Skip to content
paribhaasha

Skandha 4

Adhyaya 4

  1. Couplet 1

    ମୈତ୍ରେୟ ହରଷେ କହନ୍ତିଶୁଣ ବିଦୁର ଶୁଦ୍ଧମତି

  2. Couplet 2

    ସେ ଶିବ ବଚନରେ ସତୀକେବେ ହେଁ ନୋହେ ସ୍ଥିରମତି

  3. Couplet 3

    ଏମନ୍ତ ଦେବୀଆଗେ କହିରୁଦ୍ର ରହିଳେ ତୁନି ହୋଇ

  4. Couplet 4

    ମନେ ଚିନ୍ତନ୍ତି ବିଶ୍ୱନାଥନପୁଣ ହୋଏ ବିପରୀତ

  5. Couplet 5

    ମୋପତ୍ନୀ ପିତାଗୃହେ ଗଲେଜୀବନ ନ ଧରିବ ଭଲେ

  6. Couplet 6

    ଏହାର ମନ ସ୍ଥିର ନାହିଁନ ଗଲେ ନ ଧରିବ ଦେହୀ

  7. Couplet 7

    ବନ୍ଧୁଦର୍ଶନେ ଇଚ୍ଛା ତାରହୋଇଛି ଅତି ବଳୀୟାର

  8. Couplet 8

    ବାରେକ ହୁଅଇ ବାହାରମୋ ଭୟେ ପ୍ରବେଶେ ଗୃହର

  9. Couplet 9

    ଏହାର ମନ ସ୍ଥିର ନାହିଁଅବଶ୍ୟ ଯିବ ଏ ନ କହି

  10. Couplet 10

    ଏମନ୍ତ ଚିତ୍ତେ ଚିନ୍ତି ହରକେବେହେଁ ମନ ନୋହେ ସ୍ଥିର

  11. Couplet 11

    ଚିନ୍ତା ଆକୁଳେ ଦୁଃଖମତିନିଜ ଗୁଣଙ୍କୁ ମନେ ଚିନ୍ତି

  12. Couplet 12

    ଏହାର ସଙ୍ଗେ ଥିବି ମୁହିଁନିଜଗଣଙ୍କୁ ସଙ୍ଗେ ଲଇଁ

  13. Couplet 13

    ଏମନ୍ତେ ରୁଦ୍ର ଚିନ୍ତା କରୁଁଦେବୀ ଉଠିଲେ ନିଜ ପୁରୁ

  14. Couplet 14

    ନୟନୁ ବହେ ଅଶ୍ରୁଜଳଶୁଖିଛି ବଦନ-କମଳ

  15. Couplet 15

    ଶରୀର କମ୍ପେ ରୋଷଚିତ୍ତେକଦଳୀବନ ଯେହ୍ନ ବାତେ

  16. Couplet 16

    ନିଃଶ୍ୱାସ ବହେ ଖରତରଶୁଖିଲା ସୁରଙ୍ଗ-ଅଧର

  17. Couplet 17

    ଅଧୋବଦନେ ମନ ଦୁଃଖୀଚଳିଲେ ଭବଙ୍କୁ ଉପେକ୍ଷି

  18. Couplet 18

    ଖରେ ଚଳନ୍ତେ ରୋଷଭରେଅବନୀ କମ୍ପେ ପାଦଭରେ

  19. Couplet 19

    ପିତା ଭୁବନେ ଦେବୀ ଯାନ୍ତେକେହି ନାହାନ୍ତି ନିଜସାଥେ

  20. Couplet 20

    ସ୍ତିରୀ ସ୍ୱଭାବ ମୂଢ଼ମତିଯେ ହର ସାଧୁ ଜନ-ପତି

  21. Couplet 21

    ସ୍ନେହରେ ଅର୍ଦ୍ଧଅଙ୍ଗ ହୋଇସେ ସତୀ ତାଙ୍କୁ ଲଂଘି ଯାଇ

  22. Couplet 22

    ପିତା ଭୁବନେ ଦେବୀ ଯାନ୍ତେପଛେ ଚଳନ୍ତି ଗଣ ଯୂଥେ

  23. Couplet 23

    ଶତ ସହସ୍ର ରୁଦ୍ର ଗଣନିକଟେ ମିଳିଲେ ତକ୍ଷଣ

  24. Couplet 24

    ସତୀଙ୍କୁ ବୃଷଭେ ବସାଇସର୍ବେ ଧାଇଁଲେ ସଜହୋଇ

  25. Couplet 25

    ମୁଁ ଯିବି ଅମ୍ବିକାର ପଛେମୋ କଥା ଦେଖସି ପ୍ରତ୍ୟକ୍ଷେ

  26. Couplet 26

    ଏମନ୍ତ ରୁଦ୍ର ଆଗେ କହିନନ୍ଦି ଚଳିଲେ ଗଣ ଲଇଁ

  27. Couplet 27

    ଅମ୍ବିକା ତୁଲେ ନାରୀଯୂଥେମିଳିଲେ ଉପାୟନ ହସ୍ତେ

  28. Couplet 28

    କନ୍ଦୁକ ଦର୍ପଣ ଅମ୍ବୁଜଶ୍ୱେତାତପତ୍ର ଶ୍ୱେତଧ୍ୱଜ

  29. Couplet 29

    ବ୍ୟଜନ ପୁଷ୍ପମାଳା ଘେନିସଙ୍ଗୀତ-ଗୀତ-ନାଦ-ଧ୍ୱନି

  30. Couplet 30

    ଦୁନ୍ଦୁଭି ଶଙ୍ଖ ବେଣୁନାଦେସଙ୍ଗତେ ଚଳିଲେ ଆନନେ୍ଦ

  31. Couplet 31

    ଏମନ୍ତେ ରୁଦ୍ରଗଣେ ଯାଇଯଜ୍ଞ ଦେଖିଲେ ଦୂରେ ରହି

  32. Couplet 32

    ଧୂମ-ବ୍ୟାପିତ-ଯଜ୍ଞଶାଳେଅଶେଷ ଋଷି-ବିପ୍ର ମେଳେ

  33. Couplet 33

    ବିପ୍ରଙ୍କ ସଙ୍ଗେ ପ୍ରଜାପତିଅନଳେ କ୍ଷେପନ୍ତି ଆହୁତି

  34. Couplet 34

    ଯଜ୍ଞର ଭାଣ୍ତ ନାନାବିଧିଯେ ଭାଣ୍ତେ ଯେ ଦ୍ରବ୍ୟ ପ୍ରସିଦ୍ଧି

  35. Couplet 35

    ମନ୍ତ୍ର ଆହୁତି ହୋମବେଳେସତୀ ମିଳିଲେ ଯଜ୍ଞଶାଳେ

  36. Couplet 36

    ସତୀ ଚାହାଁନ୍ତେ କୋପଚିତ୍ତେଯେ ଯଜ୍ଞେ ଥିଲେ ଯେ ସମସ୍ତେ

  37. Couplet 37

    ସର୍ବେ ଦକ୍ଷର ଭୟପାଇଆଦର ନକରିଲେ କେହି

  38. Couplet 38

    ଭଗିନୀଗଣେ ମାତା ତୁଲେଆଦରେ ସମୀପେ ମିଳିଲେ

  39. Couplet 39

    ପ୍ରେମାଶ୍ରୁକଣ୍ଠେ ଭଗ୍ନୀଗଣକୋଳ କରନ୍ତି ଜଣେ ଜଣ

  40. Couplet 40

    ସୋଦରେ ସ୍ନେହେ ପ୍ରଶ୍ନ କଲେସର୍ବ କୁଶଳ ପଚାରିଲେ

  41. Couplet 41

    ଉତ୍ତମ ପୂଜା ବିଧି ଦ୍ରବ୍ୟସମୀପେ ଆଣିଦେଲେ ସର୍ବ

  42. Couplet 42

    ରତ୍ନ-ଆସନ ବେଗେଆଣିସେ ପ୍ରଜାପତିର ଘରଣୀ

  43. Couplet 43

    ସତୀସମୀପେ ଆଣି ଦେଲେତାଦେଖି ସତୀ କୋପ କଲେ

  44. Couplet 44

    ପିତାର ଅନାନ୍ଦର ଦେଖିକୋପେ କମ୍ପଇ ଅଶ୍ରୁମୁଖୀ

  45. Couplet 45

    ଯଜ୍ଞେ ନ ଦେଖି ସ୍ୱାମୀଭାଗମନେ ବସିଲା ମହାରାଗ

  46. Couplet 46

    ମୋର ଈଶ୍ୱରେ ନ ଗଣିଲାଅବହେଳଣ କର୍ମ କଲା

  47. Couplet 47

    ସଭାରେ ଯେତେ ଲୋକ ଥିଲେସତୀଙ୍କି ଦେଖି ନ ଉଠିଲେ

  48. Couplet 48

    ପିତା ଅବଜ୍ଞା କର୍ମ ଦେଖିକୋପେ କମ୍ପଇ ଅଶ୍ରୁମୁଖୀ

  49. Couplet 49

    ଏମନ୍ତେ ଦକ୍ଷ-ବଧ ଅର୍ଥେସତୀ ଶରୀରୁ କୋପଚିତ୍ତେ

  50. Couplet 50

    ଅନେକ ଭୂତଗଣ ଜନ୍ମିତାହାଙ୍କୁ ନିବାରି ଭବାନୀ

  51. Couplet 51

    କୋପେ ବୋଲଇ ଉଚ୍ଚବାଣୀଯେମନ୍ତେ ସଭାଲୋକେ ଶୁଣି

  52. Couplet 52

    କୋପେ କମ୍ପଇ ତାର ଦେହୀବୋଲଇ ପିତାମୁଖ ଚାହିଁ

  53. Couplet 53

    ପ୍ରିୟ ଅପ୍ରିୟ ଅତିରେକେନ ଦେଖି ଯାୠ ଇହଲୋକେ

  54. Couplet 54

    ଜଗତ ମଧ୍ୟେ ଯେତେ ଦେହସ୍ୱାମୀ ମୋହର ସର୍ବପ୍ରିୟ

  55. Couplet 55

    ଯେ ରୁଦ୍ର ସର୍ବଆତ୍ମା ହୋଇମିତ୍ର ଅମିତ୍ର ଯାର ନାହିଁ

  56. Couplet 56

    ସେ ଯେ ଅଶେଷ-ଜନ-ଗୁରୁତାହାଙ୍କୁ ତୁହି ନିନ୍ଦା କରୁ

  57. Couplet 57

    ଦେଖ ଏ ସଂସାର-ବେଭାରେଯେ ସାଧୁଜନେ ନିନ୍ଦା କରେ

  58. Couplet 58

    ଅନେକ-ଦୋଷ କରିଥିଲେସାଧବେ ନ ଧରନ୍ତି ଭଲେ

  59. Couplet 59

    ସକଳ-ଦୋଷ କରେ କ୍ଷମାସେ ଜନ ସାଧୁ ମହାତମା

  60. Couplet 60

    ଏରୂପେ ଯେତେକ ପିଣ୍ତିତତାହାଙ୍କୁ ବୋଲନ୍ତି ମହତ

  61. Couplet 61

    ଯେ ଗୁଣମାତ୍ରକୁ ଧରନ୍ତିଦୋଷ ଗ୍ରହଣ ନ କରନ୍ତି

  62. Couplet 62

    ତାହାଙ୍କୁ ବୋଲି ମହତ୍ତରକେ ଅବା ଅଛନ୍ତି ଅପର

  63. Couplet 63

    ଦୋଷକୁ ଦୂରେ ପରିହରିଆବରେ ତୁଚ୍ଛ ଗୁଣଧରି

  64. Couplet 64

    ଏମନ୍ତ ସାଧୁ ପ୍ରତି ତାତତୁ ପାପ କଳ୍ପିଲୁ ନିଶ୍ଚି୍ତ

  65. Couplet 65

    ଅସାଧୁଜନ ପ୍ରାୟ ତୁହିରୁଦ୍ର ବିଷୟେ କୋପ ବହି

  66. Couplet 66

    ଯେଣୁ ବୋଲାଉ ପ୍ରଜାପତିସେ ଗର୍ବେ ନିନ୍ଦୁ ମୋର ପତି

  67. Couplet 67

    ଏ ନୋହେ ମହତଙ୍କ କର୍ମଗର୍ବେ ହୋଇଲୁ ମତିଭ୍ରମ

  68. Couplet 68

    ଯେ ବେନିଅକ୍ଷର ମୁଖରେପ୍ରସନ୍ନେ ଶିବନାମ ଧରେ

  69. Couplet 69

    କି ଅବା ଶ୍ରଦ୍ଧାଯୁକ୍ତ ହୋଇନିରତେ ବଦନେ ଗୁଣଇ

  70. Couplet 70

    ଅଥବା ପଶେ ଶ୍ରୁତିପଥେପାପ ନାଶଇ କ୍ଷଣମାତ୍ରେ

  71. Couplet 71

    ଯାହାର ନାମ ଏ ଜଗତେସର୍ବମଙ୍ଗଳ ବହୁମତେ

  72. Couplet 72

    ତୋର ଜୀବନ ପାପ-ସିନ୍ଧୁଅଶିବ ହୋଇ ଶିବ ନିନ୍ଦୁ

  73. Couplet 73

    ଯା ପାଦପଦ୍ମ-ମଧୁ ଲୋଭେମହାନ୍ତଜନ ନିତ୍ୟେ ସେବେ

  74. Couplet 74

    କାମୀ କାମନା ସ୍ରବେ ଯହୁଁବିଶ୍ୱବାନ୍ଧବ ଅଟେ ଯେହୁ

  75. Couplet 75

    ସାଧୁ-ମାନସ -ଅଳି-ବୃନ୍ଦବ୍ରହ୍ମଆନନ୍ଦ-ମକରନ୍ଦ

  76. Couplet 76

    ପାନାର୍ଥୀ ହୋଇ ସେବା କରେଯାହାର ଶ୍ରୀପାଦପଦ୍ମରେ

  77. Couplet 77

    ତାହାରେ ଦ୍ରୋହ ଚିନ୍ତୁ ପିତଏ କଥା ବଡ ଆଚମ୍ବିତ

  78. Couplet 78

    ଯେ ସଦାଶିବ ବିଶ୍ୱବନ୍ଧୁତୁ ତାର ଦ୍ରୋହକରି ନିନ୍ଦୁ

  79. Couplet 79

    ଜଟା ବିସ୍ତାରି ଶ୍ମଶାନରେବୁଲଇ ଶିବ ନିର୍ବିକାରେ

  80. Couplet 80

    ଶ୍ମଶାନଭସ୍ମ ମାଲ୍ୟ ତାରନରକପାଳ ଅଳଙ୍କାର

  81. Couplet 81

    ହେଲେ ହେଁ ଶିବଙ୍କୁ ଅଶିବତୋ ବିନା କେଅବା ବୋଲିବ

  82. Couplet 82

    ବ୍ରହ୍ମାଦି ଦେବଗଣମାନେକେ ଶିବ ମହିମା ନ ଜାଣେ

  83. Couplet 83

    ତୁ କି ଜାଣିବୁ ସେ ମହିମାଅଶେଷ-ମଙ୍ଗଳର ସୀମା

  84. Couplet 84

    ଶିବ ନିର୍ମାଲ୍ୟ ମଥା ପାତିତଥାପି କେମନ୍ତେ ଘେନନ୍ତି

  85. Couplet 85

    ର୍ଧମରକ୍ଷକ ସ୍ୱାମୀ ମୋରତା ସଙ୍ଗେ କଲୁ ତୁ ବିଧୁର

  86. Couplet 86

    ଏଣୁ ଜୀବନ ଛାଡିବଇଁସକଳ-ଧର୍ମ-ରକ୍ଷା ପାଇଁ

  87. Couplet 87

    ଏହିଟି ପତିବ୍ରତା-ଧର୍ମପାଷଣ୍ତେ ସ୍ୱାମୀର ନିନ୍ଦନ

  88. Couplet 88

    ଶୁଣିଲେ କାନେ ହାତ ଦେବତକ୍ଷଣେ ତହୁଁ ପଳାଇବ

  89. Couplet 89

    ପାରିଲେ ତା ଜିହ୍ୱା ଛେଦିବଆପଣା ଜୀବନ ତେଜିବ

  90. Couplet 90

    ତୋ ବୀର୍ଯ୍ୟେ ଜନ୍ମ ମୋର ଦେହୀହୋଇଲା ପୂର୍ବପାପ ବହି

  91. Couplet 91

    ସ୍ୱାମ ନିନ୍ଦନ ବାକ୍ୟ ସହିଏ ଦେହ ନ ଧରିବି ମୁହିଁ

  92. Couplet 92

    ଯେ ନାରୀ ସ୍ୱାମୀର ନିନ୍ଦନଶୁଣି ଧରେ ନିଜ ଜୀବନ

  93. Couplet 93

    ପୂର୍ବର ପାପ ଯେ ନ ସ୍ମରେତା ପ୍ରତିକାର ଯେ ନକରେ

  94. Couplet 94

    ଦିନ ବଞ୍ଚଇ ଦୁଃଖ-ଶୋକେଅନ୍ତେ ସେ ପଡଇ ନରକେ

  95. Couplet 95

    ଯେ ଆତ୍ମାରାମ ବଇରାଗୀବିଧି-ନିଷେଧ ପାରେ ଲଂଘି

  96. Couplet 96

    ସ୍ୱଧର୍ମେ ନିଷ୍ଠା ଯାର ଥିବସେ ପର-ନିନ୍ଦା ନ କରିବ

  97. Couplet 97

    ଯେ ଅବା ବେଦବିଧି ଧର୍ମପ୍ରବୃତ୍ତି ନିବୃତ୍ତି ଲକ୍ଷଣ

  98. Couplet 98

    ଶବେ ତା ନ ସମ୍ଭବେ ଦୁଇଯେଣୁଟି ଆତ୍ମାରାମ ସେହି

  99. Couplet 99

    ଦରିଦ୍ର ବୋଲି ଶିବେ ତୁହିନିନ୍ଦା ନ ବହ ଗର୍ବ ବହି

  100. Couplet 100

    ଅଣିମା ଆଦି ଅଷ୍ଟସିଦ୍ଧିଯା ତୁହଁ ଲଭେ ଯୋଗୀ ସାଧି

  101. Couplet 101

    ତୋ ପରି ଯଜ୍ଞେ ଯେ ଭ୍ରମନ୍ତିକାହୁଁ ଲଭିବେ ସେ ସମ୍ପତ୍ତି

  102. Couplet 102

    ତୁ ପାପୀ ଯେଣୁ ଶିବଦ୍ରୋହୀତୋଠାରୁ ଜାତ ମୋର ଦେହୀ

  103. Couplet 103

    ଧିକ ଏ ଦେହ ନ ରଖିବିଆଉ ଏ ଲଜ୍ଜା ନ ସହିବି

  104. Couplet 104

    ତୋହର ସଙ୍ଗତେ ବଚନଅଧିକେ ନାହିଁ ପ୍ରୟୋଜନ

  105. Couplet 105

    କେହି ନ ବୋଲୁ ଦାକ୍ଷାୟଣୀଅଟଇ ଶିବର ଘରଣୀ

  106. Couplet 106

    ମୈତ୍ରେୟ କହନ୍ତି ବଚନଶୁଣ ବିଦୁର ତୋଷମନ

  107. Couplet 107

    ଏମନ୍ତ ଦକ୍ଷେ ଦେବୀ କହିକୁଣ୍ତ-ଉତ୍ତରଦିଗେ ଯାଇ

  108. Couplet 108

    ଯୋଗଧାରଣା ଆଗମନେନିଶ୍ଚଳେ ବସିଲେ ଆସନେ

  109. Couplet 109

    ସ୍ୱାମୀର ଅପମାନ ଅର୍ଥେପିତାର ଅନାଦର ଚିତ୍ତେ

  110. Couplet 110

    ପୀତବସନ ପରିଧାନପବିତ୍ର-ଜଳେ ଆଚମନ

  111. Couplet 111

    ହୃଦରେ କଳ୍ପି ମହାମନ୍ୟୁପବନ ଅଧ ଉର୍ଦ୍ଧ୍ୱ ସ୍ଥାନୁ

  112. Couplet 112

    ନାଭିକମଳେ ସୁନିଶ୍ଚଳେପ୍ରାଣଧାରଣ ଯୋଗବଳେ

  113. Couplet 113

    ଏ ତିନିପ୍ରାଣ ଉର୍ଦ୍ଦ୍ୱେ ନେଇଉଦାନ ସଙ୍ଗେ ହୃଦେ ଥୋଇ

  114. Couplet 114

    ହୃଦୟ ପ୍ରାଣ ସଙ୍ଗେ ବ୍ୟାପିକଣ୍ତେ ଲଲାଟ ଚକ୍ରେ କ୍ଷେପି

  115. Couplet 115

    ଭ୍ରୁମଧ୍ୟେ ଥାପି ଅନୁମାନେଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ

  116. Couplet 116

    ସ୍ୱାମୀ ଚରଣେ ଧ୍ୟାନକରିଯୋଗ-ଅନଳେ ବାୟୁ ଧରି

  117. Couplet 117

    ମୂର୍ଦ୍ଧନି ଭେଦି ତତକ୍ଷଣଶୂନ୍ୟେ ମିଶିଲା ଦଶପ୍ରାଣ

  118. Couplet 118

    ସମାଧି ସମ୍ଭୂତ ଅନଳେସତୀ ଶରୀର ବେଗେ ଜଳେ

  119. Couplet 119

    ସତୀ ମରଣ କର୍ମ ଚାହିଁଦେବେ ଯେ ଯଜ୍ଞେ ଥିଲେ ରହି

  120. Couplet 120

    ଦେଖିଣ ଦେବୀର ନିଧନଚଞ୍ଚଳ କରି ସର୍ବ ମନ

  121. Couplet 121

    ଭୂମି ଗମନେ ଯେ ବା ଥିଲେହାହା ଶବଦ ଉଚ୍ଚେ କଲେ

  122. Couplet 122

    ଦେଖ ଏ ଦେବଦେବନାରୀକି ଅପମାନେ କୋପକରି

  123. Couplet 123

    ପ୍ରାଣ ଛାଡିଲେ ଯଜ୍ଞଶାଳେପିତା ଅମାନ୍ୟ କୋପଭରେ

  124. Couplet 124

    ଦେଖ ଏ ଦକ୍ଷ ପ୍ରଜାପତିଗର୍ବେ ଆଚରିଲା ଅନୀତି

  125. Couplet 125

    ପ୍ରଜାଙ୍କ ପତିଏ ବୋଲାଇଅନୀତି କଲା ଗର୍ବ ବହି

  126. Couplet 126

    ନିଜ ଦୁହିତାର ନିଧନେଯତ୍ନ କଲା ଏ କ୍ରୋଧମନେ

  127. Couplet 127

    ଏ ନୋହେ ସାଧୁଙ୍କ ବେଭାରଅଧର୍ମ କଲା ଗରୁତର

  128. Couplet 128

    ଏମନ୍ତ ବାକ୍ୟ କହୁଁ ଜନେସତୀର ପ୍ରାଣ ଅବସାନେ

  129. Couplet 129

    ସତୀ ମରଣ କଥା ଶୁଣିନନ୍ଦିକେଶ୍ୱର ବୀରମଣି

  130. Couplet 130

    ରୁଦ୍ରଗଣଙ୍କୁ ସଙ୍ଗେ ଲଇଁବେଗେ ଧାଇଁଲା ରୋଷ ବହି

  131. Couplet 131

    ବିବିଧ ଶସ୍ତ୍ର ଧରି କରେମିଳିଲା ଦକ୍ଷ ଯଜ୍ଞଘରେ

  132. Couplet 132

    ତାହାକୁ ଦେଖି ଭୃଗୁ ମୁନିଘୃତଆହୁତି କରେ ଘେନି

  133. Couplet 133

    ଯଜ୍ଞଘ୍ନ ନାମ ଯଜୁମନ୍ତ୍ରେକଳ୍ପିଲା ଅଭିଚାର-ତନ୍ତ୍ରେ

  134. Couplet 134

    ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ତେନିର୍ଧୂମ ସ୍ୱର୍ଣ୍ଣବର୍ଣ୍ଣ ପିଣ୍ତେ

  135. Couplet 135

    ମନ୍ତ୍ରେ ମନ୍ତ୍ରିତ ସୋମ ପାଇପ୍ରଚଣ୍ତ ବ୍ରହ୍ମତେଜ ବହି

  136. Couplet 136

    ଋଭୁ ନାମରେ ଦେବଗଣେଅନଳୁ ଉଠିଲେ ତକ୍ଷଣେ

  137. Couplet 137

    ଜଳନ୍ତା କାଷ୍ଠ ଘେନି କରେଶତସହସ୍ର କୋପଭରେ

  138. Couplet 138

    ଶବଦେ ଦଶଦିଗ ପୂରିଧାଇଁଲେ ଘୋରନାଦ କରି

  139. Couplet 139

    ତେଣେ ଭାଜିଲେ ରୁଦ୍ରସୈନିତା ଦେଖି ବେଗେ ଦେବମୁନି

  140. Couplet 140

    ଧାଇଁଲେ ଶିବପୁର-ମାର୍ଗେକହିଲେ ସଦାଶିବ ଆଗେ

  141. Couplet 141

    ସତୀ-ମରଣ-କଥା ଆଦିକହିଲେ ସକଳ ସମ୍ପାଦି

  142. Couplet 142

    ସେ ବ୍ରହ୍ମମୁନିର ଚରଣେଆତ୍ମାର ନିସ୍ତାର କାରଣେ

  143. Couplet 143

    କୃଷ୍ଣ-ବିଷୟ ଭାଗବତକହଇ ଦାସ ଜଗନ୍ନାଥ

Odia Bhagabata skandha 4 adhyaya 4 | Parbani by ParibhaAsha App