Skip to content
paribhaasha

Skandha 4

Adhyaya 7

  1. Couplet 1

    ଏମନ୍ତ ବ୍ରହ୍ମାବୋଲ ଶୁଣିହସି କହନ୍ତି ଶୂଳପାଣି

  2. Couplet 2

    ହେ ବ୍ରହ୍ମା ମୋର ବାକ୍ୟ ଶୁଣବିର୍ଣ୍ଣିବା କି ବାଳକ ଗୁଣ

  3. Couplet 3

    ବାଳକ ବୋଲି ଏହା ସହିଆନେ ସହିବ କାହା ଦେହୀ

  4. Couplet 4

    ଦେଖ ଏ କର୍ମ କଲା ଯେତେକେ ସହି ପାରିବ ଜଗତେ

  5. Couplet 5

    ଯେଣୁ ଏ ତୋହର ସମ୍ପତିବୋଲାଇ ଦକ୍ଷ-ପ୍ରଜାପତି

  6. Couplet 6

    ତେଣୁ ସହିଲି ଆଜ ମୁହିଁତୋହର ଭାବ ହୃଦେ ବହି

  7. Couplet 7

    ଯେ ଦେବ-ମାୟାରେ ମୋହିତତାହାକୁ ମୋ ଦଣ୍ତ ଉଚିତ

  8. Couplet 8

    ଏହାର ଦୋଷ କ୍ଷମା ପାଇଁମିନତି କଲୁ ମୋତେ ତୁହି

  9. Couplet 9

    ଏବେ ସକଳ ଦେବେ ଯାଅମୋହର ଆଜ୍ଞା ଶିରେ ବହ

  10. Couplet 10

    ଦକ୍ଷର ଶିର ଯଜ୍ଞକୁଣ୍ତେଭସ୍ମ ହୋଇଲା ଅତି ଚାଣ୍ତେ

  11. Couplet 11

    ଛାଗଳ ଶିର ତାର କନ୍ଧେବସାଅ ମନ୍ତ୍ର ଅନୁବନ୍ଧେ

  12. Couplet 12

    ମିତ୍ରର ଚକ୍ଷୁ ପାଇ ଭଗଦେଖୁ ସେ ନିଜ ଯଜ୍ଞଭାଗ

  13. Couplet 13

    ପୂଷା ଯେ ତାର ଯଜମାନଦାନ୍ତରେ ଖାଉ ପିଠାମାନ

  14. Couplet 14

    ଦେବେ ପାଇବେ ନିଜ ରୂପଯାହାର ଯେମନ୍ତ ସ୍ୱରୂପ

  15. Couplet 15

    ଅଶ୍ୱିନୀକୁମାରଙ୍କ ବାହୁବାହୁ ଛିିଣ୍ତିଲା ଲୋକ ପାଉ

  16. Couplet 16

    ପୂଷାର ହସ୍ତ ପାଇ ସେହୁସକଳ କର୍ମ କରୁଥାଉ

  17. Couplet 17

    ଛାଗଳ ପ୍ରାୟେ ଦାଢି ଖଣ୍ତେଭୃଗୁର ରହିଥାଉ ତୁଣ୍ତେ

  18. Couplet 18

    ଏମନ୍ତ ବଚନ ସନ୍ତୋଷେକହିଲେ ସର୍ବଦେବେ ପାଶେ

  19. Couplet 19

    ଏମନ୍ତ ରୁଦ୍ର ବାକ୍ୟ ଶୁଣିସକଳେ ସାଧୁ ସାଧୁ ଭଣି

  20. Couplet 20

    ଇନ୍ଦ୍ର ସହିତେ ଋଷିଗଣରୁଦ୍ରଙ୍କୁ କରି ଆମନ୍ତ୍ରଣ

  21. Couplet 21

    ହେ ପ୍ରଭୁ ଆଗମନ କରିକୃତାର୍ଥ କର ଯଜ୍ଞସ୍ଥଳୀ

  22. Couplet 22

    ତଦନ୍ତେ ଦେବ-ଦେବରାଜଯଜ୍ଞଶାଳାକୁ ହେଲେ ସଜ

  23. Couplet 23

    ବ୍ରହ୍ମା ସହିତେ ନାରାୟଣସଙ୍ଗତେ ମିଳି ଦେବଗଣ

  24. Couplet 24

    ମିଳିଲେ ଯଜ୍ଞ ଶାଳେ ଯାଇସକଳେ ଆନନ୍ଦିତ ହୋଇ

  25. Couplet 25

    ରୁଦ୍ରଙ୍କୁ ବସାଇ ଆସନେତକ୍ଷଣେ ଶିବ ସୁପ୍ରସନ୍ନେ

  26. Couplet 26

    ଦକ୍ଷର ସ୍କନ୍ଧେ ଛାଗ-ଶିରମନ୍ତ୍ରେ ବସାଇଲେ ଶଙ୍କର

  27. Couplet 27

    ତକ୍ଷଣେ ପ୍ରଜାପତି ଅଙ୍ଗେଜୀବ ପଶିଲା ପ୍ରାଣ ସଙ୍ଗେ

  28. Couplet 28

    ଯେହ୍ନେ ସ୍ୱପନୁ ପ୍ରାଣୀମାନେଉଠନ୍ତି ନିଦ୍ରା ଅବସାନେ

  29. Couplet 29

    ଚକ୍ଷୁ ଘଷିଣ ବେନିହସ୍ତେଶିବଙ୍କୁ ଦେଖିଲା ଅଗ୍ରତେ

  30. Couplet 30

    ସେ ଦକ୍ଷ ଶିବ-ଦ୍ୱେଷ କରିକଳୁଷ-ଆତ୍ମା ଥିଲା ଧରି

  31. Couplet 31

    ରୁଦ୍ର ଚାହାଁନ୍ତେ ତା ଶରୀରତକ୍ଷଣେ ହୋଇଲା ନିର୍ମଳ

  32. Couplet 32

    ଶରଦଚନ୍ଦ୍ର ପ୍ରାୟେ ଦିଶେରୁଦ୍ରଙ୍କୁ ଚାହେଁ ମନ ତୋଷେ

  33. Couplet 33

    ତକ୍ଷଣେ ବେନି କରଯୋଡିଆନନ୍ଦେ ରୁଦ୍ର-ପାଦେ ପଡି

  34. Couplet 34

    କରିବା ପାଇଁ ଭବସ୍ତୁତିଶ୍ରଦ୍ଧାରେ ଦକ୍ଷ କଲା ମତି

  35. Couplet 35

    ସ୍ତୁତି କରଣେ ଶକ୍ୟ ନୋହେକଣ୍ଠ ଗଦଗଦେ ବାଣୀ କହେ

  36. Couplet 36

    ଚଞ୍ଚଳ-ଚିତ୍ତ ସ୍ଥିର କରିସତୀ ମରଣ କଥା ସ୍ମରି

  37. Couplet 37

    ନିର୍ମଳ-ଚିତ୍ତେ ପ୍ରଜାପତିରୁଦ୍ରଙ୍କୁ ଚାହିଁ କରେ ସ୍ତୁତି

  38. Couplet 38

    ଭୋନାଥ ଶୁଣ ବିଶ୍ୱଦେହେତୁ ମୋତେ କଲୁ ଅନୁଗ୍ରହ

  39. Couplet 39

    ମୁଁ ଯେ ହୋଇଲି ଜ୍ଞାନହତମୋତେ ଦଣ୍ତିବା ତୋ ଉଚିତ

  40. Couplet 40

    ତୋତେ ନିନ୍ଦିଲି ଗର୍ବ ବହିମୋର କୁଶଳ ଆଉ ନାହିଁ

  41. Couplet 41

    ଅଭୟ ତୋର ପଦ୍ମପାଦମୁଁ ତହିଁ କଲି ଅପରାଧ

  42. Couplet 42

    ବ୍ରାହ୍ମଣ ତୋର ମୁଖୁଁ ଜାତସାଧନ୍ତି ବିଦ୍ୟା ତପ ବ୍ରତ

  43. Couplet 43

    ତାଙ୍କୁ ବିପଦୁ ତୁମ୍ଭେ ରଖଯେସନେ ପଶୁଙ୍କୁ ପାଳକ

  44. Couplet 44

    ମୋହର ସଭା ମଧ୍ୟେ ତୋତେନିନ୍ଦା ଯେ କଲି ଦୁଷ୍ଟଚିତ୍ତେ

  45. Couplet 45

    ନିନ୍ଦିତ ବାକ୍ୟ ବାଣେ ତୋତେପ୍ରହାର କଲି ମୂଢ-ଚିତ୍ତେ

  46. Couplet 46

    ସେ ଫଳ ପାଇଲି ପ୍ରତ୍ୟକ୍ଷେଏ ଋଷି-ଦେବଙ୍କ ସମକ୍ଷେ

  47. Couplet 47

    କୃପା-ଦୃଷ୍ଟିରେ ମୋତେ ଚାହିଁଏଥୁ ଉଦ୍ଧର ତୋଷ ହୋଇ

  48. Couplet 48

    ଏମନ୍ତେ ରୁଦ୍ରେ ସ୍ତୁତି କରିପୁଣି ଋତ୍ୱିଜ ଯଜ୍ଞେ ବରି

  49. Couplet 49

    ବିଷ୍ଣୁ-ସନ୍ତୋଷେ ବିପ୍ରଗଣେପୂର୍ବର କଳ୍ପିତ-ବରଣେ

  50. Couplet 50

    ପୂଜିଲେ ମନ୍ତ୍ରର ବିଶ୍ୱାସେଯେ ପୁରାତନ ଇତିହାସେ

  51. Couplet 51

    ଋତ୍ୱିଜ ଆଦି ସର୍ବ ଋଷିମନ୍ତ୍ର ଉବାରି ଯଜ୍ଞେ ବସି

  52. Couplet 52

    ସକଳେ ବସି ଶୁଦ୍ଧମନେଅଗ୍ନି ପୂଜିଲେ ଯୋଗଧ୍ୟାନେ

  53. Couplet 53

    ଅନଳ ରୂପେ ନାରାୟଣସାକ୍ଷାତେ ହୋଇଲେ ପ୍ରକାଶ

  54. Couplet 54

    ତେଜେ ବିରାଜେ ଦଶଦିଶଅନଳୁ ହୋଇଲେ ପ୍ରକାଶ

  55. Couplet 55

    ନିଶ୍ଚଳ ଗରୁଡଆସନଶ୍ୟାମସୁନ୍ଦର ତନୁ-ବର୍ଣ୍ଣ

  56. Couplet 56

    କିରୀଟ ରବିତେଜ ଗଞ୍ଜେମକରକୁଣ୍ତଳ ବିରାଜେ

  57. Couplet 57

    ଶଙ୍ଖ ଯେ ଚକ୍ର ଗଦା ପଦ୍ମଧନୁ ଖଡଗ ଶର ଚର୍ମ

  58. Couplet 58

    ହିରଣ୍ୟମୟ ଭୁଜେ ଶୋହେପୁଷ୍ପିତ-କିର୍ଣ୍ଣିକାର ପ୍ରାୟେ

  59. Couplet 59

    ଏ ଅଷ୍ଟଭୂଜ ଅନୁପମରୂପେ ଗଞ୍ଜଇ କୋଟିକାମ

  60. Couplet 60

    କମଳା ସେବେ ବକ୍ଷସ୍ଥଳେସେ ବକ୍ଷ ଶୋହେ ବନମାଳେ

  61. Couplet 61

    ବିଶ୍ୱମଙ୍ଗଳ ରୂପ ସାରହୃଦେ ଲମ୍ବଇ ରତ୍ନହାର

  62. Couplet 62

    ତା ହାସ୍ୟ ବିଶ୍ୱ ପ୍ରୀତିକରପାର୍ଶ୍ୱରେ ବ୍ୟଜନ ଚାମର

  63. Couplet 63

    ସେ ରାଜହଂସର ସମାନଭ୍ରମଇ ଚାମର ବ୍ୟଜନ

  64. Couplet 64

    ଉପରେ ଶୋହେ ଶ୍ୱେତଛତ୍ରଯେସନେ ଶଶାଙ୍କ ଶୋଭିତ

  65. Couplet 65

    ଏମନ୍ତ ବିଷ୍ଣୁରୂପ ଚାହିଁସକଳେ ଶିରେ କର ଦେଇ

  66. Couplet 66

    ଉଠିଲେ ପଦ୍ମଯୋନି-ହରସଙ୍ଗତେ ଘେନି ସୁନାସୀର

  67. Couplet 67

    ପ୍ରଣାମ କରି ଜଣେଜଣେବନ୍ଦିଲେ ବିଷ୍ଣୁର ଚରଣେ

  68. Couplet 68

    ବିଷ୍ଣୁର ତେଜବଳେ ଦେବେହୋଇଲେ ହତପ୍ରଭ ସର୍ବେ

  69. Couplet 69

    ଭୟରେ ହୋଇଲେ ଚଞ୍ଚଳରସନା ହୋଇଲା ଅଚଳ

  70. Couplet 70

    ତଥାପି ଶିରେ କର ଦେଇସ୍ତୁତି କରନ୍ତି ବିଷ୍ଣୁ ଚାହିଁ

  71. Couplet 71

    ଦକ୍ଷ ମିଲିଲା ଅର୍ଘ୍ୟ ଘେନିତୁଲେ ଅଶେଷ ବ୍ରହ୍ମମୁନି

  72. Couplet 72

    ସୁନନ୍ଦ ଆଦି ପାରିଷଦେମିଳିଲେ ଜୟଜୟ ନାଦେ

  73. Couplet 73

    ଦକ୍ଷ ଆନନ୍ଦେ କରଯୋଡିବୋଲଇ ବିଷ୍ଣୁ-ପାଦେ ପଡି

  74. Couplet 74

    ତୁ ନାଥ ଶୁଦ୍ଧ-ଚଇତନନିର୍ମଳ ନିତ୍ୟ ନିରଞ୍ଜନ

  75. Couplet 75

    ଭେଦବିହୀନ ତୁ ଅଭୟଏ ବିଶ୍ୱପୂର୍ଣ୍ଣ ତୋର ଦେହ

  76. Couplet 76

    କେ ତୋତେ ଜାଣିବ ସଂସାରେତୁ ଥାଉ ମାୟା ଅତିଦୂରେ

  77. Couplet 77

    ଋତ୍ୱିଜମାନେ କରଯୋଡିକହନ୍ତି ବିଷ୍ଣୁ ପାଦେ ପଡି

  78. Couplet 78

    ଭୋନାଥ ରୁଦ୍ର-ଶାପେ ଆମ୍ଭେବୁଡିଲୁ ମାୟା-ଗର୍ବ-ଦମ୍ଭେ

  79. Couplet 79

    ନିରତେ କର୍ମବଶ ହୋଇତୋ ଭାବେ ଆମ୍ଭ ଜ୍ଞାନ ନାହିଁ

  80. Couplet 80

    ଏ ଯଜ୍ଞ ଧର୍ମର ଲକ୍ଷଣଅଶେଷ-ଭାଗ୍ୟର କାରଣ

  81. Couplet 81

    ଏ ତୋର ରୂପ ମହାବାହୁଆମ୍ଭେ ଜାଣିବୁ ଅବା କାହୁଁ

  82. Couplet 82

    ତକ୍ଷଣେ ସଭାଲୋକେ ଉଠିବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି

  83. Couplet 83

    ଭୋ ନାଥ ତୋର ମାୟାବଳେଏ ଜୀବ ଭ୍ରମେ ଏ ଶୟଳେ

  84. Couplet 84

    ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେବିଷୟା-ମୃଗତୃଷ୍ଣା ପଥେ

  85. Couplet 85

    ଶୋକ-ଦାବାଗ୍ନି ଦହ୍ୟମାନକାମେ ଚେଷ୍ଟିତ ଅନୁକ୍ଷଣ

  86. Couplet 86

    ନିରତେ ଚିନ୍ତେ ଆତ୍ମାସୁଖଉଦ୍ଧରି ଧର ପଦ୍ମମୁଖ

  87. Couplet 87

    ତୋର ଚରଣ ଭଗବାନଆଶିଷ ଫଳେ ମୁନିଜନ

  88. Couplet 88

    ଅଖିଳକାମେ ଅନାସକ୍ତଆଦରେ ପୂଜନ୍ତି ନିରତ

  89. Couplet 89

    ସେ ପାଦପଦ୍ମ ଚିତ୍ତେ ଧରିତୁମେ ଜଗତ ମୁଁ ସଂହରି

  90. Couplet 90

    ବର୍ତ୍ତଇ ତୋ ଚରଣ ଆଶେନିରତେ ରହଇ ସନ୍ତୋଷେ

  91. Couplet 91

    ଭୋନାଥ ତୋ ମାୟା ଗହନେବ୍ରହ୍ମାଦି ଯେତେ ମୁନିଜନେ

  92. Couplet 92

    ଅଜ୍ଞାନ-ଅନ୍ଧକାରେ ଥାନ୍ତିତୋର ମହିମା ନ ଜାଣନ୍ତି

  93. Couplet 93

    ତୋର ଚରଣେ ଯେ ପ୍ରଣତତା ଆତ୍ମବନ୍ଧୁ ତୁ ନିୟତ

  94. Couplet 94

    ତୋର ଚରଣେ ମୋ ପ୍ରଣାମପ୍ରସନ୍ନ ହୁଅ ପୁଣ୍ୟଧାମ

  95. Couplet 95

    ତୁ ଏବେ ରଖ ମୋର ମନତୋର ଚରଣେ କରି ଲୀନ

  96. Couplet 96

    ଯା ମାୟା ଗହନରେ ପଡିବ୍ରହ୍ମାଦି ଦେବେ ତମେ ବୁଡି

  97. Couplet 97

    ତୋହର ତ‌ତ୍ତ୍ୱ ନ ଜାଣନ୍ତିସ୍ୱଭାବେ ମୁହିଁ ଅଳ୍ପମତି

  98. Couplet 98

    ନ ଜାଣି କଲଇଁ ଅନୀତିଏ ଦୋଷ ଖଣ୍ତ ଲକ୍ଷ୍ମୀପତି

  99. Couplet 99

    ପୁରୁଷ ଦେଖେ ଯେତେ ରୂପତାହା ନୁହଇ ତୋ ସ୍ୱରୂପ

  100. Couplet 100

    ଜ୍ଞାନେନ୍ଦ୍ରିୟର ଯେ ବିଷୟସତ୍ୟ ତୁ ତାହାର ଆଶ୍ରୟ

  101. Couplet 101

    ପଦାର୍ଥ ଭେଦେ ଭେଦ ଆଖିକେ ପାରେ ତୋତେ ଉପଲକ୍ଷି

  102. Couplet 102

    ତୁ ଜ୍ଞାନଇନ୍ଦ୍ରି ଅର୍ଥାଶ୍ରୟହେଲେ ହେଁ ନୋହୁ ମାୟାମୟ

  103. Couplet 103

    ମାୟାର ବଶେ ଜ୍ଞାନ ଥାଇତୋତେ ଜାଣିବେ ଅବା କାହିଁ

  104. Couplet 104

    ଇନ୍ଦ୍ର ହରଷ ଚିତ୍ତ ହୋଇକହନ୍ତି ବିଷ୍ଣୁମୁଖ ଚାହିଁ

  105. Couplet 105

    ହେ ବିଶ୍ୱଭବନ ମୁରାରିତୁ ଯେ ଆନନ୍ଦ-ବପୁଧାରୀ

  106. Couplet 106

    ସକଳ ପ୍ରାଣୀ ମନୋହରଭୋନାଥ ତୋହର ଶରୀର

  107. Couplet 107

    ଏ ଯେ ତୁମ୍ଭର ଅଷ୍ଟକରଏ ଦିଗପାଳଙ୍କ ଶରୀର

  108. Couplet 108

    ଏ ଯଜ୍ଞ ତୋର ଯଜନାର୍ଥେସୁଜିଲେ ବ୍ରହ୍ମା ଏ ଜଗତେ

  109. Couplet 109

    କେବଳ ବିଧି ଅବହେଳେରୁଦ୍ର ରୂପରେ ଯଜ୍ଞଶାଳେ

  110. Couplet 110

    ଦକ୍ଷକୁ ଦେଲୁ କର୍ମଫଳନାଶିଲୁ ତା ଯଜ୍ଞ ସକଳ

  111. Couplet 111

    ଏବେ ପବିତ୍ର ଏ ଭୁବନକଳ୍ପିଲା ତୋର ଦରଶନ

  112. Couplet 112

    ଋଷି ସହସ୍ର ନମ୍ର ଶିରେକହନ୍ତି ଯଜ୍ଞପୁରୁଷରେ

  113. Couplet 113

    ଭୋନାଥ ତୋର ବିଚେଷ୍ଟିତବିଶ୍ୱ-ସଂସାରେ ବିପରୀତ

  114. Couplet 114

    ଈଶ୍ୱରୀମାୟା ଯେ ବିଭୂତିଯା ବଳେ ଦେବେ ଭ୍ରମ ହୋନ୍ତି

  115. Couplet 115

    ଆମ୍ଭରେ ଦୟାଭାବ କରିସେ ମାୟା ଛେଦ ହେ ଶ୍ରୀହରି

  116. Couplet 116

    ନାହିଁ ଆଦର ସେ ଲକ୍ଷ୍ମୀରେତୋ ଚେଷ୍ଟା ଜାଣୁ କେ ସଂସାରେ

  117. Couplet 117

    ସକଳ ସିଦ୍ଧେ ଉଠିବେଗେକହନ୍ତି ବିଷ୍ଣୁଙ୍କୁ ସରାଗେ

  118. Couplet 118

    ତୋ କଥା ସୁଧା-ତରଙ୍ଗିଣୀଶୀତଳ-ଜଳ ପ୍ରାୟ ମଣି

  119. Couplet 119

    ମନ-ବାରଣ ତୃଷ୍ଣାକୁଳେପ୍ରବେଶ ହୋଇ ଶୀତଜଳେ

  120. Couplet 120

    ନ ସ୍ମରେ କ୍ଳେଶ-ଦାବାନଳତୋର ପ୍ରସନ୍ନେ ଆଦିମୂଳ

  121. Couplet 121

    ଭୋନାଥ ତୋର ଆଗମନଆନନ୍ଦ କଲା ମୋର ମନ

  122. Couplet 122

    ତୁ ଲକ୍ଷ୍ମୀକାନ୍ତ ସୁଧାନିଧିସକଳ ସମ୍ପଦ ପ୍ରସିଦ୍ଧି

  123. Couplet 123

    ତୋ ବିନୁ ଏହି ଯଜ୍ଞଘରଭୋନାଥ ନ ଦିଶେ ସୁନ୍ଦର

  124. Couplet 124

    କି ଅବା ଦେବା ପଟାନ୍ତରକବନ୍ଧ ପ୍ରାୟ ଛିନ୍ନ ଶିର

  125. Couplet 125

    କାନ୍ତା ସହିତ ପରାତ୍ପରତେଣୁ ଆମ୍ଭଙ୍କୁ ରକ୍ଷା କର

  126. Couplet 126

    ତୁମ୍ଭର ବିଜେ ହେଲା ଯେଣୁଏ ଗୃହ ଶୋଭା କେ ପ୍ରମାଣୁ

  127. Couplet 127

    ଏକଥା ନୁହଇ ବିଚିତ୍ରତୋ ନାମେ ଜଗତ ପବିତ୍ର

  128. Couplet 128

    ତୁ ଦେବଦେବଙ୍କର ଈଷ୍ଟସର୍ବ-ନିୟନ୍ତା ତପୀଶ୍ରେଷ୍ଠ

  129. Couplet 129

    ଆମ୍ଭର ଦୃଷ୍ଟଗ୍ରହ ଦୋଷେତୋତେ ଦେଖିବୁ କାହୁଁ ଦୃଶେ

  130. Couplet 130

    ତୁ ଦ୍ରଷ୍ଟା ସକଳ ବିଶ୍ୱରଇନ୍ଦ୍ରିୟେ ନୋହୁ ତୁ ଗୋଚର

  131. Couplet 131

    ତୁ ଷଷ୍ଠ ପଞ୍ଚଭୂତେ ବସୁମାୟା-ସ୍ୱରୂପ ତୁ ପ୍ରକାଶୁ

  132. Couplet 132

    ଅସତ ଯାହାର ଇନ୍ଦ୍ରିୟକାହୁଁ ଦେଖିବେ ତୋର କାୟ

  133. Couplet 133

    ବିଶୁଦ୍ଧ ଯାହାର ମାନସତାହା ନିକଟେ ତୁ ପ୍ରକାଶ

  134. Couplet 134

    ତୁ ବିଶ୍ୱଆତ୍ମା ପରଂବ୍ରହ୍ମଶୁଦ୍ଧ-ଚୈତନ୍ୟ ତୋର ଧାମ

  135. Couplet 135

    ଯେ ତୋତେ ଅଭେଦେ ଦେଖଇତା ତହୁଁ ପ୍ରିୟ ତୋର ନାହିଁ

  136. Couplet 136

    ଜଗତ ସୃଷ୍ଟି-ସ୍ଥିତି-ଅନ୍ତତ୍ରିଗୁଣେ କରୁ ଆତଜାତ

  137. Couplet 137

    ଭୋନାଥ ତୁମ୍ଭ ଦରଶନେଆମ୍ଭେ ଯେ ତୁଷ୍ଟ କଲୁ ମନେ

  138. Couplet 138

    ଅଷ୍ଟାଙ୍ଗଯୋଗେ ଧର୍ମ ସାଧିଲଭିବା ପାଇଁ ଅଷ୍ଟନିଧି

  139. Couplet 139

    ସେ ପୁଣି ତୋର ମାୟାବଳେକେମନ୍ତେ ଧରିବା ନିଶ୍ଚଳେ

  140. Couplet 140

    ତୁ ନାଥ କରୁ ଯେବେ ଦୟାତେବେ ବଞ୍ଚିବୁ ତୋର ମାୟା

  141. Couplet 141

    ନିର୍ଲେପ-ଜ୍ଞାନ ସର୍ବବ୍ୟାପୀତୁ ନାଥ ନିରଞ୍ଜନ ରୂପୀ

  142. Couplet 142

    ତୋହର ମହିମା ଅପାରତୋ ପାଦେ ଆମ୍ଭ ନମସ୍କାର

  143. Couplet 143

    ବ୍ରହ୍ମା ଉଷତେ ବିଷ୍ଣୁ ଚାହିଁକହନ୍ତି ଶିରେ କର ଦେଇ

  144. Couplet 144

    ତୁମ୍ଭେ ଯେ ଆଶ୍ରୟ ଜୀବଙ୍କଧର୍ମାର୍ଥ ଉତ୍ପତ୍ତି-କାରକ

  145. Couplet 145

    ଆବୋରି ତୁ ଯେ ସ‌ତ୍ତ୍ୱଗୁଣଧର୍ମ ପ୍ରକାଶୁ ଭଗବାନ

  146. Couplet 146

    ତୁହି ନିର୍ଗୁଣ ନିରାକାରତୋ ପାଦେ ମୋର ନମସ୍କାର

  147. Couplet 147

    ଯେଣୁ ମୁଁ ତୋ ତ‌ତ୍ତ୍ୱ ନ ଜାଣେକାହୁଁ ଜାଣିବେ ଦେବଗଣେ

  148. Couplet 148

    ଅଗ୍ନି ସ୍ପଶିରେ କର ଦେଇକହଇ ବିଷ୍ଣୁ ମୁଖ ଚାହିଁ

  149. Couplet 149

    ଯାହାର ତେଜ ବଳେ ମୁହିଁଅନଳ ରୂପେ ଯଜ୍ଞେ ଥାଇ

  150. Couplet 150

    ଘୃତ ଆହୁତି ପଞ୍ଚବିଧେମନ୍ତ୍ରେ ନିବେଦି ଏ ସମିଧେ

  151. Couplet 151

    ତୁ ଯଜ୍ଞରୂପୀ ଦାମୋଦରନିରତେ ମୋର ନମସ୍କାର

  152. Couplet 152

    ତୁ ଅଗ୍ନିହୋତ୍ର ତୁହି ଦର୍ଶତୁ ଚାତୁର୍ମାସ୍ୟ ପୌର୍ଣ୍ଣମାସ

  153. Couplet 153

    ତୁ ପଶୁ ସୋମ ପଞ୍ଚବିଧମନ୍ତ୍ରେ ପୂଜିତ ତୁ ପ୍ରସିଦ୍ଧ

  154. Couplet 154

    ଦେବତାମାନେ ହରଷରେକହନ୍ତି ବିଷ୍ଣୁଙ୍କ ଛାମୁରେ

  155. Couplet 155

    ତୁ ନାଥ ପୂର୍ବକଳ୍ପେ ହରିପ୍ରଳୟକାଳେ ଗର୍ଭେ ଭରି

  156. Couplet 156

    ସର୍ବ-ସଂହରୁ ବିଶ୍ୱରୂପେଜଳେ ଶୟନ ଅହିତଳ୍ପେ

  157. Couplet 157

    ଆମ୍ଭେ ଯେ ତୋର ନିଜ ଭୃତ୍ୟଏ କଥା ଜଗତେ ବିଖ୍ୟାତ

  158. Couplet 158

    ଆମ୍ଭଙ୍କୁ ସଙ୍କଟ ପଡିଲେତୁ ନାଥ ରକ୍ଷାକରୁ ଭଲେ

  159. Couplet 159

    ହେ ଦେବ ସ୍ୱରୂପ ତୋହରହୋଇଲା ନୟନ ଗୋଚର

  160. Couplet 160

    ଭୋନାଥ ତୋତେ ନମସ୍କାରଏ ବିଶ୍ୱକ୍ରୀଡା-ଭାଣ୍ତ ତୋର

  161. Couplet 161

    ଏ ବ୍ରହ୍ମା ରୂଦ୍ର ଆଦି ଯେତେସକଳ ଦେବତା ସମେତେ

  162. Couplet 162

    ମରୀଚିଆଦି ପ୍ରଜାପତିବ୍ରହ୍ମାଦି ଦେବ ପଶୁପତି

  163. Couplet 163

    ତୁହି ଯେ ପୁରୁଷ ମହତତୋ ପାଦେ ଆମ୍ଭେ ହେଲୁ ନତ

  164. Couplet 164

    ତୁମ୍ଭର ମାୟାବଳେ ପ୍ରାଣୀମୁହିଁ ମୋହର ପରିମାଣି

  165. Couplet 165

    ଉତ୍ପଥଗାମୀ ପୁତ୍ରାଦିରଦୁଃଖ ଯେ ଅଟେ ଗୁରୁତର

  166. Couplet 166

    ତଥାପି ମୋହ ନ ତ୍ୟଜଇଅସତେ ଲାଳସକୁ ବହି

  167. Couplet 167

    ତୋ କଥା ଅମୃତ ନ ସେବେଏଣୁ ପଡଇ ଭବାର୍ଣ୍ଣବେ

  168. Couplet 168

    ତୁ ନାଥ ଯଜ୍ଞଅଗ୍ନି ସୋମତୁ ନିତ୍ୟାଚାର ବିଧିକର୍ମ

  169. Couplet 169

    ସମିଧ ପାତ୍ର ତୁ ଉତ୍ୱିଜଯଜ୍ଞାଦି ଯଜମାନ ଦ୍ୱିଜ

  170. Couplet 170

    ତୁ ସ୍ୱାହା ସ୍ୱଧା ଯଜ୍ଞପଶୁତୁ ଯଜ୍ଞପୁରୁଷ ପ୍ରକାଶୁ

  171. Couplet 171

    ସାଂଗ୍ରାମେ ହିରଣ୍ୟକ୍ଷ ଜିଣିଦନ୍ତାଗ୍ରେ ଧଇଲୁ ଧରଣୀ

  172. Couplet 172

    ଧରଣୀ ସ୍ଥାପି ମହାଜଳେଯେଣୁ ଏ ରହିଲା ନିଶ୍ଚଳେ

  173. Couplet 173

    ତୋହର କର୍ମ-ଯଜ୍ଞ ଦେବଯା ଦେଖି ଯୋଗୀ କରେ ସ୍ତବ

  174. Couplet 174

    ତୁମ୍ଭେ ତ ସେହି ଭଗବାନଆମ୍ଭଙ୍କୁ ହୁଅ ତୁ ପ୍ରସନ୍ନ

  175. Couplet 175

    ସ୍ୱକର୍ମେ ଭ୍ରଷ୍ଟ ଆମ୍ଭେ ହୋଇଆମ୍ଭର ଆନ ଗତି ନାହିଁ

  176. Couplet 176

    ସକଳ-କର୍ମ ସାକ୍ଷୀ ତୁହିଭୋନାଥ ରଖ ଭାବଗ୍ରାହୀ

  177. Couplet 177

    ସର୍ବଭୂତରେ ତୁମ୍ଭ ବାସସର୍ବଜ୍ଞ ନିର୍ଲେପ ଉଦାସ

  178. Couplet 178

    ଯାହାର ନାମ ଉଚ୍ଚାରଣକରଇ ବିଘ୍ନ-କରଷଣ

  179. Couplet 179

    ଏ ଯଜ୍ଞ ଭ୍ରଷ୍ଟ ହେଲା ଯେବେଦର୍ଶନ ବାଞ୍ଛା କଲୁଁ ତେବେ

  180. Couplet 180

    ତୋହର ନାମ ସଂକୀର୍ତ୍ତନଯଜ୍ଞୀୟ-ବିଘ୍ନ-ନିବାରଣ

  181. Couplet 181

    ହେ ପ୍ରଭୁ ତୋର ପାଦତଳେପ୍ରଣତ ହୋଇଲୁ ସକଳେ

  182. Couplet 182

    ଏମନ୍ତେ କଲେ ସର୍ବେ ସ୍ତୁତିଶୁଣି ସନ୍ତୋଷ ଯଜ୍ଞପତି

  183. Couplet 183

    ଦକ୍ଷକୁ ଚାହିଁ ଚକ୍ରପାଣିମେଘ-ଗମ୍ଭୀର ମଞ୍ଜୁବାଣୀ

  184. Couplet 184

    ପ୍ରସନ୍ନେ କହିଲେ ମୁରାରିଦକ୍ଷକୁ ସମ୍ବୋଧନ କରି

  185. Couplet 185

    ମୁଁ ବ୍ରହ୍ମା ହର ରୂପଧରିଏ ବିଶ୍ୱ ସର୍ଜି ପାଳି ହରି

  186. Couplet 186

    ଏଣୁ ମୋହର ତିନିଗୁଣସଂସାର ପରମ-କାରଣ

  187. Couplet 187

    ନିର୍ଲେପ ନିରଞ୍ଜନ ମୁହିଁସକଳଭୂତେ ମୁଁ ବସଇ

  188. Couplet 188

    ଯାହାକୁ ସେବା ଶିକ୍ଷା ଦେଇପ୍ରାଣୀ ଛାଡିବେ ତାହା କାହିଁ

  189. Couplet 189

    ମୁହିଁ ସେ ସମତା ଦୃଷ୍ଟିରେଅଭେଦ ସକଳ ଶରୀରେ

  190. Couplet 190

    ଜ୍ଞାନୀଙ୍କି ମୋ ରୂପ ଗୋଚରଅଜ୍ଞାନୀଜନେ ମୁହିଁ ଦୂର

  191. Couplet 191

    ଜ୍ଞାନ ଗୋଚରେ ମୋତେ ଜାଣିସାତ୍ତ୍ୱିକଭାବେ ପରିମାଣି

  192. Couplet 192

    ଦେଖ ଏ ଦେହ ମଧ୍ୟଗତେଶିର ଚରଣ କର ଯେତେ

  193. Couplet 193

    ଏହାକୁ ଭିନ୍ନ ପ୍ରାୟେ ମଣେଆତ୍ମାର ଗତି ନ ପ୍ରମାଣେ

  194. Couplet 194

    ଯେ ହରି ହର ପଦ୍ମଯୋନିସର୍ବଭୂତଙ୍କ ଆତ୍ମା ତିନି

  195. Couplet 195

    ବାହ୍ୟ ଅନ୍ତରେ ଦେଖେ ଏକଯାହାର ନିର୍ମଳ ବିବେକ

  196. Couplet 196

    ତିନିଙ୍କୁ ଦେଖେ ଐକ୍ୟ କରିସୁଖେ ତରଇ ଭବବାରି

  197. Couplet 197

    ସମାନେ ଦେଖଇ ଯେ ପ୍ରାଣୀସେମାନେ ବୈଷ୍ଣବ ଅଗ୍ରଣୀ

  198. Couplet 198

    ଦୂରେ ରହଇ ଦୁଃଖ ଭ୍ରାନ୍ତିସେ ପ୍ରାଣୀ ଲଭେ ଆମ୍ଭଶାନ୍ତି

  199. Couplet 199

    ଏମନ୍ତ ବିଷ୍ଣୁ ମୁଖୁ ଶୁଣିଅମୃତ ପ୍ରାୟେ ମଞ୍ଜୁବାଣୀ

  200. Couplet 200

    ହରିଙ୍କି ଯଜ୍ଞେ ପୂଜା କଲାଯେଣୁ ତା ପୂର୍ବ-ଭାଗ୍ୟ ଥିଲା

  201. Couplet 201

    ଋଷି-ଦେବତା ପୂଜା କରିରୁଦ୍ରଙ୍କୁ ରୁଦ୍ରଭାବେ ବରି

  202. Couplet 202

    ଯଜ୍ଞର ଶେଷେ ଭାଗ ଦେଲାସେ ଅବଭୃଥ ସ୍ନାନ କଲା

  203. Couplet 203

    ଦକ୍ଷ ରହିଲା ନିଜ ଘରେଦେବେ ଚଳିଲେ ଯେଝାପୁରେ

  204. Couplet 204

    ଏବେ ହୋ ଶୁଣ କୁରୁବୀରସତୀ ଯେ ଛାଡିଲେ ଶରୀର

  205. Couplet 205

    ସେ ପୁଣି ହିମବନ୍ତ-ଘରେଜନ୍ମିଲେ ମେନକା-ଉଦରେ

  206. Couplet 206

    ପୁଣି ସେ ରୁଦ୍ରଙ୍କୁ ବରିଲାଅମ୍ବିକା ହିମଗିରି-ବାଳା

  207. Couplet 207

    ଏମନ୍ତ ରୁଦ୍ରର ଚରିତଯେମନ୍ତେ ଦକ୍ଷଯଜ୍ଞ ହତ

  208. Couplet 208

    ଉଦ୍ଧବ ମୁଖୁଁ ମୁହିଁ ଶୁଣିତୋତେ କହିଲି ପରିମାଣି

  209. Couplet 209

    ଏଣୁ ଏ ବିଷ୍ଣୁର ଚରିତଭକ୍ତ-ତାରଣେ ଭଗବତ

  210. Couplet 210

    ଭାବେ କହିଲି ତୋ ଅଗ୍ରତେଯେଣୁ ତୁ ପଚାରିଲୁ ମୋତେ

  211. Couplet 211

    ସର୍ବ ସମ୍ପଦ ଏଣେ ଲଭେଜୀବ ନ ପଡେ ମାୟାଭବେ

  212. Couplet 212

    ଏ ଯଶସ୍କର ଆୟୁଷ୍କରଅଶେଷ-ଜନ ପାପ ହର

  213. Couplet 213

    ଯେ ନିତ୍ୟ ଈଶ୍ୱର ଚରିତକୀର୍ତ୍ତନ କରଇ ପବିତ୍ର

  214. Couplet 214

    ତାର ସଂସାର-ଦୁଃଖ ନାଶେକହିଲେ ଜଗନ୍ନାଥ ଦାସେ

Odia Bhagabata skandha 4 adhyaya 7 | Parbani by ParibhaAsha App