Skandha 3
Adhyaya 33
Couplet 1
ବୋଲନ୍ତି ମୈତ୍ରେୟ ବ୍ରାହ୍ମଣବିଦୁର ସାବଧାନେ ଶୁଣ
Couplet 2
କର୍ଦ୍ଦମ-ପତ୍ନୀ ଦେବହୂତିସ୍ୱଭାବେ ମନୁର ଦୁହିତୀ
Couplet 3
କପିଳ ବଚନ ଶୁଣିଲେମୋହପଟଳ ପ୍ରତେଜିଲେ
Couplet 4
ତତ୍ତ୍ବବିଷୟ ସଂଖ୍ୟଜ୍ଞାନକହିଲେ ଯେଣୁ ଭଗବାନ
Couplet 5
ତାହାଙ୍କୁ କଲେ ପ୍ରଣିପାତବିନୟ ଯୋଡ଼ି ବେନିହସ୍ତ
Couplet 6
ଚାହିଁଣ କପିଳ-ବଦନଆନନ୍ଦେ କରନ୍ତି ସ୍ତବନ
Couplet 7
ତୁ ନାଥ ଲୀଳା-ଅବସାନେକାଳକୁ ନିବେଶି ନୟନେ
Couplet 8
ଶୟନ ସଲିଳ ଭିତରେସର୍ପଙ୍କ ବିରାଟ-ଶରୀରେ
Couplet 9
ଭୂତ ଇନ୍ଦ୍ରିୟ ମନୋମୟଯହିଁରେ ଗୁଣଙ୍କ ପ୍ରବାହ
Couplet 10
ଅଶେଷ କାରଣ-କରଣତୋ କଳେବର ନାରାୟଣ
Couplet 11
ଜଠର-ପଦ୍ମରୁ ଯାହାରଜାତ ହୋଇଲା ବେଦବର
Couplet 12
ତୋ ରୂପ ଦେଖିବା ନିମନ୍ତେସେ ଅଜ ବିଚାରିଲା ଚିତ୍ତେ
Couplet 13
ଅନେକ ବ୍ୟାପାର ସେ କଲାକେବେହେଁ ଦେଖି ନପାରିଲା
Couplet 14
କେବଳ ଧ୍ୟାନେ ସେ ଦେଖିଲାଏ ବିଶ୍ୱସୃଷ୍ଟି ତହୁଁ କଲା
Couplet 15
ତୁ ପ୍ରଭୁ ବହୁରୂପ ଧରିନିଜ ଶକ୍ତିରେ ମାୟା କରି
Couplet 16
କଲୁ ଏ ବିଶ୍ୱ ସରଜନସ୍ୱଭାବେ ତୁ ଯେ କର୍ମ ଭିନ୍ନ
Couplet 17
ସତ୍ୟ-ସଂକଳ୍ପ ତୁମ୍ଭେ ହରିଜୀବଙ୍କ ଭୋଗ ଅନୁସରି
Couplet 18
ସୃଷ୍ଟ୍ୟାଦି କରିଛ ବିଧାନଏ ତୁମ୍ଭ ମାୟାର ଭିଆଣ
Couplet 19
ଅନନ୍ତଶକ୍ତି ଏ ତୁମ୍ଭରତୋ ମାୟା କେ କରୁ ଗୋଚର
Couplet 20
ପ୍ରଳୟକାଳେ ତୁମ୍ଭେ ହରିଏ ବିଶ୍ୱ ଉଦରେ ସଂହରି
Couplet 21
ଶୟନ ବଟପତ୍ରେ ତୋରବାଳମୁକୁନ୍ଦ ରୂପଧର
Couplet 22
ଚରଣ ଅଙ୍ଗୁଳି ବଦନେଭରି ଶୟନ ଶିଶୁ ଯେହ୍ନେ
Couplet 23
ଏ ବିଶ୍ୱ ଯାହାର ଉଦରେମୁଁ ତାକୁ କେମନ୍ତେ ଜଠରେ
Couplet 24
ଧଇଲି ବୁଝି ନପାରଇକେବଳ ତୋ ମାୟା ଗୋସାଇଁ
Couplet 25
ତୁ ଦୁଷ୍ଟ ନିବାରିବା ପାଇଁସାଧୁ ରକ୍ଷଣେ ତୋର ଦେହୀ
Couplet 26
ଏଣୁ ତୁମ୍ଭର କଳେବରଅନ୍ୟଥା କିକାର୍ଯ୍ୟ ତୋହର
Couplet 27
ତୁମ୍ଭେ କୋଳାଦି ରୂପଧରିଧର୍ମ ସ୍ଥାପିଲ ଦୁଷ୍ଟ ମାରି
Couplet 28
ଏ ତତ୍ତ୍ବଜ୍ଞାନ ଦେବା ପାଇଁଏ ରୂପ ଧଇଲ ଗୋସାଇଁ
Couplet 29
ଏଣୁ କୃତାର୍ଥ ମୋତେ କଲପୁତ୍ର ସ୍ୱରୂପେ ପ୍ରକାଶିଲ
Couplet 30
ଯା ନାମ କରିଣ ଶ୍ରବଣଅଥବା କରି ସଂକୀର୍ତ୍ତନ
Couplet 31
ଯା ପାଦେ କରି ନମସ୍କାରସ୍ମରଣ କରି ନାମ ଯାର
Couplet 32
ଚଣ୍ତାଳ ସୋମଯୋଗ୍ୟ ହୋଏଜାତି ବିଚାର ଭ୍ରାନ୍ତି ନୋହେ
Couplet 33
ଯେ ପ୍ରାଣୀ ନୟନେ ଦେଖିଲାସେ କିବା କୃତାର୍ଥ ନୋହିଲା
Couplet 34
ଏଣୁ ମୁଁ ସୁଗତି ଲଭିଲିନୟନେ ତୋ ରୂପ ଦେଖିଲି
Couplet 35
ମୋ ଭାଗ୍ୟ କେ କରୁ ପ୍ରମାଣମୋତେ ଗୋଚର କାହିଁ ପୁଣ
Couplet 36
ଚଣ୍ତାଳ ଏଣୁ ଶ୍ରେଷ୍ଠ ହେଲାଜିହ୍ୱାରେ ତୋନାମ ଧଇଲା
Couplet 37
ଯେଣୁ ତୋ ନାମ ଉଚ୍ଚାରିଲାସକଳ ତପ ସେହୁ କଲା
Couplet 38
ହୋମାଦି କଲା ବେଦମନ୍ତ୍ରେସ୍ନାନ ସେ କଲା ନାନା ତୀର୍ଥେ
Couplet 39
ଅପରେ ନାହିଁ ସଦାଚାରତୋନାମ ଜିହ୍ୱାରେ ଯାହାର
Couplet 40
ସମଗ୍ର ବେଦ ସେ ପଢ଼ିଲାଯେ ତୁମ୍ଭ ନାମ ଉଚ୍ଚାରିଲା
Couplet 41
ତୁମ୍ଭେ ଯେ ପୁରୁଷ ପୁରାଣସକଳ-ଜଗତ ନିଦାନ
Couplet 42
ତୁମ୍ଭଙ୍କୁ ନିଶ୍ଚଳ ମନରେଯୋଗୀ ଭାବନ୍ତି ନିରନ୍ତରେ
Couplet 43
ଗୁଣମାନଙ୍କୁ ନିଜ ତେଜେବିନାଶ କରିଛ ସହଜେ
Couplet 44
ତୁ ବ୍ରହ୍ମ ପରମ-ପୁରୁଷଯୋଗୀଙ୍କ ମନେ ତୁ ପ୍ରକାଶ
Couplet 45
ତୁମ୍ଭେ କପିଳ ବେଦଗର୍ଭତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ
Couplet 46
ବନ୍ଦଇ ତୁମ୍ଭର ଚରଣତୋ ବିନୁ ନ ଜାଣଇ ଆନ
Couplet 47
ବୋଲନ୍ତି ମୈତ୍ରେୟ ଗୋସାଇଁଶୁଣ ବିଦୁର ମନଦେଇ
Couplet 48
ଏମନ୍ତେ ଦିବ୍ୟସ୍ତୁତି କରିଆନନ୍ଦ ମନେ ମୋଦଭରି
Couplet 49
ଶୁଣ ହେ ବିଦୁର ତଦନ୍ତେଜନନୀ ସ୍ତବନ କରନ୍ତେ
Couplet 50
ଯେ ଯେ କପିଳ ଭଗବାନସାକ୍ଷାତେ ପରମ ପୁମାନ
Couplet 51
ଗଭୀର ବଚନେ ସଧୀରେକହିଲେ ଜନନୀ ଛାମୁରେ
Couplet 52
ଭୋ ମାତ ଘେନ ମୋ ବଚନମୋହର ବାକ୍ୟେ ଦିଅ ମନ
Couplet 53
ଯେ ମାର୍ଗ ଭଜନ ପ୍ରକାରକହିଲୁ ଅଗ୍ରତେ ତୁମ୍ଭର
Couplet 54
ଯେବେ ଏ ମାର୍ଗେ ତୁମ୍ଭେ ଯିବଏକାନ୍ତେ କୃଷ୍ଣଙ୍କୁ ଲଭିବ
Couplet 55
ଅଚିରେ ଲଭିବ ମୁକତିପାଇଣ ନିଶ୍ଚଳ ଭକତି
Couplet 56
ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କରଲଭିବ ଗୋବିନ୍ଦ-ପୟର
Couplet 57
ଏମନ୍ତେ ବ୍ରହ୍ମବାଦୀମାନେମୋତେ ଲଭନ୍ତି ସାବଧାନେ
Couplet 58
ଯହିଁରେ ମୃତ୍ୟୁଭୟ ନାହିଁଶୁଣ ଜନନୀ ମନ ଦେଇ
Couplet 59
ତୁମ୍ଭେ ପାଇବ ସେହିମତେଏଣୁ କହିଲି ତୁମ୍ଭ ହିତେ
Couplet 60
ଏମନ୍ତ ଯେହୁ ନ ଜାଣନ୍ତିସେ ପ୍ରାଣୀ ମୋତେ ନଭଜନ୍ତି
Couplet 61
ଏମନ୍ତ ଭାବେ ଆତ୍ମାଗତିଦେଖାଇ ଦେଲେ ରମାପତି
Couplet 62
ମାତାଙ୍କ ଅନୁମତି ନେଲେତପ ସାଧନେ ବନେ ଗଲେ
Couplet 63
ବ୍ରହ୍ମବାଦିନୀ ଦେବହୂତିଯୋଗମାର୍ଗରେ ଦେଲେ ମତି
Couplet 64
ଆଶ୍ରମ ସରସ୍ୱତୀତୀରେଯୋଗ ସାଧିଲେ ସେ ନିଶ୍ଚଳେ
Couplet 65
ରହିଲେ ପୁତ୍ରବାକ୍ୟ ଘେନିସେ ସ୍ଥାନେ କର୍ଦ୍ଦମ-ଘରଣୀ
Couplet 66
ସେ କାଳତ୍ରୟେ ସ୍ନାନ କରିବିହିତ ସକଳ ଆଚରି
Couplet 67
କୁଟିଳ-ଅଳକ ସକଳସେ ହେଲା କପିଳ ଜଟିଳ
Couplet 68
କୃଶିତ ଲାବଣ୍ୟ ଶରୀରପିନ୍ଧନ୍ତି ବକଳ ଅମ୍ବର
Couplet 69
ଏମନ୍ତେ ତପସ୍ୱିନୀ ବେଶେସେ ଦେବହୂତି ରହେତୋଷେ
Couplet 70
ରେଚକ କୁମ୍ଭକ ପୂରକେଉଗ୍ର ତପସ୍ୟା ଅତିରେକେ
Couplet 71
ଗୃହ ସମ୍ପଦ ଦୂର କରିତପସ୍ୱୀ ବେଶେ ବନଚାରୀ
Couplet 72
କର୍ଦ୍ଦମ ଅଚଳ ବିଭୂତିଚିତ୍ତୁ ତ୍ୟାଗିଲା ଦେବହୂତି
Couplet 73
ତା ଛାଡ଼ି ଚିତ୍ତ ବଇରାଗେଭଜନମାର୍ଗେ ଅନୁରାଗେ
Couplet 74
ପୂର୍ବେ କର୍ଦ୍ଦମ ପ୍ରଜାପତିସମ୍ପାଦି ଥିଲେ ଯେ ସମ୍ପତ୍ତି
Couplet 75
ଗୃହସ୍ଥଧର୍ମ କରିଥିଲେଉପମା ନାହିଁ ଭୂମଣ୍ତଳେ
Couplet 76
ସୁଦିବ୍ୟ-ବିମାନେ ବିହରିଉପମା ନାହିଁ ତିନିପୁରି
Couplet 77
ଯହିଁ କଳ୍ପିତ ବସ୍ତୁ ଯେତେଅଶେଷ ରତ୍ନେ ସୁନିର୍ମିତେ
Couplet 78
ମନ୍ଦିରେ ସ୍ଫଟିକର କାନ୍ଥଭୂମି ରଚିତ ମରକତ
Couplet 79
ରତ୍ନେ ଜଳନ୍ତି ଦୀପ ପ୍ରାୟେଶୋଭନେ ଯୋଗୀମନ ମୋହେ
Couplet 80
ଲଳନା-କୁଳ-ଶିରୋମଣିସେ ଦିବ୍ୟପୁରେ ନିବାସିନୀ
Couplet 81
ଭୁବନ ବେଢ଼ି ଉପବନତହିଁ କୁସୁମ ଦ୍ରୁମମାନ
Couplet 82
ସକଳଋତୁ ପୁଷ୍ପଫଳମଣି ନିର୍ମିତ ସ୍ତମ୍ଭକୁଳ
Couplet 83
ଦେବଙ୍କ ଦିବ୍ୟଭୋଗ ଯହିଁସର୍ବଦା କାଳ ସୁଖମୟୀ
Couplet 84
ବିଚିତ୍ର ଚିତ୍ର ହେମମୟେଚିତ୍ର-ପତାକା-ଧ୍ୱଜ ଶୋହେ
Couplet 85
ସୁଗନ୍ଧପୁଷ୍ପ ମାଳେମାଳେଯେ ରଥେ ଲମ୍ବେ ସୁଗହଳେ
Couplet 86
ଗଭୀର ଭୃଙ୍ଗନାଦ ଶୋହେପାଟବସନ ମନ ମୋହେ
Couplet 87
ଉପରେ ନୀଳ ରତ୍ନମଣିବିରାଜେ ରବିତେଜ ଜିଣି
Couplet 88
ସେ ରଥେ ସୁବର୍ଣ୍ଣ ପଲଙ୍କବିଚିତ୍ର ରଜ ପୁଣ୍ତରୀକ
Couplet 89
ତା ଶଯ୍ୟା ଦୁଗ୍ଧ-ଫେନ-ନିଭଦେଖି ଦେବଙ୍କ ହୋଏ ଲାଭ
Couplet 90
ବିଶ୍ୱକର୍ମାର ଶିଳ୍ପୀପଣଯେ ରଥେ ହୋଇଛି ଘଟଣ
Couplet 91
ମହାମର୍କତସ୍ଥଳୀ ଯହିଁବିଦ୍ରୁମବେଦୀ ବିରାଜଇ
Couplet 92
ଯେ ଦ୍ୱାରେ ବିକ୍ରୁମ-ଦେହଳୀହୀରା କବାଟ ଯହିଁ କିଳି
Couplet 93
ବାମ ଦକ୍ଷିଣେ ପୂର୍ଣ୍ଣକୁମ୍ଭବିରାଜେ ଇନ୍ଦ୍ରନୀଳସ୍ତମ୍ଭ
Couplet 94
ଜଳନ୍ତି ପଦ୍ମରାଗ ଦୀପେବିଚିତ୍ର ଶିଖେ ଚନ୍ଦ୍ରତପେ
Couplet 95
ମୌକ୍ତିକ ହେମମାଳା ଲମ୍ବେପାଟଦୋଳିକା ରତ୍ନସ୍ତମ୍ଭେ
Couplet 96
ଶ୍ୱେତହଂସକ ପାରାବତନାଦ କରନ୍ତି ଉନମତ୍ତ
Couplet 97
ବିମାନଶିଖେ ଜଳାରନ୍ଧ୍ରେଧୂମ ନିର୍ଗତ ଧୂପ ଗନ୍ଧେ
Couplet 98
ବିହାର ସ୍ଥାନ ସୁମଣ୍ତନସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ
Couplet 99
ନାନା ବିଶ୍ରାମ ସ୍ଥାନ ଶୋହେଦେଖି ଯୋଗୀଙ୍କ ମନ ମୋହେ
Couplet 100
ବିମାନେ ଯେବେ ବିହରନ୍ତିସେ ସୁଖ ସେମାନେ ବାଞ୍ଛନ୍ତି
Couplet 101
ନାନା ବିଚିତ୍ର କର୍ମମୟେଦିବ୍ୟପୁରରେ ଶୋଭା ପାଏ
Couplet 102
ଶୋହେ ସୁବର୍ଣ୍ଣ ପୀଢ଼ମାନସରସ ସୁଖ ଉପାଧାନ
Couplet 103
ଭୁବନ ବେଢ଼ିଣ ଉଦ୍ୟାନଯହିଁ ଅମର ଦ୍ରୁମମାନ
Couplet 104
ଫଳପୁଷ୍ପରେ ପରିପୂର୍ଣ୍ଣତହିଁ ଲମ୍ବିତ ଲତାମାନ
Couplet 105
ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତିମତ୍ତ-ମଧୁପେ ଗୁଞ୍ଜରନ୍ତି
Couplet 106
ବିବୁଧ-ଅନୁଚରମାନେବିହରୁଥାନ୍ତି ଉପବନେ
Couplet 107
ସେ ଦେବହୂତି ଯଶ-କୀର୍ତ୍ତିସୁସ୍ୱରେ ଗୀତ ସେ ଗାବନ୍ତି
Couplet 108
ଦିବ୍ୟ ବିଚିତ୍ର ବାପୀମାନକମଳ ଗନ୍ଧେ ସୁବାସନ
Couplet 109
କର୍ଦ୍ଦମ ତହିଁ ବିହରନ୍ତିସଙ୍ଗେ ସୁନ୍ଦରୀ ଦେବହୂତି
Couplet 110
ଏମନ୍ତ ରମ୍ୟ ସୁଖ ସ୍ଥାନବାଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ
Couplet 111
ସେ ପୁର ତେଜି ଦେବହୂତିଯୋଗସାଧନେ କଲେ ମତି
Couplet 112
ପ୍ରତେଜି ସ୍ୱାମୀ ପୁତ୍ର ଗଲେତେଣୁ ବିରହେ ନିମଜ୍ଜିଲେ
Couplet 113
ଶୋକରେ ବିଷର୍ଣ୍ଣ-ବଦନତଥାପି ଯୋଗେ ଦୃଢ଼ମନ
Couplet 114
ପତି-ବିଚ୍ଛେଦ ଦୁଃଖାକୁଳେପୁତ୍ର ସୁସଙ୍ଗେ ସୁଖେ ଥିଲେ
Couplet 115
ସେ ପୁତ୍ର ତେଜି ଗଲେ ବନଏଣୁ ବିଚ୍ଛେଦେ ଦୁଃଖ ମନ
Couplet 116
ବତ୍ସା ବିୟୋଗେ ଯେହ୍ନେ ଗାଈଯେମନ୍ତେ ବ୍ୟାକୁଳେ ରୋଦଇ
Couplet 117
ସେ ରୂପେ ଆକୁଳ ହୋଇଲେହା ପୁତ୍ର ବୋଲି ମୋହଗଲେ
Couplet 118
ଜନ୍ମିଲା ହୃଦେ ତତ୍ତ୍ବଜ୍ଞାନତଥାପି ଶୋକ ବିଦ୍ୟମାନ
Couplet 119
ପୁତ୍ରର ଗୁଣ ଅନୁକ୍ଷଣେସ୍ମରଣ କରନ୍ତି ରୋଦନେ
Couplet 120
ଦୁଃଖେ ତୃଷିତ ତଷାନନଦେ ଦେହହୂତି ପ୍ରତିଦିନ
Couplet 121
ଧ୍ୟାନେ ନିରୋପି କପିଳଙ୍କୁସନ୍ତତି ଡାକନ୍ତି ତାହାଙ୍କୁ
Couplet 122
ସ୍ନେହ ଛାଡ଼ିଲା ଧନାଗାରେଚିତ୍ତ ରହିଲା ପୁତ୍ରଠାରେ
Couplet 123
ମନକୁ କ୍ରମେ ସ୍ଥିର କଲେନିଶ୍ଚଳେ ସୁଦୃଢ଼େ ବସିଲେ
Couplet 124
ଯେ ଜ୍ଞାନ ପୁତ୍ର କହିଥିଲେସେ ରୂପେ ନିତ୍ୟେ ଧ୍ୟାନ କଲେ
Couplet 125
ବିଶୁଦ୍ଧ ହୋଇଅଛି ମନତେଣୁ ନିଶ୍ଚଳରୂପେ ଧ୍ୟାନ
Couplet 126
ଭକ୍ତିଯୋଗରେ ଦୃଢ଼ ହେଲେଶାସ୍ତ୍ରବିଧିରେ ଆରାଧିଲେ
Couplet 127
ବୈରାଗ୍ୟଭାବେ ତତ୍ତ୍ବଜ୍ଞାନତେଣୁ ଭାବନ୍ତି ଭଗବାନ
Couplet 128
ଆତ୍ମାକୁ ମାନସେ ଦେଖିଲେତା ବିନୁ ଆନ ନ ଭାବିଲେ
Couplet 129
ଯେ ଆତ୍ମା ହୋଏ ବିଶ୍ୱମୁଖବିନାଶି ମାୟାଗୁଣ ଦୁଃଖ
Couplet 130
ଏ ଜୀବ ଆଶ୍ରୟଯେ ବ୍ରହ୍ମତହିଁ ରଖିଲେ ମତି ଧ୍ୟାନ
Couplet 131
ତାହାଙ୍କ ଗଲା ଜୀବଭାବହୋଇଲା ଆତ୍ମତତ୍ତ୍ବ ଲାଭ
Couplet 132
ସଂସାର-କ୍ଳେଶ ନିବର୍ତ୍ତିଲାତା ଗୁଣଭ୍ରମ ଦୂରେ ଗଲା
Couplet 133
ଆପଣା ଦେହ ପାଶୋରିଲେସେ ବ୍ରହ୍ମସ୍ୱରୂପେ ରହିଲେ
Couplet 134
ଯେସନେ ସ୍ୱପ୍ନ ଦେଖୁଥାଇନିଦ୍ରା ପ୍ରବୋଧେ ନ ଦିଶଇ
Couplet 135
ସେ ରୂପେ ଦେହ ପାଶୋରିଲେକେବଳ ବ୍ରହ୍ମକୁ ଲଭିଲେ
Couplet 136
ସେ ଦେବହୂତି ଦପ-କ୍ଳେଶେଶରୀର ମଳିନ ପ୍ରକାଶେ
Couplet 137
ଅମର-ଯୁବତୀ-ସକଳେଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ
Couplet 138
ସେ ଦେହ ମଳିନ ଦିଶିଲାତହିଁ ତା ଆଦର ନୋହିଲା
Couplet 139
ଯେଣୁ ତା ମନୁ ତାପ ଗଲାଏଣୁ ସେ ଅକୃଶ ହୋଇଲା
Couplet 140
ସଧୂମ-ପାବକର ପ୍ରାୟେତେବେ ହେଁ ଅଙ୍ଗ ଶୋଭାପାଏ
Couplet 141
ମନ ନିବେଶି କୃଷ୍ଣଭାବେବସି ରହିଲେ ଶାନ୍ତିଲାଭେ
Couplet 142
ଦେହ ହୋଇଲା ଯୋଗେ ଲୟଆବର କାହିଁ ଲଜ୍ଜା ଭୟ
Couplet 143
ସୁକେଶ ବନ୍ଧନ ଫିଟିଲାଅଙ୍ଗେ ବସନ ନ ରହିଲା
Couplet 144
ପ୍ରାର୍ବଧ କର୍ମ ଭୋଗ ଯାଏଏ ଦେହବନ୍ଧ ମାତ୍ର ଥାଏ
Couplet 145
ଏଣୁ ସେ ଦେହ ମାତ୍ର ଅଛିତା ପାଇଁ ନ ସ୍ମରଇ କିଛି
Couplet 146
ଶୁଣ ହେ ବିଦୁର ତଦନ୍ତେସେ ଦେବୀ ଯୋଗରେ ରହନ୍ତେ
Couplet 147
ଲଭିଲେ ସେ ବ୍ରହ୍ମ-ନିର୍ବାଣଯେସନେ ଜଳେ ଜଳ ଲୀନ
Couplet 148
ଶୁଣ ବିଦୁର ଯେଉଁସ୍ଥଳେସେ ଦେବୀ ସୁସିଦ୍ଧି ଲଭିଲେ
Couplet 149
ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲାଭୁବନେ ବିଦିତ ହୋଇଲା
Couplet 150
ତା ନାମ ସିଦ୍ଧପଦ କହିସିଦ୍ଧେ ସୁସିଦ୍ଧ ଯହିଁ ହୋଇ
Couplet 151
ସେ ଦେବହୂତି କଳେବରଯୋଗେ ସୁସିଦ୍ଧ ପୁଣ୍ୟତର
Couplet 152
କୃଷ୍ଣ ଭାବନା ଧ୍ୟାନ ନିତ୍ୟେଆନନ୍ଦ ଭକ୍ତି ଯୋଗ ଯୁତେ
Couplet 153
ସେ ଧ୍ୟାନେ ଶରୀର ମିଳାଇନଦୀ ସ୍ୱରୂପେ ଗଲେ ବହି
Couplet 154
ନଦୀଙ୍କ ଶ୍ରେଷ୍ଠ ସେ ହୋଇଲାସୁପୁଣ୍ୟ ତୀର୍ଥ ବୋଲାଇଲା
Couplet 155
ଯାହାଙ୍କୁ ସେବି ସିଦ୍ଧମାନେସିଦ୍ଧି ଲଭନ୍ତି ସେହୁ ସ୍ଥାନେ
Couplet 156
ନାମ ତା ସିଦ୍ଧିକା ହୋଇଲାସ୍ପରଶେ ପାପ ବିନାଶିଲା
Couplet 157
ସେ ଯେ କପିଳ ମହାଯୋଗୀବିଷୟେ ହୋଇ ବଇରାଗୀ
Couplet 158
ମାତାଙ୍କ ସ୍ନେହ ତ୍ୟାଗି ଗଲେଐଶାନ୍ୟ-ଦିଗେ ପ୍ରବେଶିଲେ
Couplet 159
ସମୁଦ୍ର-ତୀରେ ଘୋରବନେବସେ ନିର୍ମଳ ଯୋଗ ଧ୍ୟାନେ
Couplet 160
ସମୁଦ୍ର ତାହାଙ୍କୁ ଦେଖିଲେଆନନ୍ଦମନେ ପୂଜା କଲେ
Couplet 161
ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନତହିଁ ରହିଲେ ଭଗବାନ
Couplet 162
ଯହିଁ ସକଳ ସୁରଗଣସେବନ୍ତି ଯେଝା ନିଯୋଗଣ
Couplet 163
ସିଦ୍ଧ ଚାରଣ ମୁନିଜନେଗନ୍ଧର୍ବ ଅପସରା ଗଣେ
Couplet 164
ସ୍ତୁତି କରନ୍ତି କପିଳଙ୍କୁସଭୟେ ନିତ୍ୟେ ସେବି ତାଙ୍କୁ
Couplet 165
ଯୋଗେ ରହିଲେ ମହାମୁନିସାଂଖ୍ୟ ଆଚାର୍ଯ୍ୟମାନ ଘେନି
Couplet 166
ତ୍ରିଲୋକଜନ ଶାନ୍ତି ପାଇଁଯୋଗେ ରହିଲେ ଯୋଗସାଇଁ
Couplet 167
ରହିଲେ ବ୍ରହ୍ମକଳ୍ପ ଯାଏଲୋକଶିକ୍ଷାରେ ଦେବରାଏ
Couplet 168
ବିଦୁର ପଚାରିଲୁ ଯାହାସମ୍ପାଦି କହିଲି ମୁଁ ତାହା
Couplet 169
କପିଳ-ଦେବହୂତିଙ୍କରପବିତ୍ର ସୁଜ୍ଞାନ ବିଚାର
Couplet 170
ଏହା ଯେ ଶ୍ରବଣ କରନ୍ତିକି ଅବା ବଦନେ ଗୁଣନ୍ତି
Couplet 171
ଆନନ୍ଦେ ସଭାମଧ୍ୟେ କହେଅଶେଷଜନ୍ମ ପାପ ଦହେ
Couplet 172
ସେ ସର୍ବେ ଗୋବିନ୍ଦ-ଚରଣେଭକ୍ତି ଲଭନ୍ତି ଅନୁକ୍ଷଣେ
Couplet 173
ଅନ୍ତେ ଲଭନ୍ତି ହରି-ସ୍ଥାନକେ କରିପାରେ ତାହା ଆନ
Couplet 174
ତୃତୀୟସ୍କନ୍ଧେ ଭାଗବତକପିଳ-ଜ୍ଞାନ ଉପଗତ
Couplet 175
ତେତିଶଅଧ୍ୟା ସମାପତମୈତ୍ରେୟ-ବିଦୁର ଚରିତ
Couplet 176
ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତଭାବେ ହୋଇଲା ଭାଗବତ
Couplet 177
ଏ ଭାବେ ରସ ସାଧୁଜନତୁମ୍ଭ ଚରଣେ ମୋର ଧ୍ୟାନ
Couplet 178
କହଇ ଜଗନ୍ନାଥ ଦାସତ୍ରାହି କରିବେ ପୀତବାସ