Skandha 3
Adhyaya 29
Couplet 1
ଭୋନାଥ ପ୍ରଭୁ ଭଗବାନକହ ତୁ ପରମାର୍ଥଜ୍ଞାନ
Couplet 2
ଯେ ଜ୍ଞାନେ ଭକ୍ତି ପ୍ରକାଶଇଅଜ୍ଞାନ-ତିମିର ନାଶଇ
Couplet 3
ମହତ ଆଦି ଯେ ପ୍ରମାଣପ୍ରକୃତି ପୁରୁଷ ଲକ୍ଷଣ
Couplet 4
ଯଥା ସାଂଖ୍ୟରେ ଅଛ କହିତୋ ଭକ୍ତିମାର୍ଗକୁ ଚିହ୍ନାଇ
Couplet 5
ବିସ୍ତାରି କହ ପ୍ରଭୁ ମୋତେସଂଶୟ ନ ରହୁ ମୋ ଚିତ୍ତେ
Couplet 6
ଯାହା ଶୁଣିଲେ ପ୍ରାଣୀ-ପ୍ରାଣବିରକ୍ତେ ଭଜେ ନାରାୟଣ
Couplet 7
ଜୀବର ଜନ୍ମ ମୃତ୍ୟୁ ଦୁଇଏ ଲୋକମାନଙ୍କର ହୋଇ
Couplet 8
ତାହା କହିବା ମହାବାହୁକାଳସ୍ୱରୂପ ଆଦି କେହୁ
Couplet 9
କାଳସ୍ୱରୂପ ଯେ ଈଶ୍ୱରସମସ୍ତ ଆତ୍ମାରେ ଗୋଚର
Couplet 10
ମହାପ୍ରଭାବ ହିଁ ଯାହାରଯା ଭୟେ ପୁଣ୍ୟ କରେ ନର
Couplet 11
ସେ କଥା ନିର୍ଣ୍ଣୟ କରିଣକହିବା ହେଉ ନାରାୟଣ
Couplet 12
ଏ ଦେହ ମିଥ୍ୟା ବୋଲି ପୁଣିସ୍ତ୍ରୀ ପୁତ୍ର ସତ୍ୟପ୍ରାୟ ମଣି
Couplet 13
ଏ ଭବ-ସଂସାରର ତମେଜ୍ଞାନଚକ୍ଷୁକୁ ଢାଙ୍କି ଭ୍ରମେ
Couplet 14
ଏ କର୍ମମାର୍ଗରେ ଆସକ୍ତମିଥ୍ୟା-ସଂସାର ମଣି ସତ୍ୟ
Couplet 15
ଏ ଲୋକ ଉଦ୍ଧାର ନିମନ୍ତେଆପଣ ସୂର୍ଯ୍ୟ ଏ ଜଗତେ
Couplet 16
କୃପାରେ ଉଦେ ହୋଇଅଛଏ ଘେନି ଦିଶୁଛ ପ୍ରତ୍ୟକ୍ଷ
Couplet 17
କାଳରୁ ନିସ୍ତାର ଉପାୟକହ ହେ ପ୍ରଭୁ ଦେବରାୟ
Couplet 18
ତୋ ଜ୍ଞାନ ଦେଇ ନରହରିବିନାଶ ଅଜ୍ଞାନ-ତିମିରି
Couplet 19
ଶୁଣ ବିଦୁର ମନଦେଇମାତା ବଚନେ ଭାବଗ୍ରାହୀ
Couplet 20
କହନ୍ତି ଅମୃତ ବଚନଯେଣେ ସନ୍ତୋଷ ମାତାମନ
Couplet 21
ଶୁଣ ଜନନି ସ୍ଥିରମନେଯେ ଜ୍ଞାନ ଭକ୍ତିର ଲକ୍ଷଣେ
Couplet 22
ବହୁ ପ୍ରକାରେ ଭକ୍ତିଯୋଗଜ୍ଞାନୀ ସାଧନ୍ତି ମୋକ୍ଷମାର୍ଗ
Couplet 23
ସ୍ୱଭାବଗୁଣେ ଯୁକ୍ତ ହୋଇନାନା ସଂକଳ୍ପ ମନେ ଧ୍ୟାୟି
Couplet 24
ସାତ୍ତ୍ବିକ ରାଜସ ତାମସଗୁଣପ୍ରବାହେ ଯେ ପ୍ରକାଶ
Couplet 25
ଦମ୍ଭ ମତ୍ସର ଭାବ ବହିପ୍ରାଣୀ ହିଂସାରେ ଯୁକ୍ତ ହୋଇ
Couplet 26
ପର ଅପର ଭେଦ ବୁଦ୍ଧିତାମସ ଗୁଣ ଏ ପ୍ରସିଦ୍ଧି
Couplet 27
ଏ ଭାବେ ମୋତେ ଯେ ଭଜଇତାମସ ଭକ୍ତି ତାକୁ କହି
Couplet 28
ବିଷୟଭୋଗ ସେ ବାଞ୍ଛଇଏ ଘେନି ଭୋଗାସକ୍ତ ହୋଇ
Couplet 29
ଯଶ ଐଶ୍ୱର୍ଯ୍ୟ ଯେ ବାଞ୍ଛଇସେ ବୁଦ୍ଧି ଭେଦ ପର ହୋଇ
Couplet 30
ପ୍ରେମରେ ପ୍ରତିମାରେ ମୋତେଯେ ପୂଜେ ଭକ୍ତିଭାବେ ନିତ୍ୟେ
Couplet 31
ସେ ଭକ୍ତି ରାଜସ ବୋଲାଇଯେଣୁ ସେ ରାଜପଦ ପାଇ
Couplet 32
ବାହ୍ୟ ଅନ୍ତରେ ମାୟା ତେଜେକେବଳ ବିଷ୍ଣୁ ଭାବେ ଭଜେ
Couplet 33
ଫଳ ନବାଞ୍ଛି କର୍ମ କରେଭେଦଦରଶୀ ନୋହେ ପରେ
Couplet 34
ଈଶ୍ୱର ଅର୍ଥେ କର୍ମ କରେଧର୍ମ ମାର୍ଗରେ ଯେ ପ୍ରଚରେ
Couplet 35
ସର୍ବତ୍ର ଦେଖଇ ସମାନସାତ୍ତ୍ବିକ ଭକ୍ତି ତାକୁ ଜାଣ
Couplet 36
ଅଧମ ମଧ୍ୟମ ଉତ୍ତମଏଣେ ତ୍ରିବିଧ ଭକ୍ତି କ୍ରମ
Couplet 37
ଶ୍ରବଣ କୀର୍ତ୍ତନ ସ୍ମରଣଚରଣସେବନ ଅର୍ଚ୍ଚନ
Couplet 38
ବଦନ ଦାସ୍ୟ ସଖ୍ୟଭାବଆତ୍ମଅର୍ପଣ ଅଙ୍ଗ ନବ
Couplet 39
ଏହି ପ୍ରକାରେ ନବ ନବସଗୁଣା ଏକାଅଶି ଭାବ
Couplet 40
ଏବେ କହିବା ମାତା ଶୁଣନିର୍ଗୁଣ ଭକ୍ତିର ଲକ୍ଷଣ
Couplet 41
ବିଷ୍ଣୁର ଗୁଣ ଗୁଣି ଯେବେରୋମ ପୁଲକେ ତନୁ ଦ୍ରବେ
Couplet 42
ଆନନ୍ଦେ ଅଶ୍ରୁ ନେତ୍ରୁ ବହେକଣ୍ଠ ଗଦ୍ଗଦେ ବାଣୀ କହେ
Couplet 43
ଚେତନା ବୁଦ୍ଧି ଅହଙ୍କାରଯେ ଭୂତ ଭବିଷ୍ୟ ଗୋଚର
Couplet 44
ମୋହର ଗୁଣ କୀର୍ତ୍ତିମାନନିତ୍ୟେ ଯେ କରଇ ଶ୍ରବଣ
Couplet 45
ମୁହିଁ ଯେ ସର୍ବ ଗୁହାଶ୍ରୟବିଚ୍ଛେଦ ନାହିଁ କିବା ମୋହ
Couplet 46
ଏମନ୍ତ ଭାବେ ଯେ ଭଜଇକର୍ମ-ବନ୍ଧନୁ ମୋକ୍ଷ ହୋଇ
Couplet 47
ଏ ସର୍ବ ହରିଭାବେମାନେଗଙ୍ଗା ସମୁଦ୍ରେ ମିଳେ ଯେହ୍ନେ
Couplet 48
ସେ ରୂପେ ମୋର ଦେହେ ଲୀନଭକ୍ତି ଭାବରେ ହୋନ୍ତି ଜନ
Couplet 49
ନିଷ୍କାମମାର୍ଗେ ଆତ୍ମଜ୍ଞାନସର୍ବତ୍ର ଦେଖଇ ସମାନ
Couplet 50
ପୁରୁଷୋତ୍ତମ ଭାବେ ଭଜିପରମଆତ୍ମା ମନେ ହେଜି
Couplet 51
ନିର୍ଗୁଣ ଭକ୍ତି ଏହା କହିଅପରେ ଶୁଣ ମନଦେଇ
Couplet 52
ସାମୀପ୍ୟ ସାରୂପ୍ୟ ଏକତ୍ୱସାଲୋକ୍ୟ ଅଇଶ୍ୱର୍ଯ୍ୟ ମତ
Couplet 53
ଏ ଆଦି ଯେତେମେତେ ମୁକ୍ତିତେଣେ ସନ୍ତୋଷ ନୋହେ ମତି
Couplet 54
ମୋର ସେବନ ବିନା କେହିଭକ୍ତ ସନ୍ତୋଷ ମୋର ନାହିଁ
Couplet 55
ଏତେ ପ୍ରକାରେ ଭକ୍ତି ଯୋଗସାଧନ୍ତି ପ୍ରାଣୀ ମୋକ୍ଷମାର୍ଗ
Couplet 56
ଯେବେ ତ୍ରିଗୁଣକୁ ଜିଣଇମୋହର ଭାବକୁ ଲଭଇ
Couplet 57
କ୍ରିୟାଯୋଗରେ ନିଷ୍କାମରେମୋତେ ସେବନ୍ତି ଯେବା ନରେ
Couplet 58
ହିଂସା ବିହୀନ ଯେ ନିଷ୍କାମନିତ୍ୟେ ଭଜଇ ମୋର ନାମ
Couplet 59
କେ ଅବା ମୋତେ ପୂଜା କରେସ୍ତୁତି ବନ୍ଦନେ ନିରନ୍ତରେ
Couplet 60
ଦର୍ଶନ ସ୍ପର୍ଶନ ପ୍ରମାଣମୋର ପ୍ରତିମା ଆରାଧନ
Couplet 61
ମିତ୍ରଭାବରେ ସର୍ବଜନଦେଖଇ ଆତ୍ମାର ସମାନ
Couplet 62
ଯମ ନିୟମ ମାର୍ଗ ସାଧିମହତଜନେ ମାନ୍ୟ ବିଧି
Couplet 63
ଦୀନରେ ଅନୁକମ୍ପା ବହିମୋ ବିନୁ ଅନ୍ୟ ନ ଜାଣଇ
Couplet 64
ମୋହର ନାମ ସଂକୀର୍ତ୍ତନଶ୍ରବଣ ଆଧ୍ୟାତ୍ମ ଦର୍ଶନ
Couplet 65
ଆର୍ଜବ ସାଧୁସଙ୍ଗ ପୁଣଅହିଂସା ଧର୍ମ ପରାୟଣ
Couplet 66
ମୋହର ଧର୍ମ ଆଚରଣଏ ରୂପେ ଚିତ୍ତ ଶୁଦ୍ଧ ଜାଣ
Couplet 67
ମୋହର ଗୁଣ ଶୁଣି କର୍ଣ୍ଣେମୋତେ ଲଭନ୍ତି ପ୍ରାଣୀମାନେ
Couplet 68
ଯେମନ୍ତେ ପବନର ବଳେଗନ୍ଧ ଆସିଣ ଘ୍ରାଣେ ମିଳେ
Couplet 69
ସେ ରୂପ ନିର୍ବିକାର ଚିତ୍ତଆତ୍ମାକୁ କରଇ ଆୟତ୍ତ
Couplet 70
ମୁଁ ସର୍ବଭୂତର ଈଶ୍ୱରଆତ୍ମା ସ୍ୱରୂପରେ ଗୋଚର
Couplet 71
ଏମନ୍ତ ଭାବ ମୋର ଛାଡ଼ିଯେ ପୂଜେ ଅନ୍ୟଭାବେ ପଡ଼ି
Couplet 72
ଯେ ଜୀବେ ଦୟା ନକରଇପ୍ରତିମା ପୂଜେ ମନେ ଧ୍ୟାୟି
Couplet 73
ଭସ୍ମରେ ହୋମ ସେ ଯେମନ୍ତତାହାର ପୂଜା ସେହି ମତ
Couplet 74
ମୁଁ ସର୍ବବ୍ୟାପୀ ଯେ ଅଟଇଏମନ୍ତ ଭାବ ନଜାଣଇ
Couplet 75
ଯେ ଜୀବେ ବଦ୍ଧ-ବୈର ହୋଇସେ ଶାନ୍ତି କେବେ ନଲଭଇ
Couplet 76
ମୋତେ ପୂଜଇ ଯେବେ ସେହିତାର ପୂଜାରେ ତୋଷ ନୋହି
Couplet 77
ସର୍ବଭୂତରେସ୍ଥିତ ମୁହିଁଯାବତ ପ୍ରାଣୀ ନଜାଣଇ
Couplet 78
ତାବତ ଥାଇ ସ୍ୱଧର୍ମରେପୂଜିବ ପ୍ରତିମା ଆଦରେ
Couplet 79
ପର ଅପର ଏକ ଆତ୍ମାଅନ୍ତର କରେ ଯେ ଦୁରାତ୍ମା
Couplet 80
ସେ ମୃତ୍ୟୁପଥୁଁ ନ ତରଇସଂସାରମାର୍ଗେ ଭ୍ରମୁଥାଇ
Couplet 81
ମୁଁ ଆତ୍ମା ସର୍ବଭୂତ ମଧ୍ୟେଅର୍ଚ୍ଚନା କରେ ଯେ ସୁସାଧ୍ୟେ
Couplet 82
ମିତ୍ରଭାବରେ ସର୍ବ ଦେଖେସଂସାରୁ ତରେ ସେ ପ୍ରତ୍ୟକ୍ଷେ
Couplet 83
ଅଜୀବ ତହୁଁ ଜୀବ ଶ୍ରେଷ୍ଠଜୀବରେ ପ୍ରାଣ ଯେ ଗରିଷ୍ଠ
Couplet 84
ପ୍ରାଣରୁ ଚେତନା ବିଶିଷ୍ଟତହୁଁ ଇନ୍ଦ୍ରିୟ ବୃତ୍ତି ଶ୍ରେଷ୍ଠ
Couplet 85
ସ୍ପର୍ଶ ଗୁଣରେ ବୃକ୍ଷ ଆଦିରସ ଗ୍ରହଣେ ମତ୍ସ୍ୟ ଆଦି
Couplet 86
ଗନ୍ଧ ଗ୍ରହଣେ ଭ୍ରମରାଦିତହୁଁ ସର୍ପାଦି ଶବ୍ଦଭେଦୀ
Couplet 87
ରୂପରେ କାକ ଆଦି ଯେତେତହୁଁ ଉଦୟ ଦନ୍ତବନ୍ତେ
Couplet 88
ଅପାଦଠାରୁ ବହୁପାଦବହୁ ପାଦରୁ ଚତୁଃଷ୍ପଦ
Couplet 89
ଦ୍ୱିପଦ ମନୁଷ୍ୟାଦି ଜାଣଏକୁ ଆରେକ ଏ ପ୍ରଧାନ
Couplet 90
ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣଏଥିରେ ବ୍ରାହ୍ମଣ ଉତ୍ତମ
Couplet 91
ବ୍ରାହ୍ମଣ ମଧ୍ୟରେ ବେଦଜ୍ଞତହୁଁ ଅଧିକ ଯେ ଅର୍ଥଜ୍ଞ
Couplet 92
ତହୁଁ ସଂଶୟ-ଦୂରକାରୀତହିଁରୁ ସ୍ୱଧର୍ମ-ଆଚାରୀ
Couplet 93
ତହୁଁ ଅଧିକ ଅଟେ ସେହିବିଷୟ-ସଙ୍ଗ ଯାର ନାହିଁ
Couplet 94
ମୋହର ପ୍ରିୟ କର୍ମ କରେଆତ୍ମାରେ ଭାବ ନିରନ୍ତରେ
Couplet 95
ସକଳ କର୍ମ ସମର୍ପଇମନ ସହିତେ ମୋର ତହିଁ
Couplet 96
ଏ ସର୍ବଭୂତେ ବିଜେ ମୁହିଁବହୁ-ମାନନାରେ ନମଇ
Couplet 97
ଏମନ୍ତ ଭାବେ ଯେ ଭଜଇତା ହୃଦେ ବିଜେ ଭାବଗ୍ରାହୀ
Couplet 98
ଆନନ୍ଦେ ଦର୍ଶନ ଦିଅନ୍ତିତା ଅଘତିମିର ନାଶନ୍ତି
Couplet 99
ହେ ମନୁତନୟା ଗୋ ଶୁଣଯେ ଭକ୍ତିଯୋଗର ଲକ୍ଷଣ
Couplet 100
ଭକ୍ତିଯୋଗରେ ମୋତେ ଧ୍ୟାୟିଯେ ମୋତେ ହୃଦୟେ ଦେଖଇ
Couplet 101
ପରମବ୍ରହ୍ମକୁ ଲଭଇତେଣୁ ଏକାଗ୍ରଭାବେ ଧ୍ୟାୟି
Couplet 102
ଈଶ୍ୱର ସର୍ବ-ଅନ୍ତର୍ଯ୍ୟାମୀଏଭାବେ ପ୍ରାଣୀଙ୍କୁ ପ୍ରଣମି
Couplet 103
ମନରେ ବହୁମାନ କରିପ୍ରାଣୀ ତରିବେ ଭବବାରି
Couplet 104
ସେ ଯେ ପରମବ୍ରହ୍ମସାରପ୍ରଧାନପୁରୁଷଙ୍କ ପର
Couplet 105
ତାର ଉପରେ କେହି ନାହିଁସୃଷ୍ଟିର ଆଦି ଅନ୍ତ ସେହି
Couplet 106
ତାହାଙ୍କ ପ୍ରେରିତ ସମସ୍ତସେ ଦୈବ ବୋଲିଣ କଥିତ
Couplet 107
ବସ୍ତୁ ଭେଦର ଯେ କାରଣତାହାଙ୍କୁ କାଳ ବୋଲି ଜାଣ
Couplet 108
ଅଦ୍ଭୁତ କାଳର ମହିମାଭୋ ମାତ ନିଶ୍ଚଳେ ଜାଣିମା
Couplet 109
ମହତ ଆଦି ଯେତେ ଭୂତେଯେତେକ ଅଛନ୍ତି ଜଗତେ
Couplet 110
ସମସ୍ତ ଆତ୍ମା ମଧ୍ୟଗତନିରତେ କରୁଅଛି ଗ୍ରସ୍ତ
Couplet 111
ତାହାର ତହୁଁ ଭୟପାଇନିରତେ କମ୍ପୁଅଛି ଦେହୀ
Couplet 112
ବିଷ୍ଣୁର ନାମାନ୍ତର କାଳସେହି ବିତରେ ଯଜ୍ଞଫଳ
Couplet 113
ହେ ମାତ କାଳର ମହିମାକେ କହିପାରେ ଗୁଣ ସୀମା
Couplet 114
ଜଗତ ବଶ ଯେ କରନ୍ତିସେ ପୁଣି କାଳବଳେ ଥାନ୍ତି
Couplet 115
ପ୍ରିୟ ଅପ୍ରିୟ ଯାର ନାହିଁବିନାଶ କରେ ସର୍ବଦେହୀ
Couplet 116
ଯେ କାଳପୁରୁଷର ଭୟେନିରତେ ପବନଟି ବହେ
Couplet 117
ଯେ କାଳଭୟେ ସୂର୍ଯ୍ୟ ତାପେଭ୍ରମେ ବ୍ରହ୍ମାଣ୍ତ ମଧ୍ୟେ ଆପେ
Couplet 118
ଯାହାର ଭୟେ ମେଘଗଣବୃଷ୍ଟି କରନ୍ତି ଯଥାକ୍ଷଣ
Couplet 119
ଯାହାର ଭୟେ ତାରାଗଣେଉଦିତ ହୁଅନ୍ତି ଗଗନେ
Couplet 120
ଯାହାର ଭୟେ ବୃକ୍ଷଗଣଲତା ଔଷଧି ଶସ୍ୟମାନ
Couplet 121
ଯଥାକାଳରେ ପୁଷ୍ପଫଳଫଳନ୍ତି ଫୁଟନ୍ତି ନିର୍ମଳ
Couplet 122
ଯାହାର ଭୟେ ନଦୀଗଣବହୁଅଛନ୍ତି ଅନୁକ୍ଷଣ
Couplet 123
ଉଦଧି ଯାହାର ଭୟରେଅଦ୍ୟାପି କେବେ ନ ଉଛୁଳେ
Couplet 124
ଅଗ୍ନି ଯାହାର ଭୟେ ପୁଣସମସ୍ତ କରଇ ଦହନ
Couplet 125
ଯାହାର ଭୟେ ଗିରିବରଧରା ସହିତେ ସେ ନିଶ୍ଚଳ
Couplet 126
ଯାହାର ଆଜ୍ଞା ପରିମାଣେଆକାଶ ଭୟକରି ମନେ
Couplet 127
ସ୍ୱଦେହ ବିସ୍ତାର ସେ କଲାସପ୍ତଲୋକକୁ ଠାବ ଦେଲା
Couplet 128
ଯାର ଆଜ୍ଞାରେ ମହତ୍ତତ୍ତ୍ବସପତାବରଣ ସମେତ
Couplet 129
ଦେହକୁ ବିସ୍ତାର କରିଛିପ୍ରାଣକୁ ଧରିଣ ବହିଛି
Couplet 130
ବ୍ରହ୍ମାଦି ଯେତେ ଦେବଗଣସଚରାଚର ଯେ ଭିଆଣ
Couplet 131
ଯାହାର ଭୟେ ବାରେବାରେସର୍ଜନା ହୁଅନ୍ତି ସତ୍ୱରେ
Couplet 132
ଯେ କାଳଭୟରେ ତ୍ରିଗୁଣସୃଷ୍ଟି ପାଳନ ସଂହାରଣ
Couplet 133
ସେ କାଳରୂପୀ ଯେ ଅନନ୍ତଅନାଦି ଅବ୍ୟୟ ଅଚ୍ୟୁତ
Couplet 134
ସମସ୍ତ ଉପ୍ତତ୍ତି କରଇଗୁଣ ପ୍ରବାହ ଭାବ ବହି
Couplet 135
ଯେ କାଳରୂପେ ଅନ୍ତ କରେଏଣୁ ଅନନ୍ତ ନାମ ଧରେ
Couplet 136
ଏଣୁ ଏ କାଳର ମହିମାକେ ଜାଣିପାରେ ଗୁଣସୀମା
Couplet 137
ମୋର ଭକତଜନେ ଯହିଁକାଳର ଅଧିକାର ନାହିଁ
Couplet 138
ସୁଜନେ ଏଣେ କର ମତିତୁଟିବ ସଂସାର ଦୁର୍ଗତି
Couplet 139
ଏ ମାତା-ପୁତ୍ରଙ୍କ ସମ୍ବାଦଶୁଣନ୍ତେ ନଲାଗେ ପ୍ରମାଦ
Couplet 140
ପୁରାଣ ରସମୟ ଗୀତହରିବ ସକଳ ଦୁରିତ
Couplet 141
କହଇ ଦାସ ଜଗନ୍ନାଥତୃତୀୟ ସ୍କନ୍ଧେ ଭାଗବତ