Skip to content
paribhaasha

Skandha 3

Adhyaya 22

  1. Couplet 1

    ଏମନ୍ତେ ରାଜା ଗୁଣଗ୍ରାମଆନନ୍ଦେ ବର୍ଣ୍ଣିଲେ କର୍ଦ୍ଦମ

  2. Couplet 2

    ଶୁଣିଣ ଆପଣା ସୁଖ୍ୟାତିଲଜ୍ଜିତ ହୋଇଲେ ଭୂପତି

  3. Couplet 3

    ବୋଇଲେ ମୁନି ମୁଖ ଚାହିଁଶୁଣ କର୍ଦ୍ଦମ ଦୟାବହି

  4. Couplet 4

    ସେ ବେଦମୟ ବ୍ରହ୍ମାଆଗେବେଦ ପ୍ରବୃତ୍ତି ଇଚ୍ଛାଯୋଗେ

  5. Couplet 5

    ତପସ୍ୟା ବିଦ୍ୟା ଯୋଗଯୁକ୍ତଲମ୍ପଟ ଭାବ ବିରହିତ

  6. Couplet 6

    କରି ସୃଜିଲେ ଲୋକଗୁରୁତୁମ୍ଭମାନଙ୍କୁ ସ୍ୱମୁଖରୁ

  7. Couplet 7

    ଏଣୁ ପବିତ୍ର ତୁମ୍ଭ ଦେହୀସୁବିଦ୍ୟାତପ ଛନ୍ଦମୟୀ

  8. Couplet 8

    ଯୋଗ ସାଧନେ ଅଲମ୍ପଟତୁମ୍ଭ ସାଧନ ସ୍ୱର୍ଗ-ବାଟ

  9. Couplet 9

    ଏ ତୁମ୍ଭ ଧର୍ମରକ୍ଷା ଅର୍ଥେସେ ପିତାମହ ଏ ଜଗତେ

  10. Couplet 10

    ସହସ୍ରେ ଭୁଜ ତେଜ ଘେନିସୃଷ୍ଟି ପାଳନେ ପଦ୍ମଯୋନି

  11. Couplet 11

    କ୍ଷତ୍ରିୟ ଜାତି ଭିଆଇଲାସେ ତେଜ ସୃଷ୍ଟି ଆବୋରିଲା

  12. Couplet 12

    ଏ ବେନି ତେଜେ ବେନି ରହେଧର୍ମ ପାଳନେ ଦେହ ବହେ

  13. Couplet 13

    ଏଣୁ ତୁମ୍ଭର ଦରଶନେସଂଶୟ ନରହେ ମୋ ମନେ

  14. Couplet 14

    ଯେଣୁ ଅନେକ ଭାଗ୍ୟ ମୋରଦେଖିଲି ତୁମ୍ଭର ଶରୀର

  15. Couplet 15

    ତୁମ୍ଭ ଚରଣରଜ-ନୀରପବିତ୍ର କଲା ମୋ ଶରୀର

  16. Couplet 16

    ପ୍ରାକୃତଜନ ମାନଙ୍କରଯେ ରୂପ ଅଟେ ଅଗୋଚର

  17. Couplet 17

    ତୁମ୍ଭର ଅନୁଗ୍ରହ ପାଇପବିତ୍ର କଲି ନିଜ ଦେହୀ

  18. Couplet 18

    ତୁମ୍ଭର ବାକ୍ୟେ କର୍ଣ୍ଣପଥନିଶ୍ଚଳ ହୋଏ କୃତକୃତ୍ୟ

  19. Couplet 19

    ମୁଁ ଏ ଦୁହିତା ସ୍ନେହେ ଜଡିଏ ମାୟାମୋହ ବନ୍ଧେ ପଡି

  20. Couplet 20

    ଏଣୁ ମୋହର ଦୁଃଖ ମନେକହିବି ଶୁଣ ସାବଧାନେ

  21. Couplet 21

    ମୋହର ଜ୍ୟେଷ୍ଠ ବେନିସୁତଉତ୍ତାନପାଦ ପ୍ରିୟବ୍ରତ

  22. Couplet 22

    ତାଙ୍କ ଭଗିନୀ ଏ ସୁମୁଖୀଏ ଦେବହୂତି ଚନ୍ଦ୍ରମୁଖୀ

  23. Couplet 23

    ଏହାର ଗୁଣ ଶୀଳ ସମେପତି ଇଚ୍ଛଇ ନିଜ ଧର୍ମେ

  24. Couplet 24

    ତୁମ୍ଭର ରୂପ ଗୁଣ ଯେତେନାରଦ ଏହାର ଅଗ୍ରତେ

  25. Couplet 25

    କହିଲେ ମୋହର ସାକ୍ଷାତେତେଣୁ କଳ୍ପିଲା ଏହା ଚିତ୍ତେ

  26. Couplet 26

    ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେଘେନି ମିଳିଲି ତୋ ଅଗ୍ରତେ

  27. Couplet 27

    କନ୍ୟା ଗ୍ରହଣ ତୁମ୍ଭେ କରଶ୍ରଦ୍ଧାରେ ଦେଲି ଉପହାର

  28. Couplet 28

    ତୁ ଧର୍ମଜ୍ଞାନୀଙ୍କର ବରଗୃହସ୍ଥଧର୍ମ ଏବେ କର

  29. Couplet 29

    ତୋ ଗୃହାଶ୍ରମ କର୍ମମାନସୁନ୍ଦର କରିବ ସାଧନ

  30. Couplet 30

    ଏଣେ ତୋ ପ୍ରତିବାଦ ନାହିଁପୁଷ୍କଳଧର୍ମେ ଏହା କହି

  31. Couplet 31

    ଉଦ୍ୟତଭୋଗ ଯେବେ ଛାଡିଯେ ଯାନ୍ତି ଭିକ୍ଷୁପଥ ମାଡି

  32. Couplet 32

    ଯେ ଯଶମାନ ତାର ଥାଇଅବଜ୍ଞା ବଶେ ନ ରହଇ

  33. Couplet 33

    ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତଅବଧି ହେଲା ସମାପତ

  34. Couplet 34

    ବିବାହ କରିବାର ପାଇଁଶୁଣିଲୁ ଇଚ୍ଛା ବଳିଛଇଁ

  35. Couplet 35

    ଏବେ ତୁ ଗୃହମେଧି ଧର୍ମକର ସଫଳ ଏ ଉଦ୍ୟମ

  36. Couplet 36

    ଏ ଦେବହୂତି କନ୍ୟା ମୋରବେଦ ପ୍ରମାଣେ ବିଭାକର

  37. Couplet 37

    ଏମନ୍ତ ମନୁବାକ୍ୟ ଶୁଣିକŸର୍ଦ୍ଦମ ହୃଦେ ପରିମାଣି

  38. Couplet 38

    ବୋଲନ୍ତ ମନୁ ମୁଖ ଚାହିଁଆନନ୍ଦଚିତ୍ତେ ଦେହ ବହି

  39. Couplet 39

    ତୁମ୍ଭର ଆଜ୍ଞା ଶିରୋ ଧରିଏ ଦେବହୂତି ବିଭାକରି

  40. Couplet 40

    ରମିବି ସଂସାର ଧାରଣେଆତ୍ମାର ଉତ୍ପତ୍ତି କାରଣେ

  41. Couplet 41

    ଯେ ମନୁରାଜାର ଦୁହିତଉତ୍ତାନପାଦ ଯାର ଭ୍ରାତ

  42. Couplet 42

    ଏ ଗୁଣବତୀ କନ୍ୟାସାରକି ଅବା ଦେବା ପଟାନ୍ତର

  43. Couplet 43

    ମୋହର କର୍ମେ ଏ ବିଦିତସୁନ୍ଦର ଗୁଣ ବର୍ଣ୍ଣ‌ଯୁକ୍ତ

  44. Couplet 44

    ଏଣୁ ଏ ଲଳନା ଲଲାମଏହାର ଗୁଣ ଅନୁପମ

  45. Couplet 45

    କେ ତାହା ଛାଡି ଅବା ପାରେଶରୀର ବହି ଏ ସଂସାରେ

  46. Couplet 46

    କରିବି ଦାର ପରିଗ୍ରହତୁମ୍ଭେ ମୋହରେ ସ୍ନେହ ବହ

  47. Couplet 47

    କିନ୍ତୁ ଏ ନିୟମ ମୋହରଶୁଣ ହେ ଧର୍ମପାଳ ବର

  48. Couplet 48

    ଯାବତ ଏହା କୋଳେ ଜାତସୁନ୍ଦର ଗୁଣବନ୍ତ ପୁତ୍ର

  49. Couplet 49

    ତାବତ ଗୃହାଶ୍ରମ ରହିତହୁଁ ସନ୍ନ୍ୟାସ କରିବଇଁ

  50. Couplet 50

    ତୁମ୍ଭ ବଚନ ମାନ୍ୟ ମୋରଯେ ଭାବେ ଜନ ଉପକାର

  51. Couplet 51

    ପିତ୍ରାଦି ଋଣ ଶୋଧ କରିପରେ ସନ୍ନ୍ୟାସ ଅନୁସରି

  52. Couplet 52

    ଏମନ୍ତ ବିଷ୍ଣୁ ଅନୁମତିତୁମ୍ଭଙ୍କୁ କହିଲି ସମ୍ପ୍ରତି

  53. Couplet 53

    ଏମନ୍ତେ ବିପ୍ର ବାକ୍ୟ ଶୁଣିସନ୍ତୋଷ ଚିତ୍ତେ ରାଜା-ରାଣୀ

  54. Couplet 54

    ମୁନିଙ୍କି ବରବେଶ କରିବେଦ-ବିଧାନେ କନ୍ୟା ବରି

  55. Couplet 55

    ତାପସ ଶ୍ରେଷ୍ଠ ମୁନିବରେହରଷେ ପ୍ରଫୁଲ୍ଲ ଅନ୍ତରେ

  56. Couplet 56

    ବିବାହ ଦେଇ ସେ ଉ›ତ୍ସୁକଅନେକ ଦେଲେ ଯଉତୁକ

  57. Couplet 57

    ଅମୂଲ୍ୟ ବସନ ଭୂଷଣଗୃହ ପୁଷ୍କଳ ମହୀ ଧନ

  58. Couplet 58

    ଝିଅ ଜୁଆଇଁ ପ୍ରୀତି ଅର୍ଥେସେ ରାଣୀ ଦେଲେ ବହୁମତେ

  59. Couplet 59

    ସକଳ ଦେଇ ମୁନିଜନେବୋଧିଲେ ଅମୃତ ବଚନେ

  60. Couplet 60

    ଆନନ୍ଦ ଚିତ୍ତେ ଦଣ୍ତଧାରୀମୁନିଙ୍କି ଆଲିଙ୍ଗନ କରି

  61. Couplet 61

    କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେଦୁହିତା ସ୍ନେହଭଙ୍ଗ ଦୁଃଖେ

  62. Couplet 62

    ହେ ମାତ ବୋଲି ଅଶ୍ରୁ ମୁଖଦୁହିତା ଦୁଃଖେ ଅତି ଦଃଖ

  63. Couplet 63

    ଦୁହିତା କେଶ ନେତ୍ର ଜଳେଅତି କାତରେ ଆର୍ଦ୍ର କଲେ

  64. Couplet 64

    ମୁନିଙ୍କି କନ୍ୟାଦାନ ଦେଇଆନନ୍ଦେ କୃତକୃତ୍ୟ ହୋଇ

  65. Couplet 65

    ରଥ ଆରୋହୀ ବେନି ଜନେଗଲେ ସେ ଆପଣା ଭୁବନେ

  66. Couplet 66

    ସେ ପୁଣ୍ୟନଦୀ ସରସ୍ୱତୀଅତି ଶୋଭନ ତଟବତୀ

  67. Couplet 67

    ସେ ଋଷିକୂଲ୍ୟା ନଦୀ ତଟେଅନେକ ଋଷି ଯା ନିକଟେ

  68. Couplet 68

    ପର୍ଣ୍ଣ କୁଟୀର ସେ ଭିଆଇସୁଦୃଢେ କୁଶ କାଶ ଛାଇ

  69. Couplet 69

    ସେ ନଦୀତୀରେ ସୁଖେ ରହିବିଷ୍ଣୁ ଭଜନେ ଯଜ୍ଞ ଦାହି

  70. Couplet 70

    ତା ତଟେ ମୁନିଙ୍କ ଆଶ୍ରମଦେଖି ତା ଶୋଭା ଅନୁପମ

  71. Couplet 71

    ମନୁର ଚିତ୍ତ ତୃପ୍ତ ହେଲାସ୍ୱଗୃହ ମାର୍ଗେ ଚଳିଗଲା

  72. Couplet 72

    ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେମନୁ ଆସନ୍ତେ ସ୍ୱଭୁବନେ

  73. Couplet 73

    ହରଷେ ରାଜାର ଅଗ୍ରତେମିଳିଲେ ବାଦ୍ୟ ସ୍ତୁତି ରୀତେ

  74. Couplet 74

    ଯା ନା ବର୍ହିଷୃତି ପୁରୀତହିଁ ବିଜୟେ ଦଣ୍ତଧାରୀ

  75. Couplet 75

    ବରାହ ଅଙ୍ଗର କମ୍ପନେରୋମ ପଡ଼ିଲା ଯେଉଁ ସ୍ଥାନେ

  76. Couplet 76

    ସେ କୁଶ କାଶ ହୋଇ ଯହିଁନିତ୍ୟେ ହରିର ତେଜ ବହି

  77. Couplet 77

    ପୂର୍ବେ ଋଷିଏ ଯେଣେ କରିଅସୁରଙ୍କର ଦର୍ପ ହରି

  78. Couplet 78

    ଯେ ଯଜ୍ଞ ବିଷ୍ଣୁ ପାଦତଳେଯଜ୍ଞେ ପୂଜିଲେ ଏକ ମେଳେ

  79. Couplet 79

    ସେ ମନୁ ସ୍ଥାନ ତହିଁ ପାଇଯଜ୍ଞପୁରୁଷ ଯଜ୍ଞେ ଦାହି

  80. Couplet 80

    ପୁର ନିର୍ମିତ କୁଶ କାଶେସେ ସ୍ଥାନେ ତାପତ୍ରୟ ନାଶେ

  81. Couplet 81

    ସେ ଗୃହେ ପତ୍ନୀ ତୁଲେ ରହିସନ୍ତତି ସହ ପ୍ରିୟ ବହି

  82. Couplet 82

    କଳ୍ପିତ ସୁଖ ବଇଭୋଗେସେ ପ୍ରଜାଅର୍ଥେ ରତି ରଙ୍ଗେ

  83. Couplet 83

    ସୁସ୍ୱର ଗୀତ ନାଦ ଧ୍ୱନିଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି

  84. Couplet 84

    ସଙ୍ଗୀତ ରସ ବୀଣା ନାଦେଲଳିତ ଗୀତ ଅନୁବାଦେ

  85. Couplet 85

    ପ୍ରତି ଦିବସ ରାତ୍ରି ଅନ୍ତେକୃଷ୍ଣଚରିତ ହୃଦଗତେ

  86. Couplet 86

    କର୍ଣ୍ଣେ ଶୁଣନ୍ତି ଧ୍ୟାନ କରିଚିତ୍ତେ ଗୋବିନ୍ଦ ଭାବ ଭରି

  87. Couplet 87

    ନିରତେ କୃଷ୍ଣନାମ ଘୋଷେସେ ବେନିଜନେ ଗୃହବାସେ

  88. Couplet 88

    ବିଷ୍ଣୁ ଚରିତ ହୃଦେ ଭରିନାମ ଶ୍ରବଣେ ଆଶା କରି

  89. Couplet 89

    ସେ ମନୁ ଯୋଗମାୟା ଭୋଗେଥିଲେ ହେଁ ତାହାଙ୍କୁ ନ ଲାଗେ

  90. Couplet 90

    ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତିତାହାକୁ କେହି ନ ବାଧନ୍ତି

  91. Couplet 91

    ଯେଣୁ ସେ ହରି ପରାୟଣଅଟଇ ମନୁ ନୃପରାଣ

  92. Couplet 92

    କୃଷ୍ଣର କତା କର୍ଣ୍ଣେ ଶୁଣେତା ରୂପ ଧ୍ୟାନେ ପରିମାଣେ

  93. Couplet 93

    ମୁଖେ ରଟନ୍ତି ନାମ ତାରତା କଥା କହି ନିରନ୍ତର

  94. Couplet 94

    ଏମନ୍ତେ ନିଜ ମନ୍ୱନ୍ତରଯେ ଯୁଗଗଣନା ବେଭାର

  95. Couplet 95

    ଏକସପ୍ତତି ଚତୁର୍ଯୁଗେହୋଇଲା ମନ୍ୱନ୍ତର ଭୋଗେ

  96. Couplet 96

    ଏମନ୍ତେ ହରିଭାବ କରିତୃତୀୟ ତାପୁଁ ଯେ ନିସ୍ତରି

  97. Couplet 97

    ସେ ପୁଣି ମୁନିଙ୍କର ବୋଲେବିବିଧ ଜ୍ଞାନ ହିଁ କହିଲେ

  98. Couplet 98

    ତ୍ରିବିଧ ବାଧା ଲୋକେ ଅଛିଭକ୍ତଙ୍କୁ ନ ଲାଗଇ କିଛି

  99. Couplet 99

    ମନୁର ବାଧା ହିଁ ନ ଥିଲାଯେଣୁ ହରିଙ୍କି ଆଶ୍ରେ କଲା

  100. Couplet 100

    ଶୁଣ ବିଦୁର ପୁଣ୍ୟଦେହାକହିଲି ପଚାରିଲୁ ଯାହା

  101. Couplet 101

    ସେ ଆଦିରାଜ ମନୁ କଥାଶୁଣନ୍ତେ ତୁଟେ ଭବ ବ୍ୟାଥା

  102. Couplet 102

    ଏ ସୃଷ୍ଟି ଆଦିର କାରଣଏବେ ହୋଇ ମନୁବଂଶ ଶୁଣ

  103. Couplet 103

    ତୃତୀୟ ସ୍କନ୍ଧେ ଭାବବତକହିଲା ଦାସ ଜଗନ୍ନାଥ

Odia Bhagabata skandha 3 adhyaya 22 | Parbani by ParibhaAsha App