Skandha 3
Adhyaya 21
Couplet 1
ମୈତ୍ରେୟ ମୁନି ପାଦେ ପଡିବିଦୁର କହେ କରଯୋଡି
Couplet 2
ବୋଇଲେ ଶୁଣ ହେ ମୈତ୍ରେୟମୋହର ପ୍ରତି ତୁ ସଦୟ
Couplet 3
ସେ ସ୍ୱାୟମ୍ଭୂବ-ମନୁବଂଶମୋ ଆଗେ କର ହେ ପ୍ରକାଶ
Couplet 4
ଯାର ପ୍ରଶଂସା ସାଧୁଲୋକକରନ୍ତି ସଦା ଅତିରେକ
Couplet 5
ବ୍ରହ୍ମାର ତହୁଁ ଯାର ତନୁଯେ ପୂର୍ବେ ସ୍ୱାୟମ୍ଭୂବମନୁ
Couplet 6
ତାହାର ବଂଶ ଏ ଜଗତେକି ରୂପେ ପ୍ରସରିଲେ କେତେ
Couplet 7
ମୈଥୁନ ମତେ କଲା ପ୍ରଜାଯେ ପୁଣି ମନୁବଂଶେ ରାଜା
Couplet 8
ସେ ସ୍ୱାୟମ୍ଭୂବ ମନୁ ସୁତଉତ୍ତାନପାଦ ପ୍ରିୟବ୍ରତ
Couplet 9
ତେଜେ ପ୍ରଚଣ୍ତ ସେ ବିରାଜେଏ ସପ୍ତଦ୍ୱୀପା ମହୀ ଭୁଞ୍ଜେ
Couplet 10
ଯେମନ୍ତେ ଧର୍ମ ଏ ସଂସାରେରଖିଲେ କହ ମୁନିବରେ
Couplet 11
ତାର ଦୁହିତା ଅନୁପମଯାହାର ଦେବହୂତି ନାମ
Couplet 12
କର୍ଦ୍ଦମ ତାର ନିଜ ପତିତାର ଭୂବନେ ଦେବହୂତି
Couplet 13
ସେବା କରଇ ଅନୁବ୍ରତେଯେ ଧର୍ମ ପତିବ୍ରତା ମତେ
Couplet 14
ସ୍ୱାମୀ ସୁହାଗେ ସଉଭାଗ୍ୟେମୈଥୁନ ଭାବେ ରତିରଙ୍ଗେ
Couplet 15
ତାହାର ଗର୍ଭେ ପୁତ୍ର କେତେଜନ୍ମିଲେ କହ ମୋ ଅଗ୍ରତେ
Couplet 16
ତାହା ଶ୍ରବଣେ ଇଚ୍ଛା ମୋରକହ ସଦୟେ ମୁନିବର
Couplet 17
ମନୁ ତନୟା ଯେ ଆକୂତିତାହାଙ୍କୁ ରୁଚି ପ୍ରଜାପତି
Couplet 18
ବ୍ରହ୍ମଜ ଦକ୍ଷ ପ୍ରଜାପତିସେ ପୁଣ ଲଭିଣ ପ୍ରସୂତି
Couplet 19
ସୃଷ୍ଟି ସୃଜିଲେ କେଉଁଭାବେଭୋ ମୁନି ତାହା କହ ଏବେ
Couplet 20
ଏମନ୍ତ ବିଦୁରର ବାଣୀମୈତ୍ରେୟ ବୋଲେ ତାହାଶୁଣି
Couplet 21
କର୍ଦ୍ଦମେ ରାଇ ବେଦବରବୋଇଲେ ପ୍ରଜା ସୃଷ୍ଟିକର
Couplet 22
ବ୍ରହ୍ମାର ଆଜ୍ଞା ଘେନି ଶିରେମିଳିଲେ ସରସ୍ୱତୀ ତୀରେ
Couplet 23
ଅତି କଠୋର ତପ କଲାଶୁଣ ହେ ଯେତେ ଦିନ ଗଲା
Couplet 24
ଦେବଙ୍କ ଅୟୂତ ବରଷେବସିଲା ଆତ୍ମାର ବିଶ୍ୱାସେ
Couplet 25
ସମାଧି ଯୋଗରେ କର୍ଦ୍ଦମସେବିଲେ ପୁରୁଷଉତ୍ତମ
Couplet 26
ତପ ସମାଧି କ୍ରିୟା ଯୋଗେନିଶ୍ଚଳ ଭକ୍ତି ଅନୁରାଗେ
Couplet 27
ତାର ସମୀପେ ହୃଷୀକେଶତକ୍ଷଣେ ହୋଇଲେ ପ୍ରବେଶ
Couplet 28
ଶୁକ୍ଳ-କମଳ-ମାଳ ଗଳେବଦନ ଶୋଭିତ କୁଣ୍ତଳେ
Couplet 29
ଶବଦବ୍ରହ୍ମ ରୂପ ଧରିଶତେ ଆଦିତ୍ୟ ନୋହେ ସରି
Couplet 30
ଲୋଚନ ପୁଣ୍ତରୀକଦଳେସୁନ୍ଦର ଅଳକା କପୋଳେ
Couplet 31
ନିର୍ମଳ ବସ୍ତ୍ର ପରିଧାନସୁନ୍ଦର ମସ୍ତକ ଭୂଷଣ
Couplet 32
କିରୀଟ କୁଣ୍ତଳ ବିରାଜେଶଙ୍ଖ କମଳ ଗଦା ସାଜେ
Couplet 33
ଚକ୍ର ବିରାଜେ ଦକ୍ଷକରେତେଜେଣ ଦଶଦିଗ ପୁରେ
Couplet 34
ଅଧରେ ସ୍ମିତହାସ୍ୟ ଯାରବିରାଜେ ଅତି ମନୋହର
Couplet 35
ସ୍ମିତ ବାରିକ ଚକ୍ଷୁ ବେନିବିରାଜେ ନିଜ ତେଜ ଘେନି
Couplet 36
ସୁନ୍ଦର ହାସ୍ୟେ ମନ ମୋହେକୋଟି କନ୍ଦର୍ପ ସମ ନୋହେ
Couplet 37
ଗରୁଡ ସ୍କନ୍ଧେ ଆରୋହଣଅମୂଲ୍ୟ ରତ୍ନ ବିଭୂଷଣ
Couplet 38
ଭ୍ରୂଭଙ୍ଗେ ରୁଚିର ଶ୍ରୀମୁଖଦେଖନ୍ତେ ହରେ ଭବଦୁଃଖ
Couplet 39
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେକୌସ୍ତୁଭମଣି କଣ୍ଠମାଝେ
Couplet 40
ଶୁକ୍ଳ ଶରୀର ଶୂନ୍ୟମାର୍ଗେଯେ ରୂପ ବହେ ସତ୍ୟଯୁଗେ
Couplet 41
ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖିଉଠିଲା ଆସନ ଉପେକ୍ଷି
Couplet 42
ବହୁ ବରଷ ତପ ଶ୍ରମଦେଖନ୍ତେ ଗଲା ମନ ଭ୍ରମ
Couplet 43
ରୋମ ହରଷ କଳେବରନୟନୁ ବହେ ଅଶ୍ରୁଧାର
Couplet 44
କର ଅଞ୍ଜଳି ଦେଇ ମାଥେଦଣ୍ତ ପ୍ରଣାମ ଭୂମିଗତେ
Couplet 45
ଆନନ୍ଦେ ପ୍ରାପ୍ତ ମନୋରଥଅନ୍ତରେ ହୋଇ କୃତକୃତ୍ୟ
Couplet 46
ଶ୍ରୁତି ବଚନ ମୁଖେ କହିବୋଲଇ ବିଷ୍ଣୁ ରୂପ ଚାହିଁ
Couplet 47
ଭୋ ନାଥ ତବ ଦରଶନସଫଳ କଲା ମୋ ନୟନ
Couplet 48
ଯେ ରୂପ ଦେଖିବାର ଅର୍ଥେଯୋଗ ସାଧନ୍ତି ମୁନିସନ୍ଥେ
Couplet 49
ଭୋ ନାଥ ତୋହର ଚରଣଜୀବର ପରମ କାରଣ
Couplet 50
ତୋ ପାଦପଦ୍ମ ନାବ କରିଭବସାଗରୁ ଯାନ୍ତି ତରି
Couplet 51
ଏ ଭାବ ଛାଡ଼ି ଯେ ସଂସାରେବିଷୟରସ ଆଶ୍ରେ କରେ
Couplet 52
ତାହାର ମୋକ୍ଷ ଆଉ କାହିଁସଂସାରେ ନିୟତ ଭ୍ରମଇ
Couplet 53
ନରକେ ଯାନ୍ତି ସେହି ମତେସେ ତୋତେ ପାଇବେ କେମନ୍ତେ
Couplet 54
ସେହି ପ୍ରକାରେ ମନ ମୋରକଳ୍ପଇ ବିଷୟା ଗୋଚର
Couplet 55
ତୋର ଆଦେଶେ ସୃଷ୍ଟି ଧର୍ମେକଳ୍ପଇ ଗୃହସ୍ଥ ଆଶ୍ରମେ
Couplet 56
ଯେ ଗୃହ କାମଧେନୁ ପ୍ରାୟେକୁଟୁମ୍ବ ଜନ ମନ ମୋହେ
Couplet 57
ତୋର ଚରଣ କଳ୍ପଦ୍ରୁମଆଶ୍ରେ ଲଭିବି ସର୍ବକାମ
Couplet 58
ତୋ ଅନୁଗ୍ରହେ ମନୁରାଜାକଳ୍ପିବ ତାହାର ତନୁଜା
Couplet 59
ମୁଁ ପୁଣି ସର୍ବପ୍ରାଣୀ ହିତେଯେମନ୍ତେ ତୋ ଚରଣାଗତେ
Couplet 60
ବଳି ନିବେଦି ଗୃହଧର୍ମେଯେମନ୍ତେ ରମିବି ଆଶ୍ରମେ
Couplet 61
ତୋ ପଦ ବିନୁ ଚକ୍ରଧରସେବିବି କାହାର ପୟର
Couplet 62
ତୋ ପାଦ ତାପତ୍ରୟ-ଛତ୍ରଏ କଥା ଜଗତେ ବିଦିତ
Couplet 63
ତୋ ରୂପ ଗୁଣ ଅବତାରନିର୍ମଳ ବହେ ସୁଧାଧାର
Couplet 64
ତେଣେ ଲୋଭିତ ଯାର ଚିତ୍ତସେ ନୋହେ କାଳଚକ୍ରେ ଗ୍ରସ୍ତ
Couplet 65
ତୋ କାଳଚକ୍ରର ମହିମାକେ କରିପାରେ ଗୁଣ ସୀମା
Couplet 66
ଯାହାର ବ୍ରହ୍ମରୂପୀ ଅକ୍ଷ୍ୟଭ୍ରମଣେ କେବା କରୁ ଲକ୍ଷ୍ୟ
Couplet 67
ତୃତୀୟ ଦଶ ଥର ହୋଇତ୍ରିଶତଷଷ୍ଠୀ ପର୍ବ ଯହିଁ
Couplet 68
ଅନନ୍ତ ପତ୍ର ଷଟନେମୀତ୍ରିନାଭି ଯେହୁ ବ୍ୟଗ୍ରଗାମୀ
Couplet 69
ଏ ରୂପେ ଧାମେ ଅବିରତେପ୍ରାଣୀ ଆୟୁଷ ହରେ ନିତ୍ୟେ
Couplet 70
ଏମନ୍ତ କାଳ ରୂପ ଯେହିତୋ ଭକ୍ତେ ନ ପାରଇ ସେହି
Couplet 71
ତୁ ଏକରୂପୀ ଛନ୍ନଦେହାଜଗନ୍ମୋହିନୀ ତୋର ମାୟା
Couplet 72
ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତଯେସନେ ଉର୍ଣ୍ଣନାଭି ବତ
Couplet 73
କାମୀ ଅକାମୀ ମନ ପୂର୍ଣ୍ଣକରେ ତୋ ପାଦ କଳ୍ପଦ୍ରୁମ
Couplet 74
ତୋତେ ଜାଣନ୍ତି ଯେତେ ଜୀବେକର୍ମର ଭୋଗନାଶ ତେବେ
Couplet 75
ଆପଣେ ଆପଣା ମାୟାରୁଏ ବିଶ୍ୱ ଆବର୍ତ୍ତିତ କରୁ
Couplet 76
ତୁହି ସକଳ କାମଦାତାନିଷ୍କାମ ଜନ ମୋକ୍ଷଦାତା
Couplet 77
ଏଣୁ ମୁଁ ନିଷ୍ଠା କାମ ବଳେନମଇ ତୋ ପାଦ କମଳେ
Couplet 78
ଯେଣୁ ତୁ ଭକ୍ତି-ମୁକ୍ତିଦାତାତୋ ପାଦେ ନମୁଁ ଦୁଃଖ ହର୍ତ୍ତା
Couplet 79
ଭୋ ନାଥ ତୋହର ମହିମାକେ କହିପାରେ ଗୁଣସୀମା
Couplet 80
ଏମନ୍ତ ମୁନି ବାକ୍ୟ ଶୁଣିଗରୁଡ ସ୍କନ୍ଧେ ଚକ୍ରପାଣି
Couplet 81
ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇକହନ୍ତି ମୁନି ମୁଖ ଚାହିଁ
Couplet 82
ଶୁଣ ହୋ ପ୍ରଜାପତି ସୁତମୁହିଁ ଜାଣିଲି ତୋର ଚିତ୍ତ
Couplet 83
ତୁ ଯେଣୁ ପୂଜି ମୋ ଚରଣକଳ୍ପିଲୁ ସୃଷ୍ଟିର କାରଣ
Couplet 84
ଯହିଁ ତୋହାର ମନଯୋଗପୂର୍ବେ କରିଛି ତା ସଂଯୋଗ
Couplet 85
ଅବଶ୍ୟ ତାହା କରିବଇଁମୋ ପୂଜା ବିଅର୍ଥେ ନ ଯାଇ
Couplet 86
ତୁ ଏବେ ସାବଧାନେ ଶୁଣକହିବା ତହିଁର କାରଣ
Couplet 87
ଯେ ପୂର୍ବେ ପଦ୍ମଯୋନି ତନୁସମ୍ଭୂତ ସ୍ୱାୟମ୍ଭୁବମନୁ
Couplet 88
ଯେ ପ୍ରଜାପତିଙ୍କର ପତିଯାହାର ସଦାଚାର ଖ୍ୟାତି
Couplet 89
ଏ ବ୍ରହ୍ମାବର୍ତ୍ତେ ରାଜା ହୋଇପାଳଇ ସପ୍ତଦ୍ୱୀପା ମହୀ
Couplet 90
ସେହି ଧର୍ମଜ୍ଞ ମନୁ ତୋତେଆସିବେ ଦେଖିବା ନିମନ୍ତେ
Couplet 91
ତାହାର ଶତରୂପା ନାରୀରୂପେ କମଳା ନୋହେ ସରି
Couplet 92
ସେ ବେନିଜନେ ଏକ ରଥେତୋ ରୂପ ଦେଖିବାର ଅର୍ଥେ
Couplet 93
ତୋହର ସମୀପେ ସାକ୍ଷତେମିଳିବେ ବେନିଦିନ ଅନ୍ତେ
Couplet 94
ତାର ଦୁହିତା ଦେବହୂତିରୂପେ ସମାନ ନୋହେ ରତି
Couplet 95
ତାର ବୟସ ରୂପ ଗୁଣେଅପରେ କେ ଅଛି ପ୍ରମାଣେ
Couplet 96
ତା ରୂପ ଅତି ମନୋହରତୁ ତାହା ଅନୁରୂପେ ବର
Couplet 97
ସେ କନ୍ୟା ସମର୍ପିବ ତୋତେଯେ ବିଧିବିଧାନ ଉକତେ
Couplet 98
ତୁ ମୋ ଚରଣେ ଚିତ୍ତ ଦେଇଯେତେ ବରଷ ତପ ଦାହି
Couplet 99
ନିରତେ କଲୁ ଆତ୍ମଯୋଗଏବେ ବିଷୟ ଅନୁଭୋଗ
Couplet 100
ମନୁ-ଦୁହିତା ତୋର ସଙ୍ଗେନିରତେ ଭଜୁ ଅନୁରାଗେ
Couplet 101
ସେ ତୋର ତୁଲେ କରି ଭାବନବଧା-ଗର୍ଭ ପ୍ରସବିବ
Couplet 102
ତୋହର ବୀର୍ଯ୍ୟେ ଯେତେ କନ୍ୟାଜନ୍ମିବେ ରୂପଗୁଣେ ଧନ୍ୟା
Couplet 103
ତାହାଙ୍କ ଗର୍ଭେ ଋଷିଗଣକଳ୍ପିବେ ବହୁତ ସନ୍ତାନ
Couplet 104
ତୋହର ଗୁଣ ଅନୁପମହୋଇବେ ଅନୁମତ ନାମ
Couplet 105
ତୁ ଯେ ମୋ ଆଜ୍ଞା ଶିରେ ଧରିମୋତେ ତୁ ତୀର୍ଥପ୍ରାୟ କରି
Couplet 106
ଅଶେଷ କର୍ମଫଳ ଦେଇମୋତେ ପାଇବୁ ତେଣୁ ତୁହି
Couplet 107
ଅଶେଷଭୂତେ ତୋର ଦୟାତୋତେ ନ ଲାଗୁ ବିଷ୍ଣୁ ମାୟା
Couplet 108
ଆତ୍ମାରେ ଜଗତ ଆରୋପିତୁ ଯେ ମୋହାର ଭାବେ ବ୍ୟାପି
Couplet 109
ଆତ୍ମା ସହିତେ ସର୍ବଭୂତମୋଠାରେ ହୋଇଛି ମିଳିତ
Couplet 110
ତପ ସାଧିଲୁ ଚିରକାଳେଏ ଘୋର ସଂସାର ଉଲ୍ଲୋଳେ
Couplet 111
ତୁ ମୋତେ ଆତ୍ମାରେ ଦେଖିବୁଜୀବନ ସଫଳ ଲଭିବୁ
Couplet 112
ମୁଁ ପୁଣି ପଶି ତୋର ବୀର୍ଯ୍ୟେସ୍ୱଭାବେ ବିଷ୍ଣୁଅଂଶ ତେଜେ
Couplet 113
ତୋହାର କ୍ଷେତ୍ରେ ମୁଁ ସମ୍ଭୂତହୋଇବି ଦେବହୂତି ସୁତ
Couplet 114
ତତ୍ତ୍ବ ସଂହିତା ପ୍ରଣୟନକରିବି ହୋଇ ଅବତୀର୍ଣ୍ଣ
Couplet 115
ଏମନ୍ତ କହି ମୁନି ଆଗେହରି ଚଳିଲେ ଶୂନ୍ୟମାର୍ଗେ
Couplet 116
ଗମିଲେ ବିନ୍ଦୁସରୋବରୁନିର୍ମଳ ସରସ୍ୱତୀ ତୀରୁ
Couplet 117
ସେ ନଦୀତୀରେ ପୁଷ୍ପବନେଗରୁଡ ପକ୍ଷୀ ନାଦ ସ୍ୱନେ
Couplet 118
ଭୃଙ୍ଗ ସମୂହେ ବାୟୁ ବହେଶୁଭଇ ସାମଗାନ ପ୍ରାୟେ
Couplet 119
ଏମନ୍ତେ ଶୁଣ ହୋ ବିଦୁରସେ ସ୍ୱାୟମ୍ଭୁବ ମନୁବର
Couplet 120
ସୁବର୍ଣ୍ଣ ଆଚ୍ଛାଦିତ ରଥେଆରୋହି ପାରିଷଦ ଯେତେ
Couplet 121
ସଙ୍ଗତେ ଘେନି ଦେବହୂତିଭୂମି ପର୍ଯ୍ୟଟନ କରନ୍ତି
Couplet 122
ମିଳିଲେ କର୍ଦ୍ଦମ ଆଶ୍ରମେବିଷ୍ଣୁର କହିଥିବା ଦିନେ
Couplet 123
ନିର୍ମଳ ସରସ୍ୱତୀ ତୀରେମିଳିଲେ ବିନ୍ଦୁ ସରୋବରେ
Couplet 124
ଦେଖିଲେ କର୍ଦ୍ଦମ ଶରୀରତପ ସାଧନେ କୃଶତର
Couplet 125
ପୂର୍ବେ ଯେ ସରସ୍ୱତୀ କୂଳେବିଷ୍ଣୁ ମିଳିଲେ ଋଷିମେଳେ
Couplet 126
ଦେଖି ତାହାଙ୍କ ଭକ୍ତିଭାବତନୁ ପୁଲକ ପଦ୍ମନାଭ
Couplet 127
ସ୍ୱଭାବେ ଭକ୍ତଜନବନ୍ଧୁନୟନୁ ଅଶ୍ରୁ ଜଳବିନ୍ଦୁ
Couplet 128
ପଡିଲା ସରସ୍ୱତୀ ନୀରତେଣୁ ବୋଲାଇ ବିନ୍ଦୁସର
Couplet 129
ସେ ବନ ସାମାନ୍ୟ ନୋହରଯହିଁରେ ପ୍ରଭୁ ଭାବଗ୍ରାହୀ
Couplet 130
କର୍ଦ୍ଦମ ପ୍ରତି ଦୟା କରିପତିତ କଲେ ନେତ୍ର ବାରି
Couplet 131
ପୁଣ୍ୟ ପବିତ୍ର ସୁଧା ଜଳସ୍ୱଭାବେ ନିର୍ମଳ ଶୀତଳ
Couplet 132
ଯେ ପୁଣ୍ୟଜଳ ମୁନିଗଣେସେବା କରନ୍ତି ଅନୁକ୍ଷଣେ
Couplet 133
ପବିତ୍ର ଦ୍ରୁମଲତା ଘନେନାଦ କରନ୍ତି ପକ୍ଷୀଗଣେ
Couplet 134
କ୍ରୀଡନ୍ତି ନାନା ବନଜୀବେଗଭୀର ଶୁଭେ ଭୃଙ୍ଗରବେ
Couplet 135
ସକଳ ଋତୁ ଫଳ ନାହିଁପୁଷ୍ପ ପଲ୍ଲବ ବିରାଜଇ
Couplet 136
ମତ୍ତ-ମୟୂର ଯୂଥ ଯୂଥକୋକିଳ ରାବ ସୁଲଳିତ
Couplet 137
ପ୍ରମତ୍ତ ଭ୍ରମର ନିକରେନାନା ପ୍ରକାରେ କ୍ରୀଡ଼ା କରେ
Couplet 138
କଦମ୍ବ ଚମ୍ପକ ଅଶୋକନାଗକେଶ୍ୱର କୁରୁବକ
Couplet 139
କରଞ୍ଜ ପନସ ଅସନକୁନ୍ଦ ମନ୍ଦାର ଚୂତବନ
Couplet 140
ହଂସ ସାରସ ବକପନ୍ତିଜଳକୁକ୍କୁଟ ରାବ ଦ୍ୟନ୍ତି
Couplet 141
ଚକୋର ଚକ୍ରବାକ ବାଣୀଅତି ଗଭୀର ପରିମାଣି
Couplet 142
ଗୟଳ ଶଲ୍ଲକ କୁଞ୍ଜରକୁରଙ୍ଗ ହରିଣ ଶୂକର
Couplet 143
ବାନର ଗୋଲାଙ୍ଗୁଳ ସାଜେନକୁଳ କସ୍ତୁରୀ ବିରାଜେ
Couplet 144
ସେ ତୀର୍ଥବରେ ଆଦିରାଜାରଥେ ମିଳିଲେ ମହାତେଜା
Couplet 145
କଳତ୍ର ଦୁହିତା ସମେତେପ୍ରବେଶ ହେଲା ରତ୍ନପଥେ
Couplet 146
ଦେଖିଲା ମୁନିଙ୍କ ବଦନସ୍ୱଭାବେ ଦ୍ରୁତ ହୁତାଶନ
Couplet 147
ସ୍ୱଭାବେ ଘୋରତପ ତେଜେସୁନ୍ଦର ଶରୀର ବିରାଜେ
Couplet 148
ବିଷ୍ଣୁ ଜନ୍ମିବେ ଯା ଶରୀରେସୁନ୍ଦର କେତେକ ମାତରେ
Couplet 149
ଅମୃତ ତୁଲ୍ୟ ବିଷ୍ଣୁବାଣୀସେ ମୁନି କର୍ଣ୍ଣପଥେ ଶୁଣି
Couplet 150
ରୋମ ପୁଲକ କଳେବରନେତ୍ରେ ଆନନ୍ଦ ଅଶ୍ରୁଧାର
Couplet 151
ଶିରେ ସୁନ୍ଦର ଶୋହେ ଜଟାବସନ ଚିରାଣି କାଛଟା
Couplet 152
ସେ ମୁନି ମଳିନ ଯେ ଗାତ୍ରରତ୍ନ ଯେସନେ ଅସଂସ୍କୃତ
Couplet 153
ଏମନ୍ତ ଦେଖି ନୃପମଣିସଙ୍ଗତେ ନିଜ ପତ୍ନୀ ଘେନି
Couplet 154
ରଥୁ ତୁରିତେ ଅବତରିମୁନି ସମୀପେ ଦଣ୍ତଧାରୀ
Couplet 155
ମିଳିଲେ ଯୋଡି ବେନିପାଣିପାଦେ ପ୍ରଣାମ କଲେ ପୁଣି
Couplet 156
ଦେଖି ଉଠିଲେ ମୁନି ବେଗେଆଶିଷ କଲେ ମନ୍ତ୍ରଯୋଗେ
Couplet 157
ବିଷ୍ଣୁ ଆଦେଶ ଗୁଣି ମନେଆନନ୍ଦ ଉଲ୍ଲୋଳ ଲୋଚନେ
Couplet 158
ପୂଜିଲେ ବସାଇ ଆସନେକହନ୍ତି ଅମୃତ ବଚନେ
Couplet 159
ରାଜ କୁଶଳ ପ୍ରଶ୍ନବାଣୀସନ୍ତୋଷେ ପୁଚ୍ଛେ ବିପ୍ରମଣି
Couplet 160
ତୋ ଆଗମନେ ନୃପବରଧନ୍ୟ ଏ ଆଶ୍ରମ ମୋହର
Couplet 161
ତୁମ୍ଭ ଭ୍ରମଣ ଏ ଜଗତେସାଧୁଜନଙ୍କ ରକ୍ଷା ଅର୍ଥେ
Couplet 162
ଅସାଧୁଜନ ବିନାଶନେନିଶ୍ଚଳେ ଧର୍ମର ସ୍ଥାପନେ
Couplet 163
ରବି ଶଶାଙ୍କ ଅଗ୍ନି ଯମଇନ୍ଦ୍ର ବରୁଣ ବାତ ଧର୍ମ
Couplet 164
ଏ ଅଷ୍ଟ-ଦିଗପାଳ ତେଜଏଣୁ କ୍ଷତ୍ରିୟ ଅଷ୍ଟଭୁଜ
Couplet 165
ଏଣୁ ତୁମ୍ଭଙ୍କୁ ନମସ୍କାରତୁ ଧର୍ମମୂର୍ତ୍ତି ନୃପବର
Couplet 166
ରଥ ଆରୋହି ତୋ ବିହାରଅସତଜନ ଗର୍ବ ହର
Couplet 167
ଘୋର-ଗର୍ଜନ ଧନୁ-ରବେଉଦ୍ଦଣ୍ତ ସଂଗ୍ରାମ ଉତ୍ସବେ
Couplet 168
ବେଷ୍ଟିତ ଚତୁରଙ୍ଗ ବଳେକମ୍ପାଇ ଅବନୀ ମଣ୍ତଳେ
Couplet 169
ସୂର୍ଯ୍ୟର ପ୍ରାୟେ ତେଜ ଧରିଖେଟ ଖର୍ବଟ ବନଗିରି
Couplet 170
ଶତ୍ରୁ ବିନାଶେ ସାବଧାନେକ୍ଷତ୍ରିୟଧର୍ମ ଏ ପ୍ରମାଣେ
Couplet 171
ଏହା ନ କରି ଯେବେ ଘରେସୁଖଶୟନେ ନିଦ୍ରା କରେ
Couplet 172
ତେବେ ଅସତ ରିପୁ ବଳନାଶନ୍ତି ଭୁବନ ମଣ୍ତଳ
Couplet 173
ତଥାପି ଶୁଣ ହେ ରାଜନଯେ ଅର୍ଥେ ତୁମ୍ଭ ଆଗମନ
Couplet 174
ତୁମ୍ଭର ପ୍ରିୟଭାବ ବହିସୁହୃଦ ଭାବେ କରିବଇଁ
Couplet 175
ଏମନ୍ତ କହି ରାଜା ଆଗେକର୍ଦ୍ଦମ ଅତି ସଉଭାଗ୍ୟେ
Couplet 176
ବିଷ୍ଣୁର ବଚନ ସୁମରିଅଧିକ ପ୍ରିୟଭାବ ଭାରି
Couplet 177
ସେ ମୁନି ଚରଣ ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ