Skip to content
paribhaasha

Skandha 4

Adhyaya 3

  1. Couplet 1

    ମୈତ୍ରେୟ ମୁନି ତୋଷ ହୋଇକହେ ବିଦୁର ମୁଖ ଚାହିଁ

  2. Couplet 2

    ଶୁଣ ବିଦୁର ଏକମନେରୁଦ୍ର ଯେ ଗଲେ କୋପମନେ

  3. Couplet 3

    ଏମନ୍ତେ ଜାମାତା ଶ୍ୱଶୁରବିବାଦେ ଗଲା ବହୁକାଳ

  4. Couplet 4

    ପ୍ରଜାପତିଙ୍କ ମଧ୍ୟେ ପୂର୍ବେଦକ୍ଷକୁ ସ୍ଥାପି ରାଜପଦେ

  5. Couplet 5

    ଦକ୍ଷକୁ ଅଭିଷେକ କରିବ୍ରହ୍ମା ବୋଇଲେ ହସ୍ତ ଧରି

  6. Couplet 6

    ତୁ ହୁଅ ପ୍ରଜାପତି ଶ୍ରେଷ୍ଠଅପରେ ସର୍ବେ ତୋ କନିଷ୍ଠ

  7. Couplet 7

    କମଳଯୋନି ଯେତେବେଳେଦକ୍ଷକୁ ଶୁଭଲଗ୍ନ ଦେଲେ

  8. Couplet 8

    ସକଳ ମୁନି ମନୁଗଣେସ୍ଥାପିଲେ ପ୍ରଜାପତି ପଣେ

  9. Couplet 9

    ଦକ୍ଷକୁ ପୂଜି ଅଭିଷେକେମାନ୍ୟ ସେ କଲେ ଏକେଏକେ

  10. Couplet 10

    ତୁମ୍ଭ ସକଳମଧ୍ୟେ ଏହୁପାଳନେ ଅଧିପତି ହେଉ

  11. Couplet 11

    ଦକ୍ଷକୁ ବୋଲେ ବେଦବରତୁ ବାଜପେୟ ଯଜ୍ଞ କର

  12. Couplet 12

    ସେ ଦକ୍ଷ ମନେ ଗର୍ବ କଲାରୋଷେ ରୁଦ୍ରଙ୍କୁ ନ ବରିଲା

  13. Couplet 13

    ଭୃଗୁଙ୍କୁ କଲେ ପୁରୋହିତସଙ୍ଗେ ଘେନିଣ ମୁନିସନ୍ଥ

  14. Couplet 14

    ଯେ ଯଜ୍ଞ ବୃହସ୍ପତି ନାମଶୁଣିଲା ଯଜ୍ଞଙ୍କ ଉତ୍ତମ

  15. Couplet 15

    ତେଣୁ ନିବେଶି ମନବୁଦ୍ଧିସକଳ ସମ୍ଭାର ନିବେଦି

  16. Couplet 16

    ସେ ଯଜ୍ଞ ଆରମ୍ଭର କାଳେସକଳ ମୁନି ଏକମେଳେ

  17. Couplet 17

    ଯେ ବ୍ରହ୍ମଋଷି ଦେବଋଷିସର୍ବଦେବଙ୍କ ସଙ୍ଗେ ମିଶି

  18. Couplet 18

    ପିତୃ-ଦେବତାଗଣ ଶୂନ୍ୟେପତ୍ନୀଙ୍କି ଘେନି ଦିବ୍ୟଯାନେ

  19. Couplet 19

    ମନର ଉଲ୍ଲାସେ ଗମନ୍ତିଦିଗ-ଭୁବନେ ବିରାଜନ୍ତି

  20. Couplet 20

    ଯଜ୍ଞେ ଗମନ୍ତି ଯୂଥେ ଯୂଥେଗୀତ ସୁବାଦ୍ୟ ଶୂନ୍ୟପଥେ

  21. Couplet 21

    ଆକାଶେ ବିମାନ ଗହଳଚଳନ୍ତେ ଶୁଭେ ମୁଖଗୋଳ

  22. Couplet 22

    ଏମନ୍ତେ ଈଶ୍ୱର ଘରଣୀଆକାଶେ ଶୁଣି ଦେବବାଣୀ

  23. Couplet 23

    ନିଜ ସଖୀଙ୍କି ପଚାରିଲାତାହାଙ୍କ ବଦନୁ ଶୁଣିଲା

  24. Couplet 24

    ଶୁଣ ଗୋ ଈଶ୍ୱର ଭାମିନିଯେଣେ ଗମନ୍ତି ସୁର ମୁନି

  25. Couplet 25

    ତୁମ୍ଭ ପିତାର ମହାଯଜ୍ଞେଦେବେ ଗମନ୍ତି ଶୂନ୍ୟମାର୍ଗେ

  26. Couplet 26

    ନିଜ କାମିନୀ ଘେନି ସଙ୍ଗେବିମାନ ଯାନ୍ତି ନାନାରଙ୍ଗେ

  27. Couplet 27

    ତିନି ଭୁବନେ ଯେତେ ଜନେଯଜ୍ଞ ଗମନ୍ତି ତେସମନେ

  28. Couplet 28

    ଦିବ୍ୟ ଅଳଙ୍କାର ଭୂଷଣେବିମାନେ ବସି ବଧୂଗଣେ

  29. Couplet 29

    ଅନେକ ପରିଜନ ଘେନିହରଷ ସୁବେଶେ କାମିନୀ

  30. Couplet 30

    ସ୍ୱାମୀଙ୍କ ସଙ୍ଗତେ ଚଳନ୍ତିଦେଖ ଗଗନେ ପନ୍ତି ପନ୍ତି

  31. Couplet 31

    ନକ୍ଷତ୍ରଗଣ ପ୍ରାୟ ଶୋଭାକି ଅବା ପଟାନ୍ତର ଦେବା

  32. Couplet 32

    ତା ଶୁଣି ଗଗନକୁ ଚାହିଁଅମ୍ବିକା ମନେ ବିଚାରଇ

  33. Couplet 33

    ଦେଖ ଅଭାଗ୍ୟ କର୍ମ ମୋରମୋହର ସ୍ୱାମୀ ମହେଶ୍ୱର

  34. Couplet 34

    ମୋହର ପିତା ଯଜ୍ଞକାଳେମୁହିଁ ନିରାଶ କର୍ମ-ଫଳେ

  35. Couplet 35

    ମୋର ସ୍ୱାମୀଙ୍କି ନ ବରିଲାଅବହେଳଣ ମୋତେ କଲା

  36. Couplet 36

    ମୋର ମାତାର ଦୟା ନାହିଁକେ ଏହା ସହୁ ଦେହ ବହି

  37. Couplet 37

    ନିନ୍ଦିତ-କର୍ମ ଏ ସଂସାରେନ ଥିବା ଯୋଗାଇ ବେଭାରେ

  38. Couplet 38

    ଏମନ୍ତ ଭାଳି ଦେବୀ ମନେମିଳିଲେ ସ୍ୱାମୀ ସନ୍ନିଧାନେ

  39. Couplet 39

    ହୃଦୟେ ଶୋକଭର ହୋଇବୋଲନ୍ତି ରୁଦ୍ରମୁଖ ଚାହିଁ

  40. Couplet 40

    ଭୋନାଥ ଶୁଣ ପଶୁପତିତୁମ୍ଭ ଶ୍ୱଶୁର ମୂଢ଼ମତି

  41. Couplet 41

    ଯଜ୍ଞ ଆରମ୍ଭେ ପୁଣ୍ୟକାଳେତା ଶୁଣି ସର୍ବଦେବେ ଚଳେ

  42. Couplet 42

    ମୁନିଏ ସପତ୍ନକୀ ହୋଇଶୂନ୍ୟେ ଗମନ୍ତି ରଥବାହି

  43. Couplet 43

    ଦେଖ ଏ ମୁଖରାବଗୋଳପୂରିଛି ଗଗନମଣ୍ତଳ

  44. Couplet 44

    ଦେଖ ଆନନ୍ଦେ ଦେବଗଣେଚଳନ୍ତି ଯଜ୍ଞର କାରଣେ

  45. Couplet 45

    ଭୋନାଥ ଚାଲ ଆମ୍ଭେ ଯିବାପିତାର ଉତ୍ସବ ଦେଖିବା

  46. Couplet 46

    ଯଜ୍ଞ-ଉତ୍ସବ ପିତାପୁରେମୋର ଭଗିନୀ ସହୋଦରେ

  47. Couplet 47

    ଯାଆନ୍ତି ସ୍ୱାମୀ ଘେନି ସଙ୍ଗେଯଜ୍ଞ ଦେଖିବେ ନାନାରଙ୍ଗେ

  48. Couplet 48

    ମୁଁ ଏବେ ତୁମ୍ଭ ସଙ୍ଗେ ଯିବିପିତାର ଉତ୍ସବ ଦେଖିବି

  49. Couplet 49

    ମାତାକୁ ଦେଖିବି ନୟନେଭଗିନୀଗଣ ସୁଖ ମନେ

  50. Couplet 50

    ମୋ ପିତା-ଦତ୍ତ ଉପହାରସନ୍ତୋଷ ହୋଇବ ଆମ୍ଭର

  51. Couplet 51

    ଭୋନାଥ ଆଜ୍ଞାଦେବା ମାତେଯିବଇଁ ତୁମ୍ଭର ସହିତେ

  52. Couplet 52

    ଭୋଦେବଦେବ ପଶୁପତିକେ ଜାଣିପାରେ ତୁମ୍ଭ ଗତି

  53. Couplet 53

    ତୁମ୍ଭ ଗୋଚରେ ବିଷ୍ଣୁମାୟାକେ ଜାଣିପାରେ ନାଥ ଏହା

  54. Couplet 54

    ହେ ଅଜ ତୋହର ମାୟାରେଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ

  55. Couplet 55

    ତଥାପି ସ୍ତିରୀଜନ୍ମ ମୋରମୁଁ କାହିଁ କରିବି ଗୋଚର

  56. Couplet 56

    ମୋ ଜନ୍ମଭୂମିର ଦର୍ଶନେଇଚ୍ଛା ବଳିଲା ମୋର ମନେ

  57. Couplet 57

    ହେ ଭବ ତୁମ୍ଭେ ତ ଅଭବକି ରୂପେ ହେବ ଅନୁଭବ

  58. Couplet 58

    ବନ୍ଧୁ ବିରହେ ଯେତେ ଦୁଃଖତହିଁରେ ତୁମ୍ଭେ ତ ବିମୁଖ

  59. Couplet 59

    ଦେଖ ହେ ପ୍ରଭୁ ଶୂନ୍ୟପଥେଦେବେ ଗମନ୍ତି ଯୂଥେଯୂଥେ

  60. Couplet 60

    ଯେସନେ ରାଜହଂସ-ପନ୍ତିବିମାନମାନ ଶୂନ୍ୟେ ଯାନ୍ତି

  61. Couplet 61

    ମୋର ପିତା ପୁରେ ଯାଇଯଜ୍ଞ ଦେଖିବେ ସୁଖବହି

  62. Couplet 62

    ଭୋନାଥ ଶୁଣ ପଶୁପତିତୁମ୍ଭ ଚରଣେ ମୋର ମତି

  63. Couplet 63

    ମୁଁ ଏହା ସହିବି କେମନ୍ତେଶରୀର ବହି ଏ ଜଗତେ

  64. Couplet 64

    ପିତା ଜନନୀ ଭଗ୍ନୀଗଣେଦିବ୍ୟଭୂଷଣ ଆଭରଣେ

  65. Couplet 65

    ଯଜ୍ଞ ଆରମ୍ଭେ ସୁଖଭୋଳେଥିବେ ସକଳେ ଏକମେଳେ

  66. Couplet 66

    ପିତା ଭର୍ତ୍ତା ଗୁରୁ ସଦନେଯୋଗାଇ ଯିବା ଅବରଣେ

  67. Couplet 67

    ଭୋନାଥ ଶୁଣ ସଦାଶିବତୁମ୍ଭେ ଅବରଣେ ନ ଯିବ

  68. Couplet 68

    ଯାହାର ଆବାହନ ନାହିଁତାହାର ଯିବା ଯୋଗ୍ୟ ନୋହି

  69. Couplet 69

    ତୋହର ଜ୍ଞାନ ନୋହେ ଅଳ୍ପମୁଁ ତୋର ଅର୍ଦ୍ଧଅଙ୍ଗରୂପ

  70. Couplet 70

    ତେଣୁ ତୁ ଅର୍ଦ୍ଧନାରୀଶ୍ୱରଖ୍ୟାତି ଲଭିଲୁ ମହେଶ୍ୱର

  71. Couplet 71

    ଭୋନାଥ ମୋର କଥା କରମୋହର ବାଞ୍ଛା ପୂର୍ଣ୍ଣକର

  72. Couplet 72

    ମୁଁ ଯିବି ଆଜ୍ଞା ଦେବା ମୋତେଆନନ୍ଦମନେ ଶୁଦ୍ଧ ଚିତ୍ତେ

  73. Couplet 73

    ଏମନ୍ତ ପ୍ରିୟା ମୁଖୁ ଶୁଣିଈଶ୍ୱର ସ୍ଥିର-ଚିତ୍ତେ ଗୁଣି

  74. Couplet 74

    ସ୍ୱଭାବେ ଜଗତ ଈଶ୍ୱରଜଗତ ଯାର ଖେଡଘର

  75. Couplet 75

    ଅଳପ ଅପମାନ ବହିକହନ୍ତି ପତ୍ନୀ-ମୁଖ ଚାହିଁ

  76. Couplet 76

    ଶୁଣ ସୁନ୍ଦରରୀ କହୁଁ ତୋତେତୁ ଯେଣୁ ପଚାରିଲୁ ମୋତେ

  77. Couplet 77

    ସାଧୁବିଚାର ଏ ତୋହୋରଶୁଦ୍ଧ-ସୁନ୍ଦର-ମନୋହର

  78. Couplet 78

    ବୋଲୁ ଏ ବନ୍ଧୁ-ଅପମାନକେ ସହିପାରେ ଦୁର୍ବଚନ

  79. Couplet 79

    ବନ୍ଧୁକୁ ବନ୍ଧୁ ଭାବଭୋଳେଅମାନ୍ୟ କଲେ ଅବହେଳେ

  80. Couplet 80

    ତହିଁ ନଥାଇ ଅପମାନକେ ସହୁ ପୁଣି ଦୁର୍ବଚନ

  81. Couplet 81

    ବିଦ୍ୟାର ବଳେ ତପଦାହେସୁନ୍ଦର ବପୁ ବୟ ରହେ

  82. Couplet 82

    ଉତ୍ତମକୁଳେ ଯେହୁ ଜାତସକଳଗୁଣେ ଯେ ବିଖ୍ୟାତ

  83. Couplet 83

    ଜାଣଇ ଶ୍ରୁତି ସ୍ମୃତି ଧର୍ମଆଗମ ନିଗମ ଯେ କର୍ମ

  84. Couplet 84

    ସେ ପୁଣି ଅବିବେକ ବଳେବନ୍ଧୁ ନିନ୍ଦଇ ଅବହେଳେ

  85. Couplet 85

    ମହତ ତେଜ ଯେ ନ ସହେନିରତେ ମନେ ଗର୍ବ ବହେ

  86. Couplet 86

    ଅଜ୍ଞାନବାଦୀ ବୋଲି ତାରେସୁଖ ନ ଲଭେ ଏ ସଂସାରେ

  87. Couplet 87

    ଯେ ପ୍ରାଣୀ ଅଭ୍ୟାଗତ ଦେଖିବକ୍ର-ବଦନେ ବୁଜେ ଆଖି

  88. Couplet 88

    ବନ୍ଧୁ ହେଲେ ହେଁ ଜାଣ ତୁହିତା ଗୃହେ ଯିବା ନ ଯୋଗାଇ

  89. Couplet 89

    ସମରେ ଅରି-ବାଣ ଘାଏଅଙ୍ଗରେ ତେଡେ ପୀଡା ନୋହେ

  90. Couplet 90

    ବନ୍ଧୁର କୁବଚନ-ବାଣଅନିଶେ ଦହେ ମନ ପ୍ରାଣ

  91. Couplet 91

    ତୁ ପୁଣି ପିତାପ୍ରିୟ ବହୁତାର ସୁହୃଦ-ଧର୍ମ କହୁ

  92. Couplet 92

    ତଥାପି ପିତାଗୃହେ ଗଲେମାନ ତୁ ନ ପାଇବୁ ଭଲେ

  93. Couplet 93

    ସାଧୁଙ୍କ ସଙ୍ଗେ ଯେ ବସଇତାହାର ରିପୁ ମିତ୍ର ନାହିଁ

  94. Couplet 94

    ଏଣୁ ଅସାଧୁ ସଙ୍ଗେ ଥିଲେପ୍ରାଣ ଇନ୍ଦ୍ରିୟ ବୁଦ୍ଧିବଳେ

  95. Couplet 95

    ପରର ଆତ୍ମାକୁ ନିନ୍ଦଇଅସାଧୁ ବାକ୍ୟେ ଭାବବହି

  96. Couplet 96

    ଅସାଧୁଜନଙ୍କ ସ୍ୱଭାବନିରତେ ଅସହଣି ଭାବ

  97. Couplet 97

    ସାଧୁଙ୍କ ସୁପୁଣ୍ୟ ସମ୍ପଦଦେଖି ବହନ୍ତି ମନେ ଖେଦ

  98. Couplet 98

    ହିଂସନ୍ତି ତାଙ୍କୁ ଅକାରଣେହରିଙ୍କି ଯେହ୍ନେ ପୁଣ୍ୟଜନେ

  99. Couplet 99

    ସଭାର ମଧ୍ୟେ ତୋ ପିତାରେଅବଜ୍ଞା କଲି ମୁଁ ବେଭାରେ

  100. Couplet 100

    ଏମନ୍ତ ନ ବିଚାର ମନେଶୁଣ କହୁଛି ସୁମଧ୍ୟମେ

  101. Couplet 101

    ଯେ ବନ୍ଧୁ ଆଗମନ ଦେଖିଉଠନ୍ତି ଆସନ ଉପେକ୍ଷି

  102. Couplet 102

    ଭାବେ ଆସନ୍ତି କିଛି ଦୂରବଚନ କହନ୍ତି ମଧୁର

  103. Couplet 103

    ଅତି ହିଁ ସ୍ନେହ କରି ଚିତ୍ତେପୁଲକ ହୋଇ ହୃଦଗତେ

  104. Couplet 104

    ଅଭିବାଦନ ମୃଦୁ ବାଣୀପୂଜନ୍ତି ନିଜ ଗୃହେ ଆଣି

  105. Couplet 105

    ବିଷ୍ଣୁର ଭାବେ ପୂଜା କରିଆନନ୍ଦେ ପ୍ରିୟଭାବେ ଭରି

  106. Couplet 106

    ଲୋକେ କରନ୍ତି ପରସ୍ପରତା ନୋହେ ପ୍ରାଜ୍ଞଙ୍କ ଆଚାର

  107. Couplet 107

    ସେ ବିଷ୍ଣୁ ଶୁଦ୍ଧ-ସ୍ୱ‌ତ୍ତ୍ୱମୟପ୍ରକାଶେ ଜୀବର ହୃଦୟ

  108. Couplet 108

    ତେଣୁ ବୋଲାଏ ବାସୁଦେବସେ ଯେ ମୋହର ନିତ୍ୟ ସେବ୍ୟ

  109. Couplet 109

    ଦକ୍ଷ ହୃଦୟେ ତାଙ୍କୁ ଲକ୍ଷିମୁଁ ନମସ୍କାର କରିଅଛି

  110. Couplet 110

    ଏ ରୂପେ କଲି ମୁଁ ସମ୍ମାନନକରି ତାଙ୍କ ଅପମାନ

  111. Couplet 111

    ଏ ଦେହେ ଅଭିମାନ କରିଦକ୍ଷ ତା ଜାଣିବ କିପରି

  112. Couplet 112

    ଯେଣୁ ଯେ ଦକ୍ଷ ପ୍ରଜାପତିମୋ ଭାବେ ଚିନ୍ତଇ ଅନୀତି

  113. Couplet 113

    ଯେଣୁ ମୋ ଆଶ୍ରେ ଯେତେ ଛନ୍ତିଦକ୍ଷର ପ୍ରିୟ ସେ ନୁହଁନ୍ତି

  114. Couplet 114

    ନିରପରାଧ ମୁଁ ତାହାରଦୁର୍ବାକ୍ୟେ କଲା ତିରସ୍କାର

  115. Couplet 115

    ପିତା ହେଲେ ହେଁ ତାର ତହିଁଯିବା ତୋହର ନ ଯୋଗାଇ

  116. Couplet 116

    ତୁ ଯେବେ ମୋହର ବଚନଅଜ୍ଞାନେ କରିବୁ ଲଂଘନ

  117. Couplet 117

    ପିତା ଭୁବନେ ଯିବୁ ତୁହିକେବେହେଁ ତୋର ଭଲ ନାହିଁ

  118. Couplet 118

    ତୋହର ଅମଙ୍ଗଳ ପଳମୋହୃଦେ ହୋଇବ ବିକଳ

  119. Couplet 119

    ଉତ୍ତମଜନ ଜାଣ ଯେବେସ୍ୱଜନୁଁ ପରାଭବ ଲଭେ

  120. Couplet 120

    କେବେହେଁ ତାର ଭଲ ନାହିଁଏମନ୍ତ ଦେବୀ ଆଗେ କହି

  121. Couplet 121

    ସ୍ଥିର ହୋଇଲେ ଉମାକାନ୍ତକହଇ ଦାସ ଜଗନ୍ନାଥ

Odia Bhagabata skandha 4 adhyaya 3 | Parbani by ParibhaAsha App