Skandha 3
Adhyaya 30
Couplet 1
କହନ୍ତି ପ୍ରଭୁ ଭଗବାନଭୋ ମାତ ହୁଅ ସାବଧାନ
Couplet 2
ସେ କାଳ ପୁରୁଷପୁରାଣସେ ପୁଣି ଅତି ବଳବାନ
Couplet 3
ସେ କାଳ ପରାକ୍ରମ ଯେତେକେ କହିପାରିବ ଜଗତେ
Couplet 4
ଏ ଯେତେ ଜୀବଲୋକେ ଛନ୍ତିତା ଗତି କେହି ନଜାଣନ୍ତି
Couplet 5
ସେ କାଳ ସକଳ ନାଶଇଏଣୁ ତା ଗତି କେ ଜାଣଇ
Couplet 6
ଏ ଚରାଚର ଦେହଧାରୀଯେ ସ୍ଥୂଳ ସୂକ୍ଷ୍ମ ଆଦି କରି
Couplet 7
ସକଳ କରଇ ଭକ୍ଷଣକ୍ଷୁଧାର୍ତ୍ତେ ଯେସନେ କୃପଣ
Couplet 8
ଯେହ୍ନେ ସମୀର ବଳୀୟାରଜୀମୂତ କରଇ ସଞ୍ଚାର
Couplet 9
ସେ ଘନ ତା ଗତି ନଜାଣେତେସନେ ହୋଇ ଜୀବଗଣେ
Couplet 10
କାଳର ଗତି ନ ଜାଣନ୍ତିସେ କାଳବଶେ ଭ୍ରମୁଥାନ୍ତି
Couplet 11
ଏ ଜୀବ ସୁଖଭୋଗ ପାଇଁଅର୍ଥ ଉପାର୍ଜନେ ଭ୍ରମଇ
Couplet 12
ବିବିଧ ଦୁଃଖେ ତା ସଞ୍ଚଇସେ ଅର୍ଥ କାଳ ଯେ ହରଇ
Couplet 13
ତ୍ରିଲୋକ ଶୋଚେ ଯାହାପାଇଁସେ ଅର୍ଥ କାଳ ବିନାଶଇ
Couplet 14
ସେ କାଳ ଅତି ବଳିୟାରକେ ଜାଣିପାରେ ଗତି ତାର
Couplet 15
ସୂକ୍ଷ୍ମ ସ୍ୱରୂପେ ବିହରଇମନ ବଚନେ ଭେଦ ନୋହି
Couplet 16
କୃଷକଜନ ପ୍ରାୟେ ହୋଇସଂସାର ପାଳି ବିନାଶଇ
Couplet 17
ସେ କାଳମୁଖେ ଜୀବ ରହିନାନା ବିବାଦେ ହିଂସା ବହି
Couplet 18
କରନ୍ତି ନାନା ଛନ୍ଦ ମାୟାହୃଦେ ନ ବସେ ଜୀବେ ଦୟା
Couplet 19
ନିର୍ଦ୍ଦୟ ଭାବେ ମୂଢ଼ପଣେକାଳ ଗ୍ରାସଇ ପୂଣ୍ୟହୀନେ
Couplet 20
ତାହାର ନାହିଁ ପକ୍ଷାପକ୍ଷସକଳ କରଇ ସେ ଭକ୍ଷ୍ୟ
Couplet 21
ଏ ଜୀବ ଅତି ମତିହୀନଅର୍ଥ ସଞ୍ଚଇ ପ୍ରତିଦିନ
Couplet 22
ଯେ ଅର୍ଥେ ମୃତ୍ୟୁ ଉପଗତନ ଜାଣେ ଏ ମୂଢ଼ ସମସ୍ତ
Couplet 23
ଅନିତ୍ୟ ଦେହ ନ ବୁଝଇବ୍ୟାପାର କରେ ଦୁଃଖ ସହି
Couplet 24
ଗୃହ କଳତ୍ର ଧନ ଆଦିଏଣେ କରଇ ନିତ୍ୟ ବୁଦ୍ଧି
Couplet 25
ଏ ଦେହ ସୁତ ଦାରା ମୋହେମୋହର ବୋଲି ନିତ୍ୟ କହେ
Couplet 26
ଏ ମାୟାମୋହେ ପଡ଼ିଅଛିଏଣୁ ନବୁଝଇ କିଛି
Couplet 27
ସଂସାର ମଧ୍ୟେ ଜୀବମାନେନିରତେ ଭ୍ରମନ୍ତି ଅଜ୍ଞାନେ
Couplet 28
ଯାବତ ଯୋନିରେ ଭ୍ରମନ୍ତିସର୍ବତ୍ର ଫୁଟିଣ ମରନ୍ତି
Couplet 29
ଏ ଘୋର ଦୁଃଖ ସୁଖମନେବୈରାଗ୍ୟ ନଜନ୍ମେ ଅଜ୍ଞାନେ
Couplet 30
ଯେବେ ନରକେ କୀଟ ହୋଇଅତ୍ୟନ୍ତ ସୁଖ ତା ମଣଇ
Couplet 31
କରଇ ନରକ ଆହାରତଥାପି ଦୁଃଖ ନୋହେ ତାର
Couplet 32
ସେ ଦେହତ୍ୟାଗ ନ ଇଚ୍ଛଇଅଜ୍ଞାନ ମୋହେ ସ୍ନେହ ବହି
Couplet 33
ଦେହ କଳତ୍ର ସୁତ ଘରପଶୁ ଭୃତ୍ୟାଦି ବନ୍ଧୁ ମୋର
Couplet 34
ମନକୁ ଏଣେ ଦୃଢ଼ କରେସୁଖ ମଣଇ ଦୁଃଖ ଘୋରେ
Couplet 35
ମଣଇ କୃତାର୍ଥ ହୋଇଲିଅନେକ ସୁଖ ମୁଁ ଲଭିଲି
Couplet 36
ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତକେ ଅଛି ମୋ ସମ ମହତ
Couplet 37
ତହିଁରେ ଯେତେ ଦୁଃଖ ହୁଏନ ବୁଝେ ପଡ଼ି ମାୟାମୋହେ
Couplet 38
ଘୋର-ଗହନ ମାର୍ଗେ ହୁଡ଼ିଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି
Couplet 39
ସେ ସର୍ବ ସୁଖପ୍ରାୟେ ମଣେକୃଷ୍ଣ ନଭଜେ ଏକ କ୍ଷଣେ
Couplet 40
କୁଟୁମ୍ବ-ପୋଷଣ ଉପାୟେନିରତେ ଆକୁଳ ହୃଦୟେ
Couplet 41
ତାଙ୍କ ପୋଷଣେ ଚିନ୍ତା କରେଦଗଧି ମରେ ଦୁଃଖ ଘୋରେ
Couplet 42
କ୍ଷଣେ ନପାରେ ଗୃହେ ବହିବାଣିଜ୍ୟ-ନାବ ପ୍ରାୟେ ହୋଇ
Couplet 43
ସ୍ନେହ ବନ୍ଧନେ ଦିବା ନିଶେସ୍ୱବଶ ନୋହେ ଅବକାଶେ
Couplet 44
କରେ ଦୁରିତ କର୍ମମାନଏମନ୍ତ ଏ ମୂଢ଼ ଅଜ୍ଞାନ
Couplet 45
ଅସତୀ ଦୁଷ୍ଟା ନାରୀ ଘରେବିବିଧ ଛନ୍ଦ ମାୟା କରେ
Couplet 46
ତାର ବଶରେ ନିତ୍ୟେ ଥାଇସେବକ ଜନ ପ୍ରାୟ ହୋଇ
Couplet 47
ତା ବାକ୍ୟ ଶୁଣି ତୋଷମନେଲଂଘି ନପାରେ ରାତ୍ର ଦିନେ
Couplet 48
ନୟନ ଥାଉଁ ନଦେଖଇଅନ୍ଧ ଜଳକା ପ୍ରାୟ ହୋଇ
Couplet 49
ସେ ମନ-ଇନ୍ଦ୍ରିୟ-ହାରିଣୀତାର ସନ୍ତୋଷେ ନିତ୍ୟେ ପ୍ରାଣୀ
Couplet 50
ସେ ନାରୀ ସଙ୍ଗେ ବିହରଇନିଶି ଦିବସେ ମନ ଦେଇ
Couplet 51
ତାହାଙ୍କ ସୁଖ ଭୋଗ ପ୍ରୀତିଓଟାରି ନରକେ ପକାନ୍ତି
Couplet 52
ନରକ ବୋଲି ଯାକୁ କହିସ୍ତ୍ରିରୀ ସମ୍ଭୋଗ ସୁଖ ଏହି
Couplet 53
ଏହା ନଜାଣି ମୂଢ଼ପ୍ରାଣୀଦୁଃଖକୁ ସୁଖ ପରିମାଣି
Couplet 54
ବାଳକ କୋମଳ ବଚନତା ଶୁଣି ଅତି ତୋଷମନ
Couplet 55
ବାଳକଗୀତେ ହୋଇ ପ୍ରୀତତହିଁ ଅର୍ପିତ କରେ ଚିତ୍ତ
Couplet 56
ଏ ସର୍ବ ସୁଖ କରି ମଣେଯେ ହିତ ଅଜ୍ଞାନେ ନ ଜାଣେ
Couplet 57
ଏ ଗୃହ ଅତି କୂଟ-ଧର୍ମକରାଏ ଅତି ଛନ୍ଦ-କର୍ମ
Couplet 58
କେବଳ ଦୁଃଖର ଏ ମୂଳତହିଁ ପଡ଼ିଣ ସେ ବ୍ୟାକୁଳ
Couplet 59
ସେ ଦୁଃଖ ପ୍ରତିକାର ପାଇଁନାନା ବ୍ୟାପାରେ ଦୁଃଖେ ଧାଇଁ
Couplet 60
ସେ କ୍ଳେଶ ଅତି ସୁଖ ମଣେକେବଳ ମୋହେ ନ ପ୍ରମାଣେ
Couplet 61
କୁଟୁମ୍ବ-ପୋଷଣରେ ଥାଇବହୁତ ଧନ ଉପୁଜାଇ
Couplet 62
ବହୁତ ହିଂସା କର୍ମ କରେଅର୍ଥ-ଅର୍ଜନେ ନିରନ୍ତରେ
Couplet 63
ତାହାଙ୍କୁ ପୋଷି ଦୁଃଖେ ନିତ୍ୟେନରକ ଭୁଞ୍ଜେ ଦେହ ଅନ୍ତେ
Couplet 64
ତାହାଙ୍କୁ ସତତ ପୋଷଇଆପଣା ସୁଖ ନବାଞ୍ଛଇ
Couplet 65
ଯେବେ କ୍ଷୁଧାରେ ମରୁଥାଇତାହାଙ୍କୁ ଅଗ୍ରତେ ଭୁଞ୍ଜାଇ
Couplet 66
ତେବେ ଭୁଞ୍ଜଇ ଅବଶେଷଏକର୍ମେ ଧର୍ମ ହୁଏ ନାଶ
Couplet 67
ଅନ୍ତେ ସେ ଲଭେ ଅଧୋଗତିଏହା ନ ବୁଝେ ମୂଢ଼ମତି
Couplet 68
ଜୀବିକା ଦଇବ ସଂଯୋଗେବିନିଷ୍ଟ ହେଲେ କର୍ମଯୋଗେ
Couplet 69
ପୁଣି ଜୀବିକା ଆରମ୍ଭଇସେହି ଯଦ୍ୟପି ନାଶ ପାଇ
Couplet 70
ପୁଣି ଆରମ୍ଭେ ବାରମ୍ବାରକୁଟୁମ୍ବ ଅର୍ଥେ ମୂଢ଼ନର
Couplet 71
ସମର୍ଥପଣ ଥିବା ଯାଏତାବତ କରଇ ଉପାୟେ
Couplet 72
ତହୁଁ ହୋଇଲେ ଅସମର୍ଥଲୋଭେ ଚିନ୍ତଇ ପର-ବିତ୍ତ
Couplet 73
ଲୋଭ ବଢ଼ାଇ ପରଧନେନରକ ଭୟକୁ ନମାନେ
Couplet 74
ନିନ୍ଦିତ-କର୍ମେ ହରେ ଦିନକୁଟୁମ୍ବ ଅର୍ଥେ ମୂଢ଼ଜନ
Couplet 75
କେବଳ ମନ୍ଦଭାଗ୍ୟ ହୋଇକୁଟୁମ୍ବ ପୋଷି ନପାରଇ
Couplet 76
ଏଣୁ ହରଇ ପରଧନନାଶଇ ପୂର୍ବ-ଜନ୍ମ-ପୁଣ୍ୟ
Couplet 77
ଦରିଦ୍ର ଜୀବନେ ବଞ୍ଚଇନାନା ଆପଦ ପୀଡ଼ା ପାଇ
Couplet 78
ବୃଥା ଉଦ୍ୟମେ ଫୁଟି ରହେଆଉ ସମ୍ପଦ କେବେ ନୋହେ
Couplet 79
ସର୍ବଦା ହୁଅଇ କୃପଣକରଇ ନିତ୍ୟେ ଅର୍ଥଧ୍ୟାନ
Couplet 80
ଅର୍ଥ ବିହୀନେ ଚିନ୍ତାକୁଳଶରୀର ଦୁଃଖେ ତା ନିର୍ବଳ
Couplet 81
ଶ୍ୱାସ ଉଠଇ ନିରନ୍ତରଏମନ୍ତେ ନାଶଇ ଶରୀର
Couplet 82
ଅତ୍ୟନ୍ତ ବୃଦ୍ଧଭାବ ପାଇକୁଟୁମ୍ପ ପୋଷି ନପାରଇ
Couplet 83
ସାମର୍ଥ୍ୟ ହୀନେ ନିଜଘରେବଞ୍ଚଇ ଅତିଥି ବେଭାରେ
Couplet 84
ଭବବନ୍ଧନେ ଅଙ୍ଗ ଫୁଟେକଫ ନିରୋଧେ କଣ୍ଠତଟେ
Couplet 85
ସ୍ମରଣ ବିସ୍ମରଣ କରେଶୋଏ ଶିଥିଳ କଳେବରେ
Couplet 86
ଉଠି ନ ପାରି ଅସମର୍ଥେତା ଦେଖି ପୁତ୍ର ଦାରା ଭୃତ୍ୟେ
Couplet 87
କରନ୍ତି ଅତି ଅପମାନବୋଲନ୍ତି ନିନ୍ଦିତ ବଚନ
Couplet 88
ତାହାକୁ କେହି ନଗଣନ୍ତିନାନା ବଚନେ ଗାଳିଦ୍ୟନ୍ତି
Couplet 89
ବନ୍ଦୀ ଚୌରର ପ୍ରାୟେ ହୋଇପ୍ରାଭବ ଭର୍ତ୍ସନା ସହଇ
Couplet 90
କିଛି ନ ପାରେ ତୁଣ୍ତେ କହିଅନ୍ତରେ ଅପମାନ ବହି
Couplet 91
ଦାରା ତନୟ ଆଦି ଯେତେଆଦର ଛାଡ଼ନ୍ତି ତୁରିତେ
Couplet 92
ଯେବା ଆଦର ପୂର୍ବେ ଥିଲାସେ ପୂର୍ବ ସ୍ନେହ ସବୁ ଗଲା
Couplet 93
ତାହାଙ୍କୁ ଜ୍ଞାତି ବନ୍ଧୁଜନେଦୂରେ ତେଜନ୍ତି ଦୁଃଖମନେ
Couplet 94
ଯେହ୍ନେ କୃଷକ ବୃଦ୍ଧ ଗାବେମାରି ତେଜନ୍ତି ଅନ୍ୟଠାବେ
Couplet 95
ତେସନେ ଦାରାଦି ସକଳେବୃଦ୍ଧକୁ ନ ସେବନ୍ତି ହେଳେ
Couplet 96
ତଥାପି ସ୍ନେହ ନଛାଡ଼ଇଗୃହାଦି ବାରତ ପୁଛଇ
Couplet 97
ତଥାପି ଦୟା ନକରନ୍ତିନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି
Couplet 98
ଦୁଃଖେଣ ପୋଷିଲା ଯାହାକୁସେ ସର୍ବ ଛାଡ଼ିଲେ ତାହାକୁ
Couplet 99
ଜରା ହରନ୍ତେ ରୂପକାନ୍ତିତେବେ ନଛାଡ଼େ ସ୍ନେହ ଅତି
Couplet 100
ମରଣ ନିକଟ ହୋଇଲାବୈରାଗ୍ୟ କେବେ ନସ୍ଫୁରିଲା
Couplet 101
ଦାରା ତନୟ ଭକ୍ଷ୍ୟ ତାରେଦିଅନ୍ତି ଅତି ହତାଦରେ
Couplet 102
କର୍ମ ଆୟତ୍ତେ ଯେବା ପାଇସନ୍ତୋଷ ନେହେ ତାହା ଖାଇ
Couplet 103
ଭୁଞ୍ଜଇ ଗୃହାନ୍ତରେ ଯାଇଶଙ୍କିତେ ଶ୍ୱାନ ପ୍ରାୟେ ହୋଇ
Couplet 104
ଚିନ୍ତା-ପ୍ରଜ୍ୱରେ ଦୁଃଖମନରୋଗ ବଢ଼ଇ ପ୍ରତିଦିନ
Couplet 105
କ୍ଷୁଧାରେ କମ୍ପଇ ଶରୀରଭକ୍ଷଇ ଅଳପ ଆହାର
Couplet 106
କିଛି ନ ବୋଲେ ଅହଙ୍କାରେଭିତରେ ପକ୍ଷୀ ପ୍ରାୟେ ଝୁରେ
Couplet 107
ଦିନକୁ ଦିନ ତନୁ କ୍ଷୀଣଯେସନେ ପୁରୁଣା ବସନ
Couplet 108
ଆହାର ହୀନେ ଚିନ୍ତାଛନ୍ନେନ ପଚେ ମନ୍ଦ-ହୁତାଶନେ
Couplet 109
ଆହାର ଅଳପ ଭକ୍ଷଇଦୁର୍ବଳେ ଉଠି ନ ପାରଇ
Couplet 110
ଖର ପବନ ନାସାଦ୍ୱାରେବହଇ ଅତି ଦୀର୍ଘତରେ
Couplet 111
ଶବଦ ଅତି ଭୟଙ୍କରଯେହ୍ନେ ଗଭୀର କମ୍ବୁସ୍ୱର
Couplet 112
ଗୃହ ବାହାରେ ଆସି ରହେକଫ ନିବାରେ ଶକ୍ତି ନୋହେ
Couplet 113
କଫେ ପୂରିତ ନାଡ଼ିମାନଶ୍ୱାସ ନଚଳଇ ସମାନ
Couplet 114
କାଶରେ ବାୟୁ ଉର୍ଦ୍ଧ୍ୱଗତତେଣୁ ନୟନ ବହିର୍ଗତ
Couplet 115
ଯେଣୁ ପବନ ମନ୍ଦ ହୋଇବଚନ ନପାରଇ କହି
Couplet 116
ସର୍ବଦା ଉଠେ କାଶ ଶ୍ୱାସଏଣେ ଲଭଇ ବହୁ କ୍ଳେଶ
Couplet 117
କଣ୍ଠ ହୁଅଇ ଘୁର-ଘୁରବଚନ ନୁହଇ ବାହାର
Couplet 118
ପ୍ରାଣ ହୁଅଇ କଣ୍ଠତଟଜୀବନ ହୋଏ ଛଟପଟ
Couplet 119
କାନ୍ଦଇ ବନ୍ଧୁ ମୁଖ ଚାହିଁବଦନୁ ବାକ୍ୟ ନ ସ୍ଫୁରଇ
Couplet 120
ଚିନ୍ତଇ କି ରୂପେ ମରିବିକାହିଁ କେବଳ ମାର୍ଗେ ଯିବି
Couplet 121
ମୋର ମରଣେ ପୁତ୍ର ନାରୀକେମନ୍ତେ ଥିବେ ଗୃହ କରି
Couplet 122
ଦୁଃଖେ ସଞ୍ଚିଲି ଯେତେ ଧନମୋ ମଲେ ଏହା ନେବ ଆନ
Couplet 123
ଏ ଯେ ହୋଇବେ ଅରକ୍ଷିତଏଣୁ ବ୍ୟାକୁଳ ହୁଏ ଚିତ୍ତ
Couplet 124
ଭିତରେ ଆକୁଳେ କାନ୍ଦଇତା ମନ କେହି ନ ଜାଣଇ
Couplet 125
ଜୀବନ ଦହେ ଦାରା-ଧନେଗୋବିନ୍ଦ ନସ୍ଫୁରେ ଅଜ୍ଞାନେ
Couplet 126
ବାଲିଶଯ୍ୟାରେ ଶୋଇ ଦେଇବନ୍ଧୁ ବାନ୍ଧବେ ବେଢ଼ି ତହିଁ
Couplet 127
ସକଳେ କରନ୍ତି ରୋଦନଶ୍ରବଣେ ଡାକନ୍ତି ସଘନ
Couplet 128
ହେ ତାତ ବୋଲି କେ ଡାକଇତା ଗୁଣ ଭାଳି କେ ରୋଦଇ
Couplet 129
କେହୁ ଡାକନ୍ତି ପୁତ୍ର ଭାଇପତ୍ନୀ ଡାକଇ ହେ ଗୋସାଇଁ
Couplet 130
ନାନା ପ୍ରକାରେ ସେ ରୋଦନ୍ତିତା ଦୁଃଖ କେହି ନ ଘେନନ୍ତି
Couplet 131
ସେ କାଳପାଶେ ବନ୍ଦୀ ହୋଇକିଞ୍ଚିତେ ବାକ୍ୟ ନ ଭାଷଇ
Couplet 132
ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେକୁଟୁମ୍ବ ଭରଣ ବ୍ୟାପାରେ
Couplet 133
ଶୁଣ ଜନନୀ ଏକ ଚିତ୍ତେସଂସାର ଦୁଃଖସୁଖ ଏତେ
Couplet 134
ମନ ନିବିଷ୍ଟ ତହିଁ କଲାଇନ୍ଦ୍ରିୟ ଜିଣି ନପାରିଲା
Couplet 135
ତେଣୁ ହୋଇଲା ମୃତ୍ୟୁ ତାରଏ ଦଣ୍ତ ଅତି ଭୟଙ୍କର
Couplet 136
ବନ୍ଧୁ-ସ୍ୱଜନେ ସର୍ବେ ଥାଇତା ଦୁଃଖଭାରୀ କେହି ନୋହି
Couplet 137
ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେଏବେ ସେ ତେଜିଲେ ବିମୁଖେ
Couplet 138
ପ୍ରାଣ ଯିବାର ବେଳେ ମାଏଅତି ବେଦନା ଜୀବ ପାଏ
Couplet 139
ଘୋର ବ୍ୟଥାରେ ନଷ୍ଟ ମତିଚେତନା ରହିତ ହୁଅନ୍ତି
Couplet 140
ଏମନ୍ତେ ଜୀବନର ଅନ୍ତେବେଗେ ମିଳନ୍ତି ଯମ ଦୂତେ
Couplet 141
ପ୍ରଚଣ୍ତ-ରୂପ ଭୟଙ୍କରଉଦ୍ଦଣ୍ତ ଦଣ୍ତ ପାଶଧର
Couplet 142
ତାହାଙ୍କ ରୂପକୁ ଅନାଇଁଅଜ୍ଞାନେ ବିକଳେ କମ୍ପଇ
Couplet 143
ପାପୀଙ୍କି ଘେନି ଯିବା ପାଇଁସକ୍ରୋଧ-ନୟନେ ଅନାଇ
Couplet 144
ତାଙ୍କୁ ଦେଖନ୍ତି ପାପୀଜନହୃଦୟ ଭୟେ କମ୍ପମାନ
Couplet 145
ଆରତେ ଛାଡ଼େ ମଳମୂତ୍ରସର୍ବତ୍ର କମ୍ପମାନ ଗାତ୍ର
Couplet 146
ଯମ-ଡଗରେ ଆଗସରିଯାତନା-ପୁରୁଷକୁ ଧରି
Couplet 147
ବନ୍ଧନେ ନ କରନ୍ତି ଦୟେତର୍ଜନ୍ତି ରାଜଭଟ୍ଟ ପ୍ରାୟେ
Couplet 148
ବନ୍ଧନ କରି ଚର୍ମପାଶେଦଣ୍ତ ପ୍ରହାରି ମହାରୋଷେ
Couplet 149
ସେ ରୂପ କେହି ନଦେଖନ୍ତିଅନ୍ଧାରପଥେ ଘେନିଯାନ୍ତି
Couplet 150
ପଥରେ ଗମନ୍ତି କୁକୁରରୋଷେ କାଟନ୍ତି ତା ଶରୀର
Couplet 151
ତାହାଙ୍କ ରୂପ ଦେଖି ଡରିକାନ୍ଦଇ ଉଚ୍ଚ ନାଦ କରି
Couplet 152
ତୀକ୍ଷ୍ଣ ଦଂଶନେ ଖଣ୍ତ ଖଣ୍ତବେଗେ କରନ୍ତି ତାର ପିଣ୍ତ
Couplet 153
ବିକ୍ରମି କରନ୍ତି ଭକ୍ଷଣକରଇ କାତରେ ରୋଦନ
Couplet 154
ସେ ଅତି କଷ୍ଟେ ପୀଡ଼ା ପାଇନିଜ ପାତକ ସୁମରଇ
Couplet 155
ଉଠି ପଡ଼ଇ ସେ ଭୂତଳେଘୋର ପ୍ରହାର ଭୟାକୁଳେ
Couplet 156
କ୍ଷୁଧା-ପିପାସା-ଦୁଃଖାକୁଳେପଥରେ ନିଅନ୍ତି ସତ୍ୱରେ
Couplet 157
ବଇତରଣୀ ନଦୀକୂଳେବାଲୁକା ଜଳଇ ଅନଳେ
Couplet 158
ତପ୍ତ ବାଲୁକାମୟ ପଥସେ ଉଷ୍ଣବାୟୁ ସନ୍ତାପିତ
Couplet 159
ସୂର୍ଯ୍ୟକିରଣ ଦାବାନଳସନ୍ତପ୍ତ କରେ ଅତିବେଳ
Couplet 160
ଜଳି ତାପଇ ଅତିଘୋରେସେ ତାପ କେ ସହୁ ଶରୀରେ
Couplet 161
ତହୁଁ ତପତ ବାଲୁକାରେପ୍ରବେଶ କରାନ୍ତି ସତ୍ୱରେ
Couplet 162
ଯେବେ ନ ପଶେ ଭୟ କରିତକ୍ଷଣେ ଶିରେ ଯଷ୍ଟି ମାରି
Couplet 163
କ୍ଷଣେ ବିଶ୍ରାମ ନ କରାନ୍ତିଅନେକ ଘୋର ଶାସ୍ତି ଦ୍ୟନ୍ତି
Couplet 164
ଯେ ମାର୍ଗେ ଜଳ ବୃକ୍ଷ ନାହିଁପ୍ରାଣ ସମ୍ଭାଳିବ ସେ କାହିଁ
Couplet 165
ଆଶ୍ରୟ ଉଦକ ନ ମିଳେସମର୍ଥ ହୀନେ ଭୟେ ଚଳେ
Couplet 166
ଏମନ୍ତ ପଥେ ନ୍ୟନ୍ତି ଧରିଏକାନ୍ତେ ନିଜ କର୍ମ ସ୍ମରି
Couplet 167
ପଡ଼ି ଉଠଇ ଦୁଃଖେ ଶ୍ରମେମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ
Couplet 168
ମାରନ୍ତେ ସତ୍ୱରେ ଉଠଇଅଜ୍ଞାନେ ପୁଣି ସେ ପଡ଼ଇ
Couplet 169
ସେ ଦୂତେ ଦୟା ନକରନ୍ତିଦୁଃସହ ମାର୍ଗେ ଘେନିଯାନ୍ତି
Couplet 170
ଗହନ ଘୋର ଅନ୍ଧକାରେନିଅନ୍ତି ପାପୀକୁ ଯତ୍ନରେ
Couplet 171
ପଥ ଅଦୃଶ୍ୟେ ହୁଡ଼ି ପଡ଼େମୁଣ୍ତେ ପ୍ରହାରନ୍ତି ନିବିଡ଼େ
Couplet 172
ଏମନ୍ତ ଦୁଃଖେ ପାପୀଜନପ୍ରବେଶ ଯମର ଭୁବନ
Couplet 173
ନବ ନବତି ପରିମିତସହସ୍ର ଯୋଜନ ସେ ପଥ
Couplet 174
ବେନି ବା ତିନି ମୁହୂର୍ତ୍ତରେପ୍ରବେଶ କରାନ୍ତି ସେଠାରେ
Couplet 175
ଯମ ନିକଟେ ତାକୁ ନେଇବୋଲନ୍ତି ଶିରେ କରଦେଇ
Couplet 176
ଭୋ ଧର୍ମରାଜ ତୋ ବଚନେଆଣିଲୁ ତୋର ସନ୍ନିଧାନେ
Couplet 177
ସେ ଯମ କରଣେ ହକାରିତା ପାପ ସୁକୃତ ବିଚାରି
Couplet 178
ସୁକୃତୀ ରହେ ସ୍ୱର୍ଗଲୋକେନାରକୀ ପଡ଼ଇ ନରକେ
Couplet 179
କହନ୍ତି ପ୍ରଭୁ ନାରାୟଣପାପୀ ଯାତନା ମାତା ଶୁଣ
Couplet 180
ଯେ ପ୍ରାଣୀ ନରକେ ପଡ଼ନ୍ତିଦୁର୍ଗମ ତାହାଙ୍କ ଦୁର୍ଗତି
Couplet 181
ତହିଁ ଦଣ୍ତନ୍ତି ଅନୁକ୍ଷଣମସ୍ତାକ ସର୍ବାଙ୍ଗ ଚରଣ
Couplet 182
ତଦନ୍ତେ ଦହନ୍ତି ଅନଳେରୋଦଇ ନିର୍ଘାତ ଚହଳେ
Couplet 183
ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳକ୍ଷୁଧାରେ ହୋଏ ଜ୍ଞାନଭୋଳ
Couplet 184
ଆପଣ ହସ୍ତେ ଦେହ ମାଂସକାଟିଣ କରୁଥାଇ ଗ୍ରାସ
Couplet 185
ଅଥବା କାଟି ଦ୍ୟନ୍ତି ପରତହା ଭକ୍ଷଇ ପାପୀ ନର
Couplet 186
ଗୃଧ୍ର କୁକୁର ଯମପୁରେପାପୀଙ୍କି ବେଢ଼ିଣ ସତ୍ୱରେ
Couplet 187
ଓଟାରି ନ୍ୟନ୍ତି ନାଡ଼ିଗଣତଥାପି ନ ଛାଡ଼ଇ ପ୍ରାଣ
Couplet 188
ମିଳନ୍ତି ମହା ମହା ସର୍ପେଦଂଶନ୍ତି ତାର ଦେହେ କୋପେ
Couplet 189
ମର୍ତ୍ସ କଚ୍ଛପ ତା ଶରୀରବେଢ଼ି ଭକ୍ଷନ୍ତି ନିରନ୍ତର
Couplet 190
କ୍ଷୁର ପ୍ରହାରେ ତାର ପିଣ୍ତକାଟି କରନ୍ତି ଖଣ୍ତ ଖଣ୍ତ
Couplet 191
ଉତ୍ତାନେ ପକାଇ ଧରଣୀଗଜେ ମାରନ୍ତି ଦନ୍ତ ଆଣି
Couplet 192
ଦଶନେ ଶରୀର ଚିରନ୍ତିପର୍ବତ ଶିଖରୁ ପକାନ୍ତି
Couplet 193
ତଦନ୍ତେ ଖାତଖୋଳି ରୁନ୍ଧିଧୂମ ପୁରାନ୍ତି ନିରବଧି
Couplet 194
ବୁଡ଼ାଇ ରଖନ୍ତି ଜଳରେପଥର ଲଦି ତା ଉପରେ
Couplet 195
ଆକୁଳେ ରୋଦଇ ବିକଳେମୁଖେ ପିଟନ୍ତି କୋପାନଳେ
Couplet 196
ଏମନ୍ତେ କର୍ମର ଆୟତ୍ତେନାନା ଯାତନା ଦଣ୍ତ ଯେତେ
Couplet 197
ଚତୁରଅଶୀତି ନରକେନେଇ ଭୁଞ୍ଜାନ୍ତି ଏକେ ଏକେ
Couplet 198
ଏମନ୍ତେ ସଂସାର ଭ୍ରମଣେବ୍ୟାକୁଳ କୁଟୁମ୍ବ ପୋଷଣେ
Couplet 199
ଅନ୍ତେ ଯମର ପୁରେ ଯାନ୍ତେକେହି ନଯାନ୍ତି ତାର ସାଥେ
Couplet 200
ବନ୍ଧୁବାନ୍ଧବ ପରିଜନେଦହନ କରି ଶମଶାନେ
Couplet 201
ବିମୁଖେ ନିଜ ପୁରେ ଯାନ୍ତିତା ସଙ୍ଗେ କେହି ନ ରହନ୍ତି
Couplet 202
ଅର୍ଜିଲା ପାପପୁଣ୍ୟ ବେନିପଥେ ଗମନ୍ତି ତାକୁ ଘେନି
Couplet 203
ଏ ଦୁଇବଳେ ପରଲୋକେଭୋଗ କରଇ ଏକେ ଏକେ
Couplet 204
ଅଧର୍ମେ ଧନାର୍ଜନ କରିକୁଟୁମ୍ବ ପ୍ରପୋଷଣ କରି
Couplet 205
ଧର୍ମ ନ ସଞ୍ଚେ ରେଣୁ ମାତ୍ରେନିତ୍ୟେ ମଜ୍ଜଇ ଦାରା-ସୁତେ
Couplet 206
ତାହାର ନାହିଁ ଇହପରଅନ୍ତେ ନରକ ମାତ୍ର ସାର
Couplet 207
ଏମନ୍ତେ କର୍ମର ଆୟତ୍ତେଚଳନ୍ତି ସ୍ୱର୍ଗ-ନର୍କ ପଥେ
Couplet 208
ତାମିସ୍ର ଆଦି ଯେ ଯାତନାକେତେ ତା କରିବି ବର୍ଣ୍ଣନା
Couplet 209
ପାତକୀ ସକଳ ଭୁଞ୍ଜଇସ୍ୱକର୍ମ-ପାଶେ ବଦ୍ଧ ହୋଇ
Couplet 210
ଯେତେ ଅଛନ୍ତି ନରନାରୀସର୍ବେ ଯାତନା ଅଧିକାରୀ
Couplet 211
ଉଭୟ ସଙ୍ଗେ ଏ ନରକଭୁଞ୍ଜଇ ସଦା ପାପୀଲୋକ
Couplet 212
ଭୋ ମାତ ଦେଖ ସୁବିଚାରେନରକ ସ୍ୱର୍ଗ ଏହିଠାରେ
Couplet 213
ନରକ ରାଜଦଣ୍ତ ଆଦିଏହା ବୋଲନ୍ତି ଶାସ୍ତ୍ରବାଦୀ
Couplet 214
ଯେ ଉପଭୋଗ ସ୍ୱର୍ଗସୁଖଏଠାରେ ଦେଖ ତା ପ୍ରତ୍ୟକ୍ଷ
Couplet 215
ଏ ବେନି ବୁଝ ପରିମାଣିବିବେକ ମୁଖେ ଶାସ୍ତ୍ର ଶୁଣି
Couplet 216
ଏରୂପେ କୁଟୁମ୍ବ ଯେ ପୋଷେନିଜ ଉଦର ପରିତୋଷେ
Couplet 217
ଏ ବେନି ସଙ୍ଗତେ ନଯାଇଛାଡ଼ିଣ ଏକା ସେ ଚଳଇ
Couplet 218
ଭୂଞ୍ଜଇ ଆପେ କର୍ମଫଳଯାଠାରୁ ନାହିଁ ବଳୀୟାର
Couplet 219
ତେଜିଣ ନିଜ କଳେବରଏକା ସେ ଗମେ ଯମପୁର
Couplet 220
ଅଧର୍ମେ ପ୍ରାଣୀ ହିଂସା କରିଯେ ଦେହ ପୋଷେ ସ୍ନେହ ଭରି
Couplet 221
ସେ ଦେହ ତେଜିଣ ସେ ଯାଇପାପକୁ ପୃଷ୍ଠରେ ବସାଇ
Couplet 222
ଏକା ସେ ନରକ ଭୁଞ୍ଜଇଦ୍ୱିତୀୟ ସଙ୍ଗତେ ନଯାଇ
Couplet 223
କୁଟୁମ୍ବ-ପୋଷଣର ଫଳତାହାର ଯେତେକ ଶମଳ
Couplet 224
ସେ ଫଳ ଈଶ୍ୱର ଦିଅନ୍ତିପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି
Couplet 225
ଧନ ହରାଇ ଯେହ୍ନେ ନରମନରେ ହୁଅଇ ଆତୁର
Couplet 226
ତେସନ ପାପ କରେ ପ୍ରାଣୀବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି
Couplet 227
ସେ ଦୁଃଖ ନ ଭୁଞ୍ଜଇ ପରତେସନେ ନରକ ଆହାର
Couplet 228
କେବଳ ଅଧର୍ମ ଆଚରିକୁଟୁମ୍ବ ପୋଷଣ ଯେ କରି
Couplet 229
ଗମଇ ଅନ୍ଧ-ତାମିସ୍ରକୁଉଦ୍ଧାର ନାହିଁ କାହିଁ ତାକୁ
Couplet 230
ଅନ୍ଧ-ତାମିସ୍ର ଯାର ନାମତାହା ହିଁ ନରମ ଚରମ
Couplet 231
ସେ ତହିଁ ଗମନ କରଇବହୁତ କାଳ ତହିଁ ଥାଇ
Couplet 232
ତାର ନରକ ଭୋଗ ଅନ୍ତେଆପଣା କର୍ମର ଆୟେତ୍ତେ
Couplet 233
ଯେତେକ ଯାତନା ଅଛଇକ୍ରମେଣ ସକଳ ଭୁଞ୍ଜଇ
Couplet 234
ସେ ପାପପୁଣ୍ୟ ଅବଶେଷକର୍ମେ ସେ ଉଦରେ ପ୍ରବେଶ
Couplet 235
ଶ୍ୱାନ ଶୂକର ଆଦି ଯୋନିପାପୀ ଲଭଇ କର୍ମ ଘେନି
Couplet 236
ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନିକହିବା ଶୁଣ ଗୋ ଜନନୀ
Couplet 237
କ୍ରମେ ତା ପାପ କ୍ଷୀଣ ହୋଇପୁଣି ସେ ନରଜନ୍ମ ପାଇ
Couplet 238
ଏମନ୍ତେ ମାତାର ସମୀପେଗୋବିନ୍ଦ କପିଳ ସ୍ୱରୂପେ
Couplet 239
ଯେତେ କହିଲେ ଜ୍ଞାନବାଣୀସୁଜନଜନେ ଏହା ଶୁଣି
Couplet 240
ତରିବ ଭବବନ୍ଧ-ପାଶକହଇ ଜଗନ୍ନାଥ ଦାସ