Skip to content
paribhaasha

Skandha 3

Adhyaya 26

  1. Couplet 1

    ଶୁଣ ବିଦୁର ତତ୍ତ୍ୱ ବାଣୀଏ ଜୀବ ତରେ ଯାହା ଶୁଣି

  2. Couplet 2

    କପିଳରୂପେ ପ୍ରିୟଭାବେଜନନୀ ପ୍ରବୋଧ ପ୍ରସ୍ତାବେ

  3. Couplet 3

    ଯାହା କହିଲେ ନାରାୟଣନିଶ୍ଚଳଚିତ୍ତେ ଏବେ ଶୁଣ

  4. Couplet 4

    ବିଷ୍ଣୁ କହନ୍ତି ତୋଷମନେମନୁତନୟା ସନ୍ନିଧାନେ

  5. Couplet 5

    ଶୁଣ ଜନନୀ ମୋ ବଚନଯେ ତତ୍ତ୍ୱଜ୍ଞାନର ଲକ୍ଷଣ

  6. Couplet 6

    ଏବେ ତୁ ତତ୍ତ୍ୱଜ୍ଞାନ ଶୁଣଯେଣେ ଜୀବର ପରିତ୍ରାଣ

  7. Couplet 7

    ଏ ଜ୍ଞାନ ଜନ୍ମିଲେ ପୁରୁଷକାଟଇ ମୋହଗୁଣପାଶ

  8. Couplet 8

    ଯେ ଭାବେ ଏ ସଂସାର ତୁଟେସୁଦୃଢ-ହୃଦଗଣ୍ଠି ଫିଟେ

  9. Couplet 9

    ତତ୍ତ୍ୱତପନ ତମ ନାଶେନିର୍ମଳ ଜ୍ଞାନ ହିଁ ପ୍ରକାଶେ

  10. Couplet 10

    ଏଣୁ ଏ ତତ୍ତ୍ୱଜ୍ଞାନ କହିଶୁଣ ଜନନୀ ମନ ଦେଇ

  11. Couplet 11

    ଯେମନ୍ତ ତତ୍ତ୍ୱଜ୍ଞାନ ଜାଣିଯେ ଭାବେ ଲଭି ଚକ୍ରପାଣି

  12. Couplet 12

    ନିଶ୍ଚଳଭାବେ କରି ଧ୍ୟାନଆତ୍ମାକୁ କରନ୍ତି ଦର୍ଶନ

  13. Couplet 13

    ଅଶେଷ-ବନ୍ଧନ ଫିଟାଇବିବେକ ଜ୍ଞାନ ପ୍ରକାଶଇ

  14. Couplet 14

    ମାୟା ଯନ୍ତ୍ରିତ ଅହଙ୍କାରହୃଦରୁ ତାହା ହୁଏ ଦୂର

  15. Couplet 15

    କହିବା ଶୁଣ ମନଦେଇଯେ ମାର୍ଗେ ସଂଶୟ ନ ଥାଇ

  16. Couplet 16

    ଯେ ଆତ୍ମା ଅନାଦି-ପୁରୁଷପ୍ରକୃତି ପରେ ଯାର ବାସ

  17. Couplet 17

    ସ୍ୱଭାବେ ନିର୍ଗୁଣ ଅଟଇଜ୍ୟୋତି-ସ୍ୱରୂପେ ପ୍ରକାଶଇ

  18. Couplet 18

    ବ୍ୟାପିଛି ଏ ବିଶ୍ୱ ସଂସାରେପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ

  19. Couplet 19

    ଏ ରୂପେ ପ୍ରକୃତି-ପୁରୁଷସୂକ୍ଷ୍ମ ସ୍ୱରୂପରେ ପ୍ରକାଶ

  20. Couplet 20

    ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରିଆଦିପ୍ରକୃତି ରୂପ ଧରି

  21. Couplet 21

    ତ୍ରିଗୁଣ ଜାତ ସେ କରଇରଜ ସା‌ତ୍ତ୍ୱକ ତମ ଦେହୀ

  22. Couplet 22

    ରଜେ ସର୍ଜଇ ପାଳେ ସତ୍ତ୍ବେତମ ସ୍ୱରୂପେ ହରେ ନିତ୍ୟେ

  23. Couplet 23

    ଏ ରୂପେ ଲୀଳା ସେ କରଇଦଇବୀ ମାୟା ଗୁଣମୟୀ

  24. Couplet 24

    ଜୀବର ନାନାରୂପ କରେଚିତ୍ର ବିଚିତ୍ର ଏ ସଂସାରେ

  25. Couplet 25

    ପ୍ରଜା ସର୍ଜଇ ନାନାକଳ୍ପେସ୍ଥାବର ଜଙ୍ଗମାଦି ରୂପେ

  26. Couplet 26

    ଅଜ୍ଞାନେ ଆବୃତ୍ତ ତା ଦେହୀସାକ୍ଷୀ ସ୍ୱରୂପେ ସେ ଦେଖଇ

  27. Couplet 27

    ଏ ରୂପେ ପୂର୍ବରୁ ଭିଆଣପ୍ରକୃତି କରଇ ନିର୍ମାଣ

  28. Couplet 28

    କର୍ମରେ ଗତାଗତ ହୋଇଉଚ୍ଚ-ନୀଚକୁ ସେ ନିଅଇ

  29. Couplet 29

    ପ୍ରବୃତ୍ତିମାର୍ଗେ କରି କର୍ମପ୍ରାଣୀ ଲଭନ୍ତି ପଥଶ୍ରମ

  30. Couplet 30

    ନିବତ୍ତିମାର୍ଗେ ମୋକ୍ଷ ହୋଇଏ ବେନିମାର୍ଗ ସେ ଭିଆଇ

  31. Couplet 31

    ସାକ୍ଷୀ ସ୍ୱରୂପେ ସର୍ବଦେହୀଦେଖଇ ହୃଦପଦ୍ମେ ରହି

  32. Couplet 32

    କାର୍ଯ୍ୟ-କାରଣେ କର୍ତ୍ତା ହୋଇପ୍ରକୃତି ଯେତେକ ଅର୍ଜଇ

  33. Couplet 33

    ସୁକୃତ-ଦୁଷ୍କୃତାଦି ଯେତେଜୀବ ଭୁଞ୍ଜଇ ତାହା ନିତ୍ୟେ

  34. Couplet 34

    ଏମନ୍ତ ଶୁଣି ଦେବହୂତିସଂଶୟେ ପୁଣି ପଚାରନ୍ତି

  35. Couplet 35

    କହ ହେ ପୁରୁଷ-ଉତ୍ତମକି ରୂପେ ବିଶ୍ୱ ସ୍ଥୂଳ ସୂକ୍ଷ୍ମ

  36. Couplet 36

    କି ରୂପେ ପ୍ରକୃତି ପୁରୁଷଜଗତେ ହୋଇଛି ପ୍ରକାଶ

  37. Couplet 37

    ଏମନ୍ତ ଶୁଣି ଭଗବାନକହନ୍ତି ଅମୃତ ବଚନ

  38. Couplet 38

    ଯେତେ ଏ ତ୍ରିଗୁଣ-ବନ୍ଧନେସତ ଅସତ ଯେ ଯେମାନେ

  39. Couplet 39

    ଆତ୍ମା ଯେ ଜ୍ୟୋତିରୂପେ ଥାଇଅବ୍ୟକ୍ତରୂପେ ପ୍ରକାଶଇ

  40. Couplet 40

    ପ୍ରଧାନରୂପରେ ପ୍ରକୃତିସମସ୍ତକର୍ମେ ଅଧିପତି

  41. Couplet 41

    ସମସ୍ତରୂପ ସେ ବହଇମହତ ଆଦି ଯେତେ ଦେହୀ

  42. Couplet 42

    ଶୁଣ ଜନନୀ ଏକଚିତ୍ତେଚତୁର୍ବିଂଶତି ତତ୍ତ୍ୱ ଯେତେ

  43. Couplet 43

    ପଞ୍ଚ ପଞ୍ଚ ଯେ ଚତୁର୍ଦ୍ଦଶପ୍ରତ୍ୟେକେ କରିବା ପ୍ରକାଶ

  44. Couplet 44

    ପୃଥିବୀ ଆପ ତେଜ ବାତଆକାଶ ଆଦି ପଞ୍ଚଭୂତ

  45. Couplet 45

    ଗନ୍ଧ ରୂପ ଯେ ରସ ଶବ୍ଦସ୍ପର୍ଶାଦି ତନମାତ୍ର ଭେଦ

  46. Couplet 46

    ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣଚର୍ମ ପାଣି ପାଦ ବଚନ

  47. Couplet 47

    ବୃଷଣ ପାୟୁ ଏ ଦଶମଇନ୍ଦ୍ରିୟ ବୋଲି ଏହା ନାମ

  48. Couplet 48

    ମନ ବୁଦ୍ଧି ଯେ ଅହଂ ଚିତ୍ତଚତର୍ବିଂଶତି ଏହୁ ତ

  49. Couplet 49

    ପଞ୍ଚବିଂଶତି କାଳ କହିଏ ରୂପେ ସଂଖ୍ୟାକ୍ରମ ହୋଇ

  50. Couplet 50

    ପ୍ରକୃତି ଏତେରୂପ ହୋଇକାର୍ଯ୍ୟ-କାରଣେ ପ୍ରବର୍ତ୍ତଇ

  51. Couplet 51

    କାଳସ୍ୱରୂପରେ ପୁରୁଷସକଳ କରାଇ ପ୍ରକାଶ

  52. Couplet 52

    ଏ ଦେହୀ ମୁଗ୍ଧ ଅହଙ୍କାରେସେ କାଳେ ଡରେ ନିରନ୍ତରେ

  53. Couplet 53

    ଏ ଦେହେ କର୍ତ୍ତା ସେ ହୁଅଇସମସ୍ତ ଭୋଗ ସେ କରଇ

  54. Couplet 54

    ପ୍ରକୃତି ଯାର ଚେଷ୍ଟା ବଳେସର୍ଜି ନାଶଇ ଭୂମିତଳେ

  55. Couplet 55

    କାଳ-ସ୍ୱରୂପୀ ଭଗବାନଆତ୍ମା-ମାୟାରେ କରେ ଲୀନ

  56. Couplet 56

    ଏ ପଞ୍ଚବିଂଶରୂପ ହୋଇଅପରେ ଶୁଣ ମନ ଦେଇ

  57. Couplet 57

    ପୁଣି ସେ ପରମ-ପୁରୁଷପ୍ରକୃତି ମଧ୍ୟେ ତା ପ୍ରକାଶ

  58. Couplet 58

    ସେ ସର୍ବଭୂତେ ପରିପୂର୍ଣ୍ଣଜଳରେ ଚନ୍ଦ୍ରମା ଯେସନ

  59. Couplet 59

    ପ୍ରକୃତି ତାର ତହୁଁ ଜାତତା ତହୁଁ ହୋଏ ମହତ୍ତତ୍ତ୍ବ

  60. Couplet 60

    ହିରଣ୍ୟମୟ ତାର ଦେହୀବ୍ରହ୍ମାଣ୍ତମଧ୍ୟେ ବିରାଜଇ

  61. Couplet 61

    ଏ ବିଶ୍ୱ ଆତ୍ମା ଯେ ଅଟଇସୂକ୍ଷ୍ମ ସ୍ୱରୂପେ ଅଛି ରହି

  62. Couplet 62

    ଆତ୍ମାରେ ପ୍ରକାଶ ସେ ହୋଇଏ ଘୋରତିମିର ନାଶଇ

  63. Couplet 63

    ଯେ ସ୍ଥାନେ ରାଗ ଦ୍ୱେଷ ନାହିଁପର ଅପର ନ ଜାଣଇ

  64. Couplet 64

    ସ‌ତ୍ତ୍ବଗୁଣରେ ପ୍ରକାଶଇନିର୍ମଳ-ଜ୍ୟୋତିର୍ମୟ ଦେହୀ

  65. Couplet 65

    ସେ ବିଷ୍ଣୁଭକ୍ତି ଲାଭ ସ୍ଥାନବାସୁଦେବଟି ଯାର ନାମ

  66. Couplet 66

    ଅଧ୍ୟାତ୍ମରୂପୀ ସେ ଚୈତନ୍ୟମହତ ବୋଲି ତାର ନାମ

  67. Couplet 67

    ପର ଅପରେ ବ୍ୟାପିଛଇଁବିକାରଭାବ ଯାର ନାହିଁ

  68. Couplet 68

    ସ୍ୱଚ୍ଛ ସୁଶାନ୍ତ ଭାବ ବହିଅମୃତମୟ ତାର ଦେହୀ

  69. Couplet 69

    ମହତ ତହୁଁ ଜାତ ହୋଇଯେ କ୍ରିୟାଶକ୍ତି ରୂପ ବହି

  70. Couplet 70

    ସେ ଅହଂକାର ରୂପ ତିନିଜନ୍ମଇ ଶୁଣ ଗୋ ଜନନି

  71. Couplet 71

    ସାତ୍ତ୍ବିକ ରାଜସ ତାମସଏ ତିନି ହୁଅନ୍ତି ପ୍ରକାଶ

  72. Couplet 72

    ମନ ଇନ୍ଦ୍ରିୟ ପଞ୍ଚଭୂତଏ ତିନିଗୁଣେ ହୋନ୍ତି ଜାତ

  73. Couplet 73

    ସହସ୍ର ଶିର ବାହୁ ହୋଇସଙ୍କରଷଣ ଯାକୁ କହି

  74. Couplet 74

    ଅନନ୍ତ ବୋଲି ଯାର କାୟଭୂତ ଇନ୍ଦ୍ରିୟ ମନୋମୟ

  75. Couplet 75

    କର୍ତ୍ତାରସ୍ବରୂପେ ଦେବେ ଜାତକାରଣେ ଇନ୍ଦ୍ରିୟ ସମ୍ଭୂତ

  76. Couplet 76

    କାର୍ଯ୍ୟସ୍ୱରୂପେ ଭୂତଦେହୀତ୍ରିଗୁଣେ ପ୍ରାଣୀ ମୋହ ହୋଇ

  77. Couplet 77

    ସାତ୍ତ୍ବିକଅଂଶୁ ମନ ଜାତସଙ୍କଳ୍ପ ବିକଳ୍ପରେସ୍ଥିତ

  78. Couplet 78

    ହୃଷୀକମାନଙ୍କ ଈଶ୍ୱରଶ୍ୟାମସୁନ୍ଦର କଳେବର

  79. Couplet 79

    ତା ଭକ୍ତି ସାଧି ଯୋଗୀ ସିଦ୍ଧଯାହାର ନାମ ଅନିରୁଦ୍ଧ

  80. Couplet 80

    ରଜୋଗୁଣରୁ ବୁଦ୍ଧି ଜାତଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ

  81. Couplet 81

    ସଂଶୟ ବିପର୍ଯ୍ୟସ ବେନିନିଶ୍ଚୟ ସ୍ମୃତି ନିଦ୍ରା ତିନି

  82. Couplet 82

    ଏ ପାଞ୍ଚବୁଦ୍ଧିର ଲକ୍ଷଣଏବେ ତୁ ଜନନି ଗୋ ଶୁଣ

  83. Couplet 83

    ରାଜସ ଅହଙ୍କାରୁ ପୁଣଜାତ ହୁଅନ୍ତି ଇନ୍ଦ୍ରିଗଣ

  84. Couplet 84

    କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣଯେ ଯାହା ମାର୍ଗେ ପ୍ରବର୍ତ୍ତନ

  85. Couplet 85

    ସେ ପ୍ରାଣ କ୍ରିୟାଶକ୍ତି ବଳେଭୋଗ ଭଞ୍ଜଇ କୁତୂହଳେ

  86. Couplet 86

    ବୁଦ୍ଧି ବିଜ୍ଞାନ ଶକ୍ତିବଳେଧାରଣା କରେ ସୁନିଶ୍ଚଳେ

  87. Couplet 87

    ତାମସ ଗୁଣେ ପଞ୍ଚମାତ୍ରବିଷ୍ଣୁର ଅଂଶେ ସେ ସମ୍ଭୂତ

  88. Couplet 88

    ଆକାଶ ଗୁଣୁ ଶ୍ରୋତ୍ର ହୋଇଶବଦ ସଂଗ୍ରହ କରଇ

  89. Couplet 89

    ଶବଦ ତନ୍ମାତ୍ର ଗଗନଅର୍ଥ ଆଶ୍ରୟ ଯେବା ସ୍ଥାନ

  90. Couplet 90

    ଆତ୍ମା ଲିଙ୍ଗକୁ ପ୍ରକାଶଇସ୍ୱଭାବେ ଅଦୃଶ୍ୟ ଅଟଇ

  91. Couplet 91

    ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରପ୍ରାଣ ଇନ୍ଦ୍ରିୟ ଯେ ମନର

  92. Couplet 92

    ଆଶ୍ରୟ ହୋଇ ନ ଦିଶଇଆକାଶଗୁଣ ଏହୁ ହୋଇ

  93. Couplet 93

    ଆକାଶ ତହୁଁ ସ୍ପର୍ଶ ମାତ୍ରକାଳର ଗତିବଳେ ଜାତ

  94. Couplet 94

    ସ୍ପର୍ଶମାତ୍ରାରୁ ବାୟୁ ହୋଇଚର୍ମ ତା ସଂଗ୍ରହ କରଇ

  95. Couplet 95

    ମୃଦୁ କଠିନ ତ୍ୱଚ ହୋଇଶୀତ ତପତି ସେ ଜଣାଇ

  96. Couplet 96

    ବୃକ୍ଷ-ଶାଖାଦି ତୃଣମାନବାୟୁର ବଳେ ସେ ଚଳନ

  97. Couplet 97

    ଇନ୍ଦ୍ରିୟେ ସ୍ପର୍ଶ ଶବ୍ଦ ଗନ୍ଧପ୍ରାଣୀଙ୍କି କରାଏ ଯେ ବୋଧ

  98. Couplet 98

    ସକଳଇନ୍ଦ୍ରିମାନଙ୍କରଆତ୍ମା ସ୍ୱରୂପେ ତା ବିହାର

  99. Couplet 99

    ପବନ ଦଇବ ପ୍ରେରିତରୂପ ତନମାତ୍ର ସମ୍ଭୂତ

  100. Couplet 100

    ତହୁଁ ହୋଇଲା ତେଜ ଜାତସେ ତେଜୁ ଚକ୍ଷୁ ଯେ ସମ୍ଭୂତ

  101. Couplet 101

    ଦ୍ରବ୍ୟ ଆକାର ଗୁଣଜ୍ଞାନରୂପର ବୁତ୍ତି ଏ ଲକ୍ଷଣ

  102. Couplet 102

    ପ୍ରକାଶ ପାଚନ ଶୋଷଣକ୍ଷୁଧା ତୃଷାର ଉତପନ୍ନ

  103. Couplet 103

    ଭୋଜନ ପାନ ପରିପାକଆବର ଶୀତ ନିବାରକ

  104. Couplet 104

    ତେଜର ବୃତ୍ତି ଅଟେ ଏତେଶୁଣ ଜନନୀ ଶୁଦ୍ଧ ଚିତ୍ତେ

  105. Couplet 105

    ତେଜ ବିକାରେ ରସ ଜାତରସରୁ ଜଳ ଯେ ସମ୍ଭୂତ

  106. Couplet 106

    ତହୁଁ ରସନା ଇନ୍ଦ୍ରି ହୋଇଯେ ସର୍ବସ୍ୱାଦକୁ ଘେନଇ

  107. Couplet 107

    କଟୁ କଷାୟ ଯେ ଆମ୍ବିଳତିକ୍ତ ଲବଣ ଯେ ମଧୁର

  108. Couplet 108

    ଏ ରୂପେ ଭେଦଭାବ କହିଏକଇ ରସ ନାନା ଥାଇ

  109. Couplet 109

    ତିନ୍ତା ଏ ମାଟି ପିଣ୍ତୁଳାଏଜୀବନ ରଖେ ତୃପ୍ତି ଦିଏ

  110. Couplet 110

    ତାପ ନିବାରେ ମୃଦୁ କରେବହନ୍ତେ ପୁଣ ପୃଣ ଭରେ

  111. Couplet 111

    ଜଳର ସାଧାରଣ ଗୁଣଏବେ କହିବା ମାତ ଶୁଣ

  112. Couplet 112

    ରସ ବିକାରୁ ଗନ୍ଧ ଜାତପୃଥିବୀ ଗନ୍ଧରୁ ସମ୍ଭୂତ

  113. Couplet 113

    ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣତହୁଁ ହୋଇଲା ଉତପନ୍ନ

  114. Couplet 114

    ଦୁର୍ଗନ୍ଧ ମିଶ୍ରଗନ୍ଧ ହୋଇସୌରଭ ଶାନ୍ତ ଉଗ୍ର ଯେହି

  115. Couplet 115

    ଏକଇ ଗନ୍ଧ ଭେଦ ଭାବଦ୍ରବ୍ୟ ସଂଯୋଗେ ତା ସମ୍ଭବ

  116. Couplet 116

    ଭୋ ମାତ ଶୁଣ ଭୂମି ଗୁଣଯେ ଭୂମି ବ୍ରହ୍ମାର ଭାବନ

  117. Couplet 117

    ବ୍ରହ୍ମପ୍ରତିମା ନିରୂପଣସର୍ବ ଆଧାର ସର୍ବସ୍ଥାନ

  118. Couplet 118

    ସକଳଭୂତ ଭେଦକରେଭୂମି ଲକ୍ଷଣ ଏ ବେଭାରେ

  119. Couplet 119

    ଆକାଶ ଗୁଣ ଯେ ବିଶେଷଶବଦରୂପେ ସେ ପ୍ରକାଶ

  120. Couplet 120

    ସେ ଯାର ବିଷୟ ଅଟଇତାହାକୁ କର୍ଣ୍ଣ ଇନ୍ଦ୍ରି କହି

  121. Couplet 121

    ପବନ ଗୁଣ ଯେ ବିଶେଷସ୍ପରଶ ରୂପେ ସେ ପ୍ରକାଶ

  122. Couplet 122

    ସେ ଯାର ବିଷୟ ଅଟଇତାହାକୁ ଚମ ଇନ୍ଦ୍ରି କହି

  123. Couplet 123

    ତେଜର ଗୁଣ ରୂପ ହୋଇଚକ୍ଷୁର ବିଷୟଟି ସେହି

  124. Couplet 124

    ଜଳର ଗୁଣ ରସ ହୋଇସେ ପୁଣି ଜିହ୍ୱାରେ ବସଇ

  125. Couplet 125

    ପୃଥିବୀ ଗୁଣ ଗନ୍ଧ ଜାଣତାହାର ଇନ୍ଦ୍ରି ଅଟେ ଘ୍ରାଣ

  126. Couplet 126

    ଏ ଭୂତଗଣ ପରେ ପରେପୂର୍ବର ଗୁଣମାନ ଧରେ

  127. Couplet 127

    ଏଣୁ ଭୂମିରେ ଶବ୍ଦ ସ୍ପର୍ଶରୂପ ରସ ଗନ୍ଧ ପ୍ରକାଶ

  128. Couplet 128

    ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତିଦଣ୍ତେ ହେଁ ସ୍ଥିର ସେ ନୁହଁନ୍ତି

  129. Couplet 129

    ଏ ରୂପେ କାରଣ ଉତ୍ପତ୍ତିଏବେ ଗୋ ଶୁଣ କାର୍ଯ୍ୟୋତ୍ପତ୍ତି

  130. Couplet 130

    ଯେ କାଳେ ପ୍ରଳୟ ହୁଅଇଏ ସର୍ବରୂପ ଭଙ୍ଗ ଯାଇ

  131. Couplet 131

    ଯାଠାରୁ ହୁଅଇ ଉତ୍ପନ୍ନତାଠାରେ ହୁଅଇ ସେ ଲୀନ

  132. Couplet 132

    ସେକାଳେ ପ୍ରଭୁ ଭଗବାନଯୋଗନିଦ୍ରାରେ ଅବଧାନ

  133. Couplet 133

    ପୁଣି ଏ ସୃଷ୍ଟି ଆଦି କାଳେସ୍ୱଭାବ କାଳ କର୍ମ ବଳେ

  134. Couplet 134

    ସକଳେ ଉତ୍ପତ୍ତି ହୁଅନ୍ତେଈଶ୍ୱର ତହିଁ ପ୍ରବେଶନ୍ତେ

  135. Couplet 135

    ଅନ୍ୟୋନ୍ୟେ ଏକତ୍ୱ ହୁଅନ୍ତିତକ୍ଷଣେ ରୂପକୁ ଲଭନ୍ତି

  136. Couplet 136

    ଜଳେ ହିରଣ୍ୟକୋଷ ପ୍ରାୟେପଡି ଭାସନ୍ତି ମହାକାୟେ

  137. Couplet 137

    କେତେହେଁ କାଳେ ତହୁଁଜାତସହସ୍ର-ଶିର ସେ ଅନନ୍ତ

  138. Couplet 138

    ଜଳେ ଶୟନ ସେ ଆନନ୍ଦେବ୍ରହ୍ମା ଜନ୍ମିଲେ ନାଭିପଦ୍ମେ

  139. Couplet 139

    ସୃଷ୍ଟିର ଅଧିପତି ସେହିବିଷ୍ଣୁର ଆଦିରୂପ ଯେହି

  140. Couplet 140

    ଯେ ଅଂଶୁ ତାର ଯେବା ଜାତବିରାଟରୂପ ଶୁଣ ମାତ

  141. Couplet 141

    ବଚନୁ ଅଗ୍ନି ଜାତ ହୋଇନାସାରୁ ପ୍ରାଣ ଉପୁଜଇ

  142. Couplet 142

    ଘ୍ରାଣରୁ ବାୟୁ ଉତପନ୍ନଚକ୍ଷୁରୁ ଜନ୍ମିଲା ତପନ

  143. Couplet 143

    କର୍ଣ୍ଣରୁ ଦିଗମାନ ହୋଇଇନ୍ଦ୍ରାଦି ଦଶଦେବେ ଯହିଁ

  144. Couplet 144

    ଚର୍ମ ଉପରେ ଲୋମମାନଔଷଧିଗଣ ତାକୁ ଜାଣ

  145. Couplet 145

    ତା ରେତ ଆପ ଯେ ଅଟଇଗୁହ୍ୟ ତା ମୃତ୍ୟୁଲୋକ କହି

  146. Couplet 146

    ଭୁଜେ ତାହାର ଇନ୍ଦ୍ର ବସେତା ସର୍ବଗତି ହୃଷୀକେଶେ

  147. Couplet 147

    ନାଭି ଆଶ୍ରିତ ଶିରାକୁଳଏ ସର୍ବନଦୀଙ୍କର ମୂଳ

  148. Couplet 148

    ଉଦରେ ସମୁଦ୍ର ଅଛଇକ୍ଷୁଧା ପିପାସା ଅଗ୍ନି ବହି

  149. Couplet 149

    ମନ ହୃଦରୁ ଜାତ ହୋଇବିଷୟ ଭେଦ ସେ କରଇ

  150. Couplet 150

    ମନର ପରେ ବୁଦ୍ଧିଜାତସେ ବୁଦ୍ଧି ମହତୁଁ ସମ୍ଭୂତ

  151. Couplet 151

    ଏତେ ପ୍ରକାରେ ଜାତ ହୋଇବିରାଟ ତେବେ ନ ଉଠଇ

  152. Couplet 152

    ଏ ଚତୁର୍ଦ୍ଦଶଲୋକ-ସ୍ଥିତିବିରାଟ ଅଙ୍ଗରେ ରହନ୍ତି

  153. Couplet 153

    ଯେ ସ୍ଥାନୁ ଯେବା ଜାତ ହୋଇସେ ଅଙ୍ଗେ ସେହୁ ବିଶ୍ରାମଇ

  154. Couplet 154

    କ୍ଷେତ୍ରଜ୍ଞରୂପେ ଆତ୍ମା ଥାଇଯେବେ ସେ ଶରୀରେ ପଶଇ

  155. Couplet 155

    ତେବେ ସେ ଚେତନାକୁ ପାଇବିରାଟ ଜଳରୁ ଉଠଇ

  156. Couplet 156

    କାର୍ଯ୍ୟ କାରଣେ ଇନ୍ଦ୍ରିଗଣଆତ୍ମାକୁ କରାନ୍ତି ଭ୍ରମଣ

  157. Couplet 157

    ଏ ଭାବେ ଜାଣି ମୋର ପାଦଯେବା ଭଜଇ ଅପ୍ରମାଦେ

  158. Couplet 158

    ଏ ଭବଜଳକୁ ସେ ତରଇଏ ମାୟା ତାକୁ ନ ଲାଗଇ

  159. Couplet 159

    ତୃତୀୟସ୍କନ୍ଧେ ଭାଗବତଅମୃତ ରସମୟ ଗୀତ

  160. Couplet 160

    ସୁଜନଜନେ ଏଣେ ରସକହିଲା ଜଗନ୍ନାଥ ଦାସ

Odia Bhagabata skandha 3 adhyaya 26 | Parbani by ParibhaAsha App