Skip to content
paribhaasha

Skandha 3

Adhyaya 24

  1. Couplet 1

    ଏମନ୍ତ ପତ୍ନୀର ବଚନେକର୍ଦ୍ଦମ ଅତି ସାବଧାନେ

  2. Couplet 2

    ଗୋବିନ୍ଦପାଦେ ମନଦେଇକହିଲେ ପତ୍ନୀ ମୁଖ ଚାହିଁ

  3. Couplet 3

    ଶୁକ୍ଳ ବଚନ ସ୍ମରି ମନେକହନ୍ତି ଅମୃତ ବଚନେ

  4. Couplet 4

    ହେ ପ୍ରିୟ ଶୁଣ ମୋ ଉତ୍ତରମନରେ ଖେଦ ତୁ ନ କର

  5. Couplet 5

    ଏହି ନିକଟେ ତୋ ଉଦରେଗୋବିନ୍ଦ ନର କଳେବରେ

  6. Couplet 6

    ଜାତ ହୋଇବେ ତୋର ଭାବେତୋ ବ୍ରତ ତପର ପ୍ରସ୍ତାବେ

  7. Couplet 7

    ତୁ ବ୍ରତ ଦାନ ଧ୍ୟାନ କରିବିଷ୍ଣୁଚରଣ ହୃଦେ ଧରି

  8. Couplet 8

    ଏ ମାୟାମୟ ସୁଖ ତେଜତପେ ଗୋବିନ୍ଦପାଦେ ଭଜ

  9. Couplet 9

    ସେ ଶୁକ୍ଳବର୍ଣ୍ଣ ତୋର ଭାବେମୋହର ତପ ଫଳ ଲାଭେ

  10. Couplet 10

    ସଂଶୟ ଗ୍ରନ୍ଥି ତୋର ଚିତ୍ତେସେ ଦୃଢ଼ବନ୍ଧ କର୍ମଗତେ

  11. Couplet 11

    ସେ ହରି ଜ୍ଞାନ ଉପଦେଶେସର୍ବ ଛେଦିରେ ଅବଶେଷେ

  12. Couplet 12

    ସେ ପ୍ରଜାପତିର ସନ୍ଦେଶବିଶ୍ୱାସ ଗୌରବ ପ୍ରକାଶ

  13. Couplet 13

    କରି ଭଜିଲେ ଶ୍ରଦ୍ଧାଭାବେଜଗତଗୁରୁ ହରିପାଦେ

  14. Couplet 14

    ଏମନ୍ତେ ବହୁକାଳ ଗଲାହରିର ଅନୁଗ୍ରହ ହେଲା

  15. Couplet 15

    ଏ ବେନିଭାବ ହୃଦେ ଧରିଅଶେଷ-ମଙ୍ଗଳ-ମୁରାରି

  16. Couplet 16

    ପ୍ରବେଶ ପ୍ରଜାପତି ଅଙ୍ଗେପତି କାମିନୀ ଅଙ୍ଗ ସଙ୍ଗେ

  17. Couplet 17

    ଗର୍ଭ ସଂଯୋଗେ ଦେହଧରିଜନ୍ମ ହୋଇଲେ ନରହରି

  18. Couplet 18

    ସଂସାର ନିସ୍ତାରଣ ସାଧେଅନଳ ଯେହ୍ନେ ଦାରୁମଧ୍ୟେ

  19. Couplet 19

    ଆକାଶେ ଶୁଭେ ନାନାବାଦ୍ୟଶୁଭ ମଙ୍ଗଳ ବେଦନାଦ

  20. Couplet 20

    ଗନ୍ଧର୍ବ ଗାନ ସୁଲଳିତନାଚନ୍ତି ଅପସରା ଯୂଥ

  21. Couplet 21

    ଦେବେ କରନ୍ତି ପୁଷ୍ପବୃଷ୍ଟିମହୀମଙ୍ଗଳ ଶୁଭସୃଷ୍ଟି

  22. Couplet 22

    ପ୍ରସନ୍ନ ଦଶଦିଗ ଦିଶେଜଳଧି ଉଲ୍ଲୋଳ ପ୍ରକାଶେ

  23. Couplet 23

    ସକଳ ପ୍ରାଣୀଙ୍କର ମନସ୍ୱଭାବେ ହୁଏ ସୁପ୍ରସନ୍ନ

  24. Couplet 24

    କର୍ଦ୍ଦମ ଆଶ୍ରମ-ମଣ୍ତଳବେଷ୍ଟିତ ସରସ୍ୱତୀ ଜଳ

  25. Couplet 25

    ମରୀଚି ଆଦି ସପ୍ତଋଷିବ୍ରହ୍ମାର ତୁଲେ ସର୍ବେ ଆସି

  26. Couplet 26

    ପରମବ୍ରହ୍ମ ସର୍ବବ୍ୟାପୀସାତ୍ତ୍ବିକ ଅଂଶେ ସର୍ବରୂପୀ

  27. Couplet 27

    ସେ ତତ୍ତ୍ବ ସାଂଖ୍ୟାଜ୍ଞାନ ଅର୍ଥେବିରାଜ ରୂପ ଏ ଜଗତେ

  28. Couplet 28

    ବିଶୁଦ୍ଧ ଚିତ୍ତ ନରହରିକର୍ଦ୍ଦମ ଭକ୍ତି ହୃଦେ ଧରି

  29. Couplet 29

    ପ୍ରବେଶ କର୍ଦ୍ଦମ ମନ୍ଦିରେଅଶେଷଜନ ଉପକାରେ

  30. Couplet 30

    କର୍ଦ୍ଦମ ମୁଖ ଚାହିଁ ଭଣିଆନନ୍ଦମନେ କୁଶପାଣି

  31. Couplet 31

    ତୁ ଯେ ମୋହର ଆଜ୍ଞା ଶିରେଘେନି ଏ ସଂସାର-ସାଗରେ

  32. Couplet 32

    ତପ ସାଧିଲୁ ଘୋରଦୁଃଖେରମିଲୁ ଗୃହମେଧି ସୁଖେ

  33. Couplet 33

    ପୁତ୍ରର ଧର୍ମଟି ଏମନ୍ତଯାହା ବୋଲନ୍ତି ମାତା ତାତ

  34. Couplet 34

    ଆଦରେ ସର୍ବଦା କରଇତେବେ ସେ ବିଷ୍ଣୁଙ୍କୁ ତୋଷଇ

  35. Couplet 35

    ତାହାର ଇହପରଲୋକେସକଳ କାଳ ଯାଏ ସୁଖେ

  36. Couplet 36

    ଏ ନବକୁମାରୀ ତୋହରପରମ ସୁଗୁଣ ସୁନ୍ଦର

  37. Couplet 37

    ଏ ସୃଷ୍ଟି ସର୍ଜନ କାରଣତୁ ଏବେ ମୋର ବୋଲ ଶୁଣ

  38. Couplet 38

    ମରୀଚି ଆଦି ମୁନି ଯେତେତାହାଙ୍କୁ ବରି ଶୁଦ୍ଧ ଚିତ୍ତେ

  39. Couplet 39

    ଯଥା ଉଚିତେ କରି ଶୋଭାନିଗମମାର୍ଗେ ଦିଅ ବିଭା

  40. Couplet 40

    ତୋହର ଯଶ ସର୍ବକାଳେଅଶେଷ ଭୁବନ ମଣ୍ତଳେ

  41. Couplet 41

    ଏବେ ତୋହର ଘରେ ହରିଅଂଶେ ଜନ୍ମିଲେ ଦେହ ଧରି

  42. Couplet 42

    ଜୀବର ନିସ୍ତାରଣ ଅର୍ଥେକପିଳ ରୂପେ ଏ ଜଗତେ

  43. Couplet 43

    ଏ ବାକ୍ୟ କର୍ଦ୍ଦମ‌କୁ କହିସେ ଦେବହୂତି ମୁଖ ଚାହିଁ

  44. Couplet 44

    କହନ୍ତି ପ୍ରଭୁ ବେଦବରଧନ୍ୟ ଜୀବନ ମାତ ତୋର

  45. Couplet 45

    ହେ ଦେବହୂତି ଶୁଣ ତୁହିତୋ ପୁତ୍ର ସାମାନ୍ୟ ନୁହଇ

  46. Couplet 46

    ଏ ହରି ତୋହର ନନ୍ଦନଛେଦିବ ହୃଦୟ-ବନ୍ଧନ

  47. Couplet 47

    ଜ୍ଞାନ-ବିଜ୍ଞାନ ଯୋଗେ କର୍ମନାଶିବ ଧରି ଯତିଧର୍ମ

  48. Couplet 48

    ଶିରେ ଅରୁଣ ଜଟାଭାରସ୍ୱରୂପେ ଜଗତ ସୁନ୍ଦର

  49. Couplet 49

    ନେତ୍ର ଚରଣେ ପଦ୍ମଚିହ୍ନସୁନ୍ଦର ଜଗତ ମୋହନ

  50. Couplet 50

    ଜ୍ଞାନେ ବିଜ୍ଞାନେ ଏହି ଦେବକର୍ମମୂଳକୁ ଉପାଡ଼ିବ

  51. Couplet 51

    ପରମଜ୍ଞାନ ତୋତେ କହିଇଚ୍ଛାଏ ଭ୍ରମିବ ଏ ମହୀ

  52. Couplet 52

    ଏ ସିନ୍ଧଗଣଙ୍କ ଈଶ୍ୱରସୁସାଂଖ୍ୟଯୋଗୀଙ୍କର ସାର

  53. Couplet 53

    ତୋ ଯଶ କୀର୍ତ୍ତିର ବର୍ଦ୍ଧନହୋଇବ କପିଳ ୟା ନାମ

  54. Couplet 54

    କର୍ଦ୍ଦମ ଦେବହୂତି ବେନିଆଶ୍ୱାସ କରି ପଦ୍ମଯୋନି

  55. Couplet 55

    ନାରଦ ଆଦି ପୁତ୍ର ମେଳେଅନେକ ମୁନିଙ୍କ ଗହଳେ

  56. Couplet 56

    ସେ ହଂସମୟ ଦିବ୍ୟଯାନେତକ୍ଷଣେ ଗଲେ ନିଜ ସ୍ଥାନେ

  57. Couplet 57

    ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମହରଷ ଚିତ୍ତେ ସୁସଂଭ୍ରମ

  58. Couplet 58

    ବ୍ରହ୍ମାର ଆଜ୍ଞା ଘେନି ଶିରେଋଷିଙ୍କି ଆଣି ନିଜ ପୁରେ

  59. Couplet 59

    ମଙ୍ଗଳ ଦୂର୍ବାସୂତ୍ର ରକ୍ଷେବର ବରିଲେ ଏକେ ଏକେ

  60. Couplet 60

    ମରୀଚି ମୁନି ହସ୍ତ ଧରିକଳା କନ୍ୟାକୁ ବର ବରି

  61. Couplet 61

    ଆନନ୍ଦ ମନେ କରି ବିଭାକିଅବା ପଟାନ୍ତର ଦେବା

  62. Couplet 62

    ତ୍ରିଦଶେ ଦେଖନ୍ତି ଆକାଶେହରଗଉରୀ ପ୍ରାୟ ଦିଶେ

  63. Couplet 63

    ଦ୍ୱିତୀୟ କନ୍ୟା ଅନସୂୟାଅତ୍ରି ମୁନିଙ୍କି ଦେଲା ତାହା

  64. Couplet 64

    ଶ୍ରଦ୍ଧାକୁ ଅଙ୍ଗିରସ ମୁନିବରିଲା କରେ ଅର୍ଘ୍ୟ ଘେନି

  65. Couplet 65

    ପୁଲସ୍ତ୍ୟେ ହବି ଦେଲା ଦାନପୁଲହେ ଗତି ବିଦ୍ୟମାନ

  66. Couplet 66

    କ୍ରତୁଙ୍କୁ ଦେଲା କ୍ରିୟା ସତୀଭୃଭୁଙ୍କୁ ସମର୍ପିଲା ଖ୍ୟାତି

  67. Couplet 67

    ବଶିଷ୍ଠେ ବରି ଅରୁନ୍ଧତୀଅଥର୍ବେ ସମର୍ପିଲା ଶାନ୍ତି

  68. Couplet 68

    ଏମନ୍ତେ ନବ-ବିପ୍ରବରେକନ୍ୟା ବିବାହେ ନିଜ ପୁରେ

  69. Couplet 69

    ଧନେ ସନ୍ତୋଷୀ ତାଙ୍କ ମନଗଲେ ସେ ଯେ ଯାହା ଭୁବନ

  70. Couplet 70

    ମୁନିଙ୍କି କରି ଅନୁଯାନସଂଭ୍ରମ କର୍ଦ୍ଦମ‌ର ମନ

  71. Couplet 71

    ଗୃହେ ଯେ ପୁତ୍ର ଉପୁଜିଲାକପିଳ ନାମେ ବିଷ୍ଣୁକଳା

  72. Couplet 72

    ବେଗେ ମିଳିଲା ପୁତ୍ର ପାଶେସ୍ୱଭାବେ ଜନକ ବିଶ୍ୱାସେ

  73. Couplet 73

    ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେସୁମରେ ଶୁକ୍ଳ-ବାକ୍ୟ ଭାବେ

  74. Couplet 74

    ଏକାନ୍ତେ ପୁତ୍ର ପାଶେ ଯାଇବୋଲେ କପାଳେ କରଦେଇ

  75. Couplet 75

    ଦେଖ ମୋହର ଦୁଷ୍ଟପଣନ ସେବି ତୁମ୍ଭର ଚରଣ

  76. Couplet 76

    ଏ ଗୃହ-ଅନ୍ଧକୂପ ପଥେପଡ଼ିଲି ଅମଙ୍ଗଳ ଯନ୍ତ୍ରେ

  77. Couplet 77

    ଅନେକ ଜନ୍ମେ ଯୋଗସାଧ୍ୟେଯୋଗସମ୍ପାଦି ଅନୁବାଦେ

  78. Couplet 78

    ଯେ ପ୍ରାଣୀ ଗୃହବନ୍ଧ ତେଜେବନସ୍ତେ ତୋ ଚରଣେ ଭଜେ

  79. Couplet 79

    ପର୍ଣ୍ଣକୁଟୀର ମଧ୍ୟେ ଥାଇବଞ୍ଚନ୍ତି ତୋ ଚରଣ ଧ୍ୟାୟି

  80. Couplet 80

    ତୋ ପାଦ ଦେଖିବାର ଆଶେସାଧନ୍ତି ଅନେକ ବରଷେ

  81. Couplet 81

    ଏମନ୍ତ ପ୍ରଭୁ ତୁମ୍ଭେ ହରିମୋର ଭୁବନେ ଅବତରି

  82. Couplet 82

    ତୋର ଭକତ ରକ୍ଷାଅର୍ଥେତୋ ଅବତାର ଏ ଜଗତେ

  83. Couplet 83

    ନିଜ ବଚନ ସତ୍ୟ କରିତୁ ମୋର ଗୃହେ ଅବତରି

  84. Couplet 84

    ସ୍ୱଭାବେ ସର୍ବଭୂତେ ଥାଉଭକତଜନେ ବଶ ହେଉ

  85. Couplet 85

    ଭକତହିତେ ନାନାଯୋନିଉପୁଜୁ ନିଜତେଜ ଘେନି

  86. Couplet 86

    ପଣ୍ତିତଜନେ ତୋ ବିଶ୍ୱାସେତୋ ପାଦପଦ୍ମଗନ୍ଧାବାସେ

  87. Couplet 87

    ସଂସାର ତେଜି ସେ ଭଜନ୍ତିଅନ୍ତେ ତୋ ଶରୀରେ ପଶନ୍ତି

  88. Couplet 88

    ତୁ ପୂର୍ଣ୍ଣବ୍ରହ୍ମ ନରହରିପ୍ରକାଶୁ ଜ୍ୟୋତିରୂପ ଧରି

  89. Couplet 89

    ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ

  90. Couplet 90

    ତେଣୁ ଶରଣାଗତ ମୁହିଁମୋ ଦୋଷ କ୍ଷମ ଭାବଗ୍ରାହୀ

  91. Couplet 91

    ତୁ ନାଥ ପରମ-ପୁରୁଷପ୍ରକୃତି ମଧ୍ୟେ ତୋ ପ୍ରକାଶ

  92. Couplet 92

    ମହତଆଦି ରୂପ ତୋରଭୂତଙ୍କ ସୂକ୍ଷ୍ମ ଅହଙ୍କାର

  93. Couplet 93

    ତ୍ରିଗୁଣମୟୀ କାଳରୂପୀତୁ କବି ସର୍ବଭୂତେ ବ୍ୟାପି

  94. Couplet 94

    ତୋ ରୂପ ଆତ୍ମାଜ୍ଞାନ ଅର୍ଥେକପିଳରୂପେ ଏ ଜଗତେ

  95. Couplet 95

    ଶରଣାଗତ ତୋ ଚରଣେମୋ ମନେ ରହ ଅନୁକ୍ଷଣେ

  96. Couplet 96

    ତୁ ପ୍ରଜାପତିଙ୍କର ନାଥତୁ ଯେ ହୋଇଲୁ ମୋର ସୁତ

  97. Couplet 97

    ତୁ ଅବତୀର୍ଣ୍ଣ ହେଲା ମାତ୍ରେମୋ ଋଣତ୍ରୟ ନାହିଁ ଗାତ୍ରେ

  98. Couplet 98

    ପୂର୍ଣ୍ଣ ହୋଇଲା ମନୋରଥସନ୍ନ୍ୟାସାମାର୍ଗେ ଏବେ ଚିତ୍ତ

  99. Couplet 99

    ତେଣୁ ମାଗଇ ଆତ୍ମା ଅର୍ଥେତୋ ପାଦଧ୍ୟାନ ହୃଦଗତେ

  100. Couplet 100

    ଧରିଣ ବୁଲିବି ଜଗତେଏମନ୍ତ ଆଜ୍ଞା ଦିଅ ମୋତେ

  101. Couplet 101

    ଏମନ୍ତ କର୍ଦ୍ଦମ ବଚନଶୁଣି କହନ୍ତି ଭଗବାନ

  102. Couplet 102

    ତୋହର ତପ ତେଜ ବଳେମୋ ଅବତାର ଏ ଶୟଳେ

  103. Couplet 103

    ନିଜ ବଚନ ସତ୍ୟ କରିତୋ ପତ୍ନୀ-ଗର୍ଭେ ଅବତରି

  104. Couplet 104

    କେ ଲଭିପାରେ ମୋର ଭାବମୋ ରୂପ ଯୋଗୀଙ୍କି ଦୁର୍ଲ୍ଲଭ

  105. Couplet 105

    ମୁଁ ଏବେ ସଂସାରର ଅର୍ଥେଜ୍ଞାନପ୍ରକାଶି ଏ ଜଗତେ

  106. Couplet 106

    ଏ ସିଦ୍ଧଦେହେ ଥିବି ମୁହିଁଯାବତ ସୂର୍ଯ୍ୟ ଚନ୍ଦ୍ର ମହୀ

  107. Couplet 107

    ଯେ ତତ୍ତ୍ବଜ୍ଞାନ ପୂର୍ବେ ଥିଲାକାଳର ବଳେ ନାଶ ଗଲା

  108. Couplet 108

    ସେ ତତ୍ତ୍ବ ପ୍ରକାଶିବା ଅର୍ଥେମୋ ଅବତାର ଏ ଜଗତେ

  109. Couplet 109

    ତୋହର ସାଧୁକ୍ରିୟା ଯେତେସବୁ ସମର୍ପି ଦିଅ ମୋତେ

  110. Couplet 110

    ମୋର ଚରଣେ ଭାବେ ବଢିଚଳ ତୁ ଗୃହବନ୍ଧ ଏଡ଼ି

  111. Couplet 111

    ସୁହୃଢେ ମୋ ପଦ ଭଜିବୁଦୁର୍ଜୟ-ମରଣୁ ତରିବୁ

  112. Couplet 112

    ଅନ୍ତେ ପଶିବୁ ମୋ ଚରଣେବେଗେ ଯା ତପ ସାଧ ବନେ

  113. Couplet 113

    ମୁଁ ଆତ୍ମାନନ୍ଦଜ୍ୟୋତି ପଦେପ୍ରକାଶ ସର୍ବଭୂତହୃଦେ

  114. Couplet 114

    ଆତ୍ମାର ମଧ୍ୟେ ଆତ୍ମା ଦେଖମୃତ୍ୟୁ ସକାଶୁ ଆତ୍ମା ରଖ

  115. Couplet 115

    ଅଧ୍ୟାତ୍ମ-ବିଦ୍ୟା ସାଧ୍ୟ କରଏ ମାୟା-ବନ୍ଧନୁ ନିସ୍ତର

  116. Couplet 116

    ଯେ ବିଦ୍ୟାବଳେ ଦେବହୂତିହେବ ପରମାନନ୍ଦ ପ୍ରାପ୍ତି

  117. Couplet 117

    ଏମନ୍ତ ହରି ଆଜ୍ଞା ପାଇଅଭୟପଦେ ମନ ଦେଇ

  118. Couplet 118

    ବିଷ୍ଣୁଙ୍କ ପ୍ରଦକ୍ଷିଣ କଲାମଉନବ୍ରତେ ବନ ଗଲା

  119. Couplet 119

    ଅହିଂସାବ୍ରତ ଆଚରଣକେବଳ ଆତ୍ମାରେ ଶରଣ

  120. Couplet 120

    ନିଃସଙ୍ଗ ଗୃହ ନିରପେକ୍ଷଅନଳ ଛାଡ଼ି ସେ ପ୍ରତ୍ୟକ୍ଷ

  121. Couplet 121

    ନିର୍ଗୁଣବ୍ରହ୍ମେ ମନ ଦେଇସତ ଅସତ ପର ସେହି

  122. Couplet 122

    ଏକାନ୍ତଭକ୍ତିରସେ ରସିଜିଣିଲା କାଳଦଣ୍ତଫାସି

  123. Couplet 123

    ଭ୍ରମଇ ବନ ଘନ ଗିରିଦେଖଇ ସର୍ବଭୂତେ ହରି

  124. Couplet 124

    ଇନ୍ଦ୍ରିୟଗଣଙ୍କୁ ନିରୋଧିଯେସନେ ନିଶ୍ଚଳ ଜଳଧି

  125. Couplet 125

    ସର୍ବଜ୍ଞେ ସର୍ବ ଆତ୍ମାଭାବେଯେ ଭଗବାନ ବାସୁଦେବେ

  126. Couplet 126

    ଯେ ଭାବେ ରହି ଧୀରପଣେନିର୍ବାଣମୁକ୍ତିର ଭିଆଣେ

  127. Couplet 127

    ଦେଖଇ ସର୍ବଭୂତେ ହରିଆତ୍ମା ସ୍ୱରୂପେ ଅଛି ପୂରି

  128. Couplet 128

    ହରିର ଦେହେ ଏ ଜଗତଦେଖେ ଅଭେଦେ ଦୃଷ୍ଟିଗତ

  129. Couplet 129

    ଅନ୍ତେ ଲଭିଲା ହରିଭାବଯେ ହରି ଦେବଙ୍କୁ ଦୁର୍ଲଭ

  130. Couplet 130

    ଏମନ୍ତ ବିଦୁରର ଆଗେମୈତ୍ରେୟ କହେ ପ୍ରିୟଭାବେ

  131. Couplet 131

    ନିର୍ମଳ-ଭାଗବତବାଣୀଭାଷାପ୍ରବନ୍ଧେ ପରିମାଣି

  132. Couplet 132

    ତୃତୀୟସ୍କନ୍ଧେ କୃଷ୍ଣରସକହିଲା ଜଗନ୍ନାଥ ଦାସ