Skandha 4
Adhyaya 5
Couplet 1
କହେ ମୈତ୍ରେୟ ମୁନିବରସାନନ୍ଦେ ଶୁଣ ହେ ବିଦୁର
Couplet 2
ନାରଦ ବାକ୍ୟ ଅବଧାନେରୁଦ୍ର ଉଠିଲେ କୋପମନେ
Couplet 3
ଦକ୍ଷର ଯଜ୍ଞ ନାଶ ଅର୍ଥେକୋପ ବସିଲା ରୁଦ୍ରଚିତ୍ତେ
Couplet 4
ରୁଦ୍ର ବଦନେ କୋପ ଦେଖିବିବୁଧେ ଗଗନ ଉପେକ୍ଷି
Couplet 5
କମ୍ପିଲେ ରୁଦ୍ର କୋପ ଶୁଣିମହାପ୍ରଳୟ ପ୍ରାୟ ମଣି
Couplet 6
ଦନ୍ତେ କାମୋଡି ଓଷ୍ଠ ପାଟିପ୍ରଚଣ୍ତ କରାଳ ଭ୍ରୂକୁଟୀ
Couplet 7
ଜଟାକଳାପେ ଅଗ୍ନିଜଳେଦେଖି କମ୍ପିଲେ ଦିଗପାଳେ
Couplet 8
ସେ ଏକ ଜଟା ଉପାଡିଣଭୂମିରେ କଲେ ନିକ୍ଷେପଣ
Couplet 9
ସେ ଜଟା ଭୂମିରେ ପଡିଲାତହଁରୁ ପୁରୁଷେ ଜନ୍ମିଲା
Couplet 10
ତାହାର ନାମ ବୀରଭଦ୍ରପ୍ରଳୟକାଳେ ଯେହ୍ନେ ରୁଦ୍ର
Couplet 11
ସହସ୍ରବାହୁ ମେଘବର୍ଣ୍ଣଅନଳ ପ୍ରାୟେକ ନୟନ
Couplet 12
କୋଟିଏ ସୂର୍ଯ୍ୟ ତେଜ ଯେହ୍ନେଦେଖି ପଳାନ୍ତି ସର୍ବଜନେ
Couplet 13
କରାଳ-ଦଂଷ୍ଟ୍ର ଶୋହେ ତୁଣ୍ତେଅଗ୍ନି ଜ୍ୱଳଇ ଶିଖା ଖଣ୍ତେ
Couplet 14
ନାନା ଆୟୁଧ ଶୋହେ କରେମୁଣ୍ତମାଳାଏ ଲମ୍ବେ ଉରେ
Couplet 15
ରୁଦ୍ରଙ୍କୁ ଚାହିଁ କରଯୋଡିବୋଲଇ ଅଧର କାମୋଡି
Couplet 16
କହ ତୁ କି କରିବି ମୁହିଁରୁଦ୍ର ବୋଲନ୍ତି ତାକୁ ଚାହିଁ
Couplet 17
ତୁ ହୁଅ ଗଣଙ୍କ ଈଶ୍ୱରଏବେ ତୁ ମୋର ବୋଲ କର
Couplet 18
ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେବିନାଶ କର ରଣରଙ୍ଗେ
Couplet 19
ତୁ ମୋର ଅଂଶ ଆତ୍ମାରୂପୀସହସ୍ରଭୁଜ ଶୂନ୍ୟେ ବ୍ୟାପି
Couplet 20
ଦକ୍ଷର ଯଜ୍ଞ ନାଶ କରତାହାର ପ୍ରାଣ ବେଗେ ହର
Couplet 21
ଏମନ୍ତ ରୁଦ୍ର ଆଜ୍ଞା ପାଇକୋପେ କମ୍ପଇ ତାର ଦେହୀ
Couplet 22
ଜଳଇ ଅତି କୋପାନଳେନମିଲା ରୁଦ୍ର ପାଦତଳେ
Couplet 23
ସ୍ୱଭାବେ ରୁଦ୍ର-ଆତ୍ମା ସେହିତାର ମହିମା କେ ବା କହି
Couplet 24
ଚଳିଲା ରୁଦ୍ରଗଣ ଘେନିଶବଦେ କମ୍ପାଇ ମେଦିନୀ
Couplet 25
ଗର୍ଜଇ ଭଇରବ ନାଦେବେଗେ ଧାମଇଁ ଦ୍ରୁତପଦେ
Couplet 26
ଶୂଳ ବୁଲାଇ ଦକ୍ଷକରେନୂପୁର ବାଜଇ ପୟରେ
Couplet 27
ଧାମଇଁ ପବନହୁଁ ବେଗେବୀର ଉତ୍ତରଦିଗଭାଗେ
Couplet 28
ସକଳ ପାରିଷଦ ଗଣେନାନା ଆୟୁଧ ତୀକ୍ଷ୍ଣବାଣେ
Couplet 29
ଅତି ପ୍ରଚଣ୍ତ କୋପଭରିଧାଇଁଲେ ଘୋରନାଦ କରି
Couplet 30
ଶବଦେ ଦଶଦିଗ ପୂରେଧୂଳି ଉଡଇ ପାଦଭରେ
Couplet 31
ବିପ୍ରେ ଯେ ଥିଲେ ଯଜ୍ଞଶାଳେଧୂଳି ଦେଖିଲେ ଅନ୍ତରାଳେ
Couplet 32
ଉତ୍ତରଦିଗେ ରେଣୁ ଦେଖିଉଠିଲେ ଯଜ୍ଞକୁ ଉପେକ୍ଷି
Couplet 33
ଉତ୍ତରଦିଗକୁ ଅନାଇବୋଲନ୍ତି ଏକୁ ଆରେ ଚାହିଁ
Couplet 34
ଦେଖ ଦିବସେ ଘୋରତମଦିଗ ନ ଦିଶେ ବାତଭ୍ରମ
Couplet 35
ଏମନ୍ତେ ଦେବ-ବିପ୍ରନାରୀଦେଖନ୍ତି ହସ୍ତେ ହସ୍ତ ଧୟୂ
Couplet 36
ବୋଲନ୍ତି ଏ କି ତମଘୋରଦିଶଇ ଅତି ଭୟଙ୍କର
Couplet 37
ପ୍ରଚଣ୍ତ ନ ବହେ ପବନତମେ ଆଚ୍ଛାଦିଲା ଗଗନ
Couplet 38
ପ୍ରାଚୀନବର୍ହି ଦଣ୍ତଧାରୀଯେଣୁ ଅଛଇ ପ୍ରାଣ ଧରି
Couplet 39
ତାଙ୍କ ପ୍ରସାଦେ ଦସ୍ୟୁ ନାହିଁଉତ୍ପାତ ହେଲା କିସ ପାଇଁ
Couplet 40
ଗୋରୁ ଚରଣ ଧୂଳି ନୋହେଏ କି ତିମିର କାହୁଁ ହୋଏ
Couplet 41
ଆଜ କି ପ୍ରଳୟ ହୋଇବବାମ କି ହୋଇଲା ଦଇବ
Couplet 42
ପ୍ରସୂତି ଆଦି ବାମା ଯେତେଉଠି ଚାହାନ୍ତି ଦୁଃଖ ଚିତ୍ତେ
Couplet 43
ସେର୍ବ ଦୁଃଖିତମନା ହୋଇପ୍ରଚଣ୍ତ ବାତକୁ ଅନାଇଁ
Couplet 44
ନିଶ୍ଚୟ ସେହି ପାପଫଳସତୀର ଅପମାନ ମୂଳ
Couplet 45
ଏମନ୍ତ ଶୁଣି ବ୍ୟାସସୁତଅଦ୍ଭୁତ ରୁଦ୍ରର ଚରିତ
Couplet 46
ଯେ ରୁଦ୍ର ପ୍ରଳୟ କାଳରେତୀକ୍ଷ୍ଣ ତ୍ରିଶୂଳ ଧରି କରେ
Couplet 47
ନୃତ୍ୟ କରନ୍ତି ଅତି ବେଗେଦେଖି ପଳାନ୍ତି ଦିଗନାଗେ
Couplet 48
ସହସ୍ରଭୁଜ ଉର୍ଦ୍ଧ୍ୱେ କରିନଟର ପ୍ରାୟେ ବେଶ ଧରି
Couplet 49
ଚଣ୍ତାଟ୍ଟହାସ ଶୋହେ ତୁଣ୍ତେଯେହ୍ନେ ବିଜୁଳି ମେଘଖଣ୍ତେ
Couplet 50
ଅସହ୍ୟ ତେଜ ଯୋଗବଳଦିଶଇ ଭ୍ରୂକୁଟୀ କୁଟିଳ
Couplet 51
କରାଳ ଦଂଷ୍ଟ୍ର ଶୋହେ ତୁଣ୍ତେତେଜେ ନକ୍ଷତ୍ରଗଣ ଖଣ୍ତେ
Couplet 52
ତାରେ ଦୋରେନ୍ଦ୍ରା କରି କେହିବିଧାତା ହେଲେ ରକ୍ଷା ନାହିଁ
Couplet 53
ଦକ୍ଷକୁ ଚାହିଁ ସଭାଜନେବୋଲନ୍ତି ଅତି ଦୁଃଖମନେ
Couplet 54
ଦେଖ ଏହାର କର୍ମଫଳେଆଜ ତ ନଶିଲୁ ସକଳେ
Couplet 55
ଘୋର-ଉତ୍ପାତ ଦୁଃଖମନେଭୟେ ଲୁଚିଲେ ସର୍ବଜନେ
Couplet 56
କେ କହୁ ଜନଙ୍କ ବିକଳତକ୍ଷଣେ ମିଳି ରୁଦ୍ରବଳ
Couplet 57
ନାନା ଆୟୁଧ ଧରି କରେବେଗେ ବେଢିଲେ ଯଜ୍ଞଘରେ
Couplet 58
ପୀତ ପିଙ୍ଗଳ ଦିଶେ ବର୍ଣ୍ଣକେହି ବା ମକର ଆନନ
Couplet 59
ଶବଦେ ଗଗନ ଉଛୁଳେବେଗେ ପଶିଲେ ଯଜ୍ଞଶାଳେ
Couplet 60
କେହୁ ଭାଙ୍ଗନ୍ତି ଯଜ୍ଞବାସକେ ପତ୍ନୀଶାଳା କରେ ନାଶ
Couplet 61
କେ ପାକଶାଳେ ପ୍ରବେଶନ୍ତିକେ ଯଜ୍ଞପାତ୍ରକୁ ଭାଙ୍ଗନ୍ତି
Couplet 62
କେ ଯଜ୍ଞକୁଣ୍ତରେ ମିଳନ୍ତିମୂତ୍ର ପୁରୀଷ ଉତ୍ସର୍ଗନ୍ତି
Couplet 63
କେ ଭୟଙ୍କର ନାଦକଲେଯଜ୍ଞ ମେଖଳା ବେଦୀ ତୁଲେ
Couplet 64
ଭାଙ୍ଗିଲେ ଅତି କୋପଭରେଶୂଳ ବୁଲାଇ ଦକ୍ଷକରେ
Couplet 65
କେ ଧାଏଁ ମୁନିଙ୍କ ଉପରେତର୍ଜନ୍ତି ଅତି କୋପଭରେ
Couplet 66
ସ୍ତିରୀଗଣଙ୍କ ମଧ୍ୟେ ପଶିରାହୁ ଯେସନେ ଗ୍ରାସେ ଶଶୀ
Couplet 67
ଦେବେ ପଳାନ୍ତି ତାହା ଦେଖିଯଜ୍ଞର ଭାଗକୁ ଉପେକ୍ଷି
Couplet 68
ତାହାଙ୍କୁ ରୁଦ୍ରଗଣେ ଦେଖିଧାଇଁଲେ ଦୟାକୁ ଉପେକ୍ଷି
Couplet 69
ଭୃଗୁକୁ ମଣିମାନ ବାନ୍ଧେତା ଦେଖି ପ୍ରଜାପତି କାନ୍ଦେ
Couplet 70
ଦକ୍ଷକୁ ବୀରଭଦ୍ର ଧରିପଶୁର ପ୍ରାୟେ ବନ୍ଦୀ କରି
Couplet 71
ଚଣ୍ତୀଶ ପୂଷଣକୁ ଧରେଭଗକୁ ଧରେ ନନ୍ଦୀଶ୍ୱରେ
Couplet 72
ଯଜ୍ଞେ ଦେବତା ଯେତେ ଥିଲେଋତ୍ୱିଜ ଋଷି ବିପ୍ର ତୁଲେ
Couplet 73
ରୁଦ୍ରଗଣଙ୍କ ତେଜ ଦେଖିଭାଜିଲେ ଯଜ୍ଞକୁ ଉପେକ୍ଷି
Couplet 74
ଭୃଗୁ ଯେ ଯଜ୍ଞେ ହୋମକାରୀଘୃତ କ୍ଷେପନ୍ତି ଶ୍ରୁବ ଧରି
Couplet 75
ତାହାଙ୍କ କେଶ ବାମହସ୍ତେରୋଷେ ସେ ଧଇଲେ ତୁରିତେ
Couplet 76
ତାହାଙ୍କ ଦାଢି ଦକ୍ଷକରେପୁଣି ଉପାଡି କୋପଭରେ
Couplet 77
ସଭାରେ ପଦ୍ମଯୋନିବଳାଯେ ଦାଢି ହଲାଇ ହସିଲା
Couplet 78
ଉପାଡି ଭୃଗୁ ଲମ୍ବଦାଢିଭଗକୁ ରୋଷେ ତଳେ ପାଡି
Couplet 79
ଚକ୍ଷୁ ଉପାଡି ନଖ ଅଗ୍ରେପୂର୍ବର ଶାପ ବଇଭୋଗେ
Couplet 80
ରୁଦ୍ରଙ୍କୁ ଶାପ ଦେବା ବେଳେଯେଉଁ ଚକ୍ଷୁରେ ଠାରିଥିଲେ
Couplet 81
ଦକ୍ଷର ଶିବ-ନିନ୍ଦା କାଳେଅପମାନିତ କୋପାନଳେ
Couplet 82
ଦନ୍ତ ଦେଖାଇ ପୂଷା ହସେସେ କଥା ସ୍ମରି ମହାରୋଷେ
Couplet 83
ମୁଷ୍ଟି ପ୍ରହାରି ବାମକରେଦନ୍ତ ଝାଡିଲେ ରୋଷଭରେ
Couplet 84
କଳିଙ୍ଗ ଦେଶ ରାଜା-ରଦଯେହ୍ନେ ଭାଙ୍ଗିଲେ ବଳଭଦ୍ର
Couplet 85
ଦକ୍ଷର ହୃଦେ କର ତାଡିରୁଦ୍ର ଯେ ଅଧର କାମୋଡି
Couplet 86
ଭୂମିରେ ପାଡିଲେ ଉତ୍ତାନେତୀକ୍ଷ୍ଣ ଖଡଗେ ମୁଣ୍ତ ହାଣେ
Couplet 87
ଅକ୍ଷୟ ତାହାର ଶରୀରଦେଖି ବିସ୍ମିତି ଶୂଳଧର
Couplet 88
ଅବଧ୍ୟ ଦେଖି ତାର ଗତିବିସ୍ମୟେ ଭାଳି ପଶୁପତି
Couplet 89
ତୀକ୍ଷ୍ଣ-ଖଡଗେ ଛେଦି ଶିରସେ ବୀର ହୋଇଲା ବାହାର
Couplet 90
ଶିର ପଡିଲା ଅଗ୍ନିକୁଣ୍ତେରହିଲା ମାତ୍ର ମୃତ୍ୟୁପିଣ୍ତେ
Couplet 91
ପିଶାଚରଣ ଘେନି ସଙ୍ଗେନାଚିଲେ ବୀରଭଦ୍ର ରଙ୍ଗେ
Couplet 92
ଦକ୍ଷ-ସମ୍ପଦ ନାଶ କରିଦକ୍ଷିଣଭୂଜେ ଶୂଳ ଧରି
Couplet 93
ସେ ବୀର ହୋଇଲେ ବାହାରଦେଖି କମ୍ପିଲେ ସୁରନର
Couplet 94
ସେ ରୁଦ୍ର-ଚରଣପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ