Skip to content
paribhaasha

Skandha 4

Adhyaya 6

  1. Couplet 1

    ଏମନ୍ତେ ଶୁଣ ହେ ବିଦୁରରୁଦ୍ର ଚରିତ ରସସାର

  2. Couplet 2

    ରୁଦ୍ରଗଣଙ୍କ ଶସ୍ତ୍ରଘାତେଭୟେ ଭାଜିଲେ ଦେବେ ଯେତେ

  3. Couplet 3

    ଶୂଳ ପଟ୍ଟିଶ କୁନ୍ତ ଶରନିସ୍ତିଂଶ ଗଦା ମୁଦଗର

  4. Couplet 4

    ଏ ଶସ୍ତ୍ର ବାଜି ସର୍ବ ଅଙ୍ଗେଭୟେ ଭାଜିଲେ ଦଶଦିଗେ

  5. Couplet 5

    ଋତ୍ୱିଜ ସଭାସଦଗଣପଳାଇଗଲେ ଘେନି ପ୍ରାଣ

  6. Couplet 6

    ଭୟେ ସକଳେ ଏକମେଳେମିଳିଲେ ଗଗନ-ମଣ୍ତଳେ

  7. Couplet 7

    ଛନ୍ନ ବ୍ୟାକୁଳ ମନ ଦୁଃଖେବେଗେ ମିଳିଲେ ବ୍ରହ୍ମଲୋକେ

  8. Couplet 8

    ବ୍ରହ୍ମା ଚରଣତଳେ ପଡିଦେବେ କହିଲେ କରଯୋଡି

  9. Couplet 9

    ଅନର୍ଥ ହେବ ବୋଲି ଜାଣିଯଜ୍ଞେ ନ ଗଲେ କୁଶପାଣି

  10. Couplet 10

    ସେ ଦେବେ ଯାହା ନିବେଦିଲେତା ବ୍ରହ୍ମା-ବିଷ୍ଣୁ ଜାଣିଥିଲେ

  11. Couplet 11

    ତେଣୁ ସେ ଦକ୍ଷଯଜ୍ଞ କାଳେଏ ବେନି ଗମନ ନ କଲେ

  12. Couplet 12

    ଏବେ ଦେବଙ୍କ ମୁଖୁଁ ଶୁଣିସେ ବ୍ରହ୍ମା କହେ ମଞ୍ଜୁବାଣୀ

  13. Couplet 13

    ଯଜ୍ଞ ବିନାଶି କୋପଭରେରୁଦ୍ର ଯେ ଗଲେ ନିଜପୁରେ

  14. Couplet 14

    ସ୍ୱଭାବେ ତେଜେ ଅପ୍ରମିତଅନ୍ତେ ଜଗତ କରେ ଗ୍ରସ୍ତ

  15. Couplet 15

    ତାହାଙ୍କ ତେଜ ବଳ ତଥ୍ୟକେ ତାହା ବର୍ଣ୍ଣନେ ସମର୍ଥ

  16. Couplet 16

    ତାହାରେ ଅପରାଧ କରିକେ ଅବା ଥିବ ଦେହ ଧରି

  17. Couplet 17

    ଏବେ ସକଳ ଦେବେ ଶୁଣକେ ଜାଣେ ଈଶ୍ୱର ପ୍ରମାଣ

  18. Couplet 18

    ଚାଲ ସକଳ ସୁରଦେବାଏବେ ହୋ କଇଳାସ ଯିବା

  19. Couplet 19

    ରୁଦ୍ର ଚରଣେ ନମସ୍କାରସ୍ତୋତ୍ରେ ସନ୍ତୋଷ ଦେବହର

  20. Couplet 20

    ଈଶ୍ୱର ଚରଣ-କମଳେଶରଣ ପଶ ଏକମେଳେ

  21. Couplet 21

    ସେ ଯେ ସକଳ-ଭୂତପତିସର୍ବସମ୍ପଦ ସେ ଦିଅନ୍ତି

  22. Couplet 22

    ତାହାଙ୍କ ନାମ ଆଶୁତୋଷଅବଶ୍ୟ ହୋଇବେ ସନ୍ତୋଷ

  23. Couplet 23

    ମୋହର ବୋଲ ଏବେ କରଅନ୍ୟଥା ନାହିଁଟି ନିସ୍ତାର

  24. Couplet 24

    ଯେ ଅନ୍ତଃକାଳେ ଅଣ୍ତକୋଷନିମିଷ ମାତ୍ରେ କରେ ଗ୍ରାସ

  25. Couplet 25

    ତାର ଚରଣ ନ ସେବିଲେକେବା ସଂସାରେ ଥିବ ଭଲେ

  26. Couplet 26

    ଦକ୍ଷର ଅପରାଧ ଯୋଗେବିଶେଷେ ପତ୍ନୀର ବିଯୋଗେ

  27. Couplet 27

    ସ୍ୱଭାବେ ତମଗୁଣ ଯୋଗେକେବା ମିଳିବ ତାର ଆଗେ

  28. Couplet 28

    ଯାର ମହିମା ବିଚାରଣେମୋ ଆଦି ସର୍ବଦେବଗଣେ

  29. Couplet 29

    ଏ ଯଜ୍ଞ ଆଦି ଯେତେ ମୁନିସଙ୍ଗତେ ବେଦତ‌ତ୍ତ୍ୱ ଘେନି

  30. Couplet 30

    କେ ଜାଣି ପାରିବ ପ୍ରମାଣସେ ଆତ୍ମତନ୍ତ୍ର ଭଗବାନ

  31. Couplet 31

    ଏବେ ସକଳେ ଚାଲ ଯିବାସେ ରୁଦ୍ର ଚରଣେ ନମିବା

  32. Couplet 32

    ସ୍ତୁତି କରିବା ନାନାମତେଯେମନ୍ତେ ଦୟା ବହେ ଚିତ୍ତେ

  33. Couplet 33

    ଏମନ୍ତ କହି ପଦ୍ମଯୋନିସଙ୍ଗେ ସକଳ ଦେବ ଘେନି

  34. Couplet 34

    ଅଗ୍ରେ ଚଳିଲେ ବ୍ରହ୍ମା ପୁଣଯକ୍ଷ କିନ୍ନର ଋଷିଗଣ

  35. Couplet 35

    ସିଦ୍ଧ ଚାରଣ ପିତୃତୁଲେସର୍ବେ ଚଳିଲେ ବ୍ରହ୍ମାବୋଲେ

  36. Couplet 36

    ଈଶ୍ୱର ଦରଶନ ଆଶେମିଳିଲେ କଇଳାସ ଦେଶେ

  37. Couplet 37

    ଯେ ବନେ ବସେ ସଦାଶିବତାର ମହିମା କେ ବିର୍ଣ୍ଣିବ

  38. Couplet 38

    ଜନ୍ମ ଔଷଧି ତପ ମନ୍ତ୍ରେଯୋଗେ ସଂସିଦ୍ଧ ଯୋଗୀଯୂଥେ

  39. Couplet 39

    ଯକ୍ଷ କିନ୍ନର ବିଦ୍ୟାଧରୀଗନ୍ଧର୍ବ ମୁନି ଅପସରୀ

  40. Couplet 40

    ସର୍ବେ ବସନ୍ତି ସିଦ୍ଧବନେଅଶେଷ ଯୋଗୀ ଯୋଗଧ୍ୟାନେ

  41. Couplet 41

    ଅଶେଷ ମଣି-ରତ୍ନରେଖେଶୃଙ୍ଗ ବିରାଜେ ଗିରି ଶିଖେ

  42. Couplet 42

    ଦେହେ ବିରାଜେ ନାନାଧାତୁଅତି ଆନନ୍ଦ ରୂପ ହେତୁ

  43. Couplet 43

    ବିରାଜେ ନାନା ଗୁଳ୍ମ ଲତାକେ ତା ବର୍ଣ୍ଣନେ ସାମରଥା

  44. Couplet 44

    ଆନନ୍ଦେ ମନୋହର ସ୍ଥାନେକ୍ରୀଡନ୍ତି ନାନା ପଶୁଗଣେ

  45. Couplet 45

    ଅନେକ କନ୍ଦର ଗମ୍ଭୀରାବହନ୍ତି ପ୍ରସ୍ରବଣ ଧାରା

  46. Couplet 46

    ରମଣ ତୁଲେ ନାରୀଗଣେରମନ୍ତି ସିଦ୍ଧସ୍ତିରୀମାନେ

  47. Couplet 47

    ମୟୂର କେକାନାଦ ବାଣୀଯେ ବନେ ମନୋହର ଶୁଣି

  48. Couplet 48

    କୋମଳକଣ୍ଠେ ପକ୍ଷୀଗଣେନାଦ କରନ୍ତି ଘୋରବନେ

  49. Couplet 49

    ବସନ୍ତି କଳ୍ପଦ୍ରୁମ ପନ୍ତିକି ଅବା ପକ୍ଷୀଙ୍କି ଡାକନ୍ତି

  50. Couplet 50

    ମତ୍ତ-ମାତଙ୍ଗ ଛଳେ ଚଳେଗର୍ଜଇ କ୍ଷୁଦ୍ର-ନଦୀଜଳେ

  51. Couplet 51

    ମନ୍ଦାର ପାରିଜାତ ଦ୍ରୁମସରଳ କୋବିଦାର ବନ

  52. Couplet 52

    ତମାଳ ଶାଳ ତାଳବନଆବର ଅସନ ଅର୍ଜୁନ

  53. Couplet 53

    ଚୂତ କଦମ୍ବ ନାଗେଶ୍ୱରପୁନ୍ନାଗ ଚମ୍ପା କରବୀର

  54. Couplet 54

    ପାଟଳୀ ଅଶୋକ ଅନେକବକୁଳ କୁନ୍ଦ କୁରୁବକ

  55. Couplet 55

    ସୁନାରୀ ଶତପତ୍ର ଜାତୀମଲ୍ଳିକା ମାଧବୀ ଯେ ଯୂଥୀ

  56. Couplet 56

    ପନସ ଉଦୁମ୍ବର ପ୍ଲକ୍ଷବଟ ଅଶ୍ୱତ୍‌ଥ ହିଙ୍ଗୁବୃକ୍ଷ

  57. Couplet 57

    ଖର୍ଜୁର ଜମ୍ବୁ ଯେ କ୍ରମୁକଆମ୍ର ପିଆଳ ଆମ୍ରାତକ

  58. Couplet 58

    ଭୂର୍ଜ ଔଷଧି ଯେ ମଧୁକଇଙ୍ଗୁଦ ବେଣୁ ଯେ କୀଚକ

  59. Couplet 59

    ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେଶୋଭନ କଇଳାସ ବନେ

  60. Couplet 60

    କୁମୁଦ ଉତ୍ପଳ କହ୍ନାରଶତପତ୍ରରେ ଶୋହେ ନୀର

  61. Couplet 61

    ଆନନ୍ଦମନେ ପକ୍ଷୀକୁଳଗଭୀରନାଦେ କୁତୂହଳ

  62. Couplet 62

    ମୃଗ ବାନର କୋଳଯୂଥସିଂହ ଶାୂର୍ଦ୍ଦୂଳ ଗଜଯୂଥ

  63. Couplet 63

    ବୟ ବ୍ୟାଘ୍ର ଋକ୍ଷଦଳରୁରୁ ମହିଷ ଶଶାକୁଳ

  64. Couplet 64

    ଅରଣ୍ୟେ ମୃଗନାଭି ଆଦିକେ କହୁ ସେ ବନ ପ୍ରସିଦ୍ଧି

  65. Couplet 65

    ସୁନ୍ଦର ଶୋହେ ରମ୍ଭାବନଦେଖନ୍ତେ ମୋହେ ପ୍ରାଣୀମନ

  66. Couplet 66

    ବହଇ ତହିଁ ନଦୀ ନନ୍ଦାସତୀ ସ୍ନାନରେ ପୁଣ୍ୟଗନ୍ଧା

  67. Couplet 67

    ଏମନ୍ତ ବିଶ୍ୱନାଥ-ବନେଦେଖି ସାନନ୍ଦ ଦେବଗଣେ

  68. Couplet 68

    ମନେ ବିସ୍ମୟ ପାଇ ବେଗେଦେବେ ଚାହାଁନ୍ତି ଦଶଦିଗେ

  69. Couplet 69

    ତାର ଉପର ପୁରେ ଯାଇଅଳକାପୁରୀକୁ ଅନାଇ

  70. Couplet 70

    ସୁଗନ୍ଧ ନାମେ ବନ ଯହିଁହେମପଙ୍କଜ ବିରାଜଇ

  71. Couplet 71

    ନନ୍ଦା-ଅଳକନନ୍ଦା ନଦୀବହନ୍ତି ବାମଦକ୍ଷ ଭେଦି

  72. Couplet 72

    ବିଷ୍ଣୁ-ଚରଣ-ରଜ ଲାଗିସେ ନଦୀ ଅତି ସଉଭାଗୀ

  73. Couplet 73

    ଯେ ନଦୀଜଳେ ସୁରନାରୀରମନ୍ତି ନାନା-କ୍ରୀଡା କରି

  74. Couplet 74

    କୁଚ-କୁଙ୍କମ ଜଳେ ମିଶେସ୍ୱଭାବେ ସୁମଞ୍ଜୁଳ ଦିଶେ

  75. Couplet 75

    କରିଣୀ ତୁଲେ ହସ୍ତୀବଳନିତ୍ୟେ ପିବନ୍ତି ଯାର ଜଳ

  76. Couplet 76

    ଯେବେ ପିପାସା ତା ନଥାଇତଥାପି ତା ପାନ କରଇ

  77. Couplet 77

    ଆନନ୍ଦେ ପଦ୍ମବନେ ପଶିକ୍ରୀଡା ଆନନ୍ଦେ ମନତୋଷି

  78. Couplet 78

    ସେ ନଦୀକୂଳେ ଉପଗତରତ୍ନବିମାନ ଯୂଥଯୂଥ

  79. Couplet 79

    ପୁଣ୍ୟଜନଙ୍କ ପରିମଳମିଶି ସୁଗନ୍ଧ ଗଙ୍ଗାଜଳ

  80. Couplet 80

    ତଡିତ ଯେହ୍ନେ ନୀଳମେଘେଶୋଭା ଦିଶନ୍ତି ଦଶଦିଗେ

  81. Couplet 81

    ଏମନ୍ତ କୁବେର ନଗରୀସୁଗନ୍ଧବନ ଆଦି କରି

  82. Couplet 82

    ଯହିଁରେ କଳ୍ପବୃକ୍ଷ ପ୍ରାୟେଫଳ ପଲ୍ଲବ ପୁଷ୍ପ୍ ଶୋହେ

  83. Couplet 83

    କୋମଳ କଣ୍ଠ-ନାଦ ପକ୍ଷୀଭୃଙ୍ଗ ଶବଦ ଯହିଁ ଲକ୍ଷି

  84. Couplet 84

    ଜଳରେ କଳହଂସଗଣେକ୍ରୀଡା କରନ୍ତି ପଦ୍ମବନେ

  85. Couplet 85

    ହରିଚନ୍ଦନ-ବାୟୁ ସଙ୍ଗେମତ୍ତମାତଙ୍ଗଗଣ ରଙ୍ଗେ

  86. Couplet 86

    ବୈଡୁର୍ଯ୍ୟ ବାପୀ କୂପସ୍ଥାନେନିବିଡ-ପ୍ରବନ୍ଧ-ସୋପାନେ

  87. Couplet 87

    ସ୍ୱଭାବେ ଉତ୍ପଳ-ମାଳିନୀବିରାଜେ ଗନ୍ଧଗୁଣ ଘେନି

  88. Couplet 88

    ସେବନେ ଦେଖେ ବଟବୃକ୍ଷଯହିଁ କିନ୍ନର ଗଣ ରକ୍ଷ

  89. Couplet 89

    ଶତେଯୋଜନ ଉଚ୍ଚ ଶୋହେସୁନ୍ଦର ରୂପେ ଜନ ମୋହେ

  90. Couplet 90

    ସେ ବୃକ୍ଷଛାୟା ଦେହେ ଲାଗିପ୍ରାଣୀ ହୁଅନ୍ତି ସଉଭାଗୀ

  91. Couplet 91

    ଏମନ୍ତେ ସର୍ବ ଦେବଗଣେମିଳିଲେ ମହାରୁଦ୍ର-ସ୍ଥାନେ

  92. Couplet 92

    ଦେଖିଲେ ବଟବୃକ୍ଷ ମୂଳେନିବିଡ-ଆସନ ନିଶ୍ଚଳେ

  93. Couplet 93

    କୋପ ରହିତ ଯମ ପ୍ରାୟବିଭୂତି ବିଲେପନ କାୟ

  94. Couplet 94

    ସନକ ଆଦି ସପ୍ତମୁନିସଙ୍ଗେ ଅନେକ ଶିଷ୍ୟଘେନି

  95. Couplet 95

    ଯକ୍ଷ-ଗୁହ୍ୟକଙ୍କ ନାୟକଯେ ଭକ୍ତିଯୋଗେ ଉପାସକ

  96. Couplet 96

    ବିଦ୍ୟା ତପସ୍ୟା ଯୋଗ ଆଦିସକଳେ ଖଟନ୍ତି ସବିଧି

  97. Couplet 97

    ବିଶ୍ୱ-ସୁହୃଦ ଯା ମହିମାସର୍ବମଙ୍ଗଳ ଏକସୀମା

  98. Couplet 98

    ତପସ୍ୟା ଅଭ୍ୟାସିତ ଅଙ୍ଗଯାର ଶରୀର ସିଦ୍ଧ ଲିଙ୍ଗ

  99. Couplet 99

    ଜଟା ଅଜିନ ଭସ୍ମ ଦଣ୍ତଶିରେ ରଞ୍ଜିତ ଇନ୍ଦୁଖଣ୍ତ

  100. Couplet 100

    ସନ୍ଧ୍ୟା ସମୟେ ମେଘପ୍ରଭାତେମନ୍ତ ତାଙ୍କ ଅଙ୍ଗ ଶୋଭା

  101. Couplet 101

    କୁଶ ଆସନ ମଧ୍ୟେ ବସିପରମବ୍ରହ୍ମ ପରକାଶି

  102. Couplet 102

    ନାରଦ ମୁଖ ଚାହିଁ ଧୀରେବଚନ କହନ୍ତି ମଧୁରେ

  103. Couplet 103

    ଦକ୍ଷିଣ-ଜାନୁର ଉପରେବାମ-ଚରଣ ସ୍ଥାପି ଧୀରେ

  104. Couplet 104

    ବାମ-ଜାନୁରେ ବାମକରଦକ୍ଷ-କରରେ ଅକ୍ଷମାଳ

  105. Couplet 105

    ଚାହାଁନ୍ତି ବେନି ବାହୁ-ମୂଳେଅରୁଣବର୍ଣ୍ଣ ବେନିଡୋଳେ

  106. Couplet 106

    ସ୍ୱଭାବେ ତର୍କ-ମୁଦ୍ରାଧାରୀଯେ ରୂପେ ସଂସାର ସଂହାରି

  107. Couplet 107

    ନିଶ୍ଚଳ ସମାଧି ଧାରଣେଦେଖିଲେ ସର୍ବ-ଦେବଗଣେ

  108. Couplet 108

    ସକଳ-ଋଷି ସଙ୍ଗମେଳେଇନ୍ଦ୍ରାଦି ଦଶଦିଗପାଳେ

  109. Couplet 109

    ବ୍ରହ୍ମା ସହିଣେ ସର୍ବଜନଚାହିଁଲେ ରୁଦ୍ରଙ୍କ ବଦନ

  110. Couplet 110

    ଜୟ-ଶରଦ କରି ତୁଣ୍ତେରୁଦ୍ର ଚରଣେ ନମି ମୁଣ୍ତେ

  111. Couplet 111

    ଯେ ହର ମନୁଙ୍କର ମନୁଭକ୍ତଜନଙ୍କ କାମଧେନୁ

  112. Couplet 112

    ଜାଣିଲେ ସେ ନୀଳଲୋହିତବ୍ରହ୍ମା ଯେ ଚରଣେ ପତିତ

  113. Couplet 113

    ସେ ସୁର-ଅସୁର-ନାୟକଚରଣେ ନତ ସର୍ବଲୋକ

  114. Couplet 114

    ତା ଦେଖି ବ୍ୟଗ୍ର ହୋଇ ହରନମିଲେ ବ୍ରହ୍ମାର ପୟର

  115. Couplet 115

    ଯେ ରୂପେ କଶ୍ୟପ ଚରଣବନ୍ଦନ କଲେ ସେ ବାମନ

  116. Couplet 116

    ନାରଦ ଆଦି ସିଦ୍ଧଗଣବନ୍ଦିଲେ ବ୍ରହ୍ମାର ଚରଣ

  117. Couplet 117

    ସ୍ୱଭାବେ ମନ୍ଦ-ମନ୍ଦ ହସିଅମୃତ ବାକ୍ୟେ ମନତୋଷିବ

  118. Couplet 118

    ବ୍ରହ୍ମା କହନ୍ତି କରଯୋଡିଚରଣେ ପୁନଃପୁନଃ ପଡି

  119. Couplet 119

    ତୁ ନାଥ ଜଗତ-ଈଶ୍ୱରସଂସାର ତୋର ଖେଡଘର

  120. Couplet 120

    ତୁ ଏ ଜଗତ ବୀଜଯୋନିସୃଷ୍ଟି ସଂହାରୁ ମାୟାଘେନି

  121. Couplet 121

    ତୁ ନାଥ ଜଗତ-ଈଶ୍ୱରନିର୍ଲେପ ବ୍ରହ୍ମ ନିରାକାର

  122. Couplet 122

    ତୁ ଶିବ-ଶକ୍ତି-ରୂପ ଧରୁସଂସାରେ ଖେଡଘର କରୁ

  123. Couplet 123

    ସୃଜି ପାଳିଣ କରୁ ଅନ୍ତଏ ବିଶ୍ୱ ଉର୍ଣ୍ଣନାଭବତ

  124. Couplet 124

    କ୍ରୀଡା ବିହାରେ ମାୟା କରିତୁ କ୍ରୀଡୁ ମାୟାରୂପ ଧରି

  125. Couplet 125

    କାହୁଁ ଜାଣିବେ ଦକ୍ଷ ତୋତେଯେଣୁ ଭ୍ରମଇ ଏ ଜଗତେ

  126. Couplet 126

    ଧର୍ମାର୍ଥ କାମ ଯହୁଁ ଝରେଯେ ଯଜ୍ଞଧେନୁ ରୂପ ଧରେ

  127. Couplet 127

    ତୁ ତାହା ସର୍ଜଛୁ ଜଗତେସଂସାର ଭ୍ରମଣ ନିମନ୍ତେ

  128. Couplet 128

    ସେ ମାୟା ସଂସାର ବନ୍ଧନେଯନ୍ତ୍ରିତ ହୋଇ ମହାଜନେ

  129. Couplet 129

    କଳ୍ପନ୍ତି ନାନା କର୍ମ ବିଧିତୁ ସେ ସକଳ ଫଳ ସିଦ୍ଧି

  130. Couplet 130

    ମଙ୍ଗଳକ୍ରିୟାକର୍ମ-ଫଳତୁ ସେ ଅନାଦି ଆଦିମୂଳ

  131. Couplet 131

    ସକଳଜନ ପରିତ୍ରାଣେଭ୍ରମଣ କରୁ ଅନୁକ୍ଷଣେ

  132. Couplet 132

    ଅମଙ୍ଗଳକୁ ତମ ହେଉଧର୍ମ ତୁ ସଦାକାଳେ ବହୁ

  133. Couplet 133

    ସ୍ୱର୍ଗାଦି ଫଳଦାତା ତୁହିତୋ ବିନୁ ଅନ୍ୟ କେହି ନାହିଁ

  134. Couplet 134

    ତୁ ନାଥ ସର୍ବଫଳ ଦେଉତୋର ମହିମା କେବା କହୁ

  135. Couplet 135

    ଯେବା ଅଶୁଭ-କର୍ମ କରେନରକେ ପଡେ ସେହୁ ଘୋରେ

  136. Couplet 136

    ଅସାଧୁଜନେ ତୁମ୍ଭ ରୋଷସାଧୁରେ ନୁହଇ ପ୍ରକାଶ

  137. Couplet 137

    ଯେ ସାଧୁଜନେ କର୍ମ କରିଭାବ ପ୍ରଭାବେ ମୋଦ ଭରି

  138. Couplet 138

    ସେ ଫଳ ତୋତେ ସମର୍ପନ୍ତିମାୟାପଟଳୁ ତରି ଯାନ୍ତି

  139. Couplet 139

    ଯେ ଲୋଭବଶେ ତାହା ଚିନ୍ତିପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି

  140. Couplet 140

    ସେ କାହିଁ ସମ୍ପାଦିବେ ତୋତେଏଣୁ ଭ୍ରମନ୍ତି ଏ ଜଗତେ

  141. Couplet 141

    ଯେ ଭେଦଦର୍ଶୀ ଦୁଷ୍ଟାଶୟକେବଳ କର୍ମରତ ପ୍ରାୟ

  142. Couplet 142

    ପରର ଉଦୟେ ସର୍ବଥାଯାହାର ହୃଦୟରେ ବ୍ୟଥାା

  143. Couplet 143

    ସର୍ବଦା ବୋଲି ଦୁଷ୍ଟକଥାଦିଅଇ ପର ମର୍ମବ୍ୟଥା

  144. Couplet 144

    ଯେ ପଦ୍ମନାଭର ମାୟାରେମୋହିତ ଭେଦ ଜ୍ଞାନୀ ନରେ

  145. Couplet 145

    ତାହାଙ୍କ ପ୍ରତି ସାଧୁଜନାକରନ୍ତି ଦୟା ପ୍ରକାଶନ

  146. Couplet 146

    ଯେବା ସ୍ୱଧର୍ମ ଅନୁଗତତାହାରେ ଦୟାତ ଉଚିତ

  147. Couplet 147

    ତୁହିତ ଯଜ୍ଞ ଫଳଦାତାସକଳ ଯଜ୍ଞଭାଗ-ଭୋକ୍ତା

  148. Couplet 148

    କୁତ୍ସିତ ଯଜ୍ଞକାରୀମାନନ କଲେ ଯଜ୍ଞଭାଗ ଦାନ

  149. Couplet 149

    ତେଣୁ ଦକ୍ଷର ଯଜ୍ଞହତହୋଇଣ ଅଛି ଅସମାପ୍ତ

  150. Couplet 150

    ତୋତେ ନ ଜାଣି ପ୍ରଜାପତିଦୁର୍ଗତି ଲଭିଲା ଦୁର୍ମତି

  151. Couplet 151

    ଆମ୍ଭ ଭକତି ହୃଦେ ଧରଏହାକୁ ଅନୁଗ୍ରହ କର

  152. Couplet 152

    ଏ ପୁଣି ଯଜ୍ଞଶାଳେ ମଲାସଂସାରେ ଯଶ ତୋ ରହିଲା

  153. Couplet 153

    ଏବେ ମୋହାର ବୋଲକରଏହାର ଯଜ୍ଞ ତୁ ଉଦ୍ଧର

  154. Couplet 154

    ଏ ଯଜ୍ଞେ ତୋ ଭାଗ ନ ଦେଲେଏଣୁ ଏ ଜୀବ ଥାଉଁ ମଲେ

  155. Couplet 155

    ଏହାକୁ ଏ ଦଣ୍ତ ଉଚିତଯେଣୁ ନିନ୍ଦିଲେ ବିଶ୍ୱନାଥ

  156. Couplet 156

    ଏବେ ତୁ ଏହାଙ୍କୁ ଜୀଆଅଭଗକୁ ଚକ୍ଷୁଦାନ ଦିଅ

  157. Couplet 157

    ଭୃଗୁର ଦାଢ଼ି ଏବେ ରୋପପୂଷାର ଦନ୍ତ ପାଟି ସ୍ଥାପ

  158. Couplet 158

    ତୋ ସୈନ୍ୟ ଶସ୍ତ୍ର ବରଷଣେଭୟେ ଭାଜିଲେ ଦେବଗଣେ

  159. Couplet 159

    ତୋ ତ୍ରାସେ ଛିନ୍ନଛିନ୍ନ ହୋଇଭୁବନେ ନ ପାରିଲେ ରହି

  160. Couplet 160

    ଋତ୍ୱିଜଗଣ ସେହି ମତତାହାଙ୍କୁ ରଖ ବିଶ୍ୱନାଥ

  161. Couplet 161

    ଯଜ୍ଞେ ତୋ ରୁଦ୍ରଭାଗ ଶେଷେସାଧିବା ମନ୍ତ୍ର ଉପଦେଶେ

  162. Couplet 162

    ହେ ରୁଦ୍ର ନିଜ ଭାଗ ପାଇଯଜ୍ଞ ସମ୍ପୂର୍ଣ୍ଣ କର ତୁହି

  163. Couplet 163

    ଏମନ୍ତ କହି ପଦ୍ମଯୋନିନମିଳେ ଦେବଗଣ ଘେନି

  164. Couplet 164

    ସେ ରୁଦ୍ର ଚରଣପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ

Odia Bhagabata skandha 4 adhyaya 6 | Parbani by ParibhaAsha App