Skip to content
paribhaasha

Skandha 3

Adhyaya 23

  1. Couplet 1

    ଏମନ୍ତେ କନ୍ୟା ବିଭା ଦେଇମନୁ ଯେ ଗଲେ ରଥ ବାହି

  2. Couplet 2

    ଏବେ ହୋ ଶୁଣ କୁରୁନାଥକŸର୍ଦ୍ଦମମୁନୀଙ୍କ ଚରିତ

  3. Couplet 3

    ସେ ନଦୀତୀରେ ପୁଣ୍ୟ ବନେଦୃଢେ ରହିଲେ ତପସ୍ଥାନେ

  4. Couplet 4

    ତାହାଙ୍କ ପତ୍ନୀ ଦେବହୂତିସୁନ୍ଦର ସୁଗୁଣ ସୁମତି

  5. Couplet 5

    ସ୍ୱାମୀର ମନ ଜାଣି ଚିତ୍ତେସେବା କରଇ ଅନୁବ୍ରତେ

  6. Couplet 6

    ଇଙ୍ଗିତ ମାତ୍ରେ ଆଜ୍ଞା ବହେଭବାନୀ ଭବସେବା ପ୍ରାୟେ

  7. Couplet 7

    ବିଶ୍ୱାସ ଆତ୍ମ-ଶୌଚ ଧର୍ମେଧୀର ଗୌରବ ସମ ଦମେ

  8. Couplet 8

    ଶୁଶୂଷା ସହୃଦୟ ପ୍ରେମେମଧୁରବାକ୍ୟେ ସୁସଂଭ୍ରମେ

  9. Couplet 9

    ବର୍ଜିତ କାମ ମଦ ହିଂସାଦମ୍ଭ ଗର୍ବିତ ମିଥ୍ୟାଭାଷା

  10. Couplet 10

    ଉଦ୍ୟମ ନିରଳସ ମତିସ୍ୱାମୀ ସନ୍ତୋଷେ ମନ ସ୍ଥିତି

  11. Couplet 11

    ମନୁ ତନୟା ଦେବହୂତିଦେବ ସମାନେ ମଣେ ପତି

  12. Couplet 12

    ପତିର ଆଶୀର୍ବାଦ ଲାଭକରିବା ପାଇଁ ତାର ଲୋଭ

  13. Couplet 13

    ତେଣୁ ପତିର ସେବା ନିତ୍ୟେକରଇ ଭକ୍ତିଭାବେ ଚିତ୍ତେ

  14. Couplet 14

    ଏମନ୍ତେ ଦେବହୂତି ଚାହିଁମୁନି ସାନନ୍ଦେ ସ୍ନେହ ବହି

  15. Couplet 15

    ପତି ଦେବତାର ଆଶିଷେନିରତେ ସେବେ ସ୍ୱାମୀ ପାଶେ

  16. Couplet 16

    ତାହାର ପତିବ୍ରତା ଧର୍ମଦେଖି ବିଚାରଇ କŸର୍ଦ୍ଦମ

  17. Couplet 17

    ଏ ପତବ୍ରତାଙ୍କର ସାରସୁଶୀଳ ସୁଗୁଣ ଗମ୍ଭୀର

  18. Couplet 18

    ଏମନ୍ତ ଗୁଣ ମନେ ଗୁଣିସପ୍ରେମେ ଗଦଗଦ ବାଣୀ

  19. Couplet 19

    ନିଜ କାମିନୀ ସୁଖ ଚାହିଁକŸର୍ଦ୍ଦମ କହେ ପ୍ରେମ ବହି

  20. Couplet 20

    ଶୁଣ ସୁନ୍ଦରି ମୋ ବଚନମୋର ବିଷୟେ ତୋର ମନ

  21. Couplet 21

    ଦେଖି ସନ୍ତୋଷ ମୋର ଚିତ୍ତତୁ ଅନୁବ୍ରତେ ମୋର ଭକ୍ତ

  22. Couplet 22

    ପ୍ରାଣୀମାନଙ୍କ ନିଜ ଦେହସୁହୃଦ ପ୍ରିୟ ଅତି ସ୍ନେହ

  23. Couplet 23

    ସେ ଦେହେ ତୋର ଯତ୍ନ ନାହିଁମୋହରି ଅର୍ଥେ ମନ ଦେଇ

  24. Couplet 24

    ସ୍ୱଧର୍ମ ରତ ପ୍ରାଣୀଙ୍କରତପ ସମାଧି ବିଦ୍ୟାସାର

  25. Couplet 25

    ସୁଦୃଢ କର୍ମ ଆତ୍ମଧ୍ୟାନଜୀବଙ୍କ ହିତ ତତ୍ତ୍ବଜ୍ଞାନ

  26. Couplet 26

    ଏ ସର୍ବ ଗୋବିନ୍ଦ ପ୍ରସାଦେମୁଁ ଯେ ସାଧିଲି ନିରାପଦେ

  27. Couplet 27

    ତୋତେ ମୁଁ ଦିବ୍ୟଚକ୍ଷୁ ଦାନକଲି ତୁ ଦେଖ ବିଦ୍ୟମାନ

  28. Couplet 28

    ଏ ସର୍ବ ତୋହର ସୁସାଧ୍ୟତୁ ଏବେ ଭଜ ବିଷ୍ଣୁପାଦ

  29. Couplet 29

    ଗୋବିନ୍ଦୁ ଯେବା ଭୋଗ ପାଇସେ ଭୋଗେ ଭୟ ଶୋକ ନାହିଁ

  30. Couplet 30

    ଅନ୍ୟ ଅନେକ ଅଛି ଭୋଗକିନ୍ତୁ ସେ ତୋର ନୋହେ ଯୋଗ୍ୟ

  31. Couplet 31

    ତୁ ସିଦ୍ଧ ହେଲୁ ନିଜ କର୍ମେଆପଣା ପତିବ୍ରତା ଧର୍ମେ

  32. Couplet 32

    ଏଣୁ ତୁ ଦିବ୍ୟଭୋଗ କରଯାହା ଦୁଷ୍ପ୍ରାପ୍ୟ ମାନବର

  33. Couplet 33

    ଏ ବିନେ ଅନ୍ୟ ଭୋଗ ଯେହିକି କାର୍ଯ୍ୟ ତୁଚ୍ଛ ସେ ଅଟଇ

  34. Couplet 34

    ଅଧିକ ଗୁଣ କିବା କହିସର୍ବ ସମ୍ପଦ ଯେଣେ ପାଇ

  35. Couplet 35

    ସେ ହରି-ଚରଣପଙ୍କଜନିର୍ମଳଚିତ୍ତେ ଏବେ ଭଜ

  36. Couplet 36

    ଏମନ୍ତ କŸର୍ଦ୍ଦମ ବଚନେସେ ଦେବହୂତି ତୋଷମନେ

  37. Couplet 37

    ଭର୍ତ୍ତା ବଦନ ଚାହିଁ କହେଗଭୀର ବାକ୍ୟ ସୁଧାମୟେ

  38. Couplet 38

    ଭୋ ନାଥ ତୁମ୍ଭର ପ୍ରସାଦେତୁମ୍ଭ ଚରଣେ ଅପ୍ରମାଦେ

  39. Couplet 39

    ନିରତେ ହେଉ ମୋର ସେବାପ୍ରସନ୍ନେ ମୋତେ ଆଜ୍ଞା ଦେବା

  40. Couplet 40

    ତୁମ୍ଭେ ମୋହାର ତୁଲେ ଏବେଗୃହସ୍ଥ ଧର୍ମେ ପ୍ରିୟଭାବେ

  41. Couplet 41

    ଅତୁଲ୍ୟ ଧର୍ମ ଭୋଗ କରଯେ ଧର୍ମ କାମଧେନୁ ସାର

  42. Couplet 42

    ଏମନ୍ତେ ପତ୍ନୀର ବଚନକର୍ଦ୍ଦମ ଶୁଣି ତୋଷମନ

  43. Couplet 43

    ପ୍ରିୟା କଳ୍ପିତ ମନ ଜାଣିଚିତ୍ତେ ବିଚାରି ବିପ୍ରମଣି

  44. Couplet 44

    ବିଶ୍ୱକର୍ମାଙ୍କୁ ମନେ ସ୍ମରିବିମାନ ତପବଳେ କରି

  45. Couplet 45

    ଯହିଁ କଳ୍ପିତ ବସ୍ତୁଯୁତଅଶେଷ ରତ୍ନେ ସେ ନିର୍ମିତ

  46. Couplet 46

    ମଣି ନିର୍ମିତ ସ୍ତମ୍ଭକୂଳେସକଳ ଋତୁ ପୁଷ୍ପ ଫଳେ

  47. Couplet 47

    ଦେବଙ୍କ ଦିବ୍ୟଭୋଗ ଯହିଁସର୍ବଦାକାଳ ସୁଖମୟୀ

  48. Couplet 48

    ବିଚିତ୍ର ଚିତ୍ର ହେମମୟେଚିତ୍ର ପତାକା ଧ୍ୱଜ ଶୋହେ

  49. Couplet 49

    ସୁଗନ୍ଧ ପୁଷ୍ପ ମାଳେମାଳେଯେ ରଥେ ଲମ୍ବଇ ଗହଳେ

  50. Couplet 50

    ଗଭୀର ଭୃଙ୍ଗନାଦ ଶୋହେପାଟବସନ ମନ ମୋହେ

  51. Couplet 51

    ଉପରେ ନୀଳ ରତ୍ନମଣିବିରାଜେ ରବିତେଜ ଜିଣି

  52. Couplet 52

    ସେ ରଥେ ସୁବର୍ଣ୍ଣ ପଲଙ୍କେକୋମଳ ଶଯ୍ୟା ଶୋହେ ରଙ୍ଗେ

  53. Couplet 53

    ବିଶ୍ୱକର୍ମାର ଶିଳ୍ପୀପଣଯେ ରଥ କରିଛି ଘଟଣ

  54. Couplet 54

    ମହାମର୍କତ ସ୍ତମ୍ଭ ଯହିଁବିଦ୍ରୁମ-ବେଦୀ ବିରାଜଇ

  55. Couplet 55

    ଯେଦ୍ୱାରେ ବିଦ୍ରୁମ ଦେହଳୀହୀରା କବାଟ ଯହିଁ କିଳି

  56. Couplet 56

    ଶିଖରମାନ ସ୍ୱର୍ଣ୍ଣକୁମ୍ଭେବିରାଜେ ଇନ୍ଦ୍ରନୀଳ-ସ୍ତମ୍ଭେ

  57. Couplet 57

    ଜଳନ୍ତି ପଦ୍ମରାଗ-ଦୀପେବିଚିତ୍ରଚିତ୍ରେ ଚନ୍ଦ୍ରାତପେ

  58. Couplet 58

    ହେମତୋରଣେ ହାର ଲମ୍ବେପାଟ-ଦୋଳିକା ରତ୍ନସ୍ତମ୍ଭେ

  59. Couplet 59

    ଶ୍ୱେତ ହଂସକ ପାରାବତରାବ କହନ୍ତି ଉନମତ୍ତ

  60. Couplet 60

    ବିମାନଶିଖେ ଜଳାରନ୍ଧ୍ରେଧୂମ ନିର୍ଗତ ଧୂପ ଗନ୍ଧେ

  61. Couplet 61

    ବିହାର ଶଯ୍ୟା ଆଦି ସ୍ଥାନସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ

  62. Couplet 62

    ନାନା ବିଶ୍ରାମ ସ୍ଥାନ ଶୋହେଦେଖି ଦେବଙ୍କ ମନ ମୋହେ

  63. Couplet 63

    ଏମନ୍ତ ଦିବ୍ୟପୁର ଚାହିଁସନ୍ତୋଷ ଲଭେ ନେତ୍ରଦୁଇ

  64. Couplet 64

    ଆପଣା ଦେହ ହୀନ କାନ୍ତିତୋଷ ନୋହିଲା ଦେବହୂତି

  65. Couplet 65

    କŸର୍ଦ୍ଦମମୁନି ପତ୍ନୀ ଚାହିଁଅମୃତ ବଚନ ବୋଲଇ

  66. Couplet 66

    ସେ ସର୍ବ ପ୍ରାଣୀ ଚିତ୍ତ ଜାଣେତପ ସମାଧି ବିଦ୍ୟା ଗୁଣେ

  67. Couplet 67

    ସୁନ୍ଦରୀ ଶୁଣ ମୋ ବଚନଏ ତୀର୍ଥେ ତୋଷେ କର ସ୍ନାନ

  68. Couplet 68

    ବିମାନେ ସୁଖେ ବିଜେ କରଚିତ୍ତେ ଗୋବିନ୍ଦ ନାମ ସ୍ମର

  69. Couplet 69

    ଶୁକ୍ଳ ନିର୍ମିତ ତୀର୍ଥ ଏହିପ୍ରାଣୀଙ୍କି ସୁଖ ଫଳ ଦେଇ

  70. Couplet 70

    ଏମନ୍ତ ସ୍ୱାମୀର ବଚନେସେ ଦେବହୂତି ତୋଷମନେ

  71. Couplet 71

    ମଳିନ ବସ୍ତ୍ର ପରିଧାନହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ

  72. Couplet 72

    ଶିରେ ଶୋଭିତ ଜଟାବେଣୀସୁଗନ୍ଧ ଅଙ୍ଗେ ଲେପେ ଆଣି

  73. Couplet 73

    ପଶିଲା ସରସ୍ୱତୀ ନୀରେଯେ ନୀର ସର୍ବପାପ ହରେ

  74. Couplet 74

    ଜଳେ ପ୍ରବେଶ କରି ପୁଣିଆଶ୍ଚର୍ଯ୍ୟେ ଦେଖିଲା ତରୁଣୀ

  75. Couplet 75

    ତକ୍ଷଣେ ସରୋବର ଜଳେସହସ୍ରେ କନ୍ୟା ଏକମେଳେ

  76. Couplet 76

    ଉଠିଲେ ଦିବ୍ୟରୂପ ଧରିଜୟ ଶବଦ ମୁଖେ କରି

  77. Couplet 77

    ରୂପେ କି ଦେବା ପଟାନ୍ତରମୋହନ୍ତି ବ୍ରହ୍ମା ସୁର ନର

  78. Couplet 78

    କିଶୋର ବୟସୀ ଆନନ୍ଦେବାସନ୍ତି ନୀଳୋତ୍ପଳ ଗନ୍ଧେ

  79. Couplet 79

    କନ୍ୟାଏ ଦେଖି ଜଳମଧ୍ୟେସେ ଦେବହୂତିଙ୍କୁ ଆନନ୍ଦେ

  80. Couplet 80

    କପୋଳେ ଦେଇ ବେନିକରସ୍ୱଭାବେ କହନ୍ତି ମଧୁର

  81. Couplet 81

    ଆମ୍ଭେ ତୋହର ଦାସୀ ପଣେସେବିବୁ ତୋହର ଚରଣେ

  82. Couplet 82

    ଏ ଯେ ତୋହର ଦିବ୍ୟକାୟକିବା କରିବୁ ଆଜ୍ଞା ଦିଅ

  83. Couplet 83

    ଏମନ୍ତ କହି କନ୍ୟାଗଣେସେ ଦେବହୂତିର ଚରଣେ

  84. Couplet 84

    ତକ୍ଷଣେ ନମସ୍କାର କରିସର୍ବେ ହୋଇଲେ ପରିଚାରୀ

  85. Couplet 85

    ସୁଗନ୍ଧ ତାର ଅଙ୍ଗେ ବୋଳିଆନନ୍ଦେ ଦେଲେ ହୁଳହୁଳୀ

  86. Couplet 86

    ସ୍ନାନ କରାଇ ପୁଣ୍ୟନୀରେମଣ୍ତିଲେ ନାନା ଉପହାରେ

  87. Couplet 87

    ନୂତନ ବସ୍ତ୍ରଯୁଗ ଦେଲେବିବିଧ ଅଳଙ୍କାର ତୁଲେ

  88. Couplet 88

    ଅମୂଲ୍ୟ ମାଳ ରତ୍ନପନ୍ତିଚନ୍ଦ୍ରକିରଣେ ଝଟକନ୍ତି

  89. Couplet 89

    ଅନ୍ନ ବ୍ୟଞ୍ଜନ ଷଡ଼ରସେଭୋଜନ କରାଇ ହରଷେ

  90. Couplet 90

    ସୁବାସ ଜଳେ ଆଚମନକରାଇ ସୁମୁଖ ବାସନ

  91. Couplet 91

    ଉତ୍ତମ ଶଯ୍ୟାରେ ବସାଇଦର୍ପଣ ସମର୍ପିଲେ ନେଇ

  92. Couplet 92

    ମୁକୁରେ ଚାହିଁ ମୁଖଶୋଭାଶିରେ ଖଞ୍ଜିଲେ ପୁଷ୍ପଗଭା

  93. Couplet 93

    କର୍ପୂର କୁଙ୍କୁମ ସୁଗନ୍ଧେଅଙ୍ଗେ ଲେପିଲେ ସେ ଆନନ୍ଦେ

  94. Couplet 94

    ଦୂର୍ବା ଅକ୍ଷତ ଗନ୍ଧ ଆଣିଆଶିଷ କନ୍ୟାଗଣେ ଭଣି

  95. Couplet 95

    ଏମନ୍ତେ ସର୍ବ ପରିବାରୀସୁଲଗ୍ନେ ଶୁଦ୍ଧସ୍ନାନ କରି

  96. Couplet 96

    ଗଳେ ଆରୋପି ରତ୍ନହାରଚରଣେ ବାଜେଣି ନୂପୁର

  97. Couplet 97

    କଟୀ ଶୋଭିତ କାଞ୍ଚୀ ଦାମହୃଦେ କାଞ୍ଚଲା ଅନୁପମ

  98. Couplet 98

    ଅମୂଲ୍ୟ ହାର ହୃଦେ ଶୋହେରୂପେ କାମିନୀ ମନ ମୋହେ

  99. Couplet 99

    ଦେଖିଲେ ଭ୍ରୂଦ୍ୱୟ ସୁନ୍ଦରଶୋଭନ ଦଶନ ନିକର

  100. Couplet 100

    ନୟନେ ପଦ୍ମ ପରାଜିତସୁନ୍ଦର ଅପାଙ୍ଗ ସଂଯୁତ

  101. Couplet 101

    ସୁନୀଳ ଅଳକା କପୋଳେଶୋଭିତ ବଦନ ମଣ୍ତଳେ

  102. Couplet 102

    ଦର୍ପଣେ ନିଜ ଶୋଭା ଦେଖିସ୍ୱାମୀ ସ୍ମରିଲା ଶଶିମୁଖୀ

  103. Couplet 103

    ରୂପ ମୋହନ ପ୍ରିୟ ଭାବେବାକ୍ୟ କହନ୍ତି ପିକ ରବେ

  104. Couplet 104

    ତକ୍ଷଣେ କନ୍ୟାଗଣ ତୁଲେପ୍ରଜାପତିର ପାଶେ ମିଳେ

  105. Couplet 105

    ସ୍ୱାମୀର ଯୋଗଗତି ଦେଖିସଂଶୟ ଚିତ୍ତେ ଅଧୋମୁଖୀ

  106. Couplet 106

    ସମସ୍ତ ହେଲା କି ପ୍ରକାରେଭାବି ବିସ୍ମୟ ତା ମନରେ

  107. Couplet 107

    ସଂଶୟ ଦେଖି ତାର ମନେମୁନି ଜାଣିଲେ ଯୋଗଧ୍ୟାନେ

  108. Couplet 108

    ଅପୂର୍ବ ଶୋଭା ଦେଖି ତାରପ୍ରେମ ଜନ୍ମିଲା କŸର୍ଦ୍ଦମର

  109. Couplet 109

    ଆବୃତ ତୁଙ୍ଗ ବେନିସ୍ତନଦେଖି ସନ୍ତୋଷ ମୁନି ମନ

  110. Couplet 110

    ତକ୍ଷଣେ ଧରି କନ୍ୟା ହସ୍ତମୁନି ଆରୋହୀ ଦିବ୍ୟରଥ

  111. Couplet 111

    ସହସ୍ରେ ନାରୀଗଣ ମଧ୍ୟେଉର୍ଦ୍ଧ୍ୱେ ଗମନ ବିଷ୍ଣୁପଦେ

  112. Couplet 112

    ସ୍ୱର୍ଗେ ଦେଖନ୍ତି ସୁରଦେବାକି ଅବା ପଟାନ୍ତର ଦେବା

  113. Couplet 113

    ଯେସନେ ତାରାଗଣ ମଧ୍ୟେଚନ୍ଦ୍ର ବିରାଜେ ବିଷ୍ଣୁପଦେ

  114. Couplet 114

    ଦେଖନ୍ତି ଅଷ୍ଟଦିଗପାଳେବିମାନ ଅତି ଅନ୍ତରାଳେ

  115. Couplet 115

    ଇନ୍ଦ୍ରାଦି ଅଷ୍ଟଲୋକସ୍ଥାନେମେରୁ ପର୍ବତ ଘୋରବନେ

  116. Couplet 116

    ସିଦ୍ଧ କିନ୍ନର କ୍ରୀଡ଼ା ଦେଶେଗିରି ଗହ୍ୱର ଅଧିବାସେ

  117. Couplet 117

    ଏମନ୍ତେ ନାନା କ୍ରୀଡ଼ା ସ୍ଥାନେବିମାନେ ମୁନି ତୋଷମନେ

  118. Couplet 118

    କୁବେର ପ୍ରାୟ ଅଷ୍ଟଦିଗେଗମି ଭ୍ରମନ୍ତି ଅତିବେଗେ

  119. Couplet 119

    ଦେବ ଉଦ୍ୟାନ ବନ ଯେତେମାନସସରର ସମେତେ

  120. Couplet 120

    ଏମନ୍ତେ ସନ୍ତୋଷେ ବିହରିକାମିନୀ ସଙ୍ଗେ ସଙ୍ଗ କରି

  121. Couplet 121

    ରତ୍ନ ବିମାନ କାମଗତିଯେ ଭାବେ ଯେବା ପ୍ରଚରନ୍ତି

  122. Couplet 122

    ପବନ ଯେହ୍ନେ ସର୍ବଦେଶେକାମଗ ବିମାନ ପ୍ରକାଶେ

  123. Couplet 123

    ବିଷ୍ଣୁ ସନ୍ତୋଷ ପ୍ରାଣୀଙ୍କରକିବା ସମ୍ପଦ ଅଗୋଚର

  124. Couplet 124

    ଏମନ୍ତେ ଦଶଦିଗ ଭ୍ରମିପଥିକ ପ୍ରାୟେ ପଥ ଶ୍ରମି

  125. Couplet 125

    ପୁଣି ମିଳିଲେ ନିଜଘରେଗୃହସ୍ଥ ଧର୍ମର ବେଭାରେ

  126. Couplet 126

    ସେ ମୁନି ତପେ ଅନର୍ଗଳାଆତ୍ମାକୁ ନବରୂପ କଲା

  127. Couplet 127

    ପତ୍ନୀ ସଂଯୋଗେ ହୋଇ କାମୀଅନେକ ସମ୍ବ›ତ୍ସର ରମି

  128. Couplet 128

    କେବେହେଁ କାମ ନ ପୂରିଲାମୁହୂର୍ତ୍ତେ ପ୍ରାୟ ଦିନ ଗଲା

  129. Couplet 129

    ଏମନ୍ତେ ଯୋଗର ପ୍ରଭାବେରମିଲେ ଦମ୍ପତି ସ୍ୱଭାବେ

  130. Couplet 130

    ଶତେବରଷ ଦେବ ମତେସୁଚିତ୍ତେ ରମିଲେ ନିଶ୍ଚିନ୍ତେ

  131. Couplet 131

    ଏମନ୍ତେ ପ୍ରଜାପତି ରେତେସେ ଦେବହୂତି ଗର୍ଭଗତେ

  132. Couplet 132

    ନବକୁମାରୀ ଉପୁଜିଲେଶୁଭ ମଙ୍ଗଳ ଲଗ୍ନବେଳେ

  133. Couplet 133

    ସର୍ବେ ସୁରୂପା ରୂପ ମଧ୍ୟେଶୋଣିତ ଉତ୍ପଳ ସୁଗନ୍ଧେ

  134. Couplet 134

    ଏମନ୍ତେ ନବକନ୍ୟା ଚାହିଁସେ ଦେବହୂତି ବିଚାରଇ

  135. Couplet 135

    ଏ କି ଅଦ୍ଭୁତ କର୍ମ ମୋରଦଇବ ବଳେ ବଳିଆର

  136. Couplet 136

    ଏମନ୍ତ ସମୟେ ସେ ମୁନିସନ୍ନ୍ୟାସାଶ୍ରମ ମନେ ଗୁଣୀ

  137. Couplet 137

    ଗମନେ ହୋଇଲେ ପ୍ରବୃତ୍ତତା ଦେଖି ଦେବହୂତି ଚିତ୍ତ

  138. Couplet 138

    ଅତୀବ ବ୍ୟାକୁଳିତ ହେଲାବାହ୍ୟେ ବିସ୍ମୟ ପ୍ରକାଶିଲା

  139. Couplet 139

    ବିକଳେ ପତି ପାଶେ ଯାଇରହିଲା ଅଧୋମୁଖୀ ହୋଇ

  140. Couplet 140

    ଅଶ୍ରୁ ପୂରିତ ସେ ଲୋଚନେବୋଲଇ ବିନୟ ବଚନେ

  141. Couplet 141

    ଭୋନାଥ ତୁମ୍ଭର ପ୍ରସାଦେସକଳ ସୁଖ ମୁଁ ଆନନ୍ଦେ

  142. Couplet 142

    ଭୁଞ୍ଜଇ ତବ ପାଦ ଧ୍ୟାୟିମୋହର ଚିତ୍ତେ ଚିନ୍ତା ନାହିଁ

  143. Couplet 143

    ଏବେ ମୋ ଗର୍ଭେ କନ୍ୟା ଦେଖିହୋଇଲି ମନଦୁଃଖେ ଦୁଃଖୀ

  144. Couplet 144

    ଯାହା ପ୍ରତିଜ୍ଞା ତୋର ଥିଲାତାହାତ ସମ୍ପୂର୍ଣ୍ଣ ହୋଇଲା

  145. Couplet 145

    ତୋ ପାଦେ ପଶିଲି ଶରଣମୋତେ ଅଭୟ ଦିଅ ପୁଣ

  146. Couplet 146

    ସେବଇଁ ଚରଣେ ତୁମ୍ଭରମୋହର ମନଦୁଃଖ ହର

  147. Couplet 147

    ପୁତ୍ର ନୋହିଲା ମୋର ଗର୍ଭେଏଣୁ ମୋ ମନ ଦୁଃଖେ ଭାବେ

  148. Couplet 148

    ଯେବା ହୋଇଲେ ନବନାରୀଏ ଅନୁରୂପେ ବର ବରି

  149. Couplet 149

    ବିବାହ ଦିଅ ତୁମ୍ଭେ ସୁଖେମୋ ଦୀନଭାବ ଯାଉ ସୁଖେ

  150. Couplet 150

    ତୁମ୍ଭେ ଯେ ବନେ ତପ କଲେମୋ ମନ ନ ରହିବ ଭଲେ

  151. Couplet 151

    ଏଣୁ ମୋ ମନଦୁଃଖ ଭାବେପୁତ୍ର ସମ୍ପାଦ ମୋର ଗର୍ଭେ

  152. Couplet 152

    ମୁଁ ଏତେ କାଳ ତୁମ୍ଭ ତୁଲେବଞ୍ଚିଲି ନାନା ଭୋଗ ଭୋଳେ

  153. Couplet 153

    ଇନ୍ଦ୍ରିୟ ଭୋଗର ଲାଳସେବଞ୍ଚିଲି ନାନା ଭୋଗ ରସେ

  154. Couplet 154

    ତୁମ୍ଭର ଅଙ୍ଗ ସଙ୍ଗ ମେଳେଏ ଜନ୍ମ ଗଲା ମୋର ଭୋଳେ

  155. Couplet 155

    ଏ କର୍ମଭୂମି ମଧ୍ୟେ ମୁହିଁଉତ୍ତମ-କୁଳେ ଜନ୍ମ ହୋଇ

  156. Couplet 156

    ଆତ୍ମାର ଗତି ନ ଜାଣଇଁଏ ଦୁଃଖ ସୁଖ ମୁଁ ମଣଇଁ

  157. Couplet 157

    ତୁମ୍ଭ ସଙ୍ଗତେ ସଙ୍ଗ କରିହରି-ଭଜନ ମୁଁ ପାଶୋରି

  158. Couplet 158

    ହେ କାନ୍ତ ମୋତେ ଦୟା କରଏ ଭବସାଗରୁ ଉଦ୍ଧର

  159. Couplet 159

    ଭୟ ନିବାର ମୋର ଚିତ୍ତେଏ ମାୟା ତରିବି ଯେମନ୍ତେ

  160. Couplet 160

    ବିଷୟା-ରସେ ଯାର ସଙ୍ଗଆବୋରେ ସଂସାର-ତରଙ୍ଗ

  161. Couplet 161

    ତାର ନିସ୍ତାର ଆର କାହିଁକର୍ମ-ବନ୍ଧନେ ସେ ପଡ଼ଇ

  162. Couplet 162

    ବୁଡ଼ଇ ସଂସାର-ସାଗରେସମ୍ଭବେ ଅଶେଷ ଉଦରେ

  163. Couplet 163

    ଏ ଭାବ ଜାଣି ଯାର ମନବିଷ୍ଣୁ-ଭଜନେ ସାବଧାନ

  164. Couplet 164

    ସେ ଜୀବ ଆତ୍ମକୁ ଉଦ୍ଧରେନ ବୁଡେ ସଂସାର-ସାଗରେ

  165. Couplet 165

    ଯେ ଇହଜନ୍ମ କର୍ମ-ଧର୍ମେହରି ନ ଭଜେ ମାୟା ଭ୍ରମେ

  166. Couplet 166

    ଯେ ତୀର୍ଥପଦ ନ ସେବଇଜୀବନ ଥାଉଁ ସେ ମରଇ

  167. Couplet 167

    ମୁଁ ଏ ଇନ୍ଦ୍ରିୟ ଭୋଗ ବଳେବଞ୍ଚିଲି ବିଷ୍ଣୁମାୟା ଭୋଳେ

  168. Couplet 168

    ମୁଁ ତୁମ୍ଭ ପାଦେ ସେବା କରିମୋକ୍ଷେ ନୋହିଲି ଅଧିକାରୀ

  169. Couplet 169

    ଏବେ ଉପାୟ କହ ମୋତେଏ ମାୟା ତରିବି ଯେମନ୍ତେ

  170. Couplet 170

    ଏମନ୍ତେ କŸର୍ଦ୍ଦମ ସମ୍ମୁଖେସେ ଦେବହୂତି ମନଦୁଃଖେ

  171. Couplet 171

    ଯେତେ କହିଲା ମନ-ତ୍ରାସସୁଜନ ଜନେ ଏଥେଁ ରସ

  172. Couplet 172

    ତୃତୀୟସ୍କନ୍ଧେ ଭାଗବତକହିଲା ଦାସ ଜଗନ୍ନାଥ

Odia Bhagabata skandha 3 adhyaya 23 | Parbani by ParibhaAsha App