Skandha 4
Adhyaya 2
Couplet 1
ଯେ ଶିବ ସାଧୁଙ୍କର ଶ୍ରେଷ୍ଠତା ସଙ୍ଗେ ଦକ୍ଷ କଲା ହଟ
Couplet 2
ଦୁହିତାବତ୍ସଳ ସ୍ୱଭାବେସତୀକୁ ଦେଇଅଛି ପୂର୍ବେ
Couplet 3
କିମ୍ପା ଅନୀତି ଆଚରିଲାସତୀକୁ ଅନାଦର କଲା
Couplet 4
ସଚରାଚର-ଗୁରୁ ହରସେ ଆତ୍ମାରାମେ ଯୋଗେଶ୍ୱର
Couplet 5
ଶାନ୍ତ-ବିଗ୍ରହ ନିର୍ବିକାରଅଦ୍ଭୁତ ମହିମା ଯାହାର
Couplet 6
ସମସୁହୃଦ ଶୁଦ୍ଧଚିତ୍ତଜଗତବନ୍ଧୁ ବିଶ୍ୱନାଥ
Couplet 7
ତାଙ୍କୁ ଅବଜ୍ଞା କିମ୍ପାକଲାକେବା ତାହାକୁ ଶିକ୍ଷା ଦେଲା
Couplet 8
ଶ୍ୱଶୁର-ଜାମାତାର ସ୍ନେହକିମ୍ପା ଭାଙ୍ଗିଲା ଏହା କହ
Couplet 9
ଶିବଙ୍କୁ ଅନାଦର କଲାସେ ଦୁଃଖେ ସତୀ ପ୍ରାଣ ଦେଲା
Couplet 10
ଏ ବାଣୀ ଶୁଣି ମୋର ମନଚଞ୍ଚଳ ଭାବେ ଛନଛନ
Couplet 11
ଭୋମୁନି କର ଅନୁଗ୍ରହକହ ହେ ନ ରହୁ ସନ୍ଦେହ
Couplet 12
ଶୁଣ ବିଦୁର ଶାସ୍ତ୍ରଯୋଗେସେ ବିଶ୍ୱସ୍ରଷ୍ଟାଙ୍କର ଯାଗେ
Couplet 13
ଯଜ୍ଞ ଆରମ୍ଭ ଆଚରଣେମିଳିଲେ ସର୍ବ ଦେବଗଣେ
Couplet 14
ଅଶେଷ ମୁନିଙ୍କର ମେଳେମିଳିଲେ ଦଶ ଦିଗପାଳେ
Couplet 15
ଯକ୍ଷ କିନ୍ନର ନାଗକୁଳମିଳିଲେ ଜ୍ୱଳନ୍ତ ଅନଳ
Couplet 16
ପିତୃ ଦେବତାଗଣ ଆଦିଯେଣେ ଯେ ଯଜ୍ଞକୁ ସମ୍ପାଦି
Couplet 17
ଏମନ୍ତେ ସୁରଗଣ ଯେତେମିଳିଲେ ବ୍ରହ୍ମାଙ୍କ ଅଗ୍ରତେ
Couplet 18
ସୁର କିନ୍ନର ବ୍ରହ୍ମମୁନିଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି
Couplet 19
ସେ ଦକ୍ଷ ନିଜ ବ୍ରହ୍ମତେଜେସୁନ୍ଦରେ ତ୍ରିଭୁବନ ଗଞ୍ଜେ
Couplet 20
ଆଦିତ୍ୟପ୍ରାୟେ ଦେହ କାନ୍ତିମଣିକଙ୍କଣ ଝଟକନ୍ତି
Couplet 21
ବ୍ରହ୍ମାର ସଭା ମଧ୍ୟଗତେଥିଲା ଯେ ତିମିର ଆୟତ୍ତେ
Couplet 22
ଦକ୍ଷର ତେଜେ ତମ ଗଲାସେ ସଭା ନିର୍ମଳ ଦିଶିଲା
Couplet 23
ସଭାର ଜନେ ଦକ୍ଷ ଦେଖିଉଠିଲେ ଆସନ ଉପେକ୍ଷି
Couplet 24
ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେଦକ୍ଷକୁ ଦେଖି ନ ଉଠିଲେ
Couplet 25
ସେ ସଭାମଧ୍ୟେ ମୁନି ଯେତେସାନନ୍ଦ ଭାବେ ଶୁଦ୍ଧ ଚିତ୍ତେ
Couplet 26
ଅଞ୍ଜଳି କରି ନିଜ ମାଥେରୋମାଞ୍ଚ ଅଶ୍ରୁଜଳ ନେତ୍ରେ
Couplet 27
ଦକ୍ଷଙ୍କୁ ସାଧୁ ସାଧୁବାଣୀଭାବେ କହନ୍ତି ପୁଣ ପୁଣି
Couplet 28
ସେ ଦକ୍ଷ ସଭାମଧ୍ୟେ ଗଲାବ୍ରହ୍ମା ଚରଣେ ପ୍ରଣମିଲା
Couplet 29
ସେ ବ୍ରହ୍ମା କୃତକୃତ୍ୟ ହୋଇଦକ୍ଷକୁ ଆଲିଙ୍ଗନ ଦେଇ
Couplet 30
ନିଜ ସମୀପେ ବସାଇଲେଅନେକ ପୁରସ୍କାର କଲେ
Couplet 31
ରୁଦ୍ର ଯେ ସଭା ମଧ୍ୟେ ଥିଲେଦକ୍ଷଙ୍କୁ ମାନ୍ୟ ସେ ନ କଲେ
Couplet 32
ଦେଖି ରୁଦ୍ରର ଅସମ୍ମାନଦକ୍ଷର ଚିତ୍ତେ ଗରୁ-ତମ
Couplet 33
ସେ ଦକ୍ଷ ସ୍ୱଭାବେ ଶ୍ୱଶୁରତାଙ୍କୁ ନ ଗଣିଲେ ଈଶ୍ୱର
Couplet 34
ଅବଜ୍ଞା ଦୋଷେ ସେ ପ୍ରଚଣ୍ତଯେହ୍ନେ ଉଦିତ ମାରତଣ୍ତ
Couplet 35
ଅତିହିଁ କୋପଭର ଚିତ୍ତେବୋଲନ୍ତି ସଭଗାର ଅଗ୍ରତେ
Couplet 36
କର ପ୍ରସାରି ସଭା ମଧ୍ୟେକୋପେ ବୋଲନ୍ତି ଶାସ୍ତ୍ରବାଦୋ
Couplet 37
ଶୁଣ ହେ ବ୍ରହ୍ମଋଷିଗଣେଆଗମ ନିଗମ ପ୍ରମାଣେ
Couplet 38
ତୁମ୍ଭେ ତ ସଭାମଧ୍ୟେ ଅଛଏହାର ଆଚାର ଦେଖୁଛ
Couplet 39
ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେଯେ ସାଦଚାର ଏ ଜଗତେ
Couplet 40
କେଲଂଘି ପାରେ ତାହା ବଳେଏ ତିନି-ଭୁବନମଣ୍ତଳେ
Couplet 41
ଦେଖ ଏ ତୁମ୍ଭର ବଚନଲଘିଂଲା ମର୍କଟ-ଲୋଚନ
Couplet 42
ରୁଦ୍ର ବୋଲାଇ ଗର୍ବ କଲାଏ ମୋତେ ଦେଖି ନ ଉଠିଲା
Couplet 43
ଦେଖ ଏ ଲୋକପାଳ ମଧ୍ୟେଯଶ ନାଶିଲା ଅପବାଦେ
Couplet 44
ଯେ ସାଧୁ ସନ୍ଥ ଆଚରଣକି ଭାବେ କଲାକ ଦୂଷଣ
Couplet 45
ମୋହର ଶିଷ୍ୟ ଏ ବୋଲାଇଯେଣୁ ଦୁହିତା ଦେଲି ମୁହିଁ
Couplet 46
ଅଗ୍ନିଦେବତା ବିପ୍ର ସ୍ଥାନେଦୁହିତା ଦେଇଛି ପ୍ରସନ୍ନେ
Couplet 47
ବେଦବାକ୍ୟରେ ସନମତକରିଣ ବଚନ ଉଚିତ
Couplet 48
ଏଣୁ ମୁଁ ଏହାର ଶ୍ୱଶୁରଗୁରୁଙ୍କ ମଧ୍ୟେ ଗୁରୁବର
Couplet 49
ଅଭିବାଦନ ସ୍ତୁତିବାଦେଧର୍ମେ ନବିବ ମୋର ପାଦେ
Couplet 50
ଏହା ନ କରି ମୋ ଚରଣେଅବଜ୍ଞା କଲା ମୂଢ଼ପଣେ
Couplet 51
ଏ ଲୁପ୍ତକ୍ରିୟା ହୀନାଚାରଅଶୁଚି ଶରୀର ଏହାର
Couplet 52
ମର୍ଯ୍ୟାଦା ଭେଦେ ଅଭିମାନୀବର୍ତ୍ତଇ ଶୂଦ୍ରଦେହ ଘେନି
Couplet 53
ଏହା ନ ଜାଣି ମୁଁ ଅଜ୍ଞାନେବିଶ୍ୱାସି ବ୍ରହ୍ମାର ବଚନେ
Couplet 54
ଦୁହିତା ଦାନ ଦେଲି ମୁହିଁଶୂଦ୍ରକୁ ଯେହ୍ନେ ବେଦ କହି
Couplet 55
ଅପାତ୍ରେ ଦେଲା ଫଳ ମୋରକ୍ରିୟା-କଳାପ ଶୁଣ ତାର
Couplet 56
ଶ୍ମଶାନବାସୀ ଏ ନିରତେବର୍ତ୍ତଇ ଭୂତ ପ୍ରେତ ସାଥେ
Couplet 57
ଉନ୍ମତ୍ତ ପ୍ରାୟେ ନଗ୍ନ ହୋଇଶ୍ମଶାନୁ ଶ୍ମଶାନେ ଭ୍ରମଇ
Couplet 58
ଜଟାକଳାପ ମୁକ୍ତକେଶଶ୍ମଶାନ ଚିତାଭସ୍ମ ବେଶ
Couplet 59
ଚିତାଭସ୍ମରେ କରେ ସ୍ନାନଶରୀରେ ଅସ୍ଥିର ଭୂଷଣ
Couplet 60
ଉନ୍ମତ୍ତ ଭୋଳେ ହାସ୍ୟ ମୁଖେନିତ୍ୟେ ବଞ୍ଚଇ ଆତ୍ମ ସୁଖେ
Couplet 61
ପତ୍ନୀର ଉପଦେଶ ଫଳେନିତ୍ୟେ ଭ୍ରମଇ ଅନ୍ତରାଳେ
Couplet 62
ଏହାର ନାମ ମାତ୍ର ଶିବସ୍ୱଭାବେ ଅଟଇ ଅଶିବ
Couplet 63
ପ୍ରମତ୍ତ-ମତ୍ତଜନ-ପ୍ରିୟଏଣୁ ଅଶୂଚି ଏହା କାୟ
Couplet 64
ପ୍ରଥମ-ଭୂତଗଣ-ପ୍ରିୟନିତ୍ୟେ ତାମସ ବହେ ମତି
Couplet 65
ଯେଣୁ ତାମସଜନ ପ୍ରିୟନିତ୍ୟେ ନିନ୍ଦିତ ଏହା ଦେହ
Couplet 66
ନିର୍ଗୁଣଭୂତେ ଏ ଦୁର୍ମତିସୁହୃଦ ପ୍ରାୟେ ବହେ ମତି
Couplet 67
ଅଶୌଚ-ହୃଦୟ ଏହାରକେବଳ ମନ୍ଦ-ବୁଦ୍ଧି-ପର
Couplet 68
ମୁଁ ମୂଢ ନ ଜାଣି ଅଜ୍ଞାନେବିଶ୍ୱାସି ବ୍ରହ୍ମାର ବଚନେ
Couplet 69
ଏହାକୁ ସତୀ କନ୍ୟା ଦେଲିଅତି ଅନୀତି ଆଚରିଲି
Couplet 70
ମୈତ୍ରେୟ କହେ ତୋଷମନେଶୁଣ ବିଦୁର ଏକମନେ
Couplet 71
ଏମନ୍ତେ କୁତ୍ସିତ ବଚନେସେ ପ୍ରଜାପତି କୋପମନେ
Couplet 72
ଦୁବିୁଦ୍ଧିପଣ ଆଚରିଲାଗିରିଶେ ବହୁ ନିନ୍ଦା କଲା
Couplet 73
ତକ୍ଷଣେ ଉଠି କୋପାନଳେହସ୍ତ ଅଞ୍ଜଳି ଭରି ଜଳେ
Couplet 74
ଭୃଗୁର ବଚନ ସମ୍ମତେହରଙ୍କୁ ଶାପଦେବା ଅର୍ଥେ
Couplet 75
ମନରେ ମହାକ୍ରୋଧ ଧରିଶିବେ ବୋଲନ୍ତି ଦୃଢକରି
Couplet 76
ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେଅଶେଷ ଦେବଙ୍କ ସମେତେ
Couplet 77
ଅଶେଷ-ଯଜ୍ଞେ ଯଜ୍ଞଭାଗକେବେହେଁ ହର ନ ଲଭିବ
Couplet 78
ଏକଥା ମୋହର ପ୍ରମାଣଏଥକୁ ସାକ୍ଷ୍ୟ ନାରାୟଣ
Couplet 79
ଏ ଦେବଗଣଙ୍କ ଅଧମଆତ୍ମାକୁ ମଣେ ସର୍ବସମ
Couplet 80
ଦକ୍ଷର ଏ ବଚନ ଶୁଣିସେ ଦେବସଭା ମଧ୍ୟେ ପୁଣି
Couplet 81
ଦକ୍ଷକୁ ଚାହିଁ ସର୍ବଲୋକେନିଷେଧ କଲେ ଏକେ ଏକେ
Couplet 82
ସେ ଦକ୍ଷ କୋପେ ଅଭିମାନୀଦେବଙ୍କ ବଚନ ନ ମାନି
Couplet 83
ଅତ୍ୟନ୍ତ କୋପେ ଶାପ ଦେଲାଋଷିଙ୍କ ବଚନ ନ ମାନି
Couplet 84
ସର୍ବ ମଣିଲା ଅଣହିତତେଣୁ କ୍ରୋଧରେ ଭ୍ରମଚିତ୍ତ
Couplet 85
ଶିବଙ୍କୁ କୋପେ ଶାପ ଦେଇଅତ୍ୟନ୍ତ ଅଭିମାନ ବହି
Couplet 86
ବ୍ରହ୍ମାର ସଭାରୁ ବାହାରତକ୍ଷଣେ ଯାନ୍ତେ ନିଜପୁର
Couplet 87
ନନ୍ଦି ଯେ ରୁଦ୍ର ପାଶେ ଥିଲାଦକ୍ଷର ଶାପ ସେ ଶୁଣିଲା
Couplet 88
ହୃଦୟେ କମ୍ପମାନ ହୋଇମନରେ ଦୁଃଖ-ଖେଦ ବହି
Couplet 89
ରୋଷେଣ କଷାୟ-ଲୋଚନଦକ୍ଷର ବାକ୍ୟେ କୋପମନ
Couplet 90
ଦକ୍ଷକୁ ପ୍ରତି-ଶାପ ଦେଇବୋଲଇ ସଭାଜନେ ଚାହିଁ
Couplet 91
ଦକ୍ଷର ମତେ ଯେତେ ଥିବେଦକ୍ଷକୁ ଯେବା ଆରାଧିବେ
Couplet 92
ବିଷ୍ଣୁରେ ଦୋରେହା ହୋଇବେଏ ଦୋଷେ କୁମ୍ଭୀପାକେ ଯିବେ
Couplet 93
ଯେବା ଗାଇବ ଏହା ବାଣୀହୀନ ପ୍ରାଣୀଙ୍କ ମଧ୍ୟେ ଗଣି
Couplet 94
ଏ କୂଟ-ଗୃହଧର୍ମ ମଧ୍ୟେବିଷୟଭୋଗ ଇଚ୍ଛା ସଧେ
Couplet 95
ବିସ୍ତାରି ଯଜ୍ଞ କର୍ମକାଣ୍ତେଦମ୍ଭେ ଆରମ୍ଭି ଏ ପାଷଣ୍ତେ
Couplet 96
ଦେହକୁ ସ୍ୱାର୍ଥ ପ୍ରାୟେ ମଣିଆତ୍ମାର ଗତି ନ ପ୍ରମାଣି
Couplet 97
ପଶୁଙ୍କ ପ୍ରାୟେ କରି ଆଶସର୍ବଦା ହେଉ ନାରୀବଶ
Couplet 98
ଏ ଦକ୍ଷ ଛାଗମୁଖ ହେଉଆମ୍ଭର ଶାପ ଆନ ନୋହୁ
Couplet 99
ଅବିଦ୍ୟାମାର୍ଗେ ବିଦ୍ୟା କଳ୍ପିଅଲାଭେ ଲାଭ ବୁଦ୍ଧି ସ୍ଥାପି
Couplet 100
ଏଣୁ ଏ ଛାଗର ସମାନଅତିଶୟରେ ଜ୍ଞାନହୀନ
Couplet 101
ଦକ୍ଷଙ୍କ ପ୍ରାୟେ ଯେ ବ୍ରାହ୍ମଣସଂସାରେ ଭ୍ରମୁ ପୁଣପୁଣ
Couplet 102
ଜୀବିକା ପାଇଁ ଧୃତବ୍ରତଅଜ୍ଞାନବଳେ ଏ ମୋହିତ
Couplet 103
ଅଶେଷ ଯୋନି ସେ ପାଇବେଜନ୍ମ ମରଣ ସଞ୍ଚରିବେ
Couplet 104
ପାତ୍ର ନ ବୁଝି ଅବିଗୁଣେଯେ ମନ୍ଦବୁଦ୍ଧି ମୂଢ଼ପଣେ
Couplet 105
ପଶୁ ହିଂସିବେ କର୍ମମତେଅଜ୍ଞାନବଳେ ବିମୋହିତେ
Couplet 106
ଅଶେଷ-ଯଜ୍ଞ-କର୍ମ କରିଏଭକ୍ଷ୍ୟାଭକ୍ଷ୍ୟ ନ ବିଚାରି
Couplet 107
ଏ ବିପ୍ରେ ତପ-ବିଦ୍ୟା-ବ୍ରତଅଶେଷ କାମ୍ୟଫଳେ ରତ
Couplet 108
ଚିତ୍ତ ଇନ୍ଦ୍ରିୟ ଦେହେ ରମିଯାଚକ ପ୍ରାୟେ ଶ୍ରମେ ଭ୍ରମି
Couplet 109
ଭ୍ରମିବେ ଇହପରଲୋକେଅରୁଦ୍ର ମାର୍ଗେ ଅତିରେକେ
Couplet 110
ଏମନ୍ତ ଶାପ ବିପ୍ରକୁଳେସେ ନନ୍ଦୀଶ୍ୱର କୋପାନଳେ
Couplet 111
ଭୃଗୁ ଯେ ସଭା ମଧ୍ୟେ ଥିଲେନନ୍ଦୀର ଶାପ ସେ ଶୁଣିଲେ
Couplet 112
ଦକ୍ଷର ମତେ ପକ୍ଷ ଧରିରୁଦ୍ର ବିଷୟେ କୋପକରି
Couplet 113
ଯେ ବ୍ରହ୍ମଦଣ୍ତ ଦୁରତ୍ୟୟସ୍ୱଭାବେ ଭୃଗୁ ମହାଶୟ
Couplet 114
ସେ ଅନୁଖେଦ ମନେ ଘେନିଶିବେ ଅଭାବ ମନେ ଗୁଣି
Couplet 115
ଦକ୍ଷିଣ-ହସ୍ତେ ଜଳଘେନିସଭା ସମୂହେ ଉଚ୍ଚେ ବାଣୀ
Couplet 116
କୋପେ ବୋଲଇ ଭୃଗୁଋଷିବ୍ରାହ୍ମକୁ ସେ ଚିତ୍ତେ ନିବେଶି
Couplet 117
ଯେ ଶିବବ୍ରତ ଏ ଜଗତେକରିବ ଚିତ୍ତର ଆୟତ୍ତେ
Couplet 118
ସେ ଶାସ୍ତ୍ରମତ ନ ଆଦରିପାଷଣ୍ତ ହୋନ୍ତୁ ତମ ଧରି
Couplet 119
ଦୁଷ୍ଟ ଅଶ୍ରୁଚି ମୂଢ଼ବୁଦ୍ଧିପାଷଣ୍ତପଣେ ଯେ ପ୍ରସିଦ୍ଧି
Couplet 120
ଭୂଷଣ ଜଟା ଭସ୍ମ ଅସ୍ଥିଶିବ ପୂଜନେ ଦୃଢ଼ମତି
Couplet 121
ବହନ୍ତୁ ଶିବଦୀକ୍ଷା ହୃଦେଯହିଁ ଦେବତା ସୁରାମଦେ
Couplet 122
ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରିନିରତେ ଶିବଦୀକ୍ଷା ଧରି
Couplet 123
ଶିବର ପଥ ସନାତନଯେ ଅବା ଆଚରିବେ ଜନ
Couplet 124
ବିଷ୍ଣୁ-ନିନ୍ଦନ ଫଳ ପାଉଅନ୍ତେ ପାଷଣ୍ତ ଗତି ହେଉ
Couplet 125
ଏମନ୍ତ ଭୃଗୁବାକ୍ୟ ଶୁଣିସଭାର ମଧ୍ୟ ଶୂଳପାଣି
Couplet 126
ବିମନା ହୋଇ ବେଗେ ଉଠିଅନଳ ପ୍ରାୟ କୋପଦୃଷ୍ଟି
Couplet 127
ନିଜ ଗଣଙ୍କୁ ଘେନି ସଙ୍ଗେଗମିଲେ ନିଜ ସ୍ଥାନ ମାର୍ଗେ
Couplet 128
ଶିବ ଗମନେ ମୁନିଗଣେଆଗମ ନିଗମ ପ୍ରମାଣେ
Couplet 129
ତଦନ୍ତେ ବିଶ୍ୱସ୍ରଷ୍ଟାମାନେସହସ୍ରବତ୍ସର ପ୍ରମାଣେ
Couplet 130
ଯଥା ବିଧାନେ ଯଜ୍ଞସାରିସେ ଅବଭୃତ ସ୍ନାନ କରି
Couplet 131
ପ୍ରୟାଗେ ଯମୁନା ସହିତଜାହ୍ନବୀ ହୋଇଛି ମିଳିତ
Couplet 132
ତହିଁ ସକଳେ ସ୍ନାନ ସାରିଗମିଲେ ନିଜ ନିଜ ପୁରୀ
Couplet 133
ସେ ବ୍ରହ୍ମଯଜ୍ଞ ନମସ୍ତୁତେଭାଷା ପ୍ରବନ୍ଧେ ଭାଗବତେ
Couplet 134
ଚତୁର୍ଥସ୍କନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 135
ବିଷ୍ଣୁଚରିତ ସୁଧାରସକହଇ ଜଗନ୍ନାଥ ଦାସ