିବିଷ୍ଣୁର ଚରଣେ ଚିତ୍ତ ଅତି ଦୃଢେ ଧରି

  16. Couplet 16

    ମନେ ବିଚାରଇ ଏ ଆସନେ କାର୍ଯ୍ୟ ନାହିଁଉର୍ଦ୍ଧ୍ୱ‌ମୁଖେ ଉର୍ଦ୍ଧ୍ୱବାହୁ ତପ ସାଧିବଇଁ

  17. Couplet 17

    ଏମନ୍ତ ବିଚାରି ସେ ଆସନୁ ଉତୁରିଲାଦକ୍ଷିଣଚରଣ ସେ ଧରଣୀ-ପୃଷ୍ଠେ ଦେଲା

  18. Couplet 18

    ସର୍ବଭୂତଧାତ୍ରୀ କମ୍ପେ ଧ୍ରୁବପାଦଭରେବନଗିରି-ଜଳଧି ସହିତେ ଯା ଶରୀରେ

  19. Couplet 19

    ବାମପାଦ-ଅଙ୍ଗୁଷ୍ଠ-ଅଗ୍ରରେ ଭରଦେଇବାମଜାନୁ ଉପରେ ଦକ୍ଷିଣ-ପାଦ ଥୋଇ

  20. Couplet 20

    ପାଦର ଅଙ୍ଗୁଷ୍ଠେ ଧ୍ରୁବ ନିଶ୍ଚଳେ ରହିଲାଧ୍ରୁବର ଚରଣ-ଭରେ ଅବନୀ କମ୍ପିଲା

  21. Couplet 21

    ପର୍ବତ-କାନନ ଆଦି ଜଳଧି ସହିତେକମ୍ପଇ ଧରଣୀ ରମ୍ଭାପତ୍ର ଯେହ୍ନେ ବାତେ

  22. Couplet 22

    ଦଶଦିଗ କମ୍ପିଲା କମ୍ପିଲେ ଦିଗପାଳେଦେବଙ୍କର ବିମାନ କମ୍ପିଳା ଅନ୍ତରାଳେ

  23. Couplet 23

    ଯମ ଆଦି ଦେବଗଣ ପରମ-ଆକୁଳେଇନ୍ଦ୍ରର ସହିତେ ବସି ଚିନ୍ତିଲେ ସକଳେ

  24. Couplet 24

    ବିଚାରନ୍ତି ଧ୍ରୁବର ତପସ୍ୟା ଭଗ୍ନ କଲେତେବେ ନିଜ ଅଧିକାରେ ରହିବା ନିଶ୍ଚଳେ

  25. Couplet 25

    ଯଦ୍ୟପି ଏହାର ତପ ରହିବ ନିଶ୍ଚଳଚତୁର୍ଦ୍ଦଶ-ଲୋକେ ନାହିଁ କାହାରି କୁଶଳ

  26. Couplet 26

    ଏମନ୍ତ ବିଚାରି ଦେବେ ରହିଲେ ଚକିତେଧ୍ରୁବର ନିଶ୍ଚଳ-ଧ୍ୟାନ କୃଷ୍ଣପାଦଗତେ

  27. Couplet 27

    ପରଂବ୍ରହ୍ମ ଅନାମୟ ବାସୁଦେବ-ମନ୍ତ୍ରେଆଗମ ନିଗମ ମନ୍ତ୍ରେ ସ୍ତୁତିସ୍ତୋତ୍ର ଯେତେ

  28. Couplet 28

    ବାସୁଦେବ ପ୍ରାୟ ସେ ଜଗତକୁ ଦେଖଇଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ବହି

  29. Couplet 29

    ସର୍ବଭାବେ ସର୍ବଘାଟେ ଦେଖେ ହରି-ରୂପସର୍ବଦିଗେ ଅନଳ-ପବନ ସର୍ବକଳ୍ପ

  30. Couplet 30

    ବନଗିରି କନ୍ଦରେ ଯେତେକ ପଶୁଯୂଥବରୁଣ-ଭୁବନେ ଜଳଜନ୍ତୁ ଯେ ସମସ୍ତ

  31. Couplet 31

    ଅଶ୍ୱ ଗଜ ସହିତେ ରାଜାର ପୁରେ ଯେତେବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ

  32. Couplet 32

    ପାତାଳେ ଅନନ୍ତ ରୂପ ଗଗନେ ନକ୍ଷତ୍ରଏକରୂପେ ରୂପଭେଦ କେ କରିବ ଅନ୍ତ

  33. Couplet 33

    ଦେବଙ୍କର ଦେହେ ନିତ୍ୟେ ଯେ ହରି ବସଇସର୍ବଭୂତେ ଏକଆତ୍ମା ଅନ୍ୟ ନ ଘଟଇ

  34. Couplet 34

    ବିଶ୍ୱବ୍ୟାପୀ ପୁରୁଷ ଗୋଚର କେବା କହୁଏଣୁ ବ୍ୟାପୀ ଅଛଇଁ ଆକାଶ ପ୍ରାୟେ ସେହୁ

  35. Couplet 35

    ଏହି ଭାବେ ନାମ ଧରି ବିଷ୍ଣୁରେ ପୀରତିସର୍ବଭୂତେ ପୂରିଅଛି କେହି ନ ଦେଖନ୍ତି

  36. Couplet 36

    ସର୍ବଜନ୍ତୁ ହୃଦାକାଶେ ରବି ପ୍ରାୟେ ଦିଶେଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ

  37. Couplet 37

    ଯାହାର ଭକତଜନ ପ୍ରଳୟେ ନ ନାଶେଏଣୁ ଏ ଅଚ୍ୟୁତନାମ ସର୍ବବେଦ ଘୋଷେ

  38. Couplet 38

    ଚରାଚର ବିଶ୍ୱଭାବେ ହୋଇ ଏ ବିଶ୍ୱାସେଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ

  39. Couplet 39

    ଧ୍ରୁବର ନୟନ ବିଷ୍ଣୁପାଦେ ଲୀନ ଗଲାଶ୍ରୃତିଯୁଗ ନୟନ ବିଷ୍ଣୁପାଦେ ଲୀନ ଗଲାଶ୍ରୁତିଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା

  40. Couplet 40

    ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେବିଷ୍ଣୁ ପାଦପଦ୍ମ ଗନ୍ଧ ଚରିତ ବର୍ଣ୍ଣନେବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଘ୍ରାଣେ

  41. Couplet 41

    ହସ୍ତ ବେନି ସେବା ଭାବେ ହୋଇଲେ ଅର୍ପିତପଦଯୁଗ ଗୋବିନ୍ଦ-ଭକତେ ଉପଗତ

  42. Couplet 42

    ଚର୍ମ ଇନ୍ଦ୍ରି ରୋଧିଲା ପ୍ରସାଦ-ରସ-ରସେଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ

  43. Couplet 43

    ଶବଦ ସ୍ପରଶ ରସ ରୂପ ଗନ୍ଧ ଯେତେବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ

  44. Couplet 44

    ବାକ୍ୟ ପାଦ ପାଣି ଲିଙ୍ଗ ମୂଳାଧାର ଆଦିନିଶ୍ଚଳେ ରହିଲା ଧ୍ରୁବ ଯୋଗରେ ସନ୍ନିଧି

  45. Couplet 45

    ତାର ଘୋରତପ ତେଜେ ସର୍ବତେଜ ଲୀନଅଗ୍ନି ସୁଧାକର ବାୟୁ ଆକାଶେ ତପନ

  46. Couplet 46

    ସର୍ବଜୀବ ଜଡମତ ଧ୍ରୁବ-ତେଜଭରେଧ୍ରୁବ ତପେ ପୃଥ୍ୱୀ ଘୂରେ ମଣ୍ତଳ ଆକାରେ

  47. Couplet 47

    ନିର୍ମଳ ଶୀତଳ ଜଳ ନଦୀଏ ବହନ୍ତିମଦ ଶୀତ ଗନ୍ଧଗୁଣେ ପବନ ଚଳନ୍ତି

  48. Couplet 48

    ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରିଲୋକେସର୍ବ ଲୀନ ହୋଇଲେ ସୁନୀତି-ପୁତ୍ର-ମୁଖେ

  49. Couplet 49

    ସମୀରଣ ବହେ ଯେ ଧ୍ରୁବର ଦେହେ ଲାଗିସେ ବାୟୁ ସ୍ପରଶେ ସର୍ବଦିଗ ସଉଭାଗୀ

  50. Couplet 50

    ଅଶେଷ-ଶବଦ ଘେନି ଗଗନ ନିଶ୍ଚଳେଆଶ୍ରେ କରି ରହିଲେ ଧ୍ରୁବର କର୍ଣ୍ଣମୂଳେ

  51. Couplet 51

    ଭୂମି-ଆଦି ଧ୍ରୁବର ଶରୀର ପଞ୍ଚଭୂତେନିଶ୍ଚଳେ ରହିଲେ ତପବଳର ଆୟତ୍ତେ

  52. Couplet 52

    ଧ୍ରୁବତପ ଦେଖିଣ ପବନ ବିଚାରଇମୋର ଦର୍ପ ତପବଳେ ସହରିବ ଏହି

  53. Couplet 53

    ଏହାର ତପସ୍ୟା ଭଙ୍ଗେ ମୁହିଁ କ୍ଷମ ନୋହେଏଣୁ କରି ଧ୍ରୁବ ଅଙ୍ଗେ ଶୀତଉଷ୍ଣେ ବହେ

  54. Couplet 54

    ଅପସରା ଗଣେ ଚାହିଁ ଧ୍ରୁବର ବଦନେଅନ୍ୟୋଅନ୍ୟେ ସମ୍ଭ୍ରମେ କହନ୍ତି ଦୁଃଖମନେ

  55. Couplet 55

    ଯୁବାଜନଙ୍କର ଯୋଗ-ତପ ଆମ୍ଭେ ଗଞ୍ଜିଏ ବାଳକ ଚିତ୍ତେ କାହୁଁ ପାରିବା ନିମଜ୍ଜି

  56. Couplet 56

    କାମ-କ୍ରୋଧ ଅଛନ୍ତି ଯେ ଆମ୍ଭର ସଙ୍ଗତେକେହି ନ ପାରିବେ ପଶି ଏବାଳକ ଚିତ୍ତେ

  57. Couplet 57

    ତଦନ୍ତେ ସକଳ-ଦେବେ ଇନ୍ଦ୍ରମୁଖ ଚାହିଁବୋଲନ୍ତି ସଂଭ୍ରମ-ଚିତ୍ତେ ଶିରେ କର ଦେଇ

  58. Couplet 58

    କି ବୁଦ୍ଧି କରିବା ଏବେ କହ ଦେବରାୟେଧ୍ରୁବର ତପସ୍ୟା-ଭଙ୍ଗେ ନାହିଁକି ଉପାୟେ

  59. Couplet 59

    ମୂହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣିତପ-ଭଙ୍ଗ ନିମିତ୍ତ ଉପାୟ ମନେ ଗୁଣି

  60. Couplet 60

    ଇନ୍ଦ୍ର କହେ ସ୍ୱଭାବେ ବାଳକ ଦେହ ଧରିଭୟଙ୍କର ଭୂତ ଆଦି ଦେଖି ଅବା ଡରି

  61. Couplet 61

    ଭୟଙ୍କର ରୂପ ଦେଖି ବାଳକେ ଡରନ୍ତିଅନ୍ୟ କିଛି ଉପାୟେ ନହେବ ଏହା ଭୀତି

  62. Couplet 62

    ଆସୁରୀ-ମାୟାରେ ଯେବେ ଭଙ୍ଗ କରିପାରନିଶ୍ଚୟେ ଭୂଞ୍ଜିବ ତୁମ୍ଭେ ଯେଝା ଅଧିକାର

  63. Couplet 63

    ସ୍ୱଭାବେ ବାଳକ ବସିଅଛି ଘୋରବନେଅନ୍ୟଥା ଉପାୟ ନାହିଁ ତପ-ଉଚ୍ଚାଟନେ

  64. Couplet 64

    ଏମନ୍ତ ବିଚାରି ଯେ ଆସୁରୀ-ମାୟା ବଳେନାନା ଭୟଙ୍କର ରୂପ ଧ୍ରୁବକୁ ବେଢ଼ିଲେ

  65. Couplet 65

    ଭୂତଗଣ ଧାଇଁଲେ ଭୀଷଣ ରୂପ ଧରିଲହ-ଲହ ଜିହ୍ୱା କଳକଳ ନାଦ କରି

  66. Couplet 66

    ଡାକିନୀ ସ୍ୱଭାବେ ରୂପ ଅତି ଭୟଙ୍କରନରମୁଣ୍ତେ ହସ୍ତେ କରି ରାବନ୍ତି ଅପାର

  67. Couplet 67

    ଉଲ୍ଳକ ଆକାର ଉଷ୍ଟ୍ର-ଖର ରୂପ ଧରିଲମ୍ବଗ୍ରୀବା ଶିର ପାଦ ବଦନ ବିସ୍ତାରି

  68. Couplet 68

    ଭୂମି-ଦନ୍ତାଘାତେ ତରୁ ଉଲ୍ଳୋଳ କରନ୍ତିବିକଟ-ଦଶନେ ବକ୍ରମୁଖ କେ କରନ୍ତି

  69. Couplet 69

    କେବା ତରୁ ଉପାଡିଣ ଭୂମିରେ ପିଟନ୍ତିଅତି ଆସ୍ଫାଳନେ ଧ୍ରୁବ ନିକଟେ ମିଳନ୍ତି

  70. Couplet 70

    ବୃଷଭ ଆକାରେ ତୀକ୍ଷ୍ଣ-ଶୃଙ୍ଗେ ଭୂବିଦାରିମନୋଜବେ ଧାମନ୍ତି ଉନ୍ମତ୍ତ-ରୂପଧରି

  71. Couplet 71

    ସର୍ବରୂପ ଧରି ଫଣା ଉଭାରନ୍ତି ବଳେଲହଲହ ବେନିଜିହ୍ୱା ବୁଲାଇ ଚଞ୍ଚଳେ

  72. Couplet 72

    ଫୁ...ଫୁ... କରି ବିଷ କଣା ଜଳ ଦୃଷ୍ଟି ପ୍ରାୟେଏ ରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ

  73. Couplet 73

    ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରିଉପାଡନ୍ତି କୋପଭରେ ଲାଙ୍ଗୁଳି ଉଭାରି

  74. Couplet 74

    ଭୂତଗଣେ ଧାମନ୍ତି ବିସ୍ତାରି ମହାକାୟେବେନିପାଦ ଦିଶନ୍ତି ଖର୍ଜୁର ବୃକ୍ଷ ପ୍ରାୟେ

  75. Couplet 75

    ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନନାସା ଅଗ୍ରେ ବହେ ଉନପଞ୍ଚାଶ ପବନ

  76. Couplet 76

    ଉଲ୍ଲୁକ ଆକାରେ ପୁଣି ଫୁ..ଫୁ. ନାଦ କରିହୃଦୟ କମ୍ପାଇ ଧ୍ରୁବ ନିକଟରେ ମିଳି

  77. Couplet 77

    ପିଶାଚେ ଧାବନ୍ତି ଭୟଙ୍କର ରୂପ ଧରିବାମେ ଛିନ୍ନଶିର ଦକ୍ଷେ ଖଡଗ ଉଭାରି

  78. Couplet 78

    ଅଗ୍ନି-ନାସା ମହାହନୁ କରାଳ-ଦଶନେଧ୍ରୁବର ସମୀପେ ଯେ ମିଳିଲେ ଘୋରବନେ

  79. Couplet 79

    ବେନି ଶାଳବୃକ୍ଷ ବେନିକରେ ଉପାଡନ୍ତିଅନ୍ତକ-ପୁରୁଷ ପ୍ରାୟେ ନିକଟେ ମିଳନ୍ତି

  80. Couplet 80

    ଭୈରବ-ନାଦରେ ଯେ କରନ୍ତି ହୁଂହୁଂକାରସେ ନାଦ ଶୁଣିଲେ ଆତ୍ମା କମ୍ପେ ଥରହର

  81. Couplet 81

    ଡାକିନୀ ମିଳିଲେ ଯେ ହୁଙ୍କାର ନାଦ କରିରୋଦନ କରନ୍ତି ଶିଶୁ ବେନିପାଦ ଧରି

  82. Couplet 82

    ଧ୍ରୁବର ନିକଟେ ଅତିକୋ ସେ ମିଳିଲେମୃଣାଳ ପ୍ରାୟେକ ଶିଶୁ-ମୁଣ୍ତ ଚୋବାଇଲେ

  83. Couplet 83

    ବଦନ ବିସ୍ତାରି ସେ ରୁଧିର ପାନ କରିଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ

  84. Couplet 84

    ସୁଲଳିତ ପ୍ରାଣ ତୋର ଶୁଣରେ କୁମରସନ୍ତୋଷେ ରୁଧିର ପାନ କରିବି ତୋହର

  85. Couplet 85

    ଦଣ୍ତେ ଯଦି ରହିପାରୁ ମୋହର ଛାମୁରମୃଣାଳର ପ୍ରାୟେ ଅସ୍ଥି ଚୋବାଇବି ତୋର

  86. Couplet 86

    ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେଧ୍ରୁବ ଚାରିପାଶେ ଶୁଷ୍କକାଷ୍ଠ ରୁଣ୍ତକଲେ

  87. Couplet 87

    ଦାବାଗ୍ନି ଲଗାଇ ଯେ ବିଞ୍ଚନ୍ତି କର-ପତ୍ରେବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ-ଗାତ୍ରେ

  88. Couplet 88

    ମଣ୍ତଳ ଆକାରେ ବୃକ୍ଷମାନ ଉପାଡ଼ନ୍ତିଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି

  89. Couplet 89

    ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟିଅନ୍ୟେ ଅନ୍ୟେ ବୃକ୍ଷ ଧରି ଚାହାଁନ୍ତି ତରାଟି

  90. Couplet 90

    ଶତ ଶତ ଶୃଗାଳ ରାବନ୍ତି ଘନଘନେଧ୍ରୁବପାଶେ ମିଳନ୍ତି ସେ କୁପିତ ଲୋଚନେ

  91. Couplet 91

    ପୁଣି ଏକ ଡାକିନୀ ସୁନୀତି ରୂପ ଧରିଧ୍ରୁବର ସମୀପେ ମିଳେ ମାତୃସ୍ନେହ ଭରି

  92. Couplet 92

    ହାହା ପୁତ୍ର ବୋଲି ବେନିକର ହୃଦେ ତାଡେକେଶ-ବାସ ଅସମ୍ଭାଳ ପୁଣ ପୁଣ ପଡେ

  93. Couplet 93

    ବହୁମାୟା ବିନିର୍ମିତ ଚାଟୁବାକ୍ୟ କହେଜନନୀ ବାଳକ ଭାବେ କେହୁ ବା ତା ସହେ

  94. Couplet 94

    ଅତ୍ୟନ୍ତ କାରୁଣ୍ୟେ ପୁତ୍ରସ୍ନେହେ ସେ ରୋଦନପୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ

  95. Couplet 95

    ତୁହି ମୋର ଏକପୁତ୍ର ସଙ୍ଗେ କେହି ନାହିଁକେବଳ ତୋହର ଧ୍ୟାନେ ପ୍ରାଣ ମୁଁ ଧରଇ

  96. Couplet 96

    ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁତୋର ବନଗମନେ ଅଜ୍ଞାନ ମୋର ଦେହୀ

  97. Couplet 97

    ତୋର ବିନୁ ମରଣ ନିକଟେ ମୋର ମିଳେକାଳସର୍ପ ପ୍ରାୟ ମୋତେ ନିରନ୍ତରେ ଜାଳେ

  98. Couplet 98

    ତୋହର ଉଦ୍ଦେଶ୍ୟେ ମୁଁ ଅନେକ-ଗ୍ରାମ-ପୁରେଖୋଜି ନ ପାଇଲି ବଳା ଅନେକ ପ୍ରକାରେ

  99. Couplet 99

    ବନ-ଗିରି-କନ୍ଦର-ପାଟଣା-ପୁରେ ଖୋଜିପ୍ରାଣରକ୍ଷା କରଇ ଉଦକ-ପତ୍ର ଭୁଞ୍ଜି

  100. Couplet 100

    ଯେଉଁ ଦିନୁ ମୋର ପୁରୁ ହୋଇଲୁ ବାହାରନିତ୍ୟେ ଲୁହ ସ୍ରବଇ କଣ୍ଠରେ ହାହାକାର

  101. Couplet 101

    ଯେତେଦିନ ତୋହର ବିହୁନେ ଥିଲି ମୁହିଁସପତ୍ନୀର ବଚନ ମୁଁ ନ ପାରଇ ସହି

  102. Couplet 102

    ଦାବାଗ୍ନି ଯେସନେ ବନ ଦହେ ଅତି ବଳେମୋର ପ୍ରାଣ ଦହିଲା ସପତ୍ନୀ ବାକ୍ୟାନଳେ

  103. Couplet 103

    ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛିଶୟନ-ଭୋଜନ-ପାନ କିଛି ହିଁ ନ ଇଚ୍ଛି

  104. Couplet 104

    ରାତ୍ରିଦିନ ଯୋଗୀ ପ୍ରାୟେ କରେ ତୋତେ ଧ୍ୟାନସ୍ୱପନେ ଦେଖଇ ମୁଁ ଯେ ତୋହର ବଦନ

  105. Couplet 105

    ତୋହର ବଦନ ପ୍ରତିଦିନ ମୁଁ ନ ଦେଖିତୋର ମୁଖ-ଧ୍ୟାନେ ମୋର ସ୍ରବେ ବେନିଆଖି

  106. Couplet 106

    ତୋହର ମଧୁର-ବାକ୍ୟ ଶୁଭେ ମୋର କର୍ଣ୍ଣେଏବେ ମୋତେ ନ ରୁଚଇ କୋକିଳ ବଚନେ

  107. Couplet 107

    ତୋର ଅଙ୍ଗ-ସଙ୍ଗ-ଧୂଳି ମୋ ଅଙ୍ଗେ ଧୂସରଶୀତଳ-ତପତ ମୋତେ ନ ବାଧେ ଶରୀର

  108. Couplet 108

    କେତେ ବନଗିରି ଯେ ସରିତ ସର କୂଳେଭ୍ରମୁଅଛି ରାତ୍ରଦିବା ତୋହର ବିକଳେ

  109. Couplet 109

    ତୋତେ ନ ଦେଖିଲେ ମୋର ହୋଇବ ମରଣଅନ୍ତର୍ଗତ-ଅନଳେ ଦହଇ ରାତ୍ରଦିନ

  110. Couplet 110

    ଚରଣ ଚାଲିବା ମୋ ବିବର୍ଣ୍ଣ ଦେଖ ବଳାସ୍ୱଭାବେ ରକ୍ତିମା ଥିଲା ଏବେ ଦେଖ କଳା

  111. Couplet 111

    ଧ୍ରୁବ ବିନୁ ଅଧ୍ରୁବ ଦେଖଇ ବିଶ୍ୱ ମୁହିଁଅନ୍ଧକାର ଦଶଦିଶ କିଛି ନ ଦିଶଇ

  112. Couplet 112

    ନିତ୍ୟେ ଡାକ ହେଉ ଧାତା ରଖ ମୋର ପ୍ରାଣଧ୍ରୁବ ଘେନି ତୋର ପାଦେ ପଶିଲି ଶରଣ

  113. Couplet 113

    ତୁ ମୋର ଅନ୍ଧରଯଷ୍ଟି ଦେଖ ପୁତ୍ର ମୁଖପୁତ୍ରକୁ ଉଦରେ ଧରି ପାଉଅଛି ଦୁଃଖ

  114. Couplet 114

    ତୋର ଅଙ୍ଗ ସୁକୋମଳ ବାହୁ ସୁଲଳିତବାବୁ ଏ ଦାରୁଣ-ତପ କଲୁ ବିପରୀତ

  115. Couplet 115

    ଦୁଷ୍କର ସାଧନ ତପ ଅତି ଗୁରୁତରକର୍ମସାଧ୍ୟ ପୁରୁଷକୁ ଅଟଇ ସୁନ୍ଦର

  116. Couplet 116

    ଅଳ୍ପଲୋକେ କର୍ମ ସାଧ୍ୟ କେବେହେଁ ନୁହଇନଜାଣି ଦୁଃସହ-କର୍ମ କିମ୍ପା ଭୁଞ୍ଜୁ ତୁହି

  117. Couplet 117

    ସୁଲକ୍ଷଣ-ତନୁ ତୋର ସ୍ୱଭାବେ ସୁନ୍ଦରରାଜ-ଅଇଶ୍ୱର୍ଯ୍ୟ-ଭୋଗ ତୋତେ ନୁହେ ଦୂର

  118. Couplet 118

    ଏ ବାଳ-ବୟସେ ତୋର ଖେଡ ନିରନ୍ତରସାତ-ପାଞ୍ଚ ବାଳକର ସଙ୍ଗତେ ବିହାର

  119. Couplet 119

    କୁମାର-ବୟସେ ବିଦ୍ୟା ଅଭ୍ୟାସ କାରଣେନାନା-ତର୍କ-ବିତର୍କ ଶବଦ-ଉଚାରଣେ

  120. Couplet 120

    ପୁଣି ବିଶ୍ୱ ସଂସାରେ ସ୍ୱଧର୍ମ-କର୍ମ କରିକୁଳ-ଶୀଳ-ଶୁଚିଯୁକ୍ତା କନ୍ୟୃା ଘରେ ବରି

  121. Couplet 121

    ଧର୍ମ-ଧନ ସଞ୍ଚୟ ସନ୍ତତି ଜନ୍ମ କରିବିଷୟ-ସମ୍ମୋହେ ଚିତ୍ତ ଅତି ଦୃଢ଼େ ଧରି

  122. Couplet 122

    ନାନା-ସୁଖେ ଭୋଗ କରି ଇନ୍ଦ୍ରିୟ ରୋଧନେପଞ୍ଚାଶ-ବରଷେ ପୁଣି ପ୍ରବେଶିବୁ ବନେ

  123. Couplet 123

    ନାନା-ଧର୍ମ ତପ ସାଧ୍ୟ କରି ବନବାସେସନ୍ନ୍ୟାସ-ଗ୍ରହଣେ ଚିତ୍ତ ଯୋଗର ଅଭ୍ୟାସେ

  124. Couplet 124

    ଏ ଜନ୍ମ-ମରଣ ଭାବ ଚିତ୍ତେ ପରିମାଣିନିର୍ବିକାର-ବ୍ରହ୍ମରୂପେ ପ୍ରବେଶନ୍ତି ପ୍ରାଣୀ

  125. Couplet 125

    ସଂସାରର ଧର୍ମ ଏ ଯେ ପରମ-କାରଣଏ ମୋର ବଚନ ପୁତ୍ର ସାବଧାନେ ଶୁଣ

  126. Couplet 126

    ବାଲ୍ୟକାଳେ ତପସାଧି ସିଦ୍ଧ ନୋହେ କେବେଚିତ୍ତ-ବୃତ୍ତି ଅତିଶୟ ସଚଞ୍ଚଳ ଯେବେ

  127. Couplet 127

    ଶତ୍ରୁ-ପରାଭାବେ ଯେବେ ତପ ସାଧ୍ୟ କରେହିଂସା-ଫଳ ଲଭେ ପ୍ରାଣୀ କେବେ ହେଁ ନ ତରେ

  128. Couplet 128

    ଅଧର୍ମ-ତପ-ନିବୃତ୍ତି ହୁଅ ଏବେ ସୁତଏ ସ୍ୱଭାବେ ନୁହେଁ ଧର୍ମ ସାଧୁଙ୍କର ମତ

  129. Couplet 129

    ଏମନ୍ତ ବଚନ ଯହୁଁ ମାତୃଭାବେ ଶୁଣିସମାଧି-ଯୋଗରେ ଧ୍ରୁବ ମନେମନେ ଗୁଣି

  130. Couplet 130

    ବିଚାରଇ ଜନନୀ ଏ ନୋହଇ ମୋହରନିଶ୍ଚୟେ ଜାଣିଲି ଏ ଆସୁରୀ-ମାୟା ଘୋର

  131. Couplet 131

    ଏମନ୍ତ ବିଚାରି ମନ-ନିଶ୍ଚଳେ ରହିଲାରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା

  132. Couplet 132

    ସମସ୍ତ ଦେବତା ମିଳି ଇନ୍ଦ୍ରର ବଚନେଯେତେ-ମାୟା ପ୍ରାକଶିଲେ ଧ୍ରୁବ ସନ୍ନିଧାନେ

  133. Couplet 133

    ଧ୍ରୁବ-ତପ-ଭଙ୍ଗେ କେହି ସମର୍ଥ ନୋହିଲେବିଷ୍ଣୁ-ଚକ୍ର-ତେଜ ଧ୍ରୁବ ନିକଟେ ଦେଖିଲେ

  134. Couplet 134

    ସକଳେ ଭାଜିଲେ ତେଜ ଦେଖି ଧ୍ରୁବଦେହେନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ

  135. Couplet 135

    ସର୍ବଭୂତେ ଧ୍ରୁବର ଚରଣେ ପ୍ରଣମିଲେବ୍ୟର୍ଥ-ମନୋରଥେ ନିଜ ଭୁବନେ ମିଳିଲେ

  136. Couplet 136

    ଇନ୍ଦ୍ର-ଆଦି ଦିଗପାଳେ ଭୂତବଳ ଭଗ୍ନେପୁଣି ବିଚାରନ୍ତି ବସି ବିଘ୍ନ-ଅନୁମାନେ

  137. Couplet 137

    ବିଘ୍ନ କରି ନ ପାରି ସକଳ ଦେବଗଣେଶରଣ ପଶିଲେ ଯାଇ ଶ୍ରୀହରି ଚରଣେ

  138. Couplet 138

    ନାରାୟଣ ଚରଣେ ମନିଲେ ଦେବଗଣଦେଖି ହରି ପ୍ରଶ୍ନ କଲେ ଗମନ କାରଣ

  139. Couplet 139

    ଗୋବିନ୍ଦ ବଚନ ଶୁଣି ଶିରେ କରଯୋଡିଦେବଗଣେ କହନ୍ତି ଚରଣତଳେ ପଡି

  140. Couplet 140

    ଉତ୍ତାନ ପାଦର ପୁତ୍ର ଧ୍ରୁବ ତପ-ବଳେସମୁଦ୍ର-ଗିରି ସହିତେ ଧରଣୀ କମ୍ପିଲେ

  141. Couplet 141

    ଆମ୍ଭେ ରହି ନ ପାରିଲୁ ଗଗନ-ମଣ୍ତଳେତାର ତପେ କମ୍ପିଲେ ସକଳ-ଦିଗପାଳେ

  142. Couplet 142

    ତ୍ରୈଲୋକ୍ୟ ସକଳେ କେହି ନ ପାରିଲୁ ରହିନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ

  143. Couplet 143

    ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣିଅଧୋମୁଖେ ହରଷେ ରହିଲେ ଚକ୍ରପାଣି

  144. Couplet 144

    ଧ୍ରୁବ-ତପେ ହୀନ-ତେଜ ଦେଖି ଦେବଗଣହରଷେ କହନ୍ତି ଧ୍ରୁବ ତପର କାରଣ

  145. Couplet 145

    ମୋହର ବଚନ ଏବେ ଶୁଣ ଦେବଗଣେଯେ ନିମିତ୍ତେ ଧ୍ରୁବ ତପ କରଇ ଅରଣ୍ୟେ

  146. Couplet 146

    ପିତା-ଜାନୁ-ଆରୋହଣେ ଧ୍ରୁବ ଇଚ୍ଛା କଲାତାହା ଦେଖି ମାତୃ-ସପତଣୀ ଝିଙ୍ଗାସିଲା

  147. Couplet 147

    ତାରବାକ୍ୟ-କୁଳିଶରେ ହୃଦୟେ ଦହିଲାମାତାର ବଚନେ ଧ୍ରୁବ ତପ ଅଚରିଲା

  148. Couplet 148

    ଘୋର-ତପବଳେ ତାକୁ ଆମ୍ଭେ ବର ଦେବୁତ୍ରିଲୋକ ଉପରେ ନେଇ ଧ୍ରୁବେ ବସାଇବୁ

  149. Couplet 149

    ତୁମ୍ଭ ଅଧିକାରେ ପ୍ରୟୋଜନ ନାହିଁ ତାରନିଶ୍ଚିନ୍ତେ ଗମନ ଦେବେ କର ନିଜପୁର

  150. Couplet 150

    ବିଷ୍ଣୁ-ଭକ୍ତ-ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବକେବେ ହେଁ ଅପରବଳ ନ କରଇ ଖର୍ବ

  151. Couplet 151

    ତାର ତପ ଦେଖି କୋପ ନ କରିବ ଚିତ୍ତେନିରତେ ରହିବ ସର୍ବପ୍ରାଣୀଙ୍କର ହିତେ

  152. Couplet 152

    ଆମ୍ଭର ଆଦେଶେ ଧ୍ରୁବ-ସ୍ଥାନେ ସେ ବସିବତୁମ୍ଭ ଦିଗପାଳ-ପଦ ନିଶ୍ଚଳେ ରହିବ

  153. Couplet 153

    ଏମନ୍ତ ବିଷ୍ଣୁର ବାକ୍ୟ ଶୁଣି ସାବଧାନେନିଜପୁରେ ଦିଗପାଳେ ଗଲେ ତୋଷମନେ

  154. Couplet 154

    ଶୁକ କହେ ଶୁଣ ପରୀକ୍ଷିତ ନୃପମଣିଧ୍ରୁବତପେ ତାରେ ଦୟା କଲେ ଚକ୍ରପାଣି

  155. Couplet 155

    ଗରୁଡ ଆସନେ ବସି ଚତୁର୍ଭୁଜ ରୂପେକାତିନ୍ଦୀ-ତଟେ ମିଳିଲେ ଧ୍ରୁବର ସମୀପେ

  156. Couplet 156

    ମଧୁର-ବଚନେ କିବା ଅମୃତ-ବରଷେସର୍ବଦେବ ଦେଖୁଛନ୍ତି ବିସ୍ମିତେ ଆକାଶେ

  157. Couplet 157

    ଧ୍ରୁବକୁ ଅନାଇ ହରି ପ୍ରସନ୍ନ-ବଦନେତପ-ତେଜ-ଶାନ୍ତିକର ଅମୃତ ବଚନେ

  158. Couplet 158

    ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେତପିଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ

  159. Couplet 159

    ବାଳକ-ଶରୀର ତୋର ଅତି ସୁକୁମାରକିମ୍ପା ବନବାସେ ତୋର ତପସ୍ୟ କଠୋର

  160. Couplet 160

    ଏମନ୍ତ ବଚନ ବିଷ୍ଣୁ ମୁଖୁ ଶୁଣି ଧ୍ରୁବକଠୋର-ସମାଧି ଛାଡି ବହେ ମୃଦୁ ଭାବ

  161. Couplet 161

    ଅମୃତ-ସମାନ ବିଷ୍ଣୁ ବଚନ ଶୁଣିଲାଉନ୍ମୀଳ-ଲୋଚନେ ଉର୍ଦ୍ଧ୍ୱ‌ମୁଖେ ଅନାଇଲା

  162. Couplet 162

    ଇନ୍ଦ୍ର-ନୀଳମଣି-ରୂପ ଗଗନେ ପ୍ରକାଶେନୀଳୋତ୍ପଳ-ସମୂହ କି ଦିଶେ ଦଶଦିଶେ

  163. Couplet 163

    ଗଗନ-ମଣ୍ତଳ-ସରୋବର ପ୍ରାୟ ହୋଇଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ

  164. Couplet 164

    କାଦମ୍ବିନୀ ମଧ୍ୟେ ଯେହ୍ନେ ଚପଳା ବିରାଜେଦିବ୍ୟ-ସରୋବର କିବା ନୀଳୋତ୍ପଳ ସାଜେ

  165. Couplet 165

    ଅଗ୍ରତେ ଦେଖଇ ପୀତାମ୍ବର-ପରିଧାନଆକାଶ-ମେରୁରେ ହେମ ବେଷ୍ଟିତ ଯେସନ

  166. Couplet 166

    ଯେଣେ ଧ୍ରୁବ ଚାହଁଇ ସେ ଉନ୍ମୀଳଲୋଚନେସର୍ବଦିଗେ ବିରାଜନ୍ତି ଗରୁଡ ଆସନେ

  167. Couplet 167

    ଧ୍ରୁବ ବିଚାରଇ ବିଷ୍ଣୁ ରୂପ ଏ ପ୍ରମାଣମନ୍ତ୍ରଦୀକ୍ଷା କାଳେ କହିଛନ୍ତି ମୁନିଗଣ

  168. Couplet 168

    ପୁଣି ଉଠି ପୁଣି ଲୋଟି କରଇ ରୋଦନପିତାର ପ୍ରାୟେକ ମଣେ ବିଷ୍ଣୁ ଆଗମନ

  169. Couplet 169

    ବହୁକାଳ ପରେ ପିତା-ପୁତ୍ର ଦରଶନବାଳକ ସ୍ୱଭାବେ ଧ୍ରୁବ କରଇ ରୋଦନ

  170. Couplet 170

    ବିଷ୍ଣୁ-ପାରିଷଦଗଣ ମିଳିଲେ ପ୍ରତ୍ୟକ୍ଷେମଙ୍ଗଳ ଶବଦ ସ୍ତୁତି କରି ଅନ୍ତରୀକ୍ଷେ

  171. Couplet 171

    ସନନ୍ଦ ନାରଦ ସନକାଦି ମୁନି ଯେତେସିଦ୍ଧଗଣ ସାଧ୍ୟଗଣ ଯୋଗୀନ୍ଦ୍ର ସମେତ

  172. Couplet 172

    ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେଧ୍ରୁବକୁ ଧଇଲେ ପ୍ରଭୁ ତୋଳି ବେନିକରେ

  173. Couplet 173

    ଧୂଳିରେ ଧୂସର ତନୁ ଝାଡି ସ୍ନେହଭରେବେନି-ଭୁଜେ ଆଲିଙ୍ଗିଲେ ପୁଲକ-ଶରୀରେ

  174. Couplet 174

    ବିଷ୍ଣୁକର ଲାଗି ଧ୍ରୁବ ତପ-ଦୁଃଖ ଗଲାକୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ କରି ଧ୍ୟାନବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ

  175. Couplet 175

    ସେ ହରି-ଚରଣେ ନିତ୍ୟେ କର ଦୃଢ଼ଭାବଭକତି-ବୋଇତେ ଭବ-ସଂସାରୁ ତରିବ