Skip to content
paribhaasha

Skandha 3

Adhyaya 32

  1. Couplet 1

    ଶୁଣ ବିଦୁର ତୋଷମନକପିଳରୂପେ ଭଗବାନ

  2. Couplet 2

    କହନ୍ତି ମାତା ମୁଖ ଚାହିଁଶୁଣ ଜନନୀ ମନ ଦେଇ

  3. Couplet 3

    ଭୋ ମାତ ଶୁଣ ସାବଧାନେସଂଶୟ ତେଜି ଶୁଦ୍ଧମନେ

  4. Couplet 4

    ପ୍ରାଣୀ ଯାତନା ଗତି ଯେତେକହିଲି ତୁମ୍ଭର ଅଗ୍ରତେ

  5. Couplet 5

    କାମୀର କର୍ମ ଗତି ଯେତେବିଧି ନିଷେଧ ବେନି ମତେ

  6. Couplet 6

    ଯେ ପ୍ରାଣୀ ଗୃହଧର୍ମେ ଥାଇସ୍ୱଧର୍ମ ନିତ୍ୟେ ଆଚରଇ

  7. Couplet 7

    ତହିଁ ସୁସିଦ୍ଧ କାମ ଅର୍ଥଏ ଆଶେ ଭ୍ରମୁଥାଇ ବ୍ୟର୍ଥ

  8. Couplet 8

    ପୁଣି ସେ ଧର୍ମ ଆଚରଇସେ ଧର୍ମେ କାମ ଅର୍ଥ ପାଇ

  9. Couplet 9

    କାମର ମୂଢ଼ମତି ନରକୃଷ୍ଣଭକତି କରେ ଦୂର

  10. Couplet 10

    ଅର୍ଥ ସଞ୍ଚଇ ଅବିରତଯଜ୍ଞରେ ଦେଇଥାଇ ଚିତ୍ତ

  11. Couplet 11

    କରଇ ଯଜ୍ଞ-ଅନୁଷ୍ଠାନତହିଁ ପୂଜଇ ଦେବମାନ

  12. Couplet 12

    ତଦନ୍ତେ ପିତୃ ତୋଷ ଅର୍ଥେପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ

  13. Couplet 13

    ଶ୍ରଦ୍ଧାରେ ସେ ଧର୍ମ ଆଚରେପିତୃ-ଦେବତା ପୂଜା କରେ

  14. Couplet 14

    ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନସେଠାରେ କରେ ସୋମପାନ

  15. Couplet 15

    ଭୋଗର ଅନ୍ତ ଯେବେ ହୋଇଲେଉଟି ସେ ସ୍ଥାନୁ ଆସଇ

  16. Couplet 16

    ଯେ କାଳେ ଅନନ୍ତ ଶଯ୍ୟାରେବିଜୟେ ହରି ସମୁଦ୍ରରେ

  17. Couplet 17

    ସେ ଯୋଗନିଦ୍ରାରେ ଶୟନସକଳ ଚେଷ୍ଟା କରି ଲୀନ

  18. Couplet 18

    ଲୟ ହୁଅନ୍ତି ଲୋକ ତିନିଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ

  19. Couplet 19

    ସେ ସର୍ବେ ତାଙ୍କ ଦେହେ ଥାନ୍ତିସେହରି ଉଠିଲେ ଆସନ୍ତି

  20. Couplet 20

    କାମ୍ୟ-କର୍ମରୁ ଏହି ଗତିକେବେ ନଯାଇ ଗତାଗତି

  21. Couplet 21

    ଯେ ପ୍ରାଣୀ ପଣ୍ତିତ ହୁଅନ୍ତିସେ କେବେ ଧର୍ମ ନ ଛାଡ଼ନ୍ତି

  22. Couplet 22

    କରନ୍ତି ସ୍ୱଧର୍ମ ଆଚରସଂସର୍ଗ ତେଜି ସର୍ବଠାର

  23. Couplet 23

    ସାଧନ୍ତି ନାହିଁ ଅର୍ଥ କାମଦେଖନ୍ତି ସର୍ବ ମାୟାଭ୍ରମ

  24. Couplet 24

    କର୍ମାଦି କୃଷ୍ଣେ ସମର୍ପନ୍ତିସେ ବେଦ-ବିଧି ନଛାଡ଼ନ୍ତି

  25. Couplet 25

    ହୁଅନ୍ତି ଶାନ୍ତଧର୍ମେ ରତନିଜ ଧର୍ମରେ ଶ୍ରଦ୍ଧାଚିତ୍ତ

  26. Couplet 26

    ନିବୃତ୍ତି ଧର୍ମପରାୟଣହୁଅନ୍ତି ଅହଙ୍କାରହୀନ

  27. Couplet 27

    ମାୟାରୁ ସ୍ନେହ ଦୂର କରିକୃଷ୍ଣ-ଭଜନେ ପ୍ରି‌ୟଭରି

  28. Couplet 28

    ଏ ଧର୍ମ ସ‌ତ୍ତ୍ବ-ଗୁଣମୟେବିଶୁଦ୍ଧଚିତ୍ତ ତହୁଁ ହୋଏ

  29. Couplet 29

    ଏମନ୍ତ ଯେବା ପ୍ରାଣୀ ମନତାଙ୍କ ପ୍ରୟାଣ ମାତ ଶୁଣ

  30. Couplet 30

    ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତିପରମ-ପୁରୁଷ ଲଭନ୍ତି

  31. Couplet 31

    ପର ଅପର ଈଶ ଯେହିଏ ବିଶ୍ୱ ପ୍ରକୃତିଟି ସେହି

  32. Couplet 32

    ସେ ବିଶ୍ୱମୁଖ ନାରାୟଣଯେ କରେ ସର୍ଜନ ପାଳନ

  33. Couplet 33

    ଏମନ୍ତ ଯେହୁ ଭଗବାନତାଙ୍କୁ ଲଭନ୍ତି ଭକ୍ତଜନ

  34. Couplet 34

    ସେ ଇଚ୍ଛେ ମୁକ୍ତି ଲଭିବାକୁଭଜଇ ହିରଣ୍ୟଗର୍ଭକୁ

  35. Couplet 35

    ସେ ମୋକ୍ଷ ଗୁଣ ଶୁଣ ମାୟେକହିବା ତୁମ୍ଭଙ୍କୁ ଥୋକାୟେ

  36. Couplet 36

    ବେନିପରାର୍ଦ୍ଧ କାଳ ଅନ୍ତେବ୍ରହ୍ମପ୍ରଳୟ ଏ ଜଗତେ

  37. Couplet 37

    ତାବତ କାଳ ବ୍ରହ୍ମଲୋକେହିରଣ୍ୟଗର୍ଭର ସାଧକେ

  38. Couplet 38

    ସୁଖେଣ ବିହାର କରନ୍ତିବ୍ରହ୍ମାର ସଙ୍ଗେ ଲୟ ଯାନ୍ତି

  39. Couplet 39

    ଭୂଆଦି ପଞ୍ଚ ମହାଭୂତଏ ଦଶ ଇନ୍ଦ୍ରିୟ ସହିତ

  40. Couplet 40

    ପଞ୍ଚ ବିଷୟ ଅହଙ୍କାରେଏ ସର୍ବ ବ୍ରହ୍ମାଣ୍ତ ଆକାରେ

  41. Couplet 41

    ଏମାନ୍ତେ ରହନ୍ତି ପ୍ରଧାନେପରାର୍ଦ୍ଧକାଳ ଅବସାନେ

  42. Couplet 42

    ସେସ୍ଥାନେ ଯେତେ ଯୋଗୀଥାନ୍ତିବ୍ରହ୍ମାଙ୍କ ଶରୀରେ ପଶନ୍ତି

  43. Couplet 43

    ଆୟୁଷଶେଷେ ପ୍ରଜାପତିପରମଆତ୍ମାରେ ମିଳନ୍ତି

  44. Couplet 44

    ଯେଣୁ ତାହାଙ୍କ ଅଭିମାନଦେହରେ ନୋହେ ଅବସାନ

  45. Couplet 45

    ଏଣୁ ସାକ୍ଷାତେ ମୁକ୍ତି ନୋହେବ୍ରହ୍ମାସଙ୍ଗତେ ହୋନ୍ତି ଲୟେ

  46. Couplet 46

    ଯେମାନେ ହରିର ଭକତହରି ଭଜନ୍ତି ଅବିରତ

  47. Couplet 47

    ସେ ସର୍ବ ହରିଙ୍କୁ ଲଭନ୍ତିଦେହାଦିଭାବ ନ ଜାଣନ୍ତି

  48. Couplet 48

    ସମ ଦେଖନ୍ତି ସର୍ବଜୀବମିତ୍ର ଅମିତ୍ର ଏକ ଭାବ

  49. Couplet 49

    ଏଣୁ ଭୋ ମାତ ହରି ଭଜଭୋଗ-ବାସନା ସର୍ବ ତେଜ

  50. Couplet 50

    ଏ ସର୍ବଭୂତଙ୍କ ହୃଦରେହରି ଅଛନ୍ତି ସର୍ବଠାରେ

  51. Couplet 51

    ତାହାଙ୍କ ମହିମା ସୁମରିମନକୁ ଯୋଗେ ଦୃଢ଼ କରି

  52. Couplet 52

    ତାହାଙ୍କୁ ଭଜିଲେ ତରିବଏ ଦେହ ପୁଣି ନହୋଇବ

  53. Couplet 53

    ଯେ ଆଦ୍ୟ ଚରାଚରଙ୍କରଯାହାଙ୍କୁ ବୋଲି ସୁରେଶ୍ୱର

  54. Couplet 54

    କୁମାରଆଦି ସିଦ୍ଧ ଯେତେଯୋଗ କରନ୍ତି ଅବିରତେ

  55. Couplet 55

    ନିଃସଙ୍ଗ କର୍ମ ହିଁ କରନ୍ତିତଥାପି ଭେଦ ନଛାଡ଼ନ୍ତି

  56. Couplet 56

    ଯେଣୁ କରନ୍ତି ଅଭିମାନଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ

  57. Couplet 57

    ସେମାନେ ପ୍ରଳୟ କାଳରେପଶନ୍ତି ଈଶ୍ୱର ଦେହରେ

  58. Couplet 58

    ହୋଇଲେ ସୃଷ୍ଟିର ଜାଗରପୁଣି ଘେନନ୍ତି ଅବତାର

  59. Couplet 59

    ଲଭନ୍ତି ନିଜ ନିଜ ସ୍ଥାନଭୋଗ କରନ୍ତି କର୍ମମାନ

  60. Couplet 60

    ଯେମାନେ କାମ୍ୟକର୍ମେ ରତକର୍ମ କରନ୍ତି ଅବିରତ

  61. Couplet 61

    ନିନ୍ଦିତ କର୍ମ ନ କରନ୍ତିବେଦବିଧିରେ ଆଚରନ୍ତି

  62. Couplet 62

    ଇନ୍ଦ୍ରିୟ ନ ଜିଣିଲେ ଯେଣୁସକାମ କର୍ମ କଲେ ତେଣୁ

  63. Couplet 63

    ରଜଗୁଣରେ ତାଙ୍କ ମନଆସକ୍ତ ଥାଇ ଅନୁକ୍ଷଣ

  64. Couplet 64

    ଗୃହକର୍ମରେ ହୋଇ ରତପିତୃଙ୍କୁ ପୂଜେ ଅବିରତ

  65. Couplet 65

    ବିମୁଖ ଶ୍ରୀକୃଷ୍ଣ କଥାରେରହନ୍ତି ଗୃହାଦି ବ୍ୟାପାରେ

  66. Couplet 66

    ଛାଡ଼ି ଅମୃତ କୃଷ୍ଣ କଥାନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା

  67. Couplet 67

    ତାଙ୍କୁ ବିଧାତା ବାମ ହେଲାବିଅର୍ଥେ ତାଙ୍କ ଜନ୍ମଗଲା

  68. Couplet 68

    ସକଳ ଅନର୍ଥ ଯେତେକଏକତ୍ୱେ କଲା ଅବିବେକ

  69. Couplet 69

    ଯେସନେ ବିଷ୍ଠା ଭୋଜୀମାନେବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ

  70. Couplet 70

    ଏ ମୂଢ଼ଲୋକେ ସେହି ରୂପେପଡ଼ି ଯନ୍ତ୍ରିତ ଭବକୂପେ

  71. Couplet 71

    ସେ ପୁଣ କର୍ମଭୋଗ ଅନ୍ତେଚଳନ୍ତି ଶୁଣ ଯେଉଁ ପଥେ

  72. Couplet 72

    ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେବସନ୍ତି ସେ ପିତୃଲୋକରେ

  73. Couplet 73

    ସେ ଭୋଗଅନ୍ତେ ଗୋ ଜନନୀସଂସାରେ ପଡ଼େ ଦେହ ଘେନି

  74. Couplet 74

    ପୁତ୍ରାଦି ଗୃହେ ଜାତ ହୋଇପୂର୍ବବାସନା ନଛାଡ଼ଇ

  75. Couplet 75

    ଗର୍ଭ-ଆଧାନ ଆଦି କର୍ମଦେହାନ୍ତେ ଶମଶାନଧର୍ମ

  76. Couplet 76

    ଏ କର୍ମମାନ କରୁଥାନ୍ତିସଂସାର ଛାଡ଼ି ନପାରନ୍ତି

  77. Couplet 77

    ଗମନ୍ତି ଦେବ-ପିତୃସ୍ଥାନତହିଁ କରନ୍ତି ଭୋଗମାନ

  78. Couplet 78

    ପୁଣି ଲଭନ୍ତି ନରଦେହଏମନ୍ତେ କାମ୍ୟକର୍ମସ୍ନେହ

  79. Couplet 79

    ଏଣୁ ସୁସ୍ଥିରେ ତୁମ୍ଭେ ମାଏମନ ନିବେଶ କୃଷ୍ଣପାୟେ

  80. Couplet 80

    ଶ୍ରବଣେ ଶୁଣ ତାଙ୍କ ଗୁଣକୀର୍ତ୍ତନ କର ଅନୁକ୍ଷଣ

  81. Couplet 81

    ସ୍ମରଣ ଅର୍ଚ୍ଚନ ବନ୍ଦନଯେ ନବଭକ୍ତିର ବିଧାନ

  82. Couplet 82

    ପାଦ ସେବନ ଦାସ୍ୟଭାବସଖ୍ୟାଦି ଆତ୍ମା ନିବେଦିବ

  83. Couplet 83

    ଏତେ ପ୍ରକାରେ କୃଷ୍ଣପାଦେଭକତି କର ଅପ୍ରମାଦେ

  84. Couplet 84

    କୃଷ୍ଣରେ କଲେ ଭକ୍ତିଯୋଗତହୁଁ ଲଭଇ ବଇରାଗ୍ୟ

  85. Couplet 85

    ତେବେ ଲଭିବ ଦିବ୍ୟଜ୍ଞାନପାଇବ ପରଂବ୍ରହ୍ମସ୍ଥାନ

  86. Couplet 86

    ଭକ୍ତିରେ ଚିତ୍ତ ଯେତେବେଳେରହଇ କୃଷ୍ଣ ସୁନିଶ୍ଚଳେ

  87. Couplet 87

    ତେବେ ସେ ବିଷୟ ଛାଡ଼ଇପ୍ରିୟ ଅପ୍ରିୟ ନ ଜାଣଇ

  88. Couplet 88

    ଇନ୍ଦ୍ରିୟ ବୃତ୍ତିଭେଦ ନାହିଁସମ ବିଷମ ଆର କାହିଁ

  89. Couplet 89

    ଏମନ୍ତ ଭାବ ଜନ୍ମେ ଯେବେଦେହେ ଆତ୍ମାକୁ ଦେଖେ ତେବେ

  90. Couplet 90

    ପରମାନନ୍ଦ ସୁଖ ପାଇଆନନ୍ଦେ ସଂସାର ଭ୍ରମଇ

  91. Couplet 91

    ଛାଡ଼ଇ ସର୍ବ ସଙ୍ଗମାନପରମାନନ୍ଦେ ରହେ ମନ

  92. Couplet 92

    ସେ ବ୍ରହ୍ମ ପରମପୁମାନରୂପ ବିହୀନ ଦିବ୍ୟଜ୍ଞାନ

  93. Couplet 93

    ସେ ପରମାତ୍ମା ପରମେଶତା ନାମ ପରମ-ପୁରୁଷ

  94. Couplet 94

    ସେ ଏକ ନାନା ରୂପ ଧରେଭ୍ରମ ଜନ୍ମାଇଛି ସଂସାରେ

  95. Couplet 95

    ଯୋଗୀଙ୍କ ଯୋଗସାଧ୍ୟ ଏହିଏକାନ୍ତେ ସଙ୍ଗ ଯେ ଛାଡ଼ଇ

  96. Couplet 96

    ପରମପଦ ଲଭେ ତେବେତାବିନୁ ଭ୍ରମୁଥାଇ ଭବେ

  97. Couplet 97

    ବ୍ରହ୍ମ ନିର୍ଗୁଣ ନିରାକାରକେବଳ ଜ୍ଞାନରୂପ ତାର

  98. Couplet 98

    ଶବ୍ଦାଦି ଧର୍ମ ଯାର ମାଏସେ ଧର୍ମେ ପ୍ରକାଶ ସେ ହୋଏ

  99. Couplet 99

    ଆଭାସ ଦିଶଇ ଭ୍ରାନ୍ତିରେଏ ବାହ୍ୟ ଇନ୍ଦ୍ରି‌ୟଙ୍କ ଦ୍ୱାରେ

  100. Couplet 100

    ପ୍ରତ୍ୟକ୍ଷେ ଦେଖୁ ଯେତେ କିଛିଏକା ସେ ସବୁ ହୋଇଅଛି

  101. Couplet 101

    କହିବା ସେ ହେତୁ ପ୍ରକାରଯେ ରୂପେ ବ୍ରହ୍ମାଣ୍ତ ସଞ୍ଚାର

  102. Couplet 102

    ପ୍ରଥମେ ମହତ ହୋଇଲାତହୁଁ ସେ ଅହଙ୍କାର ହେଲା

  103. Couplet 103

    ତ୍ରିବିଧ ହୋଏ ଅହଙ୍କାରଏ ପଞ୍ଚଭୂତ ରୂପ ତାର

  104. Couplet 104

    ମନ ଇନ୍ଦ୍ରିୟ ଏକାଦଶଏଥୁଁ ବ୍ରହ୍ମାଣ୍ତ ପରକାଶ

  105. Couplet 105

    ଜୀବରୂପରେ ସେହି ତହିଁସ୍ୱରୂପ ତାହାରଟି ଏହି

  106. Couplet 106

    ଯେବେ କରଇ ଯୋଗାଭ୍ୟାସଶ୍ରଦ୍ଧାରେ ଭଜଇ ବିଶେଷ

  107. Couplet 107

    ବୈରାଗ୍ୟେ ସଙ୍ଗ ତ୍ୟାଗ କରେମନ ନିବେଶି କୃଷ୍ଣଠାରେ

  108. Couplet 108

    ତେବେ ସେ ପ୍ରପଞ୍ଚ ଲେଛଇପରମଆତ୍ମାଙ୍କୁ ଚିହ୍ନଇ

  109. Couplet 109

    ଭୋ ମାତ ସାବଧାନେ ଘେନତୁମ୍ଭଙ୍କୁ କହିଦେଲୁ ଜ୍ଞାନ

  110. Couplet 110

    ଏ ଜ୍ଞାନେ ବ୍ରହ୍ମ ଦରଶନଏହା ବୁଝଇ ଯେଉଁଜନ

  111. Couplet 111

    ପ୍ରକୃତି ପୁରୁଷଙ୍କ ତତ୍ତ୍ବସେ ପ୍ରାଣୀ ଦେଖଇ ବ୍ୟଜତ

  112. Couplet 112

    ଜ୍ଞାନଯୋଗରେ ତାଙ୍କୁ ପାଇଭକ୍ତିଯୋଗରେ ଲଭ୍ୟ ସେହି

  113. Couplet 113

    କେବଳ ମାର୍ଗ ମାତ୍ର ଭେଦନବୁଝି ପାଏ ବହୁ ଖେଦ

  114. Couplet 114

    ଜ୍ଞାନରେ ନିର୍ଗୁଣ ଭଜଇଭକ୍ତିରେ ସଗୁଣ ଲଭଇ

  115. Couplet 115

    ସେ ଆତ୍ମା ଏକ ନାନା ହୋଏଦୃଷ୍ଟାନ୍ତ କହେ ଶୁଣ ମାଏ

  116. Couplet 116

    ଦେଖ ଶାକର କ୍ଷୀର ଆଦିଧରନ୍ତି ନାନା ଗୁଣ ବିଧି

  117. Couplet 117

    କିନ୍ତୁ ପଦାର୍ଥ ଏକ ମାଏଇନ୍ଦ୍ରି‌ୟଭେଦେ ଭିନ୍ନ ହୋଏ

  118. Couplet 118

    ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେରସନେ ମଧୁର ବିଶେଷେ

  119. Couplet 119

    ତ୍ୱଚରେ ଶୀତ ଉଷ୍ଣ ଭେଦନାସାରେ ସୁବାସ ଆମୋଦ

  120. Couplet 120

    ଭୋ ମାତ ଆତ୍ମା ବ୍ରହ୍ମ ଏକଗୁଣରେ ଦିଶଇ ଅନେକ

  121. Couplet 121

    ଯେ ତାକୁ ଯେ ରୂପେ ଭଜଇସେ ତାକୁ ସେ ରୂପେ ଦିଶଇ

  122. Couplet 122

    ତାକୁ ଜାଣିବ ଏକ ବୋଲିନବୁଝି କରୁଥାନ୍ତି କଳି

  123. Couplet 123

    ଶାସ୍ତ୍ରମାର୍ଗରେ ନାନା କହେସେ ପୁଣି ଏକ ନାନା ନୋହେ

  124. Couplet 124

    ଶୁଣ ଜନନୀ ଶାସ୍ତ୍ରଭେଦଯେଣେ ଛାଡ଼ିବ ସର୍ବଖେଦ

  125. Couplet 125

    ଯେ କ୍ରିୟାପୂର୍ତ୍ତି ଆଦି କରିଯେ ଯାହା କରନ୍ତି ଆଦରି

  126. Couplet 126

    ତହୁଁ ଯେ ହୋଏ ଭୋଗମାନସେ ସବୁ ରୂପ ଭଗବାନ

  127. Couplet 127

    ଯାଗକର୍ମରେ ପ୍ରାପ୍ୟ ସେହିଦାନରେ ଅନ୍ୟ ନାହିଁ କେହି

  128. Couplet 128

    କେହୁ କରନ୍ତି ତପମାନସେ ସବୁ ତହୁଁ ନୋହେ ଆନ

  129. Couplet 129

    ସେହିଟି ବେଦ-ଅଧ୍ୟୟନେମୀମାଂସାଶାସ୍ତ୍ର ତାହା ଭଣେ

  130. Couplet 130

    ନିଷିଦ୍ଧ କର୍ମ ତ୍ୟାଗ ଯେହିସେ ଧର୍ମ ଜାଣିଥିବ ସେହି

  131. Couplet 131

    ସନ୍ନ୍ୟାସ କାହାର ବା ଧର୍ମଯହିଁ ଛାଡ଼ନ୍ତି କାମ୍ୟକର୍ମ

  132. Couplet 132

    ବିବିଧ ଅଙ୍ଗ ଯୋଗ ସେହିଭକ୍ତିଯୋଗରେ ପ୍ରାପ୍ୟ ଏହି

  133. Couplet 133

    ଜ୍ଞାନଯୋଗ ହିଁ ତାକୁ କହିସେ ଏକବସ୍ତୁ ସର୍ବମୟୀ

  134. Couplet 134

    ସକାମ ନିଷ୍କାମ ଯେ ଧର୍ମସଗୁଣରୂପ ସବୁ ବ୍ରହ୍ମ

  135. Couplet 135

    ଆତ୍ମତ‌ତ୍ତ୍ବ‌ରେ ଗମ୍ୟ ଏହିବୈରାଗ୍ୟ ଧର୍ମେ ତାକୁ ପାଇ

  136. Couplet 136

    ଏମନ୍ତେ ନାନା ଶାସ୍ତ୍ରମତେଯେ ପ୍ରାଣୀ ଭଜଇ ଯେମନ୍ତେ

  137. Couplet 137

    ସଗୁଣ ନିର୍ଗୁଣଟି ସେହିତା ବିନୁ ଅନ୍ୟ ନାହିଁ କେହି

  138. Couplet 138

    ଏ ଭକ୍ତିଯୋଗ ଚାରିମତସ୍ୱରୂପ କରିଲୁଁ ବ୍ୟକତ

  139. Couplet 139

    ଯେ କାଳ ଅନ୍ତରେ ଧାବଇସୃଜନ ଆଦି ଯେ କରଇ

  140. Couplet 140

    କହିଲୁଁ ସ୍ୱରୂପ ତାହାରଭୋ ମାତ କରତୁ ବିଚାର

  141. Couplet 141

    ଗତି ଏ ଜୀବମାନଙ୍କରଅବିଦ୍ୟାକର୍ମରେ ପ୍ରଚୁର

  142. Couplet 142

    ଏ ଆତ୍ମା ତହିଁ ପଶିଥାଇଆପଣା ଗତି ନ ବୁଝଇ

  143. Couplet 143

    ଏମନ୍ତେ ଜୀବ ଗତାଗତିକହିଲୁ ଛାଡ଼ ମନୁ ଭ୍ରାନ୍ତି

  144. Couplet 144

    ଏ ଯୋଗ ନ କରି ପ୍ରକାଶକହିଲେ ଧର୍ମ ହୋଏ ନାଶ

  145. Couplet 145

    କେବେହେଁ ଖଳେ ନ କହିବବିନୟ ଯେ ପ୍ରାଣୀ ନୋହିବ

  146. Couplet 146

    ନ କହି ଦୁର୍ଜନ ଅଗ୍ରତେଅପରେ ଧର୍ମଧ୍ୱଜୀ ଯେତେ

  147. Couplet 147

    ଦାମ୍ଭିକ ଅଗ୍ରତେ ନ କହିପ୍ରଲୋଭୀ ପ୍ରାଣୀ ଅଟେ ଯେହି

  148. Couplet 148

    ଯେ ଗୃହଧର୍ମେ ହୋଇ ରତତାରେ ନ କହି କଦାଚିତ

  149. Couplet 149

    ନ ସହେ ଯେ ଭକତଜନେନ କହ ଭକ୍ତିହୀନ ଜନେ

  150. Couplet 150

    ଏମନ୍ତ ଲୋକେ ନ କହିବଗର୍ବିତ ଭାବ ଯାର ଥିବ

  151. Couplet 151

    ମୋ ଭକ୍ତିହୀନେ ନ କହିବମୋ ଭକ୍ତେ ଦ୍ୱେଷ ଯାର ଥିବ

  152. Couplet 152

    ଯାହାର ଶ୍ରଦ୍ଧା ଏଥି ଥିବତାହାକୁ ଏ ମାର୍ଗ କହିବ

  153. Couplet 153

    ଭକତଜନେ ଏହା କହିଯେ ଭକ୍ତଜନରେ ସେବଇ

  154. Couplet 154

    ଯେ ପ୍ରାଣୀ ଏଥେ ସ୍ପୃହା କରେଏ ଧର୍ମ କହିବ ତାହାରେ

  155. Couplet 155

    ଯେ ପ୍ରାଣୀ ସର୍ବଭୂତେ ମିତ୍ରତାହାକୁ କହି ଏ ଚରିତ

  156. Couplet 156

    ଯେ ପ୍ରାଣୀ ଗୁରୁଙ୍କୁ ସେବଇଏ ଦୀକ୍ଷା ତାରେ ଶିକ୍ଷା ଦେଇ

  157. Couplet 157

    ବିଷୟେ ବୈରାଗ୍ୟ ଯାହାରଯେ ପ୍ରାଣୀ ଶାନ୍ତଚିତ୍ତ ଧୀର

  158. Couplet 158

    ଯେ ପ୍ରାଣୀ ହୋଏ ନିର୍ମ›ତ୍ସରବିନୀତ ଶୁଚି ନିରନ୍ତର

  159. Couplet 159

    ପ୍ରି‌ୟମାନଙ୍କ ଅତିପ୍ରି‌ୟକରଇ ମୋରଠାରେ ସ୍ନେହ

  160. Couplet 160

    ଏମନ୍ତ ପ୍ରାଣୀଙ୍କି କହିବଅଧର୍ମଠାରେ ଲୁଚାଇବ

  161. Couplet 161

    ଶ୍ରଦ୍ଧାରେ ଯେ ଏହା ଶୁଣନ୍ତିଅଥବା ଆଦରେ ଭଣନ୍ତି

  162. Couplet 162

    ମୋହର ପଦବୀ ସେ ପାଏସତ୍ୟ କହିଲୁ ଏହା ମାଏ

  163. Couplet 163

    ତୃତୀୟସ୍କନ୍ଧେ ଭାଗବତକପିଳମୁନି ଯୋଗ ଖ୍ୟାତ

  164. Couplet 164

    ମାତାଙ୍କୁ ଦେଲେ ଜ୍ଞାନବାଣୀସୁଜନେ ତର ଏହା ଶୁଣି

  165. Couplet 165

    କର୍ମବିପାକ ପ୍ରାଣୀଙ୍କରଦ୍ୱାତ୍ରିଂ‌ଶ ଅଧ୍ୟାୟ ସଞ୍ଚାର

  166. Couplet 166

    ଶ୍ରବଣ କର ସାଧୁଜନେବ୍ରାହ୍ମଣ ଜଗନ୍ନାଥ ଭଣେ

Odia Bhagabata skandha 3 adhyaya 32 | Parbani by ParibhaAsha App