Skandha 3
Adhyaya 31
Couplet 1
ଶୁଣ ଜନନୀ ତଦନ୍ତରେପୁଣ୍ୟ ପାତକ ସୁବିଚାରେ
Couplet 2
ଏ ପୁଣ୍ୟ ପାପ ଅନୁସାରେମନୁଷ୍ୟ ଦେହ ପ୍ରାଣୀ ଧରେ
Couplet 3
ମନୁଷ୍ୟ ଦେହ ଯେଣୁ ସ୍ଥିତିତେଣୁ ସେ ରାଜସିକ ମତି
Couplet 4
ଏହା କହିବା ତୋ ଆଗରେସୁଜନେ ଶୁଣ ହେତୁଦ୍ୱାରେ
Couplet 5
ବୋଲନ୍ତି ପ୍ରଭୁ ଭଗବାନଭୋ ମାତ ସାବଧାନେ ଶୁଣ
Couplet 6
ଏ ଜୀବ ଯେ କର୍ମ ଇଚ୍ଛଇଈଶ୍ୱର ତହିଁ ନିଯୋଜଇ
Couplet 7
ଏ ଜୀବ ସ୍ୱକର୍ମ ବଶରେପୁରୁଷ ରେତ ଆଶା କରେ
Couplet 8
ପୁଣି ଏ ଦେହ ଧରିବାକୁପ୍ରବେଶ ଜନନୀ ଗର୍ଭକୁ
Couplet 9
ପୁରୁଷ ଦେହର ସ୍ୱରୂପେପଶଇ ଆତ୍ମାର ସଙ୍କଳ୍ପେ
Couplet 10
ଯେ ଜନ୍ମେ ଯେ ଗର୍ଭ ସଂଯୋଗପଶଇ ରଜ-ବୀର୍ଯ୍ୟ ଯୋଗ
Couplet 11
ସେ ରେତ ପ୍ରଥମ ଦିନରେମିଶଇ ଶୋଣିତ ସଙ୍ଗରେ
Couplet 12
ତାହାକୁ ବୋଲିଟି କଲ୍ଲୋଳପଞ୍ଚମ ଦିନେ ସେ ବର୍ତ୍ତୁଳ
Couplet 13
ସେ ପୁଣି ବଦରୀ ସମାନେକଠିନ ହୁଏ ଦଶଦିନେ
Couplet 14
ତା ପରେ ହୋଇ ମାଂସ ପିଣ୍ତତଦନ୍ତେ ପ୍ରକାଶଇ ଅଣ୍ତ
Couplet 15
ମସ୍ତକ ପ୍ରଥମ ମାସରେପ୍ରକାଶ ହୁଅଇ କନ୍ଧରେ
Couplet 16
ସମ୍ପୂର୍ଣ୍ଣ ବେନିମା ଯାଏକର ଚରଣ ଆଦି ହୋଏ
Couplet 17
ଅଙ୍ଗୁଳି ନଖ ତନୁ ରୋମଅସ୍ଥି ହୃଦୟ ନାଡ଼ିମାନ
Couplet 18
ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦିତୃତୀୟମାସେ ଏ ପ୍ରସିଦ୍ଧି
Couplet 19
ଚତୁର୍ଥମାସେ ଧାତୁ ହୋଏପଞ୍ଚମେ କ୍ଷୁଧା ତୃଷା ବହେ
Couplet 20
ତଦନ୍ତେ ଷଷ୍ଠ ପରିମିତକ୍ଷୁଧା ତୃଷାରେ ସେ ପୀଡ଼ିତ
Couplet 21
ଗର୍ଭ ବେଷ୍ଟନେ ବଦ୍ଧ ହୋଇଦକ୍ଷିଣ କୁକ୍ଷିରେ ଭ୍ରମଇ
Couplet 22
ଜନନୀ ଯେ ଦ୍ରବ୍ୟ ଭକ୍ଷଇସେ ରସେ ତା ଧାତୁ ବଢ଼ଇ
Couplet 23
ମୂତ୍ର ପୁରୀଷ ରକ୍ତ ଲାଳେକୃମି ପୀଡ଼ିତ ସମାକୁଳେ
Couplet 24
ତହିଁ ଯନ୍ତ୍ରିତେ ଶୋଇ ଥାଇକୃମି ସଂକୁଳ ମଧ୍ୟେ ରହି
Couplet 25
ଅତି କୋମଳ କଳେବରକୃମି ଭକ୍ଷଣେ ନୋହେ ସ୍ଥିର
Couplet 26
ଅଙ୍ଗ କାଟନ୍ତେ କୃମିମାନେପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ
Couplet 27
ବହୁତ କ୍ଳେଶ ତହିଁ ପାଇକ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ
Couplet 28
ଉଷ୍ଣ ଲବଣ କଟୁ ତୀକ୍ଷ୍ଣକ୍ଷାର ଆମ୍ବିଳ ଯା ଭକ୍ଷଣ
Couplet 29
ଜନନୀ ଆହାର କରଇସେ ରସେ ସର୍ବାଙ୍ଗ ପୀଡ଼ଇ
Couplet 30
କରଇ ବେଦନାକୁ ଜାତତେଣେ ତା ସର୍ବାଙ୍ଗ ପୀଡ଼ିତ
Couplet 31
ନିବାସ ଜରାୟୁ ଭିତରେନାଡ଼ିରେ ବେଷ୍ଟିତ ନିର୍ଭରେ
Couplet 32
କୁଟିଳ ଭାବେ ଶିରୋଧରପୃଷ୍ଠ କୁଟିଳ କଳେବର
Couplet 33
ମାତୃକୁକ୍ଷିରେ ଦେଇ ଶିରପଡ଼ି ଯେ ଥାଇ ନୋହେ ସ୍ଥିର
Couplet 34
ଶରୀର ଚାଲି ନପାରଇପିଞ୍ଜର-ପକ୍ଷୀ ପ୍ରାୟ ହୋଇ
Couplet 35
ସେ ଗର୍ଭେ ପୂର୍ବକର୍ମ ବଶେବହୁତ ଜନ୍ମ ତାକୁ ଦିଶେ
Couplet 36
ଶତେଜନ୍ମର କର୍ମ ଯେତେସୁମରୁ ଥାଏ ଗର୍ଭଗତେ
Couplet 37
ସେ ପାପ ପୁଣ୍ୟ ମନେ ଧ୍ୟାଇବହୁତ ନିଃଶ୍ୱାସ ଛାଡ଼ଇ
Couplet 38
ତା ଫେଡ଼ି ନ ପାରଇ କେହିକର୍ମଆୟତ୍ତେ ବଶ ହୋଇ
Couplet 39
ସୁମରି ପୂର୍ବଜନ୍ମ ଦୁଃଖସୁଖ ନ ଲଭି ସେ ବିମୁଖ
Couplet 40
ସପ୍ତମମାସ ଆଦି କରିତା ଦେହେ ଜ୍ଞାନ ଥାଇ ପୁରି
Couplet 41
ପ୍ରସୂତିବାତ ବଳୀୟାରତେଣେ କମ୍ପଇ ତା ଶରୀର
Couplet 42
ଦେହକୁ ଅସ୍ଥିର କରଇକୃମି ଯେସନେ ଭ୍ରମୁଥାଇ
Couplet 43
ସେ ରୂପେ ଗର୍ଭେ ତା ଭ୍ରମଣଦୁଃସହ ସେ ଦୁଃଖ କଷଣ
Couplet 44
ତଦନ୍ତେ ଶୁଣ ଗୋ ଜନନୀଭାଳଇ ଦିବସ ରଜନୀ
Couplet 45
ଅତି ବିମୁଖେ କଷ୍ଟ ସହିସେ ଗର୍ଭେ ଆତ୍ମାକୁ ଦେଖଇ
Couplet 46
ତା ରୂପ ଅତି ମନୋହରଧ୍ୟାନେ ଜାଣଇ ତା ଶରୀର
Couplet 47
ନିରତେ ଭାଳେ ଏକଚିତ୍ତେଭକ୍ତିରେ ମନ ପ୍ରମୋଦିତେ
Couplet 48
ସପ୍ତଧାତୁରେ ବଦ୍ଧ ହୋଇଅଞ୍ଜଳି କରିଣ ପ୍ରାର୍ଥଇ
Couplet 49
ଭୟେ ବିଚାରଇ ମନରକେମନ୍ତେ ଏଥୁଁ ହେବି ପାର
Couplet 50
ଏଥୁଁ ନିସ୍ତାର ମୋ କେମନ୍ତେଆତଙ୍କେ ଚିନ୍ତଇ ନିରତେ
Couplet 51
ଯେମନ୍ତେ ଆଉ ପୁନର୍ବାରଏ ଗର୍ଭ ଦୁଃଖ ନୋହୁ ମୋର
Couplet 52
ଶ୍ରୀକୃଷ୍ଣପାଦେ କରି ଧ୍ୟାନଅତି ଆନନ୍ଦ ସୁଖେ ମଗ୍ନ
Couplet 53
ଏଥୁଁ ନିର୍ଗତ ମୋ କେମନ୍ତେତାହାକୁ ଭାବେ ଅବିରତେ
Couplet 54
ସେ ଦୁଃଖ ନ ଘେନଇ ଚିତ୍ତେଅନାଥ ମୁଁ ଯେ ଗର୍ଭଗତେ
Couplet 55
ବେଦନା ପାଉଅଛି ଯେତେଏଥୁ ଉଦ୍ଧର ନାଥ ମୋତେ
Couplet 56
ଏ ଦୁଃଖ ଯେମନ୍ତେ ନୋହିବଏମନ୍ତ କୃପା ମୋତେ ହେବ
Couplet 57
ଏ ରୂପେ ବ୍ୟାକୁଳେ କଷଣେସ୍ତୁତି କରଇ ଅନୁକ୍ଷଣେ
Couplet 58
ତୁ ନାଥ ପୂର୍ଣ୍ଣଜ୍ଞାନମୟେଆତ୍ମା ସ୍ୱରୂପେ ବସୁ ଦେହେ
Couplet 59
ସକଳ ହୃଦୟେ ପ୍ରକାଶଗଗନେ ଯେହ୍ନେ ରବି ତ୍ରାସ
Couplet 60
ଏବେ ପ୍ରଣମୁଁ ତୋର ପାୟେଭୋ ନାଥ କର ମୋତେ ଦୟେ
Couplet 61
ଏ ଗର୍ଭବାସ ଦୁଃଖ ମୋତେଯେମନ୍ତେ ନଲାଗେ ଜଗତେ
Couplet 62
ନିର୍ଲେପ ନିରଞ୍ଜନ ତୁହିତୋ ରୂପ ନଜାଣନ୍ତି କେହି
Couplet 63
ତୋ ପାଦ ନଭଜିଲି ମୁହିଁଅଶେଷ ଗର୍ଭେ ଦେହ ବହି
Couplet 64
ତେଣୁ ସକଳ ଗର୍ଭବାସଜନ୍ମିଣ ପୁଣି ଯାଇ ନାଶ
Couplet 65
ତୁ ଏବେ ମୋତେ ଦୟାକରଏ ଗର୍ଭସଙ୍କଟୁ ଉଦ୍ଧର
Couplet 66
ଏ ମହାଗର୍ଭର କଷଣଏଥୁ ଉଦ୍ଧର ନାରାୟଣ
Couplet 67
ଏ ଗର୍ଭୁ ହୋଇଲେ ନିସ୍ତାରତୋର ଚରଣେ ଚକ୍ରଧର
Couplet 68
ମୁଁ ପାପୀ ଭଜିବି ନିରତେଏ ଦୁଃଖ ନ ଲଭି ଯେମନ୍ତେ
Couplet 69
ଭୋନାଥ ତୋହର ଚରଣପଶିଲି ଆଜି ମୁଁ ଶରଣ
Couplet 70
ଜଗତ ରକ୍ଷାର ନିମିତ୍ତଇଚ୍ଛାଏ ନାନା ତନୁଭୂତ
Couplet 71
ମୁହିଁ ତ ଅଟଇ ଅସତଏ ଗର୍ଭକଷ୍ଟ ମୋ ଉଚିତ
Couplet 72
ତୋ ରୂପ ଦେଖାଇଲୁ ଦେବଅପୂର୍ବ ଦୟାଳୁ ସ୍ୱଭାବ
Couplet 73
ଗର୍ଭକୁ ଆଣିଲା ଯେ ମୋତେତା ପାଦେ ସ୍ତୁତି ମୋ ନିରତେ
Couplet 74
ତା ପାଦେ ପଶିଲି ଶରଣସେ ମୋତେ କରୁ ପରିତ୍ରାଣ
Couplet 75
ସେବଇ ତାର ପାଦଗତେଅଶେଷ କର୍ତ୍ତା ଯେ ଜଗତେ
Couplet 76
ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁଇଚ୍ଛାରେ ଶରୀର ଧରଇ
Couplet 77
ଯେ କଲା ଏତାଦୃଶ ଗତିମୁଁ ପାପୀ ଅତୀବ ଦୁର୍ମତି
Couplet 78
ସେ ପ୍ରଭୁ ଏକଷ୍ଟୁ ରଖିବେତା ବିନୁ ଆଶ୍ରା ନାହିଁ ଜୀବେ
Couplet 79
ତାହାଙ୍କ ଅଭୟ ଚରଣେଶରଣ ଗଲି ଏ କଷଣେ
Couplet 80
ସେ ପାଦେ ଯେ ପ୍ରାଣୀ ପ୍ରପନ୍ନନ ଲାଗେ ଏ ଦୁଃଖ ବୃଜିନ
Couplet 81
ମୁଁ କଷ୍ଟେ ଜନନୀ ଗର୍ଭରେଅଛଇ ମାୟା କଳେବରେ
Couplet 82
ଜୀବ ସ୍ୱରୂପେ ଅଛି ମୁହିଁମୋ ନିଜକମେ ବନ୍ଦୀ ହୋଇ
Couplet 83
ଅଛଇ ବନ୍ଧନ ପରାୟେଏ ଗର୍ଭପୀଡ଼ା ଅତି ଭୟେ
Couplet 84
ନମଇଁ ତାହାଙ୍କ ପୟରେଯେ ଦେବ ଛନ୍ତି ମୋ ହୃଦରେ
Couplet 85
ବିଶୁଦ୍ଧ ବିକାର-ବିହୀନଅଖଣ୍ତବୋଧ ଅନୁଦିନ
Couplet 86
ତ୍ରିବିଧ ସନ୍ତାପେ ତାପିତହୃଦୟେ ହୁଅଇ ପ୍ରତୀତ
Couplet 87
ନମଇଁ ତାହାଙ୍କ ଚରଣେସେ ନାଥ ରଖୁ ଏ କଷଣେ
Couplet 88
ଏ ପଞ୍ଚଭୂତେ ବିରଚିତଏମନ୍ତ ଦେହେ ମୁହିଁସ୍ଥିତ
Couplet 89
ମିଥ୍ୟାରେ ଆଚ୍ଛନ୍ନ ହୋଇଛିବୁଝିଲେ ସତ୍ୟ ନୋହେ କିଛି
Couplet 90
ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତଏଥେଁ ମୁଁ ବଦ୍ଧ ଅବିରତ
Couplet 91
ବନ୍ଦଇ ସେ ପ୍ରଭୁ ଚରଣଏ କଷ୍ଟୁ କରିବେ ତାରଣ
Couplet 92
ଅକୁଣ୍ଠ ମହିମା ତାହାରକେବେ ହେଁ ନଥାଇ ବିକାର
Couplet 93
ଯେଣୁ ସେ ଆଦି ନିରଞ୍ଜନପ୍ରକୃତି ପୁରୁଷହୁଁ ଭିନ୍ନ
Couplet 94
ସେ ପ୍ରଭୁ ପରମ-ପୁମାନଦିଅନ୍ତୁ ମୋତେ ଦିବ୍ୟଜ୍ଞାନ
Couplet 95
ଯା ମାୟା ଆବୋରି ରହିଛିଏଣୁ ମୁଁ ସବୁ ବିସ୍ମରୁଛି
Couplet 96
ତେଣୁ ଭ୍ରମଇ ଏ ସଂସାରେଶ୍ରମେ କାତର ନିରନ୍ତରେ
Couplet 97
ତାହାଙ୍କୁ ଭଜିବଇଁ ଯେବେଏ ଦୁଃଖୁ ନିସ୍ତାରିବେ ତେବେ
Couplet 98
ଭଜିଲେ ନିଜରୂପ ପାଇନ ଭଜି ପାରହେବି କାହିଁ
Couplet 99
ସେ ପ୍ରଭୁ ବିନୁ ଏହି ଜ୍ଞାନକେ ଦେଇ ପାରି ମୋତେ ଆନ
Couplet 100
ତା ତହୁଁ ଜ୍ଞାନ ମୁଁ ପାଇଛିଯେଣୁ ମୁଁ ତ୍ରିକାଳ ଦେଖୁଛି
Couplet 101
ଏଣୁ ଏ ଗର୍ଭଦୁଃଖ ଘୋରନ ଜାଣେ ଶରୀର ମୋହର
Couplet 102
ଏଣୁ ଯେ ତାହାଙ୍କୁ ଭଜିବିତେବେ ସେ କର୍ମକୁ ଜିଣିବି
Couplet 103
ଯାହାର ଅଂଶ ସ୍ଥିରଚରେବ୍ୟାପିଛି ଭବନ ଭିତରେ
Couplet 104
ବନ୍ଦଇ ତାହାଙ୍କ ଚରଣଭୋ ନାଥ ଦେବା ଦିବ୍ୟଜ୍ଞାନ
Couplet 105
ବାଳ ଚଞ୍ଚଳ ଭାବ ମୁହିଁତୋ ପାଦ-କମଳେ ପୁଛଇ
Couplet 106
ଜନନୀ-ଉଦର-ଗୁହାରେପୁରୀଷ ମୂତ୍ରାଦି କୁପରେ
Couplet 107
ଅବଶେ ତହିଁ ମୁଁ ପଡ଼ିଛିଜଠରଅଗ୍ନି ଦହୁ ଅଛି
Couplet 108
ତହୁଁ ବାହାର ହେବା ପାଇଁସଭୟେ ମାସ ଗଣୁଛଇଁ
Couplet 109
କେବେ ସେ କରିବେ ବାହାରସେ ପ୍ରଭୁ କୃପା-ପାରାବାର
Couplet 110
ଯେ କଲା ଏତାଦୃଶ ଗତିଲଭିଲି ଦିବ୍ୟଜ୍ଞାନ ମତି
Couplet 111
ସେ ବଡ଼ କରୁଣାସାଗରଯେ ମୋତେ ଦେଲେ ଜ୍ଞାନପର
Couplet 112
ମୁଁ ତାଙ୍କୁ କିସେବା କରିବିକି ଦ୍ରବ୍ୟ ଦେଇଣ ତୋଷିବି
Couplet 113
ସେ ନାଥ ଦୀନବନ୍ଧୁ ଯେବେସ୍ୱଗୁଣେ ତୁଷ୍ଟ ହେବେ ତେବେ
Couplet 114
ଅଞ୍ଜଳି ବିନୁ ନାରାୟଣମୋହର ଦ୍ରବ୍ୟ ନାହିଁ ଆନ
Couplet 115
ଏ ଯେତେ ଜୀବପଶୁ ଆଦିଅଜ୍ଞାନ ଦେହେ ନିରବଧି
Couplet 116
ଦେଖନ୍ତି ସୁଖ ଦୁଃଖ ମାତ୍ରଏଣୁ ହୁଅନ୍ତି କ୍ଳେଶପାତ୍ର
Couplet 117
ଯେ ଦିବ୍ୟଜ୍ଞାନ ଦେଲେ ମୋତେଯେ ବୁଦ୍ଧି ଘେନି ଅବିରତେ
Couplet 118
ଏ ଦେହ ଭିତର ବାହାରେପ୍ରତ୍ୟକ୍ଷ ଦେଖୁଛି ତାହାରେ
Couplet 119
ଏ ଘେନି ସୁଖେ ଆଶା ନାହିଁଦୁଃଖକୁ ଭୟ ଅବା କାହିିଁ
Couplet 120
ଯେ ମୋତେ ଦେଲେ ଦିବ୍ୟଜ୍ଞାନସେ ପାଦେ ମୋହର ବନ୍ଦନ
Couplet 121
ସେ ପ୍ରଭୁ ରୂପ ମନୋହରଦର୍ଶନେ ଲୋଭ ଚିତ୍ତ ମୋର
Couplet 122
ସେ ରୂପ-ସୁଧା ଆପ୍ୟାୟନେତୃଷିତ ଲୋଚନ ସଘନେ
Couplet 123
କେବେ ହେଁ ନପାରଇ ଛାଡ଼ିଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି
Couplet 124
ବହୁତ ଦୁଃଖର ଆବାସଏହି ମୋହର ଗର୍ଭବାସ
Couplet 125
ମୁଁ ଦୁଃଖେ ବଞ୍ଚିବି ଗର୍ଭରେକେବେ ହେଁ ନଯିବି ବାହାରେ
Couplet 126
ସଂସାର ଅନ୍ଧକୂପ ଅତିତହିଁକି ଯେ ଜୀବେ ଗମନ୍ତି
Couplet 127
ତୋ ମାୟା ଘୋଟଇ ତାହାକୁସେ ସତ୍ୟ ମଣଇଁ ମିଥ୍ୟାକୁ
Couplet 128
ପଡ଼ଇ ସଂସାର-ଚକ୍ରରେପୁତ୍ର କଳତ୍ର ମାୟା-ଘୋରେ
Couplet 129
ଏଣୁ ବାହାରେ ନ ଯିବଇଁମୁଁ ଗର୍ଭେ ମୋକ୍ଷ ସାଧିବଇଁ
Couplet 130
ବ୍ୟାକୁଳ ନୋହି ଏ ଗର୍ଭରସହିବି ଦୁଃଖ ମହାଘୋର
Couplet 131
ଆତ୍ମାକୁ ତାରିବି ଏଠାରେମନ ନିବେଶି ଆତ୍ମାଠାରେ
Couplet 132
ସାରଥି ବୁଦ୍ଧି ବିବେକକୁକରିଣ ତାରିବି ଆତ୍ମାକୁ
Couplet 133
ଗର୍ଭ ନିବାସ ଦୁଃଖ ଆରଯେମନ୍ତ ନୋହିବ ମୋହର
Couplet 134
ବିଷ୍ଣୁର ଚରଣେ ପଶିବିଅଶେଷ ଗର୍ଭେ ମୁଁ ନ ଯିବି
Couplet 135
ଏମନ୍ତେ ନାନା ସ୍ତୁତି କରିଗର୍ଭ-ଯାତନା ଦୁଃଖେ ଡରି
Couplet 136
ସେ ଜୀବ ଅତି ଦୁଃଖେ ଛନ୍ନଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ
Couplet 137
କହନ୍ତି କପିଳ ଗୋସାଇଁସେ ଦେବହୂତି ମୁଖ ଚାହିଁ
Couplet 138
ବିନୟ ଭାବେ ସ୍ତୁତି କରେଏ ଜୀବ ଜନନୀ ଉଦରେ
Couplet 139
କେବେ ହେଁ ନୋହେ ତା ଉଶ୍ୱାସଦୁଃଖେ ପୀଡ଼ିତ ଦଶମାସ
Couplet 140
ଏମନ୍ତ ଦୁଃଖ ଅବଶେଷେଶରୀରୁ ପବନ ପ୍ରକାଶେ
Couplet 141
ତାହାକୁ ପ୍ରସବ ମାରୁତପ୍ରେରଣ କରଇ ବହୁତ
Couplet 142
ତକ୍ଷଣେ ଅଧୋମୁଖ କରିପକାଇ ଯୋନିଦ୍ୱାର ଭରି
Couplet 143
ଗର୍ଭ ଭିତରୁ ତାକୁ ହେଳେପବନ ଝାଙ୍କି ମହାବଳେ
Couplet 144
ସେ ଯୋନିଦ୍ୱାର ମାର୍ଗଗତେବାହାର କରଇ ତୁରିତେ
Couplet 145
ଅତି ସଂକୀର୍ଣ୍ଣ ଜନ୍ମଦ୍ୱାରକଷ୍ଟରେ ହୁଅଇ ବାହାର
Couplet 146
ସ୍ତମ୍ଭିତେ ଶ୍ୱାସ ନିରୋଧଇସେ ଗର୍ଭଜ୍ଞାନ ପାଶୋରଇ
Couplet 147
ଅଜ୍ଞାନେ ପଡ଼ଇ ଭୂମିରେରକ୍ତ-ଜର୍ଜର କଳେବରେ
Couplet 148
କୃମିର ପ୍ରାୟେ ଚେଷ୍ଟା କରେରୋଦନ କରଇ କାତରେ
Couplet 149
ଲଭଇ ବିପରୀତ ଗତିସେ ଜ୍ଞାନ ଆଉ ନ ସ୍ମରତି
Couplet 150
ପାଳନ୍ତି ଜ୍ଞାତି ବନ୍ଧୁଜନେତା ଅଭିମତ କେହୁ ଜାଣେ
Couplet 151
କ୍ଷୁଧାରେ ତକ୍ଷଣେ ରୋଦଇତା କେହି ବୁଝି ନପାରଇ
Couplet 152
ବୋଲନ୍ତି ପେଟ ବଥାଇଲାଏଣୁ ଏ ବ୍ୟାକୁଳେ ରୋଦିଲା
Couplet 153
ମୁଖେ ଦିଅନ୍ତି ନିମ୍ବରସଜୀବ ତ ପିଅଇ ଅବଶ
Couplet 154
ନିଷେଧି ତାହା ନ ପାରଇଯାହା ଦିଅନ୍ତି ତାହା ଖାଇ
Couplet 155
ଅଶୁଚି ଶଯ୍ୟାରେ ଶୟନକରନ୍ତି ତାକୁ ପରିଜନ
Couplet 156
ତହିଁ ଅବଶେ ପଡ଼ିଥାଇପିମ୍ପୁଡ଼ି ମାଛି କୀଟ ଖାଇ
Couplet 157
ନିବାରେ ନୋହଇ ସମର୍ଥଯେଣୁ ନଚଳେ ପଦ ହସ୍ତ
Couplet 158
ଉଠି ବସିତେ ଶକ୍ୟ ନାହିଁବନ୍ଧନ ଜୀବ ପ୍ରାୟ ହୋଇ
Couplet 159
କୋମଳ ଚର୍ମ ତା ଶରୀରେକାଟନ୍ତି ମଶକ ନିର୍ଭରେ
Couplet 160
ଦଶନ ବିକାଶି କାଟନ୍ତିଶୋଷିଣ ଶୋଣିତ ପିବନ୍ତି
Couplet 161
ତହୁଁ ସେ ଜ୍ଞାନହୀନ ହୋଇସର୍ବଦା ରୋଦନ କରଇ
Couplet 162
ଏ ରୂପେ ପାଞ୍ଚବର୍ଷ ଯାଏଶୈଶବେ ଦୁଃଖ ଭୋଗ ହୁଏ
Couplet 163
ପୌଗଣ୍ତ କାଳେ ମହା ଦୁଃଖତହିଁ ନପାଇ କିଛି ସୁଖ
Couplet 164
ତଦନ୍ତେ ବିଦ୍ୟା ପ୍ରପଠନେଭୟେ ତରସ୍ତ ପ୍ରତିଦିନେ
Couplet 165
ମରଣୁ ସେ ଦୁଃଖ ବଳଇନିର୍ଭୟସ୍ଥାନେ ପଶେ ଯାଇ
Couplet 166
ଏମନ୍ତେ ଜୀବ ଲଭେ କ୍ଳେଶନ ପାଇ ଜ୍ଞାନ ଉପଦେଶ
Couplet 167
ଯୌବନାବସ୍ଥା ପ୍ରବେଶେଷତହିଁ ପୀଡ଼ିତ କାମବାଣ
Couplet 168
ମନେ କଳ୍ପିତ ଯା କରଇସେ ଯେବେ ଆସି ନଘଟଇ
Couplet 169
ଶୋକରେ ହୁଅଇ ବାଧିତକ୍ରୋଧିତ ହୋଏ ଅବିରତ
Couplet 170
ଏମନ୍ତ ପ୍ରତି ସମ୍ବତ୍ସରେକାମ ବଢ଼ଇ ନିରନ୍ତରେ
Couplet 171
ଯେ ରୂପେ ଶରୀର ବଢ଼ଇତା ସଙ୍ଗେ କାମାଦି ବଢ଼ଇ
Couplet 172
ପ୍ରକୋପ ବଢ଼େ କଳେବରେକାମିନୀ ସଙ୍ଗେ କେଳୀ କରେ
Couplet 173
ଅତ୍ୟନ୍ତ କାମେ ହୋଇ ବାଇଆପଣା ନାଶ ନ ଜାଣଇ
Couplet 174
ନାନା ଯୋନିରେ ଆଶା କରେଏ ଯୁବା ବୟସ ବେଭାରେ
Couplet 175
ଏମନ୍ତେ ବଢ଼େ ଦିନେ ଦିନେଯେ ରୂପେ ପ୍ରୌଢ଼ ସେ ଯୌବନେ
Couplet 176
ବ୍ୟାକୁଳ ଧନ ଅରଜନେଚିତ୍ତ ବ୍ୟାକୁଳ ଦୁଃଖମନେ
Couplet 177
ଦିନକୁ ଦିନ କାମ ଗାଢ଼େନିରତେ ଅହଙ୍କାର ବଢ଼େ
Couplet 178
ସନ୍ତତି ଜନମ ବ୍ୟାକୁଳେକାମିନୀ ସଙ୍ଗେ ରତି ମେଳେ
Couplet 179
ବଞ୍ଚଇ ସୁଖ ପ୍ରାୟ ମଣିଆତ୍ମାର ଦୁଃଖ ନ ପ୍ରମାଣି
Couplet 180
ଏ ପଞ୍ଚଭୂତ କଳେବରେଆପଣା ବୋଲି ଯା ଆଦରେ
Couplet 181
ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେଏ ମୋର ଛନ୍ତି ଯେତେ ଘରେ
Couplet 182
ଏହି କୁମତି ଭାବୁଥାଇଆପଣା ହିତ ନଜାଣଇ
Couplet 183
ଚର୍ମ ଶୋଣିତ ଗାଢ଼ ଭିତ୍ତିଅଶେଷ ରୋଗ ଯହିଁ ସ୍ଥିତି
Couplet 184
ଏ ମୋ ଶରୀର ବୋଲି ଜାଣେକ୍ଷଣ-ବିଧ୍ୱଂସ ନ ପ୍ରମାଣେ
Couplet 185
ଏ ଦେହ ଅସତ୍ୟ ସ୍ୱଭାବେଯେ ଆତ୍ମବୁଦ୍ଧି ଅନୁଭବେ
Couplet 186
ପରମହିଂସନେ କରେ ମତିନିଜ ଶରୀର ସୁଖ ଚିନ୍ତି
Couplet 187
ଅସାଧୁ ସଙ୍ଗେ ନିତ୍ୟେ ଥାଇସୁସାଧୁ ସଙ୍ଗ ନ ଇଚ୍ଛଇ
Couplet 188
ନିତ୍ୟେ ବିଷୟା ସଙ୍ଗ ଚିନ୍ତିଏ ଯେ ନ ଭଲେ ଆତ୍ମଗତି
Couplet 189
ଆହାର ଶୃଙ୍ଗାର ଇଚ୍ଛଇନିବେଦେ ନିତ୍ୟେ ମନଦେଇ
Couplet 190
ତାର ବିଶ୍ୱାସେ ନିତ୍ୟେ ମଜ୍ଜେଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ
Couplet 191
ଭଜଇ ବିଷୟ ତରଙ୍ଗକେବେହେଁ ନୋହେ ସାଧୁ ସଙ୍ଗ
Couplet 192
ଆତ୍ମାକୁ ନକରେ ବିଚାରଏଣୁ ଏ ଦୁଃଖ ମହାଘୋର
Couplet 193
ଯେ ଦେହେ ନାନା କ୍ଳେଶ ଦେଇକର୍ମ କରଇ ତାର ପାଇଁ
Couplet 194
ଯେ କର୍ମେ ବଦ୍ଧ ପ୍ରାୟ ହୋଇଅଜ୍ଞାନେ ପୁଣ ଜନ୍ମ ହୋଇ
Couplet 195
ଶିଶୁ ଉଦର ସୁଖାତୁରେଉଦ୍ୟମ କରେ ନିରନ୍ତରେ
Couplet 196
ଏମନ୍ତ ଅସତ ଯେ ଜନତାର ସଙ୍ଗତେ କରେ ମନ
Couplet 197
ତାଙ୍କ ସ୍ୱକର୍ମ ଆଚରଇଯେ ମାର୍ଗେ ନରକେ ପଡ଼ଇ
Couplet 198
ଭୋମାତ ଶୁଣ ତଦନ୍ତରେପୂର୍ବେ କହିଛୁ ଯେ ପ୍ରକାରେ
Couplet 199
ସେ ଭାବେ ପୁଣି ନର୍କେପାଇଯାତନା ଅନେକ ଭୁଞ୍ଜଇ
Couplet 200
ଏଣୁ ଅସତ ସଙ୍ଗ କଲେବିନାଶ ହୋଇ ଅବହେଳେ
Couplet 201
ଅସତ ସଙ୍ଗ ସତ୍ୟ ନାଶେଶଉଚ ତପ ନ ପ୍ରକାଶେ
Couplet 202
ମଉନ ବ୍ରତାଦି ନ ରହେବୁଦ୍ଧି-ବିବେକ ହୋନ୍ତି କ୍ଷୟେ
Couplet 203
ଲଜ୍ଜା ଛାଡ଼ଇ କାନ୍ତି ଯଶକ୍ଷମାଦି ଅଯଶେ ବିନାଶ
Couplet 204
ବିନାଶ ହୋନ୍ତି ସମ ଦମଐଶ୍ୱର୍ଯ୍ୟ ହୋଏ ଉପଶମ
Couplet 205
ଅଶାନ୍ତ ଜନେ ସଙ୍ଗ ହୋଇଯେ ମୂଢ଼ ଭାବେ ନିତ୍ୟେ ରହି
Couplet 206
ଜ୍ଞାନ ନ ବୁଝେ ଦମ୍ଭ ପଣେମିଥ୍ୟା ଭାଷଇ ଅନୁକ୍ଷଣେ
Couplet 207
ଯେ ଦେହେ ଆତ୍ମବୁଦ୍ଧି କରେସାଧୁଜନଙ୍କୁ ନ ଆଦରେ
Couplet 208
ବୋଲଇ ମୋ ତହୁଁ ଅପରେକେ ଭାଗ୍ୟବନ୍ତ ଏ ସଂସାରେ
Couplet 209
ମୁଁ ଧର୍ମ ଜାଣଇ ସକଳଏଣୁ ପୂଜିତ ଏ ଶୟଳ
Couplet 210
ମୋ ତହୁଁ ଧନବନ୍ତ କେହିପ୍ରତୁଲ୍ୟ ନୋହିବ ଏ ମହୀ
Couplet 211
ମୋ ଧନ ଉପାୟେ ମିଳଇଏଣୁ ମୋହର ଭୟ ନାହିଁ
Couplet 212
ଏମନ୍ତେ ଯେବା ଗର୍ବ କରେଦେହାନ୍ତେ ନରକେ ସଞ୍ଚରେ
Couplet 213
ହୁଅନ୍ତି ନାରୀଙ୍କ ଅଧୀନଖେଳିବା ହରିଣ ଯେସନ
Couplet 214
ଏମନ୍ତ ସଙ୍ଗ ନକରିବଯେବେ ସୁଭାଗ୍ୟେ ଇଚ୍ଛା ଥିବ
Couplet 215
ଆବର ଶୁଣସି ଗୋ ମାଏଯେମନ୍ତେ ପ୍ରାଣୀ ନାଶ ପାଏ
Couplet 216
ଯେଣୁ ଯୁବତୀ ସଙ୍ଗେ ମନପ୍ରାଣୀର ହୋଏ ନିବନ୍ଧନ
Couplet 217
ଏମନ୍ତ ଅନ୍ୟ ସଙ୍ଗ ନାହିଁଏଣୁ ଯୁବତୀ ସଙ୍ଗୀ ନୋହି
Couplet 218
ତାହାଙ୍କ ସଙ୍ଗୀ ଯେତେ ଜନସେ ସଙ୍ଗ ନକରିବ ମନ
Couplet 219
ସେ ସର୍ବେ ମୋହିତ କରନ୍ତିସେ ସଙ୍ଗେ ପ୍ରାଣୀ ନାଶଯାନ୍ତି
Couplet 220
ପୂର୍ବେ ବିଧାତା କନ୍ୟା ଚାହିଁତା ରୂପ ଦେଖି ବନ୍ଦୀ ହୋଇ
Couplet 221
ସେ କନ୍ୟା ପିତାର ଅଜ୍ଞାନେପଳାଇ ଗଲା ଘୋରବନେ
Couplet 222
ହରିଣୀ ରୂପ ସେ ଧଇଲାଛଦ୍ରମେ ବନସ୍ତେ ପଶିଲା
Couplet 223
ବିଧାତା ତ ଗତି ବିଚାରିସେହି ହରିଣ ରୂପ ଧରି
Couplet 224
ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମାନାରୀଙ୍କ ଏମନ୍ତ ମହିମା
Couplet 225
ଏଣୁ କେ ତା ମୁଖୁଁ ତରିବଯହିଁ ମୋହିତ ବ୍ରହ୍ମାଶିବ
Couplet 226
ସେ ସଙ୍ଗ ଛାଡ଼ିବ ଯତନେଶ୍ରେୟକୁ ବାଞ୍ଛା ଥିଲେ ମନେ
Couplet 227
ସେ ବ୍ରହ୍ମା ଯାହାକୁ ସର୍ଜିଲାତା ହେତୁ ଆପେ ମୋହଗଲା
Couplet 228
ସେ ସଙ୍ଗ ଯେତେ ପ୍ରାଣୀ କଲେଦେବ ମାୟାରେ ମୋହଗଲେ
Couplet 229
ଏମନ୍ତ କେହୁ ପ୍ରାଣୀ ଅଛିନାରୀମାୟାରେ ନ ପଡ଼ିଛି
Couplet 230
ବିନାଶେ ପ୍ରଭୁ ଭଗବାନନାରୀଙ୍କି ନ ଜିଣିଲେ ଆନ
Couplet 231
ଦେଖ ମୋ ଯୋଗମାୟା ବଳଯୁବତୀ ସ୍ୱରୂପେ ପ୍ରବଳ
Couplet 232
ସେ ଯାକୁ ଅପାଙ୍ଗେ ଇଚ୍ଛଇସେ ପ୍ରାଣୀ ପଡ଼ି ମୋହଯାଇ
Couplet 233
ଦିଗ ବିଜୟୀ ଯେବେ ହୋନ୍ତିତଥାପି ନାରୀବଶେ ଥାନ୍ତି
Couplet 234
ସେବନ୍ତି ନାରୀଙ୍କ ପୟରଏମନ୍ତ ମାୟାବଳ ମୋର
Couplet 235
ଯେ ମୋକ୍ଷସାଧନ ଇଚ୍ଛିବସେ ନାରୀସଙ୍ଗ ନକରିବ
Couplet 236
ସେବିଣ ସାଧୁ ସୁଜ୍ଞଜନଲଭି ଯେ ଥାଇ ଆତ୍ମଜ୍ଞାନ
Couplet 237
ଏମନ୍ତ ଯୋଗୀ ସେବା ହୋନ୍ତିତାହାଙ୍କୁ ଯୁବତୀ ନାଶନ୍ତି
Couplet 238
ନାରୀ ଅଜ୍ଞାନ ତମଦ୍ୱାରଯୋଗୀ ଛାଡ଼ିବେ ସଙ୍ଗ ତାର
Couplet 239
କେବଳ ମାୟାରେ ଯୁବତୀନିର୍ମାଣ କଲା ପ୍ରଜାପତି
Couplet 240
ସେ ସେବା କରିବାର ଛଳେପାଶକୁ ଆସୁଥାଇ ବଳେ
Couplet 241
କପଟେ ବିନୟ ବଚନକହି ବୋଧଇ ପ୍ରାଣୀମନ
Couplet 242
ବ୍ୟାଧ ଯେସନେ ଛନ୍ଦ କରିଜୀବ ବିନାଶେ ପାଶେ ଭରି
Couplet 243
ତେସନ ନାରୀଙ୍କ ବଚନବିଶ୍ୱାସୀ ହରେ ପ୍ରାଣୀ ମନ
Couplet 244
ତୃଣଆଚ୍ଛନ୍ନ କୂପେ ଥାଇପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ
Couplet 245
ନିଶି ଦିବସେ କୂପଦ୍ୱାରେଜାଗ୍ରତେ ରହେ ନିରନ୍ତରେ
Couplet 246
ସେ ପଥେ ଯେ ପ୍ରାଣୀ ଗମନ୍ତିସେ କୂପେ ପଡ଼ି ନାଶଯାନ୍ତି
Couplet 247
ସେ କୂପ ଅତି ତମଘୋରଦେଖି ଭ୍ରମନ୍ତି ସୁରନର
Couplet 248
ତାହାର ଅନ୍ତଃ ପାର ନାହିଁଗଭୀର କେ ପାରିବ କହି
Couplet 249
ଯହିଁ ଅଶେଷ ଉଦେ ଅସ୍ତପ୍ରାଣୀ ନଜାଣେ ତାର ତତ୍ତ୍ବ
Couplet 250
ସେ କୂପେ ପ୍ରାଣୀ ସୁଖଭରେପଡ଼ି ବୃକ୍ଷାଦି ଯେବେ ଧରେ
Couplet 251
ସେ ସର୍ବେ ଉପୁଡ଼ି ପଡ଼ନ୍ତିସେ କୂପେ ପଡ଼ି ନବର୍ତ୍ତନ୍ତି
Couplet 252
ବୃକ୍ଷାଦି ଉପଲକ୍ଷ୍ୟ ଯେତେଧର୍ମାଦି ପୁଣ୍ୟ ଏ ସମସ୍ତେ
Couplet 253
ସେ କୂପ ପୁଣ୍ୟ-ବିନାଶିନୀନିର୍ମିତ କଲେ ପଦ୍ମଯୋନି
Couplet 254
ସେ ଜ୍ଞାନମାର୍ଗ ଆଚ୍ଛାଦଇଅଜ୍ଞାନୀଜନେ ସୁଖମୟୀ
Couplet 255
ସେ ସଙ୍ଗେ ପୁଣ୍ୟକର୍ମ କଲେସକଳ ନାଶ ଯାଇ ଭଲେ
Couplet 256
ଏ ଘେନି କୂପ ମାର୍ଗ ଗତେଜ୍ଞାନୀ ନ ଗମେ ଭୟ ଚିତ୍ତେ
Couplet 257
ଦୁର୍ଗମ-ଦ୍ୱାର କୂପ କହିତୃଣ ଆଚ୍ଛାଦି ରୂପ ଯହିଁ
Couplet 258
ଯେବେ ଅଗ୍ୟାନେ ଭ୍ରମେ ଜୀବତା ମୃତ୍ୟୁ ପ୍ରାୟେକ ଭାବିବ
Couplet 259
ମୋ ମାୟା ନାରୀରୂପ ହୋଇପୁରୁଷ ପ୍ରାଣ ବିନାଶଇ
Couplet 260
ତାହାକୁ ବୋଲେ ମୋ ଯୁବତୀତା ଶିରେ ଗୃହଧର୍ମ ଦ୍ୟନ୍ତି
Couplet 261
ଧନ ଜୀବନ ଆଦି ଯେତେସମର୍ପି ଥାଇ ସ୍ନେହ ଚିତ୍ତେ
Couplet 262
ଗୁରୁଜନଙ୍କୁ ମାୟା କରେତାର ବିଶ୍ୱାସେ ଦିନ ହରେ
Couplet 263
ସେବକଜନ ପ୍ରାୟ ହୋଇନିରତେ ସେବେ ସୁଖ ପାଇ
Couplet 264
ଏ ଜୀବ ପ୍ରାଣ ଅନ୍ତଃକାଳେତା ରୂପ ଧ୍ୟାନେ ସୁନିଶ୍ଚଳେ
Couplet 265
ସେ ନାରୀ ସ୍ୱରୂପ ଧରଇପୁରୁଷଅଙ୍ଗ ପ୍ରତେଜଇ
Couplet 266
ସେ ମାୟାରୂପ ହୋଏ ପତିଗୃହ ତନୟ ସୁତା ନାତି
Couplet 267
ତାହାଙ୍କ ସ୍ନେହେ ବଶ ହୋଇସେ ମୃତ୍ୟୁ ବୋଲି ନ ଜାଣଇ
Couplet 268
ଯେସନେ ବ୍ୟାଧ ଗୀତ ଗାଇମୃଗ ତା ଶୁଣି ତୋଷ ହୋଇ
Couplet 269
ଗୀତରେ ଦେଇଥାଇ ମନନ ଜାଣେ ଆତ୍ମା ବିନାଶନ
Couplet 270
ଏ ଜୀବ ରୂପ କଳେବରକର୍ମ କରଇ ନିରନ୍ତର
Couplet 271
ଲୋକରୁ ଅନ୍ୟ ଲୋକ ଯାଇସଞ୍ଚିତ କର୍ମ ସେ ଭୁଞ୍ଜଇ
Couplet 272
ସେ କର୍ମବଶେ ଗତାଗତକର୍ମ କରଇ ଅବିରତ
Couplet 273
କର୍ମର ସମାପତ ନାହିଁଯେଣୁ ସନ୍ତତ କରଇ
Couplet 274
ଯେ ସୂକ୍ଷ୍ମଲିଙ୍ଗ କଳେବରସେହିଟି ଉପାଧି ଜୀବର
Couplet 275
ସ୍ଥୂଳ ଶରୀର ଭୋଗସ୍ଥାନସେ ପଞ୍ଚଭୂତେ ସୁଘଟନ
Couplet 276
ଏ ବେନି କଳେବର ଯେବେକାର୍ଯ୍ୟକୁ କ୍ଷମ ଏ ନୋହିବେ
Couplet 277
ଜୀବର ଏହିଟି ମରରଜନ୍ମଟି ଦେହ ଦରଶନ
Couplet 278
ଏହାକୁ ବୋଲି ମୃତ୍ୟୁ ଜନ୍ମମାୟା କରିଛି ଏତେ ଭ୍ରମ
Couplet 279
ଏଥକୁ ଦୃଷ୍ଟାନ୍ତ କହିବାଜନ୍ମ ମରଣେ ବୁଝାଇବା
Couplet 280
ନେତ୍ର ଗୋଲକ ଯେତେବେଳେବ୍ୟାଧିରେ ପୀଡ଼ିତ ଆକୁଳେ
Couplet 281
ଦେଖିତେ ସମର୍ଥ ନୁହଇଚକ୍ଷୁ ହିଁ ଅଯୋଗ୍ୟ ହୁଅଇ
Couplet 282
ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇଦେଖିତେ ସମର୍ଥ ନୁହଇ
Couplet 283
ଏଠାରେ ଦ୍ରଷ୍ଟାରୂପ ଜୀବକେମନ୍ତେ ରୂପ ସେ ଦେଖିବ
Couplet 284
ଏହି ପ୍ରକାରେ ସ୍ଥୂଳ ଦେହେକର୍ମଯୋଗ୍ୟତା ଯେବେ ନୋହେ
Couplet 285
ତେବେ ସେ ଲିଙ୍ଗ କଳେବରକରି ନ ପାରଇ ବ୍ୟାପାର
Couplet 286
ଏହିଟି ଜୀବର ମରଣଏ ଜୀବ ଜନ୍ମ ମୃତ୍ୟୁ ହୀନ
Couplet 287
ଯେବେ ତା ଜନ୍ମ ମୃତ୍ୟୁ ନାହିଁଏବେନି ଭୟ ଆଉ କାହିଁ
Couplet 288
ମୃତ୍ୟୁକୁ ଭୟ ନକରିବଜୀଇବା ବ୍ୟାପାର ଛାଡ଼ିବ
Couplet 289
ସାଧୁ ସଙ୍ଗତେ ଯାର ଚିତ୍ତକେବେ ହେଁ ନୋହେ ବିମୋହିତ
Couplet 290
ଏ କଥା ପୂର୍ବପୁଣ୍ୟ ଗାଢ଼େଆନନ୍ଦେ ବଢ଼ଇ ନିବିଡ଼େ
Couplet 291
ଯାହାର ପୂର୍ବେ ତପ ନାହିଁସୁସଙ୍ଗ ସେ ପାଇବ କାହିଁ
Couplet 292
ଅଚେତେ ଅସାଧୁ ସଙ୍ଗମମିଳେ ଅନୀତି ଭାବପ୍ରେମ
Couplet 293
ଯେ ସଙ୍ଗେ ଭକ୍ତିଯୋଗ ମିଳେଯତ୍ନ କରିବ ସଙ୍ଗ ମେଳେ
Couplet 294
ଭକ୍ତି ମିଳନ୍ତେ ମୁକ୍ତି ଭାବଭବଜଳଧିତଟେ ନାବ
Couplet 295
ସେ ନାବେ ବସ ଦୃଢ଼ କରିମାୟା-ଜଳଧି ଯେଣେ ତରି
Couplet 296
ଏମନ୍ତ ଜୀବଗତି ଜାଣିଛାଡ଼ିବ ସବୁ ସଙ୍ଗ ପୁଣି
Couplet 297
ଗୋବିନ୍ଦପାଦେ ଦେଇ ଚିତ୍ତଯେ ପ୍ରାଣୀ ଥିବ ଅବିରତ
Couplet 298
ମାୟାବନ୍ଧନେ ନପଡ଼ିବତେବେ ସେ ମୁକତି ଲଭିବ
Couplet 299
ବୈରାଗ୍ୟ ଯୋଗାଭ୍ୟାସ କରିବୁଦ୍ଧି-ବିବେକ ସୁବିଚାରି
Couplet 300
ମାୟା ରଚିତ ଏ ସଂସାରେସ୍ନେହ ଛାଡ଼ିବ କଳେବରେ
Couplet 301
କେବଳ ଶରୀର ରଖିବଅଧିକ ଦ୍ରବ୍ୟ ପ୍ରତ୍ୟେଜିବ
Couplet 302
ହରିଚରଣେ କରି ଧ୍ୟାନଲଭିବ ଏହୁ ତତ୍ତ୍ବଜ୍ଞାନ
Couplet 303
ଏମନ୍ତ କହି ନାରାୟଣବନ୍ଦିଲେ ଜନନୀ ଚରଣ
Couplet 304
ସେ ହରି ଚରଣ ପଙ୍କଜସୁଜନ-ଜନ ନିତ୍ୟେ ଭଜ
Couplet 305
ତୃତୀୟ ସ୍କନ୍ଧେ ଭାଗବତକପିଳଯୋଗବିଧି ଖ୍ୟାତ
Couplet 306
ହରି କହିଲେ ଜୀବଗତିଶୁଣି ତରିବେ ମୂଢ଼ମତି
Couplet 307
ଭଣଇ ଜଗନ୍ନାଥ ଦାସସାଧୁଙ୍କ ହିତେ ଏ ପ୍ରକାଶ