Skip to content
paribhaasha

Skandha 3

Adhyaya 28

  1. Couplet 1

    ଶୁଣ ନୃପତିସୁତା ତୁମ୍ଭେଯୋଗଲକ୍ଷଣ କହୁ ଆମ୍ଭେ

  2. Couplet 2

    ମନ ପ୍ରସନ୍ନ ଯେଣେ ହୋଇସତ୍ପଥେ ସର୍ବଦା ଗମଇ

  3. Couplet 3

    ଏଣୁ ଏ ଗ୍ରାମ୍ୟଧର୍ମ ଛାଡ଼ିନିବୃତ୍ତିମାର୍ଗେ ଚିତ୍ତ ବଢ଼ି

  4. Couplet 4

    ନିଶ୍ଚଳ ସ୍ଥାନେ ଅବସ୍ଥାନକରିବ ପବିତ୍ର ଭୋଜନ

  5. Couplet 5

    ଅହିଂସା ସତ୍ୟମାର୍ଗେ ଭଜିଅଧିକ ପ୍ରତିଗ୍ରହ ତେଜି

  6. Couplet 6

    ଯେ ବ୍ରହ୍ମଚର୍ଯ୍ୟ ଆଚରଣତପ ଶଉଚ ଅଧ୍ୟୟନ

  7. Couplet 7

    ପରମ-ପୁରୁଷ ଅର୍ଚ୍ଚନତା ପାଦେ ଦେଇ ବାକ୍ୟମନ

  8. Couplet 8

    ନିଶ୍ଚଳେ ଆସନେ ବସିବମଉନ ବ୍ରତ ଆଚରିବ

  9. Couplet 9

    ମନକୁ ନିର୍ବିକ୍ଷୟ କରିଇନ୍ଦ୍ରିୟ ସମୂହ ନିବାରି

  10. Couplet 10

    ଆହାର ଜିଣି ପ୍ରତ୍ୟାହାରେପ୍ରାଣକୁ ସ୍ଥାପିବ ନିଶ୍ଚଳେ

  11. Couplet 11

    ଆତ୍ମାରେ ଆତ୍ମାକୁ ଚିନ୍ତିବବୈକୁଣ୍ଠଲୀଳାକୁ ଭାବିବ

  12. Couplet 12

    ବୁଦ୍ଧିର ବଳେ କର୍ମସାଧିନିଶ୍ଚଳ ଯୋଗରେ ସମାଧି

  13. Couplet 13

    ଏ ବିନୁ ଅନ୍ୟ ମାର୍ଗ ନାହିଁଶୁଣ ଗୋ ମାତ ମନ ଦେଇ

  14. Couplet 14

    ବିଶୁଦ୍ଧ ଦେଶରେ ଆସନକୁଶ କମ୍ବଳ କୃଷ୍ଣାଜିନ

  15. Couplet 15

    ସ୍ୱସ୍ତିକ ଆସନେ ବସିବଆନନ୍ଦେ ଯୋଗ ଅଭ୍ୟାସିବ

  16. Couplet 16

    ଯେ ପ୍ରାଣମାର୍ଗ ବିଶୋଧକପୂରକ କୁମ୍ଭକ ରେଚକ

  17. Couplet 17

    ଏ ମାର୍ଗେ ପ୍ରାଣକୁ ଶୋଧିବନିଶ୍ଚଳ ଚିତ୍ତରେ ଚିନ୍ତିବ

  18. Couplet 18

    ଯେମନ୍ତେ ବାୟୁ ଅଗ୍ନି ଲାଗିଲୋହ ଦଗଧେ ମଳତ୍ୟାଗି

  19. Couplet 19

    ସେ ରୂପେ ପ୍ରାଣାୟମ କଲେଆତ୍ମା ନିର୍ମଳ ହୁଏ ଭଲେ

  20. Couplet 20

    ସମସ୍ତ ଦୋଷ ଏଣେ ହରେଯେବ ପାତକ ପୂର୍ବାପରେ

  21. Couplet 21

    ପ୍ରତ୍ୟାହାରର ବଳେ ମନଧ୍ୟାନରେ ଜିଣଇ ତ୍ରିଗୁଣ

  22. Couplet 22

    ମନ ନିର୍ମଳ ଯେତେବେଳେଯୋଗକୁ ସାଧିବ ନିଶ୍ଚଳେ

  23. Couplet 23

    କଳା କାଷ୍ଠା ବା ଦଣ୍ତ କ୍ଷଣେନାସିକା ଅଗ୍ର ଦରଶନେ

  24. Couplet 24

    ଧ୍ୟାନେ ଚିନ୍ତିବ ଭଗବାନଅନାଦି-ପରମ-କାରଣ

  25. Couplet 25

    ଶ୍ୟାମସୁନ୍ଦର କଳେବରବଚନ ଅମୃତ ମଧୁର

  26. Couplet 26

    ସୁନ୍ଦର ପ୍ରସନ୍ନ ବଦନପଦ୍ମର ପ୍ରାୟେ ଯା ନୟନ

  27. Couplet 27

    ପଙ୍କଜ କିଞ୍ଜଳ୍କର ପ୍ରାୟେପୀତବସନ କଟୀ ଶୋହେ

  28. Couplet 28

    ଯେ ଶଙ୍ଖଚକ୍ର ଗଦାଧରପଦ୍ମ ବିରାଜେ ଭୁଜେ ତାର

  29. Couplet 29

    ଶ୍ରୀବତ୍ସ› ଚିହ୍ନ ବକ୍ଷସ୍ଥଳେକିବା ଉପମା ଦେବା ଭଲେ

  30. Couplet 30

    ମୁକୁତା ଚାପସରି ଶୋହେକଣ୍ଠେ କୌସ୍ତୁଭମଣି ମୋହେ

  31. Couplet 31

    ଲମ୍ବିତ ତାର ପୃଷ୍ଠଦେଶେପାଟଝୁମ୍ପାଏ ସେ ପ୍ରକାଶେ

  32. Couplet 32

    ଅମଳ ବନମାଳା ଗଳେମତ୍ତ ଭ୍ରମର ମଧୁ ଭୋଳେ

  33. Couplet 33

    ମଧୁର ଧ୍ୱନି ସେ କରନ୍ତିଆନନ୍ଦେ ଉଡ଼ି ପନ୍ତି ପନ୍ତି

  34. Couplet 34

    କିରୀଟ ଅଙ୍ଗଦ ବିରାଜେଅମୂଲ୍ୟ ହାର ହୃଦେ ସାଜେ

  35. Couplet 35

    ରତ୍ନ ନୂପୁର ପାଦେ ଶୋହିକିବା ଉପମା ଦେବା ତହିଁ

  36. Couplet 36

    କଟିରେ କାଞ୍ଚିଗୁଣ ସାଜେଭକ୍ତଙ୍କ ମନରେ ବିରାଜେ

  37. Couplet 37

    ତାହାଙ୍କ କର୍ଣ୍ଣରେ କୁଣ୍ତଳଶୋଭିତ କରେ ଗଣ୍ତସ୍ଥଳ

  38. Couplet 38

    ଏମନ୍ତ ରୂପ ଭକ୍ତଜନେହୃଦେ ଚିନ୍ତନ୍ତି ଅନୁକ୍ଷଣେ

  39. Couplet 39

    ଆନନ୍ଦେ ଦର୍ଶନ କରନ୍ତିନିର୍ମଳ ନୟନେ ଦେଖନ୍ତି

  40. Couplet 40

    କିଶୋର ତରୁଣ ବୟସଅତି ସୁନ୍ଦର ସୁପ୍ରକାଶ

  41. Couplet 41

    ସର୍ବଲୋକଙ୍କ ନମସ୍କୃତଅବ୍ୟୟ ସୁଶାନ୍ତ ମହତ

  42. Couplet 42

    ଭକ୍ତାନୁଗ୍ରହୀ ସେ ଅଟନ୍ତିଭକ୍ତର କଷ୍ଟ ନ ସହନ୍ତି

  43. Couplet 43

    କୀର୍ତ୍ତନ-ଯୋଗ୍ୟ ଯଶ ଯାରତୀର୍ଥ ସମାନ ପାପହର

  44. Couplet 44

    ଯାହାରକୀର୍ତ୍ତି ପୁଣ୍ୟଶ୍ଳୋକେଗାୟନ କରୁଥାନ୍ତି ମୁଖେ

  45. Couplet 45

    ଏରୂପେ ତା ଅଙ୍ଗ ସମଗ୍ରେମନରେ ଚିନ୍ତିବେ ଏକାଗ୍ରେ

  46. Couplet 46

    ଆସନେ ବସି ଏକାନ୍ତରେଗମନ ଶୟନ ଗୁହାରେ

  47. Couplet 47

    ଅଙ୍ଗକୁ ଅଙ୍ଗପ୍ରତି ଧ୍ୟାନଚିନ୍ତିବ ବିଷ୍ଣୁର ଚରଣ

  48. Couplet 48

    ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନପଦ୍ମ ସହିତେ ଯେ ଲା‚ଞ୍ଛନ

  49. Couplet 49

    ତୁଙ୍ଗ ସୁରଙ୍ଗ ପାଦ ଦୁଇନଖ ଚନ୍ଦ୍ରିକା ବିରାଜଇ

  50. Couplet 50

    ଖଣ୍ତଇ ହୃଦ ଅନ୍ଧକାରଧ୍ୟାନେ ଭଜିବ ନିରନ୍ତର

  51. Couplet 51

    ଯା ପାଦୋଦକ ଗଙ୍ଗାନୀରଶିରରେ ରହିଛନ୍ତି ହର

  52. Couplet 52

    ସେ ନୀରେ ବ୍ରହ୍ମାଣ୍ତ ମଧ୍ୟରେସ୍ନାନେ ତରନ୍ତି ସୁରନରେ

  53. Couplet 53

    ପାପ-ଶଇଳ ବଜ୍ରପ୍ରାୟେଯା ପାଦ ନାଶଇ ନିର୍ଭୟେ

  54. Couplet 54

    ସେ ପାଦପଦ୍ମେ ଧ୍ୟାନ କରିନିତ୍ୟେ ବାନ୍ଧିବ ଚିତ୍ତେ ଧରି

  55. Couplet 55

    ସେ ପାଦପଦ୍ମର ମହିମାକେ କହିପାରେ ଗୁଣସୀମା

  56. Couplet 56

    ଯେ ପାଦଯୁଗ ମନୋହରଲକ୍ଷ୍ମୀ ସେବଇ ନିରନ୍ତର

  57. Couplet 57

    ସୁନ୍ଦର ଜାନୁଲମ୍ବମାନଗରୁଡ଼ସ୍କନ୍ଧରେ ଶୋଭନ

  58. Couplet 58

    ଅତସୀ କୁସୁମର ପ୍ରାୟେଅଙ୍ଗ ତାହାର ଶୋଭାପାଏ

  59. Couplet 59

    ତଡ଼ିତ ଜିଣି ପୀତମ୍ବରକାଞ୍ଚି ନିତମ୍ବେ ମନୋହର

  60. Couplet 60

    ଏ ବିଶ୍ୱ ଯାହାର ଉଦରସପ୍ତସମୁଦ୍ର ଦ୍ୱୀପବର

  61. Couplet 61

    ଯା ନାଭିପଦ୍ମୁ ବ୍ରହ୍ମଜାତଅଖିଳ-ବ୍ରହ୍ମାଣ୍ତର ନାଥ

  62. Couplet 62

    ଏମନ୍ତ ଭାବେ ଏହା ଚିନ୍ତିଅପରେ ହୃଦୟ ଆକୃତି

  63. Couplet 63

    ମର୍କତମଣି ପ୍ରାୟେ ଶୋଭାସ୍ତନଯୁଗଳ ଦିବ୍ୟପ୍ରଭା

  64. Couplet 64

    ତା ମଧ୍ୟେ ବିଶଦ ଯେ ହାରଅତ୍ୟନ୍ତ ଶୋଭା ସେ ହୃଦର

  65. Couplet 65

    ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେକୌସ୍ତୁଭମଣି ଶୋଭେ ଗଳେ

  66. Couplet 66

    ଅଖିଳଲୋକ ନମସ୍କୃତରୂପ ଚିନ୍ତିବ ଜଗନ୍ନାଥ

  67. Couplet 67

    ମନ୍ଦରଗିରି ଶୃଙ୍ଖ ପ୍ରାୟେତା ଭୁଜଦଣ୍ତ ଶୋଭାପାଏ

  68. Couplet 68

    ଯେ ଚକ୍ର ଧରିଛନ୍ତି କରଅତି ଅସହ୍ୟ ତେଜ ତାର

  69. Couplet 69

    ତା କରପଦ୍ମେ ଶଙ୍ଖ ପ୍ରଭାରାଜହଂସର ପ୍ରାୟେ ଶୋଭା

  70. Couplet 70

    ଦାନବ ରୁଧିରେଣ ଯୁକ୍ତଗଦାଏ ଅଛି ତାର ହସ୍ତ

  71. Couplet 71

    ମାଳାରେ ତାକଣ୍ଠ ଶୋଭିତଭ୍ରମର ଗୁଞ୍ଜନେ ଶବ୍ଦିତ

  72. Couplet 72

    ତା ମଧ୍ୟ୍ୟେ କୌସ୍ତୁଭ ଖଚିତଯାହା ଅଟଇ ଜୀବତ‌ତ୍ତ୍ବ

  73. Couplet 73

    ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖସୁସ୍ମିତ ସୁରଙ୍ଗ ସୁରେଖ

  74. Couplet 74

    ସୁନ୍ଦର ବଦନାରବିନ୍ଦପରେ ଚିନ୍ତିବେ ଯୋଗୀବୃନ୍ଦ

  75. Couplet 75

    ଶ୍ରବଣେ ମକର କୁଣ୍ତଳଚଳନ୍ତେ ଶୋହେ ଗଣ୍ତସ୍ଥଳ

  76. Couplet 76

    ତୁଙ୍ଗନାସିକା ଦିବ୍ୟଶୋଭାକୁଟିଳ ଅଳକ ସୁପ୍ରଭା

  77. Couplet 77

    ଲୋଚନଯୁଗ ପଦ୍ମପ୍ରାୟେତହିଁରେ ଭୃଙ୍ଗ କିବା ଶୋହେ

  78. Couplet 78

    ଏମନ୍ତ ରୂପ ଯେବା ଧ୍ୟାନଆନନ୍ଦେ କରେ ଅନୁକ୍ଷଣ

  79. Couplet 79

    ତାହାକୁ ପ୍ରଭୁ କୃପା କରେଏ ଘୋର ତାପତ୍ରୟ ହରେ

  80. Couplet 80

    ଏଣୁ ଏ ରୂପ ଗୁଣ ଧ୍ୟାନେନିତ୍ୟେ ଚିନ୍ତିବ ଦୃଢ଼ମନେ

  81. Couplet 81

    ଅଖିଳଲୋକ ତାପ ହରେଯେ ମନ୍ଦହାସ ଶ୍ରୀମୁଖରେ

  82. Couplet 82

    ମକରଧ୍ୱଜ-ଚାପ ପ୍ରାୟେଭ୍ରୁଜଙ୍ଗଯୁଗ ତାର ଶୋହେ

  83. Couplet 83

    କଟାକ୍ଷ ଶରପନ୍ତି ହୋଇମୁନିଜନଙ୍କ ମନ ମୋହି

  84. Couplet 84

    ଏଣେ ମୋହିତ ମୁନିଜନେଧ୍ୟାନ କରନ୍ତି ଅନୁକ୍ଷଣେ

  85. Couplet 85

    ତା ଉଚ୍ଚହାସ୍ୟ ଧ୍ୟାନ କରଅରୁଣବର୍ଣ୍ଣ ଓଷ୍ଠାଧାର

  86. Couplet 86

    କୁନ୍ଦ-କୋରକ ପ୍ରାୟେ ହୋଇତା ଦନ୍ତପଙ୍‌କ୍ତି ବିରାଜଇ

  87. Couplet 87

    ପ୍ରେମାନୁବନ୍ଧେ ଏହା ଚିନ୍ତିସେ ଅନ୍ୟ କିଛି ନବାଛନ୍ତି

  88. Couplet 88

    ଏ ରୂପ ଧ୍ୟାନଯୋଗ ଭାବେଭକ୍ତ ହୃଦୟ ଯହୁଁ ଦ୍ରବେ

  89. Couplet 89

    ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃପୁଲକ ହୋଏ ତନୁଲୋମ

  90. Couplet 90

    ଆନନ୍ଦସାଗରେ ବୁଡ଼ଇଆଉ ବା ଧ୍ୟାନ ତାର କାହିଁ

  91. Couplet 91

    ଏ ରୂପେ ନିର୍ବିଷୟ ହୋଇନିଷ୍କାମମାର୍ଗେ ଯୋଗଧ୍ୟାୟି

  92. Couplet 92

    ପରମାନନ୍ଦ ରୂପ ଚିନ୍ତିବ୍ରହ୍ମ ନିର୍ବାଣ ସେ ଲଭନ୍ତି

  93. Couplet 93

    ଜ୍ୟୋତିସ୍ୱରୂପେ ଆତ୍ମା ଏକସର୍ବତ୍ର ଦେଖଇ ପ୍ରତ୍ୟକ୍ଷ

  94. Couplet 94

    ଗୁଣ ପ୍ରବାହକୁ ନାଶଇଅଗମ୍ୟ ଦିବ୍ୟସ୍ଥାନ ପାଇ

  95. Couplet 95

    ଏ ରୂପେ ଭକ୍ତିଯୋଗ ସାଧିତରଇ ସଂସାର ଜଳଧି

  96. Couplet 96

    ନ ଜାଣେ ସୁଖ ଦୁଃଖ ଭାବଜନ୍ମ ମୃତ୍ୟୁର ପରାଭବ

  97. Couplet 97

    ମଦିରାପାନେ ଭୋଳ ହୋଇଯେମନ୍ତ ବିବଶ ହୁଅଇ

  98. Couplet 98

    ବସନ କଟିତଟେ ଅଛିଅଥବା ଭୂତଳେ ପଡ଼ିଛି

  99. Couplet 99

    ଅଜ୍ଞାନେ କିଛି ନ ଜାଣନ୍ତିସେ ରୂପେ ଯୋଗୀ ଦେହବୃତ୍ତି

  100. Couplet 100

    ଏ ଦେହ କର୍ମବଶ ହୋଇସର୍ବ ସଂକଳ୍ପ କରୁଥାଇ

  101. Couplet 101

    ଯାବତ ଯୋଗସିଦ୍ଧି ନୋହିତାବତ ବିଷୟେ ଭ୍ରମଇ

  102. Couplet 102

    ପୁତ୍ର କଳତ୍ର ଗୃହ ଧନସ୍ନେହେ ବନ୍ଧନ ପ୍ରାଣୀ ମନ

  103. Couplet 103

    ସ୍ୱପ୍ନର ପ୍ରାୟ ତାହା ମଣିପୁରୁଷ ନ ମଜ୍ଜଇ ପୁଣି

  104. Couplet 104

    ଅତି ସ୍ନେହରେ ପୁତ୍ର ବିତ୍ତଆତ୍ମ ସ୍ୱରୂପେ ହିଁ କଳ୍ପିତ

  105. Couplet 105

    ସ୍ୱଭାବେ ବିଭିନ୍ନ ଅଟଇସେ ରୂପେ ଦେହେ ଆତ୍ମା ହୋଇ

  106. Couplet 106

    ଯେମନ୍ତେ ଅଗ୍ନି ଧୂମ ବଳେକେବେ ହେଁ ନଦିଶେ ନିର୍ମଳେ

  107. Couplet 107

    ସେ ରୂପେ ବିଷୟାରେ ପ୍ରାଣୀକେବେ ହେଁ ଆତ୍ମାକୁ ନ ଚିହ୍ନି

  108. Couplet 108

    କାଷ୍ଠରୁ ଧୂମ ଅଗ୍ନି ଜାତସେ କାଷ୍ଠ ଦହଇ ଯେମନ୍ତ

  109. Couplet 109

    ଅଜ୍ଞାନୁ ଜ୍ଞାନ ଜାତ ହୋଇବିଷୟ-ବାସନା ଦହଇ

  110. Couplet 110

    ଭୂତ ଇନ୍ଦ୍ରିୟଗଣ ଯେତେପ୍ରଧାନ-ପୁରୁଷ ସହିତେ

  111. Couplet 111

    ଏକୁ ଅନେକ ରୂପ ହୋଇବ୍ରହ୍ମାଣ୍ତେ ଲୀଳା ସେ କରଇ

  112. Couplet 112

    ଏମନ୍ତ ଭାବେ ବ୍ରହ୍ମଜ୍ଞାନପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ

  113. Couplet 113

    ଏ ସର୍ବଭୂତ ତାର ଦେହିସେ ସର୍ବଭୂତ ମଧ୍ୟେ ଥାଇ

  114. Couplet 114

    ଏମନ୍ତ ଭାବେ ସର୍ବଭୂତେଅନନ୍ୟଭାବେ ଦେଖେ ନିତ୍ୟେ

  115. Couplet 115

    ସେ ଜ୍ୟୋତିର୍ମୟ ଆତ୍ମଯୋନିଗୁଣ ପ୍ରବାହ ଭେଦ ଘେନି

  116. Couplet 116

    ଆଭାସେ ଯତା ଭିନ୍ନେ ଭିନ୍ନେଆଧାର ଭେଦେ ଅଗ୍ନି ଯେହ୍ନେ

  117. Couplet 117

    ସତ୍ ଅସତ୍ ଆତ୍ମା ସେହିତା ବିନୁ ଅନ୍ୟ ନାହିଁ କେହି

  118. Couplet 118

    ପରମ ଭକ୍ତିଭାବ ଏହିଏ ଭାବେ ଚିନ୍ତ ମନ ଦେଇ

  119. Couplet 119

    ତେବେ ଏ ସଂସାରୁ ତରିବଶ୍ରୀକୃଷ୍ଣ-ଚରଣ ଲଭିବ

  120. Couplet 120

    ଭୋ ମାତ ସାଧ ଏହି ଯୋଗହେଳେ ତରିବ କର୍ମଭୋଗ

  121. Couplet 121

    ଏଣୁ ସଂସାରୁ ତରିଯିବନାହିଁ ଯାତନା ପରାଭବ

  122. Couplet 122

    କହଇ ବିପ୍ର ଜଗନ୍ନାଥସୁଜନେ ଚିନ୍ତ ଏହିପଥ

Odia Bhagabata skandha 3 adhyaya 28 | Parbani by ParibhaAsha App