Skandha 4
Adhyaya 8
Couplet 1
ନମାମି ଅମ୍ବିକା ସୁତ ଚରଣ ପଙ୍କଜସର୍ବଦେବଙ୍କର ମଧ୍ୟେ ନାମ ବିଘ୍ନରାଜ
Couplet 2
ଯାର ନାମ ଲମ୍ବୋଦର ସର୍ବ ବିଘ୍ନହରକିରୀଟ କୁଣ୍ତଳ କଣ୍ଠେ ହାର ମନୋହର
Couplet 3
ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜ ଚାରିଅଜୟ ଅଭୟ ବର ପାଶାଙ୍କୁଶଧାରୀ
Couplet 4
ଯାହାର ପ୍ରସନ୍ନବଳେ ଜଡବୁଦ୍ଧି ତୁଟେନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ
Couplet 5
ମୋର ପ୍ରତି ପ୍ରସନ୍ନ ତୁ ହୁଅ ଲମ୍ବୋଦରଭଗବତ ଭାଷା ମୁହିଁ କରିବି ପ୍ରଚାର
Couplet 6
ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତକହିବି ଚତୁର୍ଥସ୍କନ୍ଧେ ଧ୍ରୁବର ଚରିତ
Couplet 7
ପଞ୍ଚମ ବରଷ ବାଳ ଘୋରତପ କଲାମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା
Couplet 8
ପିତା-ଜାନୁ-ଆରୋହଣ-ଭଙ୍ଗେ ରୋଷମନେସପ୍ତଋଷି ଉର୍ଦ୍ଧ୍ୱେଯାଇ ବସିଲା ଗଗନେ
Couplet 9
ଯାର ଘୋର-ତପ ଦେଖି ଭୃଗୁ ମନତୋଷେଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ
Couplet 10
ଜନନୀ ସହିତେ ଦିଶେ ଉତ୍ତର-ଆକାଶେଦରଶନ ମାତ୍ରେ ଯାର ସର୍ବପାପ ନାଶେ
Couplet 11
ଜୀବିତ ରହଇ ନର ସୁଖେ ଶତସମାଯାର ଭାବ ନ ଲଭନ୍ତି ହର-ଇନ୍ଦ୍ର-ବ୍ରହ୍ମା
Couplet 12
ତାହାର ଚରିତ ଯେ ଶୁଣନ୍ତି ସାବଧାନେସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ
Couplet 13
ଅଶେଷ ଅମୃତ ବାଣୀ ଧ୍ରୁବର ଚରିତକହେ ବିପ୍ର ଜଗନ୍ନାଥ ଭାବେ ଭାଗବତ
Couplet 14
ପୁଣ୍ୟ ମଧୁବନେ ସରସ୍ୱତୀ-ତଟେ ରହିମୈତ୍ରେୟ କହିଲେ ପୂର୍ବେ ବିଦୁରଙ୍କୁ ଚାହିଁ
Couplet 15
ଦୁର୍ଗତି-ତାରଣ ଭବ-ଭୟ-ନିବାରଣକହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ
Couplet 16
ସର୍ବଶାସ୍ତ୍ର ଜାଣି ସେ କହଇ ନାନା ମତେଧ୍ରୁବର ଚରିତ ବିଷ୍ଣୁଭଜନ-ହିତେ
Couplet 17
ମୈତ୍ରେୟର ଆଗେ ପରାଶର-ମୁନି କହିବିଷ୍ଣୁ-ଜନ-ହିତେ ବଇଷ୍ଣବ-ଭାବ ବହି
Couplet 18
ପରତତ୍ତ୍ୱ ଧ୍ୟନରତ ନିତ୍ୟେ ଶୁଦ୍ଧଚିତ୍ତେବୈଷ୍ଣବ-ଅଗ୍ରଣୀ ଶିବ ଉମାର ଅଗ୍ରତେ
Couplet 19
ବିଷ୍ଣୁଦୂତେ ହରିକଥା କହିଛନ୍ତି ଯାହାଭାଷା-ପରିବନ୍ଧେ ମୁହିଁ ପ୍ରକାଶିବି ତାହା
Couplet 20
ସାଧୁଜନେ ଦୃଢଚିତ୍ତେ ଏଣେ କର ଭାବଏଦୃଢ-ବୋଇତେ ଭବ-ବାରିଧି ତରିବ
Couplet 21
ବିଷ୍ଣୁଙ୍କ ଆଦେଶେ ସୃଷ୍ଟି କଲେ ପଦ୍ମଯୋନିମୈଥୁନ ପ୍ରକାଶେ ଶିବ-ଶକ୍ତି-ରୂପ ଘେନି
Couplet 22
ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେସ୍ୱୟମ୍ଭୂବମନୁ ଶତରୂପା ପ୍ରକାଶିଲେ
Couplet 23
ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ର ବେନିସୃଷ୍ଟି ଅଂଶ ହେତୁ କନ୍ୟା ତିନି ସଙ୍ଗେ ଘେନି
Couplet 24
ପ୍ରିୟବ୍ରତ ସେ ଉତ୍ତାନପାଦ ନାମ ତାରସୁଗୁଣ ସୁନ୍ଦର-ରୂପେ ମୋହେ ତିନିପୁର
Couplet 25
ସୃଷ୍ଟିଅଂଶେ ମନୁବଂଶେ ବେନି-ସହୋଦରପ୍ରଜାର ସୃଜନ କଲେ ଅନେକ ପ୍ରକାର
Couplet 26
ଉତ୍ତାନପାଦର ଯେ ହୋଇଲେ ଯତ୍ନୀବେନିସୁନୀତି ସୁରୂଚି ଯେ ସୁନ୍ଦର-ଗୁଣ ଘେନି
Couplet 27
ସେ ବେନିପତ୍ନୀଙ୍କ ମଧ୍ୟେ ସୁରୂଚି ସୁପ୍ରିୟାଉତ୍ତାନପାଦର ଚିତ୍ତେ ତାର ପ୍ରତି ଦୟା
Couplet 28
ତାହାର ଉଦରେ ଯେ ଉତ୍ତମ ପୁତ୍ର ହୋଏରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ
Couplet 29
ତାର ବଡ ପ୍ରିୟ ସେ ଉତ୍ତାନପାଦ ରାଜାଭୂଷଣ ବସନ ଦେଇ କରେ ଦିବ୍ୟପୂଜା
Couplet 30
ଅତି ପ୍ରିୟତମା ସେ ନିମିଷେ ନଛାଡ଼ଇପତ୍ନୀ ସୁତ ସ୍ୱଭାବେ ଗୌରବଭାବ ବହି
Couplet 31
ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମରୂପଗୁଣସୁନ୍ଦରେ ମୋହିତ କୋଟି କାମ
Couplet 32
ବେନିସୁତେ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେପିତାର ସମୀପେ ଦ୍ୟନ୍ତି ରାଜସେବା ମତେ
Couplet 33
ଏକଦିନେ ସୁରୁବି ଉତ୍ତମ କର ଧରିନୃପତି ସମୀପେ ମିଳେ ପ୍ରିୟଭାବ ଭରି
Couplet 34
ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେନୃପତି-ସଭାର ମଧ୍ୟେ ପ୍ରିୟଭାବଭରେ
Couplet 35
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେରାଜାର ସମୀପେ ମିଳେ ପ୍ରିୟଭାବ ରଙ୍ଗେ
Couplet 36
ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲାପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା
Couplet 37
ତାହା ଦେଖି କୋପଚିତ୍ତେ ସୁରୁଚି ବୋଲଇଦୁର୍ଭଗା-ତନୟ ତୋର ମୁଖେ ଲାଜ ନାହିଁ
Couplet 38
ଆରୋହଣ କରି ଲୋଡୁ ନୃପ-ସିଂହାସନେଯେ ଆସନ ସୁପୂଜିତ ଏତିନି-ଭୁବନେ
Couplet 39
ପୂର୍ବ-ତପଫଳେ ଦେଖ ଉତ୍ତମ କୁମରନୃପ-ବୀର୍ଯ୍ୟେ ଉପୁଜିଲା ମୋହର ଉଦର
Couplet 40
ସେହି ରାଜସିଂହାସନେ ବସବାକୁ ଏକଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ
Couplet 41
ନିଷ୍ଠାରେ କଠୋର-ତପ ପୂର୍ବେ ଯେ କରଇତପଫଳେ ଲଭେ ସେ ଦୁର୍ଲଭ ନରଦେହୀ
Couplet 42
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେକହଇ ବାଳକ ତୁହି ଶୁଣ ଏକଚିତ୍ତେ
Couplet 43
କେଉଁ ତପେ ବସିବୁ ତୁ ରାଜସିଂହାସନେକିରୀଟ ମସ୍ତକେ ଯହିଁ ନମେ ସର୍ବଜନେ
Couplet 44
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି
Couplet 45
ଏହି ଅନୁମାନେ ତୋର ଅଳ୍ପପୁଣ୍ୟ ଜାଣଶୁଭାଶୁଭ-ଫଳ ଅନୁମାନ ଏ ପ୍ରମାଣ
Couplet 46
ରାଜାର କୁମର-ପଣେ ଏ ଜନ୍ମ ତୋହରନାନା-ସୁଖ ଭୋଗେ ତୋର ନାହିଁ ଅଧିକାର
Couplet 47
ଦେଖ ଏ ଉତ୍ତମ ମୋର ଗର୍ଭେ ଜନ୍ମ ହୋଇନୃପାସନେ ବସିବାକୁ ଯୋଗ୍ୟ ଏ ଅଟଇ
Couplet 48
ଏ ଆସନେ ବସିବାକୁ ଇଚ୍ଛା ଯେବେ ତୋରକିମ୍ପା ଜନ୍ମ ନ ଲଭିଲୁ ମୋହର ଉଦର
Couplet 49
ଏମନ୍ତ ସଭାରେ ମଧ୍ୟେ ସୁରୁଚି ବଚନଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ
Couplet 50
ଅନ୍ତର୍ଗତେ କମ୍ପିଲା ତାହାର ନିଜ ଦେହୀଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ
Couplet 51
ଅନୁଚିତ ଉଚିତ ନ କହେ ନୃପମଣିସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ
Couplet 52
ତାହାର ଗୌରବେ ସେ ଯନ୍ତ୍ରିତ-ଚିତ୍ତ ହୋଇସଭାମଧ୍ୟେ ଏକ ବାକ୍ୟ ନ ପାରିଲା କହି
Couplet 53
ଏମନ୍ତେ ନୃପତି ଗତି ଭାବି ଧ୍ରୁବ ମନେନୃପେ ନମି ଧାତ୍ରୀ ସଙ୍ଗେ ଗମିଲା ମଉନେ
Couplet 54
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶସର୍ପପ୍ରାୟେ ପୁଣ-ପୁଣ ଛାଡଇ ନିଃଶ୍ୱାସ
Couplet 55
ମାତାର ସମୀପେ ଧ୍ରୁବ ନିଜପୁରେ ଯାଇଅଶ୍ରୁବହେ ଲୋଚନୁ କମ୍ପଇ ତାର ଦେହୀ
Couplet 56
ଅଶ୍ରୁକଣ୍ଠ-କୁଣ୍ଠିତ ବଚନ ଗଦଗଦେନ ସ୍ଫୁରଇ ବାକ୍ୟ ମୁଖେ ସୁନୀତି ଅନାଇ
Couplet 57
ଏମନ୍ତ ପୁତ୍ରର ମୁଖ ସୁନୀତି ଅନାଇଛନ୍ନ ଚିତ୍ତେ ପଚାରଇ ଧାତ୍ରୀ ମୁଖ ଚାହିଁ
Couplet 58
ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେକିମ୍ପାଇ ରୋଦନ କରେ ଅତି ମନତୋପେ
Couplet 59
ମାତାର ବଚନ ଶୁଣି ନୃପତି-ନନ୍ଦନଉର୍ଦ୍ଧ୍ୱ-ମୁଖେ ଚାହିଁ ରହେ ବିକଳ-ବଦନ
Couplet 60
ପୁରଜନ ମୁଖୁ ଶୁଣି ସପତ୍ନୀ-ବୃତ୍ତାନ୍ତସୁନୀତି ହୋଇଲା ଅତି ହୃଦୟେ ବ୍ୟଥିତ
Couplet 61
ଜନନୀ ଜାଣିଲେ ପୁତ୍ର ଅପମାନ ପାଇପିତାଠାରୁ ଅଇଲା ଏ ମହାଦୁଃଖ ବହି
Couplet 62
ମୁଖଲକ୍ଷ୍ମୀ ଏହାର ତ ନ ଦିଶେ ସୁ୍ନ୍ଦରଅତିଦୁଃଖେ ବୁଡିଲା ଯେ ମୋହର କୁମର
Couplet 63
ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରିମସ୍ତକରେ କର ଦେଇ ନିଶ୍ୱାସ-ସଂହରି
Couplet 64
ଅତି-ମ୍ନାନ-ମୁଖ ଦେଖି ପୁତ୍ର କୋଳ କରେହୃଦୟେ ଲଗାଇ ପୁଚ୍ଛେ ଅତି-ସ୍ନେହ-ଭରେ
Couplet 65
ମୁଖେ ଜଳସିିଞ୍ଚି ସେ ବଦନୁ ପୋଛେ ଲୁହକିମ୍ପାଇଁ ରୋଦନ କରୁ ମୋର ଆଗେ କହ
Couplet 66
ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କରସ୍ୱଭାବେ ସୁନ୍ଦର-ଗୁଣ ଅତି ମନୋହର
Couplet 67
ତୋତେ ଶୋକ ଦେବାକୁ କେ ଅଛଇ ଜଗତେକିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ
Couplet 68
ମାତାର ବଚନ ଶୁଣି ଧ୍ରୁବ ଦୁଃଖ-ମନେବାଷ୍ପ ଗଦଗଦ ସ୍ୱରେ କହଇ ବଚନେ
Couplet 69
ଶୁଣ ଗୋ ଜନନି କହୁଁ ତୋହର ଅଗ୍ରତେରାଜମହାଦେଈ ତୁ ବୋଲଉ କେଉଁମତେ
Couplet 70
ସୁରୁଚି ସମାନେ ତୋତେ ଜାଣନ୍ତି ଜଗତସେ ରାଜାର ପ୍ରିୟା ତୁ ଗୋ ଦୁର୍ଭଗା କେମନ୍ତେ
Couplet 71
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅମୁଁ କିମ୍ପା ଅଧମ ମାତା ସତ୍ୟ ମୋତେ କହ
Couplet 72
ନୃପ-ସିଂହାସନେ ବସିବାକୁ ବେନିଭାଇସେ କିମ୍ପା ହୋଇଲା ଯୋଗ୍ୟ ମୋର ଭାଗ୍ୟେ ନାହିଁ
Couplet 73
ତୋର ପୁତ୍ର ହୋଇ ମୁହିଁ ଅଧମ କେମନ୍ତେସେ କିମ୍ପା ଉତ୍ତମ ନାମ ବହିଲା ଜଗତେ
Couplet 74
ମୋହର ସୁକୃତ କିମ୍ପା ଏମନ୍ତ ହୋଇଲାଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା
Couplet 75
ଏମନ୍ତ ପୁତ୍ରର ବାକ୍ୟ ଶୁଣିଣ ସୁନୀତିପୁତ୍ରର ବଚନ-ପ୍ରଶ୍ନେ ଦୃଢ ତାର ମତି
Couplet 76
ସ୍ତବଧେ ରହି ନିଃଶ୍ୱାସ ଛାଡେ ଚିନ୍ତାଭରେଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ
Couplet 77
ସ୍ୱଭାବେ ରାଜାର ନୀତି ଭଲେ ସେ ଜାଣଇସପତ୍ନୀର ହିଂସାବାକ୍ୟ ହୃଦେ ନ ଗଣଇ
Couplet 78
ସ୍ୱଭାବେ ସୁନୀତି ସେ ତ କହେ ପୁତ୍ରେ ଚାହିଁକହିବି ସକଳ ମନଦେଇ ଶୁଣ ତୁହି
Couplet 79
ଜାଣିଲି ନୃପତି ପାଶେ ଅପମାନ କଥାଶୁଣରେ ତନୟ ତୁହି ଛାଡ ମନୁ ବ୍ୟଥା
Couplet 80
ସୁରୁଚି ବଚନ ଶୁଣି ନୃପତି ସମ୍ମୁଖେତୁ ଯେତେ କହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ
Couplet 81
ସୁରୁଚି ସୁଭଗା ସେ ଯେ ରାଜପାଟରାଣୀସର୍ବପତ୍ନୀ ମଧ୍ୟେ ସେ ବୋଲାଇ ଶିରୋମଣି
Couplet 82
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲାତପବଳେ ସ୍ୱାମୀର ସେ ସୁହାଗିନୀ ହେଲା
Couplet 83
ଜାଣିଲି ନିଶ୍ଚୟ ମୋର ପୂର୍ବ-ତପ ନାହିଁସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ
Couplet 84
ପୂର୍ବେ ତୋର ଭାଇ ଯେ ଉତ୍ତମତପ କଲାତପଫଳେ ନୃପସିଂହାସନେ ସେ ବସିଲା
Couplet 85
ଉତ୍ତମ ଉତ୍ତମପୁତ୍ର ଅତିପୁଣ୍ୟ ତାରଜନ୍ମିଲା ନୃପତି-ସିଂହାସନେ ଅଧିକାର
Couplet 86
ଶୁଣରେ କୁମରମଣି ସ୍ଥିର କରି ମନସାବଧାନ ହୋଇ ଶୁଣ ମୋହର ବଚନ
Couplet 87
ଯା କହିଲେ ତୋର ମାତ ସତ୍ୟ-କର ମନେବସିବାର ବାଞ୍ଛା ଯଦି ରାଜ ସିଂହାସନେ
Couplet 88
ତପେ ହରି-ପାଦପଦ୍ମ ଆରାଧନ କରସେ ବିଶ୍ୱ-ପାଳନ ପାଇଁ ସ୍ୱତ୍ତ୍ୱଗୁଣାଧାର
Couplet 89
ପରମେଷ୍ଠୀ ହେେଲ ବ୍ରହ୍ମା ଯାର ଆରାଧନେଜିତେନ୍ଦ୍ରିୟ ମୁନିଗଣ ବନ୍ଦେ ଯା ଚରଣେ
Couplet 90
ଯେଉଁଭାବେ ପୂର୍ବ ଜନ୍ମେ ନାନା-ପତ କରିନାନା ରୂପେ ଭୋଗ ଭୁଞ୍ଜେ ନରଦେହ ଧରି
Couplet 91
ଚନ୍ଦ୍ରଜ୍ୟୋତି ପାଟଛତ୍ର ଚାମର ସମେତେନୃପ-ସିଂହାସନେ ବସେ ବାଦ୍ୟ-ନାଦ-ଗୀତେ
Couplet 92
ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ-ମେଳେମନୋଗାମୀ-ତୁରଙ୍ଗମ ଚତୁରଙ୍ଗ-ବଳେ
Couplet 93
ନ ଥାଇ ବ୍ୟାଧି ଶରୀରେ ଜୀଏ ଶତସମାଉତ୍ତମ-ସୁଜନେ ତାଙ୍କ ଗୁଣନ୍ତି ମହିମା
Couplet 94
ଶୁଭ-ରାଜ୍ୟେ ରାଜପଣେ ବସେ ଅକଣ୍ଟକେତାର ଯଶ ଗୁଣ ପୂରେ ଇହ-ପରଲୋକେ
Couplet 95
ଯେ ହରି-ଚରଣେ ସେବା କରେ ନିତ୍ୟେ-ନିତ୍ୟେଦୁଃଖୀଜନ ଦେଖି ଦୟା କରଇ ସେ ଚିତ୍ତେ
Couplet 96
ସୁନିର୍ମଳ ତତ୍ତ୍ୱଜ୍ଞାନ ନିତ୍ୟେ ଯାର ଚିତ୍ତେସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧମତେ
Couplet 97
ରିପୁ-ଷଡ଼ବର୍ଗ ଜିଣି ସତ୍ତ୍ୱଗୁଣେ ମତିକରୁଣା-ସମ୍ପୂର୍ଣ୍ଣ-ଦୃଷ୍ଟି ବାଣୀ-ଶୁଦ୍ଧାକୃତି
Couplet 98
ସର୍ବକାଳେ ନିରଳସ ଗୁରୁପାଦେ ଭକ୍ତିସର୍ବଦା ସୁସ୍ଥିର-ଚିତ୍ତ ସୁଜନ ଆକୃତି
Couplet 99
ଶୁଚିମନେ ଉପାସନା ନିର୍ମଳ-ବଚନସଭାମଧ୍ୟେ ସୁପଣ୍ତିତ ଅତି-ବିଦ୍ୟାବାନ
Couplet 100
ପ୍ରଜାର ପାଳନ କାର୍ଯ୍ୟେ ଅତି ବୀରପଣଇହ-ପରଲୋକ ହୁଏ ସୁଯଶ-ଘୋଷଣ
Couplet 101
ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେବାଣିଜ୍ୟେ ଚତୁର ବାକ୍ୟେ ଭାବେ ମନ ମୋହେ
Couplet 102
ଯୋଷିତ ପ୍ରଣୟେ ମୃଦୁ-ବଚନ ଭାଷିତବ୍ରାହ୍ମଣ ବିଷୟେ ଚିତ୍ତେ ଭଜଇ ବିନୀତ
Couplet 103
ସ୍ୱଧର୍ମେ ଜୀବନ ପୋଷେ ନିଜ-ବୃତ୍ତି ବହିବୁଧଙ୍କର ଭାବେ ଯେ ସାତ୍ତ୍ୱିକେ ମନଦେଇ
Couplet 104
ଭାଗୀରଥୀ-ତୀରେ ବାସ ସୁତୀର୍ଥେ ମରଣସୁଖ ଭୋଗୀଗଣ ମୁଖ୍ୟ ଅତିଥି-ତୋଷଣ
Couplet 105
ବନ୍ଧୁଜନ ସଙ୍ଗେ ଭୋଗ କରେ ସମତୁଲେଦାନ-ଦକ୍ଷିଣାରେ ଦିନ ଯାପଇ ସେ ଭଲେ
Couplet 106
ନିଜ ବିଦ୍ୟା ଅଭ୍ୟାସେ ବର୍ତ୍ତଇ ନିରନ୍ତରେନିତ୍ୟେ ସେବା କରେ ତାତ-ଜନନୀ-ପୟରେ
Couplet 107
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେସ୍ୱର୍ଗ-ଅପବର୍ଗ ବୁଦ୍ଧି-ଅଳଙ୍କାର ବହେ
Couplet 108
ନିତ୍ୟେ ବସେ ସାଧୁସଙ୍ଗେ ମିତ୍ର ସର୍ବଭୂତେଇତିହାସ ପୁରଣାଦି ଶୁଣେ ଶୁଦ୍ଧଚିତ୍ତେ
Couplet 109
ବିପଦର କାଳେ ଧୈର୍ଯ୍ୟ ବହେ ନିତ୍ୟେ ଚିତ୍ତେସମ୍ପଦ-ଆଗମେ କ୍ଷମା ବହଇ ନିରତେ
Couplet 110
ବିଦ୍ୟା ପଢି ଗଭୀର-ସାଗର ପ୍ରାୟେ ରହେପାତ୍ରେ ଦାନ ସମର୍ପି ଉଦାସ-ଭାବ ବହେ
Couplet 111
ଯଶ ଧର୍ମ ଲଭିବାରେ ନିତ୍ୟେ କରେ ମତିସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବେ ସୁକୀର୍ତ୍ତି
Couplet 112
ନିତ୍ୟେ ସାଧୁସଙ୍ଗ ମେଳ ଦୃଢ଼େ କରେ ଆଶାପିତୃ-ମାତୃ ପାଦପଦ୍ମେ କରଇ ଶୁଶ୍ରୂଷା
Couplet 113
ଦୀନଜନେ ଦୟାକରେ ସାଧୁକାର୍ଯ୍ୟେ ରତରିପୁଗଣ ଜୟକାରୀ ଭୁବନେ ବିଦିତ
Couplet 114
ଗଭୀର ବଚନ ତାର ବଦନୁ ପ୍ରକାଶେଉତ୍ତମ-ଉଦାରବୁଦ୍ଧି ପ୍ରିୟ-ଉପଦେଶେ
Couplet 115
ସମ ଦରଶନ କରି ପ୍ରକୃତି ଧରଇଏତେ ଗୁଣ ଧରେ ଯାର ପୂର୍ବେ ତପ ଥାଇ
Couplet 116
ଯେଣୁ ପୂର୍ବେ ତୋହାର ମୋହର ତପ ନାହିଁଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ
Couplet 117
ମାନ-ଅପମାନ ଯେ ଫଳଇ ପୂର୍ବଫଳେଏହା ନ ଜାଣିଣ ପ୍ରାଣୀ ଭ୍ରମନ୍ତି ଶୟଳେ
Couplet 118
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇବିଧାତାର ବୋଲେ କର୍ମ ଅନ୍ୟଥା ନୁହଇ
Couplet 119
ଏଣୁ ତୁ ନକର ଶୋକ କର୍ମକୁ ଆଦରମୋହର ବଚନେ ପୁତ୍ର କୋପ ତୁ ସଂହର
Couplet 120
ଏମନ୍ତେ ମାତାର ବାଣୀ ସାବଧାନେ ଶୁଣିସୁନୀତିର ପୁତ୍ର ଧୀର ମନେ ମନେ ଗୁଣି
Couplet 121
ଜନନୀ ବଦନ ଚାହିଁ ବେନି କରଯୋଡିକହେ ଶୋକ-ଗଦଗଦେ ମାତା ପାଦେ ପଡି
Couplet 122
ଜନନୀ ମୋହର ବାକ୍ୟ ମନଦେଇ ଶୁଣମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ
Couplet 123
ପବିତ୍ର-ମନୁର ବଂଶେ ଜନ୍ମ ଯେବେ ମୋରଉତ୍ତାନପାଦର ବୀର୍ଯ୍ୟେ ଉଦରେ ତୋହର
Couplet 124
ତୁ ଯେ ବୋଲୁ ତପ-ବ୍ରତ ସମ୍ପଦ-କାରଣକହିବୁ ତୋହର ଆଗେ ସ୍ଥିରମନେ ଶୁଣ
Couplet 125
ସଂସାରେ ଦୁର୍ଲଭପଦ ଯେଉଁ ତପେ ପାଇନିର୍ଜନ-ଦୁର୍ଗମବନେ ସାଧିବଇଁ ମୁହିଁ
Couplet 126
ଏତେ ମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେଆଶୀର୍ବାଦ କର ତପ ସାଧଇଁ ଯେମନ୍ତେ
Couplet 127
ଏମନ୍ତ ନିଶ୍ଚୟ-ବାଣୀ ଶୁଣି ପୁତ୍ରମୁଖେସୁନୀତି କପୋଳେ କର ଦେଇ ମନଦୁଃଖେ
Couplet 128
ଏହିରୂପେ ଧ୍ରୁବବାକ୍ୟ ଦୃଢ଼େ ଶୁଣି ମାତାପୁତ୍ର ମୁଖ ଚାହିଁ ମନେ କଲା ଗରୁଚିନ୍ତା
Couplet 129
ବୋଲଇ ମୋହର ଗର୍ଭେ ଜାତ ଏ କୁମରରାଜାର ଆତ୍ମସମ୍ଭୂତ ତେଜେ ଏ ପ୍ରଖର
Couplet 130
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ-ଚରିତ୍ରତପ-ଫଳ-ଶ୍ରବଣେ କଳ୍ପିଲା ଅନ୍ତର୍ଗତ
Couplet 131
ତେଜ ବିରାଜଇ ଦେହେ ତପନ ପରାୟେଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ
Couplet 132
କେବେହେଁ ଏ ନ ରହିବ ମୋହର ବଚନେନଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ
Couplet 133
ଏହାର ସୁନ୍ଦର-ମୁଖ ନ ଦେଖି ସମ୍ମୁଖେନିମିଷ କୋଟିଏ-ଯୁଗ ହୋଇବ ପ୍ରତ୍ୟକ୍ଷେ
Couplet 134
କିବୁଦ୍ଧି କରିବି ପୁତ୍ର କେମନ୍ତେ ରହିବଦୁର୍ଗମ-ସଙ୍କଟ ମୋତେ ସଞ୍ଚଲା ଦଇବ
Couplet 135
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁବୋଲଇ ସୁନୀତି ମନେ ଦୁଃଖ ଖେଦ ବହି
Couplet 136
ଶୁଣ ପୁତ୍ର ସାବଧାନେ ମୋହର ବଚନକେବେହେଁ ନ କର ପୁତ୍ର ତପକୁ ଗମନ
Couplet 137
ତୋତେ ଆଜ୍ଞା ଦେବାକୁ ମୋହର ଶକ୍ୟ ନାହିଁତୁ ପଞ୍ଚବରଷ ବାଳ ସୁକୁମାର-ଦେହୀ
Couplet 138
ତଥାପି କହିବି ଶୁଣ ସାବଧାନ ଚିତ୍ତେରାଜାର ନବରେ ଅଛି ସପତ୍ନୀ-ଆୟତ୍ତେ
Couplet 139
ତାର ବାକ୍ୟ ନିର୍ଘାତେ ମୋହର ପ୍ରାଣ ଦହେଶ୍ରାବଣର ଧାରା ପ୍ରାୟେ ଅଶ୍ରୁଜଳ ବହେ
Couplet 140
ଏବେ ତୋ ବନ-ଗମନ ଶୁଣି ମୋର ମନସମୁଦ୍ର-ତରଙ୍ଗ ପ୍ରାୟେ ଉଲ୍ଲୋଳ-ନୟନ
Couplet 141
ନଦୀ ପ୍ରାୟେ ବହେ ଲୁହ କେବେହେଁ ନ ରହେକହ ପୁତ୍ର ଏବେ ମୁଁ କି କରିବି ଉପାୟେ
Couplet 142
ସ୍ୱଭାବେ ମୁଁ ଏକପୁତ୍ରୀ ବିଧାତା ଭିଆଣେତୋତେ ନ ଦେଖିଲେ ଚିତ୍ତ ଧରିବି କେସନେ
Couplet 143
ତୁ ମୋହର ଅନ୍ଧ-ଯଷ୍ଟି ତୋର ପଛେ ଥାଇତୋତେ ହରାଇଲେ ମୁହିଁ କେମନ୍ତେ ଜୀଅଁଇ
Couplet 144
ପୁତ୍ର ଜନ୍ମ ନୋହିବାରୁ ପାଇ ମନେ ବ୍ୟଥାତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା
Couplet 145
କୁଚ୍ଛ୍ର-ଚନ୍ଦ୍ରାୟଣ ଉପାସିଣ ବ୍ରତ କଲିସେ ବ୍ରତ-ସାଧନେ ପୁତ୍ର ତୋତେ ମୁଁ ଲଭିଲି
Couplet 146
ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନସମୁଦ୍ର-ତରଙ୍ଗ ପ୍ରାୟେ ଉଛୁଳେ ନୟନ
Couplet 147
ଆନନ୍ଦ-ପୟ ଯେ ପୂରେ ମୋ ବେନି ସ୍ତନଗଳିତ ହୁଅଇ ଦେଖି ତୋହର ବଦନ
Couplet 148
ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ
Couplet 149
ମୋହର ହୃଦୟେ ତୁ ନିଦ୍ରିତ ସ୍ତନ୍ୟ-ପାନେବସ୍ତ୍ର-ଆଚ୍ଛାଦିତ ଦୁଗ୍ଧ-ବୋଧିତ-ବଦନେ
Couplet 150
ତୋହର ଶୀତଳ-ବାକ୍ୟ କର୍ଣ୍ଣେ ଶୁଭେ ଯେବେସପପତ୍ନୀର ବାକ୍ୟ-ତାପ ହୃଦୟେ ନ ଭାବେ
Couplet 151
ବିଳମ୍ବ ତୋ ନିଦ୍ରା ଦେଖି ମୋହର ହୃଦୟପଦ୍ମ ଯେହ୍ନେ ଚାହିଁ ଥାଇ ଆଦିତ୍ୟ ଉଦୟ
Couplet 152
ବାଳକ-ଖେକଣ-ଖେଳା ଖେଳିବାର ଅର୍ଥେଗୃହରୁ ବାହାର ହୋଇ ମିଳୁ ଯେବେ ପଥେ
Couplet 153
ତୋହର ବିଳମ୍ବେ ହୃଦେ ବେନି-ସ୍ତନ ମୋରଚଞ୍ଚଳେ ସ୍ରବଇ ଯେହ୍ନେ ମେଘ-ଜଳଧାର
Couplet 154
ତୁ ଏବେ ତପସ୍ୟା ଅର୍ଥେ ଯିବୁ ଯେବେ ହଟେମୋର ପଞ୍ଚ-ପ୍ରାଣ ଯେ ମିଳିବ କଣ୍ଠାଗ୍ରତେ
Couplet 155
ଅତି ତାପେ ତାପିବି ମୁଁ ତୋହର ଗମନେକେମନ୍ତେ ଛାଡିଣ ପୁତ୍ର ଯିବୁ ତୁହି ବନେ
Couplet 156
ଏମନ୍ତ ବଚନ ଶୁଣି ଜନନୀ ବଦନେଚିନ୍ତା ମାତ୍ର ନ ରହିଲା ସେ ଧ୍ରୁବର ମନେ
Couplet 157
ଏମନ୍ତେ ଅନେକ ମତେ ବୋଧିଲେ ସୁନୀତିନ ଶୁଣି ସେ ମାତା-ବାଣୀ ଧ୍ରୁବ ମହାଯତି
Couplet 158
ନିଷ୍ଠୁର-ହୃଦୟେ ପାଦେ କରି ନମସ୍କାରମଙ୍ଗଳ-ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର
Couplet 159
ଜନନୀର ମନ-ସ୍ନେହ ପଛେପଛେ ଗଲାଚଳନ୍ତେ ରାଜାର ପୁରେ କେହି ନ ଦେଖିଲା
Couplet 160
ବାଳକ ବାଳ-ଆଦିତ୍ୟ ପ୍ରାୟେ ପଥେ ଯାନ୍ତେଅନୁକୂଳ-ପବନ ବହିଲା ଅକସ୍ମାତେ
Couplet 161
ପବନେ ଚଳିତ ବନ-ଲତା-ତରୁଗଣହସ୍ତ-ପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ
Couplet 162
କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରିଜନନୀ ଚରଣ-ଧ୍ୟାନ ହୃଦୟରେ କରି
Couplet 163
ଭୂମିକି ଅନାଇ ସେ ଅନେକ ଦୂର ଗଲାଗହନ-କାନନେ ରାଜପଥ ନ ପାଇଲା
Couplet 164
କ୍ଷୁଧା ତୃଷା ଆକୁଳେ ସେ ଅତି ଦୁଃଖ ମନେବୃକ୍ଷତଳେ ବସିଲା ଆଦିତ୍ୟ ଅବସାନେ
Couplet 165
ବାଳକ ଭାଳଇ ମନେ ଚଉଦିଗ ଚାହିଁକାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ
Couplet 166
ବେନି-ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇବନଜନ୍ତୁ ଭୟେ ଧ୍ରୁବ ପୁରି ହିଁ ଅନାଇ
Couplet 167
ତାର ପୂର୍ବ-ତପଫଳେ ସେ ଘୋରକାନନେସାୟଂକାଳେ ସମୀପେ ମିଳିଲେ ମୁନିଜନେ
Couplet 168
ପର୍ବତ-କାନନ-ଧୂମ-ଜଳ-ଅଗ୍ନିପଥେବାଳ-ବୁଦ୍ଧ-ବନିତା-ଦୁର୍ବଳ-ବ୍ୟାଧିଗ୍ରସ୍ତେ
Couplet 169
ପୂର୍ବ-ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରଇଭାଗ୍ୟହୀନ ଗୃହେ ଯତ୍ନ କରନ୍ତେ ମରଇ
Couplet 170
ଦେଖ ତାର ଭାଗ୍ୟବଳ ସପ୍ତଋଷିଗଣେସମୀପେ ମିଳିଲେ ଆସି ଭୟଙ୍କର ବନେ
Couplet 171
ରାଜାର କୁମର କାହିଁ କାହିଁ ବନବାସଦଇବ-ଘଟଣ ଦେଖ ଧର୍ମର ବିଶ୍ୱାସ
Couplet 172
ଏଣୁ ନିଜ କର୍ମକୁ କରିବ ନମସ୍କାରଯାହାର ଉପରେ ନାହିଁ ପ୍ରଭୁ-ଅଧିକାର
Couplet 173
ଯାର ତହିଁ ଶୁଭାଶୁଭ ପୁଣ୍ୟବଳ ଥାଇମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ
Couplet 174
ସତ୍ତ୍ୱ-ରଜ-ତମ ବଳେ କରି ଆକର୍ଷଣନାନାସ୍ଥାନେ କରୁଥାଇ ଗମନା-ଗମନ
Couplet 175
ଶରୀର ସମ୍ପଦ ପଦ ବିବିଧ ବେଷ୍ଟିତତେଜ ବଳ ସହାୟ ସେ ଉଦ୍ୟମ ସମର୍ଥ
Couplet 176
ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇପୂର୍ବେ ନ ଅର୍ଜିଲେ ଲୋଡି ପାଇବଟି କାହିଁ
Couplet 177
ଚକ୍ଷୁମେଲି ଚାହାଁନ୍ତେ ଦେଖିଲା ମୁନିଗଣତେଜେ ବିରାଜନ୍ତି ଯେହ୍ନେ ସୂର୍ଯ୍ୟର କିରଣ
Couplet 178
ଲଲାଟେ ତିଳକ ଦୂର୍ବା ବେନି କରେ ଘେନିଉଭା ହୋଇଛନ୍ତି ଧ୍ରୁବ ଆଗେ ବ୍ରହ୍ମମୁନି
Couplet 179
କୃଷ୍ଣାଜିନ ପରିଧାନ ପବିତ୍ର-ଉତ୍ତରୀଉନ୍ମୀଳଲୋଚନ ଅକ୍ଷମାଳା କରେ ଧରି
Couplet 180
କଷାୟବସନ ସୂକ୍ଷ୍ମ-ଉତ୍ତରୀ ପ୍ରକାଶେସୁଗନ୍ଧ-ବିଭୂତି ରୁଚି କଳେବର ଦିଶେ
Couplet 181
ଅକସ୍ମାତେ ମିଳିଲେ ଅଗାଧ-କ୍ଷୀରନିଧିତ୍ରୟକାଳଜ୍ଞାତା ଜ୍ଞାନଗୁଣେ ଗୁଣନିଧି
Couplet 182
ଅମୃତ ବଚନ କି ବଦନେ ବରଷନ୍ତିକ୍ଷୀରସିନ୍ଧୁ ମଧ୍ୟେ ହଂସ ପ୍ରାୟେକ ଦିଶନ୍ତି
Couplet 183
ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖିସଂଭ୍ରମ-ଚିତ୍ତେ ଉଠିଲା ଆସନ ଉପେକ୍ଷି
Couplet 184
କପାଳେ କର ସମ୍ପୁଟ ଦେଇ ଦୃଢମନେମୁନିଙ୍କି ପ୍ରଣାମ କଲା ହରଷ ବଦନେ
Couplet 185
ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡିକହଇ କୋମଳ-ବାଣୀ ବିନୟ ଆଚରି
Couplet 186
ଉତ୍ତାନପାଦର ବୀର୍ଯ୍ୟେ ସୁନୀତି ଉଦରେଶରୀର ବହିଲି ମୁହିଁ ଏ ଭବସଂସାରେ
Couplet 187
ଧ୍ରୁବନାମ ବୋଲା ଅଧ୍ରୁବ ନାମ ମୋରନିର୍ମଳ-ମାନସେ ମୁହିଁ ମନ୍ଦିରୁ ବାହାର
Couplet 188
ଅନାଥ ହୋଇ ମିଳିଲି ଏ ଘୋରକାନନେସନାଥ ହୋଇଲି ଏବେ ତୁମ୍ଭ ଦରଶନେ
Couplet 189
ନିର୍ଲଜ-ଶରୀର ମୋର ଏଣେ କାର୍ଯ୍ୟ ନାହିଁବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ
Couplet 190
ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ-ରାଶିଏବେ ଚିତ୍ତ କଳ୍ପେ ନୃପ-ସିଂହାସନେ ବସି
Couplet 191
ଏଣୁ ମୁଁ ନିରାଶଚିତ୍ତେ ପଶିଲି ବନସ୍ତେସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ
Couplet 192
ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେତାର ମୁଖ ଚାହିଁଣ କହନ୍ତି ଜଣେ ଜଣେ
Couplet 193
ସ୍ୱଭାବେ ମଧୁରାକୃତି ଶୁଖିଛି ବଦନଅମୃତୁ ଅଧିକ କହେ ମଧୁର-ବଚନ
Couplet 194
ସଦୟ-ହୃଦୟେ ବସି ଧ୍ରୁବର ସମକ୍ଷେଅନୁରାଗେ ମୁନିଏ କହନ୍ତି ଏକେ ଏକେ
Couplet 195
ଅହୋ ବାଳ ବିଶାଳାକ୍ଷ ମହାରାଜ-ସୁତବିଚାରି ନପାରିଲୁ ତୋହର ଅନ୍ତର୍ଗତ
Couplet 196
ନିବେଦ୍ୟ କାରଣ ତୁ ଆମ୍ଭର ଆଗେ କହତୋର ବାକ୍ୟେ ଆମ୍ଭ ଚିତ୍ତେ ଲାଗିଲା ସନ୍ଦେହ
Couplet 197
ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁରାଜପୁରେ ଜନନୀର ସଙ୍ଗେ ଥାଉ ତୁହି
Couplet 198
ଆଧି ବ୍ୟାଧି ନ ଦେଖୁ ତ ତୋହର ଶରୀରେନିର୍ବେଦ କାରଣ କହ ଆମ୍ଭର ଛାମୁରେ
Couplet 199
ଯୁବାକାଳେ ଭୋଗ ଯେବେ ନ ଲଭନ୍ତି ନରେସ୍ୱଭାବେ ବୈରାଗ୍ୟ ଜାତ ହୁଏ ତା ଶରୀରେ
Couplet 200
ସପ୍ତଦ୍ୱୀପପତିର ତୁ କୁମର ସ୍ୱଭାବେକିକାରଣେ କାନନେ ପଶିଲୁ ବାଳଭାବେ
Couplet 201
ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ
Couplet 202
ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନଗଦଗଦ ବାକ୍ୟେ କହେ ନୃପତି ନନ୍ଦନ
Couplet 203
ଶୁଣିମା ସକଳ ବ୍ରହ୍ମମୁନିଗଣ ଧୀରେନିର୍ବେଦ କାରଣ କହୁଁ ତୁମ୍ଭର ଛାମୁରେ
Couplet 204
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲାମୋର ଧାତ୍ରୀ ପିତା ଆଗେ ନେଇ ପ୍ରବେଶିଲା
Couplet 205
ପିତାଙ୍କ ଚରଣେ ମୁହିଁ ନମସ୍କାର କରିଉଭା ହୋଇଥିଲି ଧାତ୍ରୀ ବସ୍ତ୍ର କରେ ଧରି
Couplet 206
ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ
Couplet 207
ତାହା ଦେଖି ସୁରୁଚି ମୋ ମାତା ସପତଣୀଅନେକ ଭର୍ତ୍ସିଲେ ସେ ସପତ୍ନୀ-ଭାବ ଘେନି
Couplet 208
ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ
Couplet 209
ଅଭାଗିନୀ ଗର୍ଭେ ହେଲା ଜନମ ତୋହରଦେଖ ଅତି ଭାଗ୍ୟବନ୍ତ ମୋହର କୁମର
Couplet 210
ଏ ଗର୍ଭେ ଜନ୍ମିଲେ ନୃପସିଂହାସନ ପାଇମୋର ଗର୍ଭେ ଜନ୍ମ କିମ୍ପା ନ ଲଭିଲୁ ତୁହି
Couplet 211
ତୋହର ମାତାର ପୂର୍ବେ କିଛି ତପ ନାହିଁସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ
Couplet 212
ଦୁର୍ଭଗାର ପୁତ୍ର ହୋଇ ନୃପସିଂହାସନେତୋର ପୁଣ୍ୟ ନାହିଁ ଏଥେ ବସିବୁ କେସନେ
Couplet 213
ଏମନ୍ତ ପ୍ରକାରେ ସେ ଯେ ମୋତେ ନିନ୍ଦା କଲାଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା
Couplet 214
ମୁହିଁ କାନ୍ଦି କହିଲି ମୋ ଜନନୀ ଅଗ୍ରତେତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ
Couplet 215
ବୋଇଲେ ସଂସାରେ ସାର ତପସ୍ୟା କାରଣଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର-ଭ୍ରମଣ
Couplet 216
ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋରଏବେ ନରଦେହେ ପୁତ୍ର ତପ-ସିଦ୍ଧକର
Couplet 217
ଏମନ୍ତେ ଜନନୀ ମୁଖୁ ପାଇ ଉପଦେଶତପ-ସଧେ ଘୋରବନେ ହୋଇଲି ପ୍ରବେଶ
Couplet 218
ନିର୍ବେଦ କାରଣ ମୁଁ କହିଲି ତୁମ୍ଭ ଆଗେବନେ ପଶି ଭାଳଇ ମୁଁ ବାଳକ ସ୍ୱଭାବେ
Couplet 219
ଏମନ୍ତ ଧ୍ରୁବର ବାକ୍ୟ ଶୁଣି ମୁନିଗଣପରସ୍ପରେ ଚାହିଁ ସେ ବୋଲନ୍ତି ପୁଣ ପୁଣ
Couplet 220
ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତରବାଳକ ଶରୀରେ ତେଜ ଅତି ଯେ ପ୍ରଖର
Couplet 221
ପୁଣି ଧ୍ରୁବ ମୁଖ ଚାହିଁ ବୋଲନ୍ତି ଉତ୍ତରଆମ୍ଭରେ କି ସାଧ୍ୟ-କର୍ମ ତୋର ଉପକାର
Couplet 222
ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେଭ୍ରାନ୍ତି ଛାଡି କହ ବାବୁ ଆମ୍ଭର ଅଗ୍ରତେ
Couplet 223
ଶୁଣିମା ଭୋ ମୁନିଜନେ ମୋର ମନୋରଥପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ
Couplet 224
ପିତାର ସମୀପେ ବସେ ନୃପସିଂହାସନେତାହାକୁ ମୋହର କିଛି ଆନ ନାହିଁ ମନେ
Couplet 225
ତୁମେ ମୋତେ ସାହା ହୁଅ ଏ ଘୋର କାନନେଉପଦେଶ ଦିଅ ମୋତେ ନିସ୍ତାର କାରଣେ
Couplet 226
ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେକହିବି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ
Couplet 227
ମୋର କଥା କହଇ ତା ଶୁଣି ମୁନିଜନେଯେଉଁ କାରଣରୁ ମୁଁ ପଶିଲି ଘୋରବନେ
Couplet 228
ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୋହଇ
Couplet 229
ତ୍ରିଲୋକ ଉପରେ ସର୍ବ-ବନ୍ଦିତ ଯେ ସ୍ଥାନତହିଁ ବସି ଭୁଞ୍ଜିବି କଳ୍ପଇ ମୋର ମନ
Couplet 230
ମୋର ପିତୃ-ପିତାମହ ଯାହା ନ ପାଇଲେକଳ୍ପକଳ୍ପାନ୍ତରେ ଯାହା ନ ପାଇବେ ଭଲେ
Couplet 231
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁତହିଁର ଉପାୟ ମୋତେ କହ ଭାବ ବହି
Couplet 232
ଧନ ରାଜ୍ୟଭୋଗ ମୋର ପ୍ରୟୋଜନ ନାହିଁଏତେ କହି ମୁନିଙ୍କ ଚରଣେ ପ୍ରଣମଇ
Couplet 233
ଧ୍ରୁବର ବଚନେ ହରଷିତ ମୁନିଜନେଅନ୍ୟେ ଅନ୍ୟେ ମିଳି ସେ କହନ୍ତି ତୁଷ୍ଟମନେ
Couplet 234
ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେସର୍ବ ବେଦ ପୁରାଣଙ୍କ ଶାସ୍ତ୍ର ଅନୁଭବେ
Couplet 235
ବିଷ୍ଣୁର ଚରଣେ ସେବା କରେ ଯେ ନିଶ୍ଚୟେଇହପରଲୋକେ ସେ ବାଞ୍ଛିତ ଫଳ ପାଏ
Couplet 236
ଅନ୍ୟ ଦେବଙ୍କର ତପ ଅନୁଭବେ ସ୍ମରେବିଷ୍ଣୁର ପ୍ରସନ୍ନେ ଭୋଗ-ଭୁଞ୍ଜେ ନିରନ୍ତରେ
Couplet 237
ଅତ୍ରି କହେ ଶୁଣ ବାବୁ ସୁନୀତି କୁମରନାରାୟଣ-ସନ୍ତୋଷେ ନିର୍ମଳ-ତପ କର
Couplet 238
ସେ ପରମପୁରୁଷ ଯାହାକୁ ତୋଷ ହୋଇମନର ବାଞ୍ଛିତ ଫଳ ଅଧିକେ ଦିଅଇ
Couplet 239
ଅକ୍ଷୟ-ସ୍ଥାନରେ ତାର ହୁଏ ଅଧିକାରବିଘ୍ନକରି ନ ପାରନ୍ତି ସୁରା-ସୁର-ନର
Couplet 240
ସତ୍ୟ ଏ ବଚନ ମୋର କର ହରି-ଧ୍ୟାନଅଳ୍ପଦିନେ ଲଭିବୁ ଅକ୍ଷୟ-ଦିବ୍ୟସ୍ଥାନ
Couplet 241
ଅଙ୍ଗିରା କହନ୍ତି ଶୁଣ ନୃପତି କୁମରସର୍ବଭାବେ ଗୋବିନ୍ଦ ଚରଣେ ଆଶ୍ରେକର
Couplet 242
ବିଶ୍ୱ ବସ୍ତୁ-ଅଭ୍ୟନ୍ତରେ ଯାହାର ନିବାସଆତ୍ମାରୂପେ ସର୍ବଭୂତେ ଯାହରା ପ୍ରକାଶ
Couplet 243
ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋରଏକମନେ ଲୟକର ଶ୍ରୀହରି-ପୟର
Couplet 244
ପରଂଧାମ ପରଂବ୍ରହ୍ମ ପରାପର ନାହିଁବିଶ୍ୱ-ବାହ୍ୟ-ଅଭ୍ୟନ୍ତରେ ଯାର ବିଶ୍ୱଦେହୀ
Couplet 245
ସେ ହରିଚରଣେ ଧ୍ୟାନ କର ଦୃଢ଼ଚିତ୍ତେତ୍ରୈଲୋକ୍ୟ-ଦୁର୍ଲଭ-ସ୍ଥାନ ଲଭିବୁ ଯେମନ୍ତେ
Couplet 246
କ୍ରତୁ କହେ ଶୁର ଆହେ ମୋହର ବଚନଯେ ଯଜ୍ଞପୁରୁଷ ଅଙ୍ଗେ ଏ ତିନିଭୁବନ
Couplet 247
ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣି
Couplet 248
ପୁଲହ କହନ୍ତି ଧ୍ରୁବ ଶୁଣ ଏକମନେଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଳଭିବୁ ଯେସନେ
Couplet 249
ଘୋରତପେ ବିଷ୍ଣୁର ଚରଣେ ଆଶ୍ରେକରଦୁର୍ଲଭ-ଆସନେ ବସି ଭୁଞ୍ଜ ଭୋଗସାର
Couplet 250
ବିଷ୍ଣୁର ଚରଣ ସେବା ଯେ ଜନ କରନ୍ତିଇହ-ପରଲୋକେ ସେ ବାଞ୍ଛିତ-ଫଳ ପାନ୍ତି
Couplet 251
ଅନ୍ୟ ଦେବଙ୍କର ସେବା ଫଳ ଅଳ୍ପଦିନବିଷ୍ଣୁର ସେବନ-ଫଳ ଅକ୍ଷୟଟି ଜାଣ
Couplet 252
ବଶିଷ୍ଠ କହନ୍ତି ଶୁଣ ନୃପତିନନ୍ଦନତପ-ବଳେ ବାସୁଦେବ ଦୃଢ଼େ କର ଧ୍ୟାନ
Couplet 253
ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧରଯାହାର ପ୍ରସନ୍ନେ ତୁଟେ ଏ ଘୋର-ସଂସାର
Couplet 254
ଶୁଣି ଧ୍ରୁବ ବେନିକର ଶିରେ ଦେଇ ତୋଷେପୁଣପୁଣ ପ୍ରଣମିଲା ଭକତି ବିଶ୍ୱାସେ
Couplet 255
ତୁମ୍ଭ ଉପଦେଶେ ଯେବେ ହରିଙ୍କି ଭଜିବିଉପାୟ କହିବା ମୋତେ କେମନ୍ତେ ଲଭିବି
Couplet 256
ସାଂଖ୍ୟଯୋଗ କିବା ତପ ଜପ ମନ୍ତ୍ର ଧ୍ୟାନେପ୍ରାଣାୟାମ ବଳେ କିବା ନିଶ୍ଚଳ-ଆସନେ
Couplet 257
ଯେମନ୍ତେ ପାଇବି ଅଳ୍ପଦିନେ ତପ କରିସ୍ୱଭାବେ ବାଳକ ମୁଁ ନୁହଇ ବ୍ରହ୍ମଚାରୀ
Couplet 258
ଯେଉଁ ଆରାଧନେ ମିଳେ ବିଷ୍ଣୁର ଚରଣପ୍ରସନ୍ନ-ବଦନେ ମୋତେ କହ ମୁନିଗଣ
Couplet 259
ଋଷିଗଣ ଏମନ୍ତ ବାଳକ-ବାକ୍ୟ ଶୁଣିସର୍ବ ମନେ ବିଚାରି କହନ୍ତି ପୁଣପୁଣି
Couplet 260
କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାରଯେଉଁ ଆରାଧନେ ନିସ୍ତରନ୍ତି ସୁରନର
Couplet 261
ପ୍ରତ୍ୟାହାର ବଳେ ଯେ ବିଷୟ ଇନ୍ଦ୍ରିଗଣବାହାର ଭିତରେ ମନ କରଇ ଭ୍ରମଣ
Couplet 262
ଇନ୍ଦ୍ରିୟ-ବିଷୟେ ମନ ନିଶ୍ଚଳେ ନିରୋଧିଗୁରୁ-ବାକ୍ୟେ ସାଧିବ ଯେ ବିଧାନ ସମ୍ପାଦି
Couplet 263
ଜାଗ୍ରତ ସ୍ୱପ୍ନ ମଧ୍ୟେ ଉଭୟ ଭୁବସ୍ଥାନେପଞ୍ଚପ୍ରାଣ ନିରୋଧ କରିବ ତତ୍ତ୍ୱଜ୍ଞାନେ
Couplet 264
ବାହ୍ୟ-ଅନ୍ତେ ଜଳଘଟେ ଗଗନ ଯେସନେସେହି ଭାବେ ସର୍ବ ଘଟେ ଦେଖ ଦିବ୍ୟଜ୍ଞାନେ
Couplet 265
ନଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗଳେପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ
Couplet 266
ଦ୍ୱାଦଶଦଳର ମଧ୍ୟେ ପଦ୍ମ ଯେ କେଶରଅଗ୍ନି ଚନ୍ଦ୍ର ସୂର୍ଯ୍ୟ ରହେ ମଣ୍ତଳ ଆକାର
Couplet 267
ତାର ମଧ୍ୟେ ଧ୍ୟନ କରି ଚିନ୍ତ ଦିବୃରୂପସର୍ବ-ଭୂତାଶ୍ରୟ ଯେ ପୁରୁଷୋତ୍ତମ-କଳ୍ପ
Couplet 268
ସେହି ସ୍ଥାନେ ବସ ତୁ ଆସନ ଦୃଢ଼ କରିଦ୍ୱାଦଶ-ଅକ୍ଷର-ମନ୍ତ୍ର ଜପ ହୃଦେ ଧରି
Couplet 269
ଓଁକାର ପ୍ରଥମେ ଭାଗବତ ନାମ ଧରିନମୋ ବାସୁଦେବାୟ ତୁ ନିଶ୍ଚଳେ ଉଚ୍ଚାରି
Couplet 270
ଦ୍ୱାଦଶ-ଅକ୍ଷର ମନ୍ତ୍ରରାଜ ଏ ବୋଲାଇଏହି ମନ୍ତ୍ର ଜପିଲେ ପ୍ରସନ୍ନ ଭାବଗ୍ରାହୀ
Couplet 271
ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୁବ ମନୁସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ
Couplet 272
ତାହାରେ ସନ୍ତୋଷ ଯେ ହୋଇଲେ ବାସୁଦେବଯାର ଭାବେ ସାଧ୍ୟ କଲା ସଂସାର-ବିଭବ
Couplet 273
ଏହି ମନ୍ତ୍ର ଜପ କର ଏକଚିତ୍ତ ହୋଇଅନ୍ତର୍ଦ୍ଧାନେ ଗଲେ ମୁନି ଉପଦେଶ ଦେଇ
Couplet 274
ମୁନିଙ୍କର ଉପଦେଶ ହୃଦରେ ସୁମରିହରିଭକ୍ତ-ଜନ-ଅର୍ଥେ କହିଲି ବିସ୍ତାରି
Couplet 275
ସାଧୁଜନେ ଏହିଭାବେ ଦୃଢ଼କର ଚିତ୍ତସଂସାର-ନିସ୍ତାରେ କହେ ଦାସ ଜଗନ୍ନାଥ