Skip to content
paribhaasha

Skandha 4

Adhyaya 1

  1. Couplet 1

    ଏବେ ହେ ଶୁଣ ଏକଚିତ୍ତେଚତୁର୍ଥସ୍କନ୍ଧେ ଭାଗବତେ

  2. Couplet 2

    ପୂର୍ବେ ଯେ ପଦ୍ମଯୋନି-ତନୁଁଜନ୍ମିଲେ ସ୍ୱାୟମ୍ଭୁବମନୁ

  3. Couplet 3

    ତା ନାରୀ ଶତରୂପା ନାମପବିତ୍ର-ସର୍ବ-ଗୁଣ-ଧାମ

  4. Couplet 4

    ତାହାଙ୍କଠାରୁ ସୁତା ତିନିପରେ ଜନ୍ମିଲେ ସୁତବେନି

  5. Couplet 5

    ଆକୂତି ଦେବହୂତି ବେନିପ୍ରସୂତି ନାମେ କନ୍ୟା ତିନି

  6. Couplet 6

    ଆକୂତି ରୁଚିକି ବରିଲାପୁତ୍ରିକା ଧର୍ମେ ବିଭା ଦେଲା

  7. Couplet 7

    ଯେ ଧର୍ମବିଧି ବେଦମାର୍ଗେବିଚାରି ଶତରୂପା ସଙ୍ଗେ

  8. Couplet 8

    ସେ ପ୍ରଜାପତି ଗୃହେ ଆଣିସ୍ୱଧର୍ମେ ଆକୂତି ଘରଣୀ

  9. Couplet 9

    ସେ କନ୍ୟା ଗର୍ଭେ ରୁଚି ବୀର୍ଯ୍ୟେପୁତ୍ର ଦୁହିତା ମହାତେଜେ

  10. Couplet 10

    ଜନ୍ମିଲେ ଅତି ସୁଲକ୍ଷଣତାହାଙ୍କ ନାମ ଏବେ ଶୁଣ

  11. Couplet 11

    ଯଜ୍ଞପୁରୁଷ ତାଙ୍କ ବଂଶେଜନ୍ମ ହୋଇଲେ ବିଷ୍ଣୁ ଅଂଶେ

  12. Couplet 12

    କନ୍ୟା ସୁରୂପା ସୁଲକ୍ଷଣାତା ନାମ କଳ୍ପିଲା ଦକ୍ଷିଣା

  13. Couplet 13

    ତହୁଁ କନ୍ୟାର ପୁତ୍ର ଆଣିସ୍ୱଗୃହେ ମନୁଙ୍କ ଘରଣୀ

  14. Couplet 14

    ନିଜ ଅପତ୍ୟ ପ୍ରିୟଭାବେପାଳନ୍ତି ମନୁବଂଶ ଲାଭେ

  15. Couplet 15

    ରୁଚିର ଘରେ କନ୍ୟା ରହିଦକ୍ଷିଣା ନାମ ଯାର ହୋଇ

  16. Couplet 16

    ଏମନ୍ତେ ଗଲା ଦିନାକେତେସେ ରୁଚି କନ୍ୟା ଅଭିମତେ

  17. Couplet 17

    ସେ ଯଜ୍ଞରୂପୀ ବିଷ୍ଣୁହସ୍ତେକନ୍ୟା ଅର୍ପିଲେ ବିଧିମତେ

  18. Couplet 18

    ସେ ଯଜ୍ଞପତି କନ୍ୟା ପାଇଗୃହସ୍ଥ-ଧର୍ମ-ବିଧି ବହି

  19. Couplet 19

    ସ୍ୱଧର୍ମ ସାଧନାର ଅର୍ଥେସୁବୁଦ୍ଧି ଘେନି ଶୁଦ୍ଧଚିତ୍ତେ

  20. Couplet 20

    ଦକ୍ଷିଣା ଗର୍ଭେ ମୁନିବଳାଦ୍ୱାଦଶପୁତ୍ର ଜନ୍ମ କଲା

  21. Couplet 21

    ତୋଷ ପ୍ରତୋଷ ପୁତ୍ରବେନିସନ୍ତୋଷ ଭଦ୍ର ଶାନ୍ତି ଘେନି

  22. Couplet 22

    ଷଷ୍ଠ ପୁତ୍ର ଯେ ଇଡଷ୍ପତିବେଦେ ଅଧିକ ଯାର ମତି

  23. Couplet 23

    ଇଦୁ କବି ଯେ ବିଭୂ ସ୍ୱାହ୍ନସୁଦେବ ଦ୍ୱାଦଶେ ରୋଚନ

  24. Couplet 24

    ସେ ସ୍ୱାୟମ୍ଭୁବ ସୁଶାସନେଏହି ଦ୍ୱାଦଶ ଭ୍ରାତୃଗଣେ

  25. Couplet 25

    ତୁଷିତ ନାମେ ଦେବଗଣହୋଇଲେ ସୃଷ୍ଟିର କାରଣ

  26. Couplet 26

    ମରୀଚି ଆଦି ସପ୍ତମୁନିଯଜ୍ଞକୁ ଇନ୍ଦ୍ରପଦେ ଘେନି

  27. Couplet 27

    ଉତ୍ତାନପାଦ ପ୍ରିୟବ୍ରତଏ ବେନି ମନୁରାଜା ସୁତ

  28. Couplet 28

    ଏହାଙ୍କ ବଂଶେ ରାଜା ଯେତେପୁତ୍ର ପଉତ୍ର ଅପ୍ରମିତେ

  29. Couplet 29

    ଯେ କନ୍ୟା ଦେବହୂତି ନାମତାହାକୁ ଲଭିଲେ କର୍ଦ୍ଦମ

  30. Couplet 30

    ତାହାର ନବକନ୍ୟା ଗର୍ଭେଯେ ଅବା ଉପୁଜିଲେ ପୂର୍ବେ

  31. Couplet 31

    ସେ କଥା କହିବଇଁ ତୋତେତୁ ଯେଣୁ ପଚାରିଲୁ ମୋତେ

  32. Couplet 32

    ପ୍ରସୂତି କନ୍ୟା ମନୁରାଜାଦେଇ ଦକ୍ଷକୁ କଲା ପୂଜା

  33. Couplet 33

    ତାର ସନ୍ତତି ତିନିଲୋକେବିସ୍ତାର ହୋଇଲେ ଅନେକେ

  34. Couplet 34

    କହିବି ଏଥିର କାରଣତୁ ଏବେ ସାବଧାନେ ଶୁଣ

  35. Couplet 35

    ଶୁଣନ୍ତେ ନବମୁନି - ବଂଶହରଇ ଅଶେଷ କଳୁଷ

  36. Couplet 36

    କର୍ଦ୍ଦମ କନ୍ୟା ନାମ କଳାମରୀଚି ମୁନିଙ୍କୁ ଅର୍ପିଲା

  37. Couplet 37

    ମରୀଚି ବୀର୍ଯ୍ୟେ ତା ଉଦରେଜନ୍ମିଲେ ଯେ ବେନି କୁମରେ

  38. Couplet 38

    କଶ୍ୟପ ପୂର୍ଣ୍ଣିମାନ ଦୁଇଶୁଚି ସୁନ୍ଦର ବେନିଭାଇ

  39. Couplet 39

    ଏ ବେନିଭାଇଙ୍କର ବଂଶଜଗତେ ଅନେକ ପ୍ରକାଶ

  40. Couplet 40

    ବିରଜ ପୂର୍ଣ୍ଣିମାର ସୁତଅପର ବିଶ୍ୱଗ ବିଦିତ

  41. Couplet 41

    ତା ଦେବକୁଲ୍ୟା ନାମେ କନ୍ୟାପୂର୍ବେ ଯେ ଗଙ୍ଗା ନାମେ ଧନ୍ୟା

  42. Couplet 42

    ଅତ୍ରିର ଅନସୂୟା ନାରୀଅତି ସୁନ୍ଦରୀ ସୁକୁମାରୀ

  43. Couplet 43

    ତାହାର ଗର୍ଭେ ତିନିସୁତହୋଇଲେ ଜଗତେ ବିଦିତ

  44. Couplet 44

    ଦତ୍ତ ଦୂର୍ବାସା ସୋମ ତିନିତିନି ଦେବଙ୍କ ଅଂଶ ଘେନି

  45. Couplet 45

    ଅତ୍ରିର ପତ୍ନୀ ଗର୍ଭଗତେତ୍ରିଦେବ ଜନ୍ମିଲେ କେମନ୍ତେ

  46. Couplet 46

    ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରିସୃଷ୍ଟି ପାଳନ ଅନ୍ତକାରୀ

  47. Couplet 47

    କି ହେତୁ କି କର୍ମ ବିଚାରିକିମ୍ପା ଜନ୍ମିଲେ ଦେହଧରି

  48. Couplet 48

    ଏ କଥା ସଂଶୟ ତ ମୋତେଭୋ ମୁନି କହ ଶୁଦ୍ଧଚିତ୍ତେ

  49. Couplet 49

    ବିଦୁର-ତହୁଁ ଏହା ଶୁଣିକହେ ମୈତ୍ରେୟ ମନେ ଶୁଣି

  50. Couplet 50

    ଶୁଣ ବିଦୁର ଧୀରମନଅତ୍ରି ଯେ ବ୍ରହ୍ମାର ନନ୍ଦନ

  51. Couplet 51

    ସ୍ୱଭାବେ ବ୍ରହ୍ମଜ୍ଞାନୀ ବରବ୍ରହ୍ମା ବୋଇଳେ ତପ କର

  52. Couplet 52

    ଯେ ତପେ ଯେବା ଦେବ ସେବିତାର ପ୍ରସନ୍ନେ ଫଳ ଲଭି

  53. Couplet 53

    ଏମନ୍ତ ପିତା ବାକ୍ୟ ମାନିଧର୍ମପତ୍ନୀକି ସଙ୍ଗେ ଘେନି

  54. Couplet 54

    ସେ ପତିବ୍ରତା ଅନସୂୟାତାକୁ ନ ଲାଗେ ବିଷ୍ଣୁମାୟା

  55. Couplet 55

    ସେ ସାଧୁ ପତ୍ନୀ ସଙ୍ଗମେଳେମିଳିଲେ ଋକ୍ଷ କୁଳାଚଳେ

  56. Couplet 56

    ସେ ଗିରିଶିଖେ ନାନା ଫୁଲସୁରଙ୍ଗ ସୁଗନ୍ଧ ଅମୂଲ

  57. Couplet 57

    ଦିବ୍ୟ ସୁସଞ୍ଚ ପନ୍ତିପନ୍ତିମନମୋହନ ବୃକ୍ଷେ ଛନ୍ତି

  58. Couplet 58

    ଚନ୍ଦନ ଚମ୍ପକ ଅଶୋକପାରଜାତକ କୁରୁବକ

  59. Couplet 59

    ନିର୍ବିନ୍ଧ୍ୟା ନାମେ ନଦୀ ବହେସ୍ନାନେ ସକଳ ପାପ ଦହେ

  60. Couplet 60

    ସେ ବନେ ପଶି ବେନିଜନେତପ ସମାଧି ଯୋଗଧ୍ୟାନେ

  61. Couplet 61

    ମନକୁ ଧରି ଆତ୍ମାବଳେପବନ ଇନ୍ଦ୍ରିୟ ନିଶ୍ଚଳେ

  62. Couplet 62

    ଏକ ଚରଣେ ଉଭାହୋଇଉର୍ଦ୍ଧ୍ୱ ବଦନେ ଶୂନ୍ୟେ ଧ୍ୟାୟି

  63. Couplet 63

    ଶତେ ବରଷ ଯୋଗଧ୍ୟାନେବଞ୍ଚିଲେ ପବନ ଅଶନେ

  64. Couplet 64

    ନିଶ୍ଚଳ ଯୋଗଧ୍ୟାନେ ଚିନ୍ତିଚିତ୍ତେ ଏମନ୍ତ ବିଚାରନ୍ତି

  65. Couplet 65

    ଜଗତପ୍ରଭୁ ଯେ ଈଶ୍ୱରସୃଷ୍ଟି-ପାଳନ-ନାଶକର

  66. Couplet 66

    ଅନାଦି-ପରମ-କାରଣଦୁର୍ଲ୍ଲଭ ଯାହାର ବରଣ

  67. Couplet 67

    ଆମ୍ଭର ସନ୍ତତି କାରଣେଶରଣ ଗଲୁ ତା ଚରଣେ

  68. Couplet 68

    ଏମନ୍ତ ଚିତ୍ତେ ବିଚାରନ୍ତିହରିହୁଁ ଆନ ନା ଜାଣନ୍ତି

  69. Couplet 69

    ସେ ହରି ଯେବେ ଦୟାକରେଜନ୍ମ ଲଭିବେ ଆମ୍ଭ ଘରେ

  70. Couplet 70

    ସଫଳ ଜୀବନ ମୋହରସେ ହରି ଶରଣ-ସୋଦର

  71. Couplet 71

    ଏମନ୍ତ ଚିତ୍ତେ ନିତ୍ୟେ ଚିନ୍ତିସେ ବନେ ତପ ସେ ସାଧନ୍ତି

  72. Couplet 72

    ଉର୍ଦ୍ଧ୍ୱ-ବଦନେ ଯେ ନିଶ୍ଚଳଏମନ୍ତେ ଗଲା ଦୀର୍ଘକାଳ

  73. Couplet 73

    ପ୍ରାଣ ସଂଯମ ଶ୍ରମବଳେଶିରେ ଅନଳ ଉପୁଜିଲେ

  74. Couplet 74

    ତେଜେ ତାପିଲା ତିନିପୁରଦେଖି କମ୍ପିଲେ ସୁର-ନର

  75. Couplet 75

    ବିଶ୍ୱ କମ୍ପିତ ତେଜମୟେଦେଖି ଗୋବିନ୍ଦ କଲେ ଭୟେ

  76. Couplet 76

    ତାହାଙ୍କ ତପର ସନ୍ତୋଷେଗୋବିନ୍ଦ ମନର ହରଷେ

  77. Couplet 77

    ତକ୍ଷଣେ ପ୍ରଭୁ ନରହରିଭବ-ବିରଞ୍ଚି ସଙ୍ଗେ କରି

  78. Couplet 78

    ବେଗେ ମିଳିଲେ ଶୂନ୍ୟପଥେଗନ୍ଧର୍ବ ବିଦ୍ୟାଧର ଯୁତେ

  79. Couplet 79

    ଉରଗ ସିଦ୍ଧ ମୁନିବୁନ୍ଦେଅସ୍ପରା ନୃତ୍ୟନ୍ତି ଆନନ୍ଦେ

  80. Couplet 80

    ସୁସ୍ୱର ଯନ୍ତ୍ରେ ଗୀତ ଗାନଯେଣେ ସନ୍ତୋଷ ଆତ୍ମାମନ

  81. Couplet 81

    ସେ ମୁନି ଯଶ-ଗୁଣ ଗାଈତପ ପ୍ରଭାବ ହୃଦେ ବହି

  82. Couplet 82

    ସେ ହରି କମଳ-ଲୋଚନଅଶେଷ ଭବ-ବିମୋଚନ

  83. Couplet 83

    ହରଷ ମନ ଅତି ଶ୍ରମେମିଳିଲେ ମୁନିଙ୍କ ଆଶ୍ରମେ

  84. Couplet 84

    ଦେବଙ୍କ ଆଗମନ ଦେଖିସେ ମୁନି ଆସନ ଉପେକ୍ଷି

  85. Couplet 85

    ସମାଧି ତପ ଆଚରଣେଥିଲେ ଯେ ଏକଇ ଚରଣେ

  86. Couplet 86

    ବେନିଚରଣ ତଳେ ଥୋଇକପୋଳେ ବେନିକର ଦେଇ

  87. Couplet 87

    ହୃଦୟେ ପୁଲକିତ ଭାବଯେଣୁ ଗୋବିନ୍ଦ-ଅନୁରାଗ

  88. Couplet 88

    ହରଷ-ଅଶ୍ରୁଜଳ ନେତ୍ରେପ୍ରଣାମ କରି ଦଣ୍ତବତେ

  89. Couplet 89

    ଉଠି ଚାହଁଇ ଶୂନ୍ୟମାର୍ଗେତିନି ମୂରତି ଦେଖି ଆଗେ

  90. Couplet 90

    ବୃଷଭ ପକ୍ଷିରାଜ-ଯାନେପରମହଂସର ବିମାନେ

  91. Couplet 91

    ତିନିଦେବଙ୍କ ଚିହ୍ନ ଦେଖିନିଶ୍ଚଳ କଲା ବେନିଆଖି

  92. Couplet 92

    ଦେଖଇ ବ୍ରହ୍ମା ବିଷ୍ଣୁ ହରନିଜ ଆୟୁଧ ଧରି କର

  93. Couplet 93

    ପ୍ରସନ୍ନ ଦିଶେ ମୁଖକାନ୍ତିଈଷିତ ହାସ୍ୟେ ଶୋଭାପାନ୍ତି

  94. Couplet 94

    ଏମନ୍ତେ ଦେଖି ତିନିମୁଖମୁନି ଛାଡିଲେ ମନୁ ଦୁଃଖ

  95. Couplet 95

    କଣ୍ଠ-କୁଣ୍ଠିତ ଗଦଗଦେପ୍ରଣାମ କରି ପଦ୍ମପାଦେ

  96. Couplet 96

    କରଅଞ୍ଜଳି ଶିରେ ଦେଇବୋଲଇ ତାଙ୍କ ମୁଖ ଚାହିଁ

  97. Couplet 97

    ସୃଷ୍ଟି ପାଳନ ସଂହାରଣେତୁମ୍ଭର ଶରୀର ପ୍ରମାଣେ

  98. Couplet 98

    ଭକ୍ତଜନଙ୍କ ପ୍ରୀତି ଯୋଗେଶରୀର ବହ ଯୁଗେ ଯୁଗେ

  99. Couplet 99

    ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହରମୁଁ ତୁମ୍ଭ ଚରଣେ କିଙ୍କର

  100. Couplet 100

    ତୁମ୍ଭର ରୂପ ଏସଂସାରେପ୍ରକାଶ ଜନ-ଉପକାରେ

  101. Couplet 101

    ମୁଁ ଧ୍ୟାନ କଲି ଯାହାରୂପକହ ହେ ମୋତେ ତା ସ୍ୱରୂପ

  102. Couplet 102

    ସନ୍ତାନ ପାଇଁ ଭଗବାନତପେ ମୁଁ କଲି ଆରାଧନ

  103. Couplet 103

    ପ୍ରଜାର୍ଥେ ଧ୍ୟାନ କରି ଯାରସେ ଦେହୀଙ୍କର ଅଗୋଚର

  104. Couplet 104

    ଏବେ ତ୍ରିତୟ-ରୂପ ଧରିତୁମ୍ଭେ ବିଜୟ ମୋର ପୁରୀ

  105. Couplet 105

    କି ରୂପେ ତୁମ୍ଭେ ତିନିଜଣଏ ସ୍ଥାନେ କଲ ଆଗମନ

  106. Couplet 106

    ଏଥିରେ ମୋହର ବିସ୍ମୟସନ୍ଦେହ ଫେଡ ଦୟାମୟ

  107. Couplet 107

    ଏ ବଡ ବିଚିତ୍ର ମଣଇସଂଶୟ ଫେଡ ଦୟାବହି

  108. Couplet 108

    ବିଦୁର ସାବଧାନେ ଶୁଣତ୍ରିଦେବ ହୋଇଣ ପ୍ରସନ୍ନ

  109. Couplet 109

    ଏମନ୍ତ ଅତ୍ରି ବାକ୍ୟ ଶୁଣିବିଷ୍ଣୁ ଶଙ୍କର ପଦ୍ମଯୋନି

  110. Couplet 110

    ବୋଲନ୍ତି ଅତ୍ରି ମୁଖ ଚାହିଁଭୋମୁନି ଭାଗ୍ୟବନ୍ତ ତୁହି

  111. Couplet 111

    ତୋହର ପ୍ରାୟେ ତପଘୋରେତପସ୍ୱୀ ନାହିଁ ଏ ସଂସାରେ

  112. Couplet 112

    ପତ୍ନୀ ସହିତେ ଦୁଃଖ ସହିଯେ ତପ କଲୁ ବନେ ରହି

  113. Couplet 113

    ଚିତ୍ତେ ତୁ କଳ୍ପିଅଛୁ ଯାହାତେଣୁ ଆମ୍ଭର ତୋତେ ଦୟା

  114. Couplet 114

    ଚିତ୍ତେ ତୁ କଲୁ ଯାର ଧ୍ୟାନସେ ଆମ୍ଭ ତିନିରୂପ ଜାଣ

  115. Couplet 115

    ମନେ ତୁ ସଂଶୟ ନ କରହୋଇବୁ ତୋହର କୁମର

  116. Couplet 116

    ତୋହର ଯଶ ଏ ଜଗତେନିଶ୍ଚଳ ରହିବ ଯେମନ୍ତେ

  117. Couplet 117

    କରିବୁଁ ସତ୍ୟ ଏ ବଚନକହି ହୋଇଲେ ଅନ୍ତର୍ଦ୍ଧାନ

  118. Couplet 118

    ନିଜ ଭୁବନେ ଗଲେ ଦେବେଶୁଣ ବିଦୁର କହୁଁ ଏବେ

  119. Couplet 119

    ସେ ମୁନିପତ୍ନୀ ଗର୍ଭ ଯୋଗେଜନ୍ମ ହୋଇଲେ ତିନିଦେବେ

  120. Couplet 120

    ନୟନ ମଧ୍ୟୁ ସୋମ ଜାତଉଦରୁ ଦତ୍ତ ଯେ ସମ୍ଭୂତ

  121. Couplet 121

    ଦୁର୍ବାସା ଧ୍ୱର୍ଜଟିର ଅଂଶେଜନ୍ମ ହୋଇଲେ ପୃଷ୍ଠଦେଶେ

  122. Couplet 122

    ତପର ପ୍ରଭାବ ଏ ପୁଣଏବେ ଅଙ୍ଗିରା ବଂଶ ଶୁଣ

  123. Couplet 123

    ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀତାର ସଙ୍ଗମେ ପ୍ରଜାପତି

  124. Couplet 124

    ଚାରି-କୁମାରୀ ଜନ୍ମ କଲାସୁନ୍ଦର-ରୂପ-ଗୁଣ-ଶୀଳା

  125. Couplet 125

    ତୁଳନା ନାହିଁ ଅନୁପମଶୁଣ ହୋ ତାହାଙ୍କର ନାମ

  126. Couplet 126

    ପ୍ରଥମ କନ୍ୟା ସିନୀବାଲୀଅପରେ କୁହୁ ରାକାବାଳୀ

  127. Couplet 127

    ଚତୁର୍ଥ କନ୍ୟା ଅନୁମତିଏମନ୍ତେ କନ୍ୟାଙ୍କର ଖ୍ୟାତି

  128. Couplet 128

    ଅପରେ ବେନିପୁତ୍ର ଜାତଉତଥ୍ୟ ବୃହସ୍ପତି ଖ୍ୟାତ

  129. Couplet 129

    ଏ ସ୍ୱାରୋଚିଷ ମନ୍ୱନ୍ତରେଗୁଣେ ବିଖ୍ୟାତ ତିନିପୁରେ

  130. Couplet 130

    ବ୍ରହ୍ମା ବନ୍ଦିତ ତାଙ୍କ ଗୁଣପୁଲସ୍ତ୍ୟ ବଂଶ ଏବେ ଶୁଣ

  131. Couplet 131

    ଅଗସ୍ତ୍ୟ ହବିର୍ଭୁ ଉଦରେଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ

  132. Couplet 132

    ଏ ଅନ୍ୟ ଜନ୍ମରେ ଜଠରଅଗ୍ନିରେ ଖ୍ୟାତ ତିନିପୁର

  133. Couplet 133

    ବିଶ୍ରବା ନାମେ ଆର ସୁତଯା ଯଶ ତିନିପୁରେ ଖ୍ୟାତ

  134. Couplet 134

    ତା ପତ୍ନୀ ନାମ ଇଡବିଡାଦୁର୍ଜୟ ପୁତ୍ର ପ୍ରସବିଲା

  135. Couplet 135

    ବିଶ୍ରବା ଦେଖି ତା ଶରୀରତା ନାମ କଳ୍ପିଲା କୁବେର

  136. Couplet 136

    ପୁଣି ବିଶ୍ରବା ତେଜ ଘେନିକେଶିନୀ ଗର୍ଭେ ପୁତ୍ରତିନି

  137. Couplet 137

    ରାବଣ କୁମ୍ଭକର୍ଣ୍ଣ ନାମତେଜେ ତ୍ରୈଲୋକ୍ୟ ନାହିଁ ସମ

  138. Couplet 138

    ଜନ୍ମ ହୋଇଲେ ବିଭୀଷଣବିଷ୍ଣୁ ଭକତ ମହାଜନ

  139. Couplet 139

    ପୁଲହ-ବଂଶ ଏବେ ଶୁଣକହିବା ତାହାଙ୍କର ଗୁଣ

  140. Couplet 140

    ପୁଲହ-ଭାର୍ଯ୍ୟା ଗତି ଗର୍ଭେତିନି-ବାଳକ ଜନ୍ମ ଲଭେ

  141. Couplet 141

    କେ ପାରେ ତାଙ୍କ ଗୁଣଚିନ୍ତିଅନଳ ପ୍ରାୟେ ତେଜ କାନ୍ତି

  142. Couplet 142

    ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠଦ୍ୱିତୀୟ ବରୀୟସ ଶିଷ୍ଟ

  143. Couplet 143

    ସହିଷ୍ଣୁ ତୃତୀୟ ପ୍ରକାଶଏବେ ତୁ ଶୁଣ କ୍ରତୁବଂଶ

  144. Couplet 144

    କ୍ରତୁର ପତ୍ନୀ କ୍ରିୟା ନାମତା ପୁତ୍ର ଶୁଣ ପୁଣ୍ୟଧାମ

  145. Couplet 145

    ଷଷ୍ଟି ସହସ୍ର ବାଳଖିଲ୍ୟାତା ଗର୍ଭେ ପୁତ୍ର ଉପୁଜିଲା

  146. Couplet 146

    କେ ପାରେ ତାଙ୍କ ଗୁଣ ଚିନ୍ତିଅନଳ ପ୍ରାୟେ ବିରାଜନ୍ତି

  147. Couplet 147

    ଶୁଣ କହିବା ବିଷ୍ଣୁଭାବେବଶିଷ୍ଠ ବୀର୍ଯ୍ୟେ ଉର୍ଜ୍ଜା ଗର୍ଭେ

  148. Couplet 148

    ନିର୍ମଳ ଗୁଣ ସପ୍ତଋଷିମନୁଅନ୍ତରେ ଯାହା ଘୋଷି

  149. Couplet 149

    ଶୁଣ ବିଦୁର ମନ ସୁଖେତାହାଙ୍କ ନାମ କହୁଁ ମୁଖେ

  150. Couplet 150

    ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚିବିରଜା ମିତ୍ର ବେନି ବତ୍ସି

  151. Couplet 151

    ଉଲ୍ୱଣ ବସୁଭୃତ ଯାନଦ୍ୟୁମାନ ଶକ୍ତି ଆଦି ଅନ୍ୟ

  152. Couplet 152

    ଚିତିର ବଂଶ ଏବେ କହିଶୁଣ ବିଦୁର ମନ ଦେଇ

  153. Couplet 153

    ଚିତି ଯେ ଅଥର୍ବଣ ପତ୍ନୀତା ଗର୍ଭେ ଏକପୁତ୍ର ଜନ୍ମି

  154. Couplet 154

    ଦଧୀଚି ନାମେ ମହାଧୀରତା ଅନ୍ୟନାମ ଅଶ୍ୱଶିର

  155. Couplet 155

    କେ କହିପାରେ ତାଙ୍କ ଗୁଣଏବେ ତୁ ଭୃଗୁବଂଶ ଶୁଣ

  156. Couplet 156

    ଭୃଗୁର ପତ୍ନୀ ଖ୍ୟାତି ଗର୍ଭେତିନି ଅପତ୍ୟ ଜନ୍ମ ଲଭେ

  157. Couplet 157

    ଧାତା ବିଧାତା ବେନି ସୁତକନ୍ୟା ଏ କମଳା ସମ୍ଭୂତ

  158. Couplet 158

    କମଳା ବିଷ୍ଣୁକୁ ବରିଲାସେ ଅନୁରୂପ ପତି ଗଲା

  159. Couplet 159

    ଧାତା ବିଧାତା ବେନିବାଳେସୁନ୍ଦରରୂପ ବାଳକାଳେ

  160. Couplet 160

    ମେରୁ ଋଷିର ଯେ ଦୁହିତାଆୟତି ନିୟତି ସମ୍ଭୂତା

  161. Couplet 161

    ଏ ବେନିକନ୍ୟା ବେନିଭାଇବିଭା ହୋଇଲେ ଭାବ ବହି

  162. Couplet 162

    ସେ ବେନିକନ୍ୟା ଗର୍ଭଗତେଜନ୍ମ ଲଭିଲେ ବେନିସ୍ରୁତେ

  163. Couplet 163

    ମୁକଣ୍ତ ପ୍ରାଣ ତାଙ୍କ ନାମସୁନ୍ଦରେ ସମ ନୋହେ କାମ

  164. Couplet 164

    ମୁକଣ୍ତ ସୁତ ମାର୍କଣ୍ତେୟପ୍ରାଣର ଏକଇ ତନୟ

  165. Couplet 165

    ତା ନାମ ବେଦଶିରା ହୋଏମୁନିଙ୍କ ମଧ୍ୟେ ମହାଶୟେ

  166. Couplet 166

    ଭୃଗୁର କବି ନାମେ ପୁତ୍ରଉଶନାମୁନି ତାର ସୁତ

  167. Couplet 167

    ଏ ସର୍ବମୁନି ମହାଜନସ୍ୱଭାବେ ତ୍ରୈଲୋକ୍ୟ-ଭାବନ

  168. Couplet 168

    ଏମନ୍ତେ କର୍ଦ୍ଦମ ଦୁହିତୀକହିଲି ମୁନିବଂଶ ଖ୍ୟାତି

  169. Couplet 169

    ଯେ ଏହା ଶୁଣନ୍ତି ସଂସାରେଜ୍ଞାନ-ଅଜ୍ଞାନ ପାପ ହରେ

  170. Couplet 170

    ଯେ ସ୍ୱାୟମ୍ଭୁବ ମନୁସୁତାପ୍ରସୂତି ନାମେ ପତିବ୍ରତା

  171. Couplet 171

    ତାହାର ପତି ଶୁଦ୍ଧମତିଯା ନାମ ଦକ୍ଷ ପ୍ରଜାପତି

  172. Couplet 172

    ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେଷୋଡଶ କନ୍ୟା ସେ ପ୍ରସବେ

  173. Couplet 173

    ଜନ୍ମିଲେ ନାରୀ ସୁଲୋଚନୀରୂପେ ତ୍ରିଭୁବନ-ମୋହିନୀ

  174. Couplet 174

    ଧର୍ମକୁ ତ୍ରୟୋଦଶ ନାରୀଦେଲା ସେ ଅଳଙ୍କାର ଭରି

  175. Couplet 175

    ଅଗ୍ନିକି ଏକକନ୍ୟା ଦେଲାପିତୃପୁରୁଷେ ଏକ ବାଳା

  176. Couplet 176

    ଅପରା ସତୀ ନାମେ କନ୍ୟାସୁଶୀଳା ପତିବ୍ରତା ଧନ୍ୟା

  177. Couplet 177

    ଭବଙ୍କୁ କଲେ ସମ୍ପ୍ରଦାନଯା ନାମ ଭବ-ବିନାଶନ

  178. Couplet 178

    ବିଦୁର ହୋଇ ଶୁଦ୍ଧମନଧର୍ମ-ପତ୍ନୀଙ୍କ ନାମ ଶୁଣ

  179. Couplet 179

    ଶ୍ରଦ୍ଧା ମଇତ୍ରୀ ଦୟାଶାନ୍ତିତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି

  180. Couplet 180

    ତିତିକ୍ଷା ଲଜ୍ଜା ବୁଦ୍ଧି ମେଧାମୂିର୍ତ୍ତି ସହିତେ ଯେ ପ୍ରସିଦ୍ଧା

  181. Couplet 181

    ଏ ତ୍ରୟୋଦଶ ଧର୍ମନାରୀଦକ୍ଷ ସୁମନେ ବିଭା କରି

  182. Couplet 182

    ଶ୍ରଦ୍ଧାର ସୁତ ସତ୍ୟ ଖ୍ୟାତପ୍ରସାଦ ମୈତ୍ରୀ ତହୁ ଜାତ

  183. Couplet 183

    ଦୟାର ସୁତ ଯେ ଅଭୟସୁଖ ଯେ ଶାନ୍ତିର ତନୟ

  184. Couplet 184

    ହର୍ଷକୁ ପ୍ରସବିଲା ତୁଷ୍ଟିଗର୍ବ ପ୍ରସବ କଲା ପୁଷ୍ଟି

  185. Couplet 185

    କ୍ରିୟାର ତହୁଁ ଯୋଗ ହୋଇଉନ୍ନତି ଦର୍ପ ପ୍ରସବଇ

  186. Couplet 186

    ତିତିକ୍ଷା ତହୁଁ କ୍ଷେମ ହେଲାଲଜ୍ଜା ବିନୟ ଜାତ କଲା

  187. Couplet 187

    ବୁଦ୍ଧିର ପୁତ୍ର ଅର୍ଥ ପୁଣମେଧା ତନୟ ସ୍ମରଣ

  188. Couplet 188

    ମୂର୍ତ୍ତିର ସୁତ ଏବେ କହିଆଶ୍ରିତ ସର୍ବଗୁଣ ଯହିଁ

  189. Couplet 189

    ସେ ବେନି ନର-ନାରାୟଣତାହାଙ୍କ ଜନ୍ମ-କର୍ମ ଶୁଣ

  190. Couplet 190

    ଏ ମୂର୍ତ୍ତିପୁତ୍ର ଜନ୍ମଦିନେଆନନ୍ଦ ଏ ତିନିଭୁବନେ

  191. Couplet 191

    ଦିଗ ପବନ ଗିରି ନଦୀଆନନ୍ଦେ ଉଛୁଳେ ଜଳଧି

  192. Couplet 192

    ଆକାଶ ପୂରେ ତୂର୍ଯ୍ୟ ଘୋଷେନିର୍ମେଘେ କୁସୁମ ବରଷେ

  193. Couplet 193

    ସକଳ ମୁନି ସ୍ତୁତି କଲେଅପ୍ସରାମାନେ ନୃତ୍ୟ ଭୋଳେ

  194. Couplet 194

    ଗନ୍ଧର୍ବ କିନ୍ନର ଆନନ୍ଦେଗାଇଲେ ବିଧ୍ୟାଧରବୃନ୍ଦେ

  195. Couplet 195

    ସକଳ-ଗ୍ରହେ ଅନୁକୂଳଉତ୍ସବ ପରମ-ମଙ୍ଗଳ

  196. Couplet 196

    ହରଷେ ହର-ପଦ୍ମଯୋନିସଙ୍ଗେ ଦେବତାବୃନ୍ଦ ଘେନି

  197. Couplet 197

    ମିଳିଲେ ଧର୍ମର ଭୁବନେଆନନ୍ଦ ମନେ ସର୍ବଜନେ

  198. Couplet 198

    ଯେ ନିଜ ମାୟାଗୁଣେ ହରିବିଶ୍ୱ ସଂସାରେ ରୂପ ଧରି

  199. Couplet 199

    ବିଶ୍ୱର ଯୋଗ-କ୍ଷେମ ଅର୍ଥେଭାରତ ଭୂମି ମଧ୍ୟଗତେ

  200. Couplet 200

    ଧର୍ମର ଗୃହେ ଅବତରିପ୍ରକଟ ଋଷିରୂପ ଧରି

  201. Couplet 201

    ତପ ଆଚରେ ଜନହିତେସେ ହରି ଚରଣେ ନମସ୍ତେ

  202. Couplet 202

    ଯେ ହରି ସୃଷ୍ଟି-ସ୍ଥିତି ଅର୍ଥେଆମ୍ଭଙ୍କୁ ସୃଜି ଏ ଜଗତେ

  203. Couplet 203

    ସର୍ବ-ରକ୍ଷଣ ଅର୍ଥେ ହରିଆତ୍ମାକୁ ବେନିରୂପ କରି

  204. Couplet 204

    ପରିପାଳନ ତପବଳେଆସନ ଧରଣୀମଣ୍ତଳେ

  205. Couplet 205

    ଶ୍ରୀନିକେତନ ଜିଣି ନେତ୍ରକିିଞ୍ଚିତ ଦର୍ଶନେ ପବିତ୍ର

  206. Couplet 206

    ଯେ ପ୍ରାଣ ତୋତେ ଆଶ୍ରେକରେଭବ-ଅର୍ଣ୍ଣବୁ ସୁଖେ ତରେ

  207. Couplet 207

    ଏମନ୍ତ ସୁରଗଣେ କହିସ୍ତୁତି କରନ୍ତି ମୁଖ ଚାହିଁ

  208. Couplet 208

    ସେ ଦେବସ୍ତୁତି ପୂଜା ଘେନିସେ ନର-ନାରାୟଣ ବେନି

  209. Couplet 209

    ଗମିଲେ ଜନ-ଉପକାରେସଂସାର ଏଡିଣ ନିର୍ଭରେ

  210. Couplet 210

    ଜଗତଜନ ହିତ ଅର୍ଥେସେ ଗନ୍ଧମାର୍ଦ୍ଦନ ପର୍ବତେ

  211. Couplet 211

    ତପ କରନ୍ତି ଅତିରେକେଯା ତପେ ପୁରନ୍ଦର କମ୍ପେ

  212. Couplet 212

    ଏବେ ସେ ଭାରତଭୂମିରେମିଲିଲେ ଶୁଭଲଗ୍ନ ବେଳେ

  213. Couplet 213

    ସେ ବେନିରୂପେ ବିଷ୍ଣୁଅଂଶେଜନ୍ମ ଲଭିଲେ ଧର୍ମବଂଶେ

  214. Couplet 214

    ଭୂମିର ଭାରା-ନିବାରଣେଜଗତ ପରମ-କାରଣେ

  215. Couplet 215

    ସମ୍ଭୂତ ଯଦୁ-କୁରୁବଂଶେକୃ୍ଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ

  216. Couplet 216

    ଅଗ୍ନିର ସ୍ୱାହା ନାମେ ନାରୀତିନିକୁମର ଜାତକରି

  217. Couplet 217

    ପାପକ ପବମାନ ଶୁଚିଦ୍ରୁତ ଭୋଜନେ ତାଙ୍କ ରୁଚି

  218. Couplet 218

    ଏ ତିନିବୀର୍ଯ୍ୟେ ଅଗ୍ନିଗଣେଜନ୍ମିଲେ ସଂସାର ଧାରଣେ

  219. Couplet 219

    ପଞ୍ଚଚାଳିଶ ରୂପ ହୋଇତେଜେ ଗଞ୍ଜନ୍ତି ସ୍ୱର୍ଗ ମହୀ

  220. Couplet 220

    ସେ ପୁଣି ପିତୃପିତାମହସଙ୍ଗତେ ଅଣଚାଶ ଦେହ

  221. Couplet 221

    ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେମିଳନ୍ତି ବୈତାନିକ-ରଙ୍ଗେ

  222. Couplet 222

    ଯେ ବ୍ରହ୍ମବାଦୀ ବିପ୍ରଗଣେସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ

  223. Couplet 223

    ଅଗ୍ନିରେ କରନ୍ତି ହବନପିତୃଙ୍କ ନାମ ଏବେ ଶୁଣ

  224. Couplet 224

    ଅନଳ ସ୍ୱାତ୍ତ ବର୍ହିଷଦସୌମ୍ୟ ଆଜ୍ୟପା ଆଦି ଭେଦ

  225. Couplet 225

    ସାଗ୍ନିକ ନିରଗ୍ନିକ ଦୁଇଏହାଙ୍କ ପତ୍ନୀ ସ୍ୱଧା ହୋଇ

  226. Couplet 226

    ତାର ଉଦରେ କନ୍ୟା ବେନିଜନ୍ମିଲେ ପିତୃରୂପ ଘେନି

  227. Couplet 227

    ଯା ନାମ ବୟୁନା ଧାରିଣୀସ୍ୱଭାବେ ସେ ବ୍ରହ୍ମବାଦିନୀ

  228. Couplet 228

    ଏ ଅନ୍ତେ ଦକ୍ଷ ପ୍ରଜାପତିତାର ଦୁହିତା ନାମ ସତୀ

  229. Couplet 229

    ଈଶ୍ୱର ପତ୍ନୀ ସେ ସ୍ୱଭାବେତାର ଚରିତ ଶୁଣ ଏବେ

  230. Couplet 230

    ଆତ୍ମସଦୃଶ ପୁତ୍ର ଗର୍ଭେସେ ସତୀ କେବେହେଁ ନଲଭେ

  231. Couplet 231

    ପିତା-ଅବଜ୍ଞା ସ୍ୱାମୀ-ତୁଲେଚିତ୍ତେ ସେ ନ ସହିଲା ଭଲେ

  232. Couplet 232

    ପିତାର ଯଜ୍ଞଶାଳେ ଯାଇସ୍ୱାମୀର ଛଳେ କୋପ ବହି

  233. Couplet 233

    ଦେବଙ୍କ ମଧ୍ୟେ ଯଜ୍ଞଶାଳେଜୀବନ ଛାଡେ ଯୋଗବଳେ

  234. Couplet 234

    ଚତୁର୍ଥସ୍କନ୍ଧେ ଭାଗବତେଭାଷାପ୍ରବନ୍ଧ ଅର୍ଥଯୁତେ

  235. Couplet 235

    ସୁଜନଜନ ହିତ ଅର୍ଥେକହିଲେ ଦାସ ଜଗନ୍ନାଥେ

Odia Bhagabata skandha 4 adhyaya 1 | Parbani by ParibhaAsha App