Skandha 3
Adhyaya 20
Couplet 1
ବରାହରୂପୀ ଭାବଗ୍ରାହୀଜଳେ ଧରଣୀ ଗଲେ ଥୋଇ
Couplet 2
ସେ ସ୍ୱାୟମ୍ଭୁବ ମନୁବଳାଧରଣୀ ପୃଷ୍ଠେ ଯାହା କଲା
Couplet 3
ନାନା ପ୍ରକାରେ ଜନ୍ତୁ ଯେତେତାହାଙ୍କୁ ସାଧିଲା କେମନ୍ତେ
Couplet 4
ଜ୍ୟେଷ୍ଠଭ୍ରାତା ଯେ ଧୃତରାଷ୍ଟ୍ରତା ପୁତ୍ର ଦୁର୍ଯେ୍ୟାଧନ ଦୁଷ୍ଟ
Couplet 5
କର୍ ଶକୁନି ଦୁଃଶାସନଏହାଙ୍କ ତୁଲେ ଯେତେ ଜନ
Couplet 6
ପାବ ହିତେ ସେ ବିଶ୍ୱାସେବର୍ଇ ବୋଲି ମହାରୋଷେ
Couplet 7
ରାଜୁ୍ୟ ବାହାର କରିଦେଲାଯେଣୁ ସେ ବ୍ୟାସଙ୍କର ବଳା
Couplet 8
କୃଷ୍ଣ ଚରଣେ ଆଶ୍ରେ କରିଛାଡ଼ିଲା ହସ୍ତିନା ନଗରୀ
Couplet 9
ତୀର୍ଥ ସାଧନ ପୁଣ୍ୟବଳେଏକାନ୍ତେ ବିଷ୍ଣୁଭକ୍ତି ଫଳେ
Couplet 10
ଗୋବିନ୍ଦ ଭକ୍ତ ସେ ନିଶ୍ଚଳେବର୍ଇ ଭକ୍ତଜନ ମେଳେ
Couplet 11
ବିଦୁର ଭ୍ରମୀ ତୀର୍ଥମାର୍ଗେକାନନେ ମୈତ୍ରେୟଙ୍କ ଆଗେ
Couplet 12
ବନ ଗହନେ ଗଙ୍ଗାକୂଳେସେ ବେନିଜନ ଏକମେଳେ
Couplet 13
ବିଦୁର କିବା ପ୍ରଶ୍ନ କଲାକହିବା ମୋତେ ବିଷ୍ଣୁଲୀଳା
Couplet 14
ସେ ବିଷ୍ଣୁକଥା ବାକ୍ୟସାରଶ୍ରୁତିଯୁଗଳେ ସୁଧାଧାର
Couplet 15
ଯେସନେ ଗଙ୍ଗାସ୍ନାନ କଲେସେ ତିନିତାପରୁ ଉଦ୍ଧରେ
Couplet 16
ଗୋବିନ୍ଦ କଥା ସେହି ମତେପାନ ନ ରହେ ଅନ୍ତର୍ଗତେ
Couplet 17
କୃଷ୍ଣ ଚେଷ୍ଟିତ ଭାବ ଯେତେଭୋ ମୁନି କହ ମୋ ଅଗ୍ରତେ
Couplet 18
କୃଷ୍ଣର ଲୀଳାମୃତ ରସେରସଇ ଯାର ଶ୍ରୁତି ଗ୍ରାସେ
Couplet 19
ସେ କାହିଁ ଛାଡ଼େ କୃଷ୍ଣକଥାଯେଣେ ହରଇ ଭବବ୍ୟଥା
Couplet 20
ନୈମିଷ୍ୟାରଣ୍ୟେ ମୁନିଗଣେସେ ଉଗ୍ରଶ୍ରବାର ଚରଣେ
Couplet 21
ପ୍ରଣତ ହୋଇଣ କହିଲେବିଷ୍ଣୁର କଥା କହ ଭଲେ
Couplet 22
ସେ ଉଗ୍ରଶ୍ରବା ବିଷ୍ଣୁ ପଦେମନକୁ ନିବେଶି ଆନନ୍ଦେ
Couplet 23
କହିଲେ ଶୁଣି ମୁନିଗଣକହିବି ଶ୍ରୀହରିର ଗୁଣ
Couplet 24
ବିଷ୍ଣୁ ଶୂକର ରୂପ ଧରିଧରଣୀ ପାତାଳୁ ଉଦ୍ଧରି
Couplet 25
ଲୀଳା ବିହାରେ ହିରଣ୍ୟାକ୍ଷଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ
Couplet 26
ସେ କଥା ଶୁଣି ତୋଷ ଚିତ୍ତେଅଶ୍ରୁ ପୁଲକ ରୋମ ଗାତ୍ରେ
Couplet 27
ମୈତ୍ରେୟ ପାଦେ ଦେଇ ଶିରଆନନ୍ଦେ ପୁଚ୍ଛଇ ବିଦୁର
Couplet 28
ନାଭିରୁ ବ୍ରହ୍ମା ଅବତାରସେ ପ୍ରଜାପତିଙ୍କ ଈଶ୍ୱର
Couplet 29
ପ୍ରଜାପତିଙ୍କୁ ଜାତ କଲାସୃଷ୍ଟି ସର୍ଜନେ ଆଜ୍ଞା ଦେଲା
Couplet 30
ମରୀଚି ଆଦି ସପ୍ତତନୁଅପରେ ସ୍ୱାୟମ୍ଭୁବ ମନୁ
Couplet 31
ପିତାର ଆଦେଶେ ସମସ୍ତେଏ ସୃଷ୍ଟି ସର୍ଜିଲେ କେମନ୍ତେ
Couplet 32
ଭାର୍ଯ୍ୟା ସହିତେ ଯୋଗମତେକି ଅବା ସର୍ଜିଲେ ସ୍ୱତନ୍ତ୍ରେ
Couplet 33
କିବା ସକଳ ଏକମେଳେସୃଷ୍ଟି ସର୍ଜିଲେ ଅନ୍ତରାଳେ
Couplet 34
କିବା ଧରଣୀ ଜଳେ ସ୍ଥାପିପ୍ରଜା ସର୍ଜିଲେ ବିଶ୍ୱରୂପୀ
Couplet 35
ସେ ପୁଣି କିବା କଲେ ପରେତୋ ବିନୁ କେବା କହିପାରେ
Couplet 36
ତୁମ୍ଭେ ଆଗତ ଅନାଗତସକଳ ବିଷୟେ ବିଦିତ
Couplet 37
ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେଜଗତ କଲେ କି ପ୍ରକାରେ
Couplet 38
ଶୁଣ ବିଦୁର ଏକଚିତ୍ତେଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ
Couplet 39
ଯେ କାଳରୂପୀ ବିଶ୍ୱନାଥଯା ମାୟାବଳେ ଏ ଜଗତ
Couplet 40
ସ୍ୱ ମାୟାବଳେ କ୍ଷୋଭ ପାଇମହତ ରୂପ ସେ ଧରଇ
Couplet 41
ରଜ ପ୍ରଧାନେ ତିନିଗୁଣେକଳ୍ପିଲା ଦଇବ ପ୍ରେରଣେ
Couplet 42
ସେ ଭୂତ ଆଦି ଯେ ମହତଅଗ୍ରେ ସର୍ଜିଲା ପଞ୍ଚଭୂତ
Couplet 43
ଶବଦ ଆଦି ପଞ୍ଚଗୁଣେମିଳିଲେ ସୃଷ୍ଟିର କାରଣେ
Couplet 44
ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦିଯେ କର୍ମେନ୍ଦ୍ରିୟ ହିଁ ବାଗାଦି
Couplet 45
ଶବ୍ଦାଦି ଯେତେକ ହୋଇଲେସୃଜନେ ଅସମର୍ଥ ହେଲେ
Couplet 46
ସେ ପୁଣି ଏକରୁଣ୍ତ ହୋଇଦୈବଶକ୍ତିର ବଳପାଇ
Couplet 47
କଳ୍ପିଲା ହେକମୟ ଅଣ୍ତଯାହାକୁ ବୋଲନ୍ତି ବ୍ରହ୍ମାଣ୍ତ
Couplet 48
ସେ ଅଣ୍ତକୋଷ ମହାଜଳେପଡ଼ି ଭାସଇ କାଳବଳେ
Couplet 49
ସେ ପୁଣି ସହସ୍ର ବରଷେସେ ମହାର୍ଣ୍ଣବ ଜଳେ ଭାସେ
Couplet 50
ସେ ଅଣ୍ତକୋଷ ମଧ୍ୟେ ହରିଶୋଏ ଅନନ୍ତ ଶଯ୍ୟା କରି
Couplet 51
ତା ନାଭିପଦ୍ମୁ ପଦ୍ମକୋଷସଲିଳେ ହୋଇଲା ପ୍ରକାଶ
Couplet 52
ସେ ପଦ୍ମ ନିଜ ତେଜ ପୁଞ୍ଜେସହସ୍ରେ ରବିରଶ୍ମି ଗଞ୍ଜେ
Couplet 53
ସେ ପଦ୍ମ ମଧ୍ୟେ ସର୍ବଜନ୍ତୁପ୍ରକାଶେ ନିଜ କର୍ମ ହେତୁ
Couplet 54
ବିରାଜ ରୂପ ତାର ମଧ୍ୟେଜନ୍ମିଲା ନିଜ କାର୍ଯ୍ୟ ସାଧ୍ୟେ
Couplet 55
ସେ ପୁଣି ବିଷ୍ଣୁ ଉପଦେଶେସୃଷ୍ଟି ସର୍ଜିଲା ଅଣ୍ତକୋଷେ
Couplet 56
ପୂର୍ବେ ଯେମତେ ସୃଷ୍ଟି ଥିଲାସେ ନାନାରୂପେ ସମ୍ପାଦିଲା
Couplet 57
କାଳର ବଳେ କୋପମନେନିଃଶ୍ୱାସ ଛାଡ଼େ ଘନଘନେ
Couplet 58
ତାର ନିଃଶ୍ୱାସୁ ତତକ୍ଷଣେଅବିଦ୍ୟା ସଙ୍ଗେ ପଞ୍ଚଗଣେ
Couplet 59
ତାମିସ୍ର ଅନ୍ଧତମ ତମମୋହ ମହାମୋହ ପଞ୍ଚମ
Couplet 60
ଏ ପଞ୍ଚତମ ଏକାବେଳେଜନ୍ମିଲେ ଅନ୍ଧକାର ବଳେ
Couplet 61
ଦେଖି ସେ ଛାୟାରୂପ ସୃଷ୍ଟିତୁଷ୍ଟ ନୋହିଲା ପରମେଷ୍ଠୀ
Couplet 62
ଏ ସୃଷ୍ଟି ଦେଖି ତମୋମୟଧାତା ଛାଡ଼ିଲା ନିଜଦେହ
Couplet 63
ସେ ପିଣ୍ତ ଦେଖି ତମୋଗଣେବେଗେ ଧାଇଁଲେ ତତକ୍ଷଣେ
Couplet 64
ସେ ଦେହମଧ୍ୟେ ସନ୍ଧ୍ୟା ମିଶିତମେ ରଜନୀ ପ୍ରାୟ ଦିଶି
Couplet 65
କ୍ଷୁଧା ତୃଷାର ଅତିବଳେସର୍ବେ ମିଳିଲେ ଏକମେଳେ
Couplet 66
ଥୋକେ ବୋଲନ୍ତି ରଖ ରଖଥୋକେ ବୋଲନ୍ତି ବେଗେ ଭକ୍ଷ
Couplet 67
ତକ୍ଷଣେ ବ୍ରହ୍ମା ଭୟପାଇବୋଲେ ତାହାଙ୍କ ମୁଖଚାହିଁ
Couplet 68
ଏ ପିଣ୍ଡ ରଖ ହୋ ନ ଭକ୍ଷଏଣୁ ହୋଇବ ଯକ୍ଷ ରକ୍ଷ
Couplet 69
ତୁମ୍ଭେ ଯେ ଯକ୍ଷ-ରକ୍ଷ-ଗଣମୋର ବଚନ ଏବେ ଶୁଣ
Couplet 70
ତୁମ୍ଭେ ମୋହର ପ୍ରଜା ହୁଅଏମନ୍ତ କହି ପିତାମହ
Couplet 71
ସୃଜିଲା ଅପସରାଗଣଦେବଙ୍କ ଭୋଗ୍ୟ ଯେ ପ୍ରମାଣ
Couplet 72
ଦିବସ ରୂପା ସେ ସାକ୍ଷାତେସର୍ଜିଲା କ୍ରୀଡ଼ାର ନିମନ୍ତେ
Couplet 73
ବ୍ରହ୍ମା ସାତ୍ତ୍ବିକ ମନୋଭାବତହୁଁ ଦେବଙ୍କ ଆବିର୍ଭାବ
Couplet 74
ପୁଣି ଜଘନୁ ବେଦପତିଅସୁର କଲା ଉତ୍ପତ୍ତି
Couplet 75
ସ୍ତିରୀ ଲମ୍ପଟ ସେ ଯୁକତେନାରୀଙ୍କୁ ଦେଖିଲେ ଅଗ୍ରତେ
Couplet 76
ତାହାଙ୍କୁ ଦେଖି ତତକ୍ଷଣେଧାଇଁଲେ ସେ ଅସୁରଗଣେ
Couplet 77
ମୈଥୁନ ଲୋଭ ବନ୍ଧେ ଧାଇଁବେଗେ ବେଢ଼ିଲେ ଲୋଭବହି
Couplet 78
ନିର୍ଲଜ୍ଜପଣ ତାହାଙ୍କରଦେଖି ହସିଲେ ବେଦବର
Couplet 79
ବ୍ରହ୍ମାର ହାସ୍ୟ ଦେଖି କୋପେମିଳିଲେ ତାଙ୍କର ସମୀପେ
Couplet 80
ଚାହାଁନ୍ତେ କୋପିତ ବଦନେଭୟ ପଶିଲା ବ୍ରହ୍ମା ମନେ
Couplet 81
ଶୂନ୍ୟେ ଗୋବିନ୍ଦପଦ ଧ୍ୟାୟୀବୋଲଇ ଶିରେ କର ଦେଇ
Couplet 82
ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେତୁ ନାଥ ଆଜ୍ଞାଦେଲୁ ମୋତେ
Couplet 83
ସୃଷ୍ଟି କରଇ ତୋର ବୋଲେତୋ ଅନୁରୂପ ଏ ଶୟଳେ
Couplet 84
ତୁ ମୋତେ ରଖ ଚକ୍ରଧରଏ ଗଣେ ମହାଭୟଙ୍କର
Couplet 85
ଏ ଯେବେ ଭକ୍ଷିବେଟି ମୋତେକେମନ୍ତେ ସର୍ଜିବି ଜଗତେ
Couplet 86
ବ୍ରହ୍ମା ବିକଳ କର୍ଣ୍ଣେ ଶୁଣିବୋଇଲେ ପ୍ରଭୁ ଚକ୍ରପାଣି
Couplet 87
ଏ ଦେହ ଘୋର ଭୟଙ୍କରବେଗେ ତୁ ଛାଡ଼ ଏ ଶରୀର
Couplet 88
ଶୁଣି ଗୋବିନ୍ଦର ବଚନତକ୍ଷଣେ ଛାଡ଼ିଲା ଜୀବନ
Couplet 89
ସେ ଦେହ ସନ୍ଧ୍ୟାରୂପ ହୋଇରୂପେ ଅସୁର ମନମୋହି
Couplet 90
ଯେ ଅପସରାଗଣ ଥିଲେତା ରୂପ ଦେଖି ମୋହ ଗଲେ
Couplet 91
ନାନା ଅଳଙ୍କାର ସାଜେଣୀଚରଣେ ନୂପୁର ବାଜେଣୀ
Couplet 92
ମଦ ବିହ୍ୱଳିତ ଲୋଚନଦୁକୂଳେ କଟୀ ଶୋଭାବନ
Couplet 93
କଟୀ ମେଖଳା ରତ୍ନସାରହୃଦୟେ ତୁଙ୍ଗ ପୟୋଧର
Couplet 94
ସୁନ୍ଦର ନାସିକା ବିରାଜେଦନ୍ତ ଡାଳିମ୍ବ ବୀଜ ଗଞ୍ଜେ
Couplet 95
ସୁନ୍ଦର ହାସ ମନୋହରସଂଭ୍ରମ କଟାକ୍ଷ ସୁନ୍ଦର
Couplet 96
ବସ୍ତ୍ରେ ଆଚ୍ଛାଦି କଳେବରପଥେ ଚାଲଇ ଲାଜଭର
Couplet 97
ତାର କୁନ୍ତଳ ମନୋହରଶୁଣ ହେ ଧର୍ମାତ୍ମା ବିଦୁର
Couplet 98
ଅସୁରେ ଦେଖି ତା ଗମନସର୍ବେ ହୋଇଲେ ହତଜ୍ଞାନ
Couplet 99
କହନ୍ତି ଏକ ଏକେ ଚାହିଁଏମନ୍ତ ଦେଖିଲାତ ନାହିଁ
Couplet 100
ନବୀନ ବୟସ ଏହାରରୂପ-ଲାବଣ୍ୟ ମନୋହର
Couplet 101
ଏ ଆମ୍ଭ ମନମଧ୍ୟେ ରମେଅକାମୀଜନ ପ୍ରାୟ ଭ୍ରମେ
Couplet 102
ଏମନ୍ତେ ସନ୍ଧ୍ୟାରୂପ ଦେଖିପ୍ରମଦା ପ୍ରାୟ ଉପଲକ୍ଷି
Couplet 103
ନୟନ ଦେଇ ତା ବଦନେଭାବେ ପୁଚ୍ଛନ୍ତି ଅନ୍ୟୁଅନ୍ୟେ
Couplet 104
ଏମନ୍ତ ବହୁତ ବିଚାରକରିଣ ସକଳ ଅସୁର
Couplet 105
ପ୍ରଣୟବଶେ ପ୍ରମଦାରକରିଣ ବହୁତ ସତ୍କାର
Couplet 106
କୁବୁଦ୍ଧି ପଣରେ ଅସୁରପୁଚ୍ଛିଲେ ତାଙ୍କୁ ବାରବାର
Couplet 107
ଆହେ ରମ୍ଭୋରୁ ସୁକଲ୍ୟାଣିପ୍ରମଦାକୂଳ ଶିରୋମଣି
Couplet 108
କାହାର ପତ୍ନୀ ତୁ ବୋଲାଉକହ ତୁ ଉପୁଜିଲୁ କାହୁଁ
Couplet 109
କହ ତୁ ତୋର କିସ ନାମକି ପ୍ରୟୋଜନେ ତୋ ଗମନ
Couplet 110
ତୋ ରୂପ ଗୁଣେ ହୋଇ ଛନ୍ନଆମ୍ଭର ସ୍ଥଗିତ ଲୋଚନ
Couplet 111
ତୋହର ରୂପଗୁଣ ରାଶିଆମ୍ଭର ପ୍ରଭାକୁ ବିନାଶି
Couplet 112
ଆମ୍ଭର ପୂର୍ବଭାଗ୍ୟ ଫଳେମିଳିଲୁ ଆମ୍ଭର ଛାମୁରେ
Couplet 113
କନ୍ଦୁକ କ୍ରୀଡ଼ା ତୋ ନୟନରୂପେ ହରିଲୁ ଆମ୍ଭମନ
Couplet 114
ତୋର ଚରଣ ପଦ୍ମଯୁଗଗମନ ଚଞ୍ଚଳ ତରଙ୍ଗ
Couplet 115
ହସ୍ତେ କନ୍ଦୁକ ତୋର ସାଜେତୋ ମଝା ସିଂହମଧ୍ୟ ଗଞ୍ଜେ
Couplet 116
ସେ ପୁଣି ସ୍ତନଭାର ଖିନ୍ନେଭାଜିଲା ପ୍ରାୟ ଅନୁମାନେ
Couplet 117
ଏମନ୍ତ ସନ୍ଧ୍ୟା ରୂପ ଚାହିଁଅସୁରଗଣ ଲୋଭ ବହି
Couplet 118
ସନ୍ଧ୍ୟାକୁ ଧରି ବାହୁବଳେମୋହେ ମଜ୍ଜିଲେ କାମଭୋଳେ
Couplet 119
ଭାବ ଗମ୍ଭୀର ମଗ୍ନଚିତ୍ତଦେଖି ବିଧାତା ହରଷିତ
Couplet 120
ବ୍ରହ୍ମାର ଶରୀର ବିରାଜେତକ୍ଷଣେ ନିଜ କାନ୍ତି ତେଜେ
Couplet 121
ସ୍ୱଭାବେ ବ୍ରହ୍ମା ସେ ଆନନ୍ଦଗନ୍ଧର୍ବ ଅପସରା ବୃନ୍ଦ
Couplet 122
ବ୍ରହ୍ମାର ଶରୀରୁ ବାହାରଯେ ରୂପ ମୋହେ ସୁରନର
Couplet 123
ଗନ୍ଧର୍ବ ବିଶ୍ୱାବସୁ ଆଦିସୁନ୍ଦର ରୂପରେ ପ୍ରସିଦ୍ଧି
Couplet 124
ଆବୋରି ଅପସରାଗଣେସୁଖେ ରହିଲେ ଜଣେଜଣେ
Couplet 125
ତଦନ୍ତେ ଆତ୍ମତନ୍ଦ୍ରା ଧରିଭୂତ ପିଶାଚଗଣ କରି
Couplet 126
ସେ ମୁକ୍ତକେଶ ଦିଗମ୍ବରଦେଖି କମ୍ପିଲେ ସୁରନର
Couplet 127
ପଥେ ତାହାଙ୍କ ରୂପ ଦେଖିବ୍ରହ୍ମା ବୁଜିଲେ ବେନିଆଖି
Couplet 128
ଭୟେ ଅଳସ ତାର ମୁଖେକ୍ଷଣେ ଶୋଇଲା ନିଦ୍ରାସୁଖେ
Couplet 129
ସେ ଦେହ ନିଦ୍ରାବଶ ଚାହିଁପୁଣି ଛାଡ଼ିଲା ନିଜ ଦେହୀ
Couplet 130
ପରୋକ୍ଷ ପୁଣି ସତ୍ତ୍ବଗୁଣେସର୍ଜିଲା ସାଧ୍ୟ ପିତୃଗଣେ
Couplet 131
ସେ ସାଧ୍ୟ ପିତୃ ବେନିଗଣସେ ଯହୁଁ ହୋଇଲେ ଜନମ
Couplet 132
ସେ ଦେହ ପାଇ ତୋଷ ଚିତ୍ତକର୍ମକୋବିଦେ ଯେ ବିଦିତ
Couplet 133
ସେ ସିଦ୍ଧ ବିଦ୍ୟାଧର ଗଣେଜାତ ହୋଇଲେ ତତକ୍ଷଣେ
Couplet 134
ସ୍ୱଭାବେ ତେଜ ଅନର୍ଗଳାତାହାଙ୍କୁ ଅନ୍ତର୍ଦ୍ଧାନ ଦେଲା
Couplet 135
ବିଧାତା ପ୍ରତିବିମ୍ବ ବଳେଦେଖିଣ ମନର ନିଶ୍ଚଳେ
Couplet 136
କିନ୍ନର କିଂପୁରୁଷ ଜାତିପୁଣି ସର୍ଜିଲା ପ୍ରଜାପତି
Couplet 137
ମିଥୁନ ଭାବେ ବୀଣା ବାଇଦେବଙ୍କ ତୋଷେ ଗୀତଗାଇ
Couplet 138
ଏବେ ତୁ ଶୁଣ ହେ ବିଦୁରବ୍ରହ୍ମାର ସୃଷ୍ଟିର ପ୍ରକାର
Couplet 139
ସେ ସୃଷ୍ଟି ଚାହିଁ ପ୍ରଜାନାଥମନରେ ହୋଇଲା ଚିନ୍ତିତ
Couplet 140
ଏ ସୃଷ୍ଟି ବୃଦ୍ଧି ତ ନୋହିଲାଚିନ୍ତାରେ ବହୁତ ଶୋଇଲା
Couplet 141
ତାହାଙ୍କୁ ସର୍ଜି ବେଦବରତକ୍ଷଣେ ଛାଡି ସେ ଶରୀର
Couplet 142
ଦେହ ଅନ୍ତରେ ଶୂନ୍ୟେ ରହିଶରୀର ଦେଖି ବିଚାରଇ
Couplet 143
ସର୍ଜନେ ଯୋଗ୍ୟ ଏ ନୁହନ୍ତିଏମନ୍ତେ କ୍ରୋଧେ ବହୁ ଚିନ୍ତି
Couplet 144
କ୍ରୋଧର ବଶେ ପଦ୍ମଯୋନିସେ ଭୋଗଦେହ ତ୍ୟଜେ ପୁଣି
Couplet 145
ତହୁଁ ସେ କେଶ ଗଲା ଖସିତହୁଁ ଜନ୍ମିଲେ ସର୍ପରାଶି
Couplet 146
ତକ୍ଷଣେ ତମ ଗୁଣୁ ଜାତଗରଳ ତେଜେ ବଳବନ୍ତ
Couplet 147
ତାହାଙ୍କୁ ଚାହିଁ ପ୍ରଜାନାଥସନ୍ତୋଷେ ହେଲା କୃତକୃତ୍ୟ
Couplet 148
ପୁଣି କଳ୍ପିଲା ମନୋରଥେଆବର ସୃଷ୍ଟିଭାବ ଯେତେ
Couplet 149
ମନୁଙ୍କୁ କଲା ଉତପତ୍ତିମନର ତହୁଁ ବେଦପତି
Couplet 150
ନିଜ ପୁରୁଷ ରୂପ ଦେହତାଙ୍କୁ ଅର୍ପିଲା ପିତାମହ
Couplet 151
ସ୍ତିରୀ ପୁରୁଷ କଳ୍ପେ ମନେଯେ ସୃଷ୍ଟି ଉପୁଜେ ମୈଥୁନେ
Couplet 152
ଯେ ଅଗ୍ରେ ଜାତ ହୋଇଥିଲେତାଙ୍କୁ ପ୍ରଶଂସା ବହୁ କଲେ
Couplet 153
ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁବିବୁଧେ ତାର ଗୁଣ ଗାଇ
Couplet 154
ବୋଲନ୍ତି ଧନ୍ୟ ବେଦପତିସୃଷ୍ଟି ସର୍ଜନେ ଦୃଢମତି
Couplet 155
ଅନେକ ତପ ଯେଣୁ କଲୁଗୋବିନ୍ଦ ଆଜ୍ଞା ତୁ ଲଭିଲୁ
Couplet 156
ନିଜ ସାଧନା ତପଫଳେଏ ସୃଷ୍ଟି କଲୁ ବୁଦ୍ଧିବଳେ
Couplet 157
ଏଣେ ହୋଇବ ସର୍ବଯୋଗଆମ୍ଭେ ଲଭିବୁ ହବିର୍ଭାଗ
Couplet 158
ତପସ୍ୟା ବିଦ୍ୟା ଆସନାଦିଅଷ୍ଟାଙ୍ଗଯୋଗ ସୁସମାଧି
Couplet 159
ପୁଣି ସର୍ଜିଲା ଋଷିଗଣସ୍ୱବଶ କରି ଇନ୍ଦ୍ରଗଣ
Couplet 160
ଏମନ୍ତ ଋଷି ସୃଷ୍ଟି କଲାଆପଣା ଦେହ ଅଂଶ ହେଲା
Couplet 161
ଏମନ୍ତେ ସୃଷ୍ଟିର କାରଣବିଧାତା ରୂପେ ନାରାୟଣ
Couplet 162
କରଇ ପୁଣ ପୁଣ ଭାବେତାର ଭକତଜନ ଲାଭେ
Couplet 163
ଏମନ୍ତେ ଭାଗବତ ବାଣୀମୈତ୍ରେୟ ମୁନି ଆଗେ ଭଣି
Couplet 164
ବନେ ପିପ୍ପଳ ବୃକ୍ଷ ମୂଳେଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ
Couplet 165
ସେ କଥା ପରୀକ୍ଷିତ ଆଗେମୁନି କହିଲେ ପ୍ରିୟ ଭାବେ
Couplet 166
ହରି ଚରିତ ଭାଗବତକହିଲା ଦାସ ଜଗନ୍ନାଥ