Skip to content
paribhaasha

Skandha 3

Adhyaya 25

  1. Couplet 1

    ମୁନି ଅନ୍ତରେ ଦେବହୂତିସ୍ୱଭାବେ ସୁଗୁଣ ସୁମତି

  2. Couplet 2

    ତକ୍ଷଣେ ପୁତ୍ରପାଶେ ଯାଇକହଇ ଶିରେ କର ଦେଇ

  3. Couplet 3

    ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ

  4. Couplet 4

    ଆଦିପୁରୁଷ ତୁ ଈଶ୍ୱରଯେ ଅନ୍ଧତମ ପ୍ରାଣୀଙ୍କର

  5. Couplet 5

    ଜୀବର ପରିତ୍ରାଣ ଅର୍ଥେତୋ ଅବତାର ଏ ଜଗତେ

  6. Couplet 6

    ସ୍ତିରୀ ସ୍ୱଭାବ ମୁହିଁ ମନ୍ଦନ ଜାଣେ ଆତ୍ମା ଭଲମନ୍ଦ

  7. Couplet 7

    କି ରୂପେ ସଂସାର ତୁଟଇଜୀବନ-ବନ୍ଧନ ଫିଟଇ

  8. Couplet 8

    ମୁଁ ଯେ ଅଜ୍ଞାନ ମୂଢମତିସ୍ୱଭାବେ ଅଟଇ ଯୁବତୀ

  9. Couplet 9

    ତୁ ମୋତେ ଜ୍ଞାନଚକ୍ଷୁ ଦେଇଉଦ୍ଧର ଦୁର୍ଗତି ଖଣ୍ତାଇ

  10. Couplet 10

    ତୁ ନାଥ ମୋତେ ଦୟାକରଏ ଘୋରସଂସାରୁ ଉଦ୍ଧର

  11. Couplet 11

    ମାତୃଭାବେ କର ଦୟାଯେମନ୍ତେ ତୁଟେ ତୋର ମାୟା

  12. Couplet 12

    ମାତା ବଚନେ ହୃଷୀକେଶଅଳପ ହୋଇ ହସହସ

  13. Couplet 13

    ଅଶେଷ ଜୀବ ଦେହବାସୀକହନ୍ତି ପ୍ରଭୁ ବ୍ରହ୍ମରାଶି

  14. Couplet 14

    ଶୁଣ ଜନନୀ କହୁଁ ତୋତେଯେ ପ୍ରଶ୍ନ କଲୁ ତୁହି ମୋତେ

  15. Couplet 15

    ଯାହାର ଚିତ୍ତେ ଭକ୍ତିଯୋଗଭଜଇ ମୋ ଚରଣଯୁଗ

  16. Couplet 16

    ତେବେ ବିଷୟେ ବଇରାଗ୍ୟଉପୁଜେ ପୂର୍ବେ ଥିଲେ ଭାଗ୍ୟ

  17. Couplet 17

    ଏ ଆତ୍ମନିଷ୍ଠା ଯୋଗ ଜାଣପୁରୁଷ ମୋକ୍ଷର କାରଣ

  18. Couplet 18

    ଭୋ ମାତ ତୁମ୍ଭେ ଏବେ ଶୁଣନିର୍ଗୁଣଭକ୍ତିର କାରଣ

  19. Couplet 19

    ପୂର୍ବେ ମୁଁ ଋଷିଙ୍କର ମଧ୍ୟେଯେ ଯୋଗ କହିଲଇଁ ସାଧ୍ୟେ

  20. Couplet 20

    ଯେତେଣ ଏ ମାୟା ଘୋରବନେନିସ୍ତାର ଭକ୍ତି-କରଷଣେ

  21. Couplet 21

    ଶୁଣ ଜନନୀ ସେ ଲକ୍ଷଣକହିବା ଯେ ଭକ୍ତି ନିର୍ଗୁଣ

  22. Couplet 22

    ଚିତ୍ତ ସଂଯମ ବ୍ୟତିରେକେଯୋଗର ସିଦ୍ଧି ନୋହେ ଲୋକେ

  23. Couplet 23

    ବନ୍ଧ-ମୋକ୍ଷର ହେତୁ ଚିତ୍ତଏ ଆତ୍ମଜ୍ଞାନୀଙ୍କ ସମ୍ମତ

  24. Couplet 24

    ଜୀବର ଜନ୍ମ-ବନ୍ଧ-ପାଶଯେ ଭାବେ ହୋଇବ ଉଶ୍ୱାସ

  25. Couplet 25

    ବିଷୟାରତ ଚିତ୍ତ ଯେବେଜୀବର ବଦ୍ଧଭାବ ତେବେ

  26. Couplet 26

    ଈଶ୍ୱରେ ଦେଲେ ସେହି ଚିତ୍ତବନ୍ଧନୁ ହୁଅଇ ମୁକତ

  27. Couplet 27

    ମୁହିଁ ମୋହର ଭାବୁଁ ଜାତକାମାଦି ତେଜେ ଯେବେ ଚିତ୍ତ

  28. Couplet 28

    ନିର୍ମଳ ହୁଅଇଟି ଜାଣମଣଇ ସୁଖ ଦୁଃଖ ସମ

  29. Couplet 29

    ଏ ରୂପେ ଚିତ୍ତଶୁଦ୍ଧ ଯେବେଜୀବ ଈଶ୍ୱର ଏକ ଭାବେ

  30. Couplet 30

    ଦେଖାଇ ପ୍ରକୃତିରୁ ଭିନ୍ନସ୍ୱୟଂପ୍ରକାଶ ପରିପୂର୍ଣ୍ଣ

  31. Couplet 31

    ପ୍ରକୃତି ବଳ ହୋଏ ହତଜ୍ଞାନ ବୈରାଗ୍ୟ ଭକ୍ତି ଜାତ

  32. Couplet 32

    ଅଖିଳ ଆତ୍ମା ପାଦଯୁଗେଭଜିଲେ ଦୃଢ଼େ ଭକ୍ତିଯୋଗେ

  33. Couplet 33

    ଏଣୁ ସେ ଲଭେ ବ୍ରହ୍ମଜ୍ଞାନଏଥହୁଁ ପଥ ନାହିଁ ଆନ

  34. Couplet 34

    ଏ ଭବ-ଜଳଧି-ତରଙ୍ଗହରଇ ସାଧୁଙ୍କର ସଙ୍ଗ

  35. Couplet 35

    ଭଜଇ କୈବଲ୍ୟ କାରଣେମନ ନ ଭ୍ରମେ ଭବବଣେ

  36. Couplet 36

    ଶୁଣ ଜନନୀ ସାଧୁଗୁଣଯେ ଅବା ସାଧୁଙ୍କ ଲକ୍ଷଣ

  37. Couplet 37

    ପ୍ରାଣୀବିଷୟେ ଆତ୍ମାବତକରଇ ତ୍ୟାଗ ଦୟା ଚିତ୍ତ

  38. Couplet 38

    ଜଗତ ନିର୍ବଇର ଦେଖେନିଶ୍ଚଳେ ରହେ ଆତ୍ମାସୁଖେ

  39. Couplet 39

    ନିରତେ ଗୋବିନ୍ଦ ଚରଣେସ୍ତୁତି କୀର୍ତ୍ତନ ଅନୁକ୍ଷଣେ

  40. Couplet 40

    ଦାରା ସ୍ୱଜନ ସୁତ ଧନଗୃହ ଉପେକ୍ଷି ଚଳେ ବନ

  41. Couplet 41

    ସକଳ କର୍ମ ତେଜି ଦୃଢେମୋ ଭାବେ ମଜ୍ଜେ ଅତି ଗାଢେ

  42. Couplet 42

    ମୋ ରୂପ ଗୁଣ କର୍ମ ଯେତେଶ୍ରବଣ କୀର୍ତ୍ତନ ନିରତେ

  43. Couplet 43

    ଏମନ୍ତ ଭାବ ନିତ୍ୟେ କରିଏ ମାୟାଭବୁ ଯାନ୍ତି ତରି

  44. Couplet 44

    ଏ ରୂପେ ସାଧୁଙ୍କ ଚରିତସମସ୍ତ ସଙ୍ଗ ବିବର୍ଜିତ

  45. Couplet 45

    ଏମନ୍ତ ଭକ୍ତଜନ ସଙ୍ଗକରି ତୁ ତର ଏ ତରଙ୍ଗ

  46. Couplet 46

    ଭକତଜନ ସଙ୍ଗ ଯେବେକରଇ ଭ୍ରମ ଖଣ୍ତେ ତେବେ

  47. Couplet 47

    ମୋର ଚରିତ ଗୁଣଗାଥାଏକ ଆନରେ କରେ ଚିନ୍ତା

  48. Couplet 48

    ଶୁଣି ଶୁଣାଇ ଅଶ୍ରୁଧାରେଆନନ୍ଦେ ପୁଲକ ଶରୀରେ

  49. Couplet 49

    ନିରତେ ଶ୍ରଦ୍ଧାଭକ୍ତି ବଢେଭବ-ବନ୍ଧନ-ପାଶ ଛିଡେ

  50. Couplet 50

    ଅଶେଷ ଜନ୍ମ ଭାଗ୍ୟୋଦୟେଭକତଜନେ ଶ୍ରଦ୍ଧା ବହେ

  51. Couplet 51

    ତହୁଁ ଉପୁଜେ ରତି ଭକ୍ତିମୋହର ଲୀଳା କର୍ମ ଚିନ୍ତି

  52. Couplet 52

    ବୈରାଗ୍ୟ ହୁଅଇ ପ୍ରକାଶପ୍ରକୃତି ଗୁଣ ଯାଇ ନାଶ

  53. Couplet 53

    ଜ୍ଞାନ ବୈରାଗ୍ୟ ଭକ୍ତିବଳେସକଳ ସମର୍ପେ ମୋଠାରେ

  54. Couplet 54

    ତେବେ ଏ ଦେହେ ମୋତେ ପାଇଶୁଣ ଜନନୀ ମନ ଦେଇ

  55. Couplet 55

    ମୋ ନାମ ନାବ କରି ଭାବେବସି ତରିବୁ ଭକ୍ତିଭାବେ

  56. Couplet 56

    ଭକତ ସଙ୍ଗେ ନାବେ ବସିଏ ସିନ୍ଧୁ ତରଣେ ସାହସୀ

  57. Couplet 57

    ଯେଣୁ ଭକତପ୍ରିୟ ହରିତା ଭାବେ ଭବସିନ୍ଧୁ ତରି

  58. Couplet 58

    ଏମନ୍ତେ ପୁତ୍ର ବାକ୍ୟ ଶୁଣିଆନନ୍ଦେ କର୍ଦ୍ଦମ ଘରଣୀ

  59. Couplet 59

    ଆନନ୍ଦରସେ ହରଷିତତକ୍ଷଣେ ହୋଇ କୃତକୃତ୍ୟ

  60. Couplet 60

    ଆକୁଳେ ପୁତ୍ର ପାଦେ ପଡିପୁଣି ପଚାରେ କରଯୋଡି

  61. Couplet 61

    କି ରୂପେ ଭକ୍ତିଯୋଗ ଜାଣିଭକତି କିରୂପେ ପ୍ରମାଣି

  62. Couplet 62

    ଯେ ଭକ୍ତିବଳେ ଅନାୟାସେଜୀବ ନିର୍ବାଣପଦେ ପଶେ

  63. Couplet 63

    ଯେ ଯୋଗ ମୁଖ୍ୟ ପ୍ରୟୋଜନଶୁଣିଲି ତୁମ୍ଭର ବଚନ

  64. Couplet 64

    ସେ ଯୋଗ କେମନ୍ତ ଅଟଇକେମନ୍ତ ସାଧନ ତା ହୋଇ

  65. Couplet 65

    ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧିଦୁର୍ବୋଧ୍ୟ ଯୋଗ ଦୟାନିଧି

  66. Couplet 66

    ଏଣୁ ମୋ ଚିତ୍ତରେ ସଂଶୟକହ ହେ ପ୍ରଭୁ ଦୟାମୟ

  67. Couplet 67

    ଏମନ୍ତ ମାତାବାକ୍ୟ ଶୁଣିକପିଳ ବେଶେ ଚକ୍ରପାଣି

  68. Couplet 68

    କହନ୍ତି ଜନନୀର ଆଗେପରମ-ଜ୍ଞାନ ସଂ।ଖ୍ୟଯୋଗେ

  69. Couplet 69

    ଶୁଣ ଜନନୀ ବାକ୍ୟ ସାରଆଗମ ନିଗମ ପ୍ରକାର

  70. Couplet 70

    ଯେବା ଇନ୍ଦ୍ରିୟ ଦେବଗଣଯାର ଯେ ସ୍ୱାଭାବିକ କର୍ମ

  71. Couplet 71

    ଯେ ଧର୍ମ କର୍ମ ଅଛି ବେଦେତାହା ଇନ୍ଦ୍ରିୟ ଯେବେ ସାଧେ

  72. Couplet 72

    ଯେ ବର୍ଣ୍ଣେ ଯେବା ଧର୍ମ କର୍ମଇନ୍ଦ୍ରିୟ କରେ ସେହି କର୍ମ

  73. Couplet 73

    ସେ ସର୍ବକର୍ମ ଯେବେ ମୋତେଦେଇ ଭଜଇ ଏକଚିତ୍ତେ

  74. Couplet 74

    ଆପଣେ ଅକିଞ୍ଚନ ରୂପେଭ୍ରମଇ ମାୟାମୟ କଳ୍ପେ

  75. Couplet 75

    ଭକତ ମଧ୍ୟେ ଏ ପ୍ରଧାନଲଭଇ କଇବଲ୍ୟ-ସ୍ଥାନ

  76. Couplet 76

    ଜୀବ-ବାସନା-ବନ୍ଧ ହରେନ ବୁଡେ ସଂସାର-ସାଗରେ

  77. Couplet 77

    ବ୍ୟାଧି ଯେସନେ ସ୍ଥାନେସ୍ଥାନେହରଇ ଅଉଷଧ ପାନେ

  78. Couplet 78

    ଏ ଭାବେ ଯେ କରେ ବିଚାରକୈବଲ୍ୟ କିବା ବସ୍ତୁ ତାର

  79. Couplet 79

    ନିତ୍ୟେ ଭକତଜନ ମଧ୍ୟେହରିଚରିତ ନାନାଛନ୍ଦେ

  80. Couplet 80

    ନିରତେ କରେ ଅନୁପାନଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ

  81. Couplet 81

    ତାର ସମାନ ଆନ ଜନେନ ଦେଖି ଏ ତିନିଭୁବନେ

  82. Couplet 82

    ଏମନ୍ତେ ବଞ୍ଚେ ଦୁଃଖ ସୁଖେସେ ମୋର ନିଜରୂପ ଦେଖେ

  83. Couplet 83

    ସୁନ୍ଦର ପ୍ରସନ୍ନ ବଦନବିକଚ କମଳ ଲୋଚନ

  84. Couplet 84

    ସର୍ବ ସୁନ୍ଦର ମନୋହରମୋ ଶ୍ୟାମସୁନ୍ଦର ଶରୀର

  85. Couplet 85

    ମୋର ଅମୃତମୟ ବାଣୀତନୁ ରୋମାଞ୍ଚ କରେ ଶୁଣି

  86. Couplet 86

    ଏ ରୂପ ଛାଡି ତାର ମନକୈବଲ୍ୟେ କିବା ପ୍ରୟୋଜନ

  87. Couplet 87

    ଏ ରୂପ ଦେଖି ଚିତ୍ତ ହରେକୈବଲ୍ୟ ଲଭେ ଅଭ୍ୟନ୍ତରେ

  88. Couplet 88

    ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତିଅନନ୍ତ ଅନନ୍ତ ବିଭୂତି

  89. Couplet 89

    ସେ ସର୍ବେ ଖଟନ୍ତି ତା ପାୟେମୋ ଭକ୍ତଜନେ ଦୂର ନୋହେ

  90. Couplet 90

    ଏଣୁ ଭକତ ରଖେ ହରିକାଳ ନ ପାରେ ଗ୍ରାସ କରି

  91. Couplet 91

    ମୁଁ ତାର ପ୍ରିୟ ଆତ୍ମା ସୁତସଖା ସୁହୃଦ ଗୁରୁବତ

  92. Couplet 92

    ତାହାର ଗୁରୁଦେବ ମୁହିଁଯେ ମୋତେ ଏ ଭାବେ ଭାବଇ

  93. Couplet 93

    ତାହାର ଈଷ୍ଟ ବନ୍ଧୁ ମୁହିଁଯେ ମୋତେ ସର୍ବ ସମର୍ପଇ

  94. Couplet 94

    ନାହିଁ ତା ଇହ ପର ଲୋକନମାନେ ଆତ୍ମା ଦୁଃଖ ସୁଖ

  95. Couplet 95

    ଏକାନ୍ତ ଭକ୍ତିବଳେ ମୋତେମନ ବଚନେ ନିତ୍ୟେ ଚିନ୍ତେ

  96. Couplet 96

    ସର୍ବ ସମର୍ପି ଅବିରତେପଶଇ ମୋର ପାଦଗତେ

  97. Couplet 97

    ମୁଁ ଈଶ ପୁରୁଷପ୍ରଧାନମୋ ବିନୁ ବନ୍ଧୁ ନାହିଁ ଆନ

  98. Couplet 98

    ଦେଖ ମୋହର ମାୟାଗତେଯନ୍ତ୍ରିତ ଅଛନ୍ତି ସମସ୍ତେ

  99. Couplet 99

    ମୋ ଆଜ୍ଞା କରୁଥାନ୍ତି ନିତ୍ୟେନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ

  100. Couplet 100

    ଦେଖ ପବନ ମୋର ଡରେବହଇ ବାହ୍ୟ ଅଭ୍ୟନ୍ତରେ

  101. Couplet 101

    ମୋ ଭୟେ ଉଦେ ଦିନକରମୋ ଡରେ ବର୍ଷେ ସୁନାସୀର

  102. Couplet 102

    ମୋ ଭୟେ ଯମ ଦଣ୍ତ ଧରେମୃତ୍ୟୁ ସକଳ ପ୍ରାଣ ହରେ

  103. Couplet 103

    ମୋ ଡରେ ଯେବା ଯାହା ଭକ୍ଷେଅଗ୍ନି ଦହଇ ଅପ୍ରତ୍ୟକ୍ଷେ

  104. Couplet 104

    ଶଶାଙ୍କ ଦିଶଇ ଆକାଶେପ୍ରାଣୀଙ୍କ ମନ ସେ ଆଶ୍ୱାସେ

  105. Couplet 105

    ଏମନ୍ତେ ମହାଯୋଗୀଜନେଯନ୍ତ୍ରିତ ମୋହର ବଚନେ

  106. Couplet 106

    ସେବନ୍ତି ମୋହର ଚରଣେସଂସାର ପାର ଇଚ୍ଛି ମନେ

  107. Couplet 107

    କରନ୍ତି ପ୍ରାଣୀହିତ ନିତ୍ୟେଅନ୍ୟୋନ୍ୟାଭାବେ ଏ ଜଗତେ

  108. Couplet 108

    ଏବେ ତୁ ଭକ୍ତିଯୋଗ ଶୁଣଯେତେ ଜୀବର ପରିତ୍ରାଣ

  109. Couplet 109

    ଯେ ଭାବେ ଏ ସଂସାର ତୁଟେସୁଦୃଢ କର୍ମଗ୍ରନ୍ଥି ଫିଟେ

  110. Couplet 110

    ତ‌ତ୍ତ୍ବ-ତପନ-ତମ ନାଶେନିର୍ମଳଜ୍ଞାନ ହିଁ ପ୍ରକାଶେ

  111. Couplet 111

    ଏଣୁ ଏ ତତ୍ତ୍ବଜ୍ଞାନ କହିଶୁଣ ଜନନୀ ମନଦେଇ

  112. Couplet 112

    ଏମନ୍ତ ତତ୍ତ୍ବଜ୍ଞାନ ଜାଣିଯେ ଭାବେ ଭଜେ ଚକ୍ରପାଣି

  113. Couplet 113

    ଯେ ଦୟାସାଗର ମୁରାରିମାତା ବିଷୟେ ଦୟାକରି

  114. Couplet 114

    ଯେତେ କହିଲେ ଉପଦେଶସୁଜନ ଜନେ ଏଣେ ରସ

  115. Couplet 115

    ତା ପାଦେ ମନ କରି ସ୍ଥିରମୋକ୍ଷେ ଉଦୟ ଲଭେ ନର

  116. Couplet 116

    ତୃତୀୟସ୍କନ୍ଧେ ଭାଗବତେଜୀବର ପରିତ୍ରାଣ ଅର୍ଥେ

  117. Couplet 117

    ହରିଚରିତ ସୁଧାରସକହଇ ଜଗନ୍ନାଥ ଦାସ

Odia Bhagabata skandha 3 adhyaya 25 | Parbani by ParibhaAsha App