Skip to content
paribhaasha

Skandha 3

Adhyaya 27

  1. Couplet 1

    ବିଷ୍ଣୁ କହନ୍ତି ତୋଷମନେମନୁ ତନୟା ସନ୍ନିଧାନେ

  2. Couplet 2

    ଶୁଣି ଜନନୀ ଏକମନଯେ ହରି ଅଜ-ନିରଞ୍ଜନ

  3. Couplet 3

    ନିର୍ଗୁଣ ନିର୍ବିକାରମୟେବସଇ ଆତ୍ମାରୂପେ ଦେହେ

  4. Couplet 4

    ପ୍ରକୃତିଗୁଣେ ନୋହେ ସଙ୍ଗଜଳ ଯେସନେ ଅର୍କବିମ୍ବ

  5. Couplet 5

    ସେ ଦେହଧର୍ମେ ବଦ୍ଧ ହୋଇଆତ୍ମାଙ୍କୁ ଅହଙ୍କାର ବହି

  6. Couplet 6

    ଆତ୍ମାର ଦୁଃଖ ସୁଖ ମଣେକର୍ମକରତା ମୁଁ ପ୍ରମାଣେ

  7. Couplet 7

    ଆତ୍ମାର ବନ୍ଧ କର୍ମ ପାକେନିତ୍ୟେ ଭ୍ରମଇ ଦୁଃଖ ସୁଖେ

  8. Couplet 8

    ଦେହକୁ କରେ ଅଭିମାନଏଣୁ ହରଇ ନିଜ ଜ୍ଞାନ

  9. Couplet 9

    ନିରତେ ଅହଙ୍କାର ଘେନିଏମନ୍ତେ ଭ୍ରମେ ନାନା ଯୋନି

  10. Couplet 10

    ଯେସନେ ଜଳେ ପ୍ରାଣୀ ପଶେପୁଣି ଉଠନ୍ତେ ଶିର ଦିଶେ

  11. Couplet 11

    ଜନ୍ମ ମରଣ ଏହି ମତଅର୍ଜିଲା କର୍ମର ଆୟତ୍ତ

  12. Couplet 12

    ଆତ୍ମାର କର୍ମଫଳ ଘେନିଜୀବ ଭ୍ରମଇ ନାନା ଯୋନି

  13. Couplet 13

    ଅଜ୍ଞାନେ ଏ ଘୋର ସଂସାରେଜୀବ ଭ୍ରମଇ ଅହଂକାରେ

  14. Couplet 14

    ଦୁଃଖ ଲଭଇ ବାରେବାରେଆତ୍ମାର ଗତି ନବିଚାରେ

  15. Couplet 15

    ସ୍ୱପ୍ନେ ଅନର୍ଥ ଯେତେ ଦେଖିନାନା ପ୍ରପେଞ୍ଚେ ଉପଲକ୍ଷି

  16. Couplet 16

    ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷଯେହ୍ନେ ଜାଗରେ ହୋଏ ମିଛ

  17. Couplet 17

    ଏ ରୂପେ ଜୀବର ସଞ୍ଚାରଏମନ୍ତ ମାୟା ଏ ସଂସାର

  18. Couplet 18

    ଏ ଜୀବ ମୋହିତ ଅଜ୍ଞାନେଏ ରୂପେ ପଡ଼ଇ ବନ୍ଧନେ

  19. Couplet 19

    ଏଣୁ ସଂଯମଚିତ୍ତ କରିବିଷୟ-ବିଷରୁ ଉଦ୍ଧରି

  20. Couplet 20

    ଭକ୍ତି-ବିରକ୍ତି ଯୋଗବଳେମନକୁ ବଶ କରି ହେଳେ

  21. Couplet 21

    ନିୟମେ ମାପି ସୁନିଶ୍ଚଳେଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ

  22. Couplet 22

    ବିଷ୍ଣୁ-ବିଷୟେ ମନ ଧରିସାଧିବ ଶରୀର ପାଶୋରି

  23. Couplet 23

    ଯତ୍ନେ ସାଧିବ ଯୋଗ ତପସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ

  24. Couplet 24

    ମୋହର ଗୁଣ କର୍ମ ଯଶଶ୍ରବଣ କୀର୍ତ୍ତନେ ହରଷ

  25. Couplet 25

    ସକଳଜୀବେ ନିଜ ପ୍ରାୟେସମେ ଦେଖିବ ବିଷ୍ଣୁମୟେ

  26. Couplet 26

    ପ୍ରାଣୀଙ୍କ ହିତେ ଥିବ ନିତ୍ୟେଚଞ୍ଚଳ-ଇନ୍ଦ୍ରିୟ ସଂଯତେ

  27. Couplet 27

    ଈଶ୍ୱରେ ସ୍ଥାପି କର୍ମଫଳସ୍ୱଧର୍ମ ସାଧିବ ନିଶ୍ଚଳ

  28. Couplet 28

    ପ୍ରଥମ-ଆଶ୍ରମର ମତେସ୍ୱଧର୍ମ ମୌନ ସତ୍ୟଯୁତେ

  29. Couplet 29

    କରି ଛାଡ଼ିବ ଗୃହ ସ୍ନେହଯେ ଅହଙ୍କାର ମାୟାମୋହ

  30. Couplet 30

    ଆହାରେ ଭଲ ମନ୍ଦ ନାହିଁଯେବା ମିଳିବ ଯାହା ଯହିଁ

  31. Couplet 31

    ଅଳ୍ପ ଭୋଜନେ ମତ ତୋଷିଏକାନ୍ତ ଜ୍ଞାନେ ନିତ୍ୟେ ବସି

  32. Couplet 32

    କରୁଣ ଶାନ୍ତ ଶିଷ୍ଟ ଗୁଣସକଳ ଭୂତେ ମିତ୍ରପଣ

  33. Couplet 33

    ସୁହୃଦ ସୁତ ଗୃହ ନାରୀଏ ଦେହେ ମମତା ନକରି

  34. Couplet 34

    ପ୍ରକୃତି ପୁରୁଷ ବିଚାରଜ୍ଞାନର ତ‌ତ୍ତ୍ବ ଅବଧାର

  35. Couplet 35

    ତେଣେ ନିବୃତ୍ତ ବୁଦ୍ଧିଭାବଜାଗ୍ରତ ସ୍ୱପ୍ନ ଆଦିଭାବ

  36. Couplet 36

    ସମସ୍ତ ହୁଅଇ ନିବୃତ୍ତବିଷୟ-ଚିନ୍ତା ଦୂରୀଭୂତ

  37. Couplet 37

    ଅନ୍ୟ ଦର୍ଶନ ତାର ନାହିଁଆତ୍ମାରେ ଆତ୍ମାକୁ ଦେଖଇ

  38. Couplet 38

    ଚକ୍ଷୁର ଅର୍କେ ଅର୍କ ପ୍ରାୟେଦେଖଇ ସର୍ବ ବ୍ରହ୍ମମୟେ

  39. Couplet 39

    ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତଆଭାସେ ଅହଙ୍କାରେସ୍ଥିତ

  40. Couplet 40

    ଏଣୁ ଯେ ଅହଙ୍କାରୀ ଜୀବକି ରୂପେ ବ୍ରହ୍ମଙ୍କୁ ଦେଖିବ

  41. Couplet 41

    ଭୋ ମାତ ସଂଶୟ ନକରପ୍ରମାଣ କହିବା ତାହାର

  42. Couplet 42

    ଯେସନେ ରବିବିମ୍ବ ଜଳେଆଭାସୁ ପୁଣି ଲକ୍ଷି ସ୍ଥଳେ

  43. Couplet 43

    ପୁଣି ସେ ଜଳବିମ୍ବ-ବଳେଆକାଶ-ରବି ଦେଖି ଡୋଳେ

  44. Couplet 44

    ତେସନେ ଦେହେନ୍ଦ୍ରିୟ ମନେଏ ଜୀବ ଥାଇଣ ପ୍ରଚ୍ଛନ୍ନେ

  45. Couplet 45

    ଏ ଯେ ତ୍ରିଗୁଣ ଅହଙ୍କାରଆଭାସ ଯହିଁରେ ବ୍ରହ୍ମର

  46. Couplet 46

    ତହୁଁ ବ୍ରହ୍ମଙ୍କୁ ଉପଲକ୍ଷିପୁଣି ପତ୍ୟେକ୍ଷେ ତାକୁ ଦେଖି

  47. Couplet 47

    ଆତ୍ମା ଅଟଇ ଶୁଦ୍ଧଜ୍ଞାନଅନୁଭବରେ ତା ପ୍ରମାଣ

  48. Couplet 48

    ସୁଷୁପ୍ତି ଅବସ୍ଥାରେ ଯେବେଭୂତାଦି ରହେ ଲୀନ ଭାବେ

  49. Couplet 49

    ନିଦ୍ରାରେ ଅହଙ୍କାର ଶୂନ୍ୟଆତ୍ମା ସ୍ୱରୂପେ ବର୍ତ୍ତମାନ

  50. Couplet 50

    ଦ୍ରଷ୍ଟାସ୍ୱରୂପେ ଥାଇ ଦେହେନିଜକୁ ମଣେ ନଷ୍ଟ ପ୍ରାୟେ

  51. Couplet 51

    ଉପାଧି ନାଶ ହେବା ଜାଣିଆପଣା ନାଶ ପରିମାଣି

  52. Couplet 52

    ଧନବିନାଶେ ଲୋକ ଯେହ୍ନେଆପଣ ନାଶ ପ୍ରାୟ ମଣେ

  53. Couplet 53

    ସୁଷୁପ୍ତି ଅବସ୍ଥାରେ ପୁଣବିଷୟ ମାତ୍ର ନୁହେଁ ଜ୍ଞାନ

  54. Couplet 54

    ଏ ରୂପେ ସଂଶୟ ନକରଭୋ ମାତ ମନରେ ବିଚାର

  55. Couplet 55

    ସୁଷୁପ୍ତି ଭଙ୍ଗରେ ପୁରୁଷଏ ରୂପ କରଇ ପ୍ରକାଶ

  56. Couplet 56

    ମୁଁ ଆଜି ସୁଖେ ନିଦ୍ରା ଗଲିକିଛି ମାତ୍ର ହିଁ ନଜାଣିଲି

  57. Couplet 57

    ଯେଣୁ ଏ ରୂପେ ମନେ ଥାଇଆତ୍ମ ନଥିଲେ ଜ୍ଞାନ କାହିଁ

  58. Couplet 58

    ପ୍ରକାଶେ ଯେ କାର୍ଯ୍ୟକାରଣସେ ଦ୍ରଷ୍ଟାରୂପେ ବର୍ତ୍ତମାନ

  59. Couplet 59

    ହେ ପ୍ରଭୁ ପୁରୁଷ ପ୍ରକୃତିକେହି କାହାକୁ ନଛାଡ଼ନ୍ତି

  60. Couplet 60

    ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟକେବେହେଁ ନୁହଁନ୍ତି ସେ ଚ୍ୟୁତ

  61. Couplet 61

    ଯେମନ୍ତେ ଭୂମି ଗନ୍ଧ ଦୁଇକେହି କାହାକୁ ନଛାଡ଼ଇ

  62. Couplet 62

    ଅଥବା ଦେଖ ଜଳ ରସଏକ ଅଭାବେ ଏକ ନାଶ

  63. Couplet 63

    ସେ ରୂପେ ପ୍ରକୃତି ପୁରୁଷେବିୟୋଗ କି ରୂପେ ପ୍ରକାଶେ

  64. Couplet 64

    ଅକର୍ତ୍ତା ପୁରୁଷ ବିଚାରତ୍ରିଗୁଣେ ପ୍ରକୃତି ସଞ୍ଚାର

  65. Couplet 65

    ଏ କର୍ମବନ୍ଧ ଯେଣୁ ତାରକେମନ୍ତେ ମୋକ୍ଷ ଏହାଙ୍କର

  66. Couplet 66

    କେହି ବିବେକ ଜ୍ଞାନ ତତ୍ତ୍ବେସଂସାର ଯେବେ ବା ନିବର୍ତ୍ତେ

  67. Couplet 67

    ହେତୁ ତାହାର ଯେଣୁ ଥାଇକି ରୂପେ ମୋକ୍ଷ ବା ଘଟଇ

  68. Couplet 68

    ଏମନ୍ତ ଦେଖଇ ବହୁତତୁ ମୋତେ କହ ଯଥା ତତ୍ତ୍ବ

  69. Couplet 69

    ଶୁଣ ଜନନି ଦେଇ ଚିତ୍ତଯେବା ଜୀବର ବନ୍ଧ-ମୁକ୍ତ

  70. Couplet 70

    ନିଷ୍କାମେ ସ୍ୱଧର୍ମରେ ଥାଇମନ ନିର୍ମଳେ ମୋତେ ଧ୍ୟାଇ

  71. Couplet 71

    ମୋହର ଦୃଢ଼ଭକ୍ତି ଯୋଗସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ

  72. Couplet 72

    ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେଭକ୍ତିରେ ସାଧିବ ଯତନେ

  73. Couplet 73

    ତତ୍ତ୍ବ ଦର୍ଶନ ଜ୍ଞାନବଳେଦୃଢ଼ବୈରାଗ୍ୟ ତପବଳେ

  74. Couplet 74

    ଆତ୍ମାର ପ୍ରାପ୍ତି ଉପାୟରେଚିତ୍ତ ଏକାଗ୍ର ସମାଧିରେ

  75. Couplet 75

    ଏ ସର୍ବ ପ୍ରକାର ସାଧନଖଣ୍ତଇ ଜୀବର ବନ୍ଧନ

  76. Couplet 76

    ପ୍ରକୃତି ପରାଭବ ପାଇବିରହଭାବ ସେ ଲଭଇ

  77. Couplet 77

    ଯେସନେ ଅରଣୀରୁ ଅଗ୍ନିଜନମି ଦହଇ ଅରଣୀ

  78. Couplet 78

    ପ୍ରକୃତି ଭୋଗ ଶେଷ ହେଲେତାହାର ଦୋଷ ଦିଶେ ଭଲେ

  79. Couplet 79

    କାଟିଣ ସବୁ ବନ୍ଧ ପାଶଆନନ୍ଦେ ବିହରେ ପୁରୁଷ

  80. Couplet 80

    ଯେସନେ ସ୍ୱପନେ ଅନର୍ଥଜାଗିଲେ ହୁଅଇ ଅସତ୍ୟ

  81. Couplet 81

    ତେସନେ ସଂସାର ଦିଶଇମୋ ମାୟା ତାକୁ ନଲାଗଇ

  82. Couplet 82

    ବହୁତ ଜନ୍ମ ଭାଗ୍ୟବଳେଅଧ୍ୟାତ୍ମଜ୍ଞାନ ହୁଏ କାଳେ

  83. Couplet 83

    ଏ ରୂପେ ଆତ୍ମାରାମମୁନିବ୍ରହ୍ମଲୋକକୁ ତୁଚ୍ଛ ମଣି

  84. Couplet 84

    ମୋ ଭକ୍ତ ହୋଇ ମୋ ପ୍ରସାଦେଆତ୍ମାକୁ ଜାଣେ ଅପ୍ରମାଦେ

  85. Couplet 85

    କୈବଲ୍ୟଧାମ ମୋ ଆଶ୍ରୟଲଭେ ମୁକତି ଆଦି ଶ୍ରେୟ

  86. Couplet 86

    ଲିଙ୍ଗ-ଶରୀର ନାଶ ଯାଇଆଉ ଲେଉଟି ନ ଆସଇ

  87. Couplet 87

    ଯାହାର ଚିତ୍ତ ଯୋଗୁ ଆନମାୟାରେ ନୁହଇ ବିଭ୍ରମ

  88. Couplet 88

    ସେ ଆତ୍ୟନ୍ତିକୀ ଗତି ପାଇଯହିଁରେ ମୃତ୍ୟୁଭୟ ନାହିଁ

  89. Couplet 89

    ମୈତ୍ରେୟ ବିଦୁର ଅଗ୍ରତେବହୁ ସାଧନ ଯୋଗମତେ

  90. Couplet 90

    କହିଲେ କପିଳଙ୍କ ବାଣୀଶୁଣି ସଂସାରୁ ତର ପ୍ରାଣୀ

  91. Couplet 91

    ସଂସାରଜନ ହିତ ଅର୍ଥେତୃତୀୟସ୍କନ୍ଧେ ଭାଗବତେ

  92. Couplet 92

    ସୁଜନେ ଚିନ୍ତ ମନେ ଏହାଯେବେ ଖଣ୍ତିବ ଭବମାୟା

  93. Couplet 93

    ହରିଚରଣେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ

Odia Bhagabata skandha 3 adhyaya 27 | Parbani by ParibhaAsha App